ରାଜ୍ୟ

ଆଜିଠୁ ଜଗମୋହନରୁ ଦାରୁଦିଅଁ ଦର୍ଶନ:ଜୟବିଜୟ ଦ୍ୱାର ଦେଇ ପ୍ରବେଶ, ବେହେରଣ ଦ୍ୱାରରେ ପ୍ରସ୍ଥାନ

ଆଜିଠୁ ଜଗମୋହନରୁ ଦାରୁଦିଅଁ ଦର୍ଶନ:ଜୟବିଜୟ ଦ୍ୱାର ଦେଇ ପ୍ରବେଶ, ବେହେରଣ ଦ୍ୱାରରେ ପ୍ରସ୍ଥାନ

ପୁରୀ ଅଫିସ,୧୫ା୪: ଭକ୍ତଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ୨ ବର୍ଷ ୨ ମାସ ୨୦ ଦିନ ପରେ ସୋମବାରଠାରୁ ଶ୍ରୀମନ୍ଦିର ଜଗମୋହନରୁ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବେ। ଏଥିପାଇଁ ଶ୍ରଦ୍ଧାଳୁଙ୍କ ମନରେ କାହିଁ କେତେ ଉତ୍କଣ୍ଠା। ପ୍ରଥମ ଦିନ ସକାଳ ଧୂପ ପରେ ଭିତରକାଠ ନିକଟରୁ ଦାରୁଦିଅଁଙ୍କୁ ଦର୍ଶନ କରିବେ। କିନ୍ତୁ ଅନ୍ୟ ଦିନମାନଙ୍କରେ ମଙ୍ଗଳ ଆଳତି ପରଠାରୁ ଜଗମୋହନରୁ ଦର୍ଶନ ଆରମ୍ଭ ହେବ। ମହାପ୍ରଭୁଙ୍କ କେତେକ ବିଶେଷ ନୀତିକାନ୍ତି ସମୟରେ ଜଗମୋହନରୁ ଦର୍ଶନ ବନ୍ଦ ରହିବ। ଉକ୍ତଦିନ ନାଟମଣ୍ଡପର ବାହାର କାଠ ନିକଟରୁ ଭକ୍ତ ଦର୍ଶନ କରିବେ।

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପ୍ରସ୍ତୁତି: ଆରମ୍ଭ ହେଲା ଚାପ କାମ

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପ୍ରସ୍ତୁତି: ଆରମ୍ଭ ହେଲା ଚାପ କାମ

ପୁରୀ ଅଫିସ,୧୫ା୪: ଆସନ୍ତା ୧୮ ତାରିଖରେ ଚନ୍ଦନ ଯାତ୍ରା। ଏହି ଯାତ୍ରା ୬୩ ଦିନ ଧରି ଚାଲିବ। ବାହାର ଚନ୍ଦନ ଯାତ୍ରାରେ ମହାପ୍ରଭୁ ୨୧ ଦିନ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ। ଏଥିପାଇଁ ରବିବାରଠାରୁ ଚାପ କାମ ଆରମ୍ଭ ହୋଇଛି। ୩ ରଥର ମହାରଣା, ଭୋଇ ସେବକମାନେ ଏହି କାମରେ ଲାଗିଛନ୍ତି। ପ୍ରଥମ ଦିନରେ ୨ଟି ଲେଖାଏ ଡଙ୍ଗାକୁ ଯୋଡି ୨ଟି ଚାପ (ନନ୍ଦା ଓ ଭଦ୍ରା) ପ୍ରସ୍ତୁତ କରାଯାଇଛି। ଏହି ୨ ଚାପ ଉପରେ କାଠପଟା ବାଡିଆ କାମ ଚାଲିଛି। ପରମ୍ପରା ମୁତାବକ, ଚୈତ୍ର ପୂର୍ଣ୍ଣିମାରେ ନରେନ୍ଦ୍ର ପୁଷ୍କରିଣୀ ମଧ୍ୟରେ ରଖାଯାଇଥିବା ୫ ଡଙ୍ଗାକୁ ଶ୍ରୀମନ୍ଦିର ଭୋଇସେବକମାନେ ଉପରକୁ କାଢିଥିଲେ। ଡଙ୍ଗାଗୁଡ଼ିକୁ ପୁଷ୍କରିଣୀ କଡ଼ରେ ରଖାଯାଇଥିଲା। ଶୁଖିବା ପରେ ସେଥିରେ ରଙ୍ଗ ଦିଆଯାଇଥିଲା ବୋଲି ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି। ସୂଚନାଯୋଗ୍ୟ, ନନ୍ଦା ଚାପରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଏବଂ ଭଦ୍ରା ଚାପରେ ରାମକୃଷ୍ଣ ଓ ପଞ୍ଚ ମହାଦେବ ବିଜେ କରି ଚାପ ଖେଳିଥାନ୍ତି। ବୈଜୟନ୍ତୀ ଡଙ୍ଗାରେ ତେଲିଙ୍ଗି ବାଜା ବଜାଯାଏ।

ସ୍ବାମୀ-ସ୍ତ୍ରୀଙ୍କୁ ମିଶାଇଲା ଫେସ୍‌ବୁକ

ସ୍ବାମୀ-ସ୍ତ୍ରୀଙ୍କୁ ମିଶାଇଲା ଫେସ୍‌ବୁକ

ଭୁବନେଶ୍ୱର, ୧୫ା୪(ବ୍ୟୁରୋ)- ସ୍ବାମୀଙ୍କ ସହ ଝଗଡ଼ା କରି ଘରଛାଡ଼ି ଦେଇଥିଲେ ସ୍ତ୍ରୀ। ପରବର୍ତ୍ତୀ ସମୟରେ ଚିନ୍ତାଗ୍ରସ୍ତ ହୋଇପଡ଼ି ମାନସିକ ଭାରସାମ୍ୟ ହରାଇ ବସିଲେ। ଘରକୁ ଫେରିବା ବାଟ ବନ୍ଦ ହୋଇଯାଇଥିଲା। ସ୍ବାମୀ ସ୍ତ୍ରୀଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ସ୍ତ୍ରୀଙ୍କ ନିଖୋଜ ନେଇ ସେ ବି ଚିନ୍ତାରେ ଥିଲେ। କିନ୍ତୁ ସୋସିଆଲ ମିଡିଆ ଫେସ୍‌ବୁକ୍‌ ଏହି ଦମ୍ପତିଙ୍କ ପାଇଁ ଦେବଦୂତ ସାଜିଲା। ଉଭୟଙ୍କୁ ମିଶାଇବାରେ ସଫଳ ହେଲା। ଫେସ୍‌ବୁକ ଜରିଆରେ ସ୍ତ୍ରୀ ଭୁବନେଶ୍ୱରରେ ଥିବା ସ୍ବାମୀ ଜାଣିବାକୁ ପାଇଥିଲେ। ଏହାପରେ ରବିବାର ସେ ବମ୍ବେରୁ ଭୁବନେଶ୍ୱର ଆସି ତାଙ୍କ ସ୍ତ୍ରୀଙ୍କୁ ନେଇ ଘରକୁ ଫେରିଛନ୍ତି।

ବ୍ୟକ୍ତିକୈନ୍ଦ୍ରିକ ଚିନ୍ତାଧାରା ସାମାଜିକ ବିଶୃଙ୍ଖଳା ସୃଷ୍ଟି କରେ

ବ୍ୟକ୍ତିକୈନ୍ଦ୍ରିକ ଚିନ୍ତାଧାରା ସାମାଜିକ ବିଶୃଙ୍ଖଳା ସୃଷ୍ଟି କରେ

ପୁରୀ ଅଫିସ,୧୫।୪: ପୁରୀ ସହର ଓଡ଼ିଶାର ପ୍ରତୀକ। ରାଜ୍ୟ ବାହାରେ ଓଡ଼ିଶାକୁ ଲୋକେ ଜଗନ୍ନାଥ ପୁରୀ ବୋଲି ଜାଣୁଥିଲେ। ଏବେ ରାଜନୀତି ଯୋଗୁ ହେଉ କି କିଏ ଖଣିମାଫିଆ ହୋଇଗଲା, କିଏ କୋଟି କୋଟି ଟଙ୍କା କରିଦେଲା ସେଥିରୁ ଓଡ଼ିଶାକୁ ଟିକିଏ ଟିକିଏ ଜାଣୁଛନ୍ତି। ନହେଲେ ବାସ୍ତବରେ ଆମର ପରିଚୟ ପୁରୀ ଜଗନ୍ନାଥ ବା ଜଗନ୍ନାଥ ପୁରୀ। କେହି ଆମଙ୍କୁ ଢେଙ୍କାନାଳ କି ସମ୍ବଲପୁର ଅବା ଗଞ୍ଜାମବାସୀ ଭାବରେ ଜାଣୁ ନ ଥିଲେ ବୋଲି କହିଛନ୍ତି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ।

ବଦଳିଲେ କଂଗ୍ରେସ ସହ ପ୍ରଭାରୀ ଶୁଭଙ୍କର

ବଦଳିଲେ କଂଗ୍ରେସ ସହ ପ୍ରଭାରୀ ଶୁଭଙ୍କର

ଭୁବନେଶ୍ୱର, ୧୫ା୪(ବ୍ୟୁରୋ): ରବିବାର କଂଗ୍ରେସ ଦଳରେ ଏକ ବଡ ପରିବର୍ତ୍ତନ ହୋଇଛି। କଂଗ୍ରେସର ରାଜ୍ୟ ସହପ୍ରଭାରୀ ଦାୟିତ୍ୱରେ ଥିବା ଶୁଭଙ୍କର ସରକାରଙ୍କୁ ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ୪ଜଣଙ୍କୁ ଓଡିଶାର ସାଙ୍ଗଠନିକ ଦାୟିତ୍ୱ ମିଳିଛି। ଏଭଳି ପରିବର୍ତ୍ତନ ପ୍ରକ୍ରିୟା ଦଳୀୟ ନେତା ଓ କର୍ମୀ ମହଲରେ ଉତ୍ସାହ ସୃଷ୍ଟି କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଓଡିଶା କଂଗ୍ରେସ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ରହିଥିବା ଏଥିରୁ ସ୍ପଷ୍ଟ ହୋଇଛି ବୋଲି ଦଳର ନେତାମାନେ ମତ ରଖିଛନ୍ତି।

ଜଗମୋହନ ମରାମତିରେ ୬କୋଟିରୁ ଊର୍ଦ୍ଧ୍ୱ ଖର୍ଚ୍ଚ

ଜଗମୋହନ ମରାମତିରେ ୬କୋଟିରୁ ଊର୍ଦ୍ଧ୍ୱ ଖର୍ଚ୍ଚ

ପୁରୀ ଅଫିସ୍‌, ୧୫ା୪: ବହୁ ବାଦବିବାଦ ପରେ ଜଗମୋହନ ମରାମତି ସରିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋମବାରଠାରୁ ଜଗମୋହନରୁ ଆରମ୍ଭ ହେବ ଦର୍ଶନ। ଜଗମୋହନ ମରାମତି ବାବଦରେ ଏଏସ୍‌ଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୬କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ଦାବିକୁ ଅଯୌକ୍ତିକ କହିଲା ଭାଜପା

ମୁଖ୍ୟମନ୍ତ୍ରୀଙ୍କ ଦାବିକୁ ଅଯୌକ୍ତିକ କହିଲା ଭାଜପା

ଭୁବନେଶ୍ୱର, ୧୫।୪(ବ୍ୟୁରୋ): କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟିକସ ଆବଣ୍ଟନ ଲାଗି ଭାରତ ସରକାର ପଞ୍ଚଦଶ ଅର୍ଥ କମିଶନର ଟର୍ମସ୍‌ ଅଫ୍‌ ରେଫରେନ୍ସ(ଟିଓଆର୍‌) ଯାହା ଧାର୍ଯ୍ୟ କରିଛନ୍ତି ସେଥିରେ ଓଡ଼ିଶା ଭଳି ରାଜ୍ୟର କ୍ଷତି ହେବ। ରାଜ୍ୟ ରାଜ୍ୟ ମଧ୍ୟରେ ଟିକସ ଆବଣ୍ଟନ ପାଇଁ ଭାରତ ସରକାର ୨୦୧୧ ଜନଗଣନାକୁ ଆଧାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାକୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଦେବା ପାଇଁ ୨୦୧୧ ଜନଗଣନାକୁ ନୁହେଁ ବରଂ ୧୯୭୧ ଜନଗଣନାକୁ ଆଧାର କରାଯାଉ।

ବ୍ୟାଙ୍କ ଠକେଇ ତଥ୍ୟ ମାଗିଲେ ସିଭିସି

ବ୍ୟାଙ୍କ ଠକେଇ ତଥ୍ୟ ମାଗିଲେ ସିଭିସି

ବମ୍ବେ,୧୫ା୪(ପି.ଟି): ବ୍ୟାଙ୍କ ଜାଲିଆତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଲାଗିରହିଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ଏବଂ ୟୁକୋ ବ୍ୟାଙ୍କରେ ବିପୁଳ ମାତ୍ରାର ଅର୍ଥ ଠକେଇ ହୋଇଥିବାର ଅଭିଯୋଗ ଉଠିବା ପରେ ଏଭଳି ଜାଲିଆତିକୁ ରୋକିବା ସକାଶେ ତପତ୍ରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି) ନିଜଆଡୁ ବ୍ୟାଙ୍କଗୁଡ଼ିକଠାରୁ ଠକେଇ ସଂକ୍ରାନ୍ତ ତଥ୍ୟ ଲୋଡ଼ିଛି। କୌଣସି ବ୍ୟାଙ୍କରେ ୩ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ହୋଇଥିଲେ ଏ ସଂକ୍ରାନ୍ତ ତଥ୍ୟ ସିଭିସିକୁ ଦେବା ସକାଶେ ନିର୍ଦ୍ଦେଶ ଦିଆଯାଇଛି। ଏହି ତଥ୍ୟ ମିଳିବା ପରେ ଠକେଇକୁ ବିଶ୍ଲେଷଣ କରି ସେହି ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଭିସି କେ.ଭି. ଚୌଧୁରୀ ସୂଚନା ଦେଇଛନ୍ତି।

ଆଜିଠୁ ଜଗମୋହନରୁ ଦିଅଁ ଦର୍ଶନ

ଆଜିଠୁ ଜଗମୋହନରୁ ଦିଅଁ ଦର୍ଶନ

ପୁରୀ ଅଫିସ,୧୫ା୪: ଭକ୍ତଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ୨ ବର୍ଷ ୨ ମାସ ୨୦ ଦିନ ପରେ ସୋମବାରଠାରୁ ଶ୍ରୀମନ୍ଦିର ଜଗମୋହନରୁ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବେ। ଏଥିପାଇଁ ଶ୍ରଦ୍ଧାଳୁଙ୍କ ମନରେ କାହିଁ କେତେ ଉତ୍କଣ୍ଠା। ପ୍ରଥମ ଦିନ ସକାଳ ଧୂପ ପରେ ଭିତରକାଠ ନିକଟରୁ ଦାରୁଦିଅଁଙ୍କୁ ଦର୍ଶନ କରିବେ।

ଜାଲ ନୋଟ୍‌ ଧାର ଦେଇଥିଲେ ଡାକ୍ତର

ଜାଲ ନୋଟ୍‌ ଧାର ଦେଇଥିଲେ ଡାକ୍ତର

ସିମୁଳିଆ,୧୫ା୪(ଡି.ଏନ.ଏ.): ବାଲେଶ୍ୱର ଜିଲାରେ ବିଭିନ୍ନ ଅଞ୍ଚଳରେ ଜାଲ୍‌ନୋଟ କାରବାର କରୁଥିବା ଏକ ର଼୍ୟାକେଟ୍‌ର ପର୍ଦ୍ଦାଫାଶ ହୋଇଛି। ଧାରସୂତ୍ରରେ ଜାଲନୋଟ୍‌ ଦେଇଥିବା ଜଣେ ହୋମିଓପାଥିକ ଡାକ୍ତରଙ୍କ ସମେତ ର଼୍ୟାକେଟ୍‌ରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ମାରୁତି ସୁଇଫ୍ଟ କାର(ନଂ.ଡିଏଲ ୦୯ ସିଏମ୍‌ ୬୧୨୭) ସମେତ ୨ଟି ବାଇକ ଓ ୧ଲକ୍ଷ ୪୮ହଜାର ଟଙ୍କାର ୨ ହଜାର ଟଙ୍କିଆ ଜାଲ୍‌ ନୋଟ ଜବତ କରାଯାଇଛି।

ବ୍ୟାଙ୍କ ମ୍ୟାନେଜର ଲୁଟେରା

ବ୍ୟାଙ୍କ ମ୍ୟାନେଜର ଲୁଟେରା

ବାରିପଦା ଅଫିସ/ବଡସାହି, ୧୫ା୪( ସ୍ବ.ପ୍ର.): ଲୋକଙ୍କୁ ସେବା ଯୋଗାଉଥିବା ଏକ ବ୍ୟାଙ୍କର ମ୍ୟାନେଜର ନିଜେ ଲୁଟେରା ସାଜିବା ଭଳି ଘଟଣା ପଦାକୁ ଆସିଛି। ଗତ ୫ତାରିଖ ଅପରାହ୍ନ ୨ଟା ସମୟରେ ମୟୂରଭଞ୍ଜ ଜିଲା ବାରିପଦାରୁ ବଡ଼ସାହି ଥାନା ଅନ୍ତର୍ଗତ ବନ୍ଧନ ବ୍ୟାଙ୍କ ମାଣତ୍ରୀ ଶାଖାକୁ ୩ଲକ୍ଷ ୪୦ହଜାର ଟଙ୍କା ଅଣାଯାଉଥିଲା। ବାଟରେ ୪ ଲୁଟେରା ବାଇକ୍‌ରେ ଆସି ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ନେଇଥିବା ବଡସାହି ଥାନାରେ ଅଭିଯୋଗ କରାଯାଇଥିଲା।

ଟିଓଆର୍‌ ପରିବର୍ତ୍ତନ ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଟିଓଆର୍‌ ପରିବର୍ତ୍ତନ ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର, ୧୫।୪(ବ୍ୟୁରୋ): କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟିକସ ଆବଣ୍ଟନ ନେଇ ଭାରତ ସରକାରଙ୍କ ପଞ୍ଚଦଶ ଅର୍ଥ କମିଶନ ଯେଉଁ ଟର୍ମସ୍‌ ଅଫ୍‌ ରେଫରେନ୍ସ(ଟିଓଆର୍‌) ଧାର୍ଯ୍ୟ କରିଛନ୍ତି, ସେଥିରେ ପରିବର୍ତ୍ତନ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏହି ମର୍ମରେ ଏପ୍ରିଲ ୧୩ରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିର ନକଲ।

ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା: ଜଣେ ମୃତ, ଜଣେ ଗୁରୁତର

ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା: ଜଣେ ମୃତ, ଜଣେ ଗୁରୁତର

ଚଣ୍ଡିଖୋଲ,୧୫।୪(ଡି.ଏନ୍‌.ଏ.): ବଡଚଣା-ଦର୍ପଣ ରାସ୍ତାର ଚଣ୍ଡିଖୋଲ ଡାକବଙ୍ଗଳା ନିକଟରେ ରବିବାର ଅପରାହ୍ନ ୨ଟା ସମୟରେ ଏକ ହାଇୱା ଧକ୍କା ଦେବାରୁ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ଆଇଆଇଏମ୍‌ ସମ୍ବଲପୁର ୨ୟ ସମାବର୍ତ୍ତନ ଉତ୍ସବ: ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଆଇଆଇଏମ୍‌ ସମ୍ବଲପୁର ୨ୟ ସମାବର୍ତ୍ତନ ଉତ୍ସବ: ଯୋଗଦେଲେ ମୁଖ୍ୟମନ୍ତ୍ରୀ

ବୁର୍ଲା,୧୫।୪ (ଡି.ଏନ୍‌.ଏ.): ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ରେ ସମ୍ବଲପୁର ଆଇଆଇଏମ୍‌ର ୨ୟ ସମାବର୍ତ୍ତନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

ହଟିଲେ ଶୁଭଙ୍କର ସରକାର: ଦାୟିତ୍ୱ ନେଲେ ୩ ସମ୍ପାଦକ

ହଟିଲେ ଶୁଭଙ୍କର ସରକାର: ଦାୟିତ୍ୱ ନେଲେ ୩ ସମ୍ପାଦକ

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ଓଡ଼ିଶା ସମ୍ପାଦକ ପଦରୁ ଶୁଭଙ୍କର ସରକାରଙ୍କୁ ହଟାଯାଇଛି। ତାଙ୍କ ସ୍ଥାନରେ ୩ ଜଣଙ୍କୁ ନୂତନ ସମ୍ପାଦକ ଓ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି।

କଠୁଆ ଗଣବଳାତ୍କାର ମାମଲା: ଯୁବ କଂଗ୍ରେସର ନୀରବ ପ୍ରତିବାଦ

କଠୁଆ ଗଣବଳାତ୍କାର ମାମଲା: ଯୁବ କଂଗ୍ରେସର ନୀରବ ପ୍ରତିବାଦ

ବରଗଡ଼ ଅଫିସ,୧୫।୪: ଭାଜପା-ପିଡିପି ମେଣ୍ଟ ଶାସିତ ଜମ୍ମୁ-କଶ୍ମୀର ଅନ୍ତର୍ଗତ କଠୁଆ ଜିଲା ଅନ୍ତର୍ଗତ ବକେରଓ୍ବାଲ ଗ୍ରାମରେ ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ, ପ୍ରତିବାଦ ତେଜି ଉଠିଛି।

ଧାର୍ଯ୍ୟ ସମୟ ଶେଷ ହୋଇ ୭ ମାସ ବିତିଲା: ସରିଲାନି ତେଲ ନଦୀ ପୋଲ କାମ

ଧାର୍ଯ୍ୟ ସମୟ ଶେଷ ହୋଇ ୭ ମାସ ବିତିଲା: ସରିଲାନି ତେଲ ନଦୀ ପୋଲ କାମ

ଜୁନାଗଡ,୧୫।୪(ଡି.ଏନ୍‌.ଏ)-ଗମନାଗମନର ସୁବିଧା ଓ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ସଂଯୋଗ କରିବା ପାଇଁ ରାଜ୍ୟ ସରକାର ବିଜୁସେତୁ ଯୋଜନା ଆରମ୍ଭ କରିଛନ୍ତି। ଏଥିପାଇଁ ବିଭିନ୍ନ ନଦୀ ନାଳ ଉପରେ ପୋଲ ତିଆରି କରି ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରିକି ଏହି ପୋଲ କାମ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଉଛି। ତେବେ ବିଭାଗୀୟ ଅଧିକାରୀଙ୍କ ମାତ୍ରାଧିକ ଠିକାଦାର ପ୍ରୀତି ଯୋଗୁ ଏହି ଯୋଜନା ଏବେ ସଫଳ ରୂପାୟନ ହୋଇପାରୁନାହିଁ। ଫଳରେ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହେବା ପରେ ମଧ୍ୟ ପୋଲ ତିଆରି କାମ ସରିପାରୁନି। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଆଟିଗାଁ ତେଲ ନଦୀ ଉପରେ ତିଆରି ହେଉଥିବା ବିଜୁ ସେତୁ କାମରେ। ରାଜ୍ୟ ସରକାର ଜୁନାଗଡ ବ୍ଲକ ଓ ଗୋଲାମୁଣ୍ଡା ବ୍ଲକ ମଧ୍ୟରେ ସଂଯୋଗ କରିବା ଉଦ୍ଦେଶ୍ୟରେ ଆଟିଗାଁ ତେଲ ନଦୀ ଉପରେ ଏକ ବିଜୁ ସେତୁ ନିର୍ମାଣ ପାଇଁ ଅନୁମୋଦନ କରିଥିଲେ। ଭବାନୀପାଟଣା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୩୩୯-୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଜୁନାଗଡ଼ ବ୍ଲକର ଆଟିଗାଁ ଠାରୁ ଗୋଲାମୁଣ୍ଡା ବ୍ଲକର ଡୋକ୍ରିପଡା ରାସ୍ତାର ତେଲ ନଦୀ ଉପରେ ଏହି ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ନିର୍ମାଣର ଦାୟିତ୍ୱ ଏକ ଠିକା ସଂସ୍ଥାକୁ ପ୍ରଦାନ କରାଯାଇଥିଲା। ଏହି ପୋଲ କାମ ୧/୫/୨୦୧୫ରେ ଆରମ୍ଭ ହୋଇ ୩୧/୮/୨୦୧୭ରେ ସାରିବାକୁ ଅବଧି ରହିଥିଲା। ବର୍ତ୍ତମାନ ଏହି ପୋଲ କାମର ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇ ଇତିମଧ୍ୟରେ ୭ ମାସ ବିତିଯାଇଥିଲେ ମଧ୍ୟ ଏ ଯାଏଁ ଅଧପ୍ରତିଶତ କାମ ମଧ୍ୟ ସରି ନ ଥିବା ଦେଖିବାକୁ ମିଳିଛି।

୨ ବର୍ଷ ୨ ମାସ ପରେ ଖୋଲିବ ଜଗମୋହନ: ସକାଳଧୂପ ପରେ ଦର୍ଶନ

୨ ବର୍ଷ ୨ ମାସ ପରେ ଖୋଲିବ ଜଗମୋହନ: ସକାଳଧୂପ ପରେ ଦର୍ଶନ

ପୁରୀ ଅଫିସ, ୧୫।୪: ଦୀର୍ଘ ୨ ବର୍ଷ ୨ ମାସ ପରେ ସୋମବାରଠାରୁ ଶ୍ରୀମନ୍ଦିର ଜଗମୋହନରୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳଧୂପ ନୀତି ପରେ ଦର୍ଶନ ଆରମ୍ଭ ହେବ । ଜଗମୋହନର ଭିତର କାଠ ନିକଟରୁ ଭକ୍ତମାନେ ଦର୍ଶନ କରିପାରିବେ। କିନ୍ତୁ ଅନ୍ୟ ଦିନମାନଙ୍କରେ ମଙ୍ଗଳ ଆଳତି ପରଠାରୁ ଜଗମୋହନରୁ ଭକ୍ତଙ୍କ ଦର୍ଶନ ଆରମ୍ଭ ହେବ। ନୀତିକାନ୍ତି ସମୟରେ ବିଶେଷକରି ଭୋଗ ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାସ ରବିବାର ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶରେ ଧ୍ୟାନ ଦିଅନ୍ତୁ: ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶରେ ଧ୍ୟାନ ଦିଅନ୍ତୁ: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୫।୪(ବ୍ୟୁରୋ): ପଞ୍ଚଦଶ ଅର୍ଥ କମିଶନର ଟିଓଆର୍‌(ଟର୍ମ ଅଫ୍‌ ରେଫରେନ୍ସ) ପରିବର୍ତ୍ତନ କରିବା ଏବଂ ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ।

ବିଜେଡିର ମହାସମ୍ମିଳନୀ ପ୍ରସ୍ତୁତି ବୈଠକ: ବହୁ ବରିଷ୍ଠ ନେତା ସାମିଲ

ବିଜେଡିର ମହାସମ୍ମିଳନୀ ପ୍ରସ୍ତୁତି ବୈଠକ: ବହୁ ବରିଷ୍ଠ ନେତା ସାମିଲ

ଭୁବନେଶ୍ୱର,୧୫।୪(ବ୍ୟୁରୋ): ମହାନଦୀକୁ ନେଇ ବିଜେଡିର ମହାସମ୍ମିଳନୀ ବୈଠକ ପୂର୍ବରୁ ରବିବାର ଦଳୀୟ କାର୍ଯ୍ୟାଳୟଠାରେ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଦଳର ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି।

ଜମିରେ ମାଡୁଛି କେମିକାଲ୍‌ ପାଣି, ମିଲ୍କ ମନ୍ତ୍ର ଅଫିସ ସମ୍ମୁଖରେ ଚାଷୀଙ୍କ ଧାରଣା

ଜମିରେ ମାଡୁଛି କେମିକାଲ୍‌ ପାଣି, ମିଲ୍କ ମନ୍ତ୍ର ଅଫିସ ସମ୍ମୁଖରେ ଚାଷୀଙ୍କ ଧାରଣା

ଗୋପ,୧୫।୪(ଡି.ଏନ୍‌.ଏ): ଗୋପ-କୋଣାର୍କ ରାସ୍ତାର ଶାରଡାଠାରେ ଥିବା ମିଲ୍କ ମନ୍ତ୍ର ଅଫିସ ସମ୍ମୁଖରେ ବଗଳେଇ ଗ୍ରାମର ଚାଷୀମାନେ ରବିବାର ଧାରଣା ଦେଇଛନ୍ତି।

୪ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

୪ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ସଜନାଗଡ଼,୧୫।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ହାଟସାହି ଗ୍ରାମର ଜଣେ ୪ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ରବିବାର ଅଭିଯୋଗ ହୋଇଛି। ଚକୋଲେଟ ପ୍ରଲୋଭନ ଦେଖାଇ ଉକ୍ତ ଗ୍ରାମର ଜଣେ ଯୁବକ ବଳାତ୍କାର କରିଛନ୍ତିି।

ମାସ ଅଧା ହେଲାଣି, ମିଳିଲାନି ଦରମା

ମାସ ଅଧା ହେଲାଣି, ମିଳିଲାନି ଦରମା

ଭୁବନେଶ୍ୱର,୧୪। ୪(ବ୍ୟୁରୋ)ସରକାରୀ କର୍ମଚାରୀମାନଙ୍କର ଦରମା ମିଳିବା ବିମ୍ବଳ ହୋଇଛି। ପ୍ରତିମାସ ୧ରୁ ୪ ତାରିଖ ମଧ୍ୟରେ ଦରମା ପାଉଥିବା ୪ ଲକ୍ଷ କର୍ମଚାରୀ ଏପ୍ରିଲ ମାସ ୧୬ ତାରିଖ ସୁଦ୍ଧା ମଧ୍ୟ ଦରମା ପାଇପାରିବେ ନାହିଁ। ମାସ ଅଧା ହେବାକୁ ବସିଥିବା ବେଳେ ଦରମା ନ ପାଇ ପରିବାର ପ୍ରତିପୋଷଣ ନେଇ ହଇରାଣ ହରକତ ହେଉଛନ୍ତି ବୋଲି କର୍ମଚାରୀମାନେ କହିଛନ୍ତି। ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା(ଏଚଆରଏମଏସ) ତ୍ରୁଟି ଯୋଗୁ ଦରମା ପ୍ରଦାନରେ ବିଳମ୍ବ ହୋଇଥିବା କୁହାଯାଉଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ, ବଜ୍ରପାତ ଯୋଗୁ ଏଚଆରଏମଏସ ସର୍ଭର ପୋଡି ଯାଇଥିବାରୁ ବୈଷୟିକ ସମସ୍ୟା ସୃଷ୍ଟି ହୋଇଛି। ଅପଡେଟ ହେବା ପାଇଁ ବିଳମ୍ବ ହେଉଥିବାରୁ ସମୟ ଲାଗୁଛି। ଖୁବ୍‌ଶୀଘ୍ର ଏହା ଠିକ ହୋଇ ଦରମା ପ୍ରଦାନରେ ସହାୟକ ହେବ ବୋଲି ସେ କହିଛନ୍ତି।

ଗୋପୀନାଥ ଦେବଙ୍କ ସମ୍ପତ୍ତି ଅସୁରକ୍ଷିତ

ଗୋପୀନାଥ ଦେବଙ୍କ ସମ୍ପତ୍ତି ଅସୁରକ୍ଷିତ

ପୁରୀ ଅଫିସ, ୧୪।୪ଭୁବନେଶ୍ୱର ସହରର ମହୁଆ ମୌଜାରେ ସତ୍ୟବାଦୀ ଗୋପୀନାଥ ଦେବଙ୍କ ରହିଥିବା ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୪୫୩ ଡେସିମିଲ ଜମିକୁ ହଡ଼ପ କରାଯାଇଛି। ସତ୍ୟବାଦୀ ଗୋପୀନାଥ ଦେବ ଟ୍ରଷ୍ଟବୋର୍ଡ ଏବଂ ଦେବୋତ୍ତର ବିଭାଗର ଅଗୋଚରରେ ମାର୍ଫତଦାର ତଥା ପ୍ରଜା ସ୍ବତ୍ୱରେ ରହିଥିବା ଏହି ଜମିକୁ ବିକ୍ରି କରାଯାଇଛି। ଏହି କେଳେଙ୍କାରୀ ଧରାପଡିବା ପରେ ରାଜ୍ୟ ଦେବୋତ୍ତର କମିଶନରଙ୍କ ନିକଟରେ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନର ଧାରା ୨୫ ବଳରେ ଏକ ମାମଲା ରୁଜୁ ହୋଇଛି। ଉକ୍ତ ଜମିକୁ ପୁନରୁଦ୍ଧାର କରି ମନ୍ଦିରକୁ ହସ୍ତାନ୍ତର କରିବା ଲାଗି ଖୋର୍ଦ୍ଧା ଜିଲାପାଳଙ୍କୁ ନିର୍ଦ୍ଦେଶ ଦେବାକୁ ଉଲ୍ଲେଖ ରହିଛି। ଖୁବ୍‌ଶୀଘ୍ର ଉଭୟ ପକ୍ଷଙ୍କୁ ନୋଟିସ ଜାରି କରି ମାମଲାର ବିଚାର କରାଯିବ ବୋଲି ଦେବୋତ୍ତର କମିଶନର ବିରଜା ପ୍ରସାଦ ଦତ୍ତ କହିଛନ୍ତି।