ରାଜ୍ୟ

ଧଉଳି ଏକ୍ସପ୍ରେସ ରହଣି ଦାବି ପୂରଣ ନୋହିଲା:୧ରେ ସିମୁଳିଆ-ଖଇରା ନାଗରିକ ମଞ୍ଚର ଧାରଣା

ସିମୁଳିଆ, ୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ସଦର ମହକୁମା ମାର୍କୋଣା ରେଳଷ୍ଟେଶନରେ ଧଉଳି ଏକ୍ସପ୍ରେସ ରହଣି ଦାବିରେ ସିମୁଳିଆ ଖଇରା ନାଗରିକ ମଞ୍ଚ ପକ୍ଷରୁ ଆସନ୍ତା ୧ତାରିଖ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ପ୍ରତୀକ ଧାରଣା ଦିଆଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି ା ପରେ ଆସନ୍ତା ଅକ୍ଟୋବର ୨୨ତାରିଖରୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ା ଖଇରା ଓ ସିମୁଳିଆ ବ୍ଲକର ଜନସାଧାରଣଙ୍କ ସମେତ ଭଦ୍ରକ ଜିଲାର ବାସୁଦେବପୁର, ଧାମରା ଆଦି ଅଞ୍ଚଳର ଜନସାଧାରଣ ମାର୍କୋଣା ଷ୍ଟେଶନ ଉପରେ ନିର୍ଭର କରନ୍ତି। ସେହିପରି ମାଲ ପରିବହନ କ୍ଷେତ୍ରରେ ଏହି ଷ୍ଟେଶନର ଗୁରତ୍ୱ ମଧ୍ୟ ରହିଛି।

ହରିଶ୍ଚନ୍ଦ୍ର ଯୋଜନାରେ ମିଳୁନି ସହାୟତା: ଅଭିଯୋଗ ଆଣିଲେ ହିତାଧିକାରୀ

ଖଇରା, ୨୮।୫(ଡି.ଏନ.ଏ.)-ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ଅସହାୟ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ମିଳୁ ନ ଥିବାରୁ ହିତାଧିକାରୀମାନେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ମୌଜମପୁର, ବେଗୁନିଆଁ, ଜଳଙ୍ଗ-ଗଣ୍ଡିବେଡ ଗ୍ରାମର ହିତାଧିକାରୀମାନେ ଖଇରା ବିଡିଓ, ପଞ୍ଚାୟତ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଗରିବ ଅସହାୟ ଲୋକଙ୍କ ଅନ୍ତିମ ସଂସ୍କାର ଲାଗି ତାଙ୍କ ପରିବାର ଲୋକଙ୍କୁ ୨ହଜାର ଲେଖାଏଁ ଅର୍ଥ ମିଳିବା କଥା । ଏହି ଯୋଜନରେ ଯଦିବା ଅର୍ଥ ଅଭାବ ହୁଏ ତେବେ ଅନ୍ୟ ଯୋଜନାରୁ ଅର୍ଥ ଖର୍ଚ୍ଚ କରାଯାଇପାରିବ ବୋଲି ନିୟମ ଅଛି । ହେଲେ ମୌଜମପୁର ଗ୍ରାମର ମହେନ୍ଦ୍ର ଦାସ, ଜଳଙ୍ଗ ଗ୍ରାମର ଅଖୁଜୀ ଜେନା, ରତ୍ନାକର ପଣ୍ଡା ଓ ଭରତ ଦାସ, ବେଗୁନିଆଁ ଗ୍ରାମର କମଳା ଦାସ, କାଠିଆ ଦାସ ବହୁଦିନ ପୂର୍ବରୁ ମୃତ୍ୟୁବରଣ କରିସାରିଥିଲେ ମଧ୍ୟ ସେମାନଙ୍କ ପରିବାର ଲୋକଙ୍କୁ ଏଯାଏଁ ସହାୟତା ମିଳି ପାରୁନାହିଁ । ପରିବାର ଲୋକ ବାରମ୍ବାର ଦୌଡୁଥିଲେ ହେଁ ବିଭିନ୍ନ ଆଳ ଦେଖାଇ ସେମାନଙ୍କୁ ନିରାଶ କରାଯାଉଥିବା ହିତାଧିକାରୀ ଲକ୍ଷ୍ମୀ ଦାସ, କରୁଣାକର ଜେନା, କୈଳାସ ଚନ୍ଦ୍ର ପଣ୍ଡା, କୁନି ଦାସ ଓ ମଦନ ଦାସ ପ୍ରମୁଖ ଅଭିଯୋଗରେ ଦର୍ଶାଇଛନ୍ତି । ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ଆଶିଷ ଜେନାଙ୍କୁ ପଚରାଯିବାରୁ ଯେତେଜଣ ହିତାଧିକାରୀ ଆବେଦନ କରିଛନ୍ତି ସମସ୍ତଙ୍କୁ ଏହି ଯୋଜନାରେ ଅର୍ଥ ଦିଆଯାଇଛି । କୌଣସି ଆବେଦନ ଫର୍ମ ତାଙ୍କ ନିକଟରେ ପେଣ୍ଡିଂ ନାହିଁ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ପଞ୍ଚାୟତ ଅଧିକାରୀ ମାୟାଧର ମଲ୍ଲିକଙ୍କୁ ଯୋଗାଯୋଗ କରିବାରେ ମୃତବ୍ୟକ୍ତିଙ୍କ ପରିବାର ଲୋକ ଆଉଥରେ ଆବେଦନ କଲେ ତାଙ୍କ କଥା ବିଚାର କରାଯିବ ବୋଲି କହିଛନ୍ତି ।

ପୋଲିସର ରାତି ଅଧିଆ ଚଢାଉ, ଦାଦାଗିରି:ମଦ ବିରୋଧୀ ମହିଳା ନେତ୍ରୀ ଗିରଫ

ପୋଲିସର ରାତି ଅଧିଆ ଚଢାଉ, ଦାଦାଗିରି:ମଦ ବିରୋଧୀ ମହିଳା ନେତ୍ରୀ ଗିରଫ

ବାଲେଶ୍ୱର ଅଫିସ,୨୮।୫- ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିବା ସୁଲୋଚନା ବୈଠା ନାମ୍ନୀ ଜଣେ ମହିଳା ନେତ୍ରୀଙ୍କୁ ବାଲେଶ୍ୱର ଜିଲା ବସ୍ତା ଥାନା ପୋଲିସ ରାତି ଅଧରେ ଚଢାଉ କରି ଗିରଫ କରିଛି। ଶନିବାର ରାତିରେ ସେ ପାଖ ପଡ଼ିଶାଙ୍କ ଘର ପିଣ୍ଡାରେ ଶୋଇଥିବା ବେଳେ ପୋଲିସ ଟିମ୍‌ରେ ଯାଇଥିବା ଜନୈକ ମହିଳା ଏଏସ୍‌ଆଇ ତାଙ୍କୁ ନିଦରୁ ଉଠାଇ ମାଡ଼ ମାରି ଘୋଷାରି ଘୋଷାରି ଗାଡ଼ିରେ ଭର୍ତ୍ତି କରି ଥାନାକୁ ନେଇ ଯାଇଥିଲେ। ତାଙ୍କୁ ରବିବାର କୋର୍ଟଚାଲାଣ କରାଯାଇଛି। ପୋଲିସ ମାଡରେ ସୁଲୋଚନା ଅସୁସ୍ଥ ହୋଇପଡିଥିବା ଅଭିଯୋଗ ହୋଇଛି। ମଦ ବିରୋଧୀ ଆନ୍ଦୋଳନ ବେଳେ ୨ଜଣ କନଷ୍ଟେବଳଙ୍କୁ ଆକ୍ରମଣ କରାଯିବା ଘଟଣା ନେଇ ତାଙ୍କୁ ଗିରଫ କରାଯାଇଥିବା କୁହାଯାଉଛି। ତେବେ ପୋଲିସର ମାତ୍ରାଧିକ ଜୁଲମ ଘଟଣା ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଉନ୍ନୟନ କାର୍ଯ୍ୟାଦେଶ ନେଇ ତୁଟୁନି ଅଡୁଆ:ମ୍ୟୁନିସିପାଲିଟିକୁ ଉପେକ୍ଷା କରି ଆରଡି ବିଭାଗକୁ କାମ,ହାଇକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ଅଭିଯୋଗ ଆଣିଲେ କାଉନସିଲର

ଉନ୍ନୟନ କାର୍ଯ୍ୟାଦେଶ ନେଇ ତୁଟୁନି ଅଡୁଆ:ମ୍ୟୁନିସିପାଲିଟିକୁ ଉପେକ୍ଷା କରି ଆରଡି ବିଭାଗକୁ କାମ,ହାଇକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ଅଭିଯୋଗ ଆଣିଲେ କାଉନସିଲର

ଜଳେଶ୍ୱର, ୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲିଟିରେ ଉନ୍ନୟନ କାର୍ଯ୍ୟ ପାଇଁ ମ୍ୟୁନିସିପାଲିଟି ପରିବର୍ତ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ(ଆର୍‌ଡି)କୁ କାର୍ଯ୍ୟାଦେଶ ଦିଆଯିବା ନେଇ ବିବାଦ ତୁଟିବାର ନାଁ ଧରୁନି। ଜିଲାପାଳ ଦେଇଥିବା କାର୍ଯ୍ୟାଦେଶ ନିର୍ଦ୍ଦେଶ ଉପରେ ରୋକ ଲଗାଇବା ସକାଶେ କେତେକ କାଉନସିଲର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ଡବ୍ଲ୍ୟୁ.ପି.(ସି)/ ନଂ.୬୨୦୫/୨୦୧୮) ରୁଜୁ କରିଥିଲେ। ଅନ୍ୟାଦେଶ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟାଦେଶ ଉପରେ ସ୍ଥିତାବସ୍ଥା ବଜାୟ ରଖିବା ସକାଶେ ହାଇକୋର୍ଟ ପକ୍ଷରୁ ଅନ୍ତରୀଣ ଆଦେଶ ଦିଆଯାଇଥିଲା। ଏହାସତ୍ତ୍ୱେ ଉନ୍ନୟନ କାର୍ଯ୍ୟ ଜାରି ରଖାଯାଇଥିବାରୁ ଅଭିଯୋଗକାରୀମାନେ ଉଦ୍‌ବେଗ ପ୍ରକାଶ କରି ଏନେଇ କୋର୍ଟ ଅବମାନନା ମାମଲା ରୁଜୁ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୋର୍ଟ ନିର୍ଦ୍ଦେଶ ମିଳିବା ପୂର୍ବରୁ ଯାହା କିଛି କାର୍ଯ୍ୟ କରାଯାଇଛି ବୋଲି କୁହାଯାଇଛି। ପରେ ଆଉ କିଛି କାର୍ଯ୍ୟ କରାଯାଇନାହିଁ।

କଟକର ଚା ଦୋକାନୀଙ୍କୁ ମୋଦିଙ୍କ ପ୍ରଶଂସା

କଟକର ଚା ଦୋକାନୀଙ୍କୁ ମୋଦିଙ୍କ ପ୍ରଶଂସା

କଟକ ଅଫିସ, ୨୭।୫-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କୀ ବାତ୍‌ରେ ଶୁଣିବାକୁ ମିଳିଛି କଟକର ଚା ଦୋକାନୀ ଡି. ପ୍ରକାଶ ରାଓଙ୍କ ଗୁଣଗାନ। ଗତ ୨୬ ତାରିଖରେ ମୋଦି କଟକ ଆସିଥିବା ବେଳେ ପ୍ରକାଶ ତାଙ୍କୁ ସଭାମଞ୍ଚ ନିକଟରେ ନିର୍ମିତ କ୍ୟାମ୍ପ ଅଫିସରେ ଭେଟିଥିଲେ।

ପୋଷ୍ଟକାର୍ଡ ଅଭିଯାନ ଚଳାଇବାକୁ ନିଷ୍ପତ୍ତି

ପୋଷ୍ଟକାର୍ଡ ଅଭିଯାନ ଚଳାଇବାକୁ ନିଷ୍ପତ୍ତି

ବାରିପଦା ଅଫିସ,୨୭।୫- ଏସସି,ଏସଟି ଆଟ୍ରୋସିଟି ଆକ୍ଟକୁ ଅଚଳ କରିବା ଏବଂ ସମ୍ବିଧାନର ୧୫ନମ୍ବର ଆର୍ଟିକିଲକୁ ଉଠାଇ ଦେବା ଲାଗି ଚକ୍ରାନ୍ତ ହେଉଥିବା ନେଇ ଆଦିବାସୀ ଇନ୍‌ଟେକଚୁଆଲ ଫୋରମର ବୈଠକରେ ଅଭିଯୋଗ କରାଯାଇଛି ।

ଜୟଦେବ ଯେନାଙ୍କ ସ୍ତ୍ରୀଙ୍କ ପରଲୋକ

ଜୟଦେବ ଯେନାଙ୍କ ସ୍ତ୍ରୀଙ୍କ ପରଲୋକ

ହାଟଡିହୀ, ୨୭।୫(ଡି.ଏନ.ଏ.): ପୂର୍ବତନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ଜୟଦେବ ଯେନାଙ୍କ ଧର୍ମପନପତ୍ନୀ ମମତା ମଞ୍ଜରୀ ଯେନାଙ୍କର ରବିବାର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।

ମୋଦିଙ୍କ ଭାଷଣକୁ ବିଭ୍ରାନ୍ତିକର କହିଲେ ବିଜୟ

ମୋଦିଙ୍କ ଭାଷଣକୁ ବିଭ୍ରାନ୍ତିକର କହିଲେ ବିଜୟ

ଭୁବନେଶ୍ୱର,୨୭।୫(ବ୍ୟୁରୋ): କଟକ କିଲ୍ଲା ପଡିଆଠାରେ ଶନିବାର ଅନୁଷ୍ଠିତ ଭାଜପାର ଜନକଲ୍ୟାଣ ସମାବେଶ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନଦୀ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖି ନ ଥିବା ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ମହାନଦୀ ଓଡ଼ିଶାବାସୀଙ୍କର ସ୍ପର୍ଶକାତର ବିଷୟ। ରାଜ୍ୟବାସୀ ଯାହା ଆଶା କରିଥିଲେ, ମୋଦି ତାଙ୍କ ଭାଷଣରେ ସେଭଳି କିଛି କହିଲେ ନାହିଁ।

ପୁରୁଷୋତ୍ତମପୁର ଏନ୍‌ଏସି: ସମର୍ଥକଙ୍କ ସହ ଦଳ ଛାଡ଼ିଲେ ୨ କଂଗ୍ରେସ ନେତା

ପୁରୁଷୋତ୍ତମପୁର ଏନ୍‌ଏସି: ସମର୍ଥକଙ୍କ ସହ ଦଳ ଛାଡ଼ିଲେ ୨ କଂଗ୍ରେସ ନେତା

ପୁରୁଷୋତ୍ତମପୁର,୨୭।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ୨ ଜଣ କଂଗ୍ରେସ ନେତା ସେମାନଙ୍କ ସମର୍ଥକଙ୍କ ସହ ଦଳ ଛାଡ଼ିଛନ୍ତି। ଏନ୍‌ଏସିର ପୂର୍ବତନ ଉପନଗରପାଳ ବିଘ୍ନରାଜ ପାଢ଼ୀ ଓ ପୂର୍ବତନ ନଗର କଂଗ୍ରେସ ସଭାପତି ଅଶୋକ କୁମାର ସାମନ୍ତରା ସେମାନଙ୍କର ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ସମର୍ଥକଙ୍କୁ ନେଇ ରବିବାର କନକା ଠାକୁରାଣୀ ପୀଠ ନିକଟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ଦେଢକୋଟି ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଦେଢକୋଟି ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ମାଲକାନଗିରି, ୨୭।୫(ସ୍ବ.ପ୍ର)- ଏକ ଲୁଣ ବୋଝେଇ ଟ୍ରକରେ ମାଲକାନଗିରି ଜିଲାରୁ ମହାରାଷ୍ଟ୍ରର ନାସିକକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବାଲିମେଳା ଛକଠାରେ ଓର୍କେଲ ପୋଲିସ ଓ ନାର୍କୋଟିସ କଣ୍ଟ୍ରୋଲ ବୋର୍ଡ ମିଳିତ ଭାବେ ଚଢାଉ କରି ୧୫୯୮ କେଜି ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ହେବ ବୋଲି ଜଣାପଡିଛି।

ପାସେଞ୍ଜର ଟ୍ରେନରୁ ୧୫୦ କେଜି ଚନ୍ଦନ କାଠ ଜବତ

ପାସେଞ୍ଜର ଟ୍ରେନରୁ ୧୫୦ କେଜି ଚନ୍ଦନ କାଠ ଜବତ

ସେମିଳିଗୁଡା,୨୭।୫(ସ୍ବ.ପ୍ର): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାତୁଆ ରେଲ ଷ୍ଟେସନ ନିକଟରେ ବିଶାଖାପାଟଣାରୁ କେରେଣ୍ଡୁଳ ଅଭିମୁଖେ ଯାଉଥିବା ପାସେଞ୍ଜର ଟ୍ରେନରୁ ୧୫୦ କେଜି ଚନ୍ଦନ କାଠ ବନବିଭାଗ ଜବତ କରିଛି। କୋରାପୁଟ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ବାଲଡା ରେଞ୍ଜର ସିକୁନ ଗୁଣ୍ଠା ସଦଳବଳ ପାତୁଅ ରେଳ ଷ୍ଟେସନ ନିକଟରେ ପହଞ୍ଚିଥିଲେ। ପାସେଞ୍ଜର ଟ୍ରେନ ପହଞ୍ଚିବା ପରେ ତଲାସୀ କରିଥିଲେ। ମୋଟ ୯ଟି ପ୍ୟାକେଟରେ ୧୫୦ କେଜି ଚନ୍ଦନ କାଠ ଜବତ କରିଥିଲେ। ଚନ୍ଦନ କାଠ ମାଫିଆ ଧରା ପଡି ନଥିଲେ। ଏହି ଚନ୍ଦନ କାଠର ମୂଲ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି।

 ସୋସିଆଲ ମିଡିଆ ଗୁଜବ: ପିଲାଚୋରି ସନ୍ଦେହରେ ୨ ଯୁବକଙ୍କୁ ମାଡ

ସୋସିଆଲ ମିଡିଆ ଗୁଜବ: ପିଲାଚୋରି ସନ୍ଦେହରେ ୨ ଯୁବକଙ୍କୁ ମାଡ

ନୟାଗଡ ଅଫିସ,୨୭।୫- ବିହାରରୁ ଆସିଥିବା କିଛି ଯୁବକ ରାଜ୍ୟରେ ପିଲାଚୋରି କରୁଥିବା ନେଇ ସୋସିଆଲ ମିଡିଆରେ ପ୍ରଚାରିତ ହେଉଛି। ଏହି ଗୁଜବକୁ ଭିତ୍ତିକରି ପିଲାଚୋରି ସନ୍ଦେହରେ ନୟାଗଡ ଜିଲାର ୨ଟି ସ୍ଥାନରେ ୨ ଜଣ ଯୁବକଙ୍କୁ ରବିବାର ସ୍ଥାନୀୟ ଲୋକେ ମାଡ ମାରିଛନ୍ତି।

ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର

ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର

ଭଣ୍ଡାରିପୋଖରୀ,୨୭।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କୁଲଣାଠାରେ ପୁରାତନ ଛାତ୍ରସଂଘ ପକ୍ଷରୁ ବିଶୋଳ କୁଲଣା ମୈତ୍ରୀ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ରବିବାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି।

ବାରାପାଳରେ ଅଗ୍ନିକାଣ୍ଡ: ୪ ବଖରା ଧ୍ୱଂସ

ବାରାପାଳରେ ଅଗ୍ନିକାଣ୍ଡ: ୪ ବଖରା ଧ୍ୱଂସ

ରୂପ୍‌ସା,୨୭।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ରାଉତପଡା ପଞ୍ଚାୟତ ଅନ୍ତର୍ଗତ ବାରାପାଳ ଗ୍ରାମରେ ଶନିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ଭାଇ ନୁରୁଦ୍ଦିନ ଖାନ୍‌ ଏବଂ ଜହରୁଦ୍ଦିନ ଖାନ୍‌ଙ୍କର ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏଥିସହ ଘରେ ଥିବା ୩ଟି ବତକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ହାଇଓ୍ବା ଧକ୍କାରେ ଛାତ୍ର ମୃତ

ହାଇଓ୍ବା ଧକ୍କାରେ ଛାତ୍ର ମୃତ

ଭଞ୍ଜନଗର,୨୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ କଳିଙ୍ଗପଦରଠାରେ ରବିବାର ପୂର୍ବାହ୍ନରେ ଏକ ହାଇଓ୍ବା ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଟିମ୍ବରଖଣି ଗ୍ରାମର ସନ୍ତୋଷ ବାରିକ(୧୫)।

ପରିବେଶ ପ୍ରଦୂଷଣ ରୋକିବା ପାଇଁ ଘଣ୍ଟପିଟା ଶେଭାଯାତ୍ରା: ସାମିଲ ହେଲେ ଶିକ୍ଷାବିତ୍‌, ଜନପ୍ରତିନିଧି

ପରିବେଶ ପ୍ରଦୂଷଣ ରୋକିବା ପାଇଁ ଘଣ୍ଟପିଟା ଶେଭାଯାତ୍ରା: ସାମିଲ ହେଲେ ଶିକ୍ଷାବିତ୍‌, ଜନପ୍ରତିନିଧି

ବାଲିପଡ଼ା,୨୭।୫(ଡି.ଏନ୍‌.ଏ.): ପରିବେଶ ପ୍ରଦୂଷଣରୁ ଜୀବଜଗତକୁ ରକ୍ଷା କରିବା ଏବଂ ବୃକ୍ଷରୋପଣ କରିବା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କିଛି ଶିକ୍ଷାବିତ୍‌ ଏବଂ ଜନପ୍ରତିନିଧି ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ରବିବାର ଘଣ୍ଟପିଟି ଶେଭାଯାତ୍ରା କରିଛନ୍ତି।

ସୋସିଆଲ ମିଡିଆରେ ପିଲାଚୋର ଗ୍ୟାଙ୍ଗ ଘୂରି ବୁଲୁଥିବା ଘଟଣା ଗୁଜବ: ଡିଜି

ସୋସିଆଲ ମିଡିଆରେ ପିଲାଚୋର ଗ୍ୟାଙ୍ଗ ଘୂରି ବୁଲୁଥିବା ଘଟଣା ଗୁଜବ: ଡିଜି

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଗତ କିଛି ଦିନ ଧରି ସୋସିଆଲ ମିଡିଆରେ କିଛି ପିଲାଚୋର ଗ୍ୟାଙ୍ଗ ରାୟଗଡାକୁ ଆସିଥିବା ଖବର ଭାଇରାଲ ହେବାରେ ଲାଗିଛି। ଏହା ଫେସ୍‌ବୁକ ତଥା ହ୍ବାଟ୍ସଆପ୍‌ରେ ଘୂରିବୁଲିବା ସହ ଲୋକଙ୍କୁ ଆତଙ୍କିତ କରୁଛି। ତେବେ ଏହା ଉପରେ ଡିଜି ଆର ପି ଶର୍ମା ରବିବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଉକ୍ତ ଖବର ସମ୍ପୂର୍ଣ୍ଣ ମିଥ୍ୟା।

ଶିଶୁଙ୍କ ଉପରେ ଯୌନ ନିର୍ଯାତନା ରୋକିବାକୁ ପୋଲିସର ପ୍ରୟାସ: ଉନ୍ମୋଚନ ହେଲା  ‘ପରୀ ପାଇଁ କଥାଟିଏ’ର ଲୋଗୋ, ଅଡିଓ

ଶିଶୁଙ୍କ ଉପରେ ଯୌନ ନିର୍ଯାତନା ରୋକିବାକୁ ପୋଲିସର ପ୍ରୟାସ: ଉନ୍ମୋଚନ ହେଲା ‘ପରୀ ପାଇଁ କଥାଟିଏ’ର ଲୋଗୋ, ଅଡିଓ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ରାଜ୍ୟରେ କୋମଳମତି ଶିଶୁକନ୍ୟାଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ତଥା ବଳାତ୍କାରକୁ ରୋକିବା ପାଇଁ ଓଡ଼ିଶା ପୋଲିସର ଅଭିନବ ପ୍ରୟାସ। ଲୋକଙ୍କୁ ସଚେତନ କରିବା ପାଇଁ ‘ପରୀ ପାଇଁ କଥାଟିଏ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ନିଶାରୁ ପେସା: ଘରେ ସାପ ପଶିଲେ ଖୋଜାପଡ଼ନ୍ତି ବ୍ରଜକିଶୋର

ନିଶାରୁ ପେସା: ଘରେ ସାପ ପଶିଲେ ଖୋଜାପଡ଼ନ୍ତି ବ୍ରଜକିଶୋର

କାକଟପୁର,୨୭।୫(ଡି.ଏନ୍‌.ଏ.): ପିଲାଟି ଦିନରୁ ସାପ ଧରିବା ଆଗ୍ରହ ଧୀରେ ଧୀରେ ନିଶା ପାଲଟିଥିଲା। ଆଉ ଏବେ ଏହି ନିଶା ପେସା ପାଲଟିଛି। ନିଜ କୌଳିକ ବୃତ୍ତିକୁ ନ ଆପଣାଇ ସାପ ଧରିବାକୁ ବୃତ୍ତି କରିଥିବା ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି କାକଟପୁର ବ୍ଲକ ବାଜପୁର କୃଷ୍ଣନଗର ପାଟଣା ଗ୍ରାମର ବ୍ରଜ କିଶୋର ସାହୁ(୪୬)।

ସଡ଼କ ଦୁର୍ଘଟଣା: ୨ ମୃତ, ୩ ଗୁରୁତର

ସଡ଼କ ଦୁର୍ଘଟଣା: ୨ ମୃତ, ୩ ଗୁରୁତର

ଅନୁଗୋଳ ଅଫିସ,୨୭।୫: ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କାର-ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ମେଡିକାଲରେ ଜଣଙ୍କ ମୃତ୍ୟୁ ହୋଇଛି।

ଯୁବତୀଙ୍କୁ ବଳାତ୍କାର ଘଟଣା: ଡାକ୍ତରୀ ମାଇନା ପାଇଁ ପଠାଇଲା ପୋଲିସ

ଯୁବତୀଙ୍କୁ ବଳାତ୍କାର ଘଟଣା: ଡାକ୍ତରୀ ମାଇନା ପାଇଁ ପଠାଇଲା ପୋଲିସ

ବଅଁରପାଳ,୨୭।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଅନ୍ତର୍ଗତ ନାଲ୍‌କୋ ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ଉକ୍ତ ଅଞ୍ଚଳର ଜଣେ ଯୁବକ ଗତ ୩ମାସ ପୂର୍ବରୁ ବଳାତ୍କାର କରିଥିବାନେଇ ଶନିବାର ଅଭିଯୋଗ ହୋଇଥିଲା।

ବଲାଙ୍ଗୀର ରେଲୱେ ଷ୍ଟେସନ୍‌ ପରିସ୍ରାଗାରରୁ ୨ ଶିଶୁ ଉଦ୍ଧାର: ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର

ବଲାଙ୍ଗୀର ରେଲୱେ ଷ୍ଟେସନ୍‌ ପରିସ୍ରାଗାରରୁ ୨ ଶିଶୁ ଉଦ୍ଧାର: ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର

ବଲାଙ୍ଗୀର ଅଫିସ,୨୭।୫- ରବିବାର ବଲାଙ୍ଗୀର ରେଲୱେ ଷ୍ଟେସନ୍‌ ପରିସ୍ରାଗାରରେ କେହି ଦୁଇ ଶିଶୁକନ୍ୟାଙ୍କୁ ଏକ ବ୍ୟାଗରେ ଭର୍ତ୍ତି କରି ସେଠାରେ ଛାଡ଼ିଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଦ୍ଧାର ହୋଇଥିବା ଶିଶୁଙ୍କ ବୟସ ଏକମାସ ହେବ ବୋଲି ଅନୁମାନ କରାଯାଇଛି। ଖବର ପାଇ ରେଲୱେ ପୋଲିସ ବ୍ୟାଗ ଭିତରେ ଥିତ୍ବା ଉକ୍ତ ଦୁଇ ଶିଶୁକନ୍ୟାକୁ ଉଦ୍ଧାର କରି ଚାଇଲ୍‌ଡ଼ ଲାଇନ୍‌କୁ ହସ୍ତାନ୍ତର କରିଥିଲେ।

ବରିଷ୍ଠ ନାଗରିକଙ୍କ ପାଇଁ କମ୍ୟୁନିଟି ସେଣ୍ଟରର ଶିଳାନ୍ୟାସ

ବରିଷ୍ଠ ନାଗରିକଙ୍କ ପାଇଁ କମ୍ୟୁନିଟି ସେଣ୍ଟରର ଶିଳାନ୍ୟାସ

ଭୁବନ,୨୭।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କ ପାଇଁ ନିର୍ମାଣ ହେବାକୁଥିବା କମ୍ୟୁନିଟି ସେଣ୍ଟରର ରବିବାର ଶିଳାନ୍ୟାସ କରାଯାଇଛି।

ଫୁଲବାଣୀ କପ୍‌ ଫୁଟବଲ୍‌: ଓଡ଼ିଶା ପୋଲିସ ଚାମ୍ପିୟନ୍‌

ଫୁଲବାଣୀ କପ୍‌ ଫୁଟବଲ୍‌: ଓଡ଼ିଶା ପୋଲିସ ଚାମ୍ପିୟନ୍‌

ଫୁଲବାଣୀ ଅଫିସ,୨୭।୫: ଫୁଲବାଣୀ କରୋନେଶନ୍‌ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ଦିବାରାତ୍ର ଫୁଲବାଣୀ କପ୍‌-୨୦୧୮ ଫୁଟବଲ୍‌ ଟୁର୍ନାମେଣ୍ଟର ଫାଇନାଲ୍‌ରେ ଓଡ଼ିଶା ପୋଲିସ୍‌ ଟାଇବ୍ରେକରରେ ରାଉରକେଲାକୁ ହରାଇ ଚାମ୍ପିୟନ ହୋଇଛି।