ରାଜ୍ୟ

ଅଗ୍ନିକାଣ୍ଡରେ ୧୫ବଖରା ଜଳିଗଲା

ଅଗ୍ନିକାଣ୍ଡରେ ୧୫ବଖରା ଜଳିଗଲା

ବନ୍ତଳା,୧୬।୬(ଡି.ଏନ୍‌.ଏ.): ଅନୁଗୋଳ ଥାନା ଇଙ୍କରବନ୍ଧ ପଞ୍ଚାୟତ ସାନକଞ୍ଜନି ଜଙ୍ଗଲ ଗ୍ରାମରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟି ୭ ପରିବାରର ୧୫ ବଖରା ପୋଡିଯାଇଛି। ଏଥିରେ ଏକ ଇଣ୍ଡିଗୋ କାର ଜଳିଯିବା ସହ ଗୋଟିଏ ପୋଷା କୁକୁର ଜୀବନ୍ତଦଗ୍ଧ ହୋଇଛି। ଖବରପାଇ ଅନୁଗୋଳ ଅଗ୍ନିଶମ ବିଭାଗର ୨ଟି ଦମକଳ ଆସି ନିଆଁକୁ ଆୟତ୍ତ କରିଛନ୍ତି।

ସମୂହ ନମାଜପାଠ

ସମୂହ ନମାଜପାଠ

ଭଦ୍ରକ ଅଫିସ,୧୬।୬: ପବିତ୍ର ଇଦ୍‌ ପର୍ବ ଅବସରରେ ଭଦ୍ରକର ୮ଟି ସ୍ଥାନରେ ଶନିବାର ସମୂହ ନମାଜପାଠ ଅନୁଷ୍ଠିତ ହୋଇଯାଇଛି। କୁଆଁସସ୍ଥିତ ଇଦ୍‌ଗାହ ପରିସରରେ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ମୁସଲମାନ୍‌ ପବିତ୍ର ରମ୍‌ଜାନ୍‌ ମାସର ଶେଷ ଦିନରେ ରୋଜା ଉଦ୍‌ଯାପନ କରି ନମାଜପାଠ କରିଥିଲେ। ଚଉଦ ମହଲା ମୁସଲିମ ଜମାଦ ପକ୍ଷରୁ ଆୟୋଜିତ ଏହି ସମୂହ ନମାଜପାଠ ଉପଲକ୍ଷେ ଜିଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଚୁଲି ନିଆଁରୁ ଅଗ୍ନିକାଣ୍ଡ: ପରିବାର ସର୍ବସ୍ବାନ୍ତ

ଚୁଲି ନିଆଁରୁ ଅଗ୍ନିକାଣ୍ଡ: ପରିବାର ସର୍ବସ୍ବାନ୍ତ

କଣ୍ଟାପଡା,୧୬।୬(ଡି.ଏନ୍‌.ଏ.): କଟକ ଜିଲା ଗୋବିନ୍ଦପୁର ଥାନାସ୍ଥିତ ବାଲିପଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଶନିବାର ସକାଳେ ନିଆଁଲାଗି ସର୍ବସ୍ବ ପୋଡି ଯାଇଛି। ଚୁଲି ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଉକ୍ତ ଗ୍ରାମର ନରେନ୍ଦ୍ର ମଲିକଙ୍କ ପତ୍ନୀ ସାଲୁରୀ ସକାଳ ୮ଟାରେ ରୋଷେଇ କରୁଥିଲେ। କିନ୍ତୁ ହଠାତ୍‌ ଚୁଲିରୁ ନିଆଁଲାଗି ଘରଟି ସମ୍ପୂର୍ଣ୍ଣ ପୋଡିଯାଇଥିଲା।

ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

କେନ୍ଦୁଝର,୧୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ସିଲିଟିଆ ଗ୍ରାମରେ ଜଣେ ନାବାଳକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଶନିବାର ପୋଲିସ ଉଦ୍ଧାର କରିଛି। ସେ ହେଲେ ଟୁକୁଡିହା ପଞ୍ଚାୟତ ସରାସିଙ୍ଗା ଗ୍ରାମର ଭିନ୍ନକ୍ଷମ ନାବାଳକ ଗୁଣ୍ଡୁ ମୁଣ୍ଡା ବୋଲି ଜଣାପଡିଛି। ଗୁଣ୍ଡୁ ଡମ୍ବରୁଧର ମହାନ୍ତ ନାମକ ଜଣେ ବ୍ୟକ୍ତିଙ୍କ ବଗିଚାରେ କାମ କରୁଥିଲେ।

ପୁଅର କାଠଫାଳିଆ ମାଡ଼ରେ ବାପା ମୃତ

ପୁଅର କାଠଫାଳିଆ ମାଡ଼ରେ ବାପା ମୃତ

କେନ୍ଦୁଝର,୧୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ସାପକଣ୍ଟା ଗ୍ରାମରେ ଶୁକ୍ରବାର ଘଟିଥିବା ଏକ ଅଭାବନୀୟ ଘଟଣା ଉକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ପୁଅର କାଠଫାଳିଆ ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୀର ମୁଣ୍ଡା(୪୭)। ଆକ୍ରମଣର ସଠିକ୍‌ କାରଣ ଜଣାପଡିନାହିଁ। ପୋଲିସ ମୃତଦେହ ଜବତ କରିବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି।

ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼

ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼

ବଅଁରପାଳ,୧୬।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ କୁଲାଡ଼ ଅଞ୍ଚଳରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଚୋରି କରିଥିବା ଅଭିଯୋଗ କରି ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି।

ରଥଖଳାରୁ... ଛ’ କାଠ ଉଠିଲା

ରଥଖଳାରୁ... ଛ’ କାଠ ଉଠିଲା

ପୁରୀ ଅଫିସ, ୧୬ା୬: ଆସନ୍ତା ଜୁଲାଇ ୧୪ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ତିନିରଥ ନିର୍ମାଣ କାମ ଜୋର୍‌ ଧରିଛି। ରଥଖଳାରେ ରଥ ନିର୍ମାଣରେ ଲାଗିପଡିଛନ୍ତି ଏଥିରେ ସମ୍ପୃକ୍ତ ସେବକମାନେ। ଶୁକ୍ରବାର ପ୍ରଥମ ଭୂଇଁର ଛ କାଠ ଚାରିନାହାକା ଉପରକୁ ଉଠିଛି। ଏଥିସହ ରଥଖଳାରେ ଦ୍ୱିତୀୟ ଭୂଇଁ କାମ ଆରମ୍ଭ କରିଛନ୍ତି ମହାରଣା ସେବକ। ଶନିବାର ଏହି କାମ ଶେଷ ହୋଇଯିବ ବୋଲି ଜଣାପଡିଛି। ଅପରପକ୍ଷରେ ରଥଖଳାରେ ରୂପକାର ସେବକ ଖୋଦେଇ କାମରେ ବ୍ୟସ୍ତ ଥିବାବେଳେ ଦୋଳବେଦି ପରିସର କମାର ଚାଳିରେ ଭୂଇଁ କଣ୍ଟା ତିଆରି କରୁଛନ୍ତି କମାର ସେବକ।

ଠିକଣା ସମୟରେ ଆସିଲାନି ଆମ୍ବୁଲାନ୍ସ:ଟ୍ରାଫିକରେ ଫସି ଭକ୍ତଙ୍କ ଜୀବନ ଗଲା

ଠିକଣା ସମୟରେ ଆସିଲାନି ଆମ୍ବୁଲାନ୍ସ:ଟ୍ରାଫିକରେ ଫସି ଭକ୍ତଙ୍କ ଜୀବନ ଗଲା

ପୁରୀ ଅଫିସ,୧୬ା୬: ଆସିଲାନି ଶ୍ରୀମନ୍ଦିର ଆମ୍ବୁଲାନ୍ସ। ଅନ୍ୟ ଏକ ଗାଡ଼ିରେ ଯିବା ବେଳେ ଟ୍ରାଫିକ ଜାମ୍‌ରେ ଫସିଗଲେ ଜଣେ ଅସୁସ୍ଥ ଭକ୍ତ। ଫଳରେ ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚତ୍ବାରୁ ଚାଲିଗଲା ତାଙ୍କ ଜୀବନ। ଶୁକ୍ରବାର ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ଶ୍ରୀକ୍ଷେତ୍ରରେ। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଜଗତ୍‌ସିଂହପୁରର କୁଳମଣି ନାୟକ (୬୫)ଙ୍କ ଏମିତି ଦୁଃଖଦ ମୃତ୍ୟୁ ଘଟିଛି। ପୁରୀ ଜିଲା ସଦର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ନୀଳାଚଳ ରଜ ମହୋତ୍ସବ:ମନ ଜିଣିଲା ଓଡ଼ିଶୀ

ନୀଳାଚଳ ରଜ ମହୋତ୍ସବ:ମନ ଜିଣିଲା ଓଡ଼ିଶୀ

ପୁରୀ ଅଫିସ,୧୬ା୬: ପୁରୀ ଅର୍ବାନ ହାଟ ପରିସରରେ ନୀଳାଚଳ ରଜ ମହୋତ୍ସବ କମିଟି ପକ୍ଷରୁ ଚାଲିଛି ତିନିଦିନିଆ ନୀଳାଚଳ ରଜ ମହୋତ୍ସବ। ଶୁକ୍ରବାର ଦ୍ୱିତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍‌ ଆକର୍ଷଣୀୟ ହୋଇଥିଲା। ପୁରୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ପରିବେଷିତ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କ ମନ ଜିଣିଥିଲା। ଏଥିସହ ଆରତି ଡ୍ୟାନ୍ସ ଆଣ୍ଡ କଲ୍‌ଚରାଲ ଏକାଡେମୀ ପକ୍ଷରୁ ପାଲା ପରିବେଷଣ କରାଯାଇଥିବା ବେଳେ ରଙ୍ଗଶାଳା ପକ୍ଷରୁ ମଞ୍ଚସ୍ଥ ହୋଇଥିଲା ନାଟକ ପେଟେଣ୍ଟ ମେଡିସିନ୍‌। ରଙ୍ଗଶାଳାର କଳାକାରମାନେ ଅତି ନିଖୁଣ ଭାବେ ଅଭିନୟ କରି ଦର୍ଶକଙ୍କୁ ଆକୃଷ୍ଟ କରିଥିଲେ। ସେହିପରି ଦ୍ୱିତୀୟ ସନ୍ଧ୍ୟାର ଅନ୍ୟତମ ଆକର୍ଷଣ ଥିଲା ଡିଭାଇନ ସ୍ପିରିଟ୍‌ର ଯୋଗ ଏବଂ ମାଲଖମ୍ବ ପ୍ରଦର୍ଶନ। ଏହିସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଢେର ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ଅର୍ବାନ ହାଟ ପରିସରରେ ବାନ୍ଧି ରଖିଥିଲା।

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ:ମୃତଦେହ ରଖି ବଡ଼ଦାଣ୍ଡ ଅବରୋଧ

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ:ମୃତଦେହ ରଖି ବଡ଼ଦାଣ୍ଡ ଅବରୋଧ

ପୁରୀ ଅଫିସ, ୧୬ା୬: ପୁରୀ ଜିିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ଦୁଇବର୍ଷ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଓ ନର୍ସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ମୃତ ଶିଶୁର ପରିବାର ଲୋକେ ଓ ସମ୍ପର୍କୀୟମାନେ ମୃତଦେହ ଧରି ବଡ଼ଦାଣ୍ଡ ଅବରୋଧ କରିଥିଲେ। ଫଳରେ ଏକ ଘଣ୍ଟା ଧରି ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା। କୁମ୍ଭାରପଡା ପୋଲିସ ପହଞ୍ଚତ୍ ବୁଝାଶୁଝା କରିବା ସତ୍ତ୍ବେ ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଏନେଇ ଥାନା ଅଧିକାରୀ ଅଭିମନ୍ୟୁ ନାୟକ ଏବଂ ଆନ୍ଦୋଳନକାରୀ ମୁହଁାମୁହିଁ ହୋଇଥିଲେ। ପରେ ସିଟି ଡିଏସପି ପ୍ରଶାନ୍ତ କୁମାର ପଟ୍ଟନାୟକ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏନେଇ ସିଡିଏମଓଙ୍କ ସହିତ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ରାସ୍ତାରୁ ହଟିଥିଲେ।

ରଜ ମଉଜର ଦ୍ୱିତୀୟ ଦିନ:ମହକିଲା ପିଠାପଣାର ମହକ,ଜମିଲା କବାଡ଼ି ପ୍ରତିଯୋଗିତା,ଆଜି ଭଜନ ସମାରୋହ

ରଜ ମଉଜର ଦ୍ୱିତୀୟ ଦିନ:ମହକିଲା ପିଠାପଣାର ମହକ,ଜମିଲା କବାଡ଼ି ପ୍ରତିଯୋଗିତା,ଆଜି ଭଜନ ସମାରୋହ

ପୁରୀ ଅଫିସ/ସାକ୍ଷୀଗୋପାଳ, (ଡି.ଏନ.ଏ.) ୧୬ା୬: ରଜ ପର୍ବକୁ ନେଇ ଏବେ ସବୁଠି ଉତ୍ସବର ମାହୋଲ। ସହରଠୁ ଗଁା ସବୁଆଡେ ଜମୁଛି ରଜ ଆସର। ଓଡ଼ିଶାର ଏହି ଗଣପର୍ବକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନିଆରା ଢଙ୍ଗରେ ମଧ୍ୟ ପାଳନ କରାଯାଉଛି। କେଉଁଠି କୁମାରୀମାନେ ରଜପାନ ଆଉ ରଜଦୋଳିର ମଜା ନେଉଛନ୍ତି ତ ପୁଣି କେଉଁଠି ଓଡ଼ିଆ ଘରର ପିଠାପଣା ମହକୁଛି। କେତେକ ସ୍ଥାନରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଉଛି। ତେବେ ଓଡ଼ିଶାର ଏହି ଗଣପର୍ବକୁ ସ୍ମରଣୀୟ କରିବା ଲାଗି ଟିମ୍‌ ଯାଯାବର ଆୟୋଜନ କରିଛି ତିନିଦିନିଆ ରଜ ମଉଜ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାର୍ଶ୍ୱ ପଟ୍ଟନାୟିକିଆ ଛକରେ ଥିବା ଟିମ୍‌ ଯାଯାବର ପରିସରରେ ଆୟୋଜିତ ରଜ ମଉଜର ଶୁକ୍ରବାର ପ୍ରମୁଖ ଆକର୍ଷଣ ଥିଲା କବାଡ଼ି ଏବଂ ପିଠାପଣା ପ୍ରତିଯୋଗିତା।

ଦାୟିତ୍ୱ ନେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ:ଭକ୍ତଙ୍କ ଦର୍ଶନ, ଶୃଙ୍ଖଳିତ ରଥଯାତ୍ରାକୁ ଗୁରୁତ୍ୱ

ଦାୟିତ୍ୱ ନେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ:ଭକ୍ତଙ୍କ ଦର୍ଶନ, ଶୃଙ୍ଖଳିତ ରଥଯାତ୍ରାକୁ ଗୁରୁତ୍ୱ

ପୁରୀ ଅଫିସ, ୧୬ା୬: ପୁରୀ ଏକ ଆଧ୍ୟାତ୍ମିକ ସ୍ଥଳ। ଏଠାକୁ ପ୍ରତିଦିନ ବହୁସଂଖ୍ୟାରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଆସୁଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି ଶ୍ରୀକ୍ଷେତ୍ରରେ ମଧ୍ୟ ପ୍ରତ୍ୟହ ଭକ୍ତଙ୍କ ଭିଡ଼ ହେଉଛି। ତେଣୁ ଆମକୁ ପ୍ରଥମେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେବାକୁ ହେବ। ସେମାନେ ଯେପରି ମହାପ୍ରଭୁଙ୍କୁ ଭଲ ଭାବେ ଦର୍ଶନ କରି ମଧୁର ସ୍ମୃତି ସାଉଣ୍ଟି ଫେରିବେ ତାହା ଆମର ପ୍ରମୁଖ ଆଭିମୁଖ୍ୟ ରହିବ ବୋଲି କହିଛନ୍ତି ଶ୍ରୀମନ୍ଦିରର ନବନିଯୁକ୍ତ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ଶୁକ୍ରବାର ଅପରାହ୍ନରେ ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରି ଏହାପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଆସି ଦାୟିତ୍ୱ ଗ୍ରହଣ କରିଥିଲେ।

ପଳାଶୁଣୀ, ରସୁଲଗଡ଼ରେ ରଜ ମହୋତ୍ସବ

ପଳାଶୁଣୀ, ରସୁଲଗଡ଼ରେ ରଜ ମହୋତ୍ସବ

ବାଲିଅନ୍ତା,୧୬।୬(ଡି.ଏନ୍‌.ଏ.)-ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ୧୮ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପଳାଶୁଣୀସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଶୁକ୍ରବାର ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡେଶ୍ୱରୀ କ୍ଲବ ଓ ଖଣ୍ଡେଶ୍ୱରୀ ମହିଳା ସମିତିର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଆଡ୍‌ଭୋକେଟ ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଜୁ ଛାତ୍ର ଜନତା ଦଳର ଉପଦେଷ୍ଟା ଚିନ୍ମୟ ସାହୁ, ସୁବାସ ପାତ୍ର, ଶ୍ରୀକାନ୍ତ ସାହୁ, ଶୁଭାଶିଷ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ପୂଜାରାଣୀ ଜେନା ଧନ୍ୟବାଦ ଦେଇଥିଲେ।

ଅଟୋ-ବାଇକ୍‌ ଧକ୍କା: ୫ ଆହତ

ବାଲିଅନ୍ତା,୧୬।୬(ଡି.ଏନ୍‌.ଏ.)-ମଞ୍ଚେଶ୍ୱର ଥାନା ଅଧୀନ ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ପ୍ରିଟିଙ୍ଗ୍‌ ପ୍ରେସ୍‌ ଛକ ନିକଟରେ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଏକ ଯାତ୍ରୀବାହୀ ଅଟୋ ଓ ବାଇକ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇ ୫ଜଣ ଆହତ ହୋଇଛନ୍ତି। ପୋଲିସ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ଆହତମାନଙ୍କ ପରିଚୟ ମିଳି ନ ଥିବା ବେଳେ ବାଇକ୍‌ ଚାଳକଙ୍କ ଅବସ୍ଥା ଗୁରୁତର ରହିଛି। ଅଟୋଟି ଭିଏସ୍‌ଏସ୍‌ ନଗର ପଟୁ ଓଭରବ୍ରିଜ୍‌ ଦେଇ ମଞ୍ଚେଶ୍ୱର ଆଡ଼କୁ ଆସୁଥିବା ବେଳେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ପଟୁ ଯାଉଥିବା ଏକ ବାଇକ୍‌ ଅଟୋରେ ପିଟି ହୋଇଯାଇଥିଲା। ଫଳରେ ଅଟୋଟି ଓଲଟିପଡ଼ିବାରୁ ବାଇକ୍‌ ଚାଳକଙ୍କ ସହ ୪ ଯାତ୍ରୀ ଆହତ ହୋଇଥିଲେ।

ଦେବେନ୍ଦ୍ର କୁମାର ଦାଶ, ଅରବିନ୍ଦ ଗିରିଙ୍କୁ ‘ଅନ୍ତର୍ଜାତୀୟ ଫକୀରମୋହନ ସାହିତ୍ୟ ସମ୍ମାନ’:ବାଲେଶ୍ୱରର ଫକୀରମୋହନ ସାହିତ୍ୟ ସଂସଦ ସମ୍ମାନିତ

ଭୁବନେଶ୍ୱର,୧୬।୬(ବ୍ୟୁରୋ)-ରାଜ୍ୟ ସ୍ତରୀୟ ବ୍ୟାସକବି ଫକୀରମୋହନ ସ୍ମୃତି ସଂସଦ, ଆମେରିକାସ୍ଥିତ ଡକ୍ଟର ଦାଶ ଫାଉଣ୍ଡେଶନ ଏବଂ ଓଡ଼ିଆ ସୋସାଇଟି ଅଫ୍‌ ଆମେରିକାର ମିଳିତ ସହଯୋଗରେ ଶୁକ୍ରବାର ଇଡ୍‌କଲ ଅଡିଟୋରିୟମ୍‌ଠାରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମ ଥର ଲାଗି ଡ. ଦେବେନ୍ଦ୍ର କୁମାର ଦାଶ ଓ ଡ. ଅରବିନ୍ଦ ଗିରିଙ୍କୁ ‘ଅନ୍ତର୍ଜାତୀୟ ଫକୀରମୋହନ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଥିଲା। ସେହିପରି କବି ଲିଙ୍ଗରାଜ ମିଶ୍ର, ବାଲେଶ୍ୱରର ଫକୀରମୋହନ ସାହିତ୍ୟ ସଂସଦ ଏବଂ ଦିଲ୍ଲୀର ଫକୀରମୋହନ ଫାଉଣ୍ଡେଶନକୁ ସମ୍ମାନିତ କରାଯାଇଥିଲା। ସମ୍ବର୍ଦ୍ଧନା ପର୍ବ ପରେ ପୂର୍ବତନ ଆଇଏଏସ୍‌ ଅଫିସର ଚନ୍ଦ୍ରମଣି ସ୍ବାମୀ ଫକୀରମୋହନ ସେନାପତିଙ୍କ ‘ଲଛମା’ ଉପନ୍ୟାସକୁ ଇଂଲିଶ୍‌ରେ ଅନୁବାଦ କରି ଶୁଣାଇଥିଲେ। ଅତିଥିମାନଙ୍କ ଦ୍ୱାରା ‘ଛ’ମାଣ ଆଠଗୁଣ୍ଠ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟସଭା ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ ନାୟକ, ସ୍ମୃତି ସଂସଦ ସଭାପତି କାର୍ତ୍ତିକେଶ୍ୱର ପାତ୍ର, କାର୍ଯ୍ୟକାରୀ ସଭାପତି ଗୋପୀନାଥ ମହାନ୍ତି, ଉପସଭାପତି ଜୀବନ ମହାପାତ୍ର, ହରିପଦ ଶତପଥୀ, ହରପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଫ୍ରାଇଡେ’ ରିଲିଜ୍‌:ଆକ୍ସନରେ ଭରପୂର ‘ରେସ୍‌-୩’

ଫ୍ରାଇଡେ’ ରିଲିଜ୍‌:ଆକ୍ସନରେ ଭରପୂର ‘ରେସ୍‌-୩’

ଭୁବନେଶ୍ୱର,୧୬।୬(ବ୍ୟୁରୋ)-ଚଳିତ ସପ୍ତାହ ଫ୍ରାଇଡେ’ ରିଲିଜ୍‌ରେ ମୁକ୍ତିଲାଭ କରିଛି ସଲମାନ୍‌ ଖଁାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରେସ୍‌-୩’। ୨୦୦୮ରେ ରିଲିଜ୍‌ ହୋଇଥିବା ‘ରେସ୍‌’ ଫ୍ରାଞ୍ଚାଇଜ୍‌ର ଏହା ହେଉଛି ୩ୟ ଫିଲ୍ମ। କାହାଣୀ ଆରମ୍ଭ ହେଉଛି ସମ୍‌ଶେର ସିଂ(ଅନିଲ କପୁର୍‌)ଙ୍କଠାରୁ। ସମ୍‌ଶେର ବେଆଇନ ହତିଆର ଡିଲର ଭାବେ କାମ କରୁଥିବା ବେଳେ ଏଥିରେ ତାଙ୍କ ବଡ଼ଭାଇ ରଣଛୋଡ୍‌ ସିଂଙ୍କ ପୁଅ ସିକନ୍ଦର(ସଲମାନ୍‌ ଖଁା) ପୂରା ସହଯୋଗ କରୁଥାଏ।

ନିଖିଳ ଉକତ୍ଳ ଶିକ୍ଷକ ମହାସଂଘର ଚେତାବନୀ:ବକେୟା ଦରମା, ପେନ୍‌ସନ ନ ଦେଲେ ବିଧାନସଭା ଘେରିବୁ

ଭୁବନେଶ୍ୱର, ୧୬ା୬(ବ୍ୟୁରୋ)- ରାଜ୍ୟ ସରକାର ଶିକ୍ଷକ ଏବଂ ଅଧ୍ୟାପକମାନଙ୍କୁ ୨୧ ମାସର ବକେୟା ଦରମା ଓ ପେନ୍‌ସନ ପ୍ରଦାନ ନ କଲେ ବିଧାନସଭା ଘେରାଉ କରାଯିବ। ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଶୁକ୍ରବାର ସରକାରଙ୍କୁ ଏହି ଚେତାବନୀ ଦିଆଯାଇଛି। ସପ୍ତମ ବେତନ କମିଶନ ଅନୁସାରେ ଦରମା ଓ ପେନ୍‌ସନ ଲାଗୁ କ୍ଷେତ୍ରରେ ରାଜ୍ୟ ସରକାର ପକ୍ଷପାତିତା କରୁଛନ୍ତି। ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ କ୍ଷେତ୍ରରେ ଏପରି ବୈମାତୃକ ମନୋଭାବ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଅତିଷ୍ଠ କରିଛି ବୋଲି ମହାସଂଘର ସାଧାରଣ ସମ୍ପାଦକ ରବି ରାୟ କହିଛନ୍ତି।

ମହିଳା ଟ୍ରାଫିକ କର୍ମଚାରୀଙ୍କୁ ଗାଳିଗୁଲଜ କରି ଯୁବକ ଗିରଫ

ଭୁବନେଶ୍ୱର, ୧୬ା୬(ବ୍ୟୁରୋ)- ଜଣେ ମହିଳା ଟ୍ରାଫିକ କର୍ମଚାରୀଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ମଞ୍ଚେଶ୍ୱର ପୋଲିସ ଶୁକ୍ରବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ନନ୍ଦନକାନନ ଥାନା ଅନ୍ତର୍ଗତ ଖୁଣ୍ଟୁଣିଆ ଅଞ୍ଚଳର ମୁନ୍ନା ନାୟକ(୨୩)। ପୋଲିସ ତାଙ୍କ ବିରୋଧରେ ଦଫା ୧୪ ୬, ୨୯୪, ୩୫୪ଏ,୫୦୬, ୫୦୯ ଆଇପିସିରେ ଏକ ମାମଲା(୨୯୫/୧୮) ରୁଜ କରିଛି।

୩୦ କିଗ୍ରା ବାରହା ମାଂସ ଜବତ, ଶିକାରୀ ଗିରଫ

ଭୁବନେଶ୍ୱର, ୧୬ା୬(ବ୍ୟୁରୋ)- ଭୁବନେଶ୍ୱର ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ଶୁକ୍ରବାର ସୁନ୍ଦରପୁର ନିକଟ ଆମ୍ବ ବଗିଚାରେ ଚଢ଼ାଉ କରାଯାଇ ୩୦କି.ଗ୍ରା. ବାରହା ମାଂସ ଜବତ କରାଯାଇଛି। ଏହି ଘଟଣାରେ ଜଣେ ଶିକାରୀ ଗାଜୁ ହେଁସାଙ୍କୁ ଗିରଫ କରାଯାଇଛି। ତାଙ୍କ ସହିତ ଥିବା ସୁରେନ୍ଦ୍ର ନାଟୁଆ ନାମକ ଅନ୍ୟ ଜଣେ ବ୍ୟକ୍ତି ଫେରାର ହୋଇଯାଇଛନ୍ତି। ଭୁବନେଶ୍ୱର ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଅଶୋକ ବିଶ୍ୱାଳଙ୍କ ନିର୍ଦ୍ଦେଶରେ ହୋଇଥିବା ଏହି ଚଢ଼ାଉ ବନପାଳ ଅଧିକାରୀ ଭୁଜବଳ, ବନରକ୍ଷୀ ଆଦିତ୍ୟ ହାତୀ, ବିରଜା ଦାସ ସାମିଲ ଥିଲେ।

ଜୁଲାଇ ୧୦ରେ ଓଡ଼ିଶା-କେରଳ ପର୍ଯ୍ୟଟନ ପାର୍ଟନର୍‌ଶିପ୍‌ ମିଟ୍‌

ଭୁବନେଶ୍ୱର, ୧୬ା୬(ବ୍ୟୁରୋ)- କେରଳ ସରକାରଙ୍କ ପର୍ଯ୍ୟଟନ ବିଭାଗ ୧୫ଟି ଭିନ୍ନ ଭିନ୍ନ ସ୍ଥାନରେ ପାର୍ଟନର୍‌ଶିପ ମିଟ୍‌ ଆୟୋଜନ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଏହିକ୍ରମରେ ଆସନ୍ତା ଜୁଲାଇ ୧୦ରେ ଭୁବନେଶ୍ୱରରେ ପାର୍ଟନରଶିପ୍‌ ମିଟ୍‌ ଆୟୋଜନ କରାଯିବ। କେରଳ ପର୍ଯ୍ୟଟନ ପକ୍ଷରୁ ୨୦୧୮-୧୯ ପାଇଁ ଯେଉଁ ମହତ୍ୱକାଂକ୍ଷୀ ଯାଜନା ପ୍ରସ୍ତୁତ କରାଯାଇଛି ତାହାର ପ୍ରଥମ ପର୍ଯ୍ୟାୟ କଲିକତାଠାରେ ଜୁଲାଇ ୬ରୁ ୮ ଯାଏ ଏକ ଟ୍ରାଭେଲ୍‌ ଆଣ୍ଡ ଟୁରିଜମ୍‌ ମେଳା ଆୟୋଜନ ଦ୍ୱାରା ଆରମ୍ଭ କରାଯିବ। ଏହା ପରେ ୧୦ ତାରିଖରେ ଭୁବନେଶ୍ୱରରେ ଓ ୧୨ ତାରିଖରେ ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ ପାର୍ଟନର୍‌ଶିପ୍‌ ମିଟ୍‌ ଆୟୋଜନ କରାଯିବ।

ନାଗା ବାବାଙ୍କୁ ଉଲଗ୍ନ ମାଡ ମାରିବା ଘଟଣା:୭ କିନ୍ନର ଗିରଫ

ଭୁବନେଶ୍ୱର, ୧୬ା୬(ବ୍ୟୁରୋ)- ନାଗା ବାବାଙ୍କୁ ଖଣ୍ଡଗିରିସ୍ଥିତ ତାଙ୍କ ଆଶ୍ରମ ପରିସରରେ ଉଲଗ୍ନ କରି ମାଡ ମରାଯିବା ଘଟଣାରେ ପୋଲିସ ଶୁକ୍ରବାର ୭ କିନ୍ନରଙ୍କୁ ଗିରଫ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗର ସ୍ବପ୍ନା ତ୍ରିପାଠୀ(୨୫), ବବି ସିଂ(୨୪), ହିଞ୍ଜିଳିର ସୁଶାନ୍ତ ଦାଶ(୨୫), କେନ୍ଦ୍ରାପଡା ଅରିଲୋ ଅଞ୍ଚଳର ଶ୍ରଦ୍ଧା ଶ୍ରୀ(୨୬), ପଶ୍ଚିମବଙ୍ଗର ସ୍ବାତି ଫତିମା, ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର କେ. ରାକେଶ ରେଡ୍ଡୀ, ସମ୍ବଲପୁର ଧନୁବାଲିର ସିମରନ କିନ୍ନର। ସେମାନଙ୍କ ବିରୋଧରେ ପୋଲିସ ଦଫା ୩୪୧, ୩୨୩, ୨୯୪, ୩୮୫, ୩୦୭, ୫୦୬, ୩୪ ଆଇପିସିରେ ଏକ ମାମଲା(୨୪୪/୧୮) ରୁଜୁ କରିଛି। ନାଗା ବାବା ଅଭିଯୋଗ କରି ନ ଥିଲେ ହେଁ ମାଡ଼ ମରାଯିବା ସମୟର ଭିଡିଓ ଭାଇରାଲ ହେବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ବିଡିଏର ନୂଆ କୋଠାବାଡ଼ି ରେଗୁଲେଶନକୁ ମୋହର:ଆପାର୍ଟମେଣ୍ଟ, ଶପିଂ ମଲ୍‌କୁ ଅନୁକମ୍ପା

ଭୁବନେଶ୍ୱର, ୧୬ା୬(ବ୍ୟୁରୋ)- ରାଜଧାନୀ ଭୁବନେଶ୍ୱର ପାଇଁ ଲାଗୁ ହୋଇଛି ନୂଆ କୋଠାବାଡ଼ି ରେଗୁଲେଶନ। ୨୦୧୩ ପରେ ଚଳିତବର୍ଷ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଆଣିଛି ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ରେଗୁଲେଶନରେ ସଂଶୋଧନ। ଏହାକୁ ରାଜ୍ୟ ସରକାର ମୋହର ମାରିଛନ୍ତି। ଏହି ନୂତନ ରେଗୁଲେଶନରେ ଆପାର୍ଟମେଣ୍ଟ, ଶପିଂ ମଲ୍‌ ପାଇଁ ବିଡିଏ ଅନୁକମ୍ପା ଦେଖାଇଥିବାବେଳେ ସାଧାରଣ ଲୋକଙ୍କ ପାଇଁ କଠୋର ହୋଇଛି। ତେବେ ପରିବେଶ, ବର୍ଷା ଜଳ ଓ ଶକ୍ତି ସଂରକ୍ଷଣ, ଅଗ୍ନି ନିରାପତ୍ତା, ସୂଚନା ପ୍ରଯୁକ୍ତି, ସ୍ମାର୍ଟ ପରିବହନ ଆଦି ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି।

ଇଦ୍‌ ପୂର୍ବରୁ କଟକ ଅଶାନ୍ତ:ସୀମାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୪ରୁ ଊର୍ଦ୍ଧ୍ୱ ଆହତ

ଇଦ୍‌ ପୂର୍ବରୁ କଟକ ଅଶାନ୍ତ:ସୀମାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୪ରୁ ଊର୍ଦ୍ଧ୍ୱ ଆହତ

କଟକ ଅଫିସ, ୧୬ା୬- ସୀମା ବିବାଦକୁ ନେଇ ପୁଣି କଟକ ଅଶାନ୍ତ ହୋଇଉଠିଛି। ଇଦ୍‌ ପର୍ବର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ରାତିରେ ଆଲୋକ ସଜ୍ଜାକୁ ନେଇ ପୀଠାପୁର ନୂଆସାହି ଓ ଝୋଲାସାହିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ପେଟ୍ରୋଲ ବୋମା, ଟେକାପଥର ଓ କାଚ ବୋତଲ ମାଡ଼ରେ ଦୁଇ ସାହି ଥରି ଉଠିଥିବାବେଳେ ଉଭୟ ପକ୍ଷର ୪ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଗଣ୍ଡଗୋଳକାରୀମାନେ ଦୋକାନ ବଜାର ସହ ଏକ ଟାଟା ଏସିଇ ଗାଡ଼ିକୁ ଓଲଟାଇ ଭଙ୍ଗାରୁଜା କରିଛନ୍ତି।

ଶିକ୍ଷା ଟ୍ରିବ୍ୟୁନାଲଙ୍କ ଆଦେଶ ପାଳନରେ ଅବହେଳା:ଗଣଶିକ୍ଷା ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦରମା ବନ୍ଦ

କଟକ ଅଫିସ,୧୬ା୬- ବଲାଙ୍ଗୀର ଜିଲା ପଥରଲା ଗଉନ୍ତିଆବୁଢା ବିଦ୍ୟାପୀଠକୁ ଅନୁଦାନପ୍ରାପ୍ତ ସ୍କୁଲ ମାନ୍ୟତା ସହ ଶିକ୍ଷକ ଓ କର୍ମଚାରୀଙ୍କୁ ୪ ମାସ ମଧ୍ୟରେ ଅନୁଦାନ ପ୍ରଦାନ କରିବାକୁ ଶିକ୍ଷା ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶକୁ ପାଳନ କରିବାରେ ଅବହେଳା କରିବା ମହଙ୍ଗା ପଡ଼ିଛି। ଗଣଶିକ୍ଷା ସଚିବ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦରମା ବନ୍ଦ କରିବାକୁ ଶିକ୍ଷା ଟ୍ରିବ୍ୟୁନାଲ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ଉକ୍ତ ଆଦେଶ ବଳବତ୍ତର ରହିବ। ରାଜ୍ୟ ସରକାର ଉକ୍ତ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ଏହା ସତ୍ତ୍ବେ ୨୦୧୩ ଡିସେମ୍ବର ୨୬ର ଆଦେଶକୁ ପାଳନ କରାଯାଉ ନ ଥିବା ଦର୍ଶାଇ ଉକ୍ତ ବିଦ୍ୟାପୀଠ ପକ୍ଷରୁ ପୁନଶ୍ଚ ଶିକ୍ଷା ଟ୍ରିବ୍ୟୁନାଲରେ ଏକ ମାମଲା ରୁଜୁ ହୋଇଥିଲା।