ରାଜ୍ୟ

ଜେଇଇ ମେନ୍‌ ଫଳ ପ୍ରକାଶିତ: ପ୍ରଥମ ର଼୍ୟାଙ୍କରେ ଆନ୍ଧ୍ରପ୍ରଦେଶର ସୁରଜକ୍ରିଷ୍ଣା

ଜେଇଇ ମେନ୍‌ ଫଳ ପ୍ରକାଶିତ: ପ୍ରଥମ ର଼୍ୟାଙ୍କରେ ଆନ୍ଧ୍ରପ୍ରଦେଶର ସୁରଜକ୍ରିଷ୍ଣା

ଭୁବନେଶ୍ୱର, ୩୦।୪(ବ୍ୟୁରୋ)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମିନେଶନ୍‌(ଜେଇଇ) ମେନ୍‌ ୨୦୧୮ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାର ସୁରଜ କ୍ରିଷ୍ଣା ଭୋଗୀ ସର୍ବଭାରତୀୟ ର଼୍ୟାଙ୍କ୍‌ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଆନ୍ଧ୍ରପ୍ରଦେଶର କେଭିଆର ହେମନ୍ତ କୁମାର ଚୋଡିପିଲି ଦ୍ୱିତୀୟ ଏବଂ ରାଜସ୍ଥାନର ପାର୍ଥ ଲାଟୁରିଆ ତୃତୀୟ ସ୍ଥାନରେ ଅଛନ୍ତି। ଛାତ୍ରୀଛାତ୍ରମାନେ ସିବିଏସ୍‌ଇର ଓ୍ବେବ୍‌ସାଇଟ୍‌ cbseresults.nic.in କିମ୍ବା jeemain.nic.inରେ ସେମାନଙ୍କ ର଼୍ୟାଙ୍କ ଦେଖିପାରିବେ।

ରେଲୱେ ଓଭର ବ୍ରିଜ ନିର୍ମାଣ ନେଇ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ

କୋରାପୁଟ,୩୦ା୪(ସ୍ବ.ପ୍ର)- କୋରାପୁଟ ଉପକଣ୍ଠ ଟିକିରାସାହି ନିକଟରେ ଥିବା ରେଲ ଲାଇନ ଉପରେ ଏକ ଓଭର ବ୍ରିଜ ନିର୍ମାଣ ଦାବି ନେଇ ସୋମବାର ଶତାଧିକ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଜିଲା ପରିଷଦ ସଭ୍ୟା ପାର୍ବତୀ ମସ୍ତିିଙ୍କ ନେତୃତ୍ୱରେ ବ୍ଲକର ମହାଦେଈପୁଟ ଓ ମସ୍ତିପୁଟ ପଞ୍ଚାୟତର ଶତାଧିକ ଗ୍ରାମବାସୀ ସୋମବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ସ୍ଥାନୀୟ ଟିକିରାସାହି ନିକଟରେ ଥିବା ରେଲୱେ ଲାଇନ ଉପରେ ଏକ ଓଭରବ୍ରିଜ ନିର୍ମାଣ ପାଇଁ ଦାବି କରିଥିଲେ।

ଧାର୍ଯ୍ୟ ସମୟରେ ପଟ୍ଟା ପ୍ରଦାନ ଦାବିରେ ଭାଜପାର ଶୋଭାଯାତ୍ରା

ଧାର୍ଯ୍ୟ ସମୟରେ ପଟ୍ଟା ପ୍ରଦାନ ଦାବିରେ ଭାଜପାର ଶୋଭାଯାତ୍ରା

ଜୟପୁର ୩୦ା୪ (ନି.ପ୍ର.) ଜୟପୁର ବାସିନ୍ଦାଙ୍କ ବିଭିନ୍ନ ସସମ୍ୟାର ସମାଧାନ କରିବା ଦାବିରେ ନଗର ଭାଜପାର ସଭାପତି ଅମର ଲାଲା ଆହୁଜାଙ୍କ ନେତ୍‌ୃତ୍ୱରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏନେଇ ପ୍ରଶାସନକୁ ଦାବିପତ୍ର ପ୍ରାଦନ କରାଯାଇଛି। ସ୍ଥାନୀୟ ବାଙ୍କମଠଠାରୁ ଏହି ଶୋଭାଯାତ୍ରା ବାହାରି ଜୟପୁର ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲା। ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ମାନସ ପଟ୍ଟନାୟକଙ୍କୁ ୫ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା।

ରାସ୍ତାରେ ମହିଳାଙ୍କ ସନ୍ତାନ ଜନ୍ମ

ରାସ୍ତାରେ ମହିଳାଙ୍କ ସନ୍ତାନ ଜନ୍ମ

ସେମିଳିଗୁଡା,୩୦ା୪(ସ୍ବ.ପ୍ର.)-କୋରାପୁଟ ଜିଲା ସେମିଳିଗୁଡା କାଣ୍ଟି ପଞ୍ଚାୟତ ଚିଣ୍ଡିରି ଗ୍ରାମର ଜଣେ ମହିଳାଙ୍କୁ ଭାର କରି ଡାକ୍ତରଖାନାକୁ ଆଣୁଥିବା ବେଳେ ସେ ବାଟରେ ସନ୍ତାନ ପ୍ରସବ କରିଛନ୍ତି।

ବ୍ଲକସ୍ତରୀୟ ଉଜ୍ଜଳ ଶିକ୍ଷକ ତାଲିମ ଶିବିର

ବ୍ଲକସ୍ତରୀୟ ଉଜ୍ଜଳ ଶିକ୍ଷକ ତାଲିମ ଶିବିର

ବାଲିମେଳା,୩୦ା୪(ଡି.ଏନ.ଏ.)-ମାଲକାନଗିରି ଜିଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତର ଏମଭି-୩୮ ଡିଏନକେ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଉଜ୍ଜଳ ଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ୨ଟି ପର୍ଯ୍ୟାୟରେ ହୋଇଥିବା ଏହି ଶିବିର ୫ ଦିନ ଧରି ଚାଲିଥିଲା। କୁଡୁମୁଲୁଗୁମ୍ମା ବିଇଓ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରୁ ୭୬ ଜଣ ଶିକ୍ଷକ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ଶିବିରରେ ୩ ଜଣ ଲେଖାଏ ସାଧନକର୍ମୀ ତାଲିମ ଦେଇଥିଲେ।

୫ଶହ କେଜି ଗଞ୍ଜେଇ ଜବତ

୫ଶହ କେଜି ଗଞ୍ଜେଇ ଜବତ

ବାଲିମେଳା,୩୦ା୪(ଡି.ଏନ.ଏ.)-ମାଲକାନଗିରି ଜିଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ନିଳାକାମ୍ବେରୁ ପଞ୍ଚାୟତର ଗମ୍ପାକୋଣ୍ଡାର ମୁଖ୍ୟ କେନାଲ ରାସ୍ତାର ଏମଭି-୧୨୦ ଗ୍ରାମ ନିକଟରୁ ୫ଶହ କେଜି ଗଞ୍ଜେଇ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଛି। ଶନିବାର ରାତି ସାଢେ ୭ଟାରେ ପୋଲିସ ଏମଭି-୧୨୦ ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଆସୁଥିବା ଏକ ଟ୍ରକକୁ ସନ୍ଦେହ କରି ଅଟକାଇଥିଲେ। ଏହାକୁ ଯାଞ୍ଚ କରିବାରୁ ଟ୍ରକ ଉପର କେବିନରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଧରାପଡିଥିଲା। ୧୯ଟି ପ୍ୟାକେଟରେ ୫୦୫ କେଜି ଗଞ୍ଜେଇ ଜବତ କରାଯାଇଥିଲା।

ମେ ପହିଲାରୁ ଅମଲାଙ୍କ କାର୍ଯ୍ୟବନ୍ଦ

କୋରାପୁଟ,୩୦ା୪(ସ୍ବ.ପ୍ର)- ମେ ପହିଲାରୁ କୋରାପୁଟ ଜିଲାର ସମସ୍ତ ୩୭୩ ଜଣ ରାଜସ୍ବ ଅମଲା ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ। ସ୍ଥାନୀୟ ଶକ୍ତିଭବନଠାରେ ଜିଲା ରାଜସ୍ବ ଅମଲା ସଂଘର ଉପସଭାପତି ଭବାନୀ ଶଙ୍କର ଅଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସଂଘ ସମ୍ପାଦକ ନିତ୍ୟାନନ୍ଦ ଭତ୍ରା, ସମରେନ୍ଦ୍ର ବେହେରା, ଗୋବର୍ଦ୍ଧନ ଅମାନାତ୍ୟ, ଧ୍ରୁବଚରଣ ଦାସ, ସଞ୍ଜୟ କନ୍ଦପାନ, ଏମ.ମୁରଲି, ଅନୁପମ ମହାରଣା, ଦୁର୍ଗା ପ୍ରସାଦ ଶବର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସରକାରଙ୍କ ନିକଟରେ ସେମାନେ ଉପସ୍ଥାପିତ କରିଥିବା ଦାବି ପୂରଣ କରାଯିବା ପରିବର୍ତ୍ତେ ଟାଳଟୁନ ନୀତି ଅବଲମ୍ବନ କରାଯାଉଥିବା ସେମାନେ ଅଭିଯୋଗ କରିଥିଲେ।

ଚାଷୀକୁଁ ଘାରୁଛେ କାଲ୍‌ବଇଶାଖି ଭଏ

ଚାଷୀକୁଁ ଘାରୁଛେ କାଲ୍‌ବଇଶାଖି ଭଏ

ସିଂଘିଯୁବା,୩୦।୪(ଡି.ଏନ୍‌.ଏ)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ୍‌ରେ ମୋଟ୍‌ ୧୩ ହଜାର ହେକ୍ଟର ଜମିରେ କେନାଲ୍‌ ଆର୍‌ ଉଠା ଜଲ୍‌ସେଚନ୍‌ ପାଏନ୍‌ରେ ରବିଧାନ୍‌ ଚାଷ୍‌ କରିଛନ୍‌ ଅଂଚଲ୍‌ବାସୀ। ତଲିପକା, ପଲ୍‌ହାରୁଆନୁ ମୂଲ କରି କେନ୍‌ଥେଇ ଭଲ୍‌ ଅମଲ ହେବା ସେଥିର୍‌ଲାଗି ଅଂଚଲର ଚାଷୀ ଲାଗିପଡ଼ିଛନ୍‌। ଅଂଚଲ୍‌ରେ ଚାଷୀକଁର ପରିଶ୍ରମ୍‌କେ ଚାହିଁ କ୍ଷେତେ ସେ ହିସାବେ ଧାନ୍‌ ବି ଲହଡି ଭାଂଗୁଛେ।

ଚଢ଼ିଗଲା ଟ୍ରକ, ୩ ବର୍ଷର ଶିଶୁ ମୃତ

ଚଢ଼ିଗଲା ଟ୍ରକ, ୩ ବର୍ଷର ଶିଶୁ ମୃତ

ଖଡ଼ିଆଳ,୩୦।୪(ଡି.ଏନ.ଏ.): ନଳକୂପ ଖନନ କାର୍ଯ୍ୟରେ ବ୍ୟବହୃତ ଏକ ଟ୍ରକ ଚକା ତଳେ ଜଣେ ୩ ବର୍ଷର ଶିଶୁପୁତ୍ରଙ୍କ ଜୀବନ ଯାଇଛି। ନୂଆପଡ଼ା ଜିଲା ଖଡ଼ିଆଳ ଥାନା ଲାଜିଂ ଗାଁ ନିକଟରେ ରବିବାର ଏହି ଦୁଃଖଦ ଘଟଣା ଘଟିଛି। ମୃତ ଶିଶୁପୁତ୍ରଜଣକ ହେଲେ ସେହି ଗଁ।ର ପରେଶ ସୁଲିଆ। ମିଳିଥିବା ଖବର ଅନୁସାରେ ଖଡ଼ିଆଳ ଉପରପିଟା ଗାଁକୁ ଟିଡିଡବ୍ଲ୍ୟୁ ୯୦୯୯ ନମ୍ବର ବିଶିଷ୍ଟ ଟ୍ରକଟି ନଳକୂପ ଖୋଳିବାକୁ ଯାଉଥିବା ବେଳେ ଲାଜିଂ ଗାଁ ନିକଟରେ କୌଣସିକାରଣ ବଶତଃ ଚାଳକ ଗାଡ଼ିକୁ ପଛକୁ କରିବା ସମୟରେ ପରେଶ ଚକା ତଳେ ଚାପି ହୋଇଯାଇଥିଲେ। ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ବିଧାନସଭା ପ୍ରଶ୍ନୋତ୍ତର: ୪୦ ଆଇଏଏସ୍‌, ୭୩ ଆଇପିଏସ୍‌, ୫୯ ଆଇଏଫ୍‌ଏସ୍‌ ପଦବୀ ଖାଲି

ବିଧାନସଭା ପ୍ରଶ୍ନୋତ୍ତର: ୪୦ ଆଇଏଏସ୍‌, ୭୩ ଆଇପିଏସ୍‌, ୫୯ ଆଇଏଫ୍‌ଏସ୍‌ ପଦବୀ ଖାଲି

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୪୦ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ୭୩ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଏବଂ ୫୯ ଭାରତୀୟ ଜଙ୍ଗଲ ସେବା (ଆଇଏଫ୍‌ଏସ୍‌) ପଦବୀ ଖାଲି ପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଜପା ସଭ୍ୟ ଦିଲୀପ ରାୟଙ୍କ ପ୍ରଶ୍ନରେ ଏହି ଲିଖିତ ଉତ୍ତର ରଖିଛନ୍ତି।

ପୋଖରୀରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପୋଖରୀରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ମାଥିଲି,୩୦।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଭେଜାଗୁଡା ହାଟ ନିକଟ ପୋଖରୀରୁ ଭାସୁଥିବା ଅବସ୍ଥାରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ସୋମବାର ଉଦ୍ଧାର କରାଯାଇଛି। ମାଲକାନଗିରି ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି।

ବିଦ୍ୟୁତ୍‌ ଶକ୍‌ ଦେଇ ବଧୂହତ୍ୟା ଅଭିଯୋଗ

ବିଦ୍ୟୁତ୍‌ ଶକ୍‌ ଦେଇ ବଧୂହତ୍ୟା ଅଭିଯୋଗ

ମାର୍ଶାଘାଇ,୩୦ା୪(ଡି.ଏନ.ଏ.)- କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ପାଟଳିପଙ୍କ ଗ୍ରାମର ଜଣେ ମହିଳାଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ହତ୍ୟା କରାଯାଇଥିବା ନେଇ ସୋମବାର ଥାନାରେ ଅଭିଯୋଗ ହୋଇଛି। ମୃତା ମହିଳା ହେଲେ ଅଞ୍ଜଳି ବେହେରା।

ପୋଲରୁ  ନାଳକୁ ଖସିଲା ବାଲି ବୋଝେଇ  ଟ୍ରାକ୍ଟର

ପୋଲରୁ ନାଳକୁ ଖସିଲା ବାଲି ବୋଝେଇ ଟ୍ରାକ୍ଟର

ବୌଦ୍ଧ/ବଘିଆପଡା,୩୦।୪(ସ୍ବ.ପ୍ର/ଡି.ଏନ.ଏ.): ବୌଦ୍ଧ ଜିଲା ବଘିଆପଡା ଫାଣ୍ଡି ଟିକରପଡା ଗ୍ରାମପଞ୍ଚାୟତର ବିରିଗଡ ଗ୍ରାମ ନିକଟରେ ଥିବା ଜାମୁପୋଲରୁ ଏକ ବାଲି ବୋଝେଇ ଟ୍ରାକ୍ଟର ନାଳ ମଧ୍ୟକୁ ଖସି ପଡ଼ିଛି। ଏଥିରେ ଚାଳକଙ୍କ ସମେତ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ୨ ଶ୍ରମିକ ଗୁରୁତର ଆହାତ ହୋଇଛନ୍ତି। ମିଳଥିବା ସୁଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ବିରିଗଡ଼ଠାରେ ଥିବା କ୍ଷୁଦ୍ରଜଳସେଚନ କେନାଲ କାମ ପାଇଁ ବହିରା ଅଞ୍ଚଳର ଏକ ନମ୍ବର ବିହିନ ଟ୍ରାକ୍ଟର ଶ୍ରମିକମାନଙ୍କୁ ଧରି ଗ୍ରାମ ନିକଟସ୍ଥ ନାଳରୁ ବାଲି ବୋଝେଇ କରି ଗ୍ରାମକୁ ଫେରୁଥିଲା।

ବଳାତ୍କାର ଉଦ୍ୟମ ଓ ସାନଭାଇଙ୍କୁ ଆକ୍ରମଣ ଅଭିଯୋଗରେ ବଡଭାଇଙ୍କୁ ୫ବର୍ଷ ଜେଲ

ବଳାତ୍କାର ଉଦ୍ୟମ ଓ ସାନଭାଇଙ୍କୁ ଆକ୍ରମଣ ଅଭିଯୋଗରେ ବଡଭାଇଙ୍କୁ ୫ବର୍ଷ ଜେଲ

ବିରଜାକ୍ଷେତ୍ର,୩୦ା୪(ଡି.ଏନ.ଏ.)- ବଳାତ୍କାର ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ କରି ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ଯାଜପୁର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ସୋମବାର ୫ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଯାଜପୁର ଜିଲା ବଡଚଣା ଥାନା ସାନବନ୍ଦାଳ ଗ୍ରାମର ରଥ ରାଉତଙ୍କ ଦୁଇପୁତ୍ର ଲକ୍ଷ୍ମୀଧର ଓ ଅକ୍ଷୟଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା।

ଋଷିକୁଲ୍ୟା ନଦୀରେ ବୃଦ୍ଧ ନିଖୋଜ

ଋଷିକୁଲ୍ୟା ନଦୀରେ ବୃଦ୍ଧ ନିଖୋଜ

ଛତ୍ରପୁର, ୩୦।୪ (ଡି.ଏନ.ଏ.)- ଛତ୍ରପୁର ଥାନା ପୋଟ୍ଟଲାମପୁର ନିକଟ ଋଷିକୁଲ୍ୟା ନଦୀ କଂସାରୀ ଗଣ୍ଡରେ ରବିବାର ରାତିରେ ଗାଧୋଉଥିବା ବେଳେ ବୁଡି ଯାଇ ଜଣେ ବୃଦ୍ଧ ଭାସିଯାଇଥିଲେ। ସେ ହେଲେ ପୋଟ୍ଟାଲାମପୁର ଗ୍ରାମର ତ୍ରିନାଥ ବାରିକ।

ମୋବାଇଲ୍‌ ବ୍ୟାଟେରୀ ବିସ୍ଫୋରଣ: ୪ ଶିଶୁ ଆହତ

ମୋବାଇଲ୍‌ ବ୍ୟାଟେରୀ ବିସ୍ଫୋରଣ: ୪ ଶିଶୁ ଆହତ

ଛତ୍ରପୁର, ୩୦।୪(ଡି.ଏନ.ଏ.)- ଗଞ୍ଜାମ ବ୍ଲକ ଲୁଙ୍ଘୁରି ଗ୍ରାମରେ ମୋବାଇଲ୍‌ ବ୍ୟାଟେରୀରେ ଏଲ୍‌ଇଡି ଲାଇଟ ଜଳାଇବାକୁ ଉଦ୍ୟମ କରାଯିବାବେଳେ ତାହା ବିସ୍ଫୋରଣ ହୋଇଥିଲା। ଏଥିରେ ୪ ଶିଶୁ ଆହତ ହୋଇଛନ୍ତି। ସେମାନେ ହେଲେ କବିରାଜ ନାହକଙ୍କ ୨ ପୁଅ ବିଭୂ ଓ ବାବୁ, ଝିଅ ଅଞ୍ଚଳୀ ଏବଂ ଶୋହନ ସାହୁ। ସେମାନଙ୍କୁ ଛତ୍ରପୁର ଉପକଣ୍ଠ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ହିତାଧିକାରୀ ସମାବେଶ

ହିତାଧିକାରୀ ସମାବେଶ

ଭଣ୍ଡାରିପୋଖରୀ,୩୦।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବଜାରସ୍ଥିତ ବିଦ୍ୟୁତ୍‌ ବିଭାଗ ଅଫିସ ପଛପାଖରେ ସୋମବାର ଭଣ୍ଡାରିପୋଖରୀ ଭାଜପା ପକ୍ଷରୁ ଗ୍ରାମ ସ୍ବରାଜ ଅବସରରେ ହିତାଧିକାରୀ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଶିଶୁକନ୍ୟାକୁ ବଳାତ୍କାର, ସମ୍ପର୍କୀୟ ବଡବାପା ଗିରଫ

ଶିଶୁକନ୍ୟାକୁ ବଳାତ୍କାର, ସମ୍ପର୍କୀୟ ବଡବାପା ଗିରଫ

ରାଜକନିକା,୩୦।୪(ଡି.ଏନ.ଏ.)- କେନ୍ଦ୍ରାପଡା ଜିଲା ରାଜକନିକା ଥାନା ଅଞ୍ଚଳର ଜଣେ ୪ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଅଭିଯୋଗରେ ପୋଲିସ ସମ୍ପୃକ୍ତ ବଡବାପା ରଞ୍ଜନ ନାୟକ (୪୫)ଙ୍କୁ ସୋମବାର ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କୁ ଆଳି କୋର୍ଟ ଚାଲାଣ କରାଯାଇଛି।

ନଦୀରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ

ନଦୀରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ

ବାଲୁଗଁ।,୩୦।୪ (ଡି.ଏନ୍‌.ଏ.)- ରବିବାର ସକାଳେ ବାଣପୁର ଥାନା ମାଣିକପୁର ଗ୍ରାମର ଚରଣ ସାହୁ (୬୦) ନାମକ ବୃଦ୍ଧ ନିକଟସ୍ଥ ଶାଳିଆ ନଈରେ ସ୍ନାନ କରୁଥିବା ବେଳେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି। ସକାଳ ପ୍ରାୟ ୭ଟାରେ ଚରଣ ନଈକୁ ଗାଧୋଇବାକୁ ଯାଇଥିଲେ। ହେଲେ ଅସାବଧାନତା ଯୋଗୁ ତାଙ୍କର ଗୋଡ ଖସିଯାଇଥିଲା।

ମହଙ୍ଗା ପଡ଼ିଲା ଦ୍ୱିତୀୟ ବିବାହ, ଅଭିଯୁକ୍ତ ଯୁବକ ଗିରଫ

ମହଙ୍ଗା ପଡ଼ିଲା ଦ୍ୱିତୀୟ ବିବାହ, ଅଭିଯୁକ୍ତ ଯୁବକ ଗିରଫ

ବାଲୁଗଁ।,୩୦।୪ (ଡି.ଏନ୍‌.ଏ.)- ପ୍ରଥମ ସ୍ତ୍ରୀଙ୍କୁ ପ୍ରତାରଣା କରି ଗୋପନରେ ଦ୍ୱିତୀୟ ବିବାହ ବାଲୁଗଁ। ଅଞ୍ଚଳର ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ପ୍ରଥମ ସ୍ତ୍ରୀ ଘଟଣା ସମ୍ପର୍କରେ ବାଲୁଗଁ। ଥାନାରେ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ରାକେଶ ରୋଶନ୍‌ ପରିଡାଙ୍କୁ ରବିବାର ଭୁବନେଶ୍ୱରରୁ ଗିରଫ କରିଛି । ଏହି ଘଟଣା ସମଗ୍ର ବାଲୁଗଁ। ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଉନ୍ନୟନ କାର୍ଯ୍ୟର ସମୀକ୍ଷା

ଗଞ୍ଜାମ, ୩୦।୪ (ଡି.ଏନ.ଏ.)- ଗଞ୍ଜାମ ବ୍ଲକ ସଭାଗୃହଠାରେ ସୋମବାର ବିଡିଓ ପ୍ରଦୀପ କୁମାର ପଣ୍ଡା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ବିଭିନ୍ନ ପଞ୍ଚାୟତରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟ କିପରି ଚାଲିଛି ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ବିଶେଷ କରି ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ଗୃହ ପାଇଥିବା ହିତାଧିକାରୀଙ୍କ ସହ ଯୋଗାଯୋଗ ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବିଡିଓ ପଣ୍ଡା ନିର୍ଦ୍ଦେଶ ଦେଇଥିଲେ।

ମଞ୍ଚରେ ଲାଇଟ୍‌, ମାଇକ ସଂଯୋଗ ବେଳେ ଅଘଟଣ ବିଦ୍ୟୁତ୍‌ ସଂସ୍ପର୍ଶରେ ଯୁବକଙ୍କ ମୃତ୍ୟୁ

ମଞ୍ଚରେ ଲାଇଟ୍‌, ମାଇକ ସଂଯୋଗ ବେଳେ ଅଘଟଣ ବିଦ୍ୟୁତ୍‌ ସଂସ୍ପର୍ଶରେ ଯୁବକଙ୍କ ମୃତ୍ୟୁ

ନୟାଗଡ଼ ଅଫିସ,୩୦।୪- ଯାତ୍ରା ମଞ୍ଚରେ ଲାଇଟ୍‌ ଓ ମାଇକ ସଂଯୋଗ ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଜିରାବାଡ଼ି ଗ୍ରାମର କାଳିଆ ନାୟକ(୩୦)।

ଭେସେଲ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ଭେସେଲ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

କୃଷ୍ଣପ୍ରସାଦ, ୩୦।୪(ଡି.ଏନ.ଏ.)- ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକ ଦେଇ ଦୈନିକ ଶହ ଶହ ଯାତ୍ରୀ ପୁରୀ ଯାତାୟାତ କରିଥାନ୍ତି। ଯାତ୍ରୀଙ୍କ ସୁବିଧା ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚିଲିକାରେ ଭେସେଲ (ଭସାପୋଲ) ଚଳାଚଳ ବ୍ୟବସ୍ଥା କରାଯାଇଥିଲା। ଏହା ଦ୍ୱାରା ଚିଲିକାର ଜହ୍ନିକୁଦାରୁ ସାତପଡା ପର୍ଯ୍ୟନ୍ତ ଲୋକେ ସହଜରେ ଯାତାୟାତ କରୁଥିଲେ।

ଦିନକର କାହାଣୀ :  ଶଙ୍ଖାରି ହୃଷୀକେଶ

ଦିନକର କାହାଣୀ : ଶଙ୍ଖାରି ହୃଷୀକେଶ

ନୟାଗଡ ଜିଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ଅଞ୍ଚଳର ବିଭିନ୍ନ ସାହି ବସ୍ତି କିମ୍ବା ଆଖପାଖ ଗ୍ରାମରେ ଅଣ୍ଟା ନଇଁ ଯାଇଥିବା ଜଣେ ବ୍ୟକ୍ତି ପିଠିରେ ବିଭିନ୍ନ କିସମର ଶଙ୍ଖା ବ୍ୟାଗ ପକାଇ ବୁଲି ବୁଲି ଶଙ୍ଖା ବିକୁଥିବାର ଦେଖିବାକୁ ମିଳିଥାଏ । ବୃଦ୍ଧାବସ୍ଥାରେ ତାଙ୍କର କାର୍ଯ୍ୟ କରିବାର ଇଚ୍ଛା ଶକ୍ତିକୁ ଦେଖି ଅନେକେ ଆଶ୍ଚଯ୍ୟ ହେବା ସହ ଦୁଃଖ ପ୍ରକାଶ କରିଥାନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଶଂଖାରି ହୃଷୀକେଶ ସାହୁ(୬୬)।