Dharitri News

ରାଜ୍ୟ

ଏ ବର୍ଷ ବଦଳିବନି ଧାନ ଏମ୍‌ଏସ୍‌ପି

ଏ ବର୍ଷ ବଦଳିବନି ଧାନ ଏମ୍‌ଏସ୍‌ପି

ଭୁବନେଶ୍ୱର, ୨।୧(ବ୍ୟୁରୋ): ଏବେ ରାଜ୍ୟର ସବୁ ଜିଲାରେ ଧାନ କିଣା ଚାଲୁଛି। ରାଜ୍ୟ ସମବାୟ ବିଭାଗ ପକ୍ଷରୁ ସବୁଠି କୁଇଣ୍ଟାଲ ପିଛା ୧୫୫୦ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସପି)ରେ ଧାନ କ୍ରୟ କରାଯାଉଛି। ହେଲେ ଚାଷୀମାନେ ପାଉଥିବା ମୂଲ୍ୟ ନେଇ ସେମାନେ ଖୁସି ନାହାନ୍ତି। କାରଣ ସେମାନେ ଯେତିକି ଟଙ୍କାରେ ଧାନ ବିକ୍ରୟ କରୁଛନ୍ତି ତା’ଠାରୁ ଅଧିକ ଟଙ୍କା ଫସଲ ପାଇଁ ଖର୍ଚ୍ଚ କରୁଛନ୍ତି।

ବର୍ଷର ପ୍ରଥମ ସୁପରମୁନ୍‌: ୧୦% ବଡ଼, ୨୫% ଉଜ୍ଜ୍ୱଳ

ବର୍ଷର ପ୍ରଥମ ସୁପରମୁନ୍‌: ୧୦% ବଡ଼, ୨୫% ଉଜ୍ଜ୍ୱଳ

ଭୁବନେଶ୍ୱର, ୨।୧(ବ୍ୟୁରୋ)- ମଙ୍ଗଳବାର ଥିଲା ପୂର୍ଣ୍ଣିମା। ଏହି ଦିନ ୨୦୧୮ ମସିହାର ପ୍ରଥମ ‘ସୁପରମୁନ୍‌’ ଦେଖିବାକୁ ମିଳିଥିଲା, ଯାହା ଅନ୍ୟ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ରଠାରୁ ପ୍ରାୟ ୧୦% ବଡ଼ ଓ ୨୫% ଉଜ୍ଜ୍ୱଳ ଥିଲା।

ଶହୀଦ ପ୍ରଦୀପଙ୍କ ପରିବାର ପାଇଁ ସହାୟତା ଘୋଷଣା

ଶହୀଦ ପ୍ରଦୀପଙ୍କ ପରିବାର ପାଇଁ ସହାୟତା ଘୋଷଣା

ଭୁବନେଶ୍ୱର, ୨।୧(ବ୍ୟୁରୋ)- ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଓଡିଆ ଯବାନ ପ୍ରଦୀପ ପଣ୍ଡାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସହାୟତା ଘୋଷଣା କରିଛନ୍ତି।

ଶୀତ ପୁଣି ବଢ଼ିବ

ଶୀତ ପୁଣି ବଢ଼ିବ

ଭୁବନେଶ୍ୱର, ୨।୧(ବ୍ୟୁରୋ)- ପୁଣି ଶୀତ ବଢିବ। ଦେହ ଥରାଇ ଦେବ। ଆସନ୍ତା ୪ ତାରିଖରୁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ପ୍ରକୋପ ବୃଦ୍ଧି ପାଇବ। ପାରଦ ୩ରୁ ୪ ଡିଗ୍ରୀ ତଳକୁ ଖସିଯିବ। ଉପକୂଳରେ ସର୍ବନିମ୍ନ ତାପମାତ୍ରା ୧୦ରୁ ୧୩ ଡିଗ୍ରୀ ସେଲସିୟସ ମଧ୍ୟରେ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ୬ରୁ ୧୦ ଡିଗ୍ରୀ ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ହୋମଗାର୍ଡମାନଙ୍କ ଦୈନିକ ଭତ୍ତା ବୃଦ୍ଧି

ହୋମଗାର୍ଡମାନଙ୍କ ଦୈନିକ ଭତ୍ତା ବୃଦ୍ଧି

ଭୁବନେଶ୍ୱର, ୨।୧(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ଥିବା ହୋମଗାର୍ଡମାନଙ୍କ ଦୈନିକ ଭତ୍ତା ବୃଦ୍ଧି କରାଯିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ସେମାନେ ପାଉଥିବା ଦୈନିକ ଭତ୍ତା ୨୪୦ଟଙ୍କାକୁ ୩୦୦ଟଙ୍କା ବୃଦ୍ଧି କରାଯାଇଥିବା ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଶହୀଦଙ୍କ ପରିବାରକୁ ସହାୟତା ଘୋଷଣା

ଶହୀଦଙ୍କ ପରିବାରକୁ ସହାୟତା ଘୋଷଣା

ଭୁବନେଶ୍ୱର, ୨।୧(ବ୍ୟୁରୋ): ଜମ୍ମୁ-କଶ୍ମୀର ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ସିଆରପିଏଫ୍‌ ଜବାନ ସୁନ୍ଦରଗଡ଼ର ପ୍ରଦୀପ ପଣ୍ଡାଙ୍କ ପରିବାରକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ଚଳିତ ଖରିଫ ଧାନ ସଂଗ୍ରହ ବଢ଼ିଛି: ସୂର୍ଯ୍ୟ ନାରାୟଣ ପାତ୍ର

ଚଳିତ ଖରିଫ ଧାନ ସଂଗ୍ରହ ବଢ଼ିଛି: ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର, ୨।୧(ବ୍ୟୁରୋ): ଖରିଫ ଧାନ ସଂଗ୍ରହ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି ଯେ, ଚଳିତ ଖରିଫ ଧାନ ସଂଗ୍ରହ ବଢ଼ିଛି।

ସ୍ବାଧୀନତା ସଂଗ୍ରାମୀ ମହୋତ୍ସବ-୨୦୧୮

ସ୍ବାଧୀନତା ସଂଗ୍ରାମୀ ମହୋତ୍ସବ-୨୦୧୮

ଭୁବନେଶ୍ୱର, ୨।୧(ବ୍ୟୁରୋ): ଆଜି ହେଉଛି ୩୧ତମ ସ୍ବାଧୀନତା ସଂଗ୍ରାମୀ ମହୋତ୍ସବ-୨୦୧୮। ଏହି ଅବସରରେ ରାଜଧାନୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଶ୍ରୀମନ୍ଦିରରେ ଲାଗିବ ଲ୍ୟାଣ୍ଡଫୋନ

ଶ୍ରୀମନ୍ଦିରରେ ଲାଗିବ ଲ୍ୟାଣ୍ଡଫୋନ

ପୁରୀ ଅଫିସ,୧।୧: ସେବାୟତଙ୍କ ପାଇଁ ସ୍ବତନ୍ତ୍ର ମୋବାଇଲ୍‌ (କ୍ୟାମେରା ଏବଂ ଇଣ୍ଟରନେଟ୍‌ ସୁବିଧା ନ ଥିବା) ଫୋନ ଯୋଗାଣ ଶେଷରେ ବାଟବଣା ହୋଇଛି। ଆରମ୍ଭରୁ ଏହାକୁ ବିରୋଧ କରାଯାଇ ଶ୍ରୀମନ୍ଦିର ବେଢ଼ାରେ ଲାଗିଥିଲା ଏକାଧିକ ପୋଷ୍ଟର।

ଏଥର ନୂଆବର୍ଷ ଭିଡ଼ ଜମିଲାନି: ୩୮ ହଜାର ପର୍ଯ୍ୟଟକ ନନ୍ଦନକାନନ ବୁଲିଲେ

ଏଥର ନୂଆବର୍ଷ ଭିଡ଼ ଜମିଲାନି: ୩୮ ହଜାର ପର୍ଯ୍ୟଟକ ନନ୍ଦନକାନନ ବୁଲିଲେ

ବାରଙ୍ଗ,୧।୧(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ବଟାନିକାଲ୍‌ ଗାର୍ଡେନରେ ଏଥର ନୂଆବର୍ଷ ଭିଡ଼ ସେତେଟା ଜମିନାହିଁ, ଯାହା କି ଗତବର୍ଷ ତୁଳନାରେ ପର୍ଯ୍ୟଟକଙ୍କ ସଂଖ୍ୟା ବହୁତ କମ୍‌ ରହିଛି। ନୂଆବର୍ଷ ସୋମବାର ପଡ଼ୁଥିବାରୁ ସଂଖ୍ୟା ହ୍ରାସ ପାଇଲା ବୋଲି ଅନୁମାନ କରାଯାଉଛି।

ନୂଆବର୍ଷ ଅଘଟଣ: ସମୁଦ୍ରରେ ଭାସିଗଲେ ୨ ବି.ଟେକ୍‌ ଛାତ୍ର

ନୂଆବର୍ଷ ଅଘଟଣ: ସମୁଦ୍ରରେ ଭାସିଗଲେ ୨ ବି.ଟେକ୍‌ ଛାତ୍ର

ବ୍ରହ୍ମପୁର ଅଫିସ,୧।୧: ନୂଆ ବର୍ଷ ପାଳନ ପାଇଁ ସାଙ୍ଗମାନେ ଏକାଠି ହୋଇଥିଲେ। ଏକାଠି ଖାଇଲେ। ଏକାଠି ଗାଧୋଇବା ପାଇଁ ସମୁଦ୍ରକୁ ଗଲେ। କିନ୍ତୁ ଗାଧୋଇବା ବେଳେ ଭାସିଗଲେ ଦୁଇ ଯୁବକ। ସେମାନେ ହେଲେ ଧରାକୋଟ ଥାନା ଅନ୍ତର୍ଗତ ଢ଼ଉଗାଁ ଗ୍ରାମର ଅଜୟ ସୁଆଁସିଆ (୧୯), ଆସିକାର ପ୍ରଦୀପ ମହାନ୍ତି(୧୯)। ସେମାନେ ସମ୍ପର୍କୀୟ ଭାଇ ଏବଂ ମାଡ୍ରାସସ୍ଥିତ ଭାରତ ବିଶ୍ୱବିଦ୍ୟାଳୟର ବି.ଟେକ୍‌ ଛାତ୍ର।

ଗୋଚ୍ଛାପଡ଼ାରେ ଲାଗିଲା ମାଓବାଦୀ ପୋଷ୍ଟର

ଗୋଚ୍ଛାପଡ଼ାରେ ଲାଗିଲା ମାଓବାଦୀ ପୋଷ୍ଟର

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧।୧-କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ଅଞ୍ଚଳ ଲୋହରା ସାହିରେ ନୂଆ ବର୍ଷରେ ମାଓବାଦୀ ପୋଷ୍ଟର ମରା ଯାଇଥିବା ଦେଖିବାକୁ ମିଳିଛି ପୋଷ୍ଟରରେ ଆଦିବାସୀ ବିସ୍ଥାପନ ଓ ସାମ୍ରାଜ୍ୟବାଦ ବିରୋଧରେ ଆଦିବାସୀମାନେ ଏକଜୁଟ ହୋଇ ସଂଘର୍ଷ କରିବା, ଜଳ, ଜମ ଓ ଜଙ୍ଗଲ ପାଇଁ ଗଁ। ଗଁରେ ଲୋକେ ଏକତ୍ରିତ ହୋଇ ଲଢିବା, ପୋଲିସ ଦମନଲୀଳା ବିରୋଧରେ ସଂଗ୍ରାମ କରିବା ପାଇଁ ଏଥିରେ ଆହ୍ବାନ ଦିଆ ଯାଇଛି ।

ହାଉସ୍‌ସର୍ଜନ ଷ୍ଟାଇପେଣ୍ଡ୍‌ ୨୦,୦୦୦ ଟଙ୍କାକୁ ବୃଦ୍ଧି: ୨୦୧୭ ଏପ୍ରିଲ ପହିଲାରୁ ପିଛିଲା ଭାବେ ଲାଗୁ

ହାଉସ୍‌ସର୍ଜନ ଷ୍ଟାଇପେଣ୍ଡ୍‌ ୨୦,୦୦୦ ଟଙ୍କାକୁ ବୃଦ୍ଧି: ୨୦୧୭ ଏପ୍ରିଲ ପହିଲାରୁ ପିଛିଲା ଭାବେ ଲାଗୁ

ଭୁବନେଶ୍ୱର,୧।୧(ବ୍ୟୁରୋ): ନବବର୍ଷ ୨୦୧୮ର ପ୍ରଥମ ଦିନରେ ରାଜ୍ୟ ସରକାର ତିନୋଟି ମେଡିକାଲ କଲେଜ ହସ୍‌ପିଟାଲର ହାଉସ୍‌ସର୍ଜନମାନଙ୍କୁ ନୂଆଭେଟି ଦେଇଛନ୍ତି। କିଛିଦିନ ତଳେ ଷ୍ଟାଇପେଣ୍ଡ୍‌ ବୃଦ୍ଧି ନେଇ ଆନ୍ଦୋଳନରେ ବସିଥିବା ହାଉସସର୍ଜନଙ୍କ ଷ୍ଟାଇପେଣ୍ଡ ୨୦,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି।

ବନ୍ଦ ହେଲା ୭ ଖଣି

ବନ୍ଦ ହେଲା ୭ ଖଣି

ଭୁବନେଶ୍ୱର, ୧।୧(ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଓଡ଼ିଶାରେ ବେଆଇନ ଭାବେ ଖଣିଜ ଉତ୍ତୋଳନ ଏବଂ ଅନ୍ୟାନ୍ୟ ଆଇନର ଉଲ୍ଲଂଘନ କରିଥିବା ଖଣି ମାଲିକମାନଙ୍କ ଠାରୁ ଜରିମାନା ଆଦାୟର ସମୟସୀମା ରବିବାର ଶେଷ ହୋଇସାରିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଜରିମାନା ରାଶି ପ୍ରଦାନ କରି ନ ଥିବା ୭ଟି ଖଣିକୁ ରାଜ୍ୟ ସରକାର ସୋମବାର ବନ୍ଦ କରିଦେଇଛନ୍ତି।

ଦାଦନ ଖଟଣିକୁ ବାଏ ବାଏ; କୋବି କିଆରୀରେ ହସୁଛି ଗୋତିମୁକ୍ତ ଜୀବନ

ଦାଦନ ଖଟଣିକୁ ବାଏ ବାଏ; କୋବି କିଆରୀରେ ହସୁଛି ଗୋତିମୁକ୍ତ ଜୀବନ

ବଲାଙ୍ଗୀର ଅଫିସ,୧।୧ ପେଟ୍‌ର ବିକଲ୍‌ଥି ସିନେ ଆମେ ଦାଦନ୍‌ ଖଟି ଯାଇଥିଲୁଁ, ଆର୍‌ ହେଇ ଯାଇଥିଲୁଁ ଗୁତି ଶ୍ରମିକ୍‌ । ହେଲେ କିଏ ଚାହେଁସି ମାଁ ମାଏଟ୍‌ ଛାଡି ପର୍‌ଦେଶ ଯାଇ ଗୁଲଗୁଲା ହେବାକେ । ସମ୍‌କର୍‌ ଇଚ୍ଛା ଗାଁ ଘର୍‌ଥି ଦୁଇ ପଏସା ମିଲ୍‌ଲେ ଘର୍‌ ପରିବାର୍‌ ଚଲାଇ ନେବାକେ। ଗୁତି ଶ୍ରମିକ ଭାବେ ଆନ୍ଧ୍ରାଥି ଧରାପଡ୍‌ଲା ଉତାରୁ ପାଁଚି ମାଇପିଲା ଗୁତି ସାର୍ଟିଫିକଟ୍‌ ଧରି ବଲାଙ୍ଗୀର ଫିରିଥିଲୁଁ । ତାର୍‌ ପରେ ଗୁତି ଥଇଥାନ ଟଁକା ପାଏଲାକେ ଡୁଲି ଗୁଟେ ବନ୍ଧକ ଧରି କୁବି ଆର୍‌ ଶାଗ୍‌ ଚାଷ୍‌ କରି ବନେ ଦୁଇ ପଏସା କମାନି ହେଲା । ଇ ଚାଷର୍‌ ଉଧାଥିତ୍ ଏଭେ ଦୁଖେ ସୁଖେ ପରିବାର୍‌ ଚଲି ଯାଉଛେ। ଆର୍‌ ଯେତେ ଟଁକା ଦେଲେ ବି ଦାଦନ୍‌ ଖଟି ନାଇଁ ଯାଉଁ- ଏହା କହିଛନ୍ତି ୫ ବର୍ଷ ତଳେ ଆନ୍ଧ୍ରପ୍ରଦେଶର ଗୁଡୁରୁ ଜିଲାରୁ ଉଦ୍ଧାର ହୋଇଥିତ୍ବା ଚନ୍ଦନଭାଟି ଗାଁର ମହାକୁର ଦମ୍ପତି । ବଲାଙ୍ଗୀର ସଦର ବ୍ଳକ୍‌ ଚନ୍ଦନଭାଟି ଗାଁର ସମାରୁ ମହାକୁର (୪୫) ଏବଂ ତାଙ୍କ ସ୍ତ୍ରୀ ଜେମା ମହାକୁର (୪୦) ଏବେ ଅନେକଙ୍କ ପାଇଁ ପାଲଟି ଯାଇଛନ୍ତି ସକରାତ୍ମକ ଜୀବନ ଜୀଇଁବାର ଏକ ଉଦାହରଣ। ନିଜର କଠିନ ପରିଶ୍ରମ ବଳରେ ଗୋତି ଶ୍ରମିକର ଅପବାଦରୁ ମୁକୁଳି ଏବେ ସେମାନେ ପାଇଛନ୍ତି ଏକ ସଫଳ ଚାଷୀ ପରିବାରର ମାନ୍ୟତା ା ମହାକୁର ଦମ୍ପତିଙ୍କ ଝାଳବୁହା ପରିଶ୍ରମରେ ବର୍ଷ ସାରା ହସୁଛି ସେମାନଙ୍କ ପରିବା କିଆରି।

ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିଲେ, କାର୍‌ ମାଡିଗଲା: ଜଣେ ମୃତ, ୫ ଗୁରୁତର

ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିଲେ, କାର୍‌ ମାଡିଗଲା: ଜଣେ ମୃତ, ୫ ଗୁରୁତର

ନାକଟିଦେଉଳ, ୧।୧ (ଡି.ଏନ.ଏ.) ନୂଆବର୍ଷର ପ୍ରଥମ ଦିନରେ ସୋମବାର ସମ୍ବଲପୁର ଜିଲା ନାକଟିଦେଉଳ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ରେଢ଼ାଖୋଲ-ଦେବଗଡ ରାସ୍ତାର ଚରଡପଶି ଛକରେ ରାସ୍ତାପାର୍ଶ୍ୱରେ ଛିଡା ହୋଇ ବସ୍‌କୁ ଅପେକ୍ଷା କରିଥିବାବେଳେ ଏକ କାର୍‌ ୬ ଜଣଙ୍କ ଉପରେ ଚଢି ଯାଇଛି। ଫଳରେ ଜଣେ ୩ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଅନ୍ୟ ୫ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାମ ଦୀପିକା କିଡୋ (୩) ଏବଂ ଘର ନାକଟିଦେଉଳ ଥାନା ଅନ୍ତର୍ଗତ ତିଲେଇମାଲରେ। ଆହତମାନେ ହେଲେ ଏହି ଥାନା ଅନ୍ତର୍ଗତ ଚରଡପଶି ଗ୍ରାମର ଗନ୍ତି କୁଲୁ (୧୯), ଅନିମା କୁଲୁ (୧୭), ରିତା କୁଲୁ (୧୮), ତିଲେଇମାଲ ଗ୍ରାମର ସରିତା କିଡୋ (ଦେଢ଼ ବର୍ଷ) ଓ ହୀରାମଣି କିଡୋ (୨୭)।

ହାଉସସର୍ଜନଙ୍କୁ ସରକାରଙ୍କ ନୂଆବର୍ଷ ଭେଟି

ହାଉସସର୍ଜନଙ୍କୁ ସରକାରଙ୍କ ନୂଆବର୍ଷ ଭେଟି

ଭୁବନେଶ୍ୱର, ୧।୧(ବ୍ୟୁରୋ): ମେଡିକାଲରେ କାର୍ଯ୍ୟରତ ହାଉସ ସର୍ଜନମାନଙ୍କ ଷ୍ଟାଇପେଣ୍ଡ ସୋମବାର ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ, ବ୍ରହ୍ମପୁର ଏମ୍‌ଏନ୍‌ସିଜି ମେଡିକାଲ ଓ ବୁର୍ଲାସ୍ଥିତ ଭୀମସାର ମେଡିକାଲ କଲେଜର ହାଉସସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରାଯାଇଛି।

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ, ୧।୧: ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସଡ଼କପଥରେ ଆସି ସୋମବାର ପୂର୍ବାହ୍ନ ୧୧ଟା ୩୫ରେ ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ।

ଜିଲା ସଂସ୍କୃତି ଭବନ ଉଦ୍‌ଘାଟିତ

ଜିଲା ସଂସ୍କୃତି ଭବନ ଉଦ୍‌ଘାଟିତ

ପୁରୀ ଅଫିସ, ୧।୧: ପୁରୀ ଜିଲା ସଂସ୍ମୃତି ଭବନ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଚକ୍ରତୀର୍ଥ ରୋଡ଼ରେ ଥିବା ଏହି ସଂସ୍କୃତି ଭବନର କାମ ୨୦୧୨-୧୩ ମସିହାରେ ଆରମ୍ଭ ହୋଇଥିଲା।

ଏକ୍ସପାଏରି ଔଷଧ ନେଲା ଜୀବନ

ଏକ୍ସପାଏରି ଔଷଧ ନେଲା ଜୀବନ

କଟକ ଅଫିସ, ୩୧।୧୨- ଏକ୍ସପାଏରି ଟିବି ଔଷଧ ଖାଇଥିବା ଗୁଡି ନାୟକ(୨୦)ଙ୍କ ରବିବାର ସକାଳୁ ମୃତ୍ୟୁ ଘଟିଛି। ରାଜାବଗିଚା ଅଞ୍ଚଳର ରାଜେନ୍ଦ୍ର ଓ ଗୀତା ନାୟକଙ୍କ ଏକମାତ୍ର ଏହି ଝିଅଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାର ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଟିବି ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇବାର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଜିଲା ସ୍ତରରେ ଟିବି ଚିକିତ୍ସା କେନ୍ଦ୍ରମାନ ଖୋଲାଯାଇଛି। ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ସରକାରଙ୍କ ମାଗଣା ଏକ୍ସପାଏରି ଔଷଧ ଖାଇ ଗୁଡିଙ୍କ ମୃତ୍ୟୁ ଘଟିବା ପରେ ଏବେ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମର ସଫଳତା ଉପରେ ସନ୍ଦେହ ସୃଷ୍ଟି କରିଛି।

ସମୟ ଶେଷ:ଆଦାୟ ହୋଇଛି ୫୦% ଜରିମାନା

ସମୟ ଶେଷ:ଆଦାୟ ହୋଇଛି ୫୦% ଜରିମାନା

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ରାଜ୍ୟରେ ବେଆଇନ ଖଣିଜ ଉତ୍ତୋଳ ଓ ଖନନ କରିଥିବା ଲିଜଧାରୀଙ୍କଠାରୁ ଜରିମାନା ଆଦାୟ ହେବାର ସମୟ ଶେଷ ହୋଇଛି। ବେଆଇନ ଖଣି ଉତ୍ତୋଳନକରୀଙ୍କ ଠାରୁ ଶତ ପ୍ରତିଶତ ଜରିମାନା ଆଦାୟ କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଝାନ୍ସିରାଣୀ ଛାତ୍ରୀନିବାସରେ ଅଗ୍ନିକାଣ୍ଡ

ଝାନ୍ସିରାଣୀ ଛାତ୍ରୀନିବାସରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ଅଫିସ,୩୧।୧୨- ବ୍ରହ୍ମପୁର ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଝାନ୍ସିରାଣୀ ହଷ୍ଟେଲରେ ରବିବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟିଛି। ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟ ଅନୁପସ୍ଥିତ ଥିବା ବେଳେ ସୁପରିଣ୍ଟେଣ୍ଡେଣ୍ଟଙ୍କ କୋଠରି ଏସିରେ ଶର୍ଟସର୍କିଟ ଯୋଗୁ ନିଆଁ ଲାଗିଥିଲା। ଧୀରେ ଧୀରେ ଏହି ନିଅଁା ସୁପରିଣ୍ଟେଣ୍ଡେଣ୍ଟଙ୍କ କୋଠରିରୁ ପାର୍ଶ୍ୱ କୋଠରିକୁ ମଧ୍ୟ ବ୍ୟାପି ଥିଲା। ଫଳରେ ସୁପରିଣ୍ଟେଣ୍ଡେଣ୍ଟଙ୍କ କୋଠରିରେ ରହିଥିବା ଏସି, କମ୍ପ୍ୟୁଟର ସମେତ ପୋଷାକପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପୋଡିଛି। ବ୍ରହ୍ମପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଛାତ୍ରୀଙ୍କୁ ବାହାର କରିଥିଲେ। ଫଳରେ ଛାତ୍ରୀମାନେ ଏକ ବଡ ଦୁର୍ଘଟଣାରୁ ବର୍ର୍ତ୍ତି ଯାଇଛନ୍ତି। ଏହି ଅଗ୍ନିକାଣ୍ଡରେ ଏସି, କମ୍ପ୍ୟୁଟର ସମେତ ପ୍ରାୟ ୭୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବା ବ୍ରହ୍ମପୁର ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର ସୂଚନା ଦେଇଛନ୍ତି। ହଷ୍ଟେଲରେ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ରହୁଥିବା ବେଳେ ସୁରକ୍ଷା ପାଇଁ ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯାଇନାହିଁ। ଯାହାଦ୍ୱାରା ନିଅଁା ଗୋଟିଏ ଘରୁ ଅନ୍ୟ ଏକ ଘରକୁ ବ୍ୟାପିଥିଲେ ମଧ୍ୟ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇପଡିଥିଲା।

ଯାତ୍ରା ମଞ୍ଚରେ ଅନନ୍ତ ଅନ୍ଧାର

ଯାତ୍ରା ମଞ୍ଚରେ ଅନନ୍ତ ଅନ୍ଧାର

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ(ସ୍ବ.ପ୍ର.), ୩୧।୧୨- ଓଡ଼ିଆ ଅପେରା ଓ ରଙ୍ଗମଞ୍ଚର ନିଷ୍ଠାପର କଳାସାଧକ, ଯାତ୍ରା କାହାଣୀର କୃତୀ ବିନ୍ଧାଣୀ, ସଫଳ ମଞ୍ଚର ଜଣେ ସଫଳ ସ୍ରଷ୍ଟା ନାଟ୍ୟକାର ଅନନ୍ତ ଓଝା ଆଉନାହାନ୍ତି। ଦୀର୍ଘଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ବାଙ୍ଗାଲୋରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଝା ରବିବାର ସନ୍ଧ୍ୟାରେ ୬୦ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି।

ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ ପର୍ବ

ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ ପର୍ବ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ)- ବିଶିଷ୍ଟ କବି, ବୈପ୍ଳବିକ ସାହିତ୍ୟର ପ୍ରମୁଖ ସ୍ରଷ୍ଟା ରବି ସିଂଙ୍କୁ ୨୦୧୭ ମସିହା ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରବିବାର ରବୀନ୍ଦ୍ରମଣ୍ଡପରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସିଂଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବାବଦରେ ତାଙ୍କୁ ୧ଲକ୍ଷ ଟଙ୍କା ସହ ମାନପତ୍ର ଏବଂ ଉପଢୌକନ ଦିଆଯାଇଥିଲା।