ରାଜ୍ୟ

ନିଟ୍‌ ପରୀକ୍ଷା ପାଇଁ ଡ୍ରେସ୍‌କୋଡ୍‌ ଲାଗୁ

ନିଟ୍‌ ପରୀକ୍ଷା ପାଇଁ ଡ୍ରେସ୍‌କୋଡ୍‌ ଲାଗୁ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଆସନ୍ତା ୬ ତାରିଖରେ ହେବାକୁଥିବା ନ୍ୟାଶନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍‌ସ ଟେଷ୍ଟ(ନିଟ୍‌) ୨୦୧୮ ପରୀକ୍ଷା ପାଇଁ ସିବିଏସ୍‌ଇ ଡ୍ରେସ୍‌କୋଡ୍‌ ଲାଗୁ କରିଛି। ପରୀକ୍ଷା ପାଇଁ ବୋର୍ଡ ନୂଆ ନିର୍ଦ୍ଦେଶନାମା ଜାରି କରିଛି।

ବିମାନବନ୍ଦରରୁ ସାପ ଉଦ୍ଧାର

ବିମାନବନ୍ଦରରୁ ସାପ ଉଦ୍ଧାର

ଭୁବନେଶ୍ୱର,୧୯।୪(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର ଏକ ସାପ ଉଦ୍ଧାର ହୋଇଛି। ଏହା ଢମଣା ସାପ ବୋଲି ଜଣାପଡ଼ିଛି।

ପାଚିଲା ଧାନରେ ଚକଡା ପୋକ: ଚାଷୀ ଆତଙ୍କିତ

ପାଚିଲା ଧାନରେ ଚକଡା ପୋକ: ଚାଷୀ ଆତଙ୍କିତ

ଅତାବିରା, ୧୯।୪ (ଡି.ଏନ.ଏ)- ବରଗଡ ଜିଲା ଅତାବିରା ଓ ଭେଡେନ ବ୍ଲକରେ ଚାଷୀମାନେ ମୁଖ୍ୟତଃ ଧାନ ଫସଲକୁ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି । ଉକ୍ତ ଅଞ୍ଚଳର ଶତାକଡା ୯୫ ଭାଗ ପରିବାର ଧାନ ଚାଷକୁ ନିର୍ଭର କରିଥାନ୍ତି । ବର୍ଷକୁ ଦୁଇ ଫସଲ ଧାନ ଚାଷ ହୋଇଥାଏ । ଖରିଫ ଓ ରବି ଧାନ ଫସଲ ରବି ଋତୁ ଅପେକ୍ଷା ଖରିଫ ଋତୁରେ ଅଧିକ ଚାଷ ଜମିରେ ଧାନ ଫସଲ ହୋଇଥାଏ । ରବି ଫସଲରେ ଅଣଜଳସେଚିତ ଅଞ୍ଚଳର ଧାନ ଫସଲ ହୋଇ ନ ଥାଏ । ବର୍ତ୍ତମାନ ରବି ଧାନ ଫସଲ ଅମଳ କାର୍ଯ୍ୟ ଆରମ୍ଭ କଲେଣି । ପାଚିଲା ଓ ପରିପକ୍ବ ଅବସ୍ଥାରେ ଥିବା ଧାନ ଫସଲରେ ଚକଡା ପୋକଙ୍କ ପ୍ରାଦୁର୍ଭାବ ଦେଖାଗଲାଣି । ଚକଡା ପୋକ ଯୋଗୁ ଚାଷୀମାନେ ଆତଙ୍କିତ ହୋଇଯାଇ ବିଭିନ୍ନ କୀଟନାଶକ ଔଷଧ ଦୋକାନରୁ ବିଭିନ୍ନ କମ୍ପାନୀଗୁଡିକର ଔଷଧ ଆଣି ପ୍ରୟୋଗ କରୁଛନ୍ତି ।

ମାନସିକ ବିକୃତ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମେଡିକାଲ ଛାତରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

ମାନସିକ ବିକୃତ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମେଡିକାଲ ଛାତରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡ଼ା ଅଫିସ,୧୯।୪: ଜିଲା ମୁଖ୍ୟ ଚିକିତ୍ସାଳୟ ଛାତ ଉପରେ ଚଢ଼ି ଜଣେ ମାନସିକ ବିକୃତ ଯୁବକ ଗୁରୁବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୂର୍ବତନ କାଉନ୍‌ସିଲର ହିରଣ୍ୟ କୁମାର ପଣ୍ଡାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ତାଙ୍କୁ ଉଦ୍ଧାର କରାଯାଇ ପାରିଛି।

ବେଆଇନ ଗୋ-ଚାଲାଣ: ୮ ଗିରଫ

ବେଆଇନ ଗୋ-ଚାଲାଣ: ୮ ଗିରଫ

କଟକ ଅଫିସ,୧୯।୪: ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରୁ ଗୁରୁବାର ୭୫ ଗୋରୁ ବୋଝେଇ ଏକ କଣ୍ଟେନରକୁ ପୋଲିସ ଜବତ କରିଛି। ଏହି ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି।

ନିରଞ୍ଜନ ପଟ୍ଟନାୟକ ହେଲେ ପିସିସି ସଭାପତି

ନିରଞ୍ଜନ ପଟ୍ଟନାୟକ ହେଲେ ପିସିସି ସଭାପତି

ଭୁବନେଶ୍ୱର, ୧୯।୪(ବ୍ୟୁରୋ): ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ନିଯୁକ୍ତ ହୋଇଛନ୍ତି। ତାଙ୍କୁ ନିଯୁକ୍ତି କରିଛନ୍ତି ଏଆଇସିସି ହାଇକମାଣ୍ଡ ରାହୁଲ ଗାନ୍ଧୀ। ସେହିପରି ନବ କିଶୋର ଦାଶ, ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କୁ ପିସିସିର କାର୍ଯ୍ୟକାରୀ ସଭାପତି ମଧ୍ୟ କରାଯାଇଛି।

ଝରିଗାଁ ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩୪ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା

ଝରିଗାଁ ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩୪ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା

ନବରଙ୍ଗପୁର ଅଫିସ,୧୯।୪: ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ସାମିଲ ହୋଇଛି ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ। ସଦର ମହକୁମାଠାରେ ଅନୁଷ୍ଠିତ ଭିଡିଓ କନ୍‌ଫରେନ୍ସିଂ ଜରିୟାରେ ଗୁରୁବାର ସରପଞ୍ଚ ଅଗନ୍ତା ପ୍ବବାରା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ।

ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ, ୧୯।୪(ଡି.ଏନ.ଏ)-ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ଥିବା ମହାରାଜ ସାଗର ପୋଖରୀରେ ଗୁରୁବାର ସକାଳେ ବୁଡ଼ି ସ୍ଥାନୀୟ ସର୍ଗିଗୁଡା କାଳିମନ୍ଦିର ପଡାର ଦେବ ଭୋଇ (୪୫)ଙ୍କ ମୃତ୍ୟୁ ଘଟିଛି। ମହାରାଜ ସାଗର ପୋଖରୀର ପୁନରୁଦ୍ଧାର ପାଇଁ ଜଳ ନିଷ୍କାସନ କରାଯାଇଥିବାବେଳେ ଚାରି କଡରେ ଛୋଟବଡ ଚହ୍ଲା ମାନ ଖୋଳାଯାଇଛି। ଚହ୍ଲାରେ ପାଣି ମଧ୍ୟ ବିଶେଷ ନାହିଁ। ଏମିତିରେ ଯୁବକ ଜଣକ ଗୋଡ ଖସି ବୁଡି ଯାଇଥିବା ଅନୁମାନ କରାଯାଉଛି। ତାଙ୍କର ପିତା ଓ ଏକ ମାତ୍ର ବଡଭାଇ ମଧ୍ୟ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି। ଘରେ ବିଧବା ମା, ଭାଉଜ ତଥା ଦୁଇ ଝିଅ ଅଛନ୍ତି। ଉକ୍ତ ପରିବାର ବେସାହାରା ହୋଇପଡ଼ିଥିବାରୁ ସରକାରୀ ସହାୟତା ବ୍ୟବସ୍ଥା ପାଇଁ ସାଧାରଣରେ ଦାବି ହୋଇଛି।

ଚାଲିଛି ବେଆଇନ ଇଟାଭାଟି, କ୍ଷତିରେ ଫ୍ଳାଏଆଶ କମ୍ପାନୀ : ଜିଲାପାଳଙ୍କୁ ଭେଟିଲେ ଫ୍ଳାଏଆଶ ମାଲିକ ସଂଘ

ଚାଲିଛି ବେଆଇନ ଇଟାଭାଟି, କ୍ଷତିରେ ଫ୍ଳାଏଆଶ କମ୍ପାନୀ : ଜିଲାପାଳଙ୍କୁ ଭେଟିଲେ ଫ୍ଳାଏଆଶ ମାଲିକ ସଂଘ

ସମ୍ବଲପୁର,୧୯।୪(ବ୍ୟୁରୋ)- ସମ୍ବଲପୁର ଜିଲା ଫ୍ଲାଏଆଶ ମାଲିକ ସଂଘ ଗୁରୁବାର ବିଭିନ୍ନ ସମସ୍ୟା ନେଇ ଜିଲାପାଳ ସମର୍ଥ ବର୍ମାଙ୍କୁ ଭେଟିଛନ୍ତି। ଏବେ କମ୍ପାନୀ ବିପଦରେ ଗତି କରୁଛି। ପ୍ରଶାସନିକ ସ୍ତରରେ ସାହାଯ୍ୟ ନ କଲେ ଜିଲାରେ ଥିବା ୮୬ କମ୍ପାନୀ ବନ୍ଦ ହୋଇଯିବ। ଏଥିରେ ସ୍ଥାୟୀ ଓ ଅସ୍ଥାୟୀ ଭାବେ ୧୦ ହଜାରରୁ ଅଧିକ ଶ୍ରମିକ ଜୀବନ ଜୀବକା ହରାଇବେ। ତେଣୁ ଜିଲାପାଳ ଏଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅନୁରୋଧ କରିଛନ୍ତି। ଜିଲାପାଳ ବର୍ମା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅଭିଯୋଗ କ୍ରମେ ଜିଲାର ସମସ୍ତ ତହସିଲ ଅଧିନରେ ବେଆଇନ ଭାବେ ମାଟି ଇଟା ଭାଟି ରହିଛି। ବେଆଇନ ଭାବେ ସେମାନେ କାଠ ଓ ଲୁହାପଥର କିଣି ଇଟା ପ୍ରସ୍ତୁତି କରୁଛନ୍ତି। ଫଲରେ କମ ଦରରେ ବିକ୍ରି କରିବାରୁ ବଜାର ନିୟନ୍ତ୍ରଣ ରହୁନାହିଁ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ମାଟି ଇଟା ବନ୍ଦ କରିବାର ନିର୍ଦ୍ଦେଶ ରହିଛି। ଏଥିପାଇଁ ଜିଲାପ୍ରଶାସନ ଓ ପ୍ରଦୂଷଣ ବୋର୍ଡ ବିଭିନ୍ନ ସ୍ଥାନରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।

ବଡ଼ବିଲ ଜେଏମ୍‌ଏଫ୍‌ସି କୋର୍ଟରେ ଠକେଇ ମାମଲାର ରାୟ ପ୍ରକାଶ

ବଡ଼ବିଲ,୧୯।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଜେଏମ୍‌ଏଫ୍‌ସି କୋର୍ଟରେ ଠକେଇ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ବିଚାରପତି ଆଲୋକ ପଣ୍ଡା ରାୟ ଶୁଣାଇଛନ୍ତି। ଚମ୍ପୁଆ ଥାନା ରରୁଆଁଗୋଡ଼ା ଗ୍ରାମର ଶଙ୍ଖାଳି ଓରଫ ଦିଲୀପ ପ୍ରଧାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ବୋଲେରୋ ଧକ୍କାରେ ଯୁବକ ମୃତ

ବୋଲେରୋ ଧକ୍କାରେ ଯୁବକ ମୃତ

ବରଗଡ଼ ଅଫିସ, ୧୯।୪-ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ୬ନଂ ଜାତୀୟ ରାଜପଥର ମଧୁପୁର ନିକଟରେ ଗୁରୁବାର ଦିନ ୧ଟା ବେଳେ ବୋଲେରୋ ଧକ୍କାରେ ସୁରେନ୍ଦ୍ର ମଲ୍ଲିକ (୪୫) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ସୋହେଲା ଥାନା ଖଇରପାଲିରେ। ମଧୁପୁର ନିକଟରେ ସେ ଜାତୀୟ ରାଜପଥ ପାରି ହେଉଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଷ୍ଟଶମ୍ଭୁ ଫିଲିଂ ଷ୍ଟେଶନ ଉପରେ ଚଢ଼ାଉ

ଅଷ୍ଟଶମ୍ଭୁ ଫିଲିଂ ଷ୍ଟେଶନ ଉପରେ ଚଢ଼ାଉ

ଜଗତସିଂହପୁର ଅଫିସ, ୧୯।୪- ଗୁରୁବାର ବିରିଡି ବ୍ଲକ ଅନ୍ତର୍ଗତ ହାଜିପୁରଠାରେ ଥିବା ଅଷ୍ଟଶମ୍ଭୁ ଫିଲିଂ ଷ୍ଟେଶନ ଉପରେ ବିଡିଓ ପରେଶ କୁମାର ନାୟକ ଓ ଯୋଗାଣ ନିରୀକ୍ଷକ ମୋଟିରାମ ଦାସ ଚଢ଼ାଉ କରିଥିଲେ।

ଆରମ୍ଭ ହେଲା ରଥ ନିର୍ମାଣ

ଆରମ୍ଭ ହେଲା ରଥ ନିର୍ମାଣ

ପୁରୀ ଅଫିସ,୧୯।୪: ଆସନ୍ତା ଜୁଲାଇ ୧୪ରେ ରଥଯାତ୍ରା। ଏଥିପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପାରମ୍ପରିକ ବିଧି ଅନୁଯାୟୀ ବୁଧବାର ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା।

ନାରାୟଣପାଟଣାରେ   ମାଓବାଦୀ ବିରୋଧି ପୋଷ୍ଟର

ନାରାୟଣପାଟଣାରେ ମାଓବାଦୀ ବିରୋଧି ପୋଷ୍ଟର

କୋରାପୁଟ/ ଜୟପୁର,୧୯।୪(ସ୍ବ.ପ୍ର/ ନି.ପ୍ର.)- କୋରାପୁଟ ଜିଲା ନାରାୟଣପାଟଣା ସଦର ମହକୁମ୍ମାରେ ବିଭିନ୍ନ ସ୍ଥାନରେ ଗୁରବାର ସକାଳେ ମାଓବାଦୀ ବିରୋଧି ପୋଷ୍ଟରମାନ ମରାଯାଇଛି। ହିଂସାମୁକ୍ତ ଓଡିଶା ଅଭିଯାନ ନାମରେ ଓଡିଆରେ ଲେଖାଯାଇଥିବା ଏହି ପୋଷ୍ଟରରେ ବିନା କାରଣରେ ମାଓବାଦୀମାନେ ନାରାୟଣପାଟଣାରେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି ବୋଲି ଉଲ୍ଲେଖ ରହିଛି। ‘ବହୁତ ହୋଇଗଲା ଆଉ ନୁହେଁ, ମାଓବାଦୀ ତୁମେ ନାରାୟଣପାଟଣା ଓ ବନ୍ଧୁଗାଁ ଛାଡ’, ‘ମାଓବାଦୀ ଜୋନାଲ କମିଟି ମୁର୍ଦାବାଦ’ ଓ ‘ମାଓବାଦୀ ମୁର୍ଦାବାଦ’ ବୋଲି ଉକ୍ତ ପୋଷ୍ଟରରେ ଲେଖାଯାଇଛି।

୧୬ରୁ ଖୋଲିଛି ଜଗମୋହନ: ହାଇକୋର୍ଟରେ ସତ୍ୟପାଠ ଦାଖଲ

୧୬ରୁ ଖୋଲିଛି ଜଗମୋହନ: ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ ଅଫିସ,୧୯।୪: ଶ୍ରୀମନ୍ଦିର ଜଗମୋହନ ପ୍ରସଙ୍ଗରେ ଗୁରୁବାର ହାଇକୋର୍ଟରେ ଶୁଣାଣି ହୋଇଥିଲା। ଗତ ୧୬ ତାରିଖରୁ ଜଗମୋହନ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଛି।

ଯୌତୁକ ଦାବିରେ ହତ୍ୟା ଉଦ୍ୟମ ଘଟଣା: ପୀଡ଼ିତା ମହିଳା କମିଶନଙ୍କ ଦ୍ୱାରସ୍ଥ

ଯୌତୁକ ଦାବିରେ ହତ୍ୟା ଉଦ୍ୟମ ଘଟଣା: ପୀଡ଼ିତା ମହିଳା କମିଶନଙ୍କ ଦ୍ୱାରସ୍ଥ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ଓଚିନ୍ଦା ଗ୍ରାମର ବିମଳା ଭାରତୀ ନାମ୍ନୀ ଜଣେ ମହିଳାଙ୍କୁ ଅଧିକ ଯୌତୁକ ଦାବିକରି ପୋଡ଼ି ହତ୍ୟା ଉଦ୍ୟମ କରାଯିବା ନେଇ ପୀଡ଼ିତା ଗୁରୁବାର ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୁନ୍ଦରଗଡ଼ରେ ପିଡ଼ିଏସ୍‌ ସାମଗ୍ରୀ ପାଉଥିବା ଖାଉଟିଙ୍କ ରାସ୍ତାଅବରୋଧ, ଧାରଣା

ସୁନ୍ଦରଗଡ଼ରେ ପିଡ଼ିଏସ୍‌ ସାମଗ୍ରୀ ପାଉଥିବା ଖାଉଟିଙ୍କ ରାସ୍ତାଅବରୋଧ, ଧାରଣା

ସୁନ୍ଦରଗଡ଼, ୧୯।୪(ଡି.ଏନ.ଏ.) -ସୁନ୍ଦରଗଡ଼ ସହରରେ ପିଡ଼ିଏସ୍‌ ସାମଗ୍ରୀ ପାଉଥିବା ଖାଉଟିମାନେ ଗୁରୁବାର ସକାଳ ସାଢେ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଡ଼ିଆରଡ଼ିଏ ଛକରେ ଧାରଣା ଦେବା ସହ ରାସ୍ତା ଅବରୋଧ କରିଥିଲେ। ଫଳରେ ସହରକୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଉଟିମାନଙ୍କୁ ଦିଆଯାଉଥିବା ଚିନି, ଚାଉଳ, କିରୋସିନ ମୈତ୍ରୀ ଅନୁଷ୍ଠାନ ମାଧ୍ୟମରେ ଦିଆଯାଉଥିଲା। ସୁନ୍ଦରଗଡ଼ ସହରରେ ଡ଼େଙ୍ଗୀଭାଟି, ଶଙ୍କରା, ବ୍ରାହ୍ମଣପଦାରେ ମୈତ୍ରୀ ଅନୁଷ୍ଠାନ ରହିଛି। ଏହି ୩ଟି ଅନୁଷ୍ଠାନ ଅଧିନରେ ୧୮ ହଜାର ଖାଉଟି ରହିଛନ୍ତି। ମାତ୍ର ଗତ ୬ ତାରିଖରୁ ଏହି ୩ଟି ମୈତ୍ରୀ ଅନୁଷ୍ଠାନକୁ ଯୋଗାଣ ବିଭାଗ ପକ୍ଷରୁ ବନ୍ଦ କରାଯାଇଛି। ଖାଉଟିଙ୍କୁ ଡ଼ିଲରଙ୍କ ଜରିଆରେ ପିଡ଼ିଏସ ସାମଗ୍ରୀ ଦେବାର ବ୍ୟବସ୍ଥା କରାଯାଇଛି। ଏହାକୁ ବିରୋଧ କରି ପୂର୍ବଭଳି ମୈତ୍ରୀ ଜରିଆରେ ଖାଉଟି ସାମଗ୍ରୀ ଦେବା ଦାବିରେ ୫ଶହୁ ଊର୍ଦ୍ଧ୍ୱ ଖାଉଟି ଆନ୍ଦୋଳନ କରିଥିଲେ। ମଧ୍ୟାହ୍ନ ୧୨ଟାରେ ଖାଉଟିମାନେ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ନାବାଳିକା ବଳାତ୍କାର ଘଟଣା: ଥାନା, ପୋଲିସ ଗାଡ଼ି ଭଙ୍ଗାରୁଜା; ପୋଲିସର ଟିୟର ଗ୍ୟାସ ପ୍ରୟୋଗ

ନାବାଳିକା ବଳାତ୍କାର ଘଟଣା: ଥାନା, ପୋଲିସ ଗାଡ଼ି ଭଙ୍ଗାରୁଜା; ପୋଲିସର ଟିୟର ଗ୍ୟାସ ପ୍ରୟୋଗ

ଠାକୁରମୁଣ୍ଡା,୧୯।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡାରେ ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ସ୍ଥାନୀୟ ଲୋକେ ଗୁରୁବାର ସକାଳ ୬ଟାରୁ ଠାକୁରମୁଣ୍ଡା-କରଞ୍ଜିଆ-ଆନନ୍ଦପୁର ରାସ୍ତାକୁ ମେଡିକାଲ ଛକଠାରେ ଟାୟାର ଜାଳି ଅବରୋଧ କରିଥିଲେ। ପରେ ପୂର୍ବାହ୍ନ ୧୦ଟାରେ ଠାକୁରମୁଣ୍ଡା ଥାନା ଘେରାଉ କରିଥିଲେ।

ପକ୍ଷୀଙ୍କ ପାଇଁ ଚିନ୍ତା: ଗଛରେ ଝୁଲୁଛି ମାଟିପାତ୍ର

ପକ୍ଷୀଙ୍କ ପାଇଁ ଚିନ୍ତା: ଗଛରେ ଝୁଲୁଛି ମାଟିପାତ୍ର

ପୁରୀ ଅଫିସ,୧୯।୪ : ପ୍ରଚଣ୍ଡ ଖରାରେ ଜଳୁଛି ସହର। ସକାଳ ୮ଟା ପରଠାରୁ ଖରାର ତାତି ଅସହ୍ୟ ହେଉଛି। ବାହାରକୁ ବାହାରିବାକୁ ଇଚ୍ଛା କରୁନି ମଣିଷ। ଏଭଳି ସ୍ଥଳେ ପଶୁପକ୍ଷୀଙ୍କ ସ୍ଥିତି ଅଧିକ ସଙ୍ଗୀନ ହୋଇପଡୁଛି। ବିଶେଷ କରି ଜଳାଭାବ ସେମାନଙ୍କ ପାଇଁ ପ୍ରମୁଖ ସମସ୍ୟା ପାଲଟିଛି।

ରାହୁଲଙ୍କୁ ଭେଟିଲେ ଓଡ଼ିଶା କଂଗ୍ରେସ ନେତା

ରାହୁଲଙ୍କୁ ଭେଟିଲେ ଓଡ଼ିଶା କଂଗ୍ରେସ ନେତା

ଭୁବନେଶ୍ୱର,୧୯।୪(ବ୍ୟୁରୋ): କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବାସଭବନଠାରେ ଗୁରୁବାର ପହଞ୍ଚିଛନ୍ତି ଓଡ଼ିଶା କଂଗ୍ରେସର କେତେଜଣ କଂଗ୍ରେସ ନେତା। ରାଜ୍ୟ କଂଗ୍ରେସର ସାଙ୍ଗଠନିକ ସ୍ଥିତିକୁ ନେଇ ରାହୁଲ ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ ଆରମ୍ଭ କରିଛନ୍ତି।

୩୬ ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରି

୩୬ ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରି

ଭୁବନେଶ୍ୱର, ୧୯।୪(ବ୍ୟୁରୋ)- ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବିଭିନ୍ନ ଗ୍ରାମ ପଞ୍ଚାୟତରେ ୩୬ଟି ପ୍ରକଳ୍ପ ସକାଶେ ସରପଞ୍ଚମାନେ ଦେଇଥିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏଥିପାଇଁ ୧କୋଟି ୩୬ଲକ୍ଷ ଟଙ୍କା ବ୍ୟୟ କରାଯିବ। ନବରଙ୍ଗପୁର ଜିଲାର ଝରିଗାଁ ପଞ୍ଚାୟତ, ସୋନପୁର ଜିଲାର ହିଲୁଙ୍ଗା ପଞ୍ଚାୟତ, ମୟୁରଭଞ୍ଜ ଜିଲାର ସାନଖୁଣ୍ଟା ଓ ନୟାଗଡ ଜିଲାର କୋରଡ଼ା ପଞ୍ଚାୟତରେ ଏହି ପ୍ରକଳ୍ପ କାର୍ଯ୍ୟକରୀ ହେବ।

ବିଧାନ ସଭାରେ ଏଟିଏମ୍‌ ପ୍ରସଙ୍ଗ

ବିଧାନ ସଭାରେ ଏଟିଏମ୍‌ ପ୍ରସଙ୍ଗ

ଭୁବନେଶ୍ୱର, ୧୯।୪(ବ୍ୟୁରୋ)- ରାଜ୍ୟର ବିଭିନ୍ନ ଏଟିଏମ୍‌ରେ ଟଙ୍କା ଅଭାବ ନେଇ ଗୁରୁବାର ବିଧାନସଭାରେ ଶାସକ ଓ ବିରୋଧୀ ଦଳଗୁଡିକ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ବିଭିନ୍ନ ବ୍ୟାଙ୍କ ଏଟିଏମ୍‌ରୁ ନଗଦ ଅର୍ଥ ବାହାରୁ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସଦସ୍ୟମାନେ ଶୂନ୍ୟକାଳ ସମୟରେ ପ୍ରକାଶ କରିବା ସହ ଏ ନେଇ ଅର୍ଥ ମନ୍ତ୍ରୀଙ୍କଠାରୁ ରିପୋର୍ଟ ଆହ୍ବାନ କରିଛନ୍ତି।

ସବୁ ବ୍ଲକରେ ହେବ ଏସ୍‌ଡିଜେଏମ୍‌ କୋର୍ଟ

ଭୁବନେଶ୍ୱର, ୧୯।୪(ବ୍ୟୁରୋ)- ରାଜ୍ୟର ସମସ୍ତ ୩୧୪ ବ୍ଲକରେ ୨୦୨୦ ସୁଦ୍ଧା ଏସ୍‌ଡିଜେଏମ୍‌/ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ହେବ। ଗୁରୁବାର ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବ୍ଲକ ଗୁଡିକରେ କୋର୍ଟ ପ୍ରତିଷ୍ଠା ପକ୍ରିୟା ୨୦୧୪-୧୫ରୁ ଆରମ୍ଭ ହୋଇଯାଇଛି।

ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଉପଲକ୍ଷେ କଳସ ଯାତ୍ରା

ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଉପଲକ୍ଷେ କଳସ ଯାତ୍ରା

ପୁରୀ ଅଫିସ,୧୯।୪ : ଭଗବତ୍‌ ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ୨୫୨୫ ତମ ଜୟନ୍ତୀ ଉତ୍ସବ ଗୋବର୍ଦ୍ଧନ ମଠ ପରିସରରେ ପାଳିତ ହେଉଛି। ଏହି ଉପଲକ୍ଷେ ଗୁରୁବାର ସକାଳେ ଧାର୍ମିକ ଶୋଭାଯାତ୍ରା ସହ ଶ୍ରୋତ୍ରୀୟ ବ୍ରାହ୍ମଣମାନେ ପବିତ୍ର ଶ୍ୱେତଗଙ୍ଗାରେ ଗଙ୍ଗା ପୂଜନ କରିଥିଲେ। ପରେ ଜଳ ଉତ୍ତୋଳନ କରି କଳସ ଶୋଭାଯାତ୍ରାରେ ଗୋବର୍ଦ୍ଧନ ମଠରେ ପହଞ୍ଚତ୍ଥିଲେ।