ସମ୍ପାଦକୀୟ |

ଦିବ୍ୟ ଜନନୀଙ୍କ ପ୍ରେରଣା

ଦିବ୍ୟ ଜନନୀଙ୍କ ପ୍ରେରଣା

ମିତାଲି ମହାନ୍ତି

ଏ ବିଶାଳ ଦୁନିଆରେ ଆମ ପରି ସାଧାରଣ ମଣିଷଙ୍କ ପାଇଁ ଶ୍ରୀମାଙ୍କ ଆଧ୍ୟାତ୍ମିକ ଜୀବନ ଏକ ବତିଘର ସଦୃଶ। ଶ୍ରୀମାଙ୍କ ମୂଳ ନାମ ମୀରା ଆଲ୍‌ଫାସା ଓ ତାଙ୍କ ଜନ୍ମସ୍ଥାନ ସୁଦୂର ଫ୍ରାନ୍ସ ହୋଇଥିଲେ ମଧ୍ୟ ଶ୍ରୀଅରବିନ୍ଦଙ୍କ ଆଧ୍ୟାତ୍ମିକ ଦର୍ଶନରେ ଅନୁପ୍ରାଣିତ ହୋଇ ସେ ଭାରତର ପଣ୍ଡିଚେରୀକୁ ନିଜ କର୍ମକ୍ଷେତ୍ର ଭାବେ ଆଦରି ନେଇ ଲକ୍ଷ ଲକ୍ଷ ଅଧ୍ୟାତ୍ମପିପାସୁଙ୍କୁ ଉଦ୍‌ବୁଦ୍ଧ କରିଛନ୍ତି। 

ଶ୍ରୀଅରବିନ୍ଦ ଓ ଶ୍ରୀମା’ଙ୍କ ପ୍ରଥମ ସାକ୍ଷାତ୍‌ ଦିବସ ଅର୍ଥାତ୍‌ ମାର୍ଚ୍ଚ ୧୪ ତାରିଖ ବିଶ୍ୱ ଅଧ୍ୟାତ୍ମ ଇତିହାସରେ ଏକ ଉଲ୍ଲେଖନୀୟ ଦିବସ ଭାବେ ପରିଗଣିତ। ଏହି ଦିବ୍ୟ ମିଳନ ପରେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯିବାରୁ ଶ୍ରୀମା ଫ୍ରାନ୍ସ ଫେରିଯାଇଥିଲେ। କିନ୍ତୁ ଶ୍ରୀଅରବିନ୍ଦଙ୍କ ସହିତ ସାକ୍ଷାତ୍‌ରେ ସେ ଯେଉଁ ଅଧ୍ୟାତ୍ମ-ମଞ୍ଜିଟିକୁ ନିଜ ଭିତରେ ନେଇଥିଲେ, ତାହା ତାଙ୍କ ଭିତରେ ଧୀରେ ଧୀରେ ଡାଳପତ୍ର ମେଲୁଥିଲା। ତେଣୁ ବିଶ୍ୱଯୁଦ୍ଧ ପରେ ୨୪ ଏପ୍ରିଲ୍‌ ୧୯୨୦ରେ ସେ ପୁନଶ୍ଚ ଭାରତ ଫେରିଆସି ସାରା ଜୀବନ ପଣ୍ଡିଚେରୀରେ ରହିଯାଇଥିଲେ। ଶ୍ରୀମାଙ୍କ ପ୍ରତ୍ୟକ୍ଷ ସହାୟତାରେ ଶ୍ରୀଅରବିନ୍ଦ ପଣ୍ଡିଚେରୀରୁ ଆର୍ଯ୍ୟ ନାମକ ଏକ ପତ୍ରିକା ପ୍ରକାଶ କରି ସେଥିରେ ତାଙ୍କ ରଚିତ ଦିବ୍ୟଜୀବନ, ଯୋଗ ସମନ୍ବୟ, ଗୀତା ନିବନ୍ଧମାଳା, ବେଦ ରହସ୍ୟ, ମାନବ ଯୁଗଚକ୍ର ଇତ୍ୟାଦି ଗ୍ରନ୍ଥ ଧାରାବାହିକ ଭାବେ ପ୍ରକାଶ କରିଥିଲେ। 

ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ଯୁଗ୍ମ ତପସ୍ୟା ଫଳରେ ୨୪ ନଭେମ୍ବର ୧୯୨୬ରେ ଶ୍ରୀକୃଷ୍ଣଙ୍କ ଅଧିମାନସ ଚେତନା ଶ୍ରୀଅରବିନ୍ଦଙ୍କ ଶରୀର ଚେତନାରେ ପ୍ରତିଷ୍ଠିତ ହେଲା। ଏହା ପରେ ଅତିମାନସ ଚେତନା ଅବତରଣ ପାଇଁ ପଥ ଖୋଲିଗଲା। ସେହିଦିନଠାରୁ ଆଶ୍ରମର ସମସ୍ତ ଭାର ଓ ଆଶ୍ରମବାସୀଙ୍କ ଆଧ୍ୟାତ୍ମିକ ବିକାଶର ସମସ୍ତ ଦାୟିତ୍ୱ ମା’ଙ୍କ ହାତରେ ଛାଡ଼ିଦେଇ ଶ୍ରୀଅରବିନ୍ଦ ଲୋକଚକ୍ଷୁର ଅନ୍ତରାଳରେ ଅଜ୍ଞାତବାସରେ ରହିଲେ। ସେହିଦିନଠାରୁ ମୀରା ଆଲ୍‌ଫାସା ହେଲେ ଆଶ୍ରମର ଶ୍ରୀମା। ଆରମ୍ଭରୁ ମା’ଙ୍କୁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା। ଅନେକ ସାଧକ ପ୍ରଥମେ ପ୍ରଥମେ ମା’ଙ୍କୁ ଗୁରୁରୂପେ ଗ୍ରହଣ କରିପାରିଲେ ନାହଁି। ମା’ ସେଥିପାଇଁ ଅନେକ ବିଦ୍ରୋହର ସମ୍ମୁଖୀନ ହେଲେ ମଧ୍ୟ ତାଙ୍କର ଧୈର୍ଯ୍ୟଶୀଳତା, ସହନଶକ୍ତି ଓ ଜନନୀସୁଲଭ ଉଦାହରଣରେ ସେ ସମସ୍ତଙ୍କ ହୃଦୟ ଜୟ କରିପାରିଥିଲେ।  

ପୂର୍ଣ୍ଣାଙ୍ଗ ଯୋଗରେ ଶରୀର, ମନ ଓ ପ୍ରାଣର ରୂପାନ୍ତର ହେଉଥିବାରୁ ମା’ ଶାରୀରିକ କର୍ମକୁ ବି ଗୁରୁତ୍ୱ ଦେଇଛନ୍ତି।  ପଣ୍ଡିଚେରୀ ଆସିବା ପରଠାରୁ ତାଙ୍କର ଶେଷ ସମୟ ପର୍ଯ୍ୟନ୍ତ ମା’ ସବୁବେଳେ କାମରେ ମଜ୍ଜି ରହୁଥିଲେ। ସେ ଯାହା କହୁଥିଲେ ତାହା ନିଜ କର୍ମରେ ମଧ୍ୟ କରିଦେଖାଉଥିଲେ। ତାଙ୍କ ପରିଣତ ବୟସ ଯାଏ ବି ମା’ ଦିନମାନ ଭିତରେ ବିଭିନ୍ନ ପ୍ରକାର କାର୍ଯ୍ୟ ଯଥା ସକାଳୁ ଉଠିବା, ପ୍ରାର୍ଥନା କରିବା, ଅଫିସ୍‌ କାମ କରିବା, ଚିଠିପତ୍ର ଲେଖିବା, ସନ୍ଧ୍ୟା ସମୟରେ ମାର୍ଚ୍ଚପାଷ୍ଟ କରିବା, ଟେନିସ୍‌ ଖେଳିବା, ପିଲାମାନଙ୍କୁ ପାଠ ପଢ଼ାଇବା ଆଦି କାମ ଧାରାବାହିକ ଭାବେ କରୁଥିଲେ। ମା’ ଖୁବ୍‌ ସୁନ୍ଦର ଚିତ୍ର ଆଙ୍କୁଥିଲେ ଓ ଭଲ ଗାଉଥିଲେ। ତାଙ୍କ ରଚିତ ପ୍ରାର୍ଥନାଗୁଡ଼ିକୁ ପଢ଼ିଲେ ତାଙ୍କ ଭାଷାରେ ଦଖଲ ଓ ଭାବର ଗଭୀରତା ବାରି ହୋଇପଡ଼େ। ଆଶ୍ରମ ପତ୍ରିକାରେ ମା’ ନିୟମିତ ଭାବେ ଶିକ୍ଷା, ଜୀବନଚର୍ଯ୍ୟା, ଆଧ୍ୟାତ୍ମିକ ସାଧନା ଓ ଅନ୍ୟାନ୍ୟ ବିଷୟରେ ଉପାଦେୟ ପ୍ରବନ୍ଧମାନ ଲେଖୁଥିଲେ। ମା’ଙ୍କର କର୍ମକୁଶଳତା ପାଇଁ ଅତି ଅଳ୍ପ ସାଧକଙ୍କୁ ନେଇ ଗଢ଼ି ଉଠିଥିବା ଛୋଟ ଆଶ୍ରମଟି ଏକ ଆତ୍ମନିର୍ଭରଶୀଳ କେନ୍ଦ୍ରରେ ରୂପାନ୍ତରିତ ହୋଇପାରିଥିଲା। ମା’ଙ୍କର ପରିଚାଳନା ଦକ୍ଷତା ଓ ଅଧ୍ୟାତ୍ମଶକ୍ତି ଯୋଗୁ ଆଶ୍ରମଟିରେ ବିଭିନ୍ନ ବିଭାଗ ଯଥା ଘର ତିଆରି ଓ ମରାମତି ପାଇଁ ପୂର୍ତ୍ତ ବିଭାଗ, ସ୍ବାସ୍ଥ୍ୟ ରକ୍ଷା ବିଭାଗ, ଜଳ ସରବରାହ ବିଭାଗ, ବିଦ୍ୟୁତ୍‌ ବିଭାଗ, ଖାଦ୍ୟ ଉପତ୍ାଦନ ପାଇଁ କୃଷି ବିଭାଗ ଆଦି ପ୍ରତିଷ୍ଠା ହୋଇ ତାହା ସୁଚାରୁରୂପେ କାର୍ଯ୍ୟ କରୁଥିଲା। 

ମା’ ୧୯୫୨ରେ ଶ୍ରୀଅରବିନ୍ଦ ଅନ୍ତର୍ଜାତୀୟ ଶିକ୍ଷାକେନ୍ଦ୍ର ନାମରେ ଏକ ବିଶ୍ୱବିଦ୍ୟାଳୟ ଗଢ଼ି ତୋଳିଛନ୍ତି। ଏହି ଅନୁଷ୍ଠାନ ଆଜି ଭାରତର ଏକ ଅଗ୍ରଣୀ ଅନୁଷ୍ଠାନରେ ପରିଣତ ହୋଇପାରିଛି। ମା’ ତାଙ୍କ ସ୍ବପ୍ନର ନଗରୀ ‘ଅରୋଭିଲ୍‌’ ପୃଥିବୀର ୧୨୬ଟି ଦେଶର ମାଟି ନେଇ ୧୯୬୮ ମସିହାରେ ତିଆରି କରିଥିଲେ। ଆଜି ଅରୋଭିଲ୍‌ ମାନବ ଐକ୍ୟକୁ ବାସ୍ତବ ଓ ଜୀବନ୍ତ ରୂପ ଦେବା ପାଇଁ ଭୌତିକ ଓ ଆଧ୍ୟାତ୍ମିକ ଗବେଷଣାର ଏକ ମହାନ ପୀଠ। ମା’ ତେପନ ବର୍ଷ କାଳ ପଣ୍ଡିଚେରୀରେ ଅବସ୍ଥାନ କରି ଦିନରାତିକୁ ଏକ କରି ଶ୍ରୀଅରବିନ୍ଦଙ୍କ ଅଧ୍ୟାତ୍ମ ଚେତନାକୁ ବ୍ୟାପକ କରିବା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ। ୧୯୭୩ ନଭେମ୍ବର ୧୭ରେ ମା’ ତାଙ୍କ ସ୍ଥୂଳ ଦେହ ତ୍ୟାଗ କରିବା ପୂର୍ବରୁ ଏ ମାନବ ଜାତି ପାଇଁ ଆଧ୍ୟାତ୍ମିକ ସାଧନାର ଯେଉଁ ଉଦାହରଣ ଛାଡ଼ି ଯାଇଛନ୍ତି ତାହା ସମସ୍ତଙ୍କୁ ଆଧ୍ୟାତ୍ମିକ ପଥରେ ପରିଚାଳିତ କରୁଛି ଓ ଆଗକୁ କରିଚାଲୁଥିବ ମଧ୍ୟ। 

(ଶ୍ରୀମାଙ୍କ ଜନ୍ମଦିବସ ଉପଲକ୍ଷେ)

ମାଧବପୁର, ଆଠଗଡ଼, କଟକ, mitalimhnt@gmail.com

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା