ରାଜ୍ୟ

ଆନ୍ଧ୍ରକୁ ବୋହିଯାଉଛି ଅଧିକ ପାଣି

ଆନ୍ଧ୍ରକୁ ବୋହିଯାଉଛି ଅଧିକ ପାଣି

ମାଲକାନଗିରି,୧୯।୨(ନୃସିଂହ ଚରଣ ମହାନ୍ତି): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନାର ଅଧିକାରୀଙ୍କ ଦାୟିତ୍ୱହୀନତା କାରଣରୁ ବାଲିମେଳା ଜଳ ବିଦ୍ୟୁତ୍‌ କେନ୍ଦ୍ର ସକାଶେ ଦୁର୍ଦ୍ଦିନ ମାଡି ଆସୁଛି।

ବ୍ରହ୍ମପୁରରେ ଷ୍ଟାର୍ଟଅପ୍‌ ଇଣ୍ଡିଆ-ଓଡ଼ିଶା ଯାତ୍ରା

ବ୍ରହ୍ମପୁରରେ ଷ୍ଟାର୍ଟଅପ୍‌ ଇଣ୍ଡିଆ-ଓଡ଼ିଶା ଯାତ୍ରା

ବ୍ରହ୍ମପୁର ଅଫିସ୍‌,୧୯।୨ -ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲିବା ପରେ ସୋମବାର ବ୍ରହ୍ମପୁରରେ ପହଞ୍ଚତ୍ଛି ଷ୍ଟାର୍ଟଅପ୍‌ ଇଣ୍ଡିଆ-ଓଡ଼ିଶା ଯାତ୍ରା। ଏହି ଅବସରରେ ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମ୍ପ୍ରତି ପାଠ ପଢ଼ିବା ପରେ ଯୁବତୀ ଯୁବକମାନେ ଚାକିରି ସନ୍ଧାନରେ ବାହାରକୁ ଯାଉଛନ୍ତି। ଯେଉଁମାନେ ଚାକିରି ପାଉନାହାନ୍ତି, ନିରାଶ ଭିତରେ ରହୁଛନ୍ତି। ସେଭଳି ଯୁବତୀ ଯୁବକଙ୍କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଷ୍ଟାର୍ଟଅପ୍‌ ଯୋଜନା କାର୍ଯ୍ୟକାରୀ ହେଉଛି। ନୂତନ କୌଶଳ ସହ ନିଜସ୍ବ ଉଦ୍ୟମରେ ଉଦ୍ୟୋଗୀ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ସରକାର ୧୫ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି। ଏଣୁ ଚାକିରି ଖୋଜିବା ବଦଳରେ ଏହି ଟଙ୍କାରେ ଜଣେ ଜଣେ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କୁ ନିଯୁକ୍ତି ଦିଅନ୍ତୁ ବୋଲି ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଆସିଲେ ଲୋକସମ୍ପର୍କ ବଢ଼ିବ, ଭୋଟ ଆସିବ

ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଆସିଲେ ଲୋକସମ୍ପର୍କ ବଢ଼ିବ, ଭୋଟ ଆସିବ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ବିଜେପୁର ଉପ ନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ ଥିବା ବେଳେ ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀ ରାଜନୀତି ପାଣିପାଗକୁ ଆହୁରି ସରଗରମ କରିଦେଇଛନ୍ତି।

ଭାଜପା ନେତାଙ୍କ ଘରେ ପୋଲିସ ଚଢାଉ

ଭାଜପା ନେତାଙ୍କ ଘରେ ପୋଲିସ ଚଢାଉ

ପଦ୍ମପୁର,୧୯।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପୂର୍ବରୁ ପୋଲିସ ପଦ୍ମପୁର ଉପକଣ୍ଠ ମହୁଲପାଲି ଚେକ୍‌ପୋଷ୍ଟରେ ୨ ଦିନ ତଳେ ଏକ କାରରୁ ୪୦ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା। ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟ ରଖି ଭାଜପା ସେହି ଟଙ୍କା ନେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଏହାପରେ ପୋଲିସ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ବିତ କରିଛି।

ଇମ୍ଫା କମ୍ପାନୀକୁ ଋଣ ଛାଡନେଇ ସିବିଆଇ ତଦନ୍ତ ଦାବି

ଇମ୍ଫା କମ୍ପାନୀକୁ ଋଣ ଛାଡନେଇ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ଇମ୍ଫା କମ୍ପାନୀକୁ ୨୩୦ କୋଟି ଟଙ୍କା ଋଣ ଛାଡ କରାଯାଇଥିବା ପ୍ରତିବାଦରେ ସମାଜବାଦୀ ପାର୍ଟି ପକ୍ଷରୁ ସିବିଆଇ ତଦନ୍ତ ପାଇଁ ଦାବି ହୋଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଏହି ଋଣ ଟଙ୍କା ଛାଡ଼ କରାଯାଇଥିବା ଅଭିଯୋଗ କରି ଏକ ସ୍ମାରକପତ୍ର ସିବିଆଇକୁ ପ୍ରଦାନ କରାଯାଇଛି।

ଭାଜପାରେ ମିଶିଲେ ଅପରାଜିତା

ଭାଜପାରେ ମିଶିଲେ ଅପରାଜିତା

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ବିଶିଷ୍ଟ ସିନେ ଅଭିନେତ୍ରୀ ଅପରାଜିତା ମହାନ୍ତି ବିଧିବଦ୍ଧ ଭାବେ ଭାଜପାରେ ମିଶିଛନ୍ତି। ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଯୋଗ ଦେଇଛନ୍ତି।

ସରୁନି ଜଗମୋହନ ମରାମତି: ଦୁଇବର୍ଷ ହେଲା ମହାପ୍ରଭୁଙ୍କୁ ପାଖରୁ ଦେଖିପାରୁନାହାନ୍ତି ଭକ୍ତ

ସରୁନି ଜଗମୋହନ ମରାମତି: ଦୁଇବର୍ଷ ହେଲା ମହାପ୍ରଭୁଙ୍କୁ ପାଖରୁ ଦେଖିପାରୁନାହାନ୍ତି ଭକ୍ତ

ପୁରୀ ଅଫିସ,୧୮ା୨: ଜଗମୋହନ ମରାମତି କାମକୁ ଇତିମଧ୍ୟରେ ଦୁଇବର୍ଷ ଅତିକ୍ରାନ୍ତ ହେଲାଣି। ବିପଦସଙ୍କୁଳ ସ୍ଥିତିରେ ଥିବା ଜଗମୋହନ ସୁରକ୍ଷା ପାଇଁ ପୋର୍ଟାଲ ଫ୍ରେମ୍‌ ଦିଆସରିଲାଣି। ବର୍ତ୍ତମାନ ଜଗମୋହନ ସୁରକ୍ଷିତ ବୋଲି କୁହାଯାଉଛି। ଏହାସତ୍ତ୍ବେ ଜଗମୋହନ କାମ ସରିବାର ନା ଧରୁନି।

୬ ଦାବି ମାନିଲେ ସରକାର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ ସ୍ଥଗିତ

୬ ଦାବି ମାନିଲେ ସରକାର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର,୧୮।୨ (ବ୍ୟୁରୋ): ଆଉ ୮ଦିନ ପରେ ରାଜ୍ୟରେ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ। ପରୀକ୍ଷାକୁ ଦୃଷ୍ଟିରେ ରଖି ସରକାର ଶିକ୍ଷକଙ୍କ ପାଖରେ ନରମିଛନ୍ତି। ଏପରିକି, ରବିବାର ସଚିବାଳୟ ଛୁଟି ଥିଲେ ମଧ୍ୟ ଶିକ୍ଷକଙ୍କ ସହିତ ଆଲୋଚନା ପାଇଁ ଖୋଲାଯାଇଥିଲା। ସକାଳ ୮ଟାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଉଚ୍ଚଶିକ୍ଷା ସଚିବ ଜି.ଭି.ଭି ଶର୍ମା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ସଚିବ ପି.କେ ମହାପାତ୍ର ସଚିବାଳୟ ଆସିଥିଲେ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ୭ ଦଫା ଦାବିପତ୍ର ଉପରେ ସରକାର ଆଲୋଚନା କରି ୭ଦଫା ଦାବି ମଧ୍ୟରୁ ୬ଟି ଦାବିକୁ ପୂରଣ କରିବା ପାଇଁ ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତିଶ୍ରୁତି ପାଇବା ପରେ ମିଳିତ ମଞ୍ଚ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆବାହକ ପବିତ୍ର ମହାଲା କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି ଯେ, ଶିକ୍ଷକଙ୍କ ଦାବିକୁ ସରକାର ବିଚାର କରୁଛନ୍ତି।

ବିମାନରେ ବାର୍ଡ ହିଟ୍‌ : ବର୍ତ୍ତିଲେ ୧୯୧ଯାତ୍ରୀ

ବିମାନରେ ବାର୍ଡ ହିଟ୍‌ : ବର୍ତ୍ତିଲେ ୧୯୧ଯାତ୍ରୀ

ଭୁବନେଶ୍ୱର, ୧୮।୨(ବ୍ୟୁରୋ)- ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରବିବାର ଏକ ଇଣ୍ଡିଗୋ ବିମାନ ବାର୍ଡହିଟ୍‌ର ସମ୍ମୁଖୀନ ହୋଇଛି। ଫଳରେ ବିମାନଟି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ରବିବାର ସନ୍ଧ୍ୟା ୬ଟା ୨୯ରେ ଭୁବନେଶ୍ୱରରୁ ଦିଲ୍ଲୀ ଯିବା ପାଇଁ ଇଣ୍ଡିଗୋ ବିମାନ ୬ଇ୩୧୪ ଏୟାରବସ୍‌ ୩୨୦ ପ୍ରସ୍ତୁତ ହୋଇଥିଲା। ଏଥିରେ ୧୯୧ ଯାତ୍ରୀ ଥିଲେ। ଉଡ଼ାଣ ପୂର୍ବରୁ ବିମାନଟି ରନ୍‌ଓ୍ବେରେ ଚାଲୁଥିବାବେଳେ ସେଥିରେ ଏକ ପକ୍ଷୀ ମାଡ଼ ହୋଇ ରନ୍‌ଓ୍ବେରେ ପଡ଼ିଥିଲା।

କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାୟନ ପ୍ରଭାବ: ସଙ୍କୁଚିତ ହେଉଛି ହେନ୍ତାଳ ବଣ

କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାୟନ ପ୍ରଭାବ: ସଙ୍କୁଚିତ ହେଉଛି ହେନ୍ତାଳ ବଣ

ପାରାଦୀପ,୧୮ା୨(ସ୍ବ.ପ୍ର): ଉପକୂଳର ସୁରକ୍ଷା କବଚ ହେଉଛି ପ୍ରାକୃତିକ ସବୁଜିମାରେ ପୂର୍ଣ୍ଣ ହେନ୍ତାଳ ବଣ। ତେବେ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାୟନ ପ୍ରଭାବରେ ପାରାଦୀପରେ ଥିବା ଏହି ହେନ୍ତାଳବଣ ଏବେ ସଙ୍କୁଚିତ ହେବାରେ ଲାଗିଛି। ଏକଦା ମହାନଦୀ ମୁହାଣ ଓ ଜଟାଧାର ମୁହାଣ ମଧ୍ୟସ୍ଥଳରେ ଏହି ହେନ୍ତାଳବଣ ଭୁରପୁର ଥିଲା। ଏବେ ଅଠରବାଙ୍କୀରୁ ନେହେରୁ ବଙ୍ଗଳା ପର୍ଯ୍ୟନ୍ତ ଥିବା କାଉଡିଆ ନଦୀ ପାର୍ଶ୍ୱରେ ସେହି ହେନ୍ତାଳ ବଣ କିଛିକାଂଶରେ ସୁରକ୍ଷିତ ଅଛି। ସମ୍ପ୍ରତି ବନ୍ଦର ସମ୍ପ୍ରସାରଣ ପାଇଁ ଏହି ଜଙ୍ଗଲ ଲୀନ ହେବାକୁଯାଉଛି।

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ବର ବାପା, ମାମୁଁ ମୃତ, ବର ସମେତ ୫ଜଣ ଗୁରୁତର

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ବର ବାପା, ମାମୁଁ ମୃତ, ବର ସମେତ ୫ଜଣ ଗୁରୁତର

ଭବାନୀପାଟଣା, ୧୮।୨ (ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଭବାନୀପାଟଣାରୁ ୧୪ କି.ମି. ଦୂର କର୍ଲାପଡା ଅଭୟାରଣ୍ୟ ଖଇରମାଲ ଗ୍ରାମ ନିକଟରେ ରବିବାର ଭୋର ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିଟି ଛତିଶଗଡ଼ ରାୟପୁରରୁ ଭବାନୀପାଟଣା ସହରର ଅର୍କାବାହାଲିପଡାକୁ ଆସୁଥିଲା। ଗାଡ଼ିରେ ବସିଥିବା ବର ବାପା, ମାମୁଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଗାଡ଼ି ଡ୍ରାଇଭର ଓ ବର ସମେତ ୫ଜଣ ଗୁରୁତର ଆହତ ହୋଇଛନ୍ତ। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମାର୍ଚ୍ଚ ୯ ଯାଏ ମିଳିତ ଶିକ୍ଷକ ମଞ୍ଚର ଆନ୍ଦୋଳନ ସ୍ଥଗିତ

ମାର୍ଚ୍ଚ ୯ ଯାଏ ମିଳିତ ଶିକ୍ଷକ ମଞ୍ଚର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର, ୧୮।୨(ବ୍ୟୁରୋ): ଦଶଦିନ ଧରି ୭ ଦଫା ଦାବିନେଇ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇଥିଲା। ରବିବାର ସରକାରଙ୍କଠାରୁ ୬ଟି ଦାବି ପୂରଣ କରାଯିବାର ପ୍ରତିଶ୍ରୁତି ମିଳିବା ପରେ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସାମୂହିକ ଭାବେ ସ୍ଥଗିତ ରଖିବା ପାଇଁ ମିଳିତ ଶିକ୍ଷକ ମଞ୍ଚ ନିଷ୍ପତ୍ତି ନେଇଛି।

ବାଇକ୍‌ ଉପରେ ଚଢ଼ିଗଲା ଟୁରିଷ୍ଟ ବସ୍‌, ଯୁବକ ମୃତ

ବାଇକ୍‌ ଉପରେ ଚଢ଼ିଗଲା ଟୁରିଷ୍ଟ ବସ୍‌, ଯୁବକ ମୃତ

ପୁରୀ ଅଫିସ/ବ୍ରହ୍ମଗିରି, ୧୮।୨(ଡି.ଏନ୍‌.ଏ.): ପୁରୀ-ବ୍ରହ୍ମଗିରି ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟୁରିଷ୍ଟ ବସ୍‌ ବାଇକ୍‌ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାସେଳିସାହି ଥାନା ଅଧୀନ ହାତୀକୁଞ୍ଜ ଲେନ୍‌ର ଦେବାଶିଷ ମହାପାତ୍ର(୩୦)।

କୁନ୍ଦୁଲୀ ଗଣବଳାତ୍କାର ମାମଲା: ଆନ୍ଦୋଳନ କରିବ କଂଗ୍ରେସ

କୁନ୍ଦୁଲୀ ଗଣବଳାତ୍କାର ମାମଲା: ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର, ୧୮।୨(ବ୍ୟୁରୋ): କୁନ୍ଦୁଲି ଗଣବଳାତ୍କାର ମାମଲାରେ ପୀଡିତାଙ୍କୁ ନ୍ୟାୟ ଦେବାପାଇଁ କଂଗ୍ରେସ ଆନ୍ଦୋଳନ ଜାରି ରଖିବ । କଂଗ୍ରେସ ଭବନଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ଏସ୍‌ସି ମୋର୍ଚ୍ଚା ଅଧ୍ୟକ୍ଷ ତଥା ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଏହି ସୂଚନା ଦେଇଛନ୍ତି।

ଚିଟ୍‌ଫଣ୍ଡ ମାମଲା: ୩୦ ସଂସ୍ଥାକୁ ନୋଟିସ

କଟକ ଅଫିସ, ୧୭।୨- ଚିଟ୍‌ଫଣ୍ଡ ମାମଲାରେ ଶନିବାର ଜଷ୍ଟିସ୍‌ ମଦନମୋହନ ଦାସ ତଦନ୍ତ କମିଶନ ୩୦ଟି ସଂସ୍ଥାକୁ କ୍ଷୂଦ୍ର ଜମାକାରୀଙ୍କ ସମ୍ପର୍କରେ ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଛନ୍ତି। ଉକ୍ତ ସଂସ୍ଥାଗୁଡିକର ପାଖାପାଖି ୩୦ହଜାରରୁ ଊର୍ଦ୍ଧ୍ୱ କ୍ଷୂଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା କ୍ଷୁଦ୍ର ଜମାକାରୀଙ୍କ ମଧ୍ୟରେ ଗ୍ରୀନ୍‌ ରେ’ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିମିଟେଡ୍‌, ଆଇକୋର୍‌ ସର୍ଭିସ ଭଳି ଅନେକ ସଂସ୍ଥା ରହିଛି। ସୂଚନା ଥାଉକି, କମିଶନ ତାଙ୍କର ତଦନ୍ତ ଜାରି ରଖିଛନ୍ତି। ଇତି ମଧ୍ୟରେ ରାଜ୍ୟ ସରକାରଙ୍କୁ ୪ଟି ରିପୋର୍ଟ ପ୍ରଦାନ କରିଛନ୍ତି। ୫ମ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୂଦ୍ର ଜମାକାରୀ(୧୦ହଜାର ଟଙ୍କାରୁ କମ) ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।

ନବମ ଶ୍ରେଣୀ ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୭ରେ: ଅନ୍‌ଲାଇନ୍‌ରେ ଆଡ୍‌ମିଟ୍‌ କାର୍ଡ

ନବମ ଶ୍ରେଣୀ ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୭ରେ: ଅନ୍‌ଲାଇନ୍‌ରେ ଆଡ୍‌ମିଟ୍‌ କାର୍ଡ

କଟକ ଅଫିସ,୧୭।୨- ନବମ ଶ୍ରେଣୀ ଧନ୍ଦାମୂଳକ ଥିଓରି ପରୀକ୍ଷା ଆସନ୍ତା ମାର୍ଚ୍ଚ ୭ରେ ଅନୁଷ୍ଠିତ ହେବ। ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ମୋଟ ୬ଟି ଟ୍ରେଡ୍‌ରେ ପରୀକ୍ଷା ହେବ। ସେଗୁଡ଼ିକ ହେଲା ଟ୍ରାଭେଲ ଆଣ୍ଡ୍‌ ଟୁରିଜମ୍‌, ଇନ୍‌ଫରମେଶନ ଟେକ୍ନୋଲୋଜି ଏନାବ୍‌ଲଡ୍‌ ସର୍ଭିସ, ରିଟେଲ ଟ୍ରେଡ୍‌, ବ୍ୟାଙ୍କିଂ ଫାଇନାନ୍‌ସିଆଲ ସର୍ଭିସ ଆଣ୍ଡ୍‌ ଇନ୍‌ସ୍ୟୁରାନ୍ସ, ହେଲ୍‌ଥ କେୟାର, ବିଉଟି ଆଣ୍ଡ୍‌ ୱେଲନେସ୍‌। ରାଜ୍ୟର ୩୧୩ଟି ହାଇସ୍କୁଲର ଛାତ୍ରୀଛାତ୍ର ୩୧୧ଟି କେନ୍ଦ୍ରରେ ପରୀକ୍ଷା ଦେବେ। ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ଦ୍ୱିତୀୟ ସପ୍ତାହରେ ହେବ। ଏଥିପାଇଁ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ଶନିବାରଠାରୁ ଅନ୍‌ଲାଇନ୍‌ରେ ଉପଲବ୍ଧ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ୱେବ୍‌ସାଇଟ୍‌ (www.bseodisha.ac.in)ରେ ହାଇସ୍କୁଲ ମୁଖ୍ୟମାନେ ସ୍କୁଲ କୋଡ୍‌ ଓ ପାସ୍‌ୱାର୍ଡ ପ୍ରଦାନ କରି ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ସାରଥିଙ୍କ ବିରୋଧରେ ଇଡ଼ିର ମାମଲା: ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ

ସାରଥିଙ୍କ ବିରୋଧରେ ଇଡ଼ିର ମାମଲା: ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ

କଟକ ଅଫିସ, ୧୭।୨- ସାରଥି ଓରଫ ସନ୍ତୋଷ ରାଉଳଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଆଗୁଆ ଜାମିନ ପାଇଁ ସାରଥି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସରକାରୀ ଅର୍ଥ ହେରଫେର: ପୂର୍ବତନ ବିଡିଓଙ୍କ ସମେତ ୩ ଦଣ୍ଡିତ

କଟକ ଅଫିସ, ୧୭।୨-ସରକାରୀ ଅର୍ଥ ହେରଫେର ମାମଲାରେ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି ନୂଆପଡା ଜିଲା ସିନାପାଲି ବ୍ଲକର ପୂର୍ବତନ ବିଡିଓ ସୁନୀଲ କୁମାର ସାହୁ। ଉକ୍ତ ମାମଲାରେ ବିଡିଓ ସାହୁଙ୍କ ସମେତ ବ୍ଲକର ତତ୍କାଳୀନ କିରାଣୀ ଦିବାକର ଦୁର୍ଗା ଓ ଖରିଆରରୋଡଠାରେ ଥିବା ଏକ ଘରୋଇ ସଂସ୍ଥାର ମାଲିକ ତାରା ଚାନ୍ଦ ଅଗ୍ରୱାଲଙ୍କୁ ମଧ୍ୟ ଦଣ୍ଡିତ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାତିସଂଘ ପ୍ରତିନିଧି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାତିସଂଘ ପ୍ରତିନିଧି

ଭୁବନେଶ୍ୱର,୧୭।୨(ବ୍ୟୁରୋ)ଜାତିସଂଘ(ୟୁଏନ୍‌)ର ଏକାଧିକ ମହାବିଦ୍ୟାଳୟର ପ୍ରତିନିଧିଗଣ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ଭେଟିଛନ୍ତି। ଏମାନଙ୍କ ମଧ୍ୟରେ ଥିଲେ ପାଟ୍ରିକ୍‌ ଭାନ୍‌ ୱିରେଲ୍ଟ , ସିମୋନା ସ, ନିସ୍ଥା ସତ୍ୟମ, ଦୀପା ପ୍ରସାଦ । ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋନା କରାଯାଇଥିଲା। କିପରି ଭାବେ ମହିଳା ସଶକ୍ତୀକରଣ ଦ୍ୱାରା ନିରନ୍ତର ବିକାଶ ସମ୍ଭବ ହୋଇପାରିଛି, ସେ ସମ୍ପର୍କରେ ଆଲୋନା ହୋଇଥିଲା। ଆଗାମୀ ଦିନରେ ରାଜ୍ୟ ସରକାର ଏବଂ ଜାତିସଂଘ ସହଭାଗିତା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ ବୋଲି ଉଭୟେ ଆଶାବାଦୀ ଅଛନ୍ତି।

କପି ରୋକିବ ତ୍ରିସ୍ତରୀୟ ସ୍କ୍ବାଡ

ଭୁବନେଶ୍ୱର,୧୭।୨ (ବ୍ୟୁରୋ)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ସହିତ ଦୂରନିରନ୍ତର ଶିକ୍ଷା ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ରୁ ରାଜ୍ୟରେ ଆରମ୍ଭ ହେବ। ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରାଯିବା ସହ ପରୀକ୍ଷା କେନ୍ଦ୍ରରେ କପିକୁ ସମ୍ପୂର୍ଣ୍ଣ ଭାବେ ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯିବ। ଏଥିପାଇଁ ପରିଷଦ ସ୍କ୍ବାଡ ଗଠନ ପ୍ରକ୍ରିୟା ଆରମ୍ଭ କରିଛିି ବୋଲି ସିଏଚ୍‌ଏସ୍‌ଇ ଡେପୁଟି ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ମିଶ୍ର କହିଛନ୍ତି। ବାର୍ଷିକ ପରୀକ୍ଷାରେ କପି ଧରିବା ପାଇଁ ଗଠନ ହେବାକୁ ଥିବା ତ୍ରିସ୍ତରୀୟ ସ୍କ୍ବାଡ ବ୍ୟବସ୍ଥାରେ କେନ୍ଦ୍ରୀୟ, ଜୋନ ଓ ଜିଲାସ୍ତରୀୟ ସ୍କ୍ବାଡ ରହିଛି। ସାରା ରାଜ୍ୟ ପାଇଁ ପରିଷଦର କର୍ମଚାରୀ ଓ ବିଭାଗର ଡେପୁଟି ସଚିବମାନଙ୍କୁ ନେଇ କେନ୍ଦ୍ରୀୟ ସ୍କ୍ବାଡ ଗଠନ କରାଯିବ। କେନ୍ଦ୍ରୀୟ ସ୍କ୍ବାଡ ରାଜ୍ୟ ସାରାରେ ଥିବା ପରୀକ୍ଷା କେନ୍ଦ୍ରକୁ ଯାଇ ଯାଞ୍ଚ କରିବେ। ପରିଷଦର ୩ଟି ଜୋନ ଯଥା, ବାରିପଦା, ସମ୍ବଲପୁର ଓ ବ୍ରହ୍କପୁର ରହିଛି। ଏହି ଜୋନଗୁଡିକର କର୍ମଚାରୀଙ୍କୁ ନେଇ ଜୋନସ୍ତରୀୟ ସ୍କ୍ବାଡ ଗଠନ କରାଯିବ। ଅନ୍ୟପଟେ ଜିଲାସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି।

କେନ୍ଦ୍ର କାଟି ଦେଉଛି ଅନୁଦାନ

କେନ୍ଦ୍ର କାଟି ଦେଉଛି ଅନୁଦାନ

ଭୁବନେଶ୍ୱର, ୧୭।୨(ବ୍ୟୁରୋ)ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅମୃତସର-କଲିକତା ଶିଳ୍ପ କରିଡରକୁ ବିଶାଖାପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରିତ କରି ଏଥିରେ ଓଡ଼ିଶାକୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ବିଶେଷ ଅନୁରୋଧ କରାଯାଇଛି। ଏକାଧିକ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନା ସମ୍ପର୍କରେ ସଚିବାଳୟରେ ଶନିବାର ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏତଦ୍‌ ବ୍ୟତୀତ ପଛୁଆ ଜିଲା ଗୁଡିକ ସକାଶେ ଯେଉଁ ଯୋଜନା ଗୁଡିକ କାର୍ଯ୍ୟକାରୀ କରାଯାଉଥିଲା ସେ ଗୁଡିକ ପୁନଃ ପ୍ରଚଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। କେନ୍ଦ୍ରୀୟ ଯୋଜନାରେ ବାର୍ଷିକ ଅନୁଦାନ ସମ୍ପର୍କରେ ଆଗୁଆ ସୂଚନା ଦେବା ଏବଂ ଘୋଷିତ ଅନୁଦାନରେ କୌଣସି ପ୍ରକାର କାଟଛାଣ୍ଟ ନ କରିବା ପାଇଁ ନୀତି ଆୟୋଗ ଉପାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କହିଛନ୍ତି। ରାଜ୍ୟର ବିଭିନ୍ନ ଜିଲାର ମାଓବାଦୀ ଉପଦ୍ରୁତ ୩୮ଟି ବ୍ଲକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ନିୟମାବଳୀକୁ କୋହଳ କରିବା ପାଇଁ ଆୟୋଗ ଉପାଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

୨ଛାତ୍ରଙ୍କୁ ଅପହରଣ, ହତ୍ୟା

୨ଛାତ୍ରଙ୍କୁ ଅପହରଣ, ହତ୍ୟା

ଭଦ୍ରକ ଅଫିସ/ ବାସୁଦେବପୁର, ୧୭।୨(ଡି.ଏନ.ଏ.): ଅଷ୍ଟମ ଶ୍ରେଣୀରେ ପଢୁଥିବା ୨ ଜଣ ଛାତ୍ର ନିଖୋଜ ହେବାର ୩ ଦିନ ପରେ ସେମାନଙ୍କ ମୃତଦେହ ଏକ ପୋଖରୀରୁ ଶନିବାର ଉଦ୍ଧାର କରାଯାଇଛି। ଏହି ଛାତ୍ରଦ୍ୱୟଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶୁକ୍ରବାର ଗଁା ଲୋକେ ରାସ୍ତାରୋକୋ କରି ପ୍ରତିବାଦ ଜଣାଇଥିଲେ। ଶନିବାର ପୋଖରୀରୁ ମୃତଦେହ ମିଳିବା ପରେ ଗଁାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପିଲା ଦୁହିଁଙ୍କୁ ଅପହରଣ କରି ନେଇ ହତ୍ୟା କରାଯାଇଛି ବୋଲି ପରିବାରବର୍ଗ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ପଛୁଆ ଜିଲା ପାଇଁ କେନ୍ଦ୍ରୀୟ ସହାୟତା ପୁନଃ ପ୍ରଚଳନ କରାଯାଉ: ମୁଖ୍ୟମନ୍ତ୍ରୀ

ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ପଛୁଆ ଜିଲା ପାଇଁ କେନ୍ଦ୍ରୀୟ ସହାୟତା ପୁନଃ ପ୍ରଚଳନ କରାଯାଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭।୨(ବ୍ୟୁରୋ): ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଶନିବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ବିଭିନ୍ନ ବିଷୟ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ବିଜେପୁରରେ ଭାଜପା ଦିବାସ୍ବପ୍ନ ଦେଖୁଛି: ପ୍ରଦୀପ ମହାରଥୀ

ବିଜେପୁରରେ ଭାଜପା ଦିବାସ୍ବପ୍ନ ଦେଖୁଛି: ପ୍ରଦୀପ ମହାରଥୀ

ଭୁବନେଶ୍ୱର, ୧୭।୨(ବ୍ୟୁରୋ): ବିଜେପୁରରେ ବିଜେଡି ଭଲ ବ୍ୟବଧାନରେ ଜିତିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ପରେ ଦଳୀୟ ନେତା ଓ କର୍ମୀମାନେ ବେଶ୍‌ ଉତ୍ସାହିତ ହୋଇଯାଇଛନ୍ତି।