ରାଜ୍ୟ

କିମ୍ସରେ ଓଡ଼ିଶାର ପ୍ରଥମ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର, ୭।୬(ବ୍ୟୁରୋ)- କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (କିମ୍ସ)ରେ ବିରଳ ହୃଦ୍‌ରୋଗ ଅସ୍ତ୍ରୋପଚାର କରାଯାଇଛି। ବିନା ଓପନ ହାର୍ଟ ସର୍ଜରିରେ ଜଣେ ୭୨ ବର୍ଷୀୟା ମହିଳାଙ୍କର ଭାଲ୍‌ଭ ପ୍ରତିରୋପଣ କରାଯାଇଛି।

ଛାତ୍ରଙ୍କ ଆତ୍ମହତ୍ୟା

ଛାତ୍ରଙ୍କ ଆତ୍ମହତ୍ୟା

ଚନ୍ଦ୍ରଶେଖରପୁର, ୭।୬(ଡି.ଏନ୍‌.ଏ.)- ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଭିଆଇଏମ୍‌ କଲୋନୀରେ ରହୁଥିବା ଚିତ୍ତରଞ୍ଜନ ରାଉତଙ୍କ ପୁଅ ଧନଞ୍ଜୟ (୨୨) ବୁଧବାର ସନ୍ଧ୍ୟାରେ ଘରେ ଆତ୍ମହତ୍ୟା କରିଛନ୍ତି। ସେ ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଏକ ଘରୋଇ କଲେଜରେ ବିସିଏ ତୃତୀୟ ବର୍ଷର ଛାତ୍ର। ଘରେ କେହି ନ ଥିବାବେଳେ ଏହି ଘଟଣା ଘଟିଥିଲା।

‘ପାଟଣାଗଡ଼’ର ପୋଷ୍ଟର ରିଲିଜ୍‌

ଭୁବନେଶ୍ୱର, ୭।୬(ବ୍ୟୁରୋ)- ପରଦାରେ ଦେଖିବାକୁ ମିଳିବ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା। ଏହି ଘଟଣାକୁ ନେଇ ନିର୍ମିତ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’ର ପୋଷ୍ଟର ବୁଧବାର ରିଲିଜ୍‌ ହୋଇଛି। ଏଥିରେ କ୍ରାଇମବ୍ରାଞ୍ଚ ଆଇଜି ଭୂମିକାରେ ପରଦାକୁ ଆସିବେ ବହୁ ଚର୍ଚ୍ଚିତ ବଲିଉଡ଼ ଅଭିନେତା ଅତୁଲ କୁଲ୍‌କର୍ଣ୍ଣୀ।

ଅବନୀ ବରାଳ ଜଣେ ଅବିସ୍ମରଣୀୟ ବ୍ୟକ୍ତିତ୍ୱ

ଭୁବନେଶ୍ୱର, ୭ା୬ (ବ୍ୟୁରୋ)- ଶିକ୍ଷକ ନେତା ଅବନୀ ବରାଳଙ୍କ ୮୪ତମ ଜୟନ୍ତୀ ଭୁବନେଶ୍ୱରସ୍ଥିତ ଇଡ୍‌କଲ ଅଡିଟୋରିୟମରେ ପାଳିତ ହୋଇଯାଇଛି। ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ପକ୍ଷରୁ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ସଭାପତି ଦାଶରଥି ନାୟକ ଅଧ୍ୟକ୍ଷତା କରିଥିଲେ।

ପଥର ବ୍ଲାଷ୍ଟିଂ ଯୋଗୁ କାନ୍ଥରେ ଫାଟ

ପଥର ବ୍ଲାଷ୍ଟିଂ ଯୋଗୁ କାନ୍ଥରେ ଫାଟ

ଟିକିରି, ୭ା୬- ରାୟଗଡ଼ା ଜିଲା କାଶୀପୁର ବ୍ଲକ ଡୁଡୁ କାବାୟଲ ପଞ୍ଚାୟତ ତୋଟାଗୁଡା ଛକ ଏବଂ ଦୁଡୁକା ବାହାଲ ଗ୍ରାମର କିଛି ଲୋକଙ୍କ କାନ୍ଥରେ ଫାଟ ଦେଖାଦେଇଛି। ତୋଟାଗୁଡା ନିକଟରେ ପଥର କ୍ୱାରି ଥିବାବେଳେ ରେଲଓ୍ବେ ପକ୍ଷରୁ ପଥର ଫଟାଇବା ପାଇଁ ବିସ୍ପୋରକ ବ୍ୟବହାର କରାଯାଉଛି।

ପାଣି ସମସ୍ୟା ଘେରରେ ଡଙ୍ଗାସିଲ ପଞ୍ଚାୟତ

ଟିକିରି,୭ା୫- ରାୟଗଡ଼ା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ସଦରସ୍ଥିତ ପାନୀୟ ଜଳ ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ହୋଇ ପଡିଛି। ଫଳରେ ଲୋକେ ପାନୀୟ ଜଳ ପାଇବା ପାଇଁ ବିଭିନ୍ନଅସୁବିଧା ଭୋଗୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଡଙ୍ଗାସିଲଠାରେ ସ୍ବଜଳ ଧାରା ଯୋଜନାରେ ଆଜକୁ ପ୍ରାୟ ପାଞ୍ଚବର୍ଷ ହେଲା ପାନୀୟ ଏକ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି।

ଷ୍ଟାମ୍ପ ପେପର, କୋର୍ଟ ଫି ଷ୍ଟାମ୍ପ ଅଭାବ

ବରଙ୍ଗପୁର, ୭ା୬ (ବି.ପ୍ର.)- ନବରଙ୍ଗପୁର ସହରରେ କମ ମୂଲ୍ୟର କୋର୍ଟ ଫି ଷ୍ଟାମ୍ପ ଓ ନନ୍‌ଜୁଡିସିଆଲ ଷ୍ଟାମ୍ପ ପେପରର ଘୋର ଅଭାବ ଦେଖା ଦେଇଛି ା ତେଣୁ କୋର୍ଟ କଚେରୀ ଓ ବିଭିନ୍ନ ଅଫିସ କାର୍ଯ୍ୟ ଗୁଡିକରେ ଓକିଲ, ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ ଅଦାଲତରେ ୪ଶହରୁ ଅଧିକ ପିଟିସନ ଦାଖଲ ହେଉଛି

କୋରାପୁଟ ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା:୭୦% ସରିଛି, ଆରମ୍ଭ ହୋଇନାହିଁ ଅବଶିଷ୍ଟ

କୋରାପୁଟ,୭ା୬(ସ୍ବ.ପ୍ର.) କୋରାପୁଟ ଜିଲାବାସୀଙ୍କୁ ଗୃହ ଯୋଗାଇବା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ କୁଡିଆ ଯୋଜନା ଆଦି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଏଥିରେ ଧାର୍ଯ୍ୟ ଲକ୍ଷ୍ୟ ଶତ ପ୍ରତିଶତ ପୂରଣ ହୋଇପାରୁ ନାହିଁ। ୨୦୧୭-୧୮ ବର୍ଷରେ ଆସିଥିବା ଲକ୍ଷ୍ୟ ଭିତରୁ ୭୦ ପ୍ରତିଶତ ଆବାସ ଗୃହ

ବିଜୁଳି ଆଲୁଅ ଏଠି ସାତ ସପନ: ଅନ୍ଧାରରେ ଚନ୍ଦ୍ରପୁର ବ୍ଲକ ବିଜାପୁର ପଞ୍ଚାୟତ ୩ଗାଁ

ବିଜୁଳି ଆଲୁଅ ଏଠି ସାତ ସପନ: ଅନ୍ଧାରରେ ଚନ୍ଦ୍ରପୁର ବ୍ଲକ ବିଜାପୁର ପଞ୍ଚାୟତ ୩ଗାଁ

ଚନ୍ଦ୍ରପୁର, ୭ ।୬(ଡି.ଏନ୍‌.ଏ.)-ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ବିଜାପୁର ପଞ୍ଚାୟତର ୩ ଗାଁ ବର୍ତ୍ତମାନ ସୁଦ୍ଧା ଅନ୍ଧାର। ଏବେ ମଧ୍ୟ ଝାଡବନ୍ଧ, ମାଣ୍ଡିଆ ପଟ୍ଟାଳ, ବୁରୀଗୁଡା ଗାଁ ଲୋକଙ୍କ ପାଖରେ ଅପହଞ୍ଚ ବିଦ୍ୟୁତ ସେବା। ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଆମ ପାଇଁ ବିଜୁଳି ଆଲୁଅ ସ୍ବପ୍ନ ବୋଲି କହିଛନ୍ତି ଝାଡବନ୍ଧ ଗାଁର ପ୍ରଦୀପ ବଳିଆର ସିଂ, ପ୍ରକାଶ ବଳିଆର ସିଂ

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର, ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର, ଅଭିଯୁକ୍ତ ଗିରଫ

ମନମୁଣ୍ଡା, ୬।୬ (ଡି.ଏନ.ଏ) ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାଗଡିଆର ଜଣେ ନାବାଳିକା (୧୬)ଙ୍କୁ ଅପହରଣ କରି ବଳାତ୍କାର କରିବା ଅଭିଯୋଗରେ ପୋଲିସ ମଙ୍ଗଳବାର ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସେହି ଗ୍ରାମର ସନ୍ତୋଷ ପ୍ରଧାନ (୨୫) । ପୋଲିସ ଉଭୟଙ୍କ ଡାକ୍ତରୀ ମାଇନା କରିଛି ।

ଗୁଣପୁରରେ ପରୀ ଏକ୍ସପ୍ରେସକୁ  ସ୍ବାଗତ

ଗୁଣପୁରରେ ପରୀ ଏକ୍ସପ୍ରେସକୁ ସ୍ବାଗତ

ଗୁଣପୁର, ୬ା୬(ଡି.ଏନ.ଏ)-ଶିଶୁ ଯୌନ ନିର୍ଯାତନା ଉପରେ ରୋକ ଲଗାଇବାକୁ ହେଲେ ଲୋକେ ସଚେତନ ହେବା ଆବଶ୍ୟକ। ଲୋକଙ୍କୁ ସଚେତନ କରାଇବାକୁ ବାହାରିଥିବା ପରୀ ଏକ୍ସପ୍ରେସକୁ ଗୁଣପୁରରେ ବୁଧବାର ଜୋରଦାର ସ୍ବାଗତ କରାଯାଇଛି। ୱୋର ହାଉସ ଗୋଦାମଠାରେ ସହରର ମାନ୍ୟଗନ୍ୟ ବ୍ୟକ୍ତି, ଲୋକ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନେ ଏହାର ସ୍ବାଗତ କରିଥିଲେ।

ପରୀ ରଥ ପାଇଁ ସମୀକ୍ଷା

ପରୀ ରଥ ପାଇଁ ସମୀକ୍ଷା

ଭଞ୍ଜନଗର,୬।୬(ଡି.ଏନ.ଏ.)-ନାବାଳିକା ନିର୍ଯାତନା ରୋକିବା ପାଇଁ ୟୁନିସେଫ ସହଯୋଗରେ ଓଡ଼ିଶା ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସଚେତନତା ଉଦ୍ଦେଶ୍ୟରେ ବାହାରିଥିବା ପରୀ ରଥ ରାଜ୍ୟର ବିଭିନ୍ନ ଅଞ୍ଚଳ ପରିକ୍ରମା କରୁଛି । ଶନିବାର ଏହି ରଥ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଗ୍ରାମ ପରିକ୍ରମା କରିବ ।

ବୁରାତାଲ ଉପନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ବୁରାତାଲ ଉପନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ପାତ୍ରପୁର,୬।୬(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତ ସରପଞ୍ଚ ପଦବୀ ନିମନ୍ତେ ଆସନ୍ତା ୪ ତାରିଖରେ ଉପନିର୍ବାଚନ ହେବ। ବୁଧବାର ବ୍ଲକ କାର୍ଯ୍ୟାଳୟକୁ ଆସି ପ୍ରାର୍ଥୀମାନେ ଭାରପ୍ରାପ୍ତ ବିଡ଼ିଓ ପ୍ରଣତି ପ୍ରୀୟଦର୍ଶିନି ରାଉତଙ୍କ ନିକଟରେ ନାମଙ୍କନପତ୍ର ଦାଖଲ କରିଥିଲେ।

ପରଲୋକରେ ରସରାଜ ନାରାୟଣ ପ୍ରସାଦ ସିଂ

ପରଲୋକରେ ରସରାଜ ନାରାୟଣ ପ୍ରସାଦ ସିଂ

ଭୁବନେଶ୍ୱର,୬।୬(ବ୍ୟୁରୋ)-ଗୀତିକବି ତଥା ଓଡ଼ିଆ ସଙ୍ଗୀତ ଜଗତର ଜଣେ ଜଣାଶୁଣା ଓ ଲୋକପ୍ରିୟ ଗୀତିକାର ଭାବେ ପରିଚିତ ରସରାଜ ନାରାୟଣ ପ୍ରସାଦ ସିଂଙ୍କ ୮୫ବର୍ଷ ବୟସରେ ପରଲୋକ ଘଟିଛି। ବୁଧବାର ସକାଳ ୯ଟା ୪୫ମିନିଟ୍‌ରେ ମଞ୍ଚେଶ୍ୱରସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

୯ରେ ଯୁକ୍ତ ୨ କଳା, ବାଣିଜ୍ୟ ଫଳ

୯ରେ ଯୁକ୍ତ ୨ କଳା, ବାଣିଜ୍ୟ ଫଳ

ଭୁବନେଶ୍ୱର,୬।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ ଆସନ୍ତା ୯ ତାରିଖରେ ପ୍ରକାଶ ପାଇବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ବୁଧବାର ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ଚାବି ହଜିବା ପ୍ରସଙ୍ଗ: ଜଷ୍ଟିସ ରଘୁବୀର ଦାଶଙ୍କୁ ତଦନ୍ତ କମିଶନ ଦାୟିତ୍ୱ

ଶ୍ରୀମନ୍ଦିର ଚାବି ହଜିବା ପ୍ରସଙ୍ଗ: ଜଷ୍ଟିସ ରଘୁବୀର ଦାଶଙ୍କୁ ତଦନ୍ତ କମିଶନ ଦାୟିତ୍ୱ

ଭୁବନେଶ୍ୱର, ୬।୬(ବ୍ୟୁରୋ): ରତ୍ନଭଣ୍ଡାର ଚାବି ହଜିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ବୁଧବାର ଜଷ୍ଟିସ ରଘୁବୀର ଦାଶଙ୍କୁ ତଦନ୍ତ କମିଶନ ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି।

ଛେଣ୍ଡିପଦାରେ ପିଲା ଚୋର ସନ୍ଦେହରେ ଯୁବକ ଅଟକ

ଛେଣ୍ଡିପଦାରେ ପିଲା ଚୋର ସନ୍ଦେହରେ ଯୁବକ ଅଟକ

ଛେଣ୍ଡିପଦା,୬।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ମାଛକୁଟା ଗ୍ରାମବାସୀ ବୁଧବାର ପିଲାଚୋର ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖିଛନ୍ତି। ଅଟକ ଯୁବକ ଜଣକ ରିଆମାଳ ବ୍ଲକ ଗମ୍ଭାରୀ ଦଶଘରିଆ ଗ୍ରାମର ହୋଇଥିବା ଜଣାପଡିଛି।

ଦ୍ୱିତୀୟ ସ୍ତ୍ରୀଙ୍କ ପରକୀୟା ପ୍ରୀତି ସହି ନ ପାରି ଯୁବକଙ୍କ ଆତ୍ମହତ୍ୟା: ମନ୍ଦିର ପରିସରରୁ ମୃତଦେହ ଉଦ୍ଧାର

ଦ୍ୱିତୀୟ ସ୍ତ୍ରୀଙ୍କ ପରକୀୟା ପ୍ରୀତି ସହି ନ ପାରି ଯୁବକଙ୍କ ଆତ୍ମହତ୍ୟା: ମନ୍ଦିର ପରିସରରୁ ମୃତଦେହ ଉଦ୍ଧାର

ଚନ୍ଦ୍ରଶେଖରପୁର,୬।୬(ଡି.ଏନ୍‌.ଏ.): ଭୁବନେଶ୍ୱରସ୍ଥିତ କାନନ ବିହାର ଫେଜ-୨ରେ ଥିବା କଳ୍ପେଶ୍ୱରାୟ ମନ୍ଦିର ପରିସରରୁ ଇନ୍‌ଫୋସିଟି ପୋଲିସ ବୁଧବାର ଏକ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ଭଦ୍ରକ ଜିଲା ଆଗରପଡାର ଦିଲ୍ଲୀପ ପରୀକ୍ଷା। ସକାଳ ପ୍ରାୟ ୬ଟା ସମୟରେ ଦିଲ୍ଲୀପ ମନ୍ଦିର ପ୍ରାଙ୍ଗଣରେ ଚିତ୍‌ ହୋଇ ପଡିଥିବା ବେଳେ ତାଙ୍କ ପାଟି ଏବଂ ନାକ ବାଟେ ବାନ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ସେ ଦ୍ୱିତୀୟ ସ୍ତ୍ରୀଙ୍କ ପରକୀୟା ପ୍ରୀତି ଯୋଗୁ ଆତ୍ମହତ୍ୟା କରିଥିବା ଜଣାପଡିଛି।

 ପରପାରିରେ ଗୀତିକବି ରସରାଜ

ପରପାରିରେ ଗୀତିକବି ରସରାଜ

ଭୁବନେଶ୍ୱର,୬।୬(ବ୍ୟୁରୋ): ଓଡ଼ିଶାର ସୁପ୍ରସିଦ୍ଧ ଗୀତିକାର, କବି ତଥା ଓଡ଼ିଆ ଗୀତିକବି ସମାଜର ପ୍ରମୁଖ ସଦସ୍ୟ ରସରାଜ ନାରାୟଣ ପ୍ରସାଦ ସିଂଙ୍କର ବୁଧବାର ତାଙ୍କ ବାସଭବନ ରସରାଜ ଗୀତିକୁଞ୍ଜରେ ପରଲୋକ ଘଟିଛି। ଦୀର୍ଘ ଦିନ ହେବ ସେ ବାର୍ଦ୍ଧକଜନିତ ରୋଗରେ ପୀଡ଼ିତ ଥିଲେ।

ବଳରାମ କୋଇଲା ଖଣି କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ପ୍ରତିବାଦରେ ବିକ୍ଷୋଭ

ବଳରାମ କୋଇଲା ଖଣି କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ପ୍ରତିବାଦରେ ବିକ୍ଷୋଭ

ଅନୁଗୋଳ ଅଫିସ,୬।୬: ଅନୁଗୋଳ ଜିଲା ତାଳଚେର ବଳରାମ କୋଇଲା ଖଣି କର୍ତ୍ତୃପକ୍ଷଙ୍କ ଖାମଖିଆଲ କାର୍ଯ୍ୟ ବିରୋଧରେ ବୁଧବାର ଡଅଂରା ଗ୍ରାମବାସୀ ଓ ବଳରାମ ଟ୍ରକ ମାଲିକ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଖଣି ଆଗରେ ଟ୍ରକ ରଖି ୪ ଦିନ ଆନ୍ଦୋଳନ କରିବା ପରେ ସେମାନେ ଏକ ଶୋଭାଯାତ୍ରାରେ ବାହାରି ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି। ଖଣିରେ ଶହ ଶହ ଟନ୍‌ କୋଇଲା ଜଳିି ଯାଉଥିବା ବେଳେ କୋଇଲା ପରିବହନ କରିବାକୁ ଦିଆଯାଉ ନ ଥିବା ସେମାନେ ଅଭିଯୋଗ କରିବା ସହ ଟ୍ରକ ମାଲିକ ସଂଘ ଏହାର ଖୁବ୍‌ଶୀଘ୍ର ସମାଧାନ କରୁ ବୋଲି ଦାବି କରିଛନ୍ତି।

ଓଷ୍ଟା ପକ୍ଷରୁ ଅର୍ଥମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା: ପୋଲିସ-ଶିକ୍ଷକ ମୁହାଁମୁହିଁ

ଓଷ୍ଟା ପକ୍ଷରୁ ଅର୍ଥମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା: ପୋଲିସ-ଶିକ୍ଷକ ମୁହାଁମୁହିଁ

ଭୁବନେଶ୍ୱର, ୬।୬(ବ୍ୟୁରୋ): ବିଭିନ୍ନ ଦାବି ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ଭୁବନେଶ୍ୱରସ୍ଥିତ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ବାସଭବନ ସମ୍ମୁଖରେ ବୁଧବାର ଧାରଣା ଦିଆଯାଇଛି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ଭଦ୍ରକ ଜିଲାର ୨୨୨ ପ୍ରକଳ୍ପକୁ ୫.୫୦ କୋଟି ଟଙ୍କାର ମଞ୍ଜୁରୀ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ଭଦ୍ରକ ଜିଲାର ୨୨୨ ପ୍ରକଳ୍ପକୁ ୫.୫୦ କୋଟି ଟଙ୍କାର ମଞ୍ଜୁରୀ

ଭଣ୍ଡାରିପୋଖରୀ, ୬।୬(ଡି.ଏନ୍‌.ଏ/ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ କଲେଜ ପଡ଼ିଆଠାରେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ନାବାଳିକାଙ୍କୁ ବଳାତ୍କାର, ଯୁବକ ଗିରଫ

ନାବାଳିକାଙ୍କୁ ବଳାତ୍କାର, ଯୁବକ ଗିରଫ

ସୋର, ୬।୬(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଚିତ୍ତଳ ଗ୍ରାମରେ ଜଣେ ନାବାଳିକାଙ୍କୁ ସେହି ଗ୍ରାମର ପ୍ରତାପ ଜେନା ବଳାତ୍କାର କରିଥିବା ନେଇ ବୁଧବାର ଅନନ୍ତପୁର ଫାଣ୍ଡିରେ ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ତାଙ୍କ ମାମୁ ଘରକୁ ଆସିଥିଲେ।

ଆଜିଠୁ ବିରିବଟା, ଚୂନାକୁଟା ଶ୍ରମିକଙ୍କ କାମ ବନ୍ଦ:ପ୍ରଭାବିତ ହେବ ମହାପ୍ରଭୁଙ୍କ କୋଠଭୋଗ

ଆଜିଠୁ ବିରିବଟା, ଚୂନାକୁଟା ଶ୍ରମିକଙ୍କ କାମ ବନ୍ଦ:ପ୍ରଭାବିତ ହେବ ମହାପ୍ରଭୁଙ୍କ କୋଠଭୋଗ

ପୁରୀ ଅଫିସ, ୬ା୬: ପ୍ରଭାବିତ ହୋଇପାରେ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତି। ପୁଣି ନୀତିରେ ବି ହୋଇପାରେ ବିଳମ୍ବ। ମହାପ୍ରଭୁଙ୍କ କୋଠଭୋଗ ପାଇଁ ବିରି ବାଟୁଥିବା ଏବଂ ଚୂନାକୁଟା ଶ୍ରମିକମାନେ ବୁଧବାରଠାରୁ କାମ ବନ୍ଦ ପାଇଁ କହିଥିବାରୁ ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ ଆଶଙ୍କା ସୃଷ୍ଟି ହୋଇଛି। ଏହି ଶ୍ରମିକମାନେ ଦୈନିକ ୪୦୦ ଟଙ୍କା ପାରିଶ୍ରମିକ ଦାବି କରି କାମ ବନ୍ଦ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ବିରିବଟା ସମର୍ଥା ସେବକ ରାମହରି ସମର୍ଥାଙ୍କ ସୂଚନା ମୁତାବକ, ସେ ଏହି ସେବାକାରୀ ଅଟନ୍ତି। ତାଙ୍କ ସହ ୫ ଜଣ ଶ୍ରମିକ ମିଶି ପ୍ରତିଦିନ ମହାପ୍ରଭୁଙ୍କ କୋଠ ଭୋଗ ପାଇଁ ଶିଳରେ ବିରି ବାଟିବା ସହ ଢିଙ୍କିରେ ଚୂନା କୁଟିଥାନ୍ତି।