ରାଜ୍ୟ

ବସ୍ତି ଉଚ୍ଛେଦ ବେଳେ ଖଣ୍ଡଯୁଦ୍ଧ

ବସ୍ତି ଉଚ୍ଛେଦ ବେଳେ ଖଣ୍ଡଯୁଦ୍ଧ

ସିମୁଳିଆ,୪।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ପଞ୍ଚାୟତ ଅଧୀନ ସାନମଇତାପୁର ଅଞ୍ଚଳର ସରକାରୀ ଜମିରେ ବସବାସ କରୁଥିବା ଦଳିତ ଶ୍ରେଣୀ ଲୋକଙ୍କ ବାସଗୃହକୁ ପ୍ରଶାସନ ପକ୍ଷରୁ ବୁଧବାର ଉଚ୍ଛେଦ କରାଯିବା ବେଳେ ଖଣ୍ଡଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟିହୋଇଛି।

ଖୋଲା ହୋଇପାରିଲାନି ଭିତର ରତ୍ନଭଣ୍ଡାର

ଖୋଲା ହୋଇପାରିଲାନି ଭିତର ରତ୍ନଭଣ୍ଡାର

ପୁରୀ ଅଫିସ, ୪।୪: ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚକୁ ନେଇ ଯେଉଁ ଉତ୍କଣ୍ଠା ରହିଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ବାହାର ଏବଂ ଭିତର ରତ୍ନଭଣ୍ଡାର ଖୋଲାଯାଇ ଗୃହର ସ୍ଥିତି ଯାଞ୍ଚ କରାଯିବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା। କିନ୍ତୁ ବୁଧବାର ଯାଞ୍ଚ କରାଯାଇଥିଲେ ମଧ୍ୟ ଭିତର ରତ୍ନଭଣ୍ଡାର ଖୋଲାଯାଇ ନାହିଁ।

ଯୁବତୀ ଚାଲାଣ ଅଭିଯୋଗରେ ୨ ଗିରଫ, କୋର୍ଟ ଚାଲାଣ

ଯୁବତୀ ଚାଲାଣ ଅଭିଯୋଗରେ ୨ ଗିରଫ, କୋର୍ଟ ଚାଲାଣ

ସାକ୍ଷୀଗୋପାଳ, ୪।୪(ଡି.ଏନ.ଏ.): ଚାକିରୀ କରାଇଦେବାକୁ କହି ମନ୍ଦ ଉଦ୍ଦେଶ୍ୟରେ ରାଜ୍ୟ ବାହାରକୁ ଜଣେ ଯୁବତୀଙ୍କୁ ଚାଲାଣ କରିବା ଅଭିଯୋଗରେ ସତ୍ୟବାଦୀ ଥାନା ପୋଲିସ ବୁଧବାର ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମଧ୍ୟପ୍ରଦେଶ ଅଞ୍ଚଳର ଆଶୁ ଦୁବେ ଓ ବବିତା ଦୁବେ।

ଶପଥ ନେଲେ ୩ ରାଜ୍ୟ ସଭା ସଦସ୍ୟ

ଶପଥ ନେଲେ ୩ ରାଜ୍ୟ ସଭା ସଦସ୍ୟ

ଭୁବନେଶ୍ୱର (ବ୍ୟୁରୋ)/ନୂଆଦିଲ୍ଲୀ, ୪।୪: ଓଡ଼ିଶାର ୩ ନବ ନିର୍ବାଚିତ ଏମ୍‌ପି ବୁଧବାର ରାଜ୍ୟ ସଭାରେ ଶପଥ ଗ୍ରହଣ କରିଛନ୍ତି । ଏମ୍‌ପି ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ଓଡ଼ିଆରେ ଶପଥ ଗ୍ରହଣ କରିଛନ୍ତି। ଏମ୍‌ପିମାନେ ଓଡ଼ିଆରେ ଶପଥ ଗ୍ରହଣ କରୁଥିବାରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ କହିଥିଲେ ଓଡ଼ିଆ ଭାରି ବଢ଼ିଆ।

ହାତୀ ଆକ୍ରମଣରେ ଯୁବକ ଗୁରୁତର

ହାତୀ ଆକ୍ରମଣରେ ଯୁବକ ଗୁରୁତର

ପରଜଙ୍ଗ, ୪।୪(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ କଟା ବାହାଳ ଗ୍ରାମର ଟୁନା ଦେହୁରୀ ବୁଧବାର ଭୋର ସମୟରେ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି ।

ଧନୁଯାତ୍ରା ମହୋତ୍ସବ ପାଇଁ ଗଲା ଆଜ୍ଞାମାଳ

ଧନୁଯାତ୍ରା ମହୋତ୍ସବ ପାଇଁ ଗଲା ଆଜ୍ଞାମାଳ

ପୁରୀ ଅଫିସ, ୪।୪: ଖୋର୍ଦ୍ଧା ଜିଲା ଜଟଣୀ ନିକଟ ପାତ୍ରପଡ଼ାଠାରେ ଅନୁଷ୍ଠିତ ହେବ ପୂର୍ବ ଓଡ଼ିଶାର ଧନୁଯାତ୍ରା ମହୋତ୍ସବ। ଆସନ୍ତା ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବ ପାଇଁ ବୁଧବାର ମହାପ୍ରଭୁଙ୍କ ଆଜ୍ଞାମାଳ ଯାଇଛି।

ରତ୍ନଭଣ୍ଡାର ଖୋଲାକୁ ବିରୋଧ, ଜଗନ୍ନାଥ ସେନା ପକ୍ଷରୁ ଦୀପଦାନ

ରତ୍ନଭଣ୍ଡାର ଖୋଲାକୁ ବିରୋଧ, ଜଗନ୍ନାଥ ସେନା ପକ୍ଷରୁ ଦୀପଦାନ

ପୁରୀ ଅଫିସ, ୪।୪: ବୁଧବାର ଅପରାହ୍ନରେ ଖୋଲିବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଯାଞ୍ଚ ହେବ ରତ୍ନଭଣ୍ଡାର ଗୃହର ସ୍ଥିତି। ତେବେ ରତ୍ନଭଣ୍ଡାର ଖୋଲାଯିବାକୁ ବିରୋଧ କରିଛି ଜଗନ୍ନାଥ ସେନା। ଏ ନେଇ ସେନା ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ଧାରଣା ଦିଆଯିବା ସହ ଦୀପଦାନ କରାଯାଇଛି।

ମହିଳା ଆଇନଜୀବୀଙ୍କୁ ଅଶ୍ଳୀଳ ଇଙ୍ଗିତ ମାମଲା: ପପୁ ପମ୍‌ପମ୍‌ଙ୍କ ପୁରୁଣା ମାମଲାର ରେକର୍ଡ ଲୋଡ଼ିଲା ପୋଲିସ

କଟକ ଅଫିସ/ଫୁଲନଖରା(ଡି.ଏନ.ଏ.), ୩।୪- ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଓରଫ ତତ୍ତ୍ବ ପ୍ରକାଶ ଶତପଥୀଙ୍କ ବିରୋଧରେ ଥିବା ପୁରୁଣା ମାମଲା ସମ୍ପର୍କିତ ରେକର୍ଡପତ୍ର ଲୋଡିଛି ସଦର ଥାନା ପୋଲିସ। ଏ ସଂକ୍ରାନ୍ତରେ ଭୁବନେଶ୍ୱର ମହିଳା ଥାନାକୁ ମଙ୍ଗଳବାର ଚିଠି ଲେଖିଛି। ଅନ୍ୟପକ୍ଷରେ ସଦର ଥାନା ପୋଲିସ ତେଲେଙ୍ଗାପେଣ୍ଠର ହୋଟେଲ ମାଲିକ ଓ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଛି। ଏଥିସହ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଇଥିବା ସଦର ଥାନା ଭାରପ୍ରାପ୍ତ ଏସିପି ଦେବଦତ୍ତ କର କହିଛନ୍ତି।

ଆହାର, ମଧ୍ୟାହ୍ନଭୋଜନରେ ଅନିୟମିତତା: ହାଇକୋର୍ଟରେ ରୁଜୁ ହେଲା ମାମଲା

କଟକ ଅଫିସ, ୩।୪- ରାଜ୍ୟର ୧୭ଟି ଜିଲାର ଥିବା ଆହାର କେନ୍ଦ୍ରଗୁଡ଼ିକ ରନ୍ଧାଖାଦ୍ୟ ଓ ୩ଟି ଜିଲାରେ ସରକାରୀ ସ୍କୁଲରେ ମଧ୍ୟାହ୍ନଭୋଜନ ଯୋଗାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇ ବିନା ଟେଣ୍ଡରରେ ଠିକା ପ୍ରଦାନ କରାଯାଇଛି। ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଉକ୍ତ ଅଭିଯୋଗ କରାଯାଇ ମଙ୍ଗଳବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ନଂ. ୫୫୯୭/୨୦୧୮) ରୁଜୁ ହୋଇଛି। ଆବେଦନକାରୀ ଏହାର ସିବିଆଇ କିମ୍ବା ହାଇକୋର୍ଟର କାର୍ଯ୍ୟରତ ଜଣେ ବିଚାରପତିଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ପ୍ରାର୍ଥନା କରିଛନ୍ତି । ଉକ୍ତ ସଂସ୍ଥାକୁ ପ୍ରଦାନ କରାଯାଇଥିବା ଠିକାକୁ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଆବେଦନକାରୀ ତାଙ୍କ ପିଟିଶନରେ ନିବେଦନ କରିଛନ୍ତି। ଏହି ମାମଲାରେ ଆବେଦନକାରୀ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ନଗର ଉନ୍ନୟନ ସଚିବ, ଗଣଶିକ୍ଷା ସଚିବ, ସ୍ବାସ୍ଥ୍ୟ ସଚିବ, ସିବିଆଇ, ଖାଦ୍ୟ ନିରାପତ୍ତା ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସମେତ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରିଛନ୍ତି।

ଟିଟୋ ଗ୍ୟାଙ୍ଗର ପ୍ରମୁଖ ସହଯୋଗୀ ମନା ଗିରଫ: ଜେଲ୍‌ରୁ ଫୋନ୍‌ରେ ମାଗିଥିଲେ ଦେଢ଼ଲକ୍ଷ ବଟି

ଟିଟୋ ଗ୍ୟାଙ୍ଗର ପ୍ରମୁଖ ସହଯୋଗୀ ମନା ଗିରଫ: ଜେଲ୍‌ରୁ ଫୋନ୍‌ରେ ମାଗିଥିଲେ ଦେଢ଼ଲକ୍ଷ ବଟି

କଟକ ଅଫିସ, ୩।୪- ଟିଟୋ ଗ୍ୟାଙ୍ଗର ପ୍ରମୁଖ ସହଯୋଗୀ ମନା ଓରଫ ମାନସ କୁମାର ଦାସଙ୍କୁ ଚାଉଳିଆଗଞ୍ଜ ଥାନା ପୋଲିସ ମଙ୍ଗଳବାର ସକାଳେ ଗିରଫ କରିଛି। ଜୁଆ, ଟେଣ୍ଡର ଫିକ୍ସିଂ, ଦାଦାବଟି, ବୋମାମାଡ଼, ଗୁଳିକାଣ୍ଡ ଆଦି ୨୦ରୁ ଊର୍ଦ୍ଧ୍ୱ ସଙ୍ଗିନ ମାମଲାରେ ସେ ଥିଲେ ପୋଲିସର ମୋଷ୍ଟ ଓ୍ବାଣ୍ଟେଡ୍‌। ଜେଲ୍‌ରେ ରହି ଫୋନ୍‌ରେ ଦାଦାବଟି ମାଗୁଥିଲେ। ନିକଟରେ ଘଟିଥିବା ମହାନଦୀ ପଠା ଜୁଆ ଆଡ୍ଡା ଘଟଣା ଓ ବିଦ୍ୟାଧରପୁର ଅଞ୍ଚଳର ଜ୍ୟୋତିର୍ମୟୀ ନାୟକଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ପୋଲିସ ତାଙ୍କୁ ଖୋଜୁଥିଲା। ଇନ୍ସପେକ୍ଟର ଅଜୟ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ଜଗତ୍‌ସିଂହପୁର ଅଞ୍ଚଳରୁ ଧରିବା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା। କଟକ ସଦର ଏସ୍‌ଡିଜେଏମ୍‌ ଜାମିନ ନାମଞ୍ଜୁର କରିବା ସହ ମନାଙ୍କୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦେଇଛନ୍ତି।

ପାରିବାରିକ ରାଜନୀତିରୁ ଊର୍ଦ୍ଧ୍ୱରେ ଥିଲେ ନେତା

ପାରିବାରିକ ରାଜନୀତିରୁ ଊର୍ଦ୍ଧ୍ୱରେ ଥିଲେ ନେତା

ବ୍ରହ୍ମପୁର ଅଫିସ,୩।୪: ସାମ୍ପ୍ରତିକ ରାଜନୀତିରେ ନେତାମାନେ ନିଜ ପରିବାର ଲୋକଙ୍କୁ ବିଭିନ୍ନ କ୍ଷେତ୍ରରେ ଥଇଥାନ ଏବଂ ରାଜନୀତିକୁ ଆଣିବା ପାଇଁ ଗୁରୁତ୍ୱ ଦେଉଛନ୍ତି । ପଞ୍ଚାୟତସ୍ତରରୁ ଆରମ୍ଭ କରି ବିଧାନସଭା ଓ ଲୋକ ସଭାକୁ ନିର୍ବାଚିତ କେତେକ ଜନପ୍ରତିନିଧି ଏଭଳି ପ୍ରୟାସ କରୁଛନ୍ତି। ଅନେକ କ୍ଷେତ୍ରରେ ସଫଳ ମଧ୍ୟ ହୋଇଛନ୍ତି।

ଖସିଲା ଧାନ ଉତ୍ପାଦନ

ଖସିଲା ଧାନ ଉତ୍ପାଦନ

ଭୁବନେଶ୍ୱର,୩।୪(ବ୍ୟୁରୋ): ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ଛୁଇଁବ ନାହିଁ। ୧୭ ଜିଲାରେ ମରୁଡି, ଅଦିନିଆ ବର୍ଷା ଓ ଚକଡା ପୋକ ଆକ୍ରମଣ ଯୋଗୁ ଏଭଳି ଦୁଦ୍ଦର୍ଶା ଭୋଗିବାକୁ ପଡିଛି। ଖରିଫ ଧାନ ସଂଗ୍ରହ ଶେଷ ହେବାକୁ ବସିଥିବାବେଳେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ପ୍ରାୟ ୨ରୁ ୩ ଲକ୍ଷ ମେଟ୍ରିକ ଟନ ସଂଗ୍ରହ କମିବା ନିଶ୍ଚିତ ହୋଇଛି।

ଆଜି ଖୋଲିବ ରତ୍ନଭଣ୍ଡାର

ଆଜି ଖୋଲିବ ରତ୍ନଭଣ୍ଡାର

ପୁରୀ ଅଫିସ, ୩।୪: ବୁଧବାର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅର୍ଥାତ୍‌ ଅପରାହ୍ନ ପ୍ରାୟ ୨ଟାରେ ଭଣ୍ଡାର ଖୋଲାଯିବ। ଅଧିକୃତ ଟିମ୍‌ ଯାଞ୍ଚ କରିବେ ଭଣ୍ଡାର ଘରର ଛାତ ଓ କାନ୍ଥର ସ୍ଥିତି। ଏହି ଯାଞ୍ଚ ସମୟରେ ପ୍ରାୟ ୨ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ହେବ କଡ଼ା ସୁରକ୍ଷା ବ୍ୟବସ୍ଥା।

୮ମ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ଜମିଲା ଲୋକନୃତ୍ୟର ଆସର

୮ମ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ଜମିଲା ଲୋକନୃତ୍ୟର ଆସର

ଭୁବନେଶ୍ୱର,୩।୪(ବ୍ୟୁରୋ)-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଚାଲିଥିବା ‘୮ମ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ-୨୦୧୮’ର ମଙ୍ଗଳବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ଆଜିଠୁ ଯୁକ୍ତ୨ ମୂଲ୍ୟାୟନ

ଆଜିଠୁ ଯୁକ୍ତ୨ ମୂଲ୍ୟାୟନ

ଭୁବନେଶ୍ୱର, ୩।୪(ବ୍ୟୁରୋ)- ବୁଧବାରଠାରୁ ଯୁକ୍ତ୨ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେଉଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଖାତା ମୂଲ୍ୟାୟନ କରାଯିବ। ଚଳିତବର୍ଷ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ସମସ୍ତ ବିଷୟଗୁଡିକୁ ଇ-ମୂଲ୍ୟାୟନ କରାଯିବାକୁ ଥିବାବେଳେ କଳା ବିଭାଗର ଇଂଲିଶ୍‌ ବିଷୟ ଇ-ମୂଲ୍ୟାୟନ ହେବ।

୧୦ ଯାଏ ବଢ଼ିବନି ତାତି, ୭ ଜିଲାରେ ଝଡ଼ ପବନ

୧୦ ଯାଏ ବଢ଼ିବନି ତାତି, ୭ ଜିଲାରେ ଝଡ଼ ପବନ

ଭୁବନେଶ୍ୱର, ୩।୪(ବ୍ୟୁରୋ)- ଗତ ଦୁଇ ତିନି ଦିନ ହେବ ରାଜ୍ୟରେ ତାତି ଉଭାନ ହୋଇଯାଇଛି। ଆଉ ଖରା ପ୍ରକୋପ ନାହିଁ। ଗତ ରବିବାର ହୋଇଥିବା ଝଡ଼ବର୍ଷା ଉପକୂଳରୁ ଆରମ୍ଭ କରି ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ତାପମାତ୍ରା କମାଇଦେଇଛି। ଏହାପରେ ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ଝଡ ପବନ ପରିବେଶକୁ ଥଣ୍ଡା କରି ଦେଇଛି।

ସୁର ବାବାଙ୍କ ୬.୫୩ କୋଟିର ସମ୍ପତ୍ତି ବାଜ୍ୟାପ୍ତି କଲା ଇଡି

ସୁର ବାବାଙ୍କ ୬.୫୩ କୋଟିର ସମ୍ପତ୍ତି ବାଜ୍ୟାପ୍ତି କଲା ଇଡି

ଭୁବନେଶ୍ୱର, ୩।୪(ବ୍ୟୁରୋ)- ସୁରେନ୍ଦ୍ର ମିଶ୍ର ଓରଫ ସୁର ବାବାଙ୍କ ସମ୍ପତ୍ତିକୁ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବାଜ୍ୟାପ୍ତି କରିଛି। ଦ୍ୱିତୀୟ ପର୍ଯ୍ୟାୟରେ ୬କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଥିବା ଇଡି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ସୁରବାବାଙ୍କ ୨ପୁଅ ଏବଂ ଟ୍ରଷ୍ଟ ନାଁରେ ଥିବା ୫.୫୭ କୋଟି ଟଙ୍କା ଓ ବ୍ୟାଙ୍କ ଆକାଉଣ୍ଟରେ ଜମା ଥିବା ୯୬ ଲକ୍ଷ ଟଙ୍କା ବାଜ୍ୟାପ୍ତି କରାଯାଇଛି।

ସର୍ବଭାରତୀୟ ଶ୍ରେଷ୍ଠ ୧୦୦ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ଓଡ଼ିଶା: ସ୍ଥାନ ପାଇଲା ନାହିଁ ସରକାରୀ ଶିକ୍ଷାନୁଷ୍ଠାନ

ସର୍ବଭାରତୀୟ ଶ୍ରେଷ୍ଠ ୧୦୦ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ଓଡ଼ିଶା: ସ୍ଥାନ ପାଇଲା ନାହିଁ ସରକାରୀ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ୩।୪(ବ୍ୟୁରୋ)- କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ ପ୍ରସ୍ତୁତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ର଼୍ୟାଙ୍କିଙ୍ଗ୍‌ ଫ୍ରେମ୍‌ଓ୍ବାର୍କ(ଏନ୍‌ଆଇଆର୍‌ଏଫ୍‌) ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏହି ସର୍ବଭାରତୀୟ ର଼୍ୟାଙ୍କିଙ୍ଗ୍‌ ତାଲିକା(ସବୁ ବର୍ଗର ଶିକ୍ଷାନୁଷ୍ଠାନ)ରେ ସ୍ଥାନ ପାଇଥିବା ୧୫୦ ଶିକ୍ଷାନୁଷ୍ଠାନ ମଧ୍ୟରେ ଶ୍ରେଷ୍ଠ ୧୦୦ରେ ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ରହିଛନ୍ତି।

୧.୩୭ କୋଟି ପିଲାଙ୍କୁ ଦିଆଯିବ କୃମିନାଶକ ଔଷଧ

୧.୩୭ କୋଟି ପିଲାଙ୍କୁ ଦିଆଯିବ କୃମିନାଶକ ଔଷଧ

ଭୁବନେଶ୍ୱର, ୩।୪(ବ୍ୟୁରୋ)- ବୁଧବାର ଜାତୀୟ କୃମିନାଶକ ଦିବସ। ରାଜ୍ୟରେ ଏହି ଦିବସ ପାଳନ ପରିପ୍ରେକ୍ଷୀରେ ୩୦ ଜିଲାରେ ୧କୋଟି ୩୭ ଲକ୍ଷ ୬୨ ହଜାର ୩୯୧ ପିଲାଙ୍କୁ କୃମିନାଶକ ଔଷଧ ବଣ୍ଟନ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୧ବର୍ଷର ଶିଶୁଠାରୁ ଆରମ୍ଭ କରି ୧୯ ବର୍ଷର ଯୁବତୀଯୁବକଙ୍କ ପର୍ଯ୍ୟନ୍ତ ପିଲାଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୃମିନାଶକ ଆଲ୍‌ବେଣ୍ଡାଜୋଲ ସିରପ୍‌ ଏବଂ ବଟିକା ଦିଆଯିବ।

ଶାହାଙ୍କ ଗସ୍ତ ପୂର୍ବରୁ ଭାଜପାର ସାଂଗଠନିକ ବୈଠକ

ଶାହାଙ୍କ ଗସ୍ତ ପୂର୍ବରୁ ଭାଜପାର ସାଂଗଠନିକ ବୈଠକ

ଭୁବନେଶ୍ୱର,୩।୪(ବ୍ୟୁରୋ): ଭାଜପାର ରାଷ୍ଟ୍ରୀୟ ଦଳ ଅଧ୍ୟକ୍ଷ ଅମିତ ଶାହା ବୁଧବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହାକୁ ନେଇ ମଙ୍ଗଳବାର ଦଳର ସାଂଗଠନିକ ବୈଠକ ବସିଛି।

ନଡ଼ିଆ ଉତ୍ପାଦକ ସମିତି ଉଦ୍‌ଘାଟିତ

ନଡ଼ିଆ ଉତ୍ପାଦକ ସମିତି ଉଦ୍‌ଘାଟିତ

ସାକ୍ଷୀଗୋପାଳ, ୩।୪ (ଡି.ଏନ.ଏ.): ନଡିଆ ଚାଷୀମାନଙ୍କ ଅଭିବୃଦ୍ଧି ଲକ୍ଷ୍ୟନେଇ ସତ୍ୟବାଦୀ ବ୍ଲକ ଆଳିସ ପଞ୍ଚାୟତରେ ନବଗଠିତ ବାଲୁଙ୍କେଶ୍ବର ନଡ଼ିଆ ଉତ୍ପାଦକ ସମିତି ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ନାରିକେଳ ଉନ୍ନୟନ ପରିଷଦର ଉପ ନିର୍ଦ୍ଦେଶକ ଡା. ରଜତ କୁମାର ପାଲ ଯୋଗ ଦେଇଥିଲେ।

ଆଇଡିଏଚ୍‌ ଚିକିତ୍ସାଳୟରେ ଶଢ଼ୁଛି ମୃତଦେହ

ଆଇଡିଏଚ୍‌ ଚିକିତ୍ସାଳୟରେ ଶଢ଼ୁଛି ମୃତଦେହ

ପୁରୀ ଅଫିସ, ୩।୪: ପୁରୀ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଯକ୍ଷ୍ମା ଓ ସଂକ୍ରମଣ ଚିକିତ୍ସାଳୟରେ ପୁଣି ଏକ ରୋଗୀଙ୍କ ମୃତଦେହ ୪ଦିନ ହେବ ପଡି ରହିିଥିବା ଜଣାପଡିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୫ ପ୍ରକଳ୍ପକୁ ମଞ୍ଜୁରୀ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୫ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର,୩।୪(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୨୫ଟି ପ୍ରକଳ୍ପକୁ ୧ କୋଟି ୫ଲକ୍ଷ ଟଙ୍କାର ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପଗୁଡିକ ମଧ୍ୟରେ କେନ୍ଦୁଝର ଜିଲା ଗଦାଧରପୁର ପଞ୍ଚାୟତର ୮ ପ୍ରକଳ୍ପ, କେନ୍ଦ୍ରପଡ଼ା ଜିଲା ରାଜଗଡ଼ ପଞ୍ଚାୟତର ୯ ଏବଂ ସୁନ୍ଦରଗଡ ଜିଲାର ମହୁଲପଲ୍ଲୀ ପଞ୍ଚାୟତର ୮ଟି ପ୍ରକଳ୍ପ ରହିଛି।

ଝାମୁଯାତ୍ରା ପାଇଁ ଉତ୍ସବମୁଖର କାକଟପୁର

ଝାମୁଯାତ୍ରା ପାଇଁ ଉତ୍ସବମୁଖର କାକଟପୁର

କାକଟପୁର, ୩।୪(ଡି.ଏନ୍‌.ଏ.): ଆଜି ବୈଶାଖ ପ୍ରଥମ ମଙ୍ଗଳବାର। କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ ଭକ୍ତଙ୍କ ଭିଡ଼ ଜମିଛି। ଏ ନେଇ ସମଗ୍ର ମନ୍ଦିରକୁ ଆଲୋକମାଳାରେ ସଜାଯାଇଥିବା ବେଳେ ମନ୍ଦିର ବେଢାକୁ ଟେଣ୍ଡ କପଡ଼ାରେ ଆଚ୍ଛାଦିତ କରାଯାଇଛି।