Dharitri News

ରାଜ୍ୟ

୪୬ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

୪୬ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

ପୁରୀ ଅଫିସ, ୧୨।୧: ପୁରୀ ଅବକାରୀ ବିଭାଗ ପୋଲିସ ବେଆଇନ ଭାବେ ବ୍ରାଉନ୍‌ସୁଗାର ବିକ୍ରୀ କରିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି। ମହିଳାଜଣଙ୍କ ହେଲେ ସଦର ଥାନା ଅଧୀନ ବାରବାଟୀର ଲତାମଣୀ ନାୟକ(୪୦)। ତାଙ୍କଠାରୁ ପୋଲିସ ୪୬ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ୬୦ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ଅଧୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି।

ଗହୀରମଥାରେ ୩ ଟ୍ରଲର ଜବତ: ୧୮ମତ୍ସ୍ୟଜୀବୀ ଗିରଫ, ୫କୁଇଣ୍ଟାଲ ମାଛ ଜବତ

ଗହୀରମଥାରେ ୩ ଟ୍ରଲର ଜବତ: ୧୮ମତ୍ସ୍ୟଜୀବୀ ଗିରଫ, ୫କୁଇଣ୍ଟାଲ ମାଛ ଜବତ

ରାଜନଗର,୧୨। ୧(ଡି.ଏନ.ଏ.)-କେନ୍ଦ୍ରାପଡା ଜିଲା ଗହୀରମଥା ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ୩ଟି ଟ୍ରଲରକୁ ବନବିଭାଗ ପାଟ୍ରୋଲିଂ ଟିମ୍‌ ଗୁରୁବାର ବିଳମ୍ବିତ ରାତିରେ ଜବତ କରିଛି। ଏଥିସହ ୧୮ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୫କୁଇଣ୍ଟାଲ ମାଛ ଜବତ କରାଯାଇଛି।

କୌଣସି ପ୍ରସଙ୍ଗ ନ ଥିଲେ ମୋ କାର୍ଯ୍ୟାଳୟକୁ ଟାର୍ଗେଟ କରାଯାଏ: ମୁଖ୍ୟମନ୍ତ୍ରୀ

କୌଣସି ପ୍ରସଙ୍ଗ ନ ଥିଲେ ମୋ କାର୍ଯ୍ୟାଳୟକୁ ଟାର୍ଗେଟ କରାଯାଏ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଯେତେବେଳେ କୌଣସି ପ୍ରସଙ୍ଗ ନ ଥାଏ ସେତେବେଳେ ସେମାନେ ମୋ କାର୍ଯ୍ୟାଳୟକୁ ଟାର୍ଗେଟ କରିଥାନ୍ତି। ଏଥିରେ କୌଣସି ନୂତନତ୍ୱ ନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶୁକ୍ରବାର ସଚିବାଳୟରେ ଖବରଦାତାମାନେ ମୁଖ୍ୟମନ୍ତ୍ରୀଙ୍କୁ ବୈଜୟନ୍ତ ଏବଂ ଅନ୍ୟ ଦୁଇନେତା ତୃତୀୟ ମହଲାକୁ ଟାର୍ଗେଟ କରିବା ନେଇ ପ୍ରଶ୍ନ ପଚାରିଥିଲେ।

ଛାତ୍ରମାନଙ୍କ ଦ୍ୱାରା ଇଟା ବୁହାଇଲେ ଶିକ୍ଷକ

ଛାତ୍ରମାନଙ୍କ ଦ୍ୱାରା ଇଟା ବୁହାଇଲେ ଶିକ୍ଷକ

ବାଲେଶ୍ୱର ଅଫିସ, ୧୨।୧: ବାଲେଶ୍ୱର ସଦର ବ୍ଲକ ବୁଆଁଳ ପଞ୍ଚାୟତର ବୁଆଁଳ ୟୁପି ବିଦ୍ୟାଳୟର ଛାତ୍ରମାନଙ୍କୁ ଶିକ୍ଷକମାନେ ଇଟାବୁହାଇବାକୁ ପ୍ରତିବାଦ କରି ଶୁକ୍ରବାର ଅଭିଭାବକମାନଙ୍କ ଦ୍ୱାରା ସ୍କୁଲ ବନ୍ଦ କରାଯାଇଛି। ଅଭିଭାବକମାନେ ସ୍କୁଲ ଗେଟରେ ତାଲା ପକାଇ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଚିଲିକା ମଝିରେ ବାଟବଣା ହେଲା ଯାତ୍ରୀବାହୀ ଡଙ୍ଗା

ଚିଲିକା ମଝିରେ ବାଟବଣା ହେଲା ଯାତ୍ରୀବାହୀ ଡଙ୍ଗା

ବ୍ରହ୍ମଗିରି,୧୨।୧(ଡି.ଏନ.ଏ.): ରାଜ୍ୟସାରା ଶୀତ ପ୍ରଭାବ ଜାରି ରହିଥିବା ବେଳେ ଘନକୁହୁଡ଼ି ମଧ୍ୟ ଦେଖାଯାଉଛି। ଫଳରେ ଯାତାୟାତରେ ବାଧା ଉପୁଜୁଛି। ତେବେ ଏଥିଯୋଗୁ ମଝି ଚିଲିକାରେ ଏକ ଯାତ୍ରୀବାହୀ ଡଙ୍ଗା ଶୁକ୍ରବାର ବାଟବଣା ହୋଇଥିବା ସୂଚନା ମିଳିଛି। ସାତପଡାରୁ ଜହ୍ନିକୁଦା ଯାଉଥିବା ଏହି ଡଙ୍ଗା ମଝି ଚିଲିକାରେ ପ୍ରାୟ ୪୫ମିନିଟ ଧରି ଅଟକି ଥିଲା।

ଜରି ଅଖାରେ ଫସୁଛନ୍ତି ଅଲିଭ୍‌ ରିଡ୍‌ଲେ

ଜରି ଅଖାରେ ଫସୁଛନ୍ତି ଅଲିଭ୍‌ ରିଡ୍‌ଲେ

ବ୍ରହ୍ମପୁର ଅଫିସ୍‌,୧୧।୧ପଲିଥିନ୍‌ ଓ ଜରି ଅଖା ଯେ କେବଳ ମଣିଷ ଜୀବନ ଏବଂ ପରିବେଶକୁ ପ୍ରଭାବିତ କରୁଛି ତାହା ନୁହେଁ, ବର୍ତ୍ତମାନ ଏହା ସମୁଦ୍ରରେ ରହୁଥିବା ଜୀବଙ୍କ ପ୍ରତି ମଧ୍ୟ ବିରାଟ ବିପଦ ସୃଷ୍ଟି କରିଛି। ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣରେ ଏହା ଦେଖିବାକୁ ମିଳୁଛି। ସମୁଦ୍ରରେ ବହୁ ପରିମାଣରେ ପଲିଥିନ ଓ ଜରି ଅଖା ଭାସୁଛି। ଏଥିରେ ଅଲିଭ୍‌ ରିଡଲେ କଇଁଛ ଫସୁଥିବା ବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ବିଦେଶୀ ଅତିଥି ଅଲିଭ୍‌ ରିଡ଼ଲେ କଇଁଛ ପ୍ରେମୀମାନେ ଏହି ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି (ଆର୍‌ଟିପିସି) ତରଫରୁ ସମୁଦ୍ରରେ କଇଁଛଙ୍କ ସୁରକ୍ଷା ପାଇଁ କାମ କରାଯାଇଥାଏ।

ବୈଜୟନ୍ତଙ୍କୁ ବିଜେଡିର ସମାଲୋଚନା

ଭୁବନେଶ୍ୱର,୧୧।୧(ବ୍ୟୁରୋ)କେନ୍ଦ୍ରାପଡା ଏମ୍‌ପି ବୈଜୟନ୍ତ ପଣ୍ଡା ଗୁରୁବାର ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲିର ଏକ ପାଣିଟାଙ୍କି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ସଚିବାଳୟ ତ଼ୃତୀୟ ମହଲାର ଅଫିସରଙ୍କୁ ଉପଲକ୍ଷ୍ୟ କରି ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ତାଙ୍କୁ ବିଜେଡି ପକ୍ଷରୁ କଡା ସମାଲୋଚନା କରାଯାଇଛି। ଆଳିର ପୂର୍ବତନ ବିଧାୟକ ତଥା ବିଜେଡିର ରାଜ୍ୟସଭା ସଦସ୍ୟ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ବୈଜୟନ୍ତଙ୍କ କଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହ ମେଳ ଖାଉଛି।

କଟକରେ ଭାଜପାର ଗୁଣ୍ଡାରାଜ

କଟକରେ ଭାଜପାର ଗୁଣ୍ଡାରାଜ

କଟକ ଅଫିସ, ୧୧।୧- କଟକରେ ଗୁରୁବାର ଦେଖିବାକୁ ମିଳିଛି ଭାଜପା କର୍ମୀଙ୍କ ଗୁଣ୍ଡାରାଜ। ସିଏମ୍‌ସି ଅଫିସ୍‌ ଘେରାଉବେଳେ ଭାଜପା କର୍ମୀମାନଙ୍କ ହିଂସ୍ରରୂପ ଦେଖି ସାଧାରଣ ଲୋକେ ତାଜୁବ ହୋଇଯାଇଥିଲେ।

ଅଧା ଦେଲେ ଖଣି ଜରିମାନା

ଅଧା ଦେଲେ ଖଣି ଜରିମାନା

ଯୋଡା,୧୧।୧(ଡି.ଏନ୍‌.ଏ.): ବେଆଇନ ଭାବେ ଖଣିଜ ଉତ୍ତୋଳନ କରିଥିବା ଖଣି ଲିଜ୍‌ଧାରୀଙ୍କ ଉପରେ ଜରିମାନା ଧାର୍ଯ୍ୟ କରାଯାଇଛି। ଖଣି ଦୁର୍ନୀତିର ଅନୁଧ୍ୟାନ କରିଥିବା କେନ୍ଦ୍ରୀୟ କ୍ଷମତାସଂପନ୍ନ କମିଟି (ସିଇସି)ର ସୁପାରିସ ଆଧାରରେ ଖଣିମାଲିକ ଓ କମ୍ପାନୀଠାରୁ ୨୦୧୭ ଡିସେମ୍ବର ୩୧ ସୁଦ୍ଧା ଧାର୍ଯ୍ୟ ଜରିମାନା ଆଦାୟ ସକାଶେ ସମୟସୀମା ଦିଆଯାଇଥିଲା ।

ସିଡିଏମ୍‌ଓ ସମ୍ମିଳନୀ: ନିରବଚ୍ଛିନ୍ନ ସ୍ବାସ୍ଥ୍ୟସେବା ଯୋଗାଇବା ସରକାରଙ୍କ କର୍ତ୍ତବ୍ୟ

ସିଡିଏମ୍‌ଓ ସମ୍ମିଳନୀ: ନିରବଚ୍ଛିନ୍ନ ସ୍ବାସ୍ଥ୍ୟସେବା ଯୋଗାଇବା ସରକାରଙ୍କ କର୍ତ୍ତବ୍ୟ

ଭୁବନେଶ୍ୱର, ୧୧।୧(ବ୍ୟୁରୋ)- ରୋଗୀଙ୍କୁ ନିରବଚ୍ଛିନ୍ନ ସ୍ବାସ୍ଥ୍ୟସେବା ଯୋଗାଇଦେବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ। ଏଥିପାଇଁ ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନେକ ଯୋଜନା କରିଛନ୍ତି। ଯୋଜନାଗୁଡ଼ିକ କିଭଳି ସଫଳତାର ସହ କାର୍ଯ୍ୟକାରୀ ହୋଇପାରିବ ତାହା ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ)ଙ୍କ ଦାୟିତ୍ୱ। ଜନସାଧାରଣଙ୍କ ପାଖରେ ଯୋଜନାଗୁଡିକ ଠିକ୍‌ଭାବେ ପହଞ୍ଚତ୍ପାରିଲେ ସଫଳତା ନିଶ୍ଚୟ ମିଳିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ର଼୍ୟାଗିଙ୍ଗରେ ଛାତ୍ର ମୃତ୍ୟୁ ଘଟଣା: ରାଜଧାନୀରେ ବିଶାଖାପାଟଣା ପୋଲିସର ତଦନ୍ତ

ର଼୍ୟାଗିଙ୍ଗରେ ଛାତ୍ର ମୃତ୍ୟୁ ଘଟଣା: ରାଜଧାନୀରେ ବିଶାଖାପାଟଣା ପୋଲିସର ତଦନ୍ତ

ଭୁବନେଶ୍ୱର, ୧୧।୧(ବ୍ୟୁରୋ)- ବିଶାଖାପାଟଣାର ଶ୍ରୀ ଚୈତନ୍ୟ ଇନ୍‌ଷ୍ଟିଚ୍ୟୁଟରେ ର଼୍ୟାଗିଙ୍ଗ ଯୋଗୁ ଓଡ଼ିଆ ଛାତ୍ର ଶ୍ରେୟସଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଗୁରୁବାର ବିଶାଖାପାଟଣା ପୋଲିସ ଭୁବନେଶ୍ୱରରେ ପହଞ୍ଚତ୍ଛି। ବିଶାଖାପାଟଣାର ପାଲମା ଥାନାର ଏକ ଟିମ୍‌ ଚନ୍ଦ୍ରଶେଖରପୁର ପୋଲିସ ସହାୟତାରେ ଶ୍ରେୟସ ଯେଉଁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେଠାକୁ ଯାଇ ଡାକ୍ତରଙ୍କୁ ପଚରାଉଚରା କରିଛି।

ଭିତରକନିକା ଖୋଲିଲା

ଭିତରକନିକା ଖୋଲିଲା

ରାଜନଗର,୧୧।୧(ଡି.ଏନ.ଏ.)-କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ଗୁରୁବାର ଠାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲାଯାଇଛି ।

ବିଜେଡିରେ ସାମିଲ ହେଲେ ଅନୁଗୋଳ ପୌର ଉପାଧ୍ୟକ୍ଷା

ବିଜେଡିରେ ସାମିଲ ହେଲେ ଅନୁଗୋଳ ପୌର ଉପାଧ୍ୟକ୍ଷା

ଭୁବନେଶ୍ୱର(ବ୍ୟୁରୋ)/ଅନୁଗୋଳ ଅଫିସ,୧୧।୧: ଅନୁଗୋଳ ପୌର ଉପାଧ୍ୟକ୍ଷା ରାମପତି ମାଣ୍ଡୋଥିଆ ଗୁରୁବାର ବିଜେଡିରେ ଯୋଗ ଦେଇଛନ୍ତି। ବିଧାୟକ ରଜନୀକାନ୍ତ ସିଂହଙ୍କ ନେତୃତ୍ୱରେ ନବୀନ ନିବାସରେ ଆୟୋଜିତ ମିଶ୍ରଣ ପର୍ବରେ ରାମପତିଙ୍କ ସହ ବହୁ କଂଗ୍ରେସ କର୍ମୀ ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି।

୨୦୧୯ ସୁଦ୍ଧା ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବୀକରଣ

୨୦୧୯ ସୁଦ୍ଧା ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବୀକରଣ

ଭୁବନେଶ୍ୱର, ୧୧।୧(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡର ନବୀକରଣ ଏପ୍ରିଲ ୨୦୧୯ ସୁଦ୍ଧା କରାଯାଇ ଏହାକୁ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ ଭାବରେ ବିକଶିତ କରାଯିବ। ଏଥିରେ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ମହାନଦୀ ପ୍ରସଙ୍ଗ, ଦସ୍ତଖତ ସଂଗ୍ରହ କରିବ ସିପିଆଇଏମ୍‌

ମହାନଦୀ ପ୍ରସଙ୍ଗ, ଦସ୍ତଖତ ସଂଗ୍ରହ କରିବ ସିପିଆଇଏମ୍‌

ଭୁବନେଶ୍ୱର, ୧୧।୧(ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ୩୦ ଜିଲାରୁ ୩୦ ଲକ୍ଷ ଦସ୍ତଖତ ସଂଗ୍ରହ କରିବ ସିପିଆଇଏମ୍‌। ଏ ନେଇ ଗୁରୁବାର ଦଳୀୟ କାର୍ଯ୍ୟାଳୟରେ କହିଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ଅଳି କିଶୋର ପଟ୍ଟନାୟକ। ମହାନଦୀ ସମସ୍ୟାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଏକମାତ୍ର ବାଟ।

ସତ୍ୟବାଦୀ: ବିଜେଡି ଛାଡିଲେ ପୂର୍ବତନ ବିଧାୟକ

ସତ୍ୟବାଦୀ: ବିଜେଡି ଛାଡିଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର, ୧୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ରଲେଖି ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି ସତ୍ୟବାଦୀ ପୂର୍ବତନ ବିଜେଡି ବିଧାୟକ ରମା ରଞ୍ଜନ ବଳିଆରସିଂ।

ଚିଲିକା ମହୋତ୍ସବ ଆରମ୍ଭ

ଚିଲିକା ମହୋତ୍ସବ ଆରମ୍ଭ

କୃଷ୍ଣ ପ୍ରସାଦ, ୧୧।୧(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ାରେ ଗୁରୁବାରଠାରୁ ୬ଷ୍ଠ ଚିଲିକା ମହୋତ୍ସବ ଆରମ୍ଭ ହୋଇଯାଇଛି। ଏହା ୪ ଦିନ ଧରି ଚାଲିବ।

ଲାଞ୍ଚ ନେବାବେଳେ ଧରାପଡ଼ିଲେ କପ୍ତିପଦା ତହସିଲଦାର

ଲାଞ୍ଚ ନେବାବେଳେ ଧରାପଡ଼ିଲେ କପ୍ତିପଦା ତହସିଲଦାର

ଉଦଳା/କପ୍ତିପଦା/ବାରିପଦା ଅଫିସ, ୧୧।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ତହସିଲଦାର ଶରତ ଚନ୍ଦ୍ର ମଲିକ ଗୁରୁବାର ନିଜ ଭଡ଼ା ଘରେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଶ୍ରୀମନ୍ଦିରରେ ନଡ଼ିଆ ଭଙ୍ଗା କଟକଣା

ଶ୍ରୀମନ୍ଦିରରେ ନଡ଼ିଆ ଭଙ୍ଗା କଟକଣା

ପୁରୀ ଅଫିସ, ୧୦।୧: ଏଣିକି କୌଣସି ସେବାୟତ ଶ୍ରୀମନ୍ଦିର ଜଗମୋହନ ତଥା ଭିତରକାଠରେ ନଡ଼ିଆ ଭାଙ୍ଗିପାରିବେ ନାହିଁ। ଏ ନେଇ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ। ବୁଧବାର ବିଧିବଦ୍ଧ ଭାବେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିସହ ସମସ୍ତ ସେବାୟତ ନିଯୋଗକୁ ମଧ୍ୟ ଚିଠି କରାଯାଇଛି।

ଭିତରକନିକାରେ କୁମ୍ଭୀର, ପକ୍ଷୀ ସଂଖ୍ୟା ବୃଦ୍ଧି

ରାଜନଗର, ୧୦।୧ (ଡି.ଏନ୍‌.ଏ.)- କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୁମ୍ଭୀର ଓ ପକ୍ଷୀ ସଂଙ୍ଖ୍ୟା ବୃଦ୍ଧି ପାଇଛି।

ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଜାରି ରହିବ ‘ଏମ୍‌ପିଲାଡ୍‌ ସ୍କିମ୍‌’

ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଜାରି ରହିବ ‘ଏମ୍‌ପିଲାଡ୍‌ ସ୍କିମ୍‌’

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ସାଂସଦ ଆଞ୍ଚଳିକ ବିକାଶ କାର୍ଯ୍ୟକ୍ରମ ‘ଏମ୍‌ପିଲାଡ ସ୍କିମ’ ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ଜାରି ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି। ଏହି ନିଷ୍ପତ୍ତି ଅନୁଯାୟୀ ଆଗାମୀ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଏହି ସ୍କିମ ସାଂସଦମାନଙ୍କ ପାଇଁ ଲାଗୁ ରହିବ।

ବଜେଟ ପୂର୍ବରୁ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ବଜେଟ ପୂର୍ବରୁ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ପ୍ରାକ୍‌ ବଜେଟକୁ ନେଇ ଆଲୋଚନା କରୁଛନ୍ତି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ରାଜ୍ୟ ଅତିଥି ଭବନଠାରେ ଆୟୋଜିତ ହୋଇଛି।

ଜମି ବିବାଦରୁ ଗୁଳିମାଡ଼, ୩ ଗୁରୁତର

ଜମି ବିବାଦରୁ ଗୁଳିମାଡ଼, ୩ ଗୁରୁତର

ଧର୍ମଶାଳା, ୧୦।୧ (ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଭରତପୁର ଗ୍ରାମରେ ବୁଧବାର ସକାଳେ ଗୁଳିମାଡ଼ ହୋଇଛି। ଏଥିରେ ଗୋଟିଏ ପରିବାରର ଜଣେ ମହିଳାଙ୍କ ସମେତ ୩ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସେହି ଗ୍ରାମର କ୍ଷୀରୋଦ ପ୍ରଧାନଙ୍କ ସ୍ତ୍ରୀ ସୁଜାତା (୫୦), ୨ ପୁଅ ବିବେକ(୨୯) ଓ ରଞ୍ଜନ (୨୪)। ସେମାନଙ୍କୁ ପ୍ରଥମେ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପାପୁଲିବିହୀନ ଶିକାରୀ ଗିରଫ

ପାପୁଲିବିହୀନ ଶିକାରୀ ଗିରଫ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ଭରତପୁର ସଂରକ୍ଷିତ ଜଙ୍ଗଲରୁ ମଙ୍ଗଳବାର ବିଳମ୍ବିତ ରାତିରେ ବନ ବିଭାଗ କର୍ମଚାରୀ ଜଣେ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି।