ରାଜ୍ୟ

ଦିନକର କାହାଣୀ ବରା ଦୋକାନୀ ପାଣୁ ସାହୁ

ଦିନକର କାହାଣୀ ବରା ଦୋକାନୀ ପାଣୁ ସାହୁ

ପାଣୁ ସାହୁଙ୍କ ବରା ଥରେ ଯିଏ ଖାଇଛି, ଆଉଥରେ ଖାଇବାର ଇଚ୍ଛା ତାଙ୍କୁ ଘାରିଥାଏ। ତାଙ୍କ ହାତତିଆରି ବରାର ସ୍ବାଦ ଟିକେ ନିଆରା। ସହଜେ ପାଟିରୁ ଛାଡ଼େନାହିଁ। ବରା ଖାଇବା ପାଇଁ ତାଙ୍କ ଦୋକାନ ଆଗରେ ଲାଗିଥାଏ ଲମ୍ବାଧାଡି। ନୟାଗଡ ଜିଲା ରଣପୁର ଜଗନ୍ନାଥ ମନ୍ଦିର ନିକଟରେ ରହିଛି ହରମୋହନ ସାହୁ ଓରଫ ପାଣୁ (୪୮) ଙ୍କ ଦୋକାନ। ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏ ତାଙ୍କ ଦୋକାନରେ ଲାଗି ରହୁଥିବା ଭିଡ଼ ତାଙ୍କ ବରାର ଢେର୍‌ ଚାହିଦାକୁ ପ୍ରମାଣିତ କରେ।

ନିଆରା ପରମ୍ପରା : ମହିଷାସୁଣୀ ପୀଠରେ ହାଣ୍ଡିଭଙ୍ଗା ଉସତ୍ବ

ନିଆରା ପରମ୍ପରା : ମହିଷାସୁଣୀ ପୀଠରେ ହାଣ୍ଡିଭଙ୍ଗା ଉସତ୍ବ

ଖଣ୍ଡପଡା,୧।୫(ସ୍ବ.ପ୍ର.)-ନୟାଗଡ ଜିଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ପଞ୍ଚାୟତର ମହୁଲପଡ଼ା ଗ୍ରାମରେ ବିରାଜିତ ମା’ମହିଷାସୁଣୀ ଠାକୁରାଣୀ ସ୍ଥାନୀୟ ଅଞ୍ଚଳର ଇଷ୍ଟ ଦେବୀ ଭାବରେ ପରିଚିତ । ମା’ଙ୍କ ମହିମା ସର୍ବଜନ ବିଦିତ। ଏହି ପୀଠରେ ପାଳିତ ହୋଇଥିବା ହାଣ୍ଡିଭଙ୍ଗା ଉତ୍ସବ ଏକ ନିଆରା ପରମ୍ପରା ।

ଦିନକର କାହାଣୀ

ଦିନକର କାହାଣୀ

ପ୍ରତାପ ସାହୁ, ଡାକନାମ ନିମ। ବୟସ ପ୍ରାୟ ୪୬ ବର୍ଷ। ଘର ରାଜନଗର ବ୍ଲକ ଅନ୍ତର୍ଗତ ରାଜନଗର ଗଁାରେ। ସ୍ତ୍ରୀ ୨ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କର ସଂସାର। ହଂସୁଆ ଘାଟ ପାଖରେ ତାଙ୍କର ଏକ ଚା ଦୋକାନ ରହିଛି। ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ସେ ଏହି ଘାଟରେ ଚା ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି।

ଘରକୁ ଯିବାକୁ ଚାହୁଁଛନ୍ତି ଅପପୁଷ୍ଟିର ଶିକାର ମୁଗୁନି ସିଂଙ୍କ  ପରିବାର

ଘରକୁ ଯିବାକୁ ଚାହୁଁଛନ୍ତି ଅପପୁଷ୍ଟିର ଶିକାର ମୁଗୁନି ସିଂଙ୍କ ପରିବାର

ମହାକାଳପଡା, ୧।୫ (ଡି.ଏନ୍‌.ଏ.)ମହାକାଳପଡା ବ୍ଲକ ବଉଳକଣୀ ପଞ୍ଚାୟତ ଅନ୍ତର୍ଗତ ସିଂପଡାଠାରେ ଅପପୃଷ୍ଟିର ଶିକାର ହୋଇଥିବା ମୁଗନି ସିଂର ଶିଶୁ କନ୍ୟା କଇଁ(୮)କୁ ପରିବାର ସହ ବର୍ଷେ ହେବ ବ୍ଲକର ପାଟୁଳିଫକସ୍ଥିତ ଲୁଥରାନ ମହିଳା ସମିତି ଗୃହରେ ଅବସ୍ଥାପିତ କରାଯାଇଛି।

 ତାଲିମ ଶିବିରରେ ଚେତା ହରାଇଲେ ଶିକ୍ଷକ

ତାଲିମ ଶିବିରରେ ଚେତା ହରାଇଲେ ଶିକ୍ଷକ

ରାଜନଗର, ୧।୫(ଡି.ଏନ୍‌.ଏ.)ରାଜନଗର ବ୍ଳକରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଚାଲିଥିବା ଉଜ୍ଜ୍ୱଳା ତାଲିମ ଶିବିରରେ ୨ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ସୋମବାର ହଠାତ୍‌ ଅଚେତ୍‌ ହୋଇପଡିଥିଲେ। ଉଭୟଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଂଶୁଘାତ ଓ୍ବାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି।

ଦୁର୍ନୀତି ଅଭିଯୋଗ ପରେ ବି ୩୭ ଲକ୍ଷ ପ୍ରଦାନ

ଦୁର୍ନୀତି ଅଭିଯୋଗ ପରେ ବି ୩୭ ଲକ୍ଷ ପ୍ରଦାନ

ବିଞ୍ଝାରପୁର,୧।୫(ଡି.ଏନ.ଏ)ଯାଜପୁର ଜିଲା ଡ୍ରେନେଜ୍‌ ବିଭାଗ ସବୁବେଳେ ଚର୍ଚ୍ଚାରେ । ପ୍ରତି ବର୍ଷ ନାଳ ସଫେଇ ନାମରେ କୋଟି କୋଟି ଟଙ୍କା ହଡ଼ପ କରାଯାଉଥିବା ଅଭିଯୋଗ ହୋଇଛି । ପୂର୍ବରୁ ଠିକାଦାର ଏକ ପ୍ରକଳ୍ପରେ ୧କୋଟି ୯୦ ଲକ୍ଷ ଟଙ୍କା ଉଠାଇ ନେଇଥିବାବେଳେ ଗତ ଶୁକ୍ରବାର ଠିକାଦାରଙ୍କୁ ଆଉ ୩୭ ଲକ୍ଷ ଟଙ୍କା ଦିଆଯାଇଥିବା ଜଣାପଡିଛି ।

ଯାଜପୁର ପୂର୍ତ୍ତ ବିଭାଗରେ ମହାଦୁର୍ନୀତି

ଯାଜପୁର ପୂର୍ତ୍ତ ବିଭାଗରେ ମହାଦୁର୍ନୀତି

ଯାଜପୁର ଅଫିସ,୧ା୫ ଯାଜପୁର ଜିଲା ମୁଖ୍ୟ ଚିକିସତ୍ାଳୟଠାରୁ ବିରଜା ମହିଳା କଲେଜ ପର୍ଯ୍ୟନ୍ତ ୨୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୮୦ମିଟର ପ୍ରଶସ୍ତିକରଣ ରାସ୍ତା ମାସେବି ଗଲାନି। କିପରି ଭାବେ ବ୍ୟାପକ ପିସି କାରବାର ଓ ପୂର୍ତ୍ତ ବିଭାଗର ମନମାନୀ ଚାଲିଛି ଏହି ରାସ୍ତାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି।

ରାଜସ୍ବ ହରାଇବା ଆଳରେ ପ୍ରଶାସନର ପଛଘୁଞ୍ଚା

ରାଜସ୍ବ ହରାଇବା ଆଳରେ ପ୍ରଶାସନର ପଛଘୁଞ୍ଚା

ଯାଜପୁର ଅଫିସ, ୧ା୫ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ୪ର୍ଥ ସର୍ବବୃହତ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ହେବାନେଇ ଅନିଶ୍ଚିତତା ଦେଖା ଦେଇଛି। ରାଜ୍ୟ ମୁଖ୍ୟଶାସନ ସଚିବ ୨୦ା୩ା୨୦୧୮ରେ ଡଙ୍କାରୀ ପାହାଡ଼ରେ ଚାଲିଥିବା ପଥର ଖାଦାନଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ ତାହା ଏଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ।

କୁଜଙ୍ଗ ଓକିଲ ସଙ୍ଘରୁ ୨ ସଭ୍ୟ ନିଲମ୍ବିତ

କୁଜଙ୍ଗ ଓକିଲ ସଙ୍ଘରୁ ୨ ସଭ୍ୟ ନିଲମ୍ବିତ

କୁଜଙ୍ଗ,୧ା୫(ସ୍ବ.ପ୍ର.): କୁଜଙ୍ଗ ଓକିଲ ସଂଘରୁ ସୋମବାର ୨ଜଣ ସଦସ୍ୟଙ୍କୁ ଅନିର୍ଦ୍ଦିଷ୍ଟକାଳ ପାଇଁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ଆଇନଜୀବୀ ସୁରେଶ ଚନ୍ଦ୍ର ଦାସ ଓ ଆଇନଜୀବୀ ରଞ୍ଜିତ ବିଶ୍ୱାଳ।

ନାବାଳିକାଙ୍କୁ ଗଣବଳାତ୍କାର ଉଦ୍ୟମ ମାମଲା, ୨ କୋର୍ଟ ଚାଲାଣ

ନାବାଳିକାଙ୍କୁ ଗଣବଳାତ୍କାର ଉଦ୍ୟମ ମାମଲା, ୨ କୋର୍ଟ ଚାଲାଣ

ଜଗତ୍‌ସିଂହପୁର ଅଫିସ,୧ା୫: ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଧୀନ କୃଷ୍ଣାନନ୍ଦପୁର ଫାଣ୍ଡି ଅନ୍ତର୍ଗତ ଏକ ଗ୍ରାମରେ ଗତ ୨୭ ତାରିଖରେ ଜଣେ ନାବାଳିକା ଛାତ୍ରୀ(୧୪)ଙ୍କୁ ୩ ଜଣ ଗଣବଳାତ୍କାର ଉଦ୍ୟମ କରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।

ଶିଳ୍ପ ମୋହ : ୪ ହଜାର ଏକର ବହୁ ଫସଲି ଜମି ଅକାମୀ

ଶିଳ୍ପ ମୋହ : ୪ ହଜାର ଏକର ବହୁ ଫସଲି ଜମି ଅକାମୀ

କୁଜଙ୍ଗ,୧ା୫(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲାର ପାରାଦୀପ ବନ୍ଦର ନିକଟବର୍ତ୍ତୀ ଢିଙ୍କିଆ ଚାରିଦେଶ (ଗଡ଼କୁଜଙ୍ଗ, ଢ଼ିଙ୍କିଆ ଓ ନୂଆଗଁ। ପଞ୍ଚାୟତ) ଏକଦା ଶସ୍ୟଶାମଳ ଥିଲା। ଏଠାକାର ଜଙ୍ଗଲ ଜମିରେ ପ୍ରାୟ ୧୫ ହଜାର ଅଧିବାସୀ ପିଢ଼ିପିଢ଼ି ଧରି ବସବାସ କରୁଛନ୍ତି।

ଆଜି ବିଶ୍ୱ ଶ୍ରମିକ ଦିବସ : ଗୌଣ ହେଉଛି ଶ୍ରମଜୀବୀଙ୍କ ସ୍ବାର୍ଥ

ଆଜି ବିଶ୍ୱ ଶ୍ରମିକ ଦିବସ : ଗୌଣ ହେଉଛି ଶ୍ରମଜୀବୀଙ୍କ ସ୍ବାର୍ଥ

ପାରାଦୀପ, ୧ା୫(ସ୍ବ.ପ୍ର.): ବିଶ୍ୱ ଇତିହାସରେ ସବୁଠାରୁ ବଡ଼ ଶ୍ରମିକ ଆନ୍ଦୋଳନ ଆମେରିକାର ହେ ମାର୍କେଟରେ ୧୮୮୬ ମେ ୪ରେ ହୋଇଥିଲା। ସେହିଦିନ ଶ୍ରମିକଙ୍କ ପାଇଁ ତତ୍କାଳୀନ ସରକାର ଦୈନିକ ୮ ଘଣ୍ଟା କାମ ଓ ମଜୁରି ନିର୍ଦ୍ଧାରଣ କରିଥିଲେ।

ପାଣି ପାଇଁ ଗଣ୍ଡଗୋଳ ୨ ଆହତ, ୨ ଗିରଫ

ପାଣି ପାଇଁ ଗଣ୍ଡଗୋଳ ୨ ଆହତ, ୨ ଗିରଫ

ଢେଙ୍କାନାଳ ଅଫିସ,୧।୫- ଢେଙ୍କାନାଳ ସଦର ଥାନା କାଇମାଟି ଗ୍ରାମ ଗୋପାଳ ସାହିରେ ସୋମବାର ପାଣି ପାଇଁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଦୁଇଜଣ ଆହତ ହୋଇଛନ୍ତି।

ମଦ ଚଢ଼ାଉ ବଳେ ନାବାଳିକାଙ୍କୁ ମାଡ଼ ଘଟଣା ଏସ୍‌ପିଙ୍କ ନିକଟରେ ଅଭିଯୋଗ

ମଦ ଚଢ଼ାଉ ବଳେ ନାବାଳିକାଙ୍କୁ ମାଡ଼ ଘଟଣା ଏସ୍‌ପିଙ୍କ ନିକଟରେ ଅଭିଯୋଗ

ଢେଙ୍କାନାଳ ଅଫିସ,୧।୫- ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମର ବିଜୟ ବେହେରାଙ୍କ ଘରେ ଗତ ୨୨ ତାରିଖ ସନ୍ଧ୍ୟା ୭ଟାରେ ଅବକାରୀ ବିଭାଗର ମଦ ଚଢ଼ାଉ ବେଳେ ଜଣେ ନାବାଳିକାଙ୍କୁ ମାଡ଼ ମରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା।

ରକୁଣା ସେତୁର ଭିତ୍ତିପ୍ରସ୍ତର ସ୍ଥାପନ

ରକୁଣା ସେତୁର ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୋଳ ଅଫିସ୍‌, ୧ା୫- ଅନୁଗୋଳ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବନ୍ତଳା ଥାନା ଖିଣ୍ଡା ଓ ଗଡତରାସ ପଞ୍ଚାୟତକୁ ସଂଯୋଗ କରୁଥିବା ରକୁଣା ନାଳ ଉପରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଜଳ ଯୋଗାଣ ଦାବିରେ ଆନ୍ଦୋଳନ

ଜଳ ଯୋଗାଣ ଦାବିରେ ଆନ୍ଦୋଳନ

ତାଳଚେର, ୧ା୫(ନି.ପ୍ର.)- ତାଳଚେର ବ୍ଲକ କର୍ଣ୍ଣପୁର ଗ୍ରାମର ମହିଳାମାନେ ପାନୀୟ ଜଳଯୋଗାଣ ଦାବିରେ ସୋମବାର ପଞ୍ଚାୟତ ଅଫିସ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଫଳରେ କିଛି ସମୟ ପାଇଁ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ଥିଲା ।

ହିନ୍ଦୋଳ ଏନ୍‌ଏସି ଉପାଧ୍ୟକ୍ଷ ନିର୍ବାଚନ:  ଟିମା ବେହେରା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ହିନ୍ଦୋଳ ଏନ୍‌ଏସି ଉପାଧ୍ୟକ୍ଷ ନିର୍ବାଚନ: ଟିମା ବେହେରା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ହିନ୍ଦୋଳ,୧ା୫(ଡି.ଏନ.ଏ.)- ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ଉପାଧ୍ୟକ୍ଷ ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଯାଇଛି।

ନୂତନ ନିଯୁକ୍ତି ନାହିଁ, ପୂରଣ ହେଉନି ଖାଲି ପଦବୀ କାର୍ଯ୍ୟ ବୋଝରେ ଠିକା ଶ୍ରମିକ

ନୂତନ ନିଯୁକ୍ତି ନାହିଁ, ପୂରଣ ହେଉନି ଖାଲି ପଦବୀ କାର୍ଯ୍ୟ ବୋଝରେ ଠିକା ଶ୍ରମିକ

ବଅଁରପାଳ,୧।୫ (ଉପେନ୍ଦ୍ର ରାଉତ)- ଶ୍ରମିକ ବିନା ଦେଶର ଉନ୍ନତି ସମ୍ଭବ ନୁହେଁ। ମାତ୍ର ବିଭିନ୍ନ କଳକାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ଠିକା ଶ୍ରମିକମାନେ ଅନେକ ସମୟରେ ଅବହେଳାର ଶିକାର ହେଉଥିବା ନଜିର ରହିଛି।

ବିଏମ୍‌ସିର ସଫେଇ ଯୋଜନା ଫେଲ୍‌

ବିଏମ୍‌ସିର ସଫେଇ ଯୋଜନା ଫେଲ୍‌

ବ୍ରହ୍ମପୁର ଅଫିସ,୧ା୫ବ୍ରହ୍ମପୁର ମହାନଗର ନିଗମ (ବିଏମସି) ଅଧୀନରେ ରହିଛି ୪୦ଟି ଓ୍ବାର୍ଡ। ଏହି ଓ୍ବାର୍ଡଗୁଡିକରେ ସଫେଇ ଯୋଜନା ଏକ ପ୍ରକାର ଫେଲ୍‌ ମାରିଛି। ବିଭିନ୍ନ ଓ୍ବାର୍ଡରେ ପରିତ୍ୟକ୍ତ ଅବସ୍ଥାରେ ଥିବା କୂଅ, ପୋଖରୀ, ନାଳ ପ୍ରଭୃତିକୁ ଠିକ୍‌ ଭାବେ ସଫା କରାଯାଉ ନାହିଁ।

ଯୋଗ୍ୟତା ଥାଇ ବି ହୋଇପାରୁନି ପଞ୍ଜୀକରଣ

ଯୋଗ୍ୟତା ଥାଇ ବି ହୋଇପାରୁନି ପଞ୍ଜୀକରଣ

ବ୍ରହ୍ମପୁର ଅଫିସ,୧ା୫ ନିର୍ମାଣ ଶ୍ରମିକଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ରାଜ୍ୟ ସରକାରଙ୍କ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ ପକ୍ଷରୁ ପଞ୍ଜୀକୃତ ହୋଇଥିବା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କୁ ସନ୍ତାନଙ୍କ ଶିକ୍ଷା, ଚିକିତ୍ସା, ଯନ୍ତ୍ରପାତି କ୍ରୟ, ପକ୍କାଘର ନିର୍ମାଣ, କନ୍ୟା

ଦିନକର କାହାଣୀ : ହକର ବି. ଆନନ୍ଦ ରାଓ

ଦିନକର କାହାଣୀ : ହକର ବି. ଆନନ୍ଦ ରାଓ

କଥାରେ ତାଙ୍କର ଫୁଟିଉଠେ ମଧୁରତା। କେବେ ସେ କାହାକୁ ଜୋର ପାଟିରେ କଥାବାର୍ତ୍ତା କରନ୍ତି ନାହଁ। ତାଙ୍କ କହିବାନୁସାରେ, ପ୍ରତ୍ୟେକ ଲୋକଙ୍କ ମଧ୍ୟରେ ସ୍ବୟଂ ଭଗବାନ ବିରାଜମାନ। ଲୋକଙ୍କୁ ଗାଳିଗୁଲଜ କରିବା ଅର୍ଥ ଭଗବାନଙ୍କୁ ଗାଳି କରିବା।

୭ ଚାଉଳ ଗୋଦାମରେ ବୁଲୁଛି କୀଟ

୭ ଚାଉଳ ଗୋଦାମରେ ବୁଲୁଛି କୀଟ

ଛତ୍ରପୁର,୧।୫(ଡି.ଏନ.ଏ.) ଗଞ୍ଜାମ ଜିଲାର ୭ ଚାଉଳ ଗୋଦାମରେ ଘୋର ଅନିୟମିତତା ରହିଛି। ଯାଞ୍ଚ ବେଳେ ଭାରତ ସରକାରଙ୍କ କ୍ୱାଲିଟି କଣ୍ଟ୍ରୋଲ ଟିମ୍‌ ଏହା ଜାଣିବାକୁ ପାଇଥିଲେ। ସାଙ୍ଗରେ ଚାଉଳର ନମୁନା ମଧ୍ୟ ଉକ୍ତ ଟିମ୍‌ ନେଇଥିଲେ।

ମଦ୍ୟପାନ କରି ଗାଡ଼ି ଚଲାନ୍ତୁନାହିଁ’

ମଦ୍ୟପାନ କରି ଗାଡ଼ି ଚଲାନ୍ତୁନାହିଁ’

ଘସିପୁରା,୧।୫(ଡି.ଏନ୍‌.ଏ.)-ଆନନ୍ଦପୁର ମହାବିଦ୍ୟାଳୟର ଏନସିସି, ୟୁଥ୍‌ ରେଡକ୍ରସ୍‌, ସ୍କାଉଟ୍ସ ଗାଇଡ୍ସ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି।

ପାହାଡ଼ିଆ ଇଲାକାରେ ଡଉଁରିଆ ସାହା ଭରସା

ପାହାଡ଼ିଆ ଇଲାକାରେ ଡଉଁରିଆ ସାହା ଭରସା

କେନ୍ଦୁଝର, ୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକର ଅନେକ ଅଞ୍ଚଳରେ ଏବେ ବି ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇଛି। ପାହାଡିଆ ରାସ୍ତା ଓ ବଣପାହାଡ ଇଲାକା ହୋଇଥିବାରୁ ସ୍ବାସ୍ଥ୍ୟସେବା ପହଞ୍ଚିପାରୁ ନ ଥିବାରୁ ଲୋକଙ୍କୁ ଡଉଁରିଆ ସାହା ଭରସା ହୋଇଥିବା ଅଭିଯୋଗ ହେଉଛି। ଡାକ୍ତର ଅଭାବ ଯୋଗୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।