ରାଜ୍ୟ

ଭେସେଲ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ଭେସେଲ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

କୃଷ୍ଣପ୍ରସାଦ, ୩୦।୪(ଡି.ଏନ.ଏ.)- ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକ ଦେଇ ଦୈନିକ ଶହ ଶହ ଯାତ୍ରୀ ପୁରୀ ଯାତାୟାତ କରିଥାନ୍ତି। ଯାତ୍ରୀଙ୍କ ସୁବିଧା ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚିଲିକାରେ ଭେସେଲ (ଭସାପୋଲ) ଚଳାଚଳ ବ୍ୟବସ୍ଥା କରାଯାଇଥିଲା। ଏହା ଦ୍ୱାରା ଚିଲିକାର ଜହ୍ନିକୁଦାରୁ ସାତପଡା ପର୍ଯ୍ୟନ୍ତ ଲୋକେ ସହଜରେ ଯାତାୟାତ କରୁଥିଲେ।

ଦିନକର କାହାଣୀ :  ଶଙ୍ଖାରି ହୃଷୀକେଶ

ଦିନକର କାହାଣୀ : ଶଙ୍ଖାରି ହୃଷୀକେଶ

ନୟାଗଡ ଜିଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ଅଞ୍ଚଳର ବିଭିନ୍ନ ସାହି ବସ୍ତି କିମ୍ବା ଆଖପାଖ ଗ୍ରାମରେ ଅଣ୍ଟା ନଇଁ ଯାଇଥିବା ଜଣେ ବ୍ୟକ୍ତି ପିଠିରେ ବିଭିନ୍ନ କିସମର ଶଙ୍ଖା ବ୍ୟାଗ ପକାଇ ବୁଲି ବୁଲି ଶଙ୍ଖା ବିକୁଥିବାର ଦେଖିବାକୁ ମିଳିଥାଏ । ବୃଦ୍ଧାବସ୍ଥାରେ ତାଙ୍କର କାର୍ଯ୍ୟ କରିବାର ଇଚ୍ଛା ଶକ୍ତିକୁ ଦେଖି ଅନେକେ ଆଶ୍ଚଯ୍ୟ ହେବା ସହ ଦୁଃଖ ପ୍ରକାଶ କରିଥାନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଶଂଖାରି ହୃଷୀକେଶ ସାହୁ(୬୬)।

ଶବ ସହ ବିତେ ସାରାଦିନ

ଶବ ସହ ବିତେ ସାରାଦିନ

ବ୍ରହ୍ମପୁର ଅଫିସ୍‌,୩୦।୪ :(ଆଶୀର୍ବାଦ ରାଉତ)-ପ୍ରତିଯୋଗିତାମୂଳକ ଦୁନିଆରେ ବଞ୍ଚିବା ପାଇଁ ଅନେକ ଲୋକ ଅନେକ ପ୍ରକାର କାର୍ଯ୍ୟ କରିଥାନ୍ତି। ଜୀବିକା ଭାବେ ଭିନ୍ନ ଭିନ୍ନ କାର୍ଯ୍ୟକୁ ବାଛିଥାନ୍ତି। ଯେଉଁ କାର୍ଯ୍ୟରେ ଆଗ୍ରହ ଓ ନିଶା ରହିଥାଏ, ତାହାକୁ ପେସା ଭାବେ ଚୟନ କରିବାକୁ ଅନେକ ପସନ୍ଦ କରିଥାନ୍ତି।

  ମୋବାଇଲ ବ୍ଲାଷ୍ଟିଂରେ ଯୁବକଙ୍କ ଆଖି ଫାଟିଲା

ମୋବାଇଲ ବ୍ଲାଷ୍ଟିଂରେ ଯୁବକଙ୍କ ଆଖି ଫାଟିଲା

ନୂଆପଡ଼ା ଅଫିସ,୩୦।୪- ନୂଆପଡ଼ା ଜିଲା କୋମନା ଥାନାଞ୍ଚଳ ରଜନା ଗ୍ରାମପଞ୍ଚାୟତ କାଳିମାଟି ଗାଁରେ ସୋମବାର ଅଭାବନୀୟ ଘଟଣା ଘଟିଛି। ମୋବାଇଲ୍‌ ବ୍ଲାଷ୍ଟ ଯୋଗୁ ଜଣେ ଯୁବକଙ୍କ ଆଖି ଆଘାତ ପାଇ ଫାଟିଯାଇଛି। ଆହତଜଣକ ହେଲେ ସେହି ଗଁ।ର କୃତିବାସ ମାଝୀ(୪୦)।

୪ ବର୍ଷରେ ରାଜପଥ ଡକାୟତି ସଂଖ୍ୟା ୨୯୬

୪ ବର୍ଷରେ ରାଜପଥ ଡକାୟତି ସଂଖ୍ୟା ୨୯୬

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ରାଜ୍ୟରେ ଗତ ୪ ବର୍ଷରେ ୨୯୬ଟି ରାଜପଥ ଡକାୟତି ଘଟଣା ଘଟିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଗୃହରେ ଲିଖିତ ଉତ୍ତର ରଖିଛନ୍ତି। ସ୍ବାଧିନସଭ୍ୟ ସନାତନ ମହାକୁଡ଼ ପ୍ରଶ୍ୱରେ ଏହି ଉତ୍ତର ରଖାଯାଇଛି।

ସହରବାସୀଙ୍କ ହକ୍‌ ପାଇଁ ଲଢ଼େଇ : ଭାଜପା ପକ୍ଷରୁ ଲଟ୍‌କା ଜାରି

ସହରବାସୀଙ୍କ ହକ୍‌ ପାଇଁ ଲଢ଼େଇ : ଭାଜପା ପକ୍ଷରୁ ଲଟ୍‌କା ଜାରି

ଦେବଗଡ଼,୩୦।୪(ଡି.ଏନ୍‌.ଏ.) : ଦେବଗଡ଼ ସହରରେ ଅସଜଡ଼ା ହୋଇପଡ଼ିଥିବା ପରିମଳ ବ୍ୟବସ୍ଥା, ସହରବାସୀଙ୍କ ସମସ୍ୟାକୁ ଅଣଦେଖା ପ୍ରତିବାଦରେ ହକ୍‌ ପାଇଁ ଲଢ଼େଇ ଅଭିଯାନପୂର୍ବକ ସ୍ଥାନୀୟ ଭାଜପା ସଙ୍ଗଠନ ପକ୍ଷରୁ ଦେବଗଡ଼ ପୌରପରିଷଦରେ ସୋମବାର ଲଟ୍‌କା ଜାରି କାର୍ଯ୍ୟକ୍ରମ କରାଯାଇଛି। ନଗର ସଭାପତି ରମଣୀକାନ୍ତ ଦାଶ ନେତୃତ୍ୱରେ ଏହା ଆୟୋଜିତ ହୋଇଥିଲା।

୮ମ ଦିନରେ ଇମ୍ଫା ଠିକା କର୍ମଚାରୀଙ୍କ ଧାରଣା

୮ମ ଦିନରେ ଇମ୍ଫା ଠିକା କର୍ମଚାରୀଙ୍କ ଧାରଣା

ରାୟଗଡ଼ା ଅଫିସ,୩୦।୪: ଇମ୍ଫା କମ୍ପାନୀ ଆଗରେ ଠିକା କର୍ମଚାରୀ ଓ ଅଞ୍ଚଳବାସୀଙ୍କ ଧାରଣା ସୋମବାର ୮ମ ଦିନରେ ପହଞ୍ଚିଛି। ୯ ଦଫା ଦାବି ନେଇ ବିକ୍ଷୋଭକାରୀ ଧାରଣା ଦେଇଛନ୍ତି।

ସଡ଼କ ସୁରକ୍ଷା ସପ୍ତାହ: ଶେଷ ଦିନରେ ସଚେତନତା ବାର୍ତ୍ତାଦେଲେ ଗଣମାଧ୍ୟମ ପ୍ରତିନିଧି

ସଡ଼କ ସୁରକ୍ଷା ସପ୍ତାହ: ଶେଷ ଦିନରେ ସଚେତନତା ବାର୍ତ୍ତାଦେଲେ ଗଣମାଧ୍ୟମ ପ୍ରତିନିଧି

ମାଲକାନଗିରି,୩୦।୪(ଡି.ଏନ୍‌.ଏ.): ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଶେଷ ଦିନରେ ସୋମବାର ମାଲକାନଗିରି ଜିଲା ସଦର ମହକୁମାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ସଚେତନତା ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ସଡ଼କ ଓ ପରିବହନ କାର୍ଯ୍ୟାଳୟରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଯାଇଥିଲେ।

ବୁଦ୍ଧ ପୂର୍ଣ୍ଣିମାରେ ଉତ୍ସବମୁଖର ପ୍ରାଚୀ ଉପତ୍ୟକା

ବୁଦ୍ଧ ପୂର୍ଣ୍ଣିମାରେ ଉତ୍ସବମୁଖର ପ୍ରାଚୀ ଉପତ୍ୟକା

କାକଟପୁର, ୩୦।୪(ଡି.ଏନ୍‌.ଏ.): ସୋମବାର ପବିତ୍ର ବୈଶାଖ ପୂର୍ଣ୍ଣିମା। ଏହା ସହ ବୁଦ୍ଧ ପୂର୍ଣ୍ଣିମା ମଧ୍ୟ। ଏଥିପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ପ୍ରାତଃରୁ ଉତ୍ସବମୁଖର ହୋଇପଡ଼ିଛି। ବୌଦ୍ଧପୀଠ କୁରୁମ, ସଭାମଣ୍ଡପ, ଲତାହରଣ, ନିଭରଣ ପ୍ରଭୃତି ସ୍ଥାନରେ ପୂଜା ପାଇଆସୁଥିବା ବୁଦ୍ଧଦେବଙ୍କ ମୂର୍ତ୍ତିକୁ ଭକ୍ତମାନେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି।

ଓଜନମାପ ବିଭାଗର ସହକାରୀ ନିୟନ୍ତ୍ରକଙ୍କ ଘରେ ଭିଜିଲାନ୍ସ ଚଢାଉ

ଓଜନମାପ ବିଭାଗର ସହକାରୀ ନିୟନ୍ତ୍ରକଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ ଅଫିସ/ରାଉରକେଲା,୩୦।୪: ରାଉରକେଲା ଓଜନମାପ ବିଭାଗର ସହକାରୀ ନିୟନ୍ତ୍ରକ ବିଦ୍ୟାଧର ବିଶ୍ୱାଳଙ୍କ ଘରେ ସୋମବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ ବିଶ୍ୱାଳଙ୍କ ଭୁବନେଶ୍ୱରସ୍ଥିତ ପୋଖରୀପୁଟଠାରେ ଥିବା ୩ ମହଲା କୋଠା, ଖୋର୍ଦ୍ଧା ଜିଲା ନିମିକ୍ଷେତ ଗ୍ରାମରେ ଥିବା ଘର ଓ ଭୁବନେଶ୍ୱର ପାତ୍ରପଡ଼ା ଠାରେ ଥିବା ସମ୍ପର୍କୀୟଙ୍କ ଘର ଉପରେ ଭିଜିଲାନ୍ସ ପକ୍ଷରୁ ଏକକାଳିନ ଯାଞ୍ଚ କରାଯାଉଛି।

ବିଧାନସଭା ପ୍ରଶ୍ନୋତ୍ତର:  ଅବକାରୀ, ରାଜସ୍ବ ବିଭାଗରେ ପଦବୀ ଖାଲି

ବିଧାନସଭା ପ୍ରଶ୍ନୋତ୍ତର: ଅବକାରୀ, ରାଜସ୍ବ ବିଭାଗରେ ପଦବୀ ଖାଲି

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅବକାରୀ ବିଭାଗରେ ସଂଖ୍ୟାଧିକ ପଦବୀ ଖାଲି ପଡ଼ିଛି। ବିଜେଡି ସଭ୍ୟ ରାସେଶ୍ୱରୀ ପାଣିଗ୍ରାହୀଙ୍କ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ପ୍ରଦତ୍ତ ଉତ୍ତରରୁ ଏହା ଜଣାପଡ଼ିଛି।

ସାଲେପୁର ନାବାଳିକା ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଲା ଭାଜପା

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ସାଲେପୁର ନାବାଳିକା ବଳାତ୍କାର ଘଟଣା ନେଇ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ଦାବିରେ ଭାଜପା ରାସ୍ତାକୁ ଓହ୍ଲାଇଛି। ସୋମବାର କର୍ମୀମାନେ ଦଳୀୟ କାର୍ଯ୍ୟାଳୟଠାରୁ ବାହାରି ରାମ ମନ୍ଦିର ଛକରେ ରାସ୍ତା ଅବରୋଧ କରିବା ସହ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ନେଇ ଦାବି କରିଥିଲେ।

ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା: ୩ ଶିକ୍ଷୟିତ୍ରୀ ଶିକ୍ଷକ ନିଲମ୍ବିତ

ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା: ୩ ଶିକ୍ଷୟିତ୍ରୀ ଶିକ୍ଷକ ନିଲମ୍ବିତ

ଢେଙ୍କାନାଳ ଅଫିସ, ୩୦।୪- ଢେଙ୍କାନାଳ ସଦର ଥାନା ଆବାସିକ ବିଦ୍ୟାଳୟରେ ପଢୁଥିବା ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯିବା ଏବଂ ପ୍ରସବ ପରେ ସନ୍ତାନଙ୍କୁ ଅନ୍ୟ ଜଣେ ଦମ୍ପତ୍ତିଙ୍କୁ ଦେଇ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିବା ମାମଲାରେ ସୋମବାର ବିଦ୍ୟାଳୟର ୨ ଜଣ ସହକାରୀ ଶିକ୍ଷୟିତ୍ରୀ ଓ ଜଣେ ସହକାରୀ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି।

ଭିଜିଲାନ୍ସ ଜାଲରେ ମେଟ୍ରୋଲୋଜି ବିଭାଗର ସହାୟକ ନିୟନ୍ତ୍ରକ

ଭିଜିଲାନ୍ସ ଜାଲରେ ମେଟ୍ରୋଲୋଜି ବିଭାଗର ସହାୟକ ନିୟନ୍ତ୍ରକ

ରାଉରକେଲା,୩୦।୪(ଡି.ଏନ୍‌.ଏ.) : ଅସାଧୁ ଉପାୟରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଘଟଣାରେ ମେଟ୍ରୋଲୋଜି (ମାପ, ଓଜନ) ବିଭାଗର ସହାୟକ ନିୟନ୍ତ୍ରକ ବିଦ୍ୟାଧର ବିଶ୍ୱାଳ ଭିଜିଲାନ୍ସ ଜାଲରେ ଫଶିଛନ୍ତି। ରାଉରକେଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଏ ନେଇ ସୋମବାର ଧରପଗଡ଼ ହୋଇଛି।

ଉଷସୀଙ୍କୁ  ଅସଦାଚରଣ ମାମଲା: ବାପପୁଅ ଗିରଫ

ଉଷସୀଙ୍କୁ ଅସଦାଚରଣ ମାମଲା: ବାପପୁଅ ଗିରଫ

ତାଳଚେର, ୩୦।୪(ନି.ପ୍ର.)- ଓଲିଉଡ୍‌ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଓ ମାଡ଼ ମାରିବା ମାମଲାରେ ରବିବାର ରାତିରେ କଣିହାଁ ପୋଲିସ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରମଣି ସାହୁ ଓ ତାଙ୍କ ପୁଅ ରୋଜିତ୍‌ କୁମାର ସାହୁଙ୍କୁ ଗିରଫ କରିଛି। ଏ

ଜିଲାପାଳଙ୍କ ଜନଶୁଣାଣି ବନ୍ଦ ନେଇ ଅସନ୍ତୋଷ

ଜିଲାପାଳଙ୍କ ଜନଶୁଣାଣି ବନ୍ଦ ନେଇ ଅସନ୍ତୋଷ

ମହାକାଳପଡ଼ା, ୩୦।୪(ଡି.ଏନ୍‌.ଏ.): ସୋମବାର ଜିଲାପାଳଙ୍କ ମିଳିତ ଜନଶୁଣାଣି ଥିଲା। ପ୍ରଚଣ୍ଡ ଖରା ଯୋଗୁ ହଠାତ୍‌ ରାଜ୍ୟ ସରକାରଙ୍କ ପକ୍ଷରୁ ତରବରିଆ ଭାବେ ଏହି ଶିବିରକୁ ବନ୍ଦ କରିଦିଆଯାଇଛି। ଫଳରେ ଶିବିରକୁ ଆସିଥିବା ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅଗ୍ନିକାଣ୍ଡ: ନାବାଳକ ଭିନ୍ନକ୍ଷମ ଗୁରୁତର

ଅଗ୍ନିକାଣ୍ଡ: ନାବାଳକ ଭିନ୍ନକ୍ଷମ ଗୁରୁତର

ମହାକାଳପଡ଼ା, ୩୦।୪(ଡି.ଏନ୍‌.ଏ.): ସ୍ଥାନୀୟ ବ୍ଲକ ମହାକାଳପଡ଼ା ଗ୍ରାମରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ ବଖରା ଘର ଜଳିଯିବା ସହ ୧୫ ବର୍ଷିୟ ଭିନ୍ନକ୍ଷମ ନାବାଳକ ଆହତ ହୋଇଛନ୍ତି। ପ୍ରକାଶ ଯେ, ଗ୍ରାମର ତୀର୍ଥାନନ୍ଦ ଓଝାଙ୍କ ଘରେ ବିଦ୍ୟୁତ୍‌ ସର୍ଟଶର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା।

ଜିଲା କାର୍ଯ୍ୟାଳୟରେ ସୋଲାର ବିଦ୍ୟୁତ୍‌ ବ୍ୟବସ୍ଥା ଉଦ୍‌ଘାଟିତ

ଜିଲା କାର୍ଯ୍ୟାଳୟରେ ସୋଲାର ବିଦ୍ୟୁତ୍‌ ବ୍ୟବସ୍ଥା ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ, ୩୦।୪: ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ସୋମବାର ପୂର୍ବାହ୍ନରେ ୧୫ କି.ଲୋ. ଓ୍ବାଟ୍‌ର ସୋଲାର ବ୍ୟବସ୍ଥା ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ନୀଖିଲ ପବନ କଲ୍ୟାଣ ଏହାକୁ ଉଦ୍‌ଘାଟନ କରିଛନ୍ତି। ଅତିରିକ୍ତ ଜିଲାପାଳ ଅବନୀକାନ୍ତ ପଟ୍ଟନାୟକ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ନିଜାରତ ଅଧିକାରୀ ସରୋଜ ପଣ୍ଡା, ସେସୁ ନିର୍ବାହୀ ଯନ୍ତ୍ରୀ ସ୍ବପ୍ନସରିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଓରେଡା ପକ୍ଷରୁ ଏହି ପ୍ରକଳ୍ପ ନିର୍ମିତ ହୋଇଛି।

ସାଲେପୁର ବଳାତ୍କାର ପୀଡ଼ିତାଙ୍କୁ ୫ ଲକ୍ଷ ଅନୁକମ୍ପାମୂଳକ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ସାଲେପୁର ବଳାତ୍କାର ପୀଡ଼ିତାଙ୍କୁ ୫ ଲକ୍ଷ ଅନୁକମ୍ପାମୂଳକ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ସାଲେପୁର ନାବାଳିକା ବଳାତ୍କାର ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦୁଖଃ ପ୍ରକାଶ କରିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ବାବଦରେ ୫ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି।

ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ

ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ

ବାରିପଦା ଅଫିସ,୩୦।୪: ବାରିପଦା ବ୍ଲକ ହଦହଦିଠାରେ ସୋମବାର ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୩ତମ ଜୟନ୍ତୀ ପାଳିତ ହୋଇଯାଇଛି। ହଦହଦି ନିକଟସ୍ଥ ଗୁରୁଗ୍ରାମରେ ଥିବା ମୁର୍ମୁଙ୍କ ପୂର୍ଣ୍ଣ ପ୍ରତିମୂର୍ତ୍ତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଲ୍ୟାର୍ପଣ କରିଥିଲେ।

ସାଲେପୁର ପୀଡ଼ିତାଙ୍କ ପରିବାରକୁ ଭେଟିଲେ ପିସିସିର ୮ ଜଣିଆ ଟିମ୍‌

ସାଲେପୁର ପୀଡ଼ିତାଙ୍କ ପରିବାରକୁ ଭେଟିଲେ ପିସିସିର ୮ ଜଣିଆ ଟିମ୍‌

ନିଶ୍ଚିନ୍ତକୋଇଲି,୩୦।୪(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ତଥା ସାଲେପୁର ଥାନା ଅଧୀନ ପଠଗୋଳ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ସୋମବାର ପିସିସିର ଏକ ୮ଜଣିଆ ଟିମ୍‌ ପହଞ୍ଚିଛି। ଉକ୍ତ ଗ୍ରାମରେ ଜଣେ ୬ ବର୍ଷୀୟା ନାବାଳିକା ବଳାତ୍କାରର ଶିକାର ହୋଇ ରବିବାର ସବୁଦିନ ପାଇଁ ଆଖିବୁଜିବା ପରେ କଂଗ୍ରେସର ନେତୃବୃନ୍ଦ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟିଛନ୍ତି।

ତଳ ମୁଣ୍ଡକୁ ପାଣି ମାଡ଼ୁନି, ଉଜୁଡ଼ିବ ଚାଷ

ତଳ ମୁଣ୍ଡକୁ ପାଣି ମାଡ଼ୁନି, ଉଜୁଡ଼ିବ ଚାଷ

ନୂଆପଡ଼ା ଅଫିସ,୩୦।୪ : ଖରିଫ ରୁତୁରେ ମରୁଡ଼ି କାଳ ହେଲା। ଲାଭ ତ ଗଲା, କ୍ଷତି ଅସମ୍ଭାଳ ହୋଇପଡ଼ିଲା। ରବି ଋତୁକୁ ଭରସା କରି ପୁଣି ଚାଷୀମାନେ ଅଣ୍ଟା ସଳଖିଲେ। ଅନୁକୂଳ ପାଗରେ ରବି ଫସଲ କରି କ୍ଷତିଭରଣା କରିବା ଆଶାରେ ଜିଲାର ଚାଷୀଭାଇମାନେ ପ୍ରସ୍ତୁତ ହେଲେ। ଜିଲାର କେବଳ ଜୋଙ୍କ ଜଳସେଚନ ପ୍ରକଳ୍ପରେ ହିଁ ରବି ଚାଷ କରାଯାଇଥିଲା। ଚାଷୀ ଏଥର ଭଲ ଅମଳ କରି ବେଶ୍‌ ଦୁଇପଇସା ଲାଭବାନ ହେବା ଲକ୍ଷ୍ୟ ରଖିଥିଲେ। ହେଲେ ପରିଚାଳନାଗତ ତ୍ରୁଟି, ପାଣି ପଞ୍ଚାୟତର ନୀତି ନିର୍ଦ୍ଧାରଣରେ ବ୍ୟତିକ୍ରମ ଆଶାରେ ପାଣି ପୁରାଇଦେଲା। ବର୍ତ୍ତମାନ ଶତାଧିକ ଚାଷୀଙ୍କ ଜମିକୁ ପାଣି ମାଡ଼ି ପାରୁ ନ ଥିବା ଅଭିଯୋଗ ହେଉଛି। ଆଗକୁ ଫସଲ ଅମଲ ହେବାକୁ କିଛି ଦିନ ବାକିଥିବା ବେଳେ ଏହା ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଚାଷୀ ମହଲରେ ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ଟେଣ୍ଡର କାର୍ଯ୍ୟକାରିତାରେ ଚଞ୍ଚକତା : ମିଥ୍ୟା କାଗଜାତ୍‌ରେ ଏଗ୍ରିମେଣ୍ଟ

ନୂଆପଡ଼ା ଅଫିସ/ଖରିଆରରୋଡ଼,୩୦।୪ : ନିକଟ ଅତୀତରେ କୋଟି କୋଟି ଟଙ୍କାର ମିଥ୍ୟା ଟିଡିଆର ଜମା ଦେଇ ପୂତ୍ତର୍ର୍ ଓ ଗୃହ ନିର୍ମାଣ ବିଭାଗ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ବଣ୍ଟି ଅଗ୍ରୱାଲ ନାମକ ଜଣେ ଠିକାଦାର ଟେଣ୍ଡର ହାତେଇ ନେଇଥିଲେ। ଏହି ଘଟଣା ଏବେ ଚର୍ଚ୍ଚାରେ ରହିଥିବା ବେଳେ ଟେଣ୍ଡର ପ୍ରକ୍ରିୟାର ଆଉ ଏକ କଳାକାରନାମା ପଦାକୁ ଆସିଛି। ଗ୍ରାମ୍ୟ ଉନ୍ନୟନ ବିଭାଗରେ ମିଥ୍ୟା ସାର୍ଟିଫିକେଟ ଜମା ଦେଇ ଅନ୍ୟଜଣେ ଠିକାଦାର ପିଏମଜିଏସୱାଇ କାମର ଠିକା ହାତେଇ ନେଇଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ଠିକାଦାରଙ୍କ ଏ ସମ୍ପର୍କିତ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟରୁ ଟେଣ୍ଡର କାର୍ଯ୍ୟକାରିତାରେ ହୋଇଥିବା ଏହି ଚଞ୍ଚକତା ପ୍ରଘଟ ହୋଇଛି।

ବୌଦ୍ଧ ଜିଲାରେ ଅବହେଳିତ ବୌଦ୍ଧ କୀର୍ତ୍ତିରାଜି

ବୌଦ୍ଧ ଜିଲାରେ ଅବହେଳିତ ବୌଦ୍ଧ କୀର୍ତ୍ତିରାଜି

ବୌଦ୍ଧ,୩୦।୪(ସ୍ବ.ପ୍ର.): ସମଗ୍ର ବିଶ୍ୱରେ ହର୍ଷୋଲ୍ଳାସରେ ବୁଦ୍ଧ ଜୟନ୍ତୀ ପାଳିତ ହେଉଥିବା ବେଳେ ବୌଦ୍ଧ ଜିଲାରେ ବୁଦ୍ଧଙ୍କ କୀର୍ତ୍ତିରାଜି ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଚର୍ଚ୍ଚାର ବିଷୟ ହୋଇଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଏ ନେଇ କ୍ଷୋଭ ପ୍ରକଟ କରିବା ସହ ଏହା ଉପରେ ଚିନ୍ତନ ମନ୍ଥନ କରିଛନ୍ତି। ବୌଦ୍ଧ ଜିଲାରେ ଥିବା ଭଗବାନ ବୁଦ୍ଧଙ୍କ ଅଷ୍ଟମ ଶତାବ୍ଦୀର କୀର୍ତ୍ତିରାଜିର ପ୍ରଚାର ପ୍ରସାର ଦିଗରେ ସରକାରଙ୍କ ଆନ୍ତିରିକତାର ଅଭାବ ଓ ଜିଲା ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ସେଗୁଡ଼ିକ ନଷ୍ଟ ହେବାକୁ ବସିଲାଣି।