ସମ୍ପାଦକୀୟ |

ପ୍ରାଣୀ ଦେବତା

ପ୍ରାଣୀ ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ବଳିପ୍ରଥା ଏବଂ ଶବରମାନଙ୍କ ପଶୁ ଶିକାର ପ୍ରଥା ଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ଏକ ଶାନ୍ତିପୂର୍ଣ୍ଣ ଦେଶ ଥିଲା ଏବଂ ଲୋକମାନେ ପ୍ରାଣୀମାନଙ୍କ ସହ ଏକାଠି ବାସ କରୁଥିଲେ। ଗତ ୫୦ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ଏବେ ପ୍ରାଣୀମାନଙ୍କୁ ଆଘାତ ଦେବା ବା ମାରିବାକୁ କେହି ଖରାପ ଭାବୁ ନାହାନ୍ତି। ଯେଉଁ ଦେଶର ସରକାର ଆମ ରପ୍ତାନିର ୫୨% ମାଂସ, ମାଛ ଓ ଚମଡ଼ା ବୋଲି କହି ଗର୍ବ କରୁଛନ୍ତି, ସେ ଦେଶକୁ ଆପଣ କ’ଣ କହିବେ? ଅଧିକାଂଶ ଗାଁରେ ଗ୍ରାମ ଦେବତା ଅଛନ୍ତି, ମନ୍ଦିର ଅଛି ଏବଂ ଅନେକ ଦେବତା ପ୍ରାଣୀମାନଙ୍କର ପ୍ରତିନିଧିତ୍ୱ କରନ୍ତି। ଭ୍ରାମରୀ ହେଉଛନ୍ତି ମହୁମାଛି ଓ ବିରୁଡ଼ିଙ୍କ ଦେବୀ ଏବଂ ସେ ହେଉଛନ୍ତି ଦୁର୍ଗାଙ୍କର ଏକ ଅବତାର, ଯାହାଙ୍କ ବିଷୟରେ ଦେବୀ ଭାଗବତରେ ଲେଖା ଅଛି। ତ୍ରିସ୍ରୋତା, ଜଲପାଇଗୁଡ଼ି ଓ ନାସିକରେ ଭ୍ରାମରୀ ଦେବୀଙ୍କର ମନ୍ଦିର ଅଛି। 

ଅରୁଣାସୁର ହଜାର ହଜାର ବର୍ଷ ବ୍ରହ୍ମାଙ୍କୁ ତପସ୍ୟା କଲେ। ପ୍ରଥମ ୧୦ ହଜାର ବର୍ଷ ସେ କେବଳ ଶୁଖିଲା ପତ୍ର ଖାଇ ବଞ୍ଚିଲେ, ଦ୍ୱିତୀୟ ୧୦ ହଜାର ବର୍ଷ ସାମାନ୍ୟ ଜଳବିନ୍ଦୁ ପାନ କରି ବଞ୍ଚିଲେ ଏବଂ ତୃତୀୟ ୧୦ ହଜାର ବର୍ଷ ସେ କେବଳ ବାୟୁ ସେବନ କରି ବଞ୍ଚିଲେ। ଚତୁର୍ଥ ୧୦ ହଜାର ବର୍ଷ ସେ ସମ୍ପୂର୍ଣ୍ଣ ନିରାହାର ରହି ତପସ୍ୟା କଲେ। ତାଙ୍କ ଦେହରୁ ଅଗ୍ନିସ୍ଫୁଲିଙ୍ଗ ବାହାରି ସାରା ଜଗତକୁ ଜାଳିଦେବାକୁ ବସିଲା। ଶେଷରେ ବ୍ରହ୍ମା ଆବିର୍ଭୂତ ହୋଇ ତାଙ୍କୁ ଅଭିଳଷିତ ବର ପ୍ରଦାନ କଲେ: କୌଣସି ଦ୍ୱିପଦ ବା ଚତୁଷ୍ପଦ ପ୍ରାଣୀ, ଅର୍ଥାତ୍‌ ଦେବତା, ରାକ୍ଷସ, ମଣିଷ ବା ପଶୁ ତାଙ୍କର କିଛି କ୍ଷତି କରିପାରିବେ ନାହିଁ। ଏହି ବର ପାଇଲା ପରେ ନିଜକୁ ଅପରାଜେୟ ମନେକରି ଅରୁଣାସୁର ଏକ ସୈନ୍ୟ ଦଳ ଗଠନ କରି ଦେବତାମାନଙ୍କ ଉପରେ ଆକ୍ରମଣ କଲେ। ଇନ୍ଦ୍ର ଭୟଭୀତ ହୋଇ ଦେବତାମାନଙ୍କ ସହ ଯାଇ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ଶରଣ ନେଲେ।

ଅରୁଣାସୁର କୈଳାସ ପର୍ବତରେ ଆଶ୍ରୟ ନେଇଥିବା ଦେବତାମାନଙ୍କ ଉପରେ ଆକ୍ରମଣ କଲେ। ଶିବ ତାଙ୍କର ସୈନ୍ୟବଳ ନେଇ ଅରୁଣାସୁରକୁ ପ୍ରତିରୋଧ କଲେ ମଧ୍ୟ ତାକୁ ପରାଜିତ କରିପାରିଲେ ନାହିଁ। ତେଣୁ ସେ ପାର୍ବତୀଙ୍କୁ ସାହାଯ୍ୟ ମାଗିଲେ। ଶକ୍ତିରୂପା ପାର୍ବତୀ ନିଜର କଳେବର ବୃଦ୍ଧି କରିବା ସହ ନିଜ ଚାରିହାତରେ ଗଦା, ତ୍ରିଶୂଳ, ଖଡ୍‌ଗ ଓ ଢାଲ ଧାରଣ କଲେ। ସେ ନିଜର ତିନି ଆଖିକୁ ବନ୍ଦ କରି ଛଅଗୋଡ଼ିଆ ପ୍ରାଣୀ- ମହୁମାଛି, ବିରୁଡ଼ି, ଉଇ ଓ ବୁଢ଼ିଆଣୀମାନଙ୍କୁ ଆହ୍ବାନ କଲେ। ସେ ନିଜ ଦେହରୁ ଆଉ ଏକ ଦେବୀଙ୍କୁ ଜାତ କରାଇଲେ, ଯାହାଙ୍କ ନାମ ଭ୍ରାମରୀ ଏବଂ ଉଭୟେ ମିଶି ଅସୁରମାନଙ୍କୁ ନିପାତ କରିଦେଲେ। 

କେଉଁ ପ୍ରାଚୀନ ଯୁଗରୁ କଙ୍କଡ଼ାବିଛାମାନଙ୍କୁ ପୂଜା କରାଯାଇ ଆସୁଛି। ସିନ୍ଧୁ ଉପତ୍ୟକାରୁ ବିଛା-ଚିହ୍ନିତ ମୋହର ମିଳିଥିଲା। ଗୌହାଟୀରେ ବ୍ରହ୍ମପୁତ୍ର ନଦୀରେ ଥିବା ଊର୍ବଶୀ ବା ପିକକ୍‌ ଦ୍ୱୀପରେ ଉମାନନ୍ଦ ମନ୍ଦିର ଅଛି, ଯେଉଁଠି ଏକ ବିଛା ଦେବୀଙ୍କ ପ୍ରତିନିଧିତ୍ୱ କରେ। କର୍ନାଟକର ୟାଦଗିର ଅନ୍ତର୍ଗତ କନ୍ଦକୂର ଗାଁରେ ଗ୍ରାମବାସୀମାନେ ନାଗପଞ୍ଚମୀ ଦିନ ଚେଲିନା ଯାତ୍ରା (ବିଛା ପର୍ବ) ପାଳନ କରନ୍ତି। ସେମାନେ ବିଛା ଦେବୀ କୋଣ୍ଡାମାଈଙ୍କ ପୂଜା କରିବା ସହ ଜୀବନ୍ତ ବିଛାମାନଙ୍କ ସହ ଖେଳନ୍ତି। ତେବେ ଆଶ୍ଚର୍ଯ୍ୟର ବିଷୟ, ସେଠାରେ କୌଣସି ଲୋକକୁ ବିଛା କାମୁଡ଼ିବାର ନଜିର ନାହିଁ। ଏହି ଧାର୍ମିକ ପର୍ବରେ ଭାଗ ନେବା ପାଇଁ ପଡ଼ୋଶୀ ଜିଲାଗୁଡ଼ିକରୁ, ଏପରି କି ଆନ୍ଧ୍ର ଓ ତେଲେଙ୍ଗାନାରୁ ବି ଲୋକମାନେ ଆସନ୍ତି। ବିଛା ଦେବୀଙ୍କୁ କ୍ଷୀର, ନଡ଼ିଆ ତେଲ ଓ ଶାଢ଼ି ଅର୍ପଣ କରାଯାଏ। ଚେଲାମ୍ମା ହେଉଛନ୍ତି ଦକ୍ଷିଣ କର୍ନାଟକର ବିଛା ଦେବୀ। ଭକ୍ତମାନେ ବିଶ୍ୱାସ କରନ୍ତି ଯେ, ଏହି ଦେବୀଙ୍କ ମନ୍ଦିରରେ ପ୍ରାର୍ଥନା କଲେ ମଣିଷ ବିଛା କାମୁଡ଼ାରୁ ରକ୍ଷା ପାଇଥାଏ। ସେ ହେଉଛନ୍ତି କୋଲରର କୋଲାରାମ୍ମା ମନ୍ଦିରର ଦେବୀ। ସେଠାରେ ଏକ ପ୍ରାଚୀନ ହୁଣ୍ଡି ଅଛି, ଯାହା ମାଟି ତଳକୁ ଖୋଳାଯାଇଛି। ଲୋକମାନେ ସେହି ହୁଣ୍ଡିରେ ୧୦୦୦ ବର୍ଷ ହେଲା ପଇସା ପକାଇ ଆସୁଛନ୍ତି। 

ଜହର ବୀର ଗୋଗା, ଗୁଗା ବୀର, ଗୁଗା ରାଣା ବା ଗୋଗାଜୀ ହେଉଛନ୍ତି ଲୋକକଥାର ଜଣେ ବୀର ଯୋଦ୍ଧା, ଯାହାଙ୍କୁ ରାଜସ୍ଥାନ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା ଓ ଜମ୍ମୁର ଅନେକ ଗ୍ରାମରେ ଲୋକମାନେ ସର୍ପଦେବତା ଭାବେ ପୂଜା କରନ୍ତି। କିମ୍ବଦନ୍ତୀ ଅନୁସାରେ ଗୁରୁ ଗୋରଖନାଥଙ୍କ ଆଶୀର୍ବାଦରେ ଗୋଗାଙ୍କର ଜନ୍ମ ହୋଇଥିଲା ଏବଂ ଗୋରୁମାନଙ୍କର ସେବାଯତ୍ନ କରୁଥିବାରୁ ତାଙ୍କୁ ଗୋଗାଜୀ ଡକାଯାଉଥିଲା। ସେ ହେଉଛନ୍ତି ଚୌହାନବଂଶୀୟ। ଗୋଗା ସାପ, ବିଷ ଓ ଅନ୍ୟାନ୍ୟ ଅଶୁଭ ଶକ୍ତିଠାରୁ ତାଙ୍କ ଅନୁଗାମୀମାନଙ୍କୁ ରକ୍ଷା କରନ୍ତି ବୋଲି ବିଶ୍ୱାସ କରାଯାଏ। ହିନ୍ଦୁ ହେଲେ ମଧ୍ୟ ତାଙ୍କର ଅନେକ ମୁସଲମାନ ଭକ୍ତ ଅଛନ୍ତି। ତାଙ୍କ ମନ୍ଦିରଟି ଏକ କୋଠରିବିଶିଷ୍ଟ, ଚାରି କୋଣରେ ଚାରୋଟି ସ୍ତମ୍ଭ ଅଛି ଏବଂ ମଝିରେ ଅଛି ଏକ ସମାଧି, ଯାହାକୁ ବାଉଁଶ ଛଡ଼ି, ମୟୂରପୁଚ୍ଛ, ନଡ଼ିଆ ଓ କିଛି ନାଲିସୂତା ଦେଇ ଚିହ୍ନିତ କରାଯାଇଛି। ସବା ଉପରେ ଅଛି ଏକ ନୀଳ ପତାକା। ତାଙ୍କ ପ୍ରତୀକ ହେଉଛି ଏକ କଳା ସାପ, ଯାହା କାନ୍ଥରେ ଚିତ୍ରିତ ହୋଇଛି। ରାଜସ୍ଥାନର ହନୁମାନଗଡ଼ଠାରେ ଗୋଗାମେଦିଙ୍କର ମେଳା ହୁଏ। ଏହି ମେଳାରେ ଅନେକ ଲୋକ ବେକରେ ସାପ ଗୁଡ଼ାଇ ବୁଲୁଥିବାର ଦେଖାଯାଏ। ପଞ୍ଜାବ ଅଞ୍ଚଳରେ ଗୋଗାଜୀ ଯେଉଁ ମନ୍ଦିରରେ ପୂଜା ପାଆନ୍ତି, ତାକୁ ମାରିସ କୁହାଯାଏ। ଏହାର ଆକାର ପିମ୍ପୁଡ଼ି ଗାତଠାରୁ ଆରମ୍ଭ କରି ଶିଖ୍‌ ଗୁରୁଦ୍ୱାରା ଓ ମସ୍‌ଜିଦ ଆକୃତିର ହୋଇଥାଏ। ଲୋକମାନେ ଭୋଗ ଆଣି ସାପ ରହୁଥିବା ସ୍ଥାନମାନଙ୍କରେ ଅର୍ପଣ କରନ୍ତି। 

ରାଠୋର ରାଜପୁତମାନଙ୍କର କୁଳଦେବୀ ହେଉଛନ୍ତି ସର୍ପଦେବୀ ନାଗନାଚିୟା ମା। ତାଙ୍କର ଉପରଭାଗଟି ନାରୀର ଓ ତଳଭାଗଟି ସାପର।  ଯୋଧପୁର ନିକଟସ୍ଥ ନାଗାନା ଗାଁରେ ତାଙ୍କର ମୁଖ୍ୟ ମନ୍ଦିର ଅଛି। ଗୁଜରାଟର ଖାଖାରେଚିଠାରେ ମଧ୍ୟ ତାଙ୍କର ପୂଜା କରାଯାଏ, ଯେଉଁଠି ରାଠୋରମାନେ ଏକ ହ୍ରଦ ନିର୍ମାଣ କରିଛନ୍ତି। 

ମନସାଦେବୀ ହେଉଛନ୍ତି ଅନ୍ୟତମ ସର୍ପଦେବୀ। ମୁଖ୍ୟତଃ ବଙ୍ଗଳା ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ତାଙ୍କର ପୂଜା କରାଯାଏ। ସର୍ପାଘାତ, ହାଡ଼ଫୁଟି, ମିଳିମିଳା, ବସନ୍ତ ରୋଗର ନିରାକରଣ ତଥା ସନ୍ତାନଲାଭ ଓ ସାଂସାରିକ ଉନ୍ନତି ପାଇଁ ତାଙ୍କର ପୂଜା କରାଯାଏ। ତାଙ୍କୁ ମଧ୍ୟ ବିଷହରା, ନିତ୍ୟା ଓ ପଦ୍ମାବତୀ ଭାବେ ଲୋକେ ଜାଣନ୍ତି। ଏହି ଆଦିବାସୀ ଦେବୀ ମନସାଙ୍କୁ ୧୪ଶ ଶତାବ୍ଦୀରେ ହିନ୍ଦୁମାନେ ଗ୍ରହଣ କରିନେଇଥିଲେ। ମନସା ହେଉଛନ୍ତି ଜଣେ ସର୍ପବେଷ୍ଟିତା ପଦ୍ମାସନା ଦେବୀ। ସାତଟି ନାଗର ଫଣା ତାଙ୍କର ମୁକୁଟ ଭାବେ ଶୋଭାପାଏ। ସେ କେଉଁଠି କୋଳରେ ପିଲା ଧରିଥାନ୍ତି, କେଉଁଠି ଏକଆଖିଆ ତ କେଉଁଠି ଆଖି ନ ଥିବା ଅନ୍ଧ ଦେବୀ ଭାବେ କଳ୍ପନା କରାଯାଏ। 

ପୁରାଣରେ ଅଛି ସାପମାନେ ପୃଥିବୀରେ ଆତଙ୍କ ଓ ଭୟର ବାତାବରଣ ସୃଷ୍ଟି କରିବାରୁ ଋଷି କଶ୍ୟପ ତାଙ୍କ ମନରୁ ଦେବୀ ମନସାଙ୍କୁ ସୃଷ୍ଟି କଲେ ଏବଂ ତାଙ୍କୁ ସାପ ଓ ସରୀସୃପମାନଙ୍କ ଦାୟିତ୍ୱ ଦେଲେ। ଅନ୍ୟ ମତ ଅନୁସାରେ ସେ କଶ୍ୟପ ଓ ତାଙ୍କ ପତ୍ନୀ ନାଗମାତା କଦ୍ରୁଙ୍କ କନ୍ୟା। ବଙ୍ଗାଳୀମାନେ ମନସାପଞ୍ଚମୀ ଦିନ ଉପବାସ କରିବା ସହ ତମ୍ବା ବା ପିତ୍ତଳର ନାଗମୂର୍ତ୍ତି ପୂଜା କରନ୍ତି ଓ ସର୍ପଗାତ ପାଖରେ କ୍ଷୀରଦାନ କରନ୍ତି। ଓଡ଼ିଶାରେ ମଧ୍ୟ ନାଗଚତୁର୍ଥୀ ଓ ନାଗପଞ୍ଚମୀ ପାଳନ କରାଯାଏ। 

Email: gandhim@nic.in


All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା