ରାଜ୍ୟ

ଗୁଣିଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ଘଟଣା: ୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ

ଗୁଣିଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ଘଟଣା: ୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ

ଗୁଣପୁର, ୧୩।୪(ଡି.ଏନ୍‌.ଏ.): ୨୦୧୬ ସେପ୍ଟେମ୍ବର ୯ରେ ରାୟଗଡା ଜିଲା ଗୁଣପୁର ବ୍ଲକ ତଲଣା ପଞ୍ଚାୟତ କିିତୁଂ ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ବାପା, ମାଆ, ଝିଅଙ୍କୁ ହତ୍ୟା କରାଯାଇଥିଲା। ଗୁଣପୁର ଏଡିଜେ କୋର୍ଟ ଶୁକ୍ରବାର ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ଏଡିଜେ ଶୁଭେନ୍ଦୁ କୁମାର ପତି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ଥିବା ୯ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିବା ଜଣାପଡିଛି।

ବାସି ପଖାଳ ଖାଇ ଗର୍ଜିଲେ ଚାଷୀ: ସରକାରୀ ଅଫିସ, ବ୍ୟାଙ୍କ ବନ୍ଦ

ବାସି ପଖାଳ ଖାଇ ଗର୍ଜିଲେ ଚାଷୀ: ସରକାରୀ ଅଫିସ, ବ୍ୟାଙ୍କ ବନ୍ଦ

ବରଗଡ ଅଫିସ, ୧୩।୪: ବରଗଡ ଜିଲା କୃଷକ ସମନ୍ବୟ ସମିତି ୫ ଦଫା ଦାବି ନେଇ ଶୁକ୍ରବାର ଆନ୍ଦୋଳନକୁ ଓହ୍ଲାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ ଟାଳଟୁଳ ନୀତି ପ୍ରତ୍ୟାହାର କରି ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ, କ୍ରମାଗତ ମରୁଡି ଓ ଫସଲ କ୍ଷତିର ସମ୍ମୁଖୀନ ହେଉଥିବା ଚାଷୀଙ୍କ କୃଷିଋଣ ଛାଡ, କୃଷିକାର୍ଯ୍ୟ ପାଇଁ ବିଦ୍ୟୁତ ଦେୟ ଛାଡ, ଟ୍ରାକ୍ଟର ପାଇଁ ଉଦ୍ଦିଷ୍ଟ ଫିଟ୍‌ନେସ ଲାଗି ଜରିମାନା ଅସୁଲି ବନ୍ଦ କରିବା, କୃଷିଜାତ ଦ୍ରବ୍ୟର ସଂରକ୍ଷଣ ସହ ଉପଯୁକ୍ତ ବିକ୍ରିମୂଲ୍ୟ ପ୍ରଦାନ, ଚାଷୀମାନଙ୍କୁ ସାମାଜିକ ସୁରକ୍ଷା ପାଇଁ ୫୦ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ପେନ୍‌ସନ ଦାବିରେ ଏହି ଆନ୍ଦୋଳନ କରାଯାଉଛି।

ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସମ୍ମୁଖ ଗଳିରେ ଅଗ୍ନିକାଣ୍ଡ

ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସମ୍ମୁଖ ଗଳିରେ ଅଗ୍ନିକାଣ୍ଡ

ପୁରୀ ଅଫିସ, ୧୩।୪: ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସମ୍ମୁଖ ଗଳିରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋବିନ୍ଦ ମହାପାତ୍ରଙ୍କ ଗୋଟିଏ ବଖରା ଚାଳଘର ଜଳି ଯାଇଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଖବର ପାଇଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

କୋର୍ଟରୁ ଫେରାର କଏଦୀ ଗିରଫ

କୋର୍ଟରୁ ଫେରାର କଏଦୀ ଗିରଫ

କଟକ ରୋଡ଼, ୧୩।୪(ଡି.ଏନ୍‌.ଏ.): ଭୁବନେଶ୍ୱର କୋର୍ଟ ପରିସରରୁ ଚମ୍ପଟ ମାରିଥିବା କଏଦୀ ରଞ୍ଜନ ମାର୍ଥାଙ୍କୁ ବଡ଼ଗଡ଼ ପୋଲିସ ଗୁରୁବାର ଅପରାହ୍ନରେ ଗିରଫ କରିଛି। ଗତ ପ୍ରାୟ ଦେଢ ବର୍ଷ ଧରି ଏକ ବଳାତ୍କାର ମାମଲାରେ ଗିରଫ ହୋଇଥିବା ରଞ୍ଜନ ଝାରପଡ଼ା ସ୍ବତନ୍ତ୍ର ଜେଲରେ ବିଚାରାଧୀନ କଏଦୀ ଭାବେ ଦଣ୍ଡ ଭୋଗୁଥିଲେ।

ଅଗ୍ନିକାଣ୍ଡ: ୬ ବାଇକ୍‌, ୧ ବୋଲେରୋ ଜଳିଗଲା

ଅଗ୍ନିକାଣ୍ଡ: ୬ ବାଇକ୍‌, ୧ ବୋଲେରୋ ଜଳିଗଲା

ଭଞ୍ଜନଗର, ୧୩।୪: ଭଞ୍ଜନଗର ଥାନା ଇଣ୍ଡେଇସାହିର ଛେଦାଭୂମି ରୋଡରେ ଥିବା ଦୟା ବେହେରାଙ୍କ ଗ୍ୟାରେଜରେ ଶୁକ୍ରବାର ସକାଳ ପ୍ରାୟ ୫ଟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ ବୋଲେରୋ ସମେତ ୬ଟି ବାଇକ୍‌ ସମ୍ପୂର୍ଣ୍ଣ ଜଳି ଯାଇଛି। ଖବର ପାଇ ଭଞ୍ଜନଗର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ପୋଲିସ ଏନ୍‌କାଉଣ୍ଟର: କୁଖ୍ୟାତ ଅପରାଧି ସୂର୍ଯ୍ୟମଣି ଛୋଟରାୟ ଆହତ

ପୋଲିସ ଏନ୍‌କାଉଣ୍ଟର: କୁଖ୍ୟାତ ଅପରାଧି ସୂର୍ଯ୍ୟମଣି ଛୋଟରାୟ ଆହତ

ଖୋର୍ଦ୍ଧା ଅଫିସ, ୧୩।୪: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଛଣଗିରି ପଞ୍ଚାୟତ ରାସ୍ତାରେ ଶୁକ୍ରବାର ନୟାଗଡ଼ ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ସୂର୍ଯ୍ୟମଣି ଛୋଟରାୟ ଓରଫ ଚିଲୁ ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡରେ ଗୁଳି ବାଜିଛି।

୧୬ରେ ଖୋଲିବ ଜଗମୋହନ

୧୬ରେ ଖୋଲିବ ଜଗମୋହନ

ପୁରୀ ଅଫିସ,୧୨।୪: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ଶ୍ରୀମନ୍ଦିର ପ୍ରଶାସନ ଆସନ୍ତା ୧୬ ତାରିଖରେ ଭକ୍ତଙ୍କ ସକାଶେ ଜଗମୋହନକୁ ଖୋଲିଦେବ। ଭକ୍ତମାନେ ଭିତରକାଠରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ମରାମତି ଆଳରେ ଜଗମୋହନକୁ ଦୀର୍ଘଦିନ ଧରି ବନ୍ଦ କରି ରଖିଥିବା କାରଣରୁ ହାଇକୋର୍ଟ ବିରକ୍ତି ପ୍ରକାଶ କରିଥିଲେ। ଏପ୍ରିଲ ୧୬ ସୁଦ୍ଧା ଜଗମୋହନ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏସ୍‌ସିବି ଛାଡ଼ିଲେ ରୀମା

ଏସ୍‌ସିବି ଛାଡ଼ିଲେ ରୀମା

କଟକ ଅଫିସ, ୧୨।୪- ଆଉ ବାହା ହେବେନି, ଶାଶୁଘରେ ରହି ସ୍ବାମୀଙ୍କ ସ୍ମୃତିକୁ ଜାବୁଡି ଧରି ସାରା ଜୀବନ ବଞ୍ଚିବେ। ଯଦି ଶାଶୁ, ଶ୍ୱଶୁର ଅନୁମତି ଦିଅନ୍ତି ତେବେ ଉଚ୍ଚଶିକ୍ଷା କରିବେ। ଏ କଥା କହିଛନ୍ତି ରୀମାରାଣୀ ସାହୁ। ଗତ ଫେବୃୃୟାରୀ ୨୩ରେ ବଲାଙ୍ଗୀର ଜିଲା ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣରେ ଗୁରୁତର ଆହତ ହୋଇ ରୀମା ଏସ୍‌ସିବି ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ। ଗୁରୁବାର ଅପରାହ୍ନରେ ଏସ୍‌ସିବି ଛାଡିବା ଅବସରରେ ସେ ଉପରୋକ୍ତ କଥା କହିଛନ୍ତି।

୩ ମାଈ ହରିଣ ମୃତ

୩ ମାଈ ହରିଣ ମୃତ

କେନ୍ଦୁଝର, ୧୨।୪(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜ ଅନ୍ତର୍ଗତ ବୀଣାଝରୀ ଗ୍ରାମ ନିକଟ ଘଟଗାଁ ରିଜର୍ଭ ଜଙ୍ଗଲରୁ ଗୁରୁବାର ଗ୍ରାମ ସୀମାକୁ ଚାଲିଆସିଥିବା ୩ ମାଈ ହରିଣର ମୃତ୍ୟୁ ହୋଇଛି। କୁକୁର ପଲ ଗୋଡେଇବାରୁ କେତେକ ହରିଣ ଧାଇଁ ଖଣ୍ଡିଆଖାବରା ହୋଇଥିଲେ। ସେଥିମଧ୍ୟରୁ ୩ ଆହତ ହରିଣକୁ ଉଦ୍ଧାର କରାଯାଇ ଘଟଗାଁ ପଶୁଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ହରିଣଙ୍କ ମୃତ୍ୟୁ ଘଟିଥିଲା।

ଆଜି ହେବ ମହାନଦୀ ଆଲୋଚନା

ଆଜି ହେବ ମହାନଦୀ ଆଲୋଚନା

ଭୁବନେଶ୍ୱର,୧୨।୪(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟ ବୁଧବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଶାସକ ବିଜେଡି ମହାନଦୀ ପ୍ରସଙ୍ଗରେ ହଟ୍ଟଗୋଳ କରି ଗୃହକୁ ଅଚଳ କରି ପକାଇଥିଲେ। ଗୁରୁବାର ବିରୋଧୀ ଦଳ ପକ୍ଷରୁ ସମାନ ପ୍ରସଙ୍ଗରେ ମଧ୍ୟ ଗୃହକୁ ଅଚଳ କରାଗଲା। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପୂର୍ବରୁ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେଉ। କାହାର କେତେ ଆନ୍ତରିକତା ଅଛି ଜଣାପଡିବ। ବିରୋଧୀ ଦଳ ଶାସକ ଦଳକୁ ଏମିତି ଆହ୍ବାନ କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ବିରୋଧୀ କଂଗ୍ରେସ ଓ ଭାଜପା ସଦସ୍ୟମାନେ ମହନାଦୀ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରି ହଟ୍ଟଗୋଳ କରିଥିଲେ।

ଚନ୍ଦନେଶ୍ୱରଜୀଉଙ୍କ ମହାନୀଳ ପର୍ବରେ ୪ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ

ଚନ୍ଦନେଶ୍ୱରଜୀଉଙ୍କ ମହାନୀଳ ପର୍ବରେ ୪ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ

ଭୋଗରାଇ, ୧୨। ୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ପ୍ରସିଦ୍ଧ ଶୈବପୀଠ ଶ୍ରୀଚନ୍ଦନେଶ୍ୱର ଜୀଉଙ୍କ ଚୈତ୍ର ଚଡ଼କମେଳାର ମୁଖ୍ୟ ଆକର୍ଷଣ ‘ମହାନୀଳ ପର୍ବ’ରେ ୪ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତଙ୍କ ହରିବୋଲ ଧ୍ୱନୀରେ ପୀଠ ପ୍ରକମ୍ପିତ ହୋଇ ଏକପ୍ରକାର ଆଧ୍ୟାମତ୍କ ପରିବେଶ ସୃଷ୍ଟି ହୋଇଥିଲା।

ପଡ଼ିଆରେ ହାତାହାତି

ପଡ଼ିଆରେ ହାତାହାତି

ଭୁବନେଶ୍ୱର, ୧୨।୪(କ୍ରୀଡ଼ା ପ୍ରତିନିଧି): ଫୁଟବଲରେ ଲାଗିଛି କଳଙ୍କ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଗୁରୁବାର ଘଟିଛି ଅଭାବନୀୟ ଘଟଣା । ଜାମସେଦପୁର ଏଫସି ଓ ଏଫସି ଗୋଆ ମଧ୍ୟରେ କ୍ୱାର୍ଟର ଫାଇନାଲ ମ୍ୟାଚ ଅବସରରେ ଉଭୟ ଦଳର ଖେଳାଳି ମୁହାଁମୁହିଁ ଏବଂ ହାତାହାତି ହେବା ଯୋଗୁ ଦଣ୍ଡବିଧାନ ହୋଇଛି।

ରାଜଧାନୀରୁ ୨ କୋଟିର ଗଞ୍ଜେଇ ଜବତ

ରାଜଧାନୀରୁ ୨ କୋଟିର ଗଞ୍ଜେଇ ଜବତ

ଭୁବନେଶ୍ୱର, ୧୨।୪(ବ୍ୟୁରୋ)- ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାନ୍ତରୁ ଟ୍ରକ୍‌, କାର୍‌ରେ ଭୁବନେଶ୍ୱର ଦେଇ ବିହାର, ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ କରାଯାଉଛି। କିଲୋ କି କୁଇଣ୍ଟାଲ ନୁହେଁ ଟନ୍‌ ଟନ୍‌ ଗଞ୍ଜେଇ କରାବାର ଚାଲିଛି। ଗତ ୪ ତାରିଖରେ ଭୁବନେଶ୍ୱରର ଦୁଇଟି ସ୍ଥାନରେ ଚଢାଉ କରି ୨ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଗୁରୁବାର ଆଇଗିଣିଆ ନିକଟରେ ଏକ ଟ୍ରକରୁ ୧୨ କୁଇଣ୍ଟାଲ ଜବତ ହୋଇଛି। ଏହାର ମୂଲ୍ୟ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨।୪(ବ୍ୟୁରୋ) : ଓଡ଼ିଶାର ୪ କୋଇଲା ଖଣିକୁ କେନ୍ଦ୍ର ସରକାର ଡବ୍ଲ୍ୟୁସିଏଲ୍‌ ହାତରେ ଟେକିଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧ କରିବା ସହ ଖଣିଗୁଡ଼ିକୁ ଏମ୍‌ସିଏଲକୁ ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏ ନେଇ କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁବାର ଚିଠି ଲେଖିଛନ୍ତି।

ଏମ୍‌ପି ପାଣି ଟାଙ୍କି ଉଦ୍‌ଘାଟନ କଲେ, ଦୁର୍ବୃତ୍ତ ଭାଙ୍ଗିଲେ

ଏମ୍‌ପି ପାଣି ଟାଙ୍କି ଉଦ୍‌ଘାଟନ କଲେ, ଦୁର୍ବୃତ୍ତ ଭାଙ୍ଗିଲେ

କେନ୍ଦ୍ରାପଡ଼ା ଅଫିସ, ୧୨।୪: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଧୀନ ପୁରୁଷୋତ୍ତମପୁର ଗ୍ରାମଠାରେ ଥିବା ପାଣିଟାଙ୍କିକୁ ଗୁରୁବାର ଉଦ୍‌ଘାଟନ କରିବାର ଅଧ ଘଣ୍ଟା ପରେ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି।

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୋରାପୁଟ, ୧୨।୪(ଡି.ଏନ୍‌.ଏ.): କୋରାପୁଟ ସହର ପରଜା ସାହିରୁ ବୁଧବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ପି. କେ. ପାଙ୍ଗି(୨୧)।

ମହାନଦୀ ବିବାଦକୁ ନେଇ ହଟ୍ଟଗୋଳ: ଗୃହ ୩ଟାଯାଏ ମୁଲତବୀ

ମହାନଦୀ ବିବାଦକୁ ନେଇ ହଟ୍ଟଗୋଳ: ଗୃହ ୩ଟାଯାଏ ମୁଲତବୀ

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ମହାନଦୀ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଲଗାତାର ଦ୍ୱିତୀୟ ଦିନ ଚାଲିପାରିଲା ନାହିଁ ବିଧାନସଭା।

ଅତାବିରା ଏନ୍‌ଏସି ଅଧ୍ୟକ୍ଷା ହେଲେ ଦୀପାଞ୍ଜଳି

ଅତାବିରା ଏନ୍‌ଏସି ଅଧ୍ୟକ୍ଷା ହେଲେ ଦୀପାଞ୍ଜଳି

ସରଣ୍ଡା, ୧୨।୪(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଏନ୍‌ଏସିର ଅଧ୍ୟକ୍ଷା ଭାବେ ଦୀପାଞ୍ଜଳି ଭୋରାସାଗର ମନୋନୀତ ହୋଇଛନ୍ତି। ଉପଜିଲାପାଳ ବିଶ୍ୱଜିତ୍‌ ମହାପାତ୍ର ଗୁରୁବାର ଏହା ଘୋଷଣା କରିଛନ୍ତି।

ପୁରୀ ବେଳାଭୂମିରୁ ଡଲ୍‌ଫିନ୍‌ ଉଦ୍ଧାର

ପୁରୀ ବେଳାଭୂମିରୁ ଡଲ୍‌ଫିନ୍‌ ଉଦ୍ଧାର

ପୁରୀ ଅଫିସ, ୧୨।୪: ପୁରୀ ବେଳାଭୂମି ମାର୍ଗର ହୋଟେଲ ଭିକ୍ଟୋରିଆ ନିକଟରୁ ଗୁରୁବାର ଏକ ମୃତ ଡଲ୍‌ଫିନ୍‌ ଜଙ୍ଗଲ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ଏହାର ଲମ୍ବ ପ୍ରାୟ ୩ ଫୁଟ ହେବ। ତେବେ ଡଲ୍‌ଫିନ୍‌ଟି କେଉଁ ପ୍ରଜାତିର ତାହା ସ୍ପଷ୍ଟ ହୋଇନାହିଁ। ବେଳାଭୂମିରେ ଏକ ଡଲ୍‌ଫିନ୍‌ ପଡିଥିବା ଦେଖି ଲାଇଫ୍‌ଗାର୍ଡମାନେ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ।

ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଅନୁଗୋଳ ବନ୍ଦ

ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଅନୁଗୋଳ ବନ୍ଦ

ବନ୍ତଳା,୧୨।୪(ଡି.ଏନ୍‌.ଏ.): ତାଳଚେରଠାରେ ମେଡିକାଲ କଲେଜ, ଜିଲା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେସିଆଲିଟି ହସ୍ପିଟାଲ ମାନ୍ୟତା, ଜିଲାର ସମସ୍ତ ଡାକ୍ତରଖାନାରେ ଡାକ୍ତର ଓ ଅନ୍ୟ କର୍ମଚାରୀ ପଦବୀ ପୂରଣ ଦାବିରେ ଅନୁଗୋଳ ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଜିଲାବାସୀଙ୍କ ସହଯୋଗରେ ଶାନ୍ତିପୂର୍ଣ୍ଣ ଭାବେ ଗୁରୁବାର ଅନୁଗୋଳ ବନ୍ଦ ପାଳନ ହେଉଛି।

ଚନ୍ଦ୍ରିକା ମହାପାତ୍ରଙ୍କ ପରଲୋକ

ଚନ୍ଦ୍ରିକା ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର, ୧୧।୪(ବ୍ୟୁରୋ): ଜଣାଶୁଣା ସମାଜସେବୀ ତଥା ସାବିତ୍ରୀ ପତ୍ରିକାର ସମ୍ପାଦିକା ଚନ୍ଦ୍ରିକା ମହାପାତ୍ରଙ୍କର ପରଲୋକ ଘଟିଛି। ହୃଦ୍‌ଘାତର ଶିକାର ହୋଇ ଗତ ରବିବାରଠାରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବୁଧବାର ରାତି ୮ଟା ୨୦ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ତାଙ୍କୁ ୭୮ବର୍ଷ ହୋଇଥିଲା।

ବାପାଙ୍କ ଚିକିତ୍ସା ଖର୍ଚ୍ଚ ଶୁଝିବା ପାଇଁ ଡାକ୍ତରଙ୍କ ଘରେ ବନ୍ଧା

ବାପାଙ୍କ ଚିକିତ୍ସା ଖର୍ଚ୍ଚ ଶୁଝିବା ପାଇଁ ଡାକ୍ତରଙ୍କ ଘରେ ବନ୍ଧା

କଟକ ଅଫିସ, ୧୧।୪- ଡାକ୍ତରଙ୍କ ଘରୁ ବୁଧବାର ରାତିରେ ଉଦ୍ଧାର ହୋଇଛନ୍ତି ଜଣେ ୯ ବର୍ଷର ନାବାଳିକା। ବାପାଙ୍କ ଋଣ ଶୁଝିବା ପାଇଁ ସେ ସେଠାରେ ବନ୍ଧା ପଡ଼ିଥିଲେ। ତାଙ୍କ ବାପା ରୋଗାଗ୍ରସ୍ତ ଥିବାବେଳେ ଡାକ୍ତର ଜଣକ ଚିକିତ୍ସା କରିଥିଲେ। ଚିକିତ୍ସା ବାବଦୀୟ ଅର୍ଥ ପୈଠ ନ କରିବାରୁ ଝିଅ ଡାକ୍ତରଙ୍କ ଘରେ ଚାକରାଣୀ ଭାବେ ବାସନ ମାଜିବା, ଲୁଗାପଟା ସଫା କରିବା ଆଦି ଘରୋଇ କାର୍ଯ୍ୟରେ ନିୟୋଜିତ ଥିଲେ। ଏଭଳି ଘଟଣା ଘଟିଛି କଟକ ସହରର ମର୍କତନଗର ଥାନା ଅଧୀନ ସେକ୍ଟର-୯ ଅଞ୍ଚଳରେ। ଖବରପାଇ ଚାଇଲ୍‌ଡ ଲାଇନ କର୍ମକର୍ତ୍ତାମାନେ ବୁଧବାର ସନ୍ଧ୍ୟାରେ ଡାକ୍ତରଙ୍କ ଘରେ ପହଞ୍ଚତ୍ଥିଲେ। ହେଲେ ଚାଇଲ୍‌ଡ ଲାଇନ କର୍ମକର୍ତ୍ତାଙ୍କୁ ନାନା ଧମକଚମକ ମିଳିଥିଲା। ଫଳରେ କର୍ମକର୍ତ୍ତାମାନେ ବାଧ୍ୟହୋଇ ମର୍କତନଗର ଥାନାକୁ ଆସିଥିଲେ। ପରେ ପୋଲିସ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା।

ସି-ଶୋର ଲିଙ୍କ୍‌: ପ୍ରଭାତ ବିଶ୍ୱାଳଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ସି-ଶୋର ଲିଙ୍କ୍‌: ପ୍ରଭାତ ବିଶ୍ୱାଳଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ରିପୋର୍ଟ ଦାଖଲ ନିର୍ଦ୍ଦେଶ

କଟକ ଅଫିସ, ୧୧।୪- ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ସେ ଅସୁସ୍ଥ ଥିବା ଦର୍ଶାଇ ବିଶ୍ୱାଳଙ୍କ ପକ୍ଷରୁ ପୁଣି ହାଇକୋର୍ଟରେ ଜାମିନ ଆବେଦନ କରାଯାଇଛି। ବିଚାରପତି ବିଶ୍ୱନାଥ ରଥ ବିଶ୍ୱାଳଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ସବିଶେଷ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକ ବିଶ୍ୱାଳ ତାଙ୍କ ଜାମିନ ଆବେଦନରେ ଦର୍ଶାଇଛନ୍ତି ଯେ, ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ଯେହେତୁ ଗୁରୁତର ରହିଛି। ଏଣୁ ତାଙ୍କୁ ଏସ୍‌ସିବିରେ ରଖାଯାଇ ଚିକିତ୍ସା କରାଯାଉଛି। ସେ ଜଣେ ବିଧାୟକ। ତାଙ୍କ ନିର୍ବାଚନମଣ୍ଡଳୀର ଲୋକଙ୍କ ସମସ୍ୟା ବୁଝିବା ତାଙ୍କର ଦାୟିତ୍ୱ। ଏ କ୍ଷେତ୍ରରେ ତାଙ୍କୁ ଜାମିନ ପ୍ରଦାନ କରାଯାଉ ବୋଲି ପ୍ରଭାତଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ପ୍ରାର୍ଥନା କରାଯାଇଛି।

ରେଭେନ୍‌ଶା ନିଯୁକ୍ତି ବିଜ୍ଞପ୍ତି ରଦ୍ଦ

ରେଭେନ୍‌ଶା ନିଯୁକ୍ତି ବିଜ୍ଞପ୍ତି ରଦ୍ଦ

କଟକ ଅଫିସ, ୧୧।୪- ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର, ରିଡର ଓ ଅଧ୍ୟାପକ ନିଯୁକ୍ତି ନିମନ୍ତେ ପ୍ରକାଶିତ ବିଜ୍ଞପ୍ତିକୁ ହାଇକୋର୍ଟ ଅବୈଧ ଘୋଷଣା କରିଛନ୍ତି। ଏଥିରେ ୟୁଜିସି ଗାଇଡ୍‌ଲାଇନକୁ ଅନୁସରଣ କରାଯାଇ ନ ଥିବା ଅଭିଯୋଗକୁ ବୁଧବାର ହାଇକୋର୍ଟ ଗ୍ରହଣ କରି ଉକ୍ତ ନିଯୁକ୍ତି ବିଜ୍ଞପ୍ତିକୁ ରଦ୍ଦ କରିଦେଇଛନ୍ତି। ମୁଖ୍ୟ ବିଚାରପତି ବିନୀତ ସରନ ଓ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନ୍ତରୀଣ ଆଦେଶକୁ ପ୍ରତ୍ୟାହାର କରିନେଇ ଏହି ଆଦେଶ ଦେଇଛନ୍ତି। ଫଳରେ ଏହି ନିଯୁକ୍ତି ନେଇ ପୁଣିଥରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।