ରାଜ୍ୟ

ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ: ନେତା-ଜନତାଙ୍କ ସମ୍ପର୍କକୁ ନୂଆ ଦିଗ ଦେଇଥିଲେ ବିଜୁବାବୁ
ଭୁବନେଶ୍ୱର,୧୭।୪(ବ୍ୟୁରୋ)-ବିଜୁ ପଟ୍ଟନାୟକ ଓଡ଼ିଶାବାସୀଙ୍କର ଅତି ନିଜର ଥିଲେ। ଓଡ଼ିଆ ସ୍ବାଭିମାନ ଓ ଓଡ଼ିଆ ଜାତିର ଗୌରବ ତାଙ୍କ ସ୍ବପ୍ନ ଥିଲା। ଆଉ ଏଥିପାଇଁ ସେ କରିଥିଲେ ସଂଗ୍ରାମ। ମାଟି ମା’କୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବା ପାଇଁ ସେ ନିଜ ଜୀବନକୁ ସମର୍ପଣ କରିଥିଲେ। ବିଜୁବାବୁ ଅନେକ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛନ୍ତି। ସାରା ବିଶ୍ୱରେ ଓଡ଼ିଆ ଜାତିର ଗୌରବ ବଢ଼ାଇଛନ୍ତି।

୯ ଅଧ୍ୟାପକଙ୍କୁ କାରଣଦର୍ଶାଅ ନୋଟିସ
ଭୁବନେଶ୍ୱର, ୧୭। ୪(ବ୍ୟୁରୋ)- ଯୁକ୍ତ୨ ଇ-ମୂଲ୍ୟାୟନ ପାଇଁ ନିୟୋଜିତ ଅଧ୍ୟାପିକା ଅଧ୍ୟାପକଙ୍କ ମଧ୍ୟରୁ କେନ୍ଦ୍ରରେ ଯୋଗଦେଇ ନ ଥିବା ୯ ଜଣଙ୍କୁ ମଙ୍ଗଳବାର ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୩ଦିନ ଭିତରେ ବିଭାଗ ନିକଟରେ ଉତ୍ତର ରଖିବା ପାଇଁ ନୋଟିସରେ କୁହାଯାଇଛି।

ଦିନସାରା ଉପାସରେ ମହାପ୍ରଭୁ
ପୁରୀ ଅଫିସ, ୧୭।୪: ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ସବୁ ସୀମା ସରହଦକୁ ଟିପିଯାଇଛି। ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କ ଜିଦ୍ ଏବଂ ବେଖାତିର ମନୋଭାବ ଲାଗି ହଟାହଟା ହୋଇଛନ୍ତି କାଳିଆ ଠାକୁର। ଓଳିଏ ଖାଇ ରାତି ସାରା ଉଜାଗର ରହିବା ପରେ ବି ମହାପ୍ରଭୁଙ୍କ ଯାତନା ଦୂର ହୋଇନି। ମଙ୍ଗଳବାର ଠାକୁର ସ୍ନାନ ସାରି ଦିନତମାମ୍ ଭୋକ ଉପାସରେ ରତ୍ନସିଂହାସନ ଉପରେ ବସିରହିଛନ୍ତି। ଭୋକିଲା ଠାକୁରଙ୍କ ଦର୍ଶନ କରି ଭକ୍ତ ବି ମହାପ୍ରସାଦ ନ ପାଇ ମନଦୁଃଖରେ ଫେରିଛନ୍ତି। ଭକ୍ତ ଓ ଭଗବାନଙ୍କ ଦୁର୍ଦ୍ଦଶା ସତ୍ତ୍ବେ ବି ଚେତିନାହାନ୍ତି ସେବାୟତ ଓ ଅଧିକାରୀ। ନିଜ ମନମାନି ଏବଂ ଜିଦ୍ ଲାଗି ଶ୍ରୀମନ୍ଦିରରେ ଅଚଳାବସ୍ଥା ଦୂର ହୋଇପାରିନାହିଁ।

ଚିଟ୍ଫଣ୍ଡ୍ ଠକେଇ ମାମଲା: ସୂର୍ଯ୍ୟ ନିର୍ମାଣ ସଂସ୍ଥାର ନିର୍ଦ୍ଦେଶକଙ୍କ ଜାମିନ ଖାରଜ
କଟକ ଅଫିସ, ୧୭।୪- ସୂର୍ଯ୍ୟ ନିର୍ମାଣ ରିସୋର୍ସେସ୍ ପ୍ରାଇଭେଟ ଲିମିଟେଡ୍ର ନିର୍ଦ୍ଦେଶକ ବିଶ୍ୱଜିତ ପଟ୍ଟନାୟକଙ୍କ ଜାମିନ ଆବେଦନକୁ ମଙ୍ଗଳବାର ଚିଟ୍ଫଣ୍ଡ୍ ସ୍ବତନ୍ତ୍ର କୋର୍ଟ ଖାରଜ କରିଦେଇଛନ୍ତି। ଚିଟଫଣ୍ଡ୍ ଠକେଇ ମାମଲାରେ ପଟ୍ଟନାୟକଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଭୁବନେଶ୍ୱର ନୟାପଲ୍ଲୀରୁ ଗିରଫ କରିଥିଲା। ସେ ଜାମିନ ପାଇଁ ଉକ୍ତ ଅଦାଲତରେ ଆବେଦନ କରିଥିଲେ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ-ଆଇଏଲ୍ଏସ୍ ଚୁକ୍ତି
ଭୁବନେଶ୍ୱର, ୧୭।୪(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଜ୍ଞାନ ଓ ଜୈବ ବିଜ୍ଞାନ ବିଭାଗ ତଥା ଭୁବନେଶ୍ୱର ଜୈବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍ଏସ୍) ମଧ୍ୟରେ ମଙ୍ଗଳବାର ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନ୍ତର୍ଗତ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଦୁଇ ଅନୁଷ୍ଠାନ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇପାରିବ।

କେସ୍ ଡାଏରୀ ଦାଖଲ ପାଇଁ ସିବିଆଇକୁ ନିର୍ଦ୍ଦେଶ
କଟକ ଅଫିସ, ୧୭।୪- ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ମଙ୍ଗଳବାର ହାଇକୋର୍ଟରେ ହୋଇଥିଲା। ପୂର୍ବ ନିର୍ଦ୍ଦେଶ ମୁତାବକ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାତଙ୍କ ଚିକିତ୍ସା ସମ୍ପର୍କିତ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ ମାମଲା ସମ୍ପର୍କିତ କେସ୍ ଡାଏରୀ ଦାଖଲ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ସାଢ଼େ ୩ ବର୍ଷ ପରେ ବଳାତ୍କାର ପୀଡ଼ିତାଙ୍କୁ ମିଳିଲା ନ୍ୟାୟ: ଅଭିଯୁକ୍ତ ପ୍ରଦୀପଙ୍କୁ ୧୦ ବର୍ଷ ଜେଲ
କଟକ ଅଫିସ, ୧୭।୪- ବିଡ଼ାନାସୀ ଥାନା ଅଞ୍ଚଳରେ ବଳାତ୍କାରର ଶିକାର ଜଣେ ନାବାଳିକାଙ୍କୁ ସାଢେ ୩ ବର୍ଷ ପରେ ମିଳିଛି ନ୍ୟାୟ। ମଙ୍ଗଳବାର ଉକ୍ତ ବଳାତ୍କାର ମାମଲାର ରାୟ ଶୁଣାଇଛନ୍ତି କଟକ ତୃତୀୟ ଅତିରିକ୍ତ ଜିଲା ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣା। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ବିଡ଼ାନାସୀ ଷ୍ଟିୱାର୍ଟପାଟଣାର ଚିଣ୍ଟୁ ଓରଫ ପ୍ରଦୀପ ବେହେରାଙ୍କୁ ୧୦ ବର୍ଷ ଜେଲ୍ଦଣ୍ଡ ସହିତ ୧୦ହଜାର ଟଙ୍କା ଜରିମାନା ଦଣ୍ଡାଦେଶ କରିଛନ୍ତି।

ଶ୍ରେଷ୍ଠ ଛାତ୍ରୀଛାତ୍ରଙ୍କୁ ମିଳିବ ‘ରାଜା ରାଜେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ସମ୍ମାନ’
ବାଲେଶ୍ୱର ଅଫିସ, ୧୭।୪-ଫକୀରମୋହନ ବିଶ୍ୱବିଦ୍ୟାଳୟ, ସ୍ନାତକତ୍ତୋର ଇଂରାଜୀ ବିଭାଗରୁ ଶ୍ରେଷ୍ଠ ଓ ସର୍ବୋଚ୍ଚ ନମ୍ବର ରଖି ପାସ୍ କରିଥିବା ଛାତ୍ରୀଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ମିଳିବ ‘ରାଜା ରାଜେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ସମ୍ମାନ’। ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍ ଏହାକୁ ଅନୁମୋଦନ କରିବା ପରେ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ ଅଫିସ୍ ପତ୍ରାଙ୍କ ସଂଖ୍ୟା - ଏଫ.ଏମ୍.ୟୁ.-ଏସ୍.ୱାଇ.ଏନ୍.-୨୬୩।୨୦୧୮।୨୩୪୨ ଅନୁଯାୟୀ ସୂଚନା ମିଳିଛି।

ମାଓବାଦୀ ନଁ।ରେ ଚାନ୍ଦା ଆଦାୟ: ପୋଲିସ ପକ୍ଷରୁ ଧରପଗଡ଼ ଜାରି
ଖଡିଆଳ,୧୭।୪(ଡି.ଏନ.ଏ)- ମାଓବାଦୀ ଏକ ଦୁର୍ଦ୍ଦାନ୍ତ ସଙ୍ଗଠନର ଆଖ୍ୟା ଅର୍ଜନ କରିଛି। ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଏମାନଙ୍କ ଆପରାଧିକ ସାମ୍ରାଜ୍ୟ ବଳବତ୍ତର ରହିଛି। ଏହାର ସଦସ୍ୟମାନେ ପୋଲିସ ଓ ସୁରକ୍ଷା ଯବାନଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇ ଗୋଟିଏ ପରେ ଗୋଟିଏ ଜଘନ୍ୟ ଅପରାଧ ଘଟାଇ ଚାଲିଥିବା ବେଳେ ଏକ ଭୟର ବାତାବରଣ ସୃଷ୍ଟି କରିଛି।

ବିଜୁ ବାବୁଙ୍କୁ ସରକାରୀ ଉପାଧି ପ୍ରଦାନ ଦାବି
ଭୁବନେଶ୍ୱର, ୧୭।୪(ବ୍ୟୁରୋ): ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ପକ୍ଷରୁ ମଙ୍ଗଳବାର ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଶାଖାର ସଭାପତି ଦିଲ୍ଲୀପ ଦାସଶର୍ମା କହିଥିଲେ ଯେ, ବିଜୁ ବାବୁଙ୍କୁ କେନ୍ଦ୍ର ସରକାର ଭାରତରତ୍ନ ପ୍ରଦାନ କରନ୍ତୁ। ଯେମିତିି ମଧୁବାବୁଙ୍କୁ ଉତ୍କଳ ଗୌରବ, ଗୋପବନ୍ଧୁଙ୍କୁ ଉତ୍କଳମଣୀ ସେହିପରି ବିଜୁ ବାବୁଙ୍କୁ ରାଜ୍ୟ ସରକାର ସରକାରୀଭାବେ ଏକ ଉପାଧି ପ୍ରଦାନ କରନ୍ତୁ।

୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଡାକ୍ତରୀମାଇନା ସମୟରେ ଅଭିଯୁକ୍ତ ହଟହଟା
ସଜନାଗଡ,୧୭।୪(ଡି.ଏନ୍.ଏ.): ଜଣେ ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରିବା ମାମଲାରେ ଭଦ୍ରକରୁ ଗିରଫ ହୋଇଥିବା ଅଭିଯୁକ୍ତ ନିତ୍ୟ ଚନ୍ଦନ ଜେନାଙ୍କ ମଙ୍ଗଳବାର ଡାକ୍ତରୀ ମାଇନା କରାଯାଇଥିଲା। ବାଲେଶ୍ୱର ଏସ୍ପି ଯୁଗଳ କିଶୋର କୁମାରଙ୍କ ନିର୍ଦ୍ଦେଶରେ ନୀଳଗିରି ଡାକ୍ତରଖାନାରେ ତାଙ୍କର ଡାକ୍ତରୀ ମାଇନା ହୋଇଥିଲା। ତେବେ ସେ ଡାକ୍ତରଖାନା ଆସିଥିବା ସମୟରେ ହଟହଟା ହୋଇଥିଲେ।

୨୩ରୁ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀଙ୍କ ଆମରଣ ଅନଶନ
ଭୁବନେଶ୍ୱର, ୧୭।୪(ବ୍ୟୁରୋ): ଛଟେଇ ପ୍ରକ୍ରିୟା ବନ୍ଦ କରିବା ଓ ସରକାରୀ ମାନ୍ୟତା ମିଳିବା ଦାବିରେ ଆସନ୍ତା ୨୩ ତାରିଖରୁ ୧୨୧୨ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ ଆମରଣ ଅନଶନ କରିବେ। ଏ ନେଇ ମଙ୍ଗଳବାର ରାଜ୍ୟ ଭିନ୍ନକ୍ଷମ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସଂଘ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କୁହାଯାଇଛି।

ବିଧାନସଭାରେ ଶ୍ରୀମନ୍ଦିର ଝଡ଼
ଭୁବନେଶ୍ୱର,୧୭।୪(ବ୍ୟୁରୋ): ବିରୋଧୀଦଳ ସଦସ୍ୟମାନେ ମଙ୍ଗଳବାର ବିଧାନସଭାରେ ଶ୍ରୀମନ୍ଦିରରେ ଅଚଳାବସ୍ଥା ପ୍ରସଙ୍ଗ ଉଠାଇଛନ୍ତି। କଂଗ୍ରେସ ଓ ଭାଜପା ବିଧାୟକମାନେ ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଦାବି କରିଛନ୍ତି।

୭ ବନ୍ଧୁକ ବେପାରୀ ଗିରଫ: ୪ ବନ୍ଧୁକ, ୮ ବାଇକ୍ ଜବତ
ଭୁବନେଶ୍ୱର, ୧୭।୪(ବ୍ୟୁରୋ): ରାଜଧାନୀରେ ଚୋରା ବନ୍ଧୁକ ବେପାର କରୁଥିବା ଏକ ର଼୍ୟାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ସୋମବାର ବିଳମ୍ବିତ ରାତିରେ ପୋଲିସ ଏହି ଗ୍ୟାଙ୍ଗର ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ପରିଚୟ ମିଳିନାହିଁ। ଅଭିଯୁକ୍ତଙ୍କ ନିକଟରୁ ୪ ବନ୍ଧୁକ ଜବତ କରାଯାଇଛି।

ଡକାୟତି ଉଦ୍ୟମ ପଣ୍ଡ, ୭ ଗିରଫ
ଭୁବନେଶ୍ୱର, ୧୭।୪(ବ୍ୟୁରୋ): ଡକାୟତି ଯୋଜନା କରୁଥିବା ଏକ ଲୁଟେରା ଗ୍ୟାଙ୍ଗର ୭ ଅଭିଯୁକ୍ତଙ୍କୁ ନୟାପଲ୍ଲୀ ପୋଲିସ ମଙ୍ଗଳବାର ଗିରଫ କରିଛି। ସେମାନେ ହେଲେ ଶ୍ରୀରାମନଗରର କାଶୀନାଥ ପାତ୍ର, ବସ୍ତିବିକାଶ ପରିଷଦର ଗଙ୍ଗା ରେଡ୍ଡୀ, ଏକାମ୍ରଭିଲ୍ଲାର ଜିତେନ୍ଦ୍ର ପ୍ରଧାନ, ସଞ୍ଜୟ କୁମାର ଦାସ, ବିଶ୍ୱଜିତ୍ ଦାସ, ସୁମନ୍ତ ଦିଗଲ ଓ କାଶୀନାଥ ରେଡ୍ଡୀ। ସେମାନଙ୍କ ନିକଟରୁ ୪ କଟୁରି, ୨ କ୍ଷୁୁର, ୯ ମୋବାଇଲ ଫୋନ୍ ପୋଲିସ ଜବତ କରିଛି।

ଭୋଗରାଇ ଲକ୍ଷ୍ମୀପାଟଣା ଫାଣ୍ଡି ପୋଡି ଘଟଣା: ନିଲମ୍ବିତ ହେଲେ ଫାଣ୍ଡି ଅଧିକାରୀ
ଭୋଗରାଇ,୧୭।୪(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ଲକ୍ଷ୍ମୀପାଟଣା ଫାଣ୍ଡି ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁଙ୍କୁ ନିଲମ୍ବିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଉଚ୍ଚ ବିଭାଗୀୟ ଅଧିକାରୀ ତାଙ୍କୁ ନିଲମ୍ବନ କରିଛନ୍ତି। ତାଙ୍କ ସ୍ଥାନରେ ସିଂଲା ଏଏସ୍ଆଇ ଲକ୍ଷ୍ମଣ କୁମାର ନାୟକଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ମଙ୍ଗଳବାର ଏସ୍ପି ବି.ଯୁଗଳକିଶୋର ସୂଚନା ଦେଇଛନ୍ତି।

ମାଲକାନଗିରି ବିଜେଡି ତରଫରୁ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ: ଜିଲାର ଉନ୍ନତି ପାଇଁ କର୍ମୀ ନେଲେ ଶପଥ
ମାଲକାନଗିରି,୧୭।୪(ଡି.ଏନ୍.ଏ.): ମାଲକାନଗିରି ଜିଲା ସଦର ମହକୁମା ପୌର ପରିଷଦ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଜିଲା ବିଜୁ ଜନତା ଦଳ(ବିଜେଡି) ତରଫରୁ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।

ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ
ବଡ଼ସାହି, ୧୭।୪(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ଖାନୁଆ ସରପଞ୍ଚ ଗୀତାରାଣୀ ସିଂ ଶ୍ମଶାନ ଗୃହର ବିଲ୍ କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି। ପ୍ରକାଶ ଥାଉକି, ବିଲ କରାଇ ଦେବା ପାଇଁ ଗୀତାରାଣୀ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

୩ ବରିଷ୍ଠ ନେତାଙ୍କୁ ଦିଲ୍ଲୀରୁ ଡାକରା
ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟ କଂଗ୍ରେସର ଆମୂଳଚୂଳ ପରିବର୍ତ୍ତନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ଓଡ଼ିଶାର ସଂଗଠନ ଦାୟିତ୍ୱ ୫ କେନ୍ଦ୍ରୀୟ ନେତାଙ୍କ ହାତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଇସାରିଛନ୍ତି।

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ଗୁରୁତର
ବାସୁଦେବପୁର, ୧୭।୪(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର-ପଦ୍ମପୁର ରାସ୍ତାର ସୁକଦେବପୁର ଛକଠାରେ ମଙ୍ଗଳବାର ରାତିରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଜଣକ ହେଲେ ସୁକଦେବପୁର ଗ୍ରାମର ମାନସ ରଞ୍ଜନ ମଣ୍ଡଳ(୨୩)।

ବ୍ରହ୍ମପୁର ଷ୍ଟାଡିୟମ୍ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ
ବ୍ରହ୍ମପୁର ଅଫିସ, ୧୭।୪: ବ୍ରହ୍ମପୁର ଷ୍ଟାଡିୟମ୍ର ସମ୍ପ୍ରସାରଣ କାର୍ଯ୍ୟ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ଉପଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ତହସିଲଦାର ରଞ୍ଜିତ ପରିଡା ଏବଂ ଜିଲା କ୍ରୀଡ଼ା ଅଧିକାରୀ ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବ୍ରହ୍ମପୁର ଷ୍ଟାଡିୟମର ମୋଟ ୧୭.୬୨ ଏକର ଜମି ରହିଛି।

ସ୍ବର୍ଗଦ୍ୱାରସ୍ଥିତ ବିଜୁ ସମାଧି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣକଲେ ମୁଖ୍ୟମନ୍ତ୍ରୀ
ପୁରୀ ଅଫିସ,୧୭।୪: ଏପ୍ରିଲ ୧୭ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଯାଇ ସ୍ବର୍ଗଦ୍ୱାରସ୍ଥିତ ବିଜୁ ସମାଧି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ପୂର୍ବାହ୍ନ ୧୦ଟା ବେଳେ ସଡ଼କପଥରେ ମୁଖ୍ୟମନ୍ତ୍ରୀ ଯାଇ ୧୧ଟାରେ ସ୍ବର୍ଗଦ୍ୱାରରେ ପହଞ୍ଚିଥିଲେ।

ଅନୁଗୋଳ: ଦୁଇ ଏସ୍ଡିଏସ୍ ଡିଭିଜନ ମାଓବାଦୀଙ୍କ ଆତ୍ମସମର୍ପଣ
ବନ୍ତଳା,୧୭।୪(ଡି.ଏନ୍.ଏ.): ଅନୁଗୋଳ ଏସ୍ପିଙ୍କ ନିକଟରେ ମଙ୍ଗଳବାର ଦୁଇଜଣ (ଏସ୍ଡିଏସ୍) ଡିଭିଜନ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଝାଡଖଣ୍ଡ ରାଞ୍ଚି ଅଞ୍ଚଳର ଛୋଟୁ ଗଞ୍ଜୁ(୨୮) ଓରଫ ଦୟାନନ୍ଦ ଏବଂ ଅନୁଗୋଳ ଜିଲା ପୁରୁଣା କୋର୍ଟ ଥାନା ଟିକରପଡା ପଞ୍ଚାୟତ ମଝିପଡା ଗ୍ରାମର ଜଲି ଦେହୁରୀ ଓରଫ ଆମ୍ବରୁତା(୧୮)। ଛୋଟୁଙ୍କୁ ଧରିବା ପାଇଁ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

ଶ୍ରୀମନ୍ଦିରରେ ଅଚଳାବସ୍ଥା ଜାରି: ଅଟକିଛି ମହାପ୍ରଭୁଙ୍କ ନୀତି
ପୁରୀ ଅଫିସ,୧୭।୪: ଶ୍ରୀମନ୍ଦିରରେ ସୋମବାରଠାରୁ ସୃଷ୍ଟି ହୋଇଥିବା ଅଚଳାବସ୍ଥା ମଙ୍ଗଳବାର ପର୍ଯ୍ୟନ୍ତ ଲାଗି ରହିଛି। ରୋଷଘରୁ ଅମୁଣିଆ ବାହାରି ପାରିନାହିଁ। ଫଳରେ ରୋଷହୋମ ପାଖରେ ନୀତି ଅଟକିଯାଇଛି। ଅନ୍ୟପକ୍ଷରେ ସୁଆର ମହାସୁଆର ସେବକ କ୍ଷତିପୂରଣ ଦାବିରେ ମନ୍ଦିର ଭିତରେ ଧାରଣା ଦେଇଛନ୍ତି।