ରାଜ୍ୟ

ଯୁବତୀଙ୍କୁ ବଳାତ୍କାର ଘଟଣା: ଡାକ୍ତରୀ ମାଇନା ପାଇଁ ପଠାଇଲା ପୋଲିସ

ଯୁବତୀଙ୍କୁ ବଳାତ୍କାର ଘଟଣା: ଡାକ୍ତରୀ ମାଇନା ପାଇଁ ପଠାଇଲା ପୋଲିସ

ବଅଁରପାଳ,୨୭।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଅନ୍ତର୍ଗତ ନାଲ୍‌କୋ ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ଉକ୍ତ ଅଞ୍ଚଳର ଜଣେ ଯୁବକ ଗତ ୩ମାସ ପୂର୍ବରୁ ବଳାତ୍କାର କରିଥିବାନେଇ ଶନିବାର ଅଭିଯୋଗ ହୋଇଥିଲା।

ବଲାଙ୍ଗୀର ରେଲୱେ ଷ୍ଟେସନ୍‌ ପରିସ୍ରାଗାରରୁ ୨ ଶିଶୁ ଉଦ୍ଧାର: ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର

ବଲାଙ୍ଗୀର ରେଲୱେ ଷ୍ଟେସନ୍‌ ପରିସ୍ରାଗାରରୁ ୨ ଶିଶୁ ଉଦ୍ଧାର: ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର

ବଲାଙ୍ଗୀର ଅଫିସ,୨୭।୫- ରବିବାର ବଲାଙ୍ଗୀର ରେଲୱେ ଷ୍ଟେସନ୍‌ ପରିସ୍ରାଗାରରେ କେହି ଦୁଇ ଶିଶୁକନ୍ୟାଙ୍କୁ ଏକ ବ୍ୟାଗରେ ଭର୍ତ୍ତି କରି ସେଠାରେ ଛାଡ଼ିଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଦ୍ଧାର ହୋଇଥିବା ଶିଶୁଙ୍କ ବୟସ ଏକମାସ ହେବ ବୋଲି ଅନୁମାନ କରାଯାଇଛି। ଖବର ପାଇ ରେଲୱେ ପୋଲିସ ବ୍ୟାଗ ଭିତରେ ଥିତ୍ବା ଉକ୍ତ ଦୁଇ ଶିଶୁକନ୍ୟାକୁ ଉଦ୍ଧାର କରି ଚାଇଲ୍‌ଡ଼ ଲାଇନ୍‌କୁ ହସ୍ତାନ୍ତର କରିଥିଲେ।

ବରିଷ୍ଠ ନାଗରିକଙ୍କ ପାଇଁ କମ୍ୟୁନିଟି ସେଣ୍ଟରର ଶିଳାନ୍ୟାସ

ବରିଷ୍ଠ ନାଗରିକଙ୍କ ପାଇଁ କମ୍ୟୁନିଟି ସେଣ୍ଟରର ଶିଳାନ୍ୟାସ

ଭୁବନ,୨୭।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କ ପାଇଁ ନିର୍ମାଣ ହେବାକୁଥିବା କମ୍ୟୁନିଟି ସେଣ୍ଟରର ରବିବାର ଶିଳାନ୍ୟାସ କରାଯାଇଛି।

ଫୁଲବାଣୀ କପ୍‌ ଫୁଟବଲ୍‌: ଓଡ଼ିଶା ପୋଲିସ ଚାମ୍ପିୟନ୍‌

ଫୁଲବାଣୀ କପ୍‌ ଫୁଟବଲ୍‌: ଓଡ଼ିଶା ପୋଲିସ ଚାମ୍ପିୟନ୍‌

ଫୁଲବାଣୀ ଅଫିସ,୨୭।୫: ଫୁଲବାଣୀ କରୋନେଶନ୍‌ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ଦିବାରାତ୍ର ଫୁଲବାଣୀ କପ୍‌-୨୦୧୮ ଫୁଟବଲ୍‌ ଟୁର୍ନାମେଣ୍ଟର ଫାଇନାଲ୍‌ରେ ଓଡ଼ିଶା ପୋଲିସ୍‌ ଟାଇବ୍ରେକରରେ ରାଉରକେଲାକୁ ହରାଇ ଚାମ୍ପିୟନ ହୋଇଛି।

କୋଏଲ ନଦୀ ଉପରେ ନିର୍ମାଣ ହେବ ବ୍ୟାରେଜ୍‌ : ଦୀର୍ଘଦିନର ଦାବି ପୂରଣ ହେବ

କୋଏଲ ନଦୀ ଉପରେ ନିର୍ମାଣ ହେବ ବ୍ୟାରେଜ୍‌ : ଦୀର୍ଘଦିନର ଦାବି ପୂରଣ ହେବ

ରାଉରକେଲା ଅଫିସ,୨୭।୫-ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତପତ୍ତରା ପ୍ରକାଶ ପାଇ ନ ଥିବା ବେଳେ କୋଏଲ ନଦୀ ଉପରେ ବ୍ୟାରେଜ୍‌ ନିର୍ମାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏନେଇ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ସ୍ପଷ୍ଟ କରିଛନ୍ତି।

କଇଁଫୁଲିଆ ଗ୍ରାମରେ ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁ

କଇଁଫୁଲିଆ ଗ୍ରାମରେ ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁ

ବଡ଼ସାହି,୨୭।୫(ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଯୋଗୀନୂଆଗାଁ ପଞ୍ଚାୟତ କଇଁଫୁଲିଆ ଗ୍ରାମର ନିନିମଣି ମହାନ୍ତ(୨୫)ଙ୍କ ଅସ୍ବାଭାବିକ ଭାବେ ମୃତ୍ୟୁ ଘଟିଛି ା ଶନିବାର ଖାଇପିଇ ଘରେ ଶୋଇବା ପରେ ହଠାତ ତାଙ୍କର ଦେହ ଅସୁସ୍ଥ ହୋଇପଡିଥିଲା। ପରିବାର ଲୋକେ ନିନିମଣିଙ୍କୁ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ନିନିମଣିଙ୍କ ବେକରେ ଦାଗ ଥିବା ବେଳେ ନାକ ଓ ଆଖିରୁ ରକ୍ତ ବାହାରୁଥିବା ଦେଖାଯାଇଥିଲା। ତେଣୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଟ୍ରକ୍‌- ବାଇକ୍‌ ମୁହାଁମୁହିଁ ଧକ୍କା: ଭଉଣୀ ଭାଇ ମୃତ, ଲୋକଙ୍କ ରାସ୍ତାରୋକୋ

ଟ୍ରକ୍‌- ବାଇକ୍‌ ମୁହାଁମୁହିଁ ଧକ୍କା: ଭଉଣୀ ଭାଇ ମୃତ, ଲୋକଙ୍କ ରାସ୍ତାରୋକୋ

ବାଲିଶଙ୍କରା, ୨୭।୫(ଡି.ଏନ.ଏ.)-ରବିବାର ସକାଳେ ସୁନ୍ଦରଗଡ଼ ଜିଲା ତଳସରା ଥାନା ବାଲିଶଙ୍କରା ବ୍ଲକ କାର୍ଯ୍ୟାଳୟ ନିକଟ ଡ଼ୁରୁଙ୍ଗା ନାଳ ପୋଲ ପାର୍ଶ୍ୱରେ ଟ୍ରକ୍‌ -ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଭଉଣୀ ଭାଇଙ୍କ ମୃତ୍ୟୁ ଘଟିଛି।

କାନ୍ଥ ଭୁଶୁଡ଼ି ଶିଶୁ ମୃତ: ମା’ବାପା ଗୁରୁତର

କାନ୍ଥ ଭୁଶୁଡ଼ି ଶିଶୁ ମୃତ: ମା’ବାପା ଗୁରୁତର

ଚୌଦ୍ୱାର,୨୭।୫(ଡି.ଏନ୍‌.ଏ.): କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଆଗ୍ରାହାଟ ପଞ୍ଚାୟତ ଭରାଣ୍ଡି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମରେ ଟନି ପୁର୍ଲିଙ୍କ ଘରର କାନ୍ଥ ଭୁଶୁଡ଼ି ତାଙ୍କ ୫ ବର୍ଷୀୟ ପୁଅର ମୃତ୍ୟୁ ଘଟିଛି।

ପୋଲକୁ ଧକ୍କା ଦେଲା ବାଇକ୍‌: ଚାଳକ ମୃତ

ପୋଲକୁ ଧକ୍କା ଦେଲା ବାଇକ୍‌: ଚାଳକ ମୃତ

ଶେରଗଡ଼,୨୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ସୁବଳୟାପଲ୍ଲୀ ଗ୍ରାମ ଛକରେ ଥିବା ପୋଲରେ ଶନିବାର ବିଳମ୍ବିତ ରାତିରେ ଏକ ଟିଭିଏସ୍‌ ଏକ୍ସ ଏଲ୍‌ ବାଇକ୍‌ ଧକ୍କା ଦେଇଛି। ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଶିକିରି ଗ୍ରାମର ଶଙ୍କର ପ୍ରଧାନ।

ପାଣି ପାଇଁ ଲୋକେ ଡହଳବିକଳ

ପାଣି ପାଇଁ ଲୋକେ ଡହଳବିକଳ

ଭବାନୀପାଟଣା,୨୭।୫(ଡି.ଏନ.ଏ.)- କଳାହାଣ୍ଡି ଜିଲାର ଭବାନୀପାଟଣା ସହରରେ ଦିନକୁ ଦିନ ଗ୍ରୀଷ୍ମ ତାତି ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ସହରରେ ୧ କୋଟି ୧୫ ଲକ୍ଷ ଲିଟର ପାନୀୟ ଜଳର ଆବଶ୍ୟକତା ଥିବାବେଳେ ଜଳ ଓ ପରିମଳ ବିଭାଗ ପକ୍ଷରୁ ମାତ୍ର ୭୫ ଲକ୍ଷ ଲିଟର ଜଳ ଯୋଗାଣ ହୋଇପାରୁଛି ।

ନାବାଳିକା  ଗର୍ଭବତୀ ହୋଇ ଯାଆଁଳା ଶିଶୁ ଜନ୍ମଦେବା ଘଟଣା: ୩ଲକ୍ଷ ଟଙ୍କାର ଆର୍ଥିକ  ସହାୟତା ପାଇଁ ନିର୍ଦ୍ଦେଶ

ନାବାଳିକା ଗର୍ଭବତୀ ହୋଇ ଯାଆଁଳା ଶିଶୁ ଜନ୍ମଦେବା ଘଟଣା: ୩ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପାଇଁ ନିର୍ଦ୍ଦେଶ

ସୁନ୍ଦରଗଡ,୨୭।୫ (ଡି.ଏନ୍‌.ଏ)-ଜଣେ ୧୩ବର୍ଷ ନାବାଳିକା ଗତ ୧୭ ତାରିଖ ସକାଳେ ସ୍ଥାନୀୟ ଜିଲା ମୁଖ୍ୟ ଡାକ୍ତରଖାନାରେ ଯାଆଁଳା ଶିଶୁ ଜନ୍ମ ଦେବା ଘଟଣାରେ ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ଜଜ୍‌ ମାନସ ରଞ୍ଜନ ବାରିକ ସମ୍ପୃକ୍ତ ପୀଡିତା ନାବାଳିକାଙ୍କୁ ୩ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

ତାମିଲନାଡୁକୁ ଦାଦନ ଯାଇଥିବା ଯୁବତୀଙ୍କ ପତ୍ତା ମିଳୁନାହିଁ: ବାପା ଥାନାର ଦ୍ୱାରସ୍ଥ, ଦଲାଲଙ୍କ ଭୂମିକା ସନ୍ଦେହ ଜନକ

ତାମିଲନାଡୁକୁ ଦାଦନ ଯାଇଥିବା ଯୁବତୀଙ୍କ ପତ୍ତା ମିଳୁନାହିଁ: ବାପା ଥାନାର ଦ୍ୱାରସ୍ଥ, ଦଲାଲଙ୍କ ଭୂମିକା ସନ୍ଦେହ ଜନକ

କର୍ଲାମୁଣ୍ଡା/ମ.ରାମପୁର,୨୭।୫(ଡି.ଏନ.ଏ.)- କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଗୋଚ୍ଛାଡେଙ୍ଗେନ ପଞ୍ଚାୟତର ବାଞ୍ଜିପଦର ଗ୍ରାମର ଜଣେ ଗରିବ ଦଳିତ ପରିବାର ବ୍ୟକ୍ତି ଅଟନ୍ତି ଗୋପିନାଥ ସୁନା। ତାଙ୍କର ୧୯ ବର୍ଷିୟା ଝିଅ ରଶ୍ମିତା। ଆଜକୁ ପ୍ରାୟ ୭ ମାସ ହେବ ଗୋଚ୍ଛାଡେଙ୍ଗେନର ଦାଦନ ଦଲାଲ ଯୁଧିଷ୍ଠିର ବିଭାର ତାମିଲନାଡୁକୁ ଯାଇ କାମ କଲେ ଭଲ ଦି ପଇସା ରୋଜଗାର ହେବ ବୋଲି ପ୍ରଲୋଭନ ଦେଖାଇ ରଶ୍ମିତାଙ୍କ ସମେତ ଗୋଚ୍ଛାଡେଙ୍ଗେନ ଅଞ୍ଚଳର ୫ ଜଣ ଝିଅଙ୍କୁ ନେଇ ସେ ତାମିଲନାଡୁ ଯାଇଥିଲେ।

୬ ମାସରେ ୩୦ ଗାଁରୁ ଟ୍ରାନ୍ସଫର୍ମର ଚୋରି

୬ ମାସରେ ୩୦ ଗାଁରୁ ଟ୍ରାନ୍ସଫର୍ମର ଚୋରି

ନବରଙ୍ଗପୁର,୨୭ା୫(ବି.ପ୍ର.): ଦୀର୍ଘ ବର୍ଷ ଧରି ଅନ୍ଧାରରେ ରହିବା ପରେ ଗାଁକୁ ବିଦ୍ୟୁତ ସଂଯୋଗ ହେଲା। ଗ୍ରାମବାସୀ ବିଜୁଳି ଆଲୁଅ ଦେଖିଲେ। କିନ୍ତୁ ଏହି ଖୁସି ବେଶୀ ଦିନ ରହୁ ନାହିଁ। ଗ୍ରାମବାସୀଙ୍କ ଏହି ଖୁସି ଉପରେ ଦାଉ ସାଜିଛନ୍ତି ଟ୍ରାନ୍ସଫର୍ମର ଚୋର।

ଜିଲାର ୪ ବ୍ଲକରୁ ୬୯ ଗ୍ରାମ ବୁଡ଼ି ଅଞ୍ଚଳ ଚିହ୍ନଟ

ଜିଲାର ୪ ବ୍ଲକରୁ ୬୯ ଗ୍ରାମ ବୁଡ଼ି ଅଞ୍ଚଳ ଚିହ୍ନଟ

କୋରାପୁଟ,୨୭ା୫(ସ୍ବ.ପ୍ର.): କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି ା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ଅଧ୍ୟକ୍ଷତା କରି ବର୍ଷା ପୂର୍ବରୁ ବାତ୍ୟା ଆଶ୍ରୟସ୍ଥଳର ବଳକା କାମ ତୁରନ୍ତ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଠିକାଦାରଙ୍କ କବ୍‌ଜାରେ ଆବାସ ହିତାଧିକାରୀଙ୍କ ପାସ୍‌ବୁକ୍‌, ଏଟିଏମ୍‌

ଠିକାଦାରଙ୍କ କବ୍‌ଜାରେ ଆବାସ ହିତାଧିକାରୀଙ୍କ ପାସ୍‌ବୁକ୍‌, ଏଟିଏମ୍‌

ଜୟପୁର,୨୭ା୫(ଡି.ଏନ୍‌.ଏ.): ଗରିବ ଆଦିବାସୀଙ୍କ ପାଇଁ ଆବାସ ଯୋଜନାରେ ମିଳୁଥିବା ଗୃହ ହିତାଧିକାରୀ ନିଜେ ନିର୍ମାଣ କରିନପାରି ଦଲାଲଙ୍କ କବଜାରେ ପଡୁଛନ୍ତି ା ଦଲାଲମାନେ ସେମାନଙ୍କ ବ୍ୟାଙ୍କ ପାସବୁକ ଓ ଏଟିଏମ କାର୍ଡ଼ ନିଜ ପାଖରେ ରଖି ଟଙ୍କା ଉଠାଉଛନ୍ତି।

ପୁରୀରେ ପୁଣି ଭକ୍ତଙ୍କୁ ମାଡ଼ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଫାଟିଲା

ପୁରୀରେ ପୁଣି ଭକ୍ତଙ୍କୁ ମାଡ଼ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଫାଟିଲା

ପୁରୀ ଅଫିସ, ୨୭।୫: ପୁରୀରେ ଅସୁରକ୍ଷିତ ହୋଇପଡିଛନ୍ତି ଭକ୍ତ। କେତେବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ଼ ମରାଯାଇ ଲହୁଲୁହାଣ କରାଯାଉଛି ତ ପୁଣି କେତେବେଳେ ହୋଟେଲରେ ପର୍ଯ୍ୟଟକଙ୍କୁ ଆକ୍ରମଣ ହେଉଛି। ଦିନକୁ ଦିନ ଶ୍ରୀକ୍ଷେତ୍ର ମାଟିରେ ଏଭଳି ଲଜ୍ଜାଜନକ ଘଟଣା ବଢିବାରେ ଲାଗିଛି। ଶନିବାର ବଡ଼ଦାଣ୍ଡରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା।

୧୮ ଦୁର୍ବଳ ନଦୀବନ୍ଧ ଉପରେ ରହିବ ସତର୍କ ନଜର

୧୮ ଦୁର୍ବଳ ନଦୀବନ୍ଧ ଉପରେ ରହିବ ସତର୍କ ନଜର

ପୁରୀ ଅଫିସ, ୨୭।୫: ବର୍ତ୍ତମାନ ରାଜ୍ୟରେ ଚାଲିଛି କାଳବୈଶାଖୀର ତାଣ୍ଡବ। ଆଗକୁ ଆସୁଛି ବର୍ଷା। ଏହାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ନିମନ୍ତେ ଶନିବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଡକାଯାଇଥିଲା। ଜିଲାରୁ ପ୍ରତିନିଧିତ୍ୱ କରୁଥିବା ୬ ବିଧାୟକ ଏବଂ ୨ ଏମ୍‌ପି ମଧ୍ୟ ଅନୁପସ୍ଥିତ ଥିଲେ। ବୈଠକ ଆରମ୍ଭ ହେବାର ଘଣ୍ଟାଏ ବିଳମ୍ବରେ ଆସି ଅଧ୍ୟକ୍ଷତା କରିଥିଲେ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ।

କଂଗ୍ରେସର ବିଶ୍ୱାସଘାତକ ଦିବସ : ମୋଦି ଦେଶବାସୀଙ୍କୁ ପ୍ରତାରଣା କରିଛନ୍ତି

କଂଗ୍ରେସର ବିଶ୍ୱାସଘାତକ ଦିବସ : ମୋଦି ଦେଶବାସୀଙ୍କୁ ପ୍ରତାରଣା କରିଛନ୍ତି

ପୁରୀ ଅଫିସ, ୨୭।୫: ଲୋକଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଏନ୍‌ଡିଏ ସରକାର ନିର୍ବାଚନରେ ବିଜୟୀ ହୋଇ କ୍ଷମତାସୀନ ହୋଇଛି। ମାତ୍ର ଗୋଟିଏ ବି ପ୍ରତିଶ୍ରୁତି କାର୍ଯ୍ୟକାରୀ ନ କରି କେନ୍ଦ୍ର ସରକାର ଦେଶବାସୀଙ୍କୁ ପ୍ରତାରଣା କରିଛନ୍ତି ବୋଲି ପୁରୀ ଜିଲା କଂଗ୍ରେସ ଅଭିଯୋଗ କରିଛି।

ହୁଭାଷୀ ସିନ୍ଧୀ, ଓଡ଼ିଆ ନାଟ୍ୟ ସମାରୋହ ଅନ୍ନପୂର୍ଣ୍ଣାରେ ସିନ୍ଧୀ ନାଟକ ଅଧୁ ଆବାଦୀ

ହୁଭାଷୀ ସିନ୍ଧୀ, ଓଡ଼ିଆ ନାଟ୍ୟ ସମାରୋହ ଅନ୍ନପୂର୍ଣ୍ଣାରେ ସିନ୍ଧୀ ନାଟକ ଅଧୁ ଆବାଦୀ

ପୁରୀ ଅଫିସ, ୨୭।୫: ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅନୁଷ୍ଠିତ ହେଉଛି ବହୁଭାଷୀ ସିନ୍ଧୀ, ଓଡ଼ିଆ ନାଟ୍ୟ ସମାରୋହ। ଏହି ଅବସରରେ ଶନିବାର ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଛି ସିନ୍ଧୀ ନାଟକ ଅଧୁ ଆବାଦୀ। ଛତିଶଗଡ଼ ବିଳାସପୁରର କଳାକାରଙ୍କ ଦ୍ୱାରା ପରିବେଷିତ ଏହି ନାଟକର ଲେଖକ ଏବଂ ନିର୍ଦ୍ଦେଶକ ଥିଲେ ଶତ୍ରୁଘ୍ନ ଦେସୱାନୀ।

ଏଟିଏମ୍‌ରୁ ଟଙ୍କା ଚୋରି

ଏଟିଏମ୍‌ରୁ ଟଙ୍କା ଚୋରି

ନିରାକାରପୁର,୨୭।୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ରାମ୍‌ ବଜାରରେ ଥିବା ଆକ୍ସିସ୍‌ ବ୍ୟାଙ୍କ ଏଟିଏମ୍‌ରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି।

ପୁରୀ ପୋଲିସର ଏନ୍‌କାଉଣ୍ଟର

ପୁରୀ ପୋଲିସର ଏନ୍‌କାଉଣ୍ଟର

ପୁରୀ ଅଫିସ, ୨୭।୫: ପିପିଲି ନିଜିଗଡ ଖୁରୁକି ବିର୍ଲା ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ପୁରୀ ପୋଲିସ ଏନକାଉଣ୍ଟର କରିଛି। ପୋଲିସ ଗୁଳିରେ ବାସେଳି ସାହି ଥାନା ଅଧୀନ ଗୋଖା ସାହିର ସର୍ବେଶ୍ୱର ବେହେରା ଆହତ ହୋଇଛନ୍ତି। ଗୁଳି ତାଙ୍କ ବାମ ପାଦରେ ବାଜିଛି।

ଅନୁକୂଳ ହେଲା ଦଣ୍ଡା

ଅନୁକୂଳ ହେଲା ଦଣ୍ଡା

ପୁରୀ ଅଫିସ, ୨୭।୫: ରଥଖଳାରେ ତିନିରଥ ନିର୍ମାଣ କାମ ଚାଲିଛି। ତିନିରଥର ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ମହାରଣା ସେବକମାନେ କାମକୁ ଆଗେଇ ନେଉଛନ୍ତି। ଅଖ କାମ ପ୍ରାୟ ଶେଷ ହେବାକୁ ବସିଛି। ତିନିରଥର ମୋଟ ୨୧ଟି ଅଖ ମଧ୍ୟରୁ ନନ୍ଦିଘୋଷ ରଥର ୮ଟି ଏବଂ ତାଳଧ୍ୱଜ ରଥର ୭ଟି ଯାକ କାମ ଶେଷ ହୋଇଛି। ଦର୍ପଦଳନ ରଥର ୬ଟି ଅଖ ମଧ୍ୟରୁ ୫ଟି ସରିଛି।

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁରୀ ଅଫିସ,୨୭।୫ : ପୁରୀ ସଦର ଥାନା ଅନ୍ତର୍ଗତ ବାଲିଘାଇ ନାରାୟଣୀ ମନ୍ଦିର ନିକଟ ଜଙ୍ଗଲରୁ ରବିବାର ସକାଳ ୮ଟା ସମୟରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିପାରିନାହିଁ।

ସ୍ତ୍ରୀଙ୍କୁ ଘରୁ ତଡ଼ି ଦ୍ୱିତୀୟ ବିବାହ ଯୋଜନା

ସ୍ତ୍ରୀଙ୍କୁ ଘରୁ ତଡ଼ି ଦ୍ୱିତୀୟ ବିବାହ ଯୋଜନା

ଭୁବନେଶ୍ୱର, ୨୬।୫(ବ୍ୟୁରୋ)- ସ୍ତ୍ରୀଙ୍କୁ ଘରୁ ତଡ଼ିଦେଇ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରିଛନ୍ତି ସ୍ବାମୀ। ଏ ନେଇ ସ୍ତ୍ରୀ କଳ୍ପନା ପ୍ରଧାନ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର କଳ୍ପନା ୨୦୧୫ ଫେବୃଆରୀ ୨ରେ ଅନୁଗୋଳ ଜିଲା ଛେଣ୍ଡିପଦା ଅଞ୍ଚଳର ଜଣେ ଯୁବକଙ୍କୁ ଭଲପାଇ ନୋଟାରିରେ ବିବାହ କରିଥିଲେ। ପରେ ଉଭୟେ ସାଲିଆସାହିରେ ରହିଥିଲେ।