ରାଜ୍ୟ

ଖଣି ଅଞ୍ଚଳରେ ବ୍ୟାପକ ଅବ୍ୟବସ୍ଥା

ଖଣି ଅଞ୍ଚଳରେ ବ୍ୟାପକ ଅବ୍ୟବସ୍ଥା

କାଳିଆପାଣି,୬ା୬(ଡି.ଏନ୍‌.ଏ):ଓଡ଼ିଶା ଖଣି ନିଗମ ଦ୍ୱାରା ପରିଚାଳିତ ଦକ୍ଷିଣ କାଳିଆପାଣି ଖଣିରେ କୌଣସି ସୁବିଧା ନ ଥିବାରୁ କ୍ରୋମାଇଟ ଲୋଡ଼ିଂ କରିବାକୁ ଆସୁଥିବା ଡ୍ରାଇଭର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ଖଣି ଅଞ୍ଚଳରେ ଥିବା ଶ୍ରମିକ ଆବଶ୍ୟକତାଠାରୁ ଅଧିକ କ୍ରେମାଇଟ ଲୋଡିଂ କରିଦେଇଥିଲେ। ଫଳରେ ଡ୍ରାଇଭର ଜଣକ କଣ୍ଟାରେ ଓଜନ କରି ପୁନଶ୍ଚ ଅନଲୋଡ଼ କରିବାକୁ ଆସିଥିଲେ। କେହି ହେଲପର୍‌ ନ ଥିବାରୁ ଡ୍ରାଇଭର ଏକା ଅନଲୋଡ଼ କରିଥିଲେ। ଫଳରେ ଅଧିକ ଗୁଳଗୁଳି ଯୋଗୁ ବେହୋସ ହୋଇ ଡ୍ରାଇଭର ଟ୍ରକ୍‌ ଡାଲାରୁ ତଳକୁ ଖସି ପଡ଼ିଥିଲେ। ସ୍ଥାନୀୟ ଟ୍ରକ୍‌ ଡ୍ରାଇଭର ତାଙ୍କୁ ଟାଟା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏ ନେଇ ଟ୍ରକ୍‌ ଡ୍ରାଇଭରମାନେ ୩ ଘଣ୍ଟା ଖଣିରୁ କ୍ରେମାଇଟ୍‌ ପରିବହନ ଠପ କରିଦେବା ସହ ମୁଖ୍ୟ ଗେଟ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ଅଭିଯୋଗ ଅନୁଯାୟୀ, ଖଣି ଭିତରକୁ କ୍ରୋମାଇଟ ଲୋଡିଂ କରିବାକୁ ଯାଉଥିବା ଡ୍ରାଇଭରଙ୍କୁ ଖଣି ନିଗମ ପକ୍ଷରୁ ପାନୀୟ ଜଳ, ବିଶ୍ରାମାଗାର, କ୍ୟାଣ୍ଟିନ ଆଦି ସୁବିଧା ଯୋଗାଇ ଦିଆଯାଉ ନାହଁି।

ବେଧଡ଼କ ଚାଲିଛି ଓଭରଲୋଡିଂ ମାଲ ପରିବହନ

ଚଣ୍ଡିଖୋଲ,୬ା୬(ଡି.ଏନ.ଏ):୧୬ନଂ, ୫୩ ନଂ, ୫ନଂ (କ) ଭଳି ୩ ଜାତୀୟ ରାଜପଥର ସଙ୍ଗମସ୍ଥଳ ଚଣ୍ଡିଖୋଲ ଛକ। ଏହି ରାଜପଥରେ ଠିକର କମ୍ପାନୀ ଗାଡ଼ିଗୁଡ଼ିକ ମାଲ ପରିବହନ କରୁଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହଁି। ସରକାରୀ ନିୟମ ଅନୁଯାୟୀ, ୧୦ଚକିଆ ହାଇଓ୍ବାରେ ୧୬ଟନ ୫୦୦ଓଜନର ମାଲ ପରିବହନ କରିବାର ନିୟମ ରହିଛି। କିନ୍ତୁ ବଡ଼ ବଡ଼ ଠିକା କମ୍ପାନୀ ଗାଡ଼ିଗୁଡ଼ିକ ଏହି ନିୟମକୁ ଉଲ୍ଲଂଘନ କରି ୨୦ରୁ ୨୮ଟନ ମାଲ ପରିବହନ କରୁଛନ୍ତି। ଏପରିକି ଜାତୀୟ ରାଜପଥ ତନଖି ସମୟରେ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏହି ଗାଡ଼ିଗୁଡ଼ିକୁ ଧରିବାକୁ ସାହସ କରୁନାହାନ୍ତି ବୋଲି କେତେକ ଟ୍ରକ ମାଲିକ ଅଭିଯୋଗ କରିଛନ୍ତି। ମାଲ ପରିବହନ ସମୟରେ ସମ୍ପୂର୍ଣ୍ଣ ପାଲ ଘୋଡାଇ ରାସ୍ତାରେ ନେବାର ନିୟମ ଥିବାବେଳେ ଏହାକୁ ମଧ୍ୟ ଅଣଦେଖା କରାଯାଉଛି। ହେଲେ ଯିଏ ଗୋଟିଏ କିମ୍ବା ଦୁଇଟି ଟ୍ରକ୍‌ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଛନ୍ତି, ବିଭାଗ ପକ୍ଷରୁ ସେମାନଙ୍କ ଉପରେ ଚଢାଉ କରାଯାଇ ଜରିମାନା ଆଦାୟ କରାଯାଉଛି।

ଦାବି ଶୁଣୁନି କମ୍ପାନୀ, ୭ରେ ପମ୍ପହାଉସ୍‌ ଘେରିବା ନିଷ୍ପତ୍ତି

ଗଞ୍ଜାମ,୬ା୬(ଡି.ଏନ.ଏ.):ଗଞ୍ଜାମ ସହରରେ ଥିବା ଗ୍ରାସୀମ ଇଣ୍ଡଷ୍ଟ୍ରିଜର ସମସ୍ୟା ପିଛା ଛାଡ଼ୁନି। କିଛି ମାସର ନୀରବତା ପରେ ପୁଣି ଆନ୍ଦୋଳନ ଦାନା ବାନ୍ଧୁଥିବା ଜଣାପଡ଼ିଛି । ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ କଲ୍ୟାଣପୁର ଓ ଜରାପଦର ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ଶିକ୍ଷିତ ଯୁବକ ନିଯୁକ୍ତି ସାଙ୍ଗକୁ ଅନ୍ୟାନ୍ୟ ଉନ୍ନତୀକରଣ ନେଇ କମ୍ପାନୀ ଆଗରେ ଦାବି କରାଯାଇ ଆସୁଛି। କମ୍ପାନୀ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ ନ କରିବା ଯୋଗୁ ୨୦୧୭ଡିସେମ୍ବର ୧୬ତାରିଖରେ କଲ୍ୟାଣପୁରରେ ଥିବା ଗ୍ରାସୀମ ଇଣ୍ଡଷ୍ଟ୍ରିଜ ପାଣି ପମ୍ପ ହାଉସରେ ଉଭୟ ଗ୍ରାମବାସୀ ତାଲା ଖୋଲିଥିଲେ ା ପରେ ଜିଲା ପ୍ରଶାସନ, କମ୍ପାନୀ କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ବୈଠକ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିଲା। କମ୍ପାନୀ ପକ୍ଷରୁ ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ସ୍ଥିର ହୋଇଥିଲା ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା:ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଶୁଣିଲେ ୧୫ ହିତାଧିକାରୀ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା:ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଶୁଣିଲେ ୧୫ ହିତାଧିକାରୀ

ଛତ୍ରପୁର,୬।୬(ଡି.ଏନ.ଏ.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଅର୍ବାନ୍‌)ର ହିତାଧିକାରୀମାନଙ୍କ ସହ ଭିଡିଓ କନ୍‌ଫରେନି୍ସଂ ଜରିଆରେ ଭାବର ଆଦାନ ପ୍ରଦାନ କରିଥିଲେ। ଏଥିପାଇଁ ପୂର୍ବାହ୍ନ ସାଢେ ୯ଟାରେ ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ ଥିବା ଏନ୍‌ଆଇସିର ଭିଡିଓ କନ୍‌ଫରେନ୍ସିଂ ହଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କଥାବାର୍ତ୍ତା ହୋଇଥିବା ବେଳେ ଗଞ୍ଜାମ ଜିଲାର ହିତାଧିକାରୀ କେବଳ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଶୁଣିଥିଲେ। ପ୍ରଧାନମନ୍ତ୍ରୀ ଭାରତର ୭୦୦ ଜିଲାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର (ଅର୍ବାନ୍‌) ହିତାଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ସଂଯୋଗ ହୋଇଥିଲେ। ସେଥିମଧ୍ୟରେ ଗଞ୍ଜାମ ଜିଲାର ସହରାଞ୍ଚଳରେ ଥିବା ୧୫ ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଅର୍ବାନ୍‌)ରେ ରହିଥିଲେ।

ବେତନ ବୃଦ୍ଧି ଦାବିରେ ଏଫ୍‌ସିଆଇ କର୍ମଚାରୀଙ୍କ ବିକ୍ଷୋଭ

ବେତନ ବୃଦ୍ଧି ଦାବିରେ ଏଫ୍‌ସିଆଇ କର୍ମଚାରୀଙ୍କ ବିକ୍ଷୋଭ

ବ୍ରହ୍ମପୁର ଅଫିସ୍‌,୬ା୬:କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ବେତନ ବୃଦ୍ଧିକୁ ନେଇ ଧର୍ମଘଟ ଏବଂ ଆନ୍ଦୋଳନ କରୁଛନ୍ତି। ଡାକ ଏବଂ ବ୍ୟାଙ୍କ ପରେ ଏବେ ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ)ର କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। ମଙ୍ଗଳବାର ଏଫ୍‌ସିଆଇ ବ୍ରହ୍ମପୁର କାର୍ଯ୍ୟାଳୟ ପରିସରରେ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ଗଞ୍ଜାମ ଜିଲା ସମେତ କନ୍ଧମାଳ, ବୌଦ୍ଧ ଏବଂ ଗଜପତି ଜିଲାର ୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ ସାମିଲ ହୋଇଥିଲେ।ଅଭିଯୋଗ ହେଲା, ପ୍ରତି ଦଶ ବର୍ଷରେ କେନ୍ଦ୍ର ସରକାର ସେମାନଙ୍କ ଦରମା ବୃଦ୍ଧି କରିଥାନ୍ତି। ଶେଷ ଥର ପାଇଁ ୨୦୦୭ ଜାନୁୟାରୀ ୧ ତାରିଖରେ ଦରମା ବଢ଼ା ଯାଇଥିଲା। ଦରମାରେ ୩୦ ପ୍ରତିଶତ ବୃଦ୍ଧି ହୋଇଥିଲା। ୨୦୧୭ରେ ପୁଣିଥରେ ଦରମା ବଢ଼ିବା କଥା।

ସୁଆଁପଦାଠାରେ ପଣ୍ୟାଗାର ଉଦ୍‌ଘାଟିତ

ସୁଆଁପଦାଠାରେ ପଣ୍ୟାଗାର ଉଦ୍‌ଘାଟିତ

ଆନନ୍ଦପୁର,୬।୬(ସ୍ବ.ପ୍ର.): ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଦ୍ୱାରା ଘସିପୁରା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସୁଆଁପଦାଞ୍‌ଠାରେ ନିର୍ମାଣ ହୋଇଥିବା ଗୋଦାମ ଗୃହ ଉଦ୍‌ଘାଟିତ ହୋଇଯାଇଛି। ଘସିପୁରା ବ୍ଲକ ଏମପି ପ୍ରତିନିଧି ତଥା ଘସିପୁରା କୃଷି ଓ ପରାମର୍ଶ କେନ୍ଦ୍ରର ସଭାପତି ବଳରାମ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଆନନ୍ଦପୁର ବିଧାୟକ ମାୟାଧର ଯେନା, ଜିଲାପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ, ଘସିପୁରା ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ଜିଲାପରିଷଦ ସଦସ୍ୟ ଇତିଶ୍ରୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଜିଲା ଯୋଗାଣ ଅଧିକାରୀ ଅଭିରାମ ପ୍ରଧାନ, ଅଧୀକ୍ଷକ ବିଚିତ୍ରାନନ୍ଦ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ଗୋଦାମ ଗୃହ ସାଢେ ସାତ କୋଟି ଟଙ୍କାର ବ୍ୟୟରେ ନିର୍ମିତ ହୋଇଥିବାବେଳେ ଏହାର ଖାଦ୍ୟ ରହିବା କ୍ଷମତା ୧୦ ହଜାର ୫ଶହ ମେଟ୍ରିକ୍‌ ଟନ୍‌ । ସ୍ଥତ୍ାନୀୟ ଅଞ୍ଚଳର ପଣ୍ୟଦ୍ରବ୍ୟ ଏଠାରେ ରହିବା ସହିତ ପଡୋଶୀ ଯାଜପୁର ଓ ଭଦ୍ରକ ଜିଲାର ଲୋକମାନେ ମଧ୍ୟ ଏହି ପଣ୍ୟାଗାରର ସୁବିଧା ହାସଲ କରିପାରିବେ।

ବିନା ମାଇନିଂ ପ୍ଲାନରେ ଖଣି ଖନନ

ବିନା ମାଇନିଂ ପ୍ଲାନରେ ଖଣି ଖନନ

କେନ୍ଦୁଝର, ୬ା୬ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପାଖାପାଖି ୬୦ଟି ଲଘୁ ଖଣିଜ ସମ୍ପଦ ଖାଦାନ ଚାଲୁଛି। ସବୁ ଖାଦାନ ସମସ୍ତ ବିଭାଗର ଅନୁମତି ନେଇ ଚାଲିଥିଲେ ହେଁ ବାସ୍ତବରେ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ମାଇନିଂ ପ୍ଲାନ ନିଆଯାଇ ଖାଦାନ ଅପରେଶନ ହେଉଛି। କିନ୍ତୁ କୌଣସି କ୍ୱାରି ମାଇନିଂ ପ୍ଲାନ ଅନୁସାରେ ଖନନ ହେଉନାହିଁ। କୋରାପୁଟ ଜିଲା ଜୟପୁର ତହସିଲ ବୋରିପୁଟ ପଥର ଖାଦାନରେ ହୋଇଥିବା ଅଘଟଣ ପରି ଘଟଣାକୁ ଏଡାଇ ଦିଆ ନ ଯାଇପାରେ। ବଡ ପଥର ହଠାତ୍‌ ଖସି ପଡିବାରୁ ମେଶିନ ତଳେ ଦୀର୍ଘ ୫ ଦିନ ହେବ ୨ଜଣ ଶ୍ରମିକ ଚାପି ହୋଇ ରହିଯାଇଛନ୍ତି। ଏମାନଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଏବଂ ଏନଡିଆରଏଫ ମଧ୍ୟ ବିଫଳ ହୋଇଛନ୍ତି। ଏପରି ବଡ ଅଘଟଣ ପରେ କେନ୍ଦୁଝର ଜିଲା ପ୍ରଶାସନର ମଧ୍ୟ ଚେତା ପଶି ନାହିଁ। ଖାଦାନରେ ମେଶିନ ସାହାଯ୍ୟରେ ବେପରୁଆଭାବେ କାମ ହେଉଛି। କେନ୍ଦୁଝର ଜିଲାରେ ଚାଲିଥିବା ଖାଦାନଗୁଡିକ ଖଣି ବିଭାଗ ଏବଂ ଡେପୁଟି ଡାଇରେକ୍ଟର ଜିଓଲୋଜି ବିଭାଗଠାରୁ ମାଇନିଂ ପ୍ଲାନ ଅନୁମତି ପାଇ କାମ କରୁଛି। କିନ୍ତୁ ମାଇନିଂ ପ୍ଲାନ ଅନୁସାରେ କାମ ନ କରି ମନ ଇଚ୍ଛାରେ କାମ ହେଉଛି। ପୂର୍ବରୁ ବେଆଇନ ମୋରମ ଓ ପଥର ଖଣିରେ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ପୋତି ହୋଇ ମୃତାହତ ହୋଇଥିବା ଘଟଣା ଘଟିଥିବା ଜଣାପଡିଛି । ଏ ନେଇ ଜିଲା ପ୍ରଶାସନ ସତର୍କତ ଦୃଷ୍ଟି ଦେବା ଆବଶ୍ୟକତା ଥିଲେ ହେଁ ପଦକ୍ଷେପ ନିଆଯାଉ ନ ଥିବାରୁ ଭୟାବହ ଦୁର୍ଘଟଣା ଘଟିବା ଆଶଙ୍କା ରହୁଛି।

୭ବର୍ଷ ବୟସରେ ପରିବାର ବୋଝ

ରାଇସୁଆଁ, ୬।୬(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଡାଳିମାପୁର ଗ୍ରାମର ସୁନାରାମ ମୁଣ୍ଡାଙ୍କ ସ୍ତ୍ରୀ ୬ ମାସ ହେଲା ଆରପାରିକୁ ଚାଲିଗଲେଣି। ସେ ଛାଡି ଯାଇଛନ୍ତି ୩ ଶିଶୁଙ୍କୁ। ଭଉଣୀଭାଇଙ୍କ ମଧ୍ୟରୁ ବାସୁମତୀ ବଡ ଝିଅ। ତାଙ୍କୁ ୭ ବର୍ଷ। ସୁନାରାମ ଜଣେ ଗରିବ ଆଦିବାସୀ ଲୋକ। ମୂଲମଜୁରି କରିବାକୁ ଯାଆନ୍ତି। ବାସୁମତୀ ଜାଳେଣି କାଠ ସଂଗ୍ରହ କରି ସାନ ୨ ଭଉଣୀଭାଇଙ୍କ ପେଟକୁ ଦାନା ଯୋଗାଇଥାନ୍ତି। ସେମାନଙ୍କ ସମସ୍ତ ଯନତ୍ ନେଇଥାନ୍ତି। ଏ ନେଇ ସଦର ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଶିଶୁଙ୍କ ଅବସ୍ଥାଦେଖି ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ନିକଟ ଆଶ୍ରମରେ ରଖିବା ବ୍ୟବସ୍ଥା କରିଥିଲେ। ଛୋଟ ଶିଶୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ ପାଇଁ ନିକଟ ସ୍ବାସ୍ଥ୍ୟକେନ୍ଦ୍ରକୁ ପରାମର୍ଶ ଦେଇଥିଲେ। ଶିଶୁଙ୍କ ବିଷୟରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସିଡବ୍ଲୁସି ଛୁଆଙ୍କୁ ସବୁଦିନ ଆଶ୍ରମରେ ଥଇଥାନ ପାଇଁ ନେଇଯିବାକୁ କହିବାରୁ ସୁନାରାମ ରାଜି ହୋଇ ନ ଥିଲେ। ସମ୍ପୃକ୍ତ ପରିବାରକୁ ଗୃହ ସହ ପିଲାଙ୍କ ପାଠପଢା ଖର୍ଚ୍ଚ ଉପରେ ଗୁରୁତ୍ୱ ଦେବା ପାଇଁ ବିଡିଓ ପ୍ରତିଶ୍ରୁତି ଦେଇଥିଲେ।

୧୦୦ କୋଟି ଟଙ୍କାରେ ହେବ ବୃହତ ପାନୀୟ ଜଳ ଯାଗାଣ ପ୍ରକଳ୍ପ

୧୦୦ କୋଟି ଟଙ୍କାରେ ହେବ ବୃହତ ପାନୀୟ ଜଳ ଯାଗାଣ ପ୍ରକଳ୍ପ

ଆରଡ଼ି,୬।୬(ଡି.ଏନ.ଏ.)-ପାନୀୟଜଳ ଯୋଗାଣ ଉଦ୍ଦେଶ୍ୟରେ କୋଚିଳା ନଦୀ ମୁହାଣରେ ନିର୍ମାଣ ହେବ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ। ଏଥିଲାଗି ଏକ ବ୍ୟାରେଜ ନିର୍ମାଣ କରାଯିବ। ଏହି ପ୍ରକଳ୍ପରୁ ଧାମନଗର ଓ ତିହିଡି ବ୍ଲକର ଜଳକ୍ଳିଷ୍ଟ ଅଞ୍ଚଳକୁ ପାଇପ ଯୋଗେ ଜଳ ଯୋଗାଇ ଦିଆଯିବାକୁ ପରିକଳ୍ପନା ରହିଛି ବୋଲି ଭଦ୍ରକ ଜିଲା ଧାମନଗର ବ୍ଲକ ପାଳସାହି ପଞ୍ଚାୟତର ଗାନ୍ଧିଘାଟ ଶାସନଠାରେ ଅନୁଷ୍ଠିତ ଏକ କର୍ମଶାଳାରେ ସୂଚନା ଦିଆଯାଇଛି। ଧାମନଗର ବ୍ଲକ ଉନ୍ନୟନ ଅଧିକାରୀ ଡ. ନରହରି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ଜିଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର, ସଂସ୍ଥାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ନାୟକ, ଯାଜପୁର ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ନିରୋଦ କୁମାର ଦାସ, ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା, ତିହିଡି ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ଉପାଧ୍ୟକ୍ଷ ମାନସ ପାଠୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧାମନଗର ପଞ୍ଚାୟତ ସମିତି ପ୍ରାକ୍ତନ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ସାହୁ, ପୂର୍ବତନ ଜିଲାପରିଷଦ ସଭ୍ୟ ପ୍ରଦୀପ ମଲିକ, ଶରତ ମହାନ୍ତି, ପାନୀୟ ଜଳଯୋଗାଣ ଉପଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ପଣ୍ଡା, ପାଳସାହି ପଞ୍ଚାୟତ ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ୧୦୦ କୋଟି ଟଙ୍କା ଅଟକଳ ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହେବ ବୋଲି କୁହାଯାଉଛି।

ବଜରଙ୍ଗଦଳ ପ୍ରାନ୍ତ ପ୍ରଶିକ୍ଷଣ ଶିବିର

ବଜରଙ୍ଗଦଳ ପ୍ରାନ୍ତ ପ୍ରଶିକ୍ଷଣ ଶିବିର

ଧାମନଗର,୬ା୬(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଳକର ଅସୁରାଳିସ୍ଥିତ ବାବା ବୈରାଗୀ ଶିଶୁ ମନ୍ଦିର ପରିସରରେ ବଜରଙ୍ଗଦଳ ଓଡିଶା ପୂର୍ବପ୍ରାନ୍ତ ଶୌର୍ଯ୍ୟ ପ୍ରଶିକ୍ଷଣ ଶିବିର ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଦିବସରେ ବଜରଙ୍ଗଦଳ ରାଜ୍ୟ ସଂଯୋଜକ ମାନସ ମହାନ୍ତି ପୌରୋହିତ୍ୟ କରିଥିବାବେଳେ ମୁଖ୍ୟଅତିଥି ଭାବେ ଅମୃତଦର୍ଶନର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ପଣ୍ଡା, ଜିଲା ସଭାପତି ବିଜୟ ସିହ୍ନା ଏବଂ ରାଜକିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରାଷ୍ଟ୍ରର ଅଖଣ୍ଡତା, ଏକତା ଓ ସ୍ବାଭିମାନ ବଜାୟ ରଖିବା ପାଇଁ ବଜରଙ୍ଗଦଳର ସମସ୍ତ କାର୍ଯ୍ୟକର୍ତ୍ତା ବଦ୍ଧପରିକର ହେବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଓଡିଶାର ବିଭିନ୍ନ ଜିଲାରୁ ୨୦୦ରୁ ଊର୍ଦ୍ଧ୍ୱ ପ୍ରଶିକ୍ଷାର୍ଥୀ ଓ ୨୦ରୁ ଅଧିକ ପ୍ରଶିକ୍ଷକ ଯୋଗ ଦେଇଥିଲେ। ଉକ୍ତ ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ଶାରିରୀକ, ମାନସିକ ଓ ଆଧ୍ୟାତ୍ମିକ ଶକ୍ତିର ଚିନ୍ତା, ଚେତନା, ବିକାଶ ଓ ସୁରକ୍ଷା କ୍ଷେତ୍ରରେ ତାଲିମ ପ୍ରଦାନ କରାଯାଇଥିଲା। ମଙ୍ଗଳବାର ଦ୍ୱିତୀୟ ଦିବସରେ ବଜରଙ୍ଗଦଳର ରାଷ୍ଟ୍ରୀୟ ସଂଯୋଜକ ମନୋଜ ବର୍ମା ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଳିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଶିବିରକୁ ସ୍ବାଧୀନ ସୁନ୍ଦର ଦାସ, ସରୋଜ କର, ଦେବାଶିଷ ରାଉତ, ବିଭୁତି ମହାପାତ୍ର, ହରେକୃଷ୍ଣ ଯେନା ପ୍ରମୁଖ ପରିଚାଳନା କରୁଛନ୍ତି।

‘ଆସ ଶିଶୁ ପରୀଙ୍କୁ ସୁରକ୍ଷା ଦେବା’

‘ଆସ ଶିଶୁ ପରୀଙ୍କୁ ସୁରକ୍ଷା ଦେବା’

ବନ୍ତ,୬।୬(ଡି.ଏନ.ଏ.)- ଭଦ୍ରକ ଜିଲା ପୋଲିସ ପକ୍ଷରୁ ବନ୍ତଠାରେ ମଙ୍ଗଳବାର ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭଦ୍ରକ ଜିଲାପାଳ ଜ୍ଞାନ ଦାଶ ଓ ଜିଲା ଆରକ୍ଷୀ ଅଧୀକ୍ଷକ ବାତୁଳ ଗଙ୍ଗାଧର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭରେ ବିଭିିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରୀଙ୍କ ସମେତ ବିଭିନ୍ନ ମହିଳା ଓ ସାମାଜିକ ସଙ୍ଗଠନର ଶତାଧିକ ମହିଳା ଏବଂ ପୋଲିସ କର୍ମଚାରୀ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ଥାନା ପରିସରରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ମହତାବ ମଇ ବିଦ୍ୟାଳୟଠାରେ ପହଞ୍ଚତ୍ଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ‘ପରୀ ରଥ’ ସହ ପୋଲିସ କର୍ମଚାରୀମାନେ ବାଇକ ଶୋଭାଯାତ୍ରାରେ ବନ୍ତ ଥାନା ଅଞ୍ଚଳର ବିଭିନ୍ନ ବଜାର ଅଞ୍ଚଳ ପରିକ୍ରମା କରି ଲୋକଙ୍କୁ ଶିଶୁୁ ପରୀଙ୍କ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ।

ହାରମୋନିୟମରୁ ଝରୁଛି କରୁଣ ରାଗିଣୀ

ହାରମୋନିୟମରୁ ଝରୁଛି କରୁଣ ରାଗିଣୀ

ତିହିଡ଼ି,୬।୬(ଡି.ଏନ.ଏ.)- ହାରମୋନିୟମ୍‌ ଓ ତବଲା ବାଦନ ସାଙ୍ଗକୁ ସଙ୍ଗୀତ ଓ ଅଭିନୟ କଳାରେ ସେ ବେଶ୍‌ ମାହିର। ଅନେକ ଯୁବକ ତାଙ୍କୁ ଗୁରୁ ଭାବେ ଗ୍ରହଣ କରି ସଙ୍ଗୀତ, ବାଦ୍ୟଯନ୍ତ୍ର ଶିକ୍ଷା କରିଛନ୍ତି। ଜୀବନବ୍ୟାପୀ ସାଧନା ଲାଗି ତାଙ୍କୁ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ମିଳିଛି ସମ୍ବର୍ଦ୍ଧନା। ଜଣେ କଳାକାର ଭାବେ ସୁନାମ ଅର୍ଜନ କରିଥିଲେ ବି ଜୀବନର ଅପରାହ୍ନରେ ସେ ଆଜି ଅସହାୟ, ଅଲୋଡା। ବାର୍ଦ୍ଧକ୍ୟର ପୀଡା ସାଙ୍ଗକୁ ଦାରିଦ୍ର୍ୟ ଆବୋରି ବସିଛି। ଟଙ୍କିକିଆ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଦେଇଛି ଭରସା। ଆଜି ବି ସେ ହାରମୋନିୟମ ଧରି ଜୀବନ ସଙ୍ଗୀତର କରୁଣ ରାଗିଣୀରେ ଶ୍ରୋତାଙ୍କୁ ବାନ୍ଧି ରଖିଛନ୍ତି।

ମନିସ୍ପଟ ଏଟିଏମ୍‌ରୁ ଉଠାଣ ବେଳେ କାର୍ଡଧାରୀଙ୍କ ଟଙ୍କା ଗାଏବ

ମନିସ୍ପଟ ଏଟିଏମ୍‌ରୁ ଉଠାଣ ବେଳେ କାର୍ଡଧାରୀଙ୍କ ଟଙ୍କା ଗାଏବ

ବନ୍ତ,୬ା୬(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ମୁଖ୍ୟ ବଜାରରେ ଥିବା ଏକମାତ୍ର ମନି ସ୍ପଟ ଏଟିଏମରେ ବିଭିନ୍ନ କାର୍ଡଧାରୀ ମଙ୍ଗଳବାର ଟଙ୍କା ଉଠାଣ କରିବାକୁ ଯାଇ ଉଲ୍ଲେଖ କରିଥିବା ରାଶିଠାରୁ କମ୍‌ ଟଙ୍କା ବାହାରିବା ଘଟଣା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଥିରେ ଜାଲିଆତି ହୋଇଥିବା ସନ୍ଦେହ କରି କାର୍ଡଧାରୀମାନେ ସମ୍ପୃକ୍ତ ବ୍ୟାଙ୍କରେ ଅଭିଯୋଗ କରିଛନ୍ତି। ଏଟିଏମ୍‌ରେ ଏଭଳି ଘଟଣା ଘଟୁଥିବା ପ୍ରଚାରିତ ହେବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜଣେ ବ୍ୟକ୍ତି ଏଟିଏମ କାର୍ଡରେ ୧୦ ହଜାର ଟଙ୍କା ଉଠାଣ କରିଥିବା ବେଳେ ମାତ୍ର ୨ ହଜାର ଟଙ୍କା ବାହାରିଥିଲା। ଅନ୍ୟ ଦୁଇଜଣଙ୍କର ଅନୁରୂପ କମ୍‌ ଟଙ୍କା ବାହାରିଥିଲା। ଜଣେ ମହିଳା ୬ ହଜାର ଟଙ୍କା ଉଠାଣ କରିଥିବା ବେଳେ ୧୨ ଶହ ଟଙ୍କା, ଆଉ ଜଣେ ୬ ହଜାର ଟଙ୍କା ଉଠାଣ କରିଥିବା ବେଳେ ୧ ହଜାର ଟଙ୍କା ବାହାରିଥିବା କୁହାଯାଉଛି।

ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ

ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ

କପ୍ତିପଦା,୬।୬(ଡି.ଏନ.ଏ)- ୩ ଦଫା ଦାବି ପୂରଣ ନେଇ କପ୍ତିପଦା ବ୍ଲକ୍‌ ଅଧୀନ ଶରତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭୂମିହୀନ ଏକତା ମଞ୍ଚ ରାଣୀପୋଖରୀ ଶାଖା ପକ୍ଷରୁ ମଙ୍ଗଳବାର ଧାରଣା ଦିଆଯାଇଛି। ଖବର ପାଇ ଶରତ ଅତିରିକ୍ତ ରାଜସ୍ବ ନିରୀକ୍ଷକ ଜୟରାମ ହାଁସଦା ଘଟଣାସ୍ଥଳରେ ପହଞ୍ଚତ୍ ଧାରଣାକାରୀଙ୍କ ସହିତ ଆଲୋଚନା କରିଛନ୍ତି ା ଆଗାମୀ ୩ ଦିନ ମଧ୍ୟରେ ସମସ୍ତ ପ୍ରମାଣ ପତ୍ର ପ୍ରଦାନ,୨୩ ଜୁନ ସୁଦ୍ଧା ଭୂମିହୀନ ଆବେଦନକାରୀଙ୍କ ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ ଓ ଶ୍ମଶାନଘାଟ ପାଇଁ ଜମି ଚିହ୍ନଟ କରାଯିବାର ପ୍ରତିଶ୍ରୁତି ଦିଆଯିବା ପରେ ଅପରାହ୍ନରେ ଧାରଣା ପ୍ରତ୍ୟାହୃତ ହୋଇଛି ା

ବାଲି ଖାଦାନରୁ ହଟିଲା ୧୪୪ଧାରା

ବଡ଼ସାହି,୬।୬(ସ୍ବ.ପ୍ର)- ବଡ଼ସାହି ତହସିଲ ଅଧୀନରେ ଥିବା ଆରପଟା ବାଲି ସୈରାତରୁ ବେଆଇନ ବାଲି ଉତ୍ତୋଳନକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ୧୪୪ଧାରାକୁ ଉଠାଇ ଦିଆଯାଇଛି। ଏହାସହ ଲିଜଧାରୀଙ୍କୁ ୫ଲକ୍ଷ ଟଙ୍କା ଜରିମନା କରାଯାଇଛି ା ମଙ୍ଗଳବାର ଲିଜଧାରୀ ଜରିମନା ଟଙ୍କା ପଇଠ କରିବା ପରେ ବାଲି ଖାଦାନରୁ ବାଲି ଉତ୍ତୋଳନ ପାଇଁ ପରମିଟ ପ୍ରଦାନ କରାଯାଇଛି ା ହେଲେ ପୁର୍ନବାର ବାଲି ଉତ୍ତୋଳନ କରିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ପ୍ରଶାସନର ସ୍ବଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ା ଆରପଟା ବାଲି ଖାଦାନରୁ ଦିନରାତି ବେଆଇନ ଭାବେ ମେଶିନ ଯୋଗେ ବାଲି ଲୋଡିଙ୍ଗ, ନଦୀରେ ଅସ୍ଥାୟୀ ପୋଲ ନିର୍ମାଣ କରି ବାଲି ଉତ୍ତୋଳନ ଓ ପରମିଟର ଅପବ୍ୟବହାରକୁ ନେଇ ଗ୍ରାମବାସୀ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ା

ମଦ ସହ ବାଇକ୍‌ ଜବତ

ମଦ ସହ ବାଇକ୍‌ ଜବତ

ବଡ଼ସାହି,୬।୬(ସ୍ବ.ପ୍ର)-ବଡ଼ସାହି ଥାନା ହଳଦୀପଦା ଛକ ନିକଟରେ ପୋଲିସକୁ ଦେଖି ବାଇକ୍‌ରେ ମଦ ନେଇ ଯାଉଥିବା ଜଣେ ବ୍ୟକ୍ତି ବାଇକ୍‌ ଛାଡି ଫେରାର ହୋଇଯାଇଛନ୍ତି। ଏ ସମ୍ପର୍କରେ ବଡ଼ସାହି ପୋଲିସ ମାମଲା (ନଂ ୮୨/୧୮) ରୁଜୁ କରି ତଦନ୍ତ ଜାରି ରଖିଛି ା ଉକ୍ତ ବ୍ୟକ୍ତିଜଣକ ୧୦୦ ଲିଟର ମଦ ନେଇ ବଡ଼ସାହି-ମାଣତ୍ରୀ ରାସ୍ତାରେ ଯାଉଥିବା ଜଣାଯାଇଛି। ମାତ୍ର ମାଣତ୍ରୀ ପଟୁ ପୋଲିସ ଗାଡି ଆସୁଥିବା ଦେଖି ଅଭିଯୁକ୍ତ ଜଣକ ବାଇକ୍‌ ସହ ମଦକୁ ଛାଡି ଜଙ୍ଗଲକୁ ଦୌଡି ପଳାଇଥିଲେ। ପୋଲିସ ମଦ ସହ ବାଇକ୍‌(ନଂଓଡି୦୧ସି-୩୧୩୭) ଜବତ କରିଛି ା ବାଇକ୍‌ର କାଗଜପତ୍ରକୁ ଯାଞ୍ଚ କରି ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ା

ନକଲି ଆଇଏଏସ୍‌ ଅଧିକାରୀଙ୍କ କାରନାମା

ନକଲି ଆଇଏଏସ୍‌ ଅଧିକାରୀଙ୍କ କାରନାମା

ବାରିପଦା ଅଫିସ/ଖୁଣ୍ଟା(ଡି.ଏନ.ଏ.),୬।୬-ନିଜକୁ ଆଇଏଏସ୍‌ ଅଧିକାରୀ ତଥା ଉପଜିଲାପାଳ ଭାବେ ପରିଚୟ ଦେଇ ଜଣେ ବ୍ୟକ୍ତି ବେକାର ଯୁବତୀଯୁବକଙ୍କୁ ଚାକିରି ଦେବା ନଁାରେ ଲକ୍ଷାଧିକ ଟଙ୍କା ଠକି ନେବା ଭଳି ଅଭିଯୋଗ ଖୁଣ୍ଟା ଥାନାରେ ହୋଇଛି ା ସେହି ଅଭିଯୋଗକୁ ଭିତ୍ତି କରି ଭଦ୍ରକ ଜିଲା ତିହିଡି ଅଞ୍ଚଳର ରଜତ କୁମାର ପଣ୍ଡା ନାମକ ସଂପୃକ୍ତ ବ୍ୟକ୍ତିଙ୍କୁ ଖୁଣ୍ଟା ଥାନା ପୋଲିସ ଅଟକ ରଖିଛି ା ତାଙ୍କର ବିଭିନ୍ନ କାରନାମା ସମ୍ପର୍କରେ ପୋଲିସ ସୂଚନା ମିଳିଛି ା ତାଙ୍କ ନିକଟରୁ କେତେକ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଅନ୍ୟପକ୍ଷେ ଝାରପୋଖରିଆ ଥାନା ଅଞ୍ଚଳର ବହୁ ଯୁବତୀଯୁବକଙ୍କୁ ସେ ଠକିଥିବା ଅଭିଯୋଗ ମିଳିବା ପରେ ମଙ୍ଗଳବାର ସେଠାକାର ପୋଲିସ ଖୁଣ୍ଟା ଥାନାକୁ ଆସି ରଜତଙ୍କୁ ନିଜ ହେପାଜତକୁ ନେଇଛି। ଝାରପୋଖରିଆ ଅଞ୍ଚଳର ସନ୍ତୋଷ କୁମାର ମହାନ୍ତ ନାମକ ଜଣେ ଯୁବକ ଠକେଇର ଶିକାର ହୋଇଥିବା ନେଇ ମଙ୍ଗଳବାର ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ପୂର୍ବରୁ ଜଣେ ଉପଜିଲାପାଳଙ୍କ ଫେସ୍‌ବୁକ୍‌ରୁ ତଥ୍ୟ ଚୋରି କରି ସୋସିଆଲ ମିଡିଆ ଜରିଆରେ ସେ ଲୋକଙ୍କୁ ଠକି ଆସୁଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସୂଚନା ପାଇଛି। ରଜତ ଆଇଏଏସ ଅଫିସର ପରିଚୟ ଦେଇ ୨ ଯୁବତୀଙ୍କୁ ସେ ବିବାହ କରିଥିବା ପୋଲିସ କହିଛି।

ଖଇରାରେ ‘ଆମ ଗାଁ ଆମ ବିକାଶ’: ୪୪୬ ପ୍ରକଳ୍ପ ଲାଗି ଖର୍ଚ୍ଚ ହେବ ୯.୨୫କୋଟି

ଖଇରା, ୬।୬(ଡି.ଏନ.ଏ.)-ଖଇରା ବ୍ଲକରେ ‘ଆମ ଗାଁ ଆମ ବିକାଶ’ ଯୋଜନା କାର୍ଯ୍ୟକାରୀ ନିମିତ୍ତ ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମ ମଙ୍ଗଳବାର ଖଇରା ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ା ଖଇରା ବ୍ଲକର ୩୭ ପଞ୍ଚାୟତର ୪୪୬ ପ୍ରକଳ୍ପ ପାଇଁ ୯କୋଟି ୩୫ଲକ୍ଷ ୫୦ହଜାର ଖର୍ଚ୍ଚ ହେବ ବୋଲି କନଫରେନ୍ସିଂ ଜରିଆରେ ଘୋଷଣା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଉପସ୍ଥିତ ଥିବା ୫ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଏହାକୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମ ସ୍ଥଳରେ ଜିଲାପାଳ ରମେଶ ଚନ୍ଦ୍ର ରାଉତ, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରକଳ୍ପ ନିର୍ଦ୍ଦେଶକ ତ୍ରିଲୋଚନ ପ୍ରଧାନ, ଇ-ଗଭର୍ଣ୍ଣାନ୍ସ ପରିଚାଳକ ଫାଲ୍‌ଗୁନୀ ଦତ୍ତ, ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ଉପାଧ୍ୟକ୍ଷ ଜୟନ୍ତ ରାଉତ, ବିଡିଓ ମହେଶ ଚୌଧୁରୀ, ଜିପିଓ ମାୟାଧର ମଲ୍ଲିକ ତଥା ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ ା ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ନନ୍ଦୁର ସରପଞ୍ଚ ସୁରେନ୍ଦ୍ର ପ୍ରସାଦ ନାୟକଙ୍କ ସମେତ ବହୁ ପ୍ରତିନିଧି ସମାଲୋଚନା କରିଛନ୍ତି। ଏ କାର୍ଯ୍ୟକ୍ରମ ‘ଆମ ଗାଁ ଆମ ବିକାଶ’ ନ ରଖି ଯଦି ଆମ ଦଳ ଆମ ବିକାଶ ରଖାଯାଇଥାନ୍ତା ତେବେ ଭଲ ହୋଇଥାନ୍ତା। କାରଣ ଗାଇଡ଼୍‌ଲାଇନରେ ପଲ୍ଲିସଭା ଭଳି ପରମ୍ପରାକୁ ଉଚ୍ଛେଦ କରାଯାଇ ବିଭାଗୀୟ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ରଖି ନିଜ କର୍ମୀମାନଙ୍କ ଦ୍ୱାରା କାର୍ଯ୍ୟ କରାଯିବାର ବ୍ୟବସ୍ଥା କରାଯାଇଛି।

ମଦ, ମାମଲାମୁକ୍ତ ଗ୍ରାମ ଗଠନ ନେଇ ଶପଥ

ସୋର, ୬ା୬(ଡି.ଏନ.ଏ.)-ମଦ ଓ ବିଭିନ୍ନ ମକଦ୍ଦମାରୁ ନିଜକୁ ମୁକ୍ତ ରଖିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଏକ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି । ସୋର ବ୍ଲକ ଢି଼ଙ୍କିଆପଦା ଗ୍ରାମବାସୀଙ୍କୁ ନେଇ ଗୋସେଇଁ ମଠ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମଠର ପୂଜକ ରାଜଚନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିଲେ। ଗ୍ରାମର ଯୁବକ କବିନ୍ଦ୍ର ପଣ୍ଡା ଏହି ସମିତିର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ପ୍ରତି ମଦ୍ୟପାନ ଯୋଗୁ ସମାଜରେ କ୍ଷତି ଘଟାଇଥାଏ। ଏହାର ପ୍ରଭାବରେ ମଣିଷ ବିଭିନ୍ନ ପ୍ରକାର ଅପରାଧଜନିତ ଘଟଣାରେ ଶିକାର ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ମଦ୍ୟପାନ ବର୍ଜନ କରିବା ସହିତ ନିଜ ସମସ୍ୟା କୋର୍ଟ କଚେରୀକୁ ନନେଇ ନିଜେ ସମାଧାନ କରିବା ପାଇଁ ‘ଗାଦି ଗୋସେଇଁ ସମିତି’ ଗଠନ କରାଯାଇଛି । ଏହି ଅବସରରେ ଗ୍ରାମବାସୀ ଗାଦି ଗୋସେଇଁଙ୍କ ନିକଟରେ ଜଣ ଜଣ କରି ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମର ଅନନ୍ତ ବାରିକ, ସତ୍ୟରଞ୍ଜନ ଭୋଇ, ଗଙ୍ଗାଧର ରାଉତ, ଜୟନ୍ତ ପଣ୍ଡା, ମୂରଲୀଧର ବାରିକ, ସୁରେନ୍ଦ୍ର ବାରିକ, ଭରତ ଚନ୍ଦ୍ର ପଣ୍ଡା, ବୀରେନ୍ଦ୍ର ବେହେରା, ମୁକ୍ତିକାନ୍ତ ପଣ୍ଡା ରତିକାନ୍ତ ବାରିକ, ହେମନ୍ଦ୍ର ସାହୁ ଓ ରତ୍ନାକର ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା ।

ତହସିଲଦାର, ବିଡିଓଙ୍କୁ ଭେଟିଲେ ତୋଟାପଡାବାସୀ

ତହସିଲଦାର, ବିଡିଓଙ୍କୁ ଭେଟିଲେ ତୋଟାପଡାବାସୀ

ଜଳେଶ୍ୱର, ୬।୬(ସ୍ବ.ପ୍ର.)-ଜଳେଶ୍ୱର ବ୍ଲକ ଖୁଦିଆ ମାଝିସାହି ପଞ୍ଚାୟତର ତୋଟାପଡ଼ା ଗ୍ରାମର ବାସିନ୍ଦା ବିଭିନ୍ନ ଦାବି ନେଇ ତହସିଲଦାର ଓ ବିଡିଓଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ତୋଟାପଡ଼ା ଗ୍ରାମର ସରକାରୀ ଜାଗାରେ ଜବରଦଖଲ ଉଚ୍ଛେଦ ପାଇଁ ଅତିରିକ୍ତ ତହସିଲଦାର ମହେନ୍ଦ୍ର କୁମାର ବେହେରାଙ୍କୁ ଦାବିପତ୍ର ଦିଆଯାଇଛି। ଆସନ୍ତା ୭ଦିନ ମଧ୍ୟରେ ଉଚ୍ଛେଦ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ତହସିଲଦାର ପ୍ରତିଶ୍ରୁତି ଦେଇଛନ୍ତି। ଇନ୍ଦିରା ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ ବିଲ ପ୍ରଦାନରେ ଅହେତୁକ ବିଳମ୍ବ ଯୋଗୁ ୭ଦିନ ମଧ୍ୟରେ ଅନୁଧ୍ୟାନ କରି ଶୀଘ୍ର ବିଲ୍‌ ପୈଠ କରାଯିବ ବୋଲି ବିଡିଓ ନେତ୍ରାନନ୍ଦ ମଲ୍ଲିକ ପ୍ରତିଶ୍ରୁତି ଦେଇଛନ୍ତି। ଖୁଦିଆ ମାଝିସାହି ସରପଞ୍ଚ ସତ୍ୟଶୋଭନ ମିଶ୍ର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ସୁମିତ୍ରା ଦାସ ମହାପାତ୍ର, ପୂର୍ବତନ ସମିତିସଦସ୍ୟ ମାନସ ଦାସ ମହାପାତ୍ର, ସାମାଜିକ କର୍ମୀ ଗୋପାଳ ଚନ୍ଦ୍ର ସାହୁଙ୍କ ସମେତ ଗ୍ରାମବାସୀ ବିଡିଓ ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଶିଶୁ ପରୀଙ୍କ ସୁରକ୍ଷା ଲାଗି ଶପଥ

ଶିଶୁ ପରୀଙ୍କ ସୁରକ୍ଷା ଲାଗି ଶପଥ

ରେମୁଣା/ବାଲେଶ୍ୱର ଅଫିସ, ୬ା୬(ଡି.ଏନ.ଏ.)-ଶିଶୁମାନଙ୍କ ବିରୋଧରେ ହେଉଥିବା ଯୌନ ନିର୍ଯାତନ ରୋକିବା ପାଇଁ ରାଜ୍ୟ ପୋଲିସ ବିଭାଗ ୟୁନିସେଫ୍‌ ସହଯୋଗରେ ‘ପରୀ ପାଇଁ କଥାଟିଏ’ ଅଭିଯାନ ଆରମ୍ଭ କରିଛି। ପରୀ ଏକ୍ସପ୍ରେସ ମଙ୍ଗଳବାର ସକାଳେ ମୟୂରଭଞ୍ଜରୁ ବାଲେଶ୍ୱର ଜିଲାକୁ ପ୍ରବେଶ କରିଥିଲା। ପୂର୍ବାହ୍ନ ୯ଟାରେ ରେମୁଣା ବଜାର ହାତୀଆଗଣ୍ଡ ଛକ ନିକଟରେ ରଥକୁ ସ୍ବାଗତ କରାଯିବା ସହିତ ଜିଲାସ୍ତରୀୟ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ା ଜିଲାପାଳ ରମେଶ ଚନ୍ଦ୍ର ରାଉତ, ପୂର୍ବାଞ୍ଚଳ ପୋଲିସ ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଏସ୍‌ପି ବି. ଯୁଗଳ କିଶୋର କୁମାର, ରେମୁଣା ବିଡିଓ ସଞ୍ଜୟ କୁମାର ରାଉତ ପ୍ରମୁଖ ପତାକା ଦେଖାଇ ଏକ୍ସପ୍ରେସକୁ ଉଦ୍‌ଘାଟନ କରିଥିଲେ। ସ୍କୁଲ, କଲେଜ ଛାତ୍ରଛାତ୍ରୀ, ଅଙ୍ଗନଓ୍ବାଡି କର୍ମୀ, ଆଶା କର୍ମୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରା ହାତୀଆଗଣ୍ଡ ଛକରୁ ବାହାରି ମନ୍ଦିର ଛକରେ ପହଞ୍ଚିବା ପରେ ସେଠାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ା

ପଡ଼ି ଖତ ଖାଉଛି ଲକ୍ଷାଧିକ ଟଙ୍କାର ଟ୍ରଲି, ସାଇକେଲ

ପଡ଼ି ଖତ ଖାଉଛି ଲକ୍ଷାଧିକ ଟଙ୍କାର ଟ୍ରଲି, ସାଇକେଲ

ବେଲପାହାଡ଼,୫।୬(ଡି.ଏନ୍‌.ଏ.)- ବ୍ୟବହାର ହେଉ କି ନ ହେଉ ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌର ପରିଷଦର ନୂଆ ଉପକରଣ କିଣିବାର ନିଶା ଛାଡ଼ୁନାହିଁ। ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ କିଛି ନା କିଛି ଉପକରଣ କିଣାଯାଉଛି। ମାତ୍ର ଏହି ଉପକରଣଗୁଡ଼ିକ ବ୍ୟବହାର ହୋଇ ନ ପାରି ଦୀର୍ଘ ସମୟ ଧରି ଏଣେ ତେଣେ ପଡ଼ିରହୁଛି।

ଜଗନ୍ନାଥ ଦର୍ଶନ ପାଇଁ ଆସି ଫସିଗଲେ ପ୍ରବାସୀ ଭାରତୀୟ

ଜଗନ୍ନାଥ ଦର୍ଶନ ପାଇଁ ଆସି ଫସିଗଲେ ପ୍ରବାସୀ ଭାରତୀୟ

ଭୁବନେଶ୍ୱର, ୫।୬(ବ୍ୟୁରୋ)- ଆଫ୍ରିକା ମହାଦେଶର ଘାନାରୁ ଜଗନ୍ନାଥ ଦର୍ଶନ ପାଇଁ ଓଡିଶା ଆସିଥିବା ଜଣେ ପ୍ରବାସୀ ଭାରତୀୟ ନିରଜ ଚନ୍ଦନ ଏଠାରେ ଫସିଯାଇଛନ୍ତି। ବିମାନବନ୍ଦରରୁ ତାଙ୍କ ବ୍ୟାଗ୍‌ ଚୋରି ହୋଇଯାଇଛି, ଯେଉଁଥିରେ ପରିବାର ଲୋକଙ୍କ ପାସ୍‌ପୋର୍ଟ, ୩ହଜାର ୟୁରୋ, ଦୁଇଟି ଦାମୀ ଫୋନ୍‌ ଓ ଦୁଇଟି ଦାମୀ ଘଣ୍ଟା ଥିବା ସେ କହିଛନ୍ତି।

ପରୀକ୍ଷା କେନ୍ଦ୍ର ହେବ ‘ଜିରୋ କପି ଜୋନ୍‌’

ପରୀକ୍ଷା କେନ୍ଦ୍ର ହେବ ‘ଜିରୋ କପି ଜୋନ୍‌’

ଭୁବନେଶ୍ୱର, ୫।୬(ବ୍ୟୁରୋ)- ରାଜ୍ୟରେ ବିଭିନ୍ନ ସ୍କୁଲରେ ଏବେ ବି କପି ହେଉଛି। ଏହି କାରଣରୁ ଜ୍ଞାନ ନ ଥିବା ଅନେକ ପିଲା କପି କରି ମାଟ୍ରିକ ଏବଂ ଯୁକ୍ତ୨ ପାସ୍‌ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଏବେ ଆଉ କେହି କପି କରିପାରିବେ ନାହିଁ। କାରଣ ରାଜ୍ୟର ସମସ୍ତ ମାଟ୍ରିକ ଏବଂ ଯୁକ୍ତ୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।