Dharitri News

ରାଜ୍ୟ

ଆନନ୍ଦପୁର ସାଂସଦ ପ୍ରତିନିଧିଙ୍କ କାର୍ଯ୍ୟାଳୟକୁ ବୋମାମାଡ

ଆନନ୍ଦପୁର ସାଂସଦ ପ୍ରତିନିଧିଙ୍କ କାର୍ଯ୍ୟାଳୟକୁ ବୋମାମାଡ

ହାଟଡ଼ିହୀ,୯।୧(ଡି.ଏନ.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ସାଂସଦ ପ୍ରତିନିଧି ଦେବପ୍ରିୟ ପାତ୍ରଙ୍କ କାର୍ଯ୍ୟାଳୟ ଉପରକୁ ସନା ସେନା ପକ୍ଷରୁ ପେଟ୍ରୋଲ ବୋମା ମାଡ ହୋଇଛି। ଏହାସହ ସେଠାରେ ଭଙ୍ଗାରୁଜା ସହ ପୋଡାଜଳା କରାଯାଇିଛି।

ଜେଇ ତଦନ୍ତ ପାଇଁ ଗଠନ ହେଲା ଡାକ୍ତରୀ ଦଳ

ଭୁବନେଶ୍ୱର, ୯।୧(ବ୍ୟୁରୋ): ଜାପାନିଜ୍‌ ଏନ୍‌ସାଫାଇଲିଟିସ୍‌(ଜେ.ଇ)ରେ ମୃତ୍ୟୁ ସମ୍ପର୍କରେ ତଦନ୍ତ ପାଇଁ ଏକ ୫ ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି। ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଗଠିତ ଏହି ଦଳ ତଦନ୍ତ କରି ଖୁବ୍‌ ଶୀଘ୍ର ରିପୋର୍ଟ ପ୍ରଦାନ କରିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର କହିଛନ୍ତି।

ପୁରୀରେ ଆରମ୍ଭ ହେଲା ଇ-ଷ୍ଟାମ୍ପିଂ ବ୍ୟବସ୍ଥା

ପୁରୀରେ ଆରମ୍ଭ ହେଲା ଇ-ଷ୍ଟାମ୍ପିଂ ବ୍ୟବସ୍ଥା

ପୁରୀ ଅଫିସ, ୯।୧(ଡି.ଏନ୍‌.ଏ.): ଜମିଜମା ପଞ୍ଜୀକରଣ ଆଦି କ୍ଷେତ୍ରରେ ଆବଶ୍ୟକ ହେଉଥିବା ଷ୍ଟାମ୍ପ ପାଇଁ ପୁରୀରେ ଇ-ଷ୍ଟାମ୍ପିଂ ବ୍ୟବସ୍ଥା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଜିଲା ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆଇଜିଆର୍‌ ଉପେନ୍ଦ୍ର ନାଥ ମଲିକ, ଅତିରିକ୍ତ ଜିଲାପାଳ ବିଭୂତି ଭୂଷଣ ଦାସ ଏହାକୁ ଉଦ୍‌ଘାଟନ କରିଛନ୍ତି।

ରେଲୱେ ଚାକିରି ନଁ।ରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ

ରେଲୱେ ଚାକିରି ନଁ।ରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ

ବ୍ରହ୍ମପୁର ଅଫିସ,୮।୧-ରେଲୱ୍ବେରେ ଚାକିରି ମିଳିବ। ଏଥିପାଇଁ ପ୍ରଥମେ ସମସ୍ତଙ୍କୁ କିଛି ଖର୍ଚ୍ଚ କରିବାକୁ ପଡିବ। ତେବେ ଯାଇ ଗ୍ରୁପ ଡି’ ବିଭାଗରେ ଚାକିରି ମିଳିପାରିବ। ମାସିକ ୩୦ ହଜାର ଲେଖାଏଁ ଦରମା ଦିଆଯିବ। ଏହିଭଳି ନାନା ମିଛ ସ୍ବପ୍ନ ଦେଖାଇଥିଲେ କିଛି ଯୁବକଙ୍କୁ। ଏଥିରେ ପ୍ରଲୋଭିତ ହୋଇ କନ୍ଧମାଳ, ଗଜପତି, ଗଞ୍ଜାମ ଜିଲାର ବହୁ ଯୁବକ ଲକ୍ଷ ଲକ୍ଷ ଟଙ୍କା ଦେଇଥିଲେ। ହେଲେ ସେମାନଙ୍କୁ ଚାକିରି ମିଳି ନ ଥିଲା। ସେମାନେ ଠକାମିର ଶିକାର ହୋଇଥିବା ପରବର୍ତ୍ତୀ ସମୟରେ ଜଣାପଡିଥିଲା। ଘଟଣା ସମ୍ପର୍କରେ ଠକାମିର ଶିକାର ହୋଇଥିବା କନ୍ଧମାଳ ଜିଲା ସାରଙ୍ଗଗଡ ଥାନା ଅଞ୍ଚଳର ଜିତେନ୍ଦ୍ର ପୃଷ୍ଟି ଓ ଜିତୁ ପୃଷ୍ଟିଙ୍କ ସମେତ ଅନେକ ଯୁବକ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି।

ଭିଜିଲାନ୍ସ ଜାଲରେ ତହସିଲ କିରାଣି

ଭିଜିଲାନ୍ସ ଜାଲରେ ତହସିଲ କିରାଣି

ବୁଗୁଡ଼ା,୮।୧(ଡି.ଏନ.ଏ.)-ଗଞ୍ଜାମ ଜିଲା ବୁଗୁଡ଼ା ତହସିଲ କାର୍ଯ୍ୟାଳୟର କିରାଣି ଦିଲୀପ ମଲ୍ଲିକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଘର ପଟ୍ଟା ମ୍ୟୁଟେଶନ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋମବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ବ୍ରହ୍ମପୁର ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ କାବୁ କରିଛନ୍ତି। ଦିଲୀପଙ୍କୁ ଗିରଫ କରାଯାଇ ଅଧିକ ପଚରାଉଚୁରା ନିମନ୍ତେ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି। ଏ ନେଇ ନଂ.୧/୧୮ରେ ଏକ ମାମଲା ରୁଜୁ ହୋଇଛି।

ବିବାହର ୩ ଦିନ ପୂର୍ବରୁ ହତ୍ୟା

ବିବାହର ୩ ଦିନ ପୂର୍ବରୁ ହତ୍ୟା

କଟକ ଅଫିସ, ୮।୧: ଭୁବନେଶ୍ୱର ଷ୍ଟୁଆଟ୍‌ ସ୍କୁଲର ସହକାରୀ ପରିଚାଳକ (ଅର୍ଥ) ନିର୍ଝର ବେହେରା(୨୮)ଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ଜଗତପୁର ଥାନା ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଘଟିଛି ଏହି ବୀଭତ୍ସ କାଣ୍ଡ। ଚୌଦ୍ୱାର ଯିବା ବାଟରେ ବିରୂପା ବ୍ୟାରେଜ ପୋଲ ମୁଣ୍ଡରେ ନିର୍ଝର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିବାବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା।

ଜାରି ରହିବ ଶୀତ ଲହରି

ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୮।୧(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନରୁ ୪.୫ କିଲୋମିଟର ଉପରେ ରହିଛି। ତେବେ ଓଡିଶା ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ହଜିଗଲା ମାନବିକତା: ଖଣ୍ଡେ କାଠ ପାଇଁ ଦିବ୍ୟାଙ୍ଗ ଯୁବତୀଙ୍କୁ ବାନ୍ଧି ପିଟିଲେ ଲୋକେ

ହଜିଗଲା ମାନବିକତା: ଖଣ୍ଡେ କାଠ ପାଇଁ ଦିବ୍ୟାଙ୍ଗ ଯୁବତୀଙ୍କୁ ବାନ୍ଧି ପିଟିଲେ ଲୋକେ

ସୋର, ୮।୧(ଡି.ଏନ.ଏ)-ସାମାନ୍ୟ କାଠ ପାଇଁ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ କେତେଜଣ ଲୋକ ଦଉଡିରେ ବାନ୍ଧି ନିର୍ଦ୍ଦୟ ଭାବେ ଉଲଗ୍ନ କରି ପିଟିବା ଘଟଣା ବାଲେଶ୍ୱର ଜିଲା ସୋର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାଟି ରବିବାର ଘଟିଥିଲେ ମଧ୍ୟ ଏ ସମ୍ପର୍କରେ ପ୍ରଘଟ ହୋଇ ନ ଥିଲା।

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ

ଭୁବନେଶ୍ୱର, ୮।୧(ବ୍ୟୁରୋ): ସର୍ବସାଧାରଣ ଓ ଛାତ୍ରୀଛାତ୍ରଙ୍କ ପାଇଁ ସୋମବାରଠାରୁ ରାଜଭବନ ଉଦ୍ୟାନ ଖୋଲାଯାଇଛି। ଅପରାହ୍ନ ୨ଟାରୁ ୪.୩୦ ପର୍ଯ୍ୟନ୍ତ ଶତାଧିକ ଲୋକ ଉଦ୍ୟାନ ପରିଦର୍ଶନ କରିଛନ୍ତି।

ଆଗାମୀ ନିର୍ବାଚନ ପାଇଁ ଭାଜପାର ରଣନୀତି

ଆଗାମୀ ନିର୍ବାଚନ ପାଇଁ ଭାଜପାର ରଣନୀତି

ଭୁବନେଶ୍ୱର, ୮।୧(ବ୍ୟୁରୋ): ବିଜେପୁର ଉପନିର୍ବାଚନ ଏବଂ ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ନେଇ ଭାଜପାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ଶିଳ୍ପ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା

ଶିଳ୍ପ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା

ଭୁବନେଶ୍ୱର, ୮।୧(ବ୍ୟୁରୋ): ବିଭିନ୍ନ ଶିଳ୍ପ ପ୍ରକଳ୍ପର ଅଗ୍ରଗତି ନେଇ ସୋମବାର ଶିଳ୍ପମନ୍ତ୍ରୀ ନିରଞ୍ଜନ ପୂଜାରୀ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିଜେପୁରକୁ ନେଇ ବିଜେଡି, ଭାଜପାର ଆରୋପ ପ୍ରତ୍ୟାରୋପ ଆରମ୍ଭ

ବିଜେପୁରକୁ ନେଇ ବିଜେଡି, ଭାଜପାର ଆରୋପ ପ୍ରତ୍ୟାରୋପ ଆରମ୍ଭ

ଭୁବନେଶ୍ୱର, ୮।୧(ବ୍ୟୁରୋ): ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଭାଜପା ରାଜ୍ୟ ପ୍ରଭାରୀ ଅରୁଣ ସିଂ କହିଛନ୍ତି, ବିଜେପୁର ଉପନିର୍ବାଚନ ହାରିଯିବା ଭୟ ଏବେ ବିଜେଡିକୁ ଘାରିଛି। ତେଣୁ ବିଜେଡି କର୍ମୀମାନେ ଅପରାଧମୂଳକ କାର୍ଯ୍ୟପନ୍ଥା ଗ୍ରହଣକରି ଭାଜପା ନେତାଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି।

ବିଜେପୁର: ଭାଜପା କର୍ମୀଙ୍କ ଘରକୁ ଗୁଳିଚାଳନା

ବିଜେପୁର: ଭାଜପା କର୍ମୀଙ୍କ ଘରକୁ ଗୁଳିଚାଳନା

ବିଜେପୁର,୭।୧(ଡି.ଏନ.ଏ) ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ପଡ଼ା ଗ୍ରାମର ଭାଜପା କର୍ମୀ ମନୋରଞ୍ଜନ ମେହେରଙ୍କ ଘର ଉପରକୁ ଶନିବାର ରାତ୍ରି ପ୍ରାୟ ୮ଟାରେ ଗୁଳିଚାଳନା ହୋଇଛି। ଗୁଳି ମେହରଙ୍କ ଘର କବାଟରେ ବାଜି ଥିବାବେଳେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ବିଜେପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ଟି ଫୁଟା ଗୁଳି ଜବତ୍‌ କରିବା ସହ ତନାଘନା ଚଳାଇଛି। ଆଇଆଇସି ପ୍ରକାଶ କୁମାର କର୍ଣ୍ଣ ପଡାଗଁାରେ ସଦଳବଳ ଉପସ୍ଥିତ ରହି ପରିସ୍ଥିତି ପ୍ରତି ସଜାଗ ରହିଛନ୍ତି।

କଟକ ବଡ଼ମେଡିକାଲରେ ଓପନ୍‌ହାର୍ଟ ସର୍ଜରି ବନ୍ଦ

କଟକ ବଡ଼ମେଡିକାଲରେ ଓପନ୍‌ହାର୍ଟ ସର୍ଜରି ବନ୍ଦ

କଟକ ଅଫିସ, ୭।୧: ଏସ୍‌ସିବି ମେଡିକାଲରେ ବନ୍ଦ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ତଥା ବ୍ୟୟ ସାପେକ୍ଷ ଓପନ୍‌ହାର୍ଟ ସର୍ଜରୀ। ଜାନୁୟାରୀ ପହିଲାରୁ ଏହି ଜଟିଳ ଚିକିତ୍ସା ବ୍ୟବସ୍ଥାରେ ତାଲା ଝୁଲିଛି। ଏଭଳି ପରିସ୍ଥିତି ଉପୁଜିବାର ମୂଳ କାରଣ ହେଉଛି ପରଫ୍ୟୁସୋନିଷ୍ଟଙ୍କ ଅଭାବ। ଡିସେମ୍ବର ୩୧ରେ ମେଡିକାଲରେ କାର୍ଯ୍ୟରତ ଅଭିଜ୍ଞ ପରଫ୍ୟୁସୋନିଷ୍ଟଙ୍କ ଅବସର ପରେ ଏଭଳି ସ୍ଥିତି ଉପୁଜିଛି।

ଯାଜପୁରରୁ କେନ୍ଦୁଝର ହେବ ରେଶମ କରିଡର

ଯାଜପୁରରୁ କେନ୍ଦୁଝର ହେବ ରେଶମ କରିଡର

ଭୁବନେଶ୍ୱର, ୭।୧(ବ୍ୟୁରୋ)- ଦେଶରେ ବାର୍ଷିକ ୩୩୦୦ ମେଟ୍ରିକ୍‌ ଟନ୍‌ ରେଶମ ଉତ୍ପାଦିତ ହେଉଥିବାବେଳେ ଓଡ଼ିଶାରେ ୧୨୫ ମେଟ୍ରିକ ଟନ ଉତ୍ପାଦନ ହେଉଛି। ଏହା ଜାତୀୟ ହାରଠାରୁ କମ। ଏହାର କାରଣ ହେଉଛି ରାଜ୍ୟରେ ସିଡ୍‌ର ଅଭାବ ରହିଛି। ରାଜ୍ୟରେ ବାର୍ଷିକ ୨୦ଲକ୍ଷ ସିଡ୍‌ ଆବଶ୍ୟକ ଥିବାବେଳେ ପ୍ରାୟ ୧୫ଲକ୍ଷ ସିଡ୍‌ ମିଳୁଛି।

ଭେଲୋରରେ ଓଡ଼ିଶା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ

ଭେଲୋରରେ ଓଡ଼ିଶା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର, ୭।୧(ବ୍ୟୁରୋ)- ଓଡ଼ିଶାର ୩୦ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟୁରିଷ୍ଟ ବସ୍‌ ରବିବାର ଭେଲୋରଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ଅଧୀନରେ ବ୍ରହ୍ମପୁରରୁ ସ୍ବତନ୍ତ୍ର ଟ୍ରେନ୍‌ଯୋଗେ ଯାଇଥିବା ଯାତ୍ରୀମାନେ ଏକ ଗ୍ରୁପ୍‌ ବସ୍‌ରେ ଭେଲୋର ପରିଦର୍ଶନରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଦାରିଙ୍ଗବାଡ଼ିରେ ୩ ଡିଗ୍ରୀକୁ ଖସିଲା ପାରଦ: ୧୩ଜିଲାରେ ୧୦ଡିଗ୍ରୀରୁ କମ୍‌ ତାପମାତ୍ରା

ଦାରିଙ୍ଗବାଡ଼ିରେ ୩ ଡିଗ୍ରୀକୁ ଖସିଲା ପାରଦ: ୧୩ଜିଲାରେ ୧୦ଡିଗ୍ରୀରୁ କମ୍‌ ତାପମାତ୍ରା

ଭୁବନେଶ୍ୱର, ୭।୧(ବ୍ୟୁରୋ)- ସାରା ରାଜ୍ୟରେ ଶୀତ ପ୍ରକୋପ ବଢ଼ିବାରେ ଲାଗିଛି। ଚଳିତବର୍ଷ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ସ୍ତରକୁ ଖସିଛି। ରବିବାର ରାଜ୍ୟର ୧୩ଟି ଜିଲାରେ ପାରଦ ୧୦ଡିଗ୍ରୀ ସେଲ୍‌ସିୟସ୍‌ ତଳେ ରହିଥିବା ଦାରିଙ୍ଗବାଡ଼ିରେ ୩ଡିଗ୍ରୀକୁ ଖସିଆସିଛି। ଫଳରେ ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।

ବଢ଼ି ଚାଲିଛି କୋଇଲା ମାଫିଆ ରାଜ୍‌: ଚଳନ୍ତା ଟ୍ରେନରୁ ବିପଦପୂର୍ଣ୍ଣ ଭାବେ ହେଉଛି କୋଇଲା ଚୋରି

ବଢ଼ି ଚାଲିଛି କୋଇଲା ମାଫିଆ ରାଜ୍‌: ଚଳନ୍ତା ଟ୍ରେନରୁ ବିପଦପୂର୍ଣ୍ଣ ଭାବେ ହେଉଛି କୋଇଲା ଚୋରି

ଭଦ୍ରକ ଅଫିସ,୭।୧-ଭଦ୍ରକ ଜିଲା ଭଦ୍ରକ-ଧାମରା ରେଳପଥରେ ଚଳନ୍ତା ଟ୍ରେନରୁ କୋଇଲା ଚୋରି କରି ଅନ୍ୟତ୍ର ଚୋରାଚାଲାଣ କରାଯିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଦୈନିକ ଶହ ଶହ କୁଇଣ୍ଟାଲ ଉଚ୍ଚମାନର କୋଇଲା ଟ୍ରେନରୁ ଲୁଟ ହେଉଛି।

୩ ବେଆଇନ ବାଣ କାରଖାନା ଠାବ: ଲକ୍ଷାଧିକ ଟଙ୍କାର ବାଣ ଓ ବିସ୍ଫୋରକ ଦ୍ରବ୍ୟ ଜବତ

୩ ବେଆଇନ ବାଣ କାରଖାନା ଠାବ: ଲକ୍ଷାଧିକ ଟଙ୍କାର ବାଣ ଓ ବିସ୍ଫୋରକ ଦ୍ରବ୍ୟ ଜବତ

ବେତନଟୀ,୭।୧(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ବାଛୁରୀପଡ଼ା ଗ୍ରାମରେ ୩ ଜଣଙ୍କ ଘରେ ବେଆଇନ ଭାବେ ଚାଲିଥିବା ବାଣ ତିଆରି କାରଖାନା ଠାବ କରାଯାଇଛି। ରବିବାର ଅପରାହ୍ନରେ ବେତନଟୀ ପୋଲିସ ଉପଖଣ୍ଡ ଅଧିକାରୀ ଗୋବିନ୍ଦ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ୨ ପ୍ଲାଟୁନ ଫୋର୍ସ ସହ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି।

ସର୍ବଭାରତୀୟ ୱାଇଏମସି କପ୍‌ ଉଦ୍‌ଘାଟିତ: ବଲାଙ୍ଗୀରକୁ ହରାଇଲା ସମ୍ବଲପୁର

ସର୍ବଭାରତୀୟ ୱାଇଏମସି କପ୍‌ ଉଦ୍‌ଘାଟିତ: ବଲାଙ୍ଗୀରକୁ ହରାଇଲା ସମ୍ବଲପୁର

ନୂଆପଡା ଅଫିସ, ୭।୧- ୨୬ତମ ସର୍ବଭାରତୀୟ ୱାଇଏମସି କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ନୂଆପଡା ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ଜିଲାପାଳ ଡା. ପୋମା ଟୁଡୁ ମୁଖ୍ୟ ଅତିଥି ଏବଂ ଏସ୍‌ପି ସ୍ମିମ ପରମାର ବିଶେଷ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ମ୍ୟାଚ ସମ୍ବଲପୁର ଏବଂ ନବକ ିଶୋର କ୍ଲବ ବଲାଙ୍ଗୀର ମଧ୍ୟରେ ହୋଇଥିଲା। ଟସ୍‌ ହାରି ବଲାଙ୍ଗୀର ପ୍ରଥମେ ବ୍ୟାଟିଂ କରି ୨୪ଓଭରରେ ସମସ୍ତ ଉଇକେଟ ହରାଇ ୧୧୬ରନ କରିଥିଲା। ଦଳ ପକ୍ଷରୁ ସବ୍ୟସାଚୀ ସିଂବାବୁ ସର୍ବାଧିକ ୪୪ରନ ସଂଗ୍ରହ କରିଥିଲେ। ସମ୍ବଲପୁରର ଏସ.କେ. ଜାହାଙ୍ଗୀର ୫ ଓଭରରେ ୨୮ରନ ଦେଇ ୪ଟି ଉଇକେଟ ଅକ୍ତିଆର କରିଥିଲେ। ଏହାର ଜବାବରେ ସମ୍ବଲପୁର ଦଳ ୬ ଉଇକେଟ ହରାଇ ୨୩ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ନିତି ଆୟୋଗ ନିଷ୍ପତ୍ତିକୁ ଅଗ୍ରାହ୍ୟ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଧର୍ମେନ୍ଦ୍ର

ନିତି ଆୟୋଗ ନିଷ୍ପତ୍ତିକୁ ଅଗ୍ରାହ୍ୟ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୭।୧(ବ୍ୟୁରୋ): ଦେଶର ୧୧୫ ପଛୁଆ ଜିଲା ଚିହ୍ନଟ କରି ସେ ସବୁ ଜିଲାର ବିକାଶକୁ ତ୍ୱରାନ୍ବିତ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏଥିରେ ଓଡ଼ିଶାର ୮ ଟି ପଛୁଆ ଜିଲା ରହିଛି। ଏହି ଜିଲାର ବିକାଶ କାମ ତଦାରଖ ପାଇଁ ଜଣେ ଲେଖାଏଁ ଅତିରିକ୍ତ ଯୁଗ୍ମ ସଚିବ ପାହ୍ୟାର ଅଫିସରଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରିବାକୁ କେନ୍ଦ୍ର ପ୍ରସ୍ତାବ ଦେଇଥିଲା।

ମହାନଦୀ ବିବାଦରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ: ପ୍ରସାଦ ହରିଚନ୍ଦନ

ମହାନଦୀ ବିବାଦରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ: ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର, ୭।୧(ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ପ୍ରତି ମହା ପ୍ରତାରଣା କରିଛନ୍ତି । ଏହି ବିବାଦ ନେଇ ସବୁ ସ୍ପଷ୍ଟ। ବର୍ତ୍ତମାନ ମହାନଦୀ ବିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ହସ୍ତକ୍ଷେପ କରି ଏହାର ସମାଧାନ କରନ୍ତୁ ବୋଲି କହିଛନ୍ତି ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ପ୍ରସାଦ ହରିଚନ୍ଦନ।

ରେଶମ ଶିଳ୍ପର ବିକାଶ ପାଇଁ ଖର୍ଚ୍ଚ ହେବ ୬.୩୦ କୋଟି

ରେଶମ ଶିଳ୍ପର ବିକାଶ ପାଇଁ ଖର୍ଚ୍ଚ ହେବ ୬.୩୦ କୋଟି

ଭୁବନେଶ୍ୱର, ୭।୧(ବ୍ୟୁରୋ): ଓଡ଼ିଶାରେ ରେଶମ ଶିଳ୍ପର ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯-୨୦ରେ ସେଣ୍ଟ୍ରାଲ ସ୍ପନ୍‌ସର୍‌ଡ ସ୍କ୍ରିମ ଲାଗୁ କରିବା ପାଇଁ ଅନୁରୋଧ କରାଯାଇଛି। କେନ୍ଦ୍ରୀୟ ରେଶମ ବୋର୍ଡ ଓଡ଼ିଶାରେ ରେଶମ ଶିଳ୍ପର ବିକାଶ ପାଇଁ ୬.୩୦ କୋଟି ଟଙ୍କା ୨୦୧୭-୧୮ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବ।

ଦେବକୁଣ୍ଡ ପାହାଚରୁ ଖସି ଛାତ୍ର ଗୁରୁତର

ଦେବକୁଣ୍ଡ ପାହାଚରୁ ଖସି ଛାତ୍ର ଗୁରୁତର

ଉଦଳା,୭।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଉଦଳା ବ୍ଲକ ଅଧୀନ ଦେବକୁଣ୍ଡ ପର୍ଯ୍ୟଟନସ୍ଥଳକୁ ବୁଲିଯାଇଥିବା ବେଳେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଛାତ୍ରଜଣଙ୍କ ହେଲେ ଭଦ୍ରକ ଦୋଳସାହି ଗ୍ରାମର ଗିରିଧାରୀ ପାଣିଗ୍ରାହୀଙ୍କ ପୁଅ ବିଜୟଧର ପାଣିଗ୍ରାହୀ(୧୪)।