ରାଜ୍ୟ

ସବୁ ବ୍ଲକରେ ହେବ ଏସ୍‌ଡିଜେଏମ୍‌ କୋର୍ଟ

ଭୁବନେଶ୍ୱର, ୧୯।୪(ବ୍ୟୁରୋ)- ରାଜ୍ୟର ସମସ୍ତ ୩୧୪ ବ୍ଲକରେ ୨୦୨୦ ସୁଦ୍ଧା ଏସ୍‌ଡିଜେଏମ୍‌/ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ହେବ। ଗୁରୁବାର ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବ୍ଲକ ଗୁଡିକରେ କୋର୍ଟ ପ୍ରତିଷ୍ଠା ପକ୍ରିୟା ୨୦୧୪-୧୫ରୁ ଆରମ୍ଭ ହୋଇଯାଇଛି।

ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଉପଲକ୍ଷେ କଳସ ଯାତ୍ରା

ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଉପଲକ୍ଷେ କଳସ ଯାତ୍ରା

ପୁରୀ ଅଫିସ,୧୯।୪ : ଭଗବତ୍‌ ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ୨୫୨୫ ତମ ଜୟନ୍ତୀ ଉତ୍ସବ ଗୋବର୍ଦ୍ଧନ ମଠ ପରିସରରେ ପାଳିତ ହେଉଛି। ଏହି ଉପଲକ୍ଷେ ଗୁରୁବାର ସକାଳେ ଧାର୍ମିକ ଶୋଭାଯାତ୍ରା ସହ ଶ୍ରୋତ୍ରୀୟ ବ୍ରାହ୍ମଣମାନେ ପବିତ୍ର ଶ୍ୱେତଗଙ୍ଗାରେ ଗଙ୍ଗା ପୂଜନ କରିଥିଲେ। ପରେ ଜଳ ଉତ୍ତୋଳନ କରି କଳସ ଶୋଭାଯାତ୍ରାରେ ଗୋବର୍ଦ୍ଧନ ମଠରେ ପହଞ୍ଚତ୍ଥିଲେ।

ପ୍ରଧାନଶିକ୍ଷକଙ୍କ ଅନୁପସ୍ଥିତି ନେଇ ଉତ୍ତେଜନା

ପ୍ରଧାନଶିକ୍ଷକଙ୍କ ଅନୁପସ୍ଥିତି ନେଇ ଉତ୍ତେଜନା

ସଜନାଗଡ଼,୧୯।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ଭଉଁରୀଆବାଡ଼ ପଞ୍ଚାୟତସ୍ଥିତ ବୟାରସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ଅନୁପସ୍ଥିତି ନେଇ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଛି।

ପ୍ରମୋଦ ପାଢ଼ୀ ହତ୍ୟା ମାମଲା: ୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ

ପ୍ରମୋଦ ପାଢ଼ୀ ହତ୍ୟା ମାମଲା: ୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ

ବିଷମ କଟକ,୧୯।୪(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଗଣ୍ଠିଖେଲ ଗ୍ରାମରେ ଜାନୁୟାରୀ ୨୬ରେ ଘଟିଥିବା ପ୍ରମୋଦ କୁମାର ପାଢୀ ହତ୍ୟାକାଣ୍ଡ ମାମଲାର ଗୁରୁବାର ସାକ୍ଷ୍ୟ ଗ୍ରହଣ ହୋଇଛି।

ସରକାରଙ୍କ ସହ ଶିକ୍ଷକ, ଅଧ୍ୟାପକଙ୍କ ଆଲୋଚନା ଶେଷ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଦୀର୍ଘଦିନ ଧରି ଆନ୍ଦୋଳନରେ ଥିବା ଶିକ୍ଷକ, ଅଧ୍ୟପଙ୍କ ସହ ସରକାର ଗୁରୁବାର ଆଲୋଚନା କରିଛନ୍ତି। ସେମାନଙ୍କ ୩ ଦାବି ଉପରେ ବିଚାରେ ବିମର୍ଶ ହେବ। ଆନ୍ଦୋଳନରୁ ଓହରିବା ପାଇଁ ଅନୁରୋଧ କରିଛୁ।

ପରିବହନକୁ ନେଇ ଗୋଷ୍ଠୀସଂଘର୍ଷ: ଏକାଧିକ ଆହତ

ଯୋଡ଼ା,୧୯।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳର ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରେ ପରିବହନକୁ ନେଇ ବୁଧବାର ବିଳମ୍ବିତ ରାତିରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖାଦେଇଛି ।

ପାଣି ପାଇଁ ରାସ୍ତାରୋକୋ

ପାଣି ପାଇଁ ରାସ୍ତାରୋକୋ

ଢେଙ୍କାନାଳ ଅଫିସ,୧୯।୪(ଡି.ଏନ୍‌.ଏ.): ଢେଙ୍କାନାଳ ପୌରାଞ୍ଚଳ ୧୩ ଓ ୧୪ ନଂ. ଓ୍ବାର୍ଡରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଏ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଜନସ୍ବାସ୍ଥ୍ୟ ବିଭାଗ ଏହାକୁ ଗୁରୁତ୍ୱ ଦେଉନାହିଁ।

ମହାଲକ୍ଷ୍ମୀ ପିନ୍ଧିଲେ ନୂଆ କିରୀଟ

ମହାଲକ୍ଷ୍ମୀ ପିନ୍ଧିଲେ ନୂଆ କିରୀଟ

ପୁରୀ ଅଫିସ, ୧୮ା୪: ପବିତ୍ର ଅକ୍ଷୟ ତୃତୀୟାରେ ମା’ ମହାଲକ୍ଷ୍ମୀଙ୍କ ମସ୍ତକରେ ଶୋଭାପାଇଛି ନୂଆ ସୁନା କିରୀଟ। ୭୫୫ ଗ୍ରାମ ଓଜନ ବିଶିଷ୍ଟ ଏହି କିରୀଟ ଦୁଇ ଥାକିଆ ହୋଇ ନିର୍ମାଣ ହୋଇଛି। ପଛ ପାର୍ଶ୍ୱରେ କିରଣ ରହିଥିବାବେଳେ ଆଗ ପାର୍ଶ୍ୱରେ କିରୀଟ ରହିଛି। କିରୀଟରେ ଲାଲ, ଧଳା ଓ ସବୁଜ ରଙ୍ଗର ରତ୍ନପଥର ଲାଗିଛି। ଏହାର ଦାମ୍‌ ପ୍ରାୟ ୨୫ରୁ ୨୭ ଲକ୍ଷ ଟଙ୍କା ହେବ। ଏହି କିରୀଟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିଆରି ହୋଇଥିବା କୁହାଯାଉଥିବାବେଳେ କେହି ଏହାକୁ ଜଣେ ଭକ୍ତ ଦାନ ଆକାରରେ ଦେଇଥିବା ଶୁଣିବାକୁ ମିଳୁଛି।

ଲେଜର ଶୋରେ ଝଲସିଲା ନରେନ୍ଦ୍ର : ଜଳପରଦାରେ ଛବି ଅସ୍ପଷ୍ଟ

ଲେଜର ଶୋରେ ଝଲସିଲା ନରେନ୍ଦ୍ର : ଜଳପରଦାରେ ଛବି ଅସ୍ପଷ୍ଟ

ପୁରୀ ଅଫିସ,୧୮।୪: ବୁଧବାର ଥିଲା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ପ୍ରଥମ ଦିବସ। ସନ୍ଧ୍ୟା ପ୍ରାୟ ୭ଟା ୪୫ରେ ଜଳକ୍ରୀଡା ନିମନ୍ତେ ମହାପ୍ରଭୁ ପହଞ୍ଚତ୍ଥିଲେ ନରେନ୍ଦ୍ର ପୁଷ୍କରିଣୀ। ଆଉ ଠିକ୍‌ ସେହି ସମୟରେ ରଙ୍ଗୀନ ଜଳ ଫୁଆରାରେ ଝଲସି ଉଠିଥିଲା ଏହି ଐତିହ୍ୟ ପୁଷ୍କରିଣୀ। ଆଉ ମଲ୍ଟି ମିଡିଆ ଲେଜର ଶୋର ଜଳ ପରଦାରେ ପ୍ରଦର୍ଶିତ ହୋଇଥିଲା ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଓ ଲୀଳାର ଥିୀ ଡି ଚିତ୍ର। ନରେନ୍ଦ୍ର ପୁଷ୍କରିଣୀରେ ମ୍ୟୁଜିକାଲ ଫାଉଣ୍ଟେନ ଏବଂ ଥ୍ରୀଡି ଲେଜର ଶୋର ପରୀକ୍ଷାମୂଳକ ପ୍ରଦର୍ଶନ ଅବସରରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ହେଲେ ଶ୍ରୀଜଗନ୍ନାଥଙ୍କ ଭଜନର ତାଳେ ତାଳେ ଜଳ ପରଦାରେ ପ୍ରଦର୍ଶିତ ଚିତ୍ର ଅସ୍ପଷ୍ଟ ଥିଲା।

ବିଭ୍ରାଟ ପଛରେ ଷଡ଼ଯନ୍ତ୍ର: ହାଇକୋର୍ଟଙ୍କ ରାୟ ଅକାମୀ କରିବାକୁ ଯୋଜନା

ବିଭ୍ରାଟ ପଛରେ ଷଡ଼ଯନ୍ତ୍ର: ହାଇକୋର୍ଟଙ୍କ ରାୟ ଅକାମୀ କରିବାକୁ ଯୋଜନା

ପୁରୀ ଅଫିସ, ୧୮।୪:ହାଇକୋର୍ଟଙ୍କ ରାୟ କାର୍ଯ୍ୟକାରୀ ଆରମ୍ଭ ହେଉ ହେଉ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଛି ଅଚଳାବସ୍ଥା। ଗର୍ଭଗୃହ ଦର୍ଶନ ଉପରେ କଟକଣାକୁ ବିରୋଧ କରିଛନ୍ତି ସେବାୟତ। ନିର୍ଦ୍ଦେଶକୁ ଆଳ କରି ଠାକୁରଙ୍କ ନୀତିକାନ୍ତି ବିଳମ୍ବ କରିଛନ୍ତି। କେବଳ ନୀତିକାନ୍ତି ବିଳମ୍ବ ନୁହେଁ, ମହାପ୍ରଭୁଙ୍କୁ ଅଖିଆ, ଅପିଆ ଓ ଅନିଦ୍ରା ରଖିଛନ୍ତି। ସେତିକିରେ ମନ ଶାନ୍ତ ପଡିନି। ମହାପ୍ରସାଦକୁ ବି ବନ୍ଦ କରିଛନ୍ତି। ଏ ସବୁ ପଛରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇ ନ ଦେବାକୁ ରଚିଛନ୍ତି ଷଡ଼ଯନ୍ତ୍ର।

ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ: ‘କୃଷି ଓ କୃଷକ ଉପରେ ଗୁରୁତ୍ୱ ଦିଆଯାଉଛି’

ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ: ‘କୃଷି ଓ କୃଷକ ଉପରେ ଗୁରୁତ୍ୱ ଦିଆଯାଉଛି’

ବଇଣ୍ଡା, ୧୮।୪(ଡି.ଏନ୍‌.ଏ.):ଚାଷୀ ଆମର ଗର୍ବ। ଓଡ଼ିଶା ଭଲ ଫସଲ ଉତ୍ପାଦନ କରି ଜାତୀୟସ୍ତରରେ ପୁରସ୍କୃତ ହୋଇଛି। ଏହାପଛରେ ଚାଷୀଙ୍କ ବିଶେଷ ଅବଦାନ ରହିଛି। କୃଷିର ବିକାଶ ପାଇଁ ସରକାର ଚଳିତ ବର୍ଷ ବଜେଟ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଚାଷର ଉନ୍ନତି ପାଇଁ ଅନେକ ଯୋଜନା ପ୍ରଚଳନ କରାଯାଇଛି। ଏଥିସହିତ ୧% ସୁଧରେ ଋଣ ଯୋଗାଇ ଦିଆଯାଉଛି। କୃଷିର ଉନ୍ନତି ଓ କୃଷକ କଲ୍ୟାଣ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।

ପୁଣି କମ୍ପିଲା ବିଧାନସଭା

ପୁଣି କମ୍ପିଲା ବିଧାନସଭା

ଭୁବନେଶ୍ୱର,୧୮। ୪(ବ୍ୟୁରୋ):ଗତ ଦୁଇଦିନ ପୁରୀ ଶ୍ରୀମନ୍ଦିରରେ ହୋଇଥିବା ନୀତି ବିଭ୍ରାଟକୁ ନେଇ ବିଧାନସଭା ହୁଲ୍‌ସ୍ଥୂଲ ହେବା ପରେ ସରକାର ବୁଧବାର ବିଧାନସଭାରେ ବିବୃତି ରଖିଛନ୍ତି। ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଠାକୁରମାନେ ସମ୍ପୂର୍ଣ୍ଣ ଉପବାସରେ ରହିନାହାନ୍ତି। ସମସ୍ତ ନୀତିକାନ୍ତି ଠିକ୍‌ଠାକ୍‌ ଚାଲିଛି। ମାତ୍ର ନୀତିରେ କିଛି ବିଳମ୍ବ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବୁଝାମଣା ରହି ନାହିଁ ବୋଲି ସମ୍ବାଦପତ୍ରରେ ପ୍ରକାଶିତ ଖବର ସତ୍ୟ ନୁହେଁ।

କାର-ଟ୍ରକ୍‌ ମୁହଁ। ମୁହିଁ ଧକ୍କା: ୫ ମୃତ

କାର-ଟ୍ରକ୍‌ ମୁହଁ। ମୁହିଁ ଧକ୍କା: ୫ ମୃତ

ଖୁଣ୍ଟୁଣୀ, ୧୮। ୪(ଡି.ଏନ.ଏ.)- ୫୫ ନଂ. ଜାତୀୟ ରାଜପଥର ଗୁରୁଡିଝାଟିଆ ଥାନା ଅଧୀନ ଓରନ୍ଦା ଫରେଷ୍ଟ୍‌ ବିଟ୍‌ ହାଉସ୍‌ ନିକଟରେ ବୁଧବାର ଏକ କାର ଓ ଟ୍ରକ୍‌ ମୁହଁ। ମୁହିଁ ଧକ୍କା ହୋଇଛି। ଏଥିରେ କାରରେ ଥିବା ୫ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ପରିଚୟ ମିଳିପାରିନାହିଁ।

ଏମ୍‌ପି ରାମଚନ୍ଦ୍ର ହଁ।ସଦାଙ୍କ ଜାମିନ ଆବେଦନ: ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ଏମ୍‌ପି ରାମଚନ୍ଦ୍ର ହଁ।ସଦାଙ୍କ ଜାମିନ ଆବେଦନ: ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ ଅଫିସ, ୧୮।୪- ନବଦିଗନ୍ତ ଚିଟ୍‌ଫଣ୍ଡ ମାମଲାରେ ଅଭିଯୁକ୍ତ ମୟୂରଭଞ୍ଜ ଏମ୍‌ପି ରାମଚନ୍ଦ୍ର ହଁ।ସଦାଙ୍କ ଜାମିନ ଆବେଦନର ଶୁଣାଣି ବୁଧବାର ହାଇକୋର୍ଟରେ ଶେଷ ହୋଇଛି। ବିଚାରପତି ସଙ୍ଗମ କୁମାର ସାହୁ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି। ପୂର୍ବ ନିର୍ଦ୍ଦେଶ ମୁତାବକ ସିବିଆଇ ପକ୍ଷରୁ ତଦନ୍ତର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଷ୍ଟାଟସ୍‌ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଛି।

ଡିସଚାର୍ଜ ପରେ ୭ଦିନ ବନ୍ଧା ପଡିଲେ ରୋଗୀ: ଜିଲାପାଳଙ୍କ ହସ୍ତକ୍ଷେପ ପରେ ମୁକୁଳିଲେ

ଡିସଚାର୍ଜ ପରେ ୭ଦିନ ବନ୍ଧା ପଡିଲେ ରୋଗୀ: ଜିଲାପାଳଙ୍କ ହସ୍ତକ୍ଷେପ ପରେ ମୁକୁଳିଲେ

କଟକ ଅଫିସ, ୧୮।୪- ଏଠି ଆଇସିୟୁ ନାହିଁ। ରୋଗୀ ଆଉ ୧ଘଣ୍ଟା ରହିଲେ ମୃତ୍ୟୁ ସୁନିଶ୍ଚିନ୍ତ। ତେଣୁ ଯଦି ରୋଗୀଙ୍କ ଜୀବନ ଚାହୁଁଛ ତେବେ ମୁଁ ପଠାଉଥିବା ଘରୋଇ ହସ୍ପିଟାଲକୁ ପଳାଅ। ୨୦୦ ଟଙ୍କା ନିଅ। ଆମ୍ବୁଲାନ୍ସ ଭଡ଼ା କରି ସେଠାକୁ ପଳାଅ। ମୁଁ ସେ ହସ୍ପିଟାଲ ସହିତ କଥା ହୋଇଯାଉଛି। ଏସ୍‌ସିବି ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ଏହିଭଳି କଥା କହି ମେଡିକାଲର ଜଣେ ନର୍ସ କଟକର ଏକ ଘରୋଇ ହସ୍ପିଟାଲକୁ ପଠାଇଥିଲେ।

ରୋଗରୁ ମୁକ୍ତ ରଖେ ଜୈବିକ ଖାଦ୍ୟ

ରୋଗରୁ ମୁକ୍ତ ରଖେ ଜୈବିକ ଖାଦ୍ୟ

ଭୁବନେଶ୍ୱର,୧୮।୪(ବ୍ୟୁରୋ)-କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଅନୁଷ୍ଠିତ ହୋଇଯାଇଛି ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ଜୈବମେଳା ବା ଅର୍ଗାନିକ୍‌ ଫେୟାର୍‌ ‘ଇକ୍‌ଅର୍ଗାନ୍‌-୨୦୧୮’। ଚନ୍ଦ୍ରଶେଖରପୁରସ୍ଥିତ କଲ୍ୟାଣ ମଣ୍ଡପଠାରେ ଇକ୍‌ଅର୍ଗାନ୍‌ର ଦ୍ୱିତୀୟ ସଂସ୍କରଣ ଦୁଇଦିନ ବ୍ୟାପୀ ଚାଲିବା ପରେ ସୋମବାର ଉଦ୍‌ଯାପିତ ହୋଇଯାଇଛି। ସୁରକ୍ଷିତ ତଥା ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ ଲୋକଙ୍କୁ ଉତ୍ସାହିତ କରିବା ଏବଂ ଅର୍ଗାନିକ୍‌ ଫୁଡ୍‌ର ଲୋକପ୍ରିୟତା ବୃଦ୍ଧି ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସହରବାସୀଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥିଲା।

ଓୟୁଏଟିରେ ଅକ୍ଷୟ ତୃତୀୟା ପାଳିତ

ଓୟୁଏଟିରେ ଅକ୍ଷୟ ତୃତୀୟା ପାଳିତ

ଭୁବନେଶ୍ୱର, ୧୮।୪(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କେନ୍ଦ୍ରୀୟ ଫାର୍ମରେ ବୁଧବାର ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳିତ ହୋଇଯାଇଛି।

ଜିତେନ୍ଦ୍ରଙ୍କୁ ଭେଟିଲେ ଶ୍ରୀକାନ୍ତ

ଜିତେନ୍ଦ୍ରଙ୍କୁ ଭେଟିଲେ ଶ୍ରୀକାନ୍ତ

ଭୁବନେଶ୍ୱର, ୧୮।୪(ବ୍ୟୁରୋ): ଓଡ଼ିଶା କଂଗ୍ରେସ ଦାୟିତ୍ୱରେ ଥିବା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ବୁଧବାର ଦିଲ୍ଲୀରେ ଭେଟିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା। ତେବେ ଶ୍ରୀକାନ୍ତଙ୍କୁ ଦିଲ୍ଲୀ ଡକାଯାଇଥିଲା ନା ସେ ନିଜ ଆଡ଼ୁ ଯାଇଥିଲେ ତାହା ସ୍ପଷ୍ଟ ହୋଇନାହିଁ।

ସାକ୍ଷୀଗୋପାଳଙ୍କ ଚନ୍ଦନଯାତ୍ରା ଆରମ୍ଭ

ସାକ୍ଷୀଗୋପାଳଙ୍କ ଚନ୍ଦନଯାତ୍ରା ଆରମ୍ଭ

ସାକ୍ଷୀଗୋପାଳ, ୧୮।୪ (ଡି.ଏନ.ଏ.): ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନଯାତ୍ରା ବୁଧବାର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି। ଏହା ୨୧ ଦିନ ଧରି ଅନୁଷ୍ଠିତ ହେବ। ମନ୍ଦିର ପ୍ରଶାସନ ପକ୍ଷରୁ ବିଜେ ଦାଣ୍ଡରେ ଛାମୁଣ୍ଡିଆ, ଚନ୍ଦନ ମଣ୍ଡପ ଠାରୁ ଚାପ ପ୍ରସ୍ତୁତ ହୋଇଛି।

ବିଜେଡିରେ ଅରୂପଙ୍କ ଯୋଗଦାନ

ବିଜେଡିରେ ଅରୂପଙ୍କ ଯୋଗଦାନ

ଭୁବନେଶ୍ୱର, ୧୮।୪(ବ୍ୟୁରୋ)ବମ୍ବେର ପୂର୍ବତନ ପୋଲିସ କମିଶନର୍‌ ତଥା ଅଭିଜ୍ଞ ପୋଲିସ ପ୍ରଶାସକ ଅରୁପ ପଟ୍ଟନାୟକ ବୁଧବାର ବିଜେଡିରେ ସାମିଲ ହୋଇଛନ୍ତି। ଗୁରୁବାର ଅପରାହ୍ନ ୫ଟାରେ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅରୁପ ପଟ୍ଟନାୟକଙ୍କ ପରିଚୟ ଦେବାର ଆବଶ୍ୟକତା ନାହିଁ ।

ସୁରଭି ଗୋମାତା ମନ୍ଦିର ଶିଳନ୍ୟାସ ଉତ୍ସବ

ସୁରଭି ଗୋମାତା ମନ୍ଦିର ଶିଳନ୍ୟାସ ଉତ୍ସବ

ପୁରୀ ଅଫିସ,୧୮ା୪ : ପୁରୀ ବ୍ରହ୍ମଗିରି ବ୍ଳକ ଅଧୀନ ଗୋରୁଆଳ ପଞ୍ଚାୟତର ନୂଆପାଟଣା ସ୍ଥିତ ଗୋବିନ୍ଦ ଗୋଧାମରେ ସୁରଭୀ ଗୋମାତା ମନ୍ଦିର ଶିଳାନ୍ୟାସ ମହୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବଦ୍ରିନାଥ ସ୍ଥିତ ମହାମଣ୍ଡେଲେଶ୍ୱର ବାଳକ ଯୋଗେଶ୍ୱର ଦାସଜୀ ମହାରାଜ, ତାମିଲନାଡୁ ସ୍ଥିତ ବିଠଲ ଦାସଜୀ ମହାରାଜ, ପଣ୍ଡିଚେରୀର ଦେବନାଥ ରାମାନୁଜ ଜୀ ମହାରାଜ, ରବି ନାରାୟଣ ମହାରାଜ,ଡ. କିଷନ ଲାଲ ଅଗ୍ରୱାଲ ଏବଂ ଗୋଧାମ ମୁଖ୍ୟ ପରିଚାଳକ ପଣ୍ଡିତ.ବିଷ୍ଣୁ ଚରଣ ପଣ୍ଡା ପ୍ରମୁଖ ଶିଳାନ୍ୟାସ ପୂଜନ କରିଥିଲେ।

ବୈଜୟନ୍ତଙ୍କୁ ଦେବାଶିଷଙ୍କ କଟାକ୍ଷ: ବ୍ୟବସାୟିକ ସ୍ବାର୍ଥ ପାଇଁ ତୃତୀୟ ମହଲାକୁ କରୁଛନ୍ତି ଟାର୍ଗେଟ

ବୈଜୟନ୍ତଙ୍କୁ ଦେବାଶିଷଙ୍କ କଟାକ୍ଷ: ବ୍ୟବସାୟିକ ସ୍ବାର୍ଥ ପାଇଁ ତୃତୀୟ ମହଲାକୁ କରୁଛନ୍ତି ଟାର୍ଗେଟ

ଭୁବନେଶ୍ୱର, ୧୮।୪(ବ୍ୟୁରୋ): ବିଜେଡିରୁ ନିଲମ୍ବିତ ହୋଇଥିବା ବୈଜୟନ୍ତ ପଣ୍ଡାଙ୍କ ସହଯୋଗୀ ଦେବାଶିଷ ମଲ୍ଲିକ ବୈଜୟନ୍ତଙ୍କୁ କଟାକ୍ଷ କରିବା ସହ ତାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଯଦି ବିଜେଡି ଏହାକୁ ଗୁରୁତ୍ୱର ସହ ନିଏ, ତେବେ ଏମ୍‌ପି ପଣ୍ଡା ବହିଷ୍କାର ହେବା ନିଶ୍ଚିନ୍ତ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ହୋଟେଲରେ ଚଢ଼ାଉ: ୩ ପ୍ରେମୀଯୁଗଳ ଉଦ୍ଧାର

ହୋଟେଲରେ ଚଢ଼ାଉ: ୩ ପ୍ରେମୀଯୁଗଳ ଉଦ୍ଧାର

କେନ୍ଦ୍ରାପଡା ଅଫିସ,୧୮।୪: କେନ୍ଦ୍ରାପଡା ଟାଉନ ଥାନା ପୋଲିସ ସହରର ନୂଆ ବସ୍‌ଷ୍ଟାଣ୍ଡ ନିକଟ ଏକ ହୋଟେଲରେ ବୁଧବାର ମଧ୍ୟାହ୍ନରେ ଚଢ଼ାଉ କରି ୩ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିଛି। ସେମାନେ ୨ ଦିନ ଧରି ହୋଟେଲରେ ରହି ଆସୁଥିଲେ।

ଏଟିଏମ୍‌ ଅଚଳ, ବ୍ୟାଙ୍କରେ ଭିଡ଼

ଏଟିଏମ୍‌ ଅଚଳ, ବ୍ୟାଙ୍କରେ ଭିଡ଼

ଦାରିଙ୍ଗବାଡ଼ି,୧୮।୪(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାର ଏଟିଏମ୍‌ ବାରମ୍ବାର ଅଚଳ ହୋଇପଡ଼ୁଛି। ଫଳରେ ଦୂରଦୂରାନ୍ତରୁ ଆସୁଥିବା ଗ୍ରାହକମାନଙ୍କୁ ବ୍ୟାଙ୍କରେ ଲମ୍ବାଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ଉକ୍ତ ବ୍ୟାଙ୍କରେ ଜାଗା ଅଭାବ ଥିବା ଯୋଗୁ ବାହାରେ ଖରାରେ ଲୋକେ ବହୁ ସମୟ ଧରି ଠିଆ ହୋଇ ହଇରାଣ ହେଉଥିବା ଦେଖାଯାଉଛି ।