ସମ୍ପାଦକୀୟ |

ଅତି ଦୃଶ୍ୟମାନ ସରକାର

ଅତି ଦୃଶ୍ୟମାନ ସରକାର

ଡ. ସୁବାସ ଚନ୍ଦ୍ର ପାତ୍ର

ଏକ ସୁସ୍ଥ, ଆଦର୍ଶ ସମାଜ ଚାହେଁ ସରକାରର ଆତ୍ମସମ୍ବରଣ, ବିଲୋପ ନୁହେଁ, ବରଂ ଏକ ଅଦୃଶ୍ୟ ଉପସ୍ଥିତି। ସହଯୋଗ ନାମରେ ଏବେ ସରକାର ସର୍ବତ୍ର ବିଦ୍ୟମାନ, ସଦା ଦୃଶ୍ୟମାନ। ଆଗରୁ ସହରକୁ ଆସିଲେ ସରକାର ଅଛନ୍ତି ବୋଲି ଜଣାପଡୁଥିଲା। ଗାଁ ଗହଳର ଲୋକେ ନିଜ ଭାଗ୍ୟ, ନିଜ ସ୍ବାଭିମାନ, ନିଜ ସୃଜନଶୀଳତା, ନିଜର ଦକ୍ଷତା ଓ ଜିଇବାର କଳା ନେଇ ଅସୁବିଧାରେ ହେଉ ପଛେ ଏକ ମୁକ୍ତ, ଆତ୍ମନିର୍ଭରଶୀଳ ଜୀବନଯାପନ କରୁଥିଲେ। ଅଧିକ ସରକାରୀ ଉପସ୍ଥିତି ଅର୍ଥ ଆତ୍ମବିଶ୍ୱାସ-ପ୍ରସୂତ ଆତ୍ମନିର୍ଭରଶୀଳତାର କ୍ରମବିଲୋପ।

ସରକାର ରହିବେ। ରାଷ୍ଟ୍ର ରହିବ। ଦେଶରକ୍ଷା, ବୈଦେଶିକ ନୀତି, ଅର୍ଥ ବ୍ୟବସ୍ଥା, ଭିତ୍ତିଭୂମି ସ୍ଥାପନ, ରକ୍ଷଣାବେକ୍ଷଣ ଓ ଅନ୍ୟାନ୍ୟ ସାମୂହିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ଯାହା ବ୍ୟକ୍ତିଗତ ସ୍ତରରେ ସମ୍ଭବ ନୁହେଁ ବା ରାଷ୍ଟ୍ରର ସ୍ଥିତି ପ୍ରତି ବିପଦ ସେ ସବୁ କ୍ଷେତ୍ରରେ ସରକାର ବା ରାଷ୍ଟ୍ର ତା’ର ଅଧିକାର ବା ଦାୟିତ୍ୱ ପ୍ରଦର୍ଶନ କରିବାରେ କାହାରି ଆପତ୍ତି ନାହିଁ। କିନ୍ତୁ ଜନକଲ୍ୟାଣ, ବିଭିନ୍ନ ଯୋଜନାର ରୂପାୟନ ନାମରେ ସରକାରଙ୍କ ଅଧିକ ଦଖଲଦାରୀ ବ୍ୟକ୍ତିର ବ୍ୟକ୍ତିସତ୍ତା, ସ୍ବାଧୀନ ଚିନ୍ତନ, ଗତିଶୀଳତା, ଉଦ୍ଭାବନ କଳା, ଆଗଭରପଣକୁ ବ୍ୟାହତ କରେ ଏବଂ କାଳକ୍ରମେ ସରକାରଙ୍କ ଉପରେ ନିର୍ଭରଶୀଳତା ରାଜନୈତିକ ନିର୍ଭରଶୀଳତାରେ ପରିଣତ ହୁଏ। ଏଥିରୁ ସୃଷ୍ଟିହୁଏ ରାଜନୈତିକ କନ୍ଦଳ। ଗାଁ ହେଉ ଅବା ସହର ମିଳିମିଶି କିଛି ସାମୂହିକ କଲ୍ୟାଣକାରୀ ସାମାଜିକ କାର୍ଯ୍ୟ କରିବା ଧୀରେଧୀରେ କମିଯାଏ। ଲୋକେ ଚାତକ ଭଳି ସରକାରଙ୍କୁ ଅନାଇ ରହନ୍ତି, ଯାହା ହୋଇଛି ବା ହେବାକୁ ଯାଉଛି ଆଜି। ତା’ ସହିତ ମୋବାଇଲ ଫୋନରେ ସରକାର ବା ରାଜନୈତିକ ଦଳ ବା ନେତାମାନଙ୍କ ବିଭିନ୍ନ ଆପ୍‌ ମଣିଷକୁ ୩୬୫ଦିନିଆ ରାଜନୈତିକ ଗୋଲାମରେ ପରିଣତ କରେ। ରାଜନୈତିକ ଦୃଷ୍ଟିରୁ ହେଉ ବା ଅନ୍ୟ ଦୃଷ୍ଟିରୁ ଲୋକେ ସ୍ବାଧୀନ ଭାବରେ ଚିନ୍ତା କରିପାରନ୍ତି ନାହଁି। ନିର୍ବାଚନର ୪୮ଘଣ୍ଟା ଆଗରୁ ସିନା ପ୍ରଚାର ବନ୍ଦ। ଏବେ ସ୍ଥିତି ଏମିତି, ଜଣାପଡ଼େ ଦେଶରେ ଏବେ ପ୍ରତିଦିନ ନିର୍ବାଚନର ପରିବେଶ। ଏହି ପ୍ରସଙ୍ଗ ମନେ ପକାଇଦିଏ, ଜେ.  କୃଷ୍ଣମୂର୍ତ୍ତିଙ୍କ ସେହି ପ୍ରଣିଧାନଯୋଗ୍ୟ ମନ୍ତବ୍ୟ- ”ରାଜନୈତିକ ବା ଅନ୍ୟ ଦୃଷ୍ଟିରୁ ହୁଏ ତ ଆମେ ସ୍ବାଧୀନ, କିନ୍ତୁ ଆମେ ମୁକ୍ତ କି?“

ସରକାର ସବୁ କ୍ଷେତ୍ରରେ ସହଯୋଗର ହାତ ବଢ଼େଇବା ଦ୍ୱାରା ଲୋକେ ଯେ ଖାଲି ପରଜୀବୀ ପାଲଟି ଯାଇଛନ୍ତି ତା’ ନୁହେଁ, ସେହି କ୍ରମରେ ଜଣେ ସ୍ବାଧୀନ ତଥା ମୁକ୍ତ ମଣିଷ ହିସାବରେ ତା’ର ଯେଉଁ ସହଜାତ ସୃଜନଶୀଳତା ଓ ଦକ୍ଷତା ଥିଲା ତାକୁ ସେ ଦିନକୁ ଦିନ ହରାଇ ବସୁଛି। ପରିଣାମରେ ଅତ୍ୟଧିକ ସରକାରୀ ସାହାଯ୍ୟଜନିତ ଉପସ୍ଥିତି ମାନବସମ୍ବଳର ଗୁଣବତ୍ତାକୁ ପ୍ରଭାବିତ କରୁଛି। ଅର୍ଥାତ୍‌ ଆମେ ଯେ ନିଜେ କିଛି କରିପାରିବା ସେ ଧାରଣା ଆସ୍ତେ ଆସ୍ତେ ମନରୁ ଦୂରେଇ ଯାଉଛି। କଥା ଏମିତି ସ୍ତରକୁ ଗଲାଣି ଆଜି ଯଦି କେଉଁ ଗାଁରେ ନଦୀବନ୍ଧ ଭାଙ୍ଗି ବନ୍ୟାପାଣି ପଶେ ନା ଗାଁ ଲୋକେ କୋଦାଳ, ଟୋକେଇ ଧରି ଘାଇ ବାନ୍ଧିବାକୁ ଆସିବେ ନା କେଉଁ ‘ରାଣ୍ଡିପୁଅ ଅନନ୍ତା’ ଗାଁ ମନ୍ଦିରରୁ ଯାଉଁଳି କବାଟ ଓ ନିଜ ଘରୁ ଢିଙ୍କିଟିଏ ଧରି ହାଜର ହୋଇ ଘାଇ ମୁହଁକୁ ଡେଇଁପଡ଼ିବ। ହୁଏତ ସେତେବେଳେ ଲୋକେ ମୋବାଇଲ ଫୋନ୍‌ରେ ଜଳସେଚନ ବିଭାଗକୁ ଫୋନ୍‌ କରିବେ ଶୀଘ୍ର ବାଲିବସ୍ତା ନେଇ ଆସି ଘାଇଟି ମରାମତି କରନ୍ତୁ। ଏହି ପ୍ରକାର ଦକ୍ଷତାହୀନ, ନିର୍ଭରଶୀଳ ମଣିଷଙ୍କୁ ନେଇ ଆମେ କି ଦେଶ ଗଢ଼ିବା? କେଉଁ ଯୁଦ୍ଧ ଲଢ଼ିବା? କେଉଁ ବୈଜ୍ଞାନିକ ଗବେଷଣାରେ ମନ ଲଗେଇବା? ଏହା ହିଁ ଭାରତ ଓ ଚାଇନା ଭିତରେ ଫରକ। ଏହି ପ୍ରକାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ସାହାଯ୍ୟ-ଲଲିପପ୍‌ ବଣ୍ଟନ ଜାରି ରହିଲେ ଆମେ ଚାଇନାଠୁ ବହୁତ ପଛକୁ ଚାଲିଯିବା। ବିଶ୍ୱ ଅର୍ଥନୀତିରେ ଆମର କିଛି ଭାଗୀଦାରି ରହିବ ନାହିଁ ଏବଂ ଆମ ସମାଜ ପରଜୀବୀମାନଙ୍କ ମେଳଣପଡ଼ିଆରେ ପରିଣତ ହେବ।

ସରକାର ଅଧିକ ଦୃଶ୍ୟମାନ ହେବା ଅର୍ଥ ସରକାର ଅଧିକ ଶକ୍ତିମାନ, ସରକାର ହିଁ ଯାବତୀୟ ସମ୍ବଳର ଉତ୍ସ ବୋଲି ପ୍ରତିଭାତ ହୁଏ। ସରକାରଙ୍କ ଡେଙ୍ଗାପଣ ବ୍ୟକ୍ତିସତ୍ତାକୁ ନିଷ୍ପ୍ରଭ କରିଦିଏ। ବିଶେଷତଃ କବି, ଦାର୍ଶନିକ, ବୁଦ୍ଧିଜୀବୀ, ସୃଜନଶୀଳ ମଣିଷମାନେ ସରକାରଙ୍କ ଛାଇରେ ହଜିଯିବା ଆଶଙ୍କାରେ ବେଶି ଜର୍ଜରିତ ହୁଅନ୍ତି। ପ୍ରସଙ୍ଗକ୍ରମେ ଏହି ପରିସ୍ଥିତି ମନେ ପକାଇଦିଏ ଗ୍ରୀକ୍‌ ଦାର୍ଶନିକ ଡାୟୋଜିନିସଙ୍କ କଥା। ତାଙ୍କୁ ତଥାକଥିତ ପୃଷ୍ଠପୋଷକତା ପ୍ରଦାନ କରିବାକୁ ଯାଇଥିବା ଆଲେକଜାଣ୍ଡରଙ୍କୁ ସେ କହିଥିଲେ, ”ମୋ ଆଗରୁ ଘୁଞ୍ଚିଯାଅ, ମୋ ଦେହରେ ସୂର୍ଯ୍ୟକିରଣ ପଡ଼ିବାକୁ ଦିଅ। ମୋର କିଛି ସାହାଯ୍ୟ ଦରକାର ନାହିଁ।“

ସରକାରୀ ସାହାଯ୍ୟ ସ୍ବାଭିମାନ, ସୃଷ୍ଟିପ୍ରବଣତା, ପାରିବାପଣର ପରିପନ୍ଥୀ। ଆଗରୁ ଲୋକ କହୁଥିଲେ, ସରକାର ମାଛ ନ ଦେଇ ଜାଲ ଦିଅନ୍ତୁ, ଏବେ ପାଦେ ଆଗେଇ ଚିନ୍ତାଶୀଳ ଲୋକେ କହୁଛନ୍ତି, ନା ଜାଲ ନୁହେଁ ବରଂ ସୂତା ଦିଅନ୍ତୁ। ଲୋକେ ଜାଲ ବୁଣି ମାଛ ଧରନ୍ତୁ। ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ଯେପରି ଜ୍ଞାନର ମାଲିକ ନୁହେଁ, ଜ୍ଞାନଦାତା ନୁହେଁ ବରଂ ଶିକ୍ଷାଗ୍ରହଣ କରୁଥିବା ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷା ଗ୍ରହଣ ପ୍ରକ୍ରିୟାରେ ସହଯୋଗ କରୁଥିବା, ସମଗ୍ର ପ୍ରକ୍ରିୟାକୁ ସୁଗମ କରୁଥିବା ଜଣେ ବ୍ୟକ୍ତି, ଅନୁରୂପ ଭାବେ ସରକାର ଏକ ଅଦୃଶ୍ୟ ଅନୁଷ୍ଠାନ, ଯାହାର ମୂଳକାମ ହେବା ଉଚିତ ଆତ୍ମନିର୍ଭରଶୀଳ, ଆତ୍ମବିଶ୍ୱାସୀ ମାନବସମ୍ବଳର ବିକାଶ। ଥରେ ପ୍ରତ୍ୟେକ ମଣିଷ ଜଣେ ଜଣେ ଗୁଣବତ୍ତାସମ୍ପନ୍ନ ମାନବସମ୍ବଳରେ ପରିଣତ ହୋଇଗଲେ ସେମାନେ ସରକାରଙ୍କ ଦାୟିତ୍ୱ ନେଇନେବେ। ସେମାନେ ପରିବାର, ସମାଜ ଚଳାଇବା ସହିତ ରାଷ୍ଟ୍ରର ସୁରକ୍ଷା, ବିତ୍ତ ବ୍ୟବସ୍ଥା, ବୈଦେଶିକ ନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ସରକାରଙ୍କ ସ୍ଥିତି ଆରାମଦାୟକ ହେବ ଏବଂ ଘଟଣାକ୍ରମେ ସରକାର କେତେକ କ୍ଷେତ୍ରରେ ଅବାନ୍ତର ମଧ୍ୟ ପ୍ରତିଭାତ ହୋଇପାରନ୍ତି। ବୋଧହୁଏ ସେ ପ୍ରକାର ଏକ ଆଦର୍ଶର କଥା ଭାବିଥିଲେ ନରେନ୍ଦ୍ର ମୋଦି ଏବଂ କ୍ଷମତାକୁ ଆସିବାବେଳେ କହିଥିଲେ, ତାଙ୍କ ମୂଳମନ୍ତ୍ର ହେଲା ‘ମ୍ୟାକ୍ସିମମ୍‌ ଗଭର୍ନାନ୍ସ ମିିନିମମ୍‌ ଗଭର୍ନମେଣ୍ଟ’। ପରିତାପର ବିଷୟ ରାଜନୀତିକ ପ୍ରତିଯୋଗିତାର ଚାପରେ ସେ ଆଦର୍ଶ କୁଆଡ଼େ ଉଭେଇଗଲା।

କ୍ଷମତା ବିକେନ୍ଦ୍ରୀକରଣର ଅର୍ଥ ପରୋକ୍ଷରେ ସରକାରଙ୍କ ଆତ୍ମପ୍ରତ୍ୟାହାର। ସରକାର ବ୍ୟବସ୍ଥାର ଉନ୍ନତି ଘଟାଇ, ପ୍ରତ୍ୟେକ ମୌଳିକ କାର୍ଯ୍ୟ ପାଇଁ ଭିତ୍ତିଭୂମି ଯୋଗାଇ ଇଚ୍ଛାକୃତ ଭାବରେ ଅପସରି ଯାଇ ନାଗରିକମାନଙ୍କୁ ଯଦି ସ୍ବାଭିମାନୀ, ସ୍ବାବଲମ୍ବୀ, ସର୍ଜନଶୀଳ ହେବାକୁ ଛାଡ଼ିଦିଅନ୍ତେ, ଆମେ ଭିନ୍ନ ଏକ ସମାଜ ବା ଭାରତ ଦେଖନ୍ତୁ। 

ପୂର୍ବତନ ଅଧ୍ୟକ୍ଷ, ମୋ- ୯୪୩୭୩୭୬୨୧୯


All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅସ୍ବାସ୍ଥ୍ୟ ସେବା

ସମ୍ପାଦକୀୟ/ଅସ୍ବାସ୍ଥ୍ୟ ସେବା

ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରୁଥିବା ନେଇ ଅନେକ ଥର ରିପୋର୍ଟ ପ୍ରକାଶ ପାଇଛି। ଭୁବନେଶ୍ୱର ସ୍ମାର୍ଟ ସିଟି ହିସାବରେ ଦେଶରେ ଏକନମ୍ବର ସ୍ଥାନ ଅକ୍ତିଆର କରିଥିଲା। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଉନ୍ନତ ରହିଥିବା କୁହାଯାଉଛି। ହେଲେ ବାସ୍ତବତା ଦେଖିଲେ ଭିନ୍ନ ଚିତ୍ର ଦିଶୁଛି। ସ୍ବାସ୍ଥ୍ୟ କ୍ଷେତ୍ରକୁ ଉଦାହରଣ..

ଇସ୍ତାହାର ଯଦି ଟେଣ୍ଡର ହୁଅନ୍ତା

ଇସ୍ତାହାର ଯଦି ଟେଣ୍ଡର ହୁଅନ୍ତା

ସହଦେବ ସାହୁ

ନିର୍ବାଚନ ମାନିଫେଷ୍ଟୋକୁ ଟେଣ୍ଡର ରୂପେ ଧରିବା କଥାଟା ଅଜବ ଲାଗୁଥିଲେ ବି ଅସମ୍ଭବ ନୁହେଁ। ରାଜନୀତିର ମୂଳଦୁଆ ଅର୍ଥନୀତି। ତାହା ନ ହୋଇଥିଲେ ନେତାମାନେ ଭୋଟରମାନଙ୍କୁ ଏତେ ଟଙ୍କା, ଉପହାର ଓ ମାଗଣା ଭୋଜନ ବାଣ୍ଟନ୍ତେ ନାହିଁ। ଶାନ୍ତିଶୃଙ୍ଖଳା ବଜାୟ ରଖି ଲୋକଙ୍କୁ ନିଜ ନିଜ ମାର୍ଗରେ ବିକଶିତ ହେବାର ସୁବିଧା ଯୋଗାଇବା ଏବଂ ରାଷ୍ଟ୍ରଶକ୍ତିକୁ ସାମୂହିକ ବିକାଶରେ ..

 ସମର କୋର୍ସ

ସମର କୋର୍ସ

ସୁଧିରାଜ ରାଉତ

ଛୋଟିଆ ସହରରେ ମାଟ୍ରିକ ପରୀକ୍ଷା ସରି ନ ଥାଏ। ତିନୋଟି ସ୍ଥାନରେ ସମର କୋର୍ସ ପାଇଁ ବଡ଼ ବଡ଼ ପୋଷ୍ଟର ଲଗାହୋଇଥିବା ଓ କାନ୍ଥ ବାଡ଼ରେ ପାମ୍ପଲେଟ ଛାଇ ହୋଇଯାଇଥିବା ଦେଖିଲି। ଏଇ ସମର କୋର୍ସ କ’ଣ? ଏହା ଆମ ପିଲାଙ୍କ ଜୀବନ ଓ ସମାଜକୁ ପ୍ରଭାବିତ କରୁଛି। ଆମେ କେତେ ଭାବରେ ପିଲାଙ୍କୁ ବୁଝାଇଛୁ- ଦେଖ ଏ ବର୍ଷ ମାଟ୍ରିକ ପରୀ..

ଏଇ ଭାରତରେ

ଏଇ ଭାରତରେ

ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ। ଜଣେ ସ୍ବଳ୍ପ ପାଠ ପଢ଼ି ମଧ୍ୟ ଫେଶନ୍‌ ଶିଳ୍ପରେ ବେଶ୍‌ ରୋଜଗାରକ୍ଷମ ହୋଇପାରିଛନ୍ତି। ଏପରି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଛବିଶ ବର୍ଷୀୟା ନିଶାର ବାନୋ। ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ନିଶାର ବାପା ଓ ଭାଇଙ୍କୁ ମନାଇ ଦିଲ୍ଲୀରେ ଥିବା ଏକ ଲୁଗା କାରଖାନାରେ ତାଲିମ ନେଇଥିଲେ। ଡିଜାଇନର ଗାୟତ୍ରୀ ଜୋଲିଙ୍କ ଦ୍ୱାରା ଏକବର୍ଷିଆ..

ଚାଷୀଙ୍କୁ ବାଉଳା

ଚାଷୀଙ୍କୁ ବାଉଳା

ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ବାଲାକୋଟ କାର୍ଯ୍ୟାନୁଷ୍ଠାନ ଉତ୍ତର ଭାରତରେ ସମ୍ଭବତଃ ଆଖିଦୃଶିଆ ପ୍ରଭାବ ପକାଇ ନାହିଁ। ଏଭଳି ଧାରଣା ସୃଷ୍ଟି କରିବା ପାଇଁ କୌଣସି ଅତ୍ୟଧିକ ରାଜନୈତିକ ବୁଦ୍ଧି ଦରକାର ନାହିଁ। ଉତ୍ତରପ୍ରଦେଶ ଭଳି କୃଷିଭିତ୍ତିକ ରାଜ୍ୟରେ ଚାଷୀ ଅସନ୍ତୋଷର ଭୂମିକା ଆସନ୍ତା ନିର୍ବାଚନରେ ଅଧିକ ରହିବ ବୋଲି ସ୍ପଷ୍ଟ ଜଣାପଡ଼ୁଛି।

ଅବାଞ୍ଛିତ ନାବାଳିକା ମାତୃତ୍ୱ

ଅବାଞ୍ଛିତ ନାବାଳିକା ମାତୃତ୍ୱ

ନାରାୟଣ ପଣ୍ଡା 

ସନ୍ତାନକୁ ଜନ୍ମ ଦେଉଥିବା ମା’ ଏକ ମଧୁରତମ ଶବ୍ଦ, ଯାହାର ବିକଳ୍ପ ହୁଏତ ଶବ୍ଦକୋଷରେ ନ।ହିଁ। ମା’ ବକ୍ଷର ଅମୃତ ପାନକରି ଶୈଶବର ବେଶ୍‌ କିଛିବର୍ଷ ଅବୋଧ ଶିଶୁଟି ଜୀବନ ଧାରଣକରେ। ସେ ବିଶ୍ୱ ନିର୍ମାଣର ଜନ୍ମବେଦି। ନାରୀ ଅଦିତି-ଅଖଣ୍ଡନୀୟା। 

ମା’ଙ୍କ ବିଚିତ୍ର ବେଶ

ମା’ଙ୍କ ବିଚିତ୍ର ବେଶ

ମାନସ କୁମାର ପାଢ଼ୀ

ରାଜଧାନୀ ଭୁବନେଶ୍ୱର। ସର୍ବବିଦ୍ୟା ମନ୍ଦିରର ମୁଖ୍ୟ ପୂଜାରୀ ସର୍ବଗିଳା ସକାଳୁ ନିତ୍ୟକର୍ମ ସାରି ମନ୍ଦିରର କବାଟ ଖୋଲି ଦେଖିଲେ ଶିକ୍ଷାମାତାଙ୍କ ଅପୂର୍ବ ବେଶ। ପଦ୍ମ ଉପରେ ନ ବସି ଗେଣ୍ଡୁମାଳ ଗଳାରେ ଲମ୍ବାଇ ଗୋଟିଏ ଗଧ ପାଖରେ ଛିଡ଼ା ହୋଇଛନ୍ତି ମା’। 

ଏଇ ଭାରତରେ

ଏଇ ଭାରତରେ

ପରିବର୍ତ୍ତିତ ସମୟ ସହିତ ଲୋକଙ୍କ ରୁଚି ତଥା ପେସା ବଦଳିବାରେ ଲାଗିଛି। ଏବେ କେତେକ ଭିକ୍ଷାବୃତ୍ତିକୁ ନିଜର ପେସା ଭାବେ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି। ଏଥିରେ ଅର୍ଥ ବିନିଯୋଗ କରିବାର ଆବଶ୍ୟକତା ନାହିଁ। 

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ଆକାର ପଟେଲ

ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲିଛି ଏବଂ ପ୍ରାର୍ଥୀମାନଙ୍କୁ ମାର୍ଚ୍ଚ ୨୫ ସୋମବାର ପୂର୍ବରୁ ଏହା ଦାଖଲ କରିବାକୁ ପଡ଼ିବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲର ଧାର୍ଯ୍ୟ ଅନ୍ତିମ ଦିବସ ହେଉଛି ମଙ୍ଗଳବାର। ମୁଁ ଏଠାରେ କେତେକ ବିଷୟ ଆଲୋଚନା କରିବାକୁ ଚାହୁଁଛି, ଯାହା ପ୍ରାର୍ଥୀମାନଙ୍କ ପାଇଁ ସା..

କିଓ୍ବି ଆଖିରେ ଲୁହ

କିଓ୍ବି ଆଖିରେ ଲୁହ

ପ୍ରକାଶ ତ୍ରିପାଠୀ

ମାତ୍ର ପାଞ୍ଚ ମିନିଟ୍‌ର ଭିଡିଓଟି କୌଣସି ଏକ ଆକ୍ସନଧର୍ମୀ ସିନେମାର ଲୋମ ଟାଙ୍କୁରା ଦୃଶ୍ୟଠାରୁ କମ୍‌ ନ ଥିଲା। ଏକ ଅତ୍ୟାଧୁନିକ ବନ୍ଧୁକ ହାତରେ ଧରି ବୀରଠାଣିରେ ଦୁଇ ଦୁଇଟି ମସଜିଦ୍‌ ଭିତରେ ଶାନ୍ତିର ରାହା ଖୋଜୁଥିବା ମଣିଷଗୁଡାଙ୍କୁ ପୋକମାଛି ପରି ମାରି ପକାଇବାଠାରୁ ବଳି ନାରକୀୟ ହିଂସା ଆଉ କ’ଣ ହୋଇପାରେ। ଘଟଣାଟି ଘଟିଛି ବିଶ୍ୱର ସର୍ବାଧି..

ପରିବେଶ ଚିନ୍ତକ

ପରିବେଶ ଚିନ୍ତକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ପରିବେଶ ପ୍ରସଙ୍ଗକୁ ନେଇ ଏବେ ପୃଥିବୀବ୍ୟାପୀ ଆଲୋଚନା ହେଉଛି। ବିଭିନ୍ନ କାରଣ ଯୋଗୁ ପରିବେଶ ପ୍ରଦୂଷିତ ହେବା ଚିନ୍ତାର ବିଷୟ ହୋଇଥିବା ବେଳେ ଏ ଦିଗରେ କ୍ୱଚିତ ଭାବୁଛନ୍ତି। ଏଭଳି ସମୟରେ ୪ ଜଣ ଭାରତୀୟ ଆ..

ଏଇ ଭାରତରେ

ଏଇ ଭାରତରେ

କଥାରେ ଅଛି-‘ପରଜାପତି ତରକା ଅତି।’ ଅର୍ଥାତ୍‌ ପ୍ରଜାପତିକୁ ଧରିବାକୁ ଗଲେ ତାହା ସହଜରେ ଧରା ଦିଏନାହିଁ।  ସାମାନ୍ୟ ଆଭାସ ପାଇବା ମାତ୍ରେ ଏହି ସୁନ୍ଦର ପତଙ୍ଗଟି ଉଡି ପଳାଇଯାଇଥାଏ। ତଥାପି ପିଲାମାନେ ପ୍ରଜାପତି ଧରିବାକୁ ଖୁବ୍‌ ଆଗ୍ରହ ସହକାରେ ତା’ ପଛରେ ଧାଇଁଥାଆନ୍ତି। ଏପରି ଜଣେ ପିଲାକୁ ପ୍ରଜାପତିମାନେ ଡରି ନ ଯାଇ ବରଂ ତା’ର ସାଥୀ ..


Model This Week

ରଶ୍ମି
Why Dharitri