ଜାତୀୟ |

ପୁଣି ଏକାଠି ହେବେ କପିଲ-ସୁନୀଲ

ପୁଣି ଏକାଠି ହେବେ କପିଲ-ସୁନୀଲ

ମୁମ୍ବାଇ, ୨୦।୨: ହାସ୍ୟଅଭିନେତା କପିଲ ଶର୍ମା ଓ ସୁନୀଲ ଗ୍ରୋଭର ପୁଣି ଥରେ ଏକାଠି ହେବେ।  ସବୁ ବିବାଦକୁ ଭୁଲି ସୁନୀଲ କପିଲଙ୍କ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ରେ ନିଜ ଆଗାମୀ ଫିଲ୍ମ ‘ଭାରତ୍‌’ର ପ୍ରମୋଶନ ପାଇଁ ଆସିବେ ବୋଲି ଜଣାପଡିଛି।

କପିଲ ଶର୍ମାଙ୍କ କମେଡିରେ ଚାରଚାନ୍ଦ ଲଗାଉଥିବା ସୁନୀଲ ଗ୍ରୋଭର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ ଓ କ୍ୟାଟ୍ରିନାଙ୍କ ଅଭିନୀତ ଫିଲ୍ମ ‘ଭାରତ୍‌’ରେ ଗେଷ୍ଟ୍‌ ଭୂମିକାରେ ନଜର ଆସିବେ। ନିକଟରେ କପିଲ ଏକ ଇଣ୍ଟରଭ୍ୟୁରେ ସୁନୀଲଙ୍କ ସହ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ସେ ମୋର ଜଣେ ଭଲ ବନ୍ଧୁ ବୋଲି କପିଲ କହିଥିଲେ। ସୂଚନାଯୋଗ୍ୟ, କପିଲ ଶର୍ମା ଓ ସୁନୀଲ ଗ୍ରୋଭର ଅଷ୍ଟ୍ରେଲିଆର ଏକ ଶୋ’ କାମ ଶେଷ କରି ଫେରୁଥିଲାବେଳେ ଫ୍ଲ୍‌ାଇଟରେ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ଏହାପରେ ଦୁହେଁ ଏକାଠି କାମ କରି ନ ଥିଲେ।

All Right Reserved By

ଜାତୀୟ |

ବେଙ୍ଗାଲୁର ସାଉଥ୍‌ରୁ ଭାଜପା ପାଇଁ ଲଢିବେ ୨୮ ବର୍ଷୀୟ ଯୁବ ଆଇନଜୀବୀ

ବେଙ୍ଗାଲୁର ସାଉଥ୍‌ରୁ ଭାଜପା ପାଇଁ ଲଢିବେ ୨୮ ବର୍ଷୀୟ ଯୁବ ଆଇନଜୀବୀ

ବେଙ୍ଗାଲୁରୁ,୨୬।୩: ତେଜସ୍ବୀ ସୂର୍ଯ୍ୟା। ଜଣେ ଆଇନଜୀବୀ ଓ ଭାଜପାର ଯୁବ ନେତା। ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଏହି ୨୮ ବର୍ଷୀୟ ଯୁବନେତାଙ୍କୁ ବେଙ୍ଗାଲୁରର ସମ୍ମାନସ୍ପଦ ଆସନ ବେଙ୍ଗାଲୁର ସାଉଥ୍‌ରୁ ଭାଜପା ପ୍ରାର୍ଥୀ କରିଛି। 

ନିର୍ବାଚନ ଲଢ଼ିପାରନ୍ତି ଉର୍ମିଳା

ନିର୍ବାଚନ ଲଢ଼ିପାରନ୍ତି ଉର୍ମିଳା

ମୁମ୍ବାଇ,୨୬।୩: ଜଣେ ପରେ ଜଣେ ବଲିଉଡ୍‌ ସେଲିବ୍ରିଟି ଏବେ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି। ହେମାମାଳିନୀ, ଜୟାପ୍ରଦାଙ୍କ ପରେ ଏବେ ଉର୍ମିଳା ମାତୋଣ୍ଡକର ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ନବୀନଙ୍କ ବିରୋଧରେ କୋଇଲା ଆବଣ୍ଟନ ମାମଲା:ସିବିଆଇ ତଦନ୍ତ ଶୀଘ୍ର ସାରିବାକୁ ସୁପ୍ରିମକୋର୍ଟରେ ଆବେଦନ

ନବୀନଙ୍କ ବିରୋଧରେ କୋଇଲା ଆବଣ୍ଟନ ମାମଲା:ସିବିଆଇ ତଦନ୍ତ ଶୀଘ୍ର ସାରିବାକୁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ,୨୬।୩:କୋଇଲା ବ୍ଲକ୍‌ ଆବଣ୍ଟନ ମାମଲାରେ  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଚାଲିଥିବା ତଦନ୍ତ ଶୀଘ୍ର ସାରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେବା ଲାଗି ସୋମବାର ସୁପ୍ରିମକୋର୍ଟରେ ଏକ ମାମଲା ଦାଏର ହୋଇଛି।

ଶେଷ ଦିନରେ ନାମାଙ୍କନ ଦାଖଲ

ଶେଷ ଦିନରେ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ,୨୬।୩(ପି.ଟି.):ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ସୋମବାର ଥିଲା ଶେଷ ଦିନ। ଏଥିସହ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟସୀମା ଆଉ ଗୋଟିଏ ଦିନ ରହିଥିବାରୁ ବିଭିନ୍ନ ଦଳରେ ତତ୍ପରତା ଦେଖାଯାଇଥିଲା। 

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ସଫା

ସୁକମା, ୨୬।୩: ଛତିଶଗଡର ସୁକମା ଜିଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଜାଗରଗୁଣ୍ଡାରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ଜଣ ନକ୍ସଲ ନିହତ ହୋଇଛନ୍ତି।

ଭାରତରେ ଆକ୍ରମଣ କରିପାରନ୍ତି ଅଲ୍‌-କାଏଦା, ଆଇଏସ୍‌:ଦିଲ୍ଲୀ, ମୁମ୍ବାଇ, ଗୋଆରେ ଆଲର୍ଟ

ଭାରତରେ ଆକ୍ରମଣ କରିପାରନ୍ତି ଅଲ୍‌-କାଏଦା, ଆଇଏସ୍‌:ଦିଲ୍ଲୀ, ମୁମ୍ବାଇ, ଗୋଆରେ ଆଲର୍ଟ

ନୂଆଦିଲ୍ଲୀ,୨୬।୩(ପି.ଟି.):ଅଲ-କାଏଦା ଏବଂ ଇସ୍‌ଲାମିକ ଷ୍ଟେଟ (ଆଇଏସ୍‌) ଆତଙ୍କବାଦୀମାନେ ଭାରତରେ ଆକ୍ରମଣ କରିପାରନ୍ତି ବୋଲି ଗୋଇନ୍ଦା ସୂଚନା ମିଳିବା ପରେ ଦିଲ୍ଲୀ, ମୁମ୍ବାଇ ଏବଂ ଗୋଆ ପୋଲିସକୁ ସତର୍କ କରିଦିଆଯାଇଛି। 

ମୋଦିଙ୍କ ଟୁଇଟର ଖେଳ:ଲୋକପ୍ରିୟତା ବଢ଼ାଇବା ପାଇଁ ଅମିତାଭ, ସଚିନଙ୍କୁ କରିଥିଲେ ଅସ୍ତ୍ର

ମୋଦିଙ୍କ ଟୁଇଟର ଖେଳ:ଲୋକପ୍ରିୟତା ବଢ଼ାଇବା ପାଇଁ ଅମିତାଭ, ସଚିନଙ୍କୁ କରିଥିଲେ ଅସ୍ତ୍ର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬ା୩:ସୋସିଆଲ ମିଡିଆରେ ବିଶ୍ୱର ସର୍ବାଧିକ ଅନୁସୃତ ନେତାଙ୍କ ମଧ୍ୟରୁ ଅନ୍ୟତମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ୨୦୦୯ରେ ଟୁଇଟ୍‌ କରିବା ଆରମ୍ଭ କରିଥିଲେ।

ବାୟୁସେନାର ଶକ୍ତି ବୃଦ୍ଧି କରିବ ଚିନୁକ ସିଏଚ-୪୭ ହେଲିକପ୍ଟର

ବାୟୁସେନାର ଶକ୍ତି ବୃଦ୍ଧି କରିବ ଚିନୁକ ସିଏଚ-୪୭ ହେଲିକପ୍ଟର

ଚଣ୍ଡିଗଡ଼,୨୫।୩: ବୃଦ୍ଧି  ପାଇଛି  ଭାରତୀୟ ବାୟୁ ସେନାର ଶକ୍ତି। ସୋମବାର ଆମେରିକାର ଅତ୍ୟାଧୁନିକ ଚିନୁକ ସିଏଚ-୪୭ ହେଲିକପ୍ଟରକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି।

ରାମପୁର ଆସନରୁ ଆଜମ୍‌ଙ୍କୁ ଟକ୍କର ଦେବେ ଜୟାପ୍ରଦା

ରାମପୁର ଆସନରୁ ଆଜମ୍‌ଙ୍କୁ ଟକ୍କର ଦେବେ ଜୟାପ୍ରଦା

ଲକ୍ଷ୍ନୌ,୨୫।୩: ବଲିଉଡ୍‌ ଅଭିନେତ୍ରୀ ଜୟାପ୍ରଦା ଶେଷରେ ପଦ୍ମ ପୋଖରିକୁ ଲମ୍ଫ ଦେଇଛନ୍ତି। ପୂର୍ବରୁ ଏହା ଅଲୋଚନା ହେଉଥିବା ବେଳେ ଏବେ ଏଥିରେ ପଡିଛି ପୂର୍ଣ୍ଣଚ୍ଛେଦ। 

କ୍ଷମତାକୁ ଆସିଲେ ଗରିବ ପରିବାରଙ୍କୁ ବର୍ଷକୁ ମିଳିବ ୭୨ହଜାର ଟଙ୍କା

କ୍ଷମତାକୁ ଆସିଲେ ଗରିବ ପରିବାରଙ୍କୁ ବର୍ଷକୁ ମିଳିବ ୭୨ହଜାର ଟଙ୍କା

ନୂଆଦିଲ୍ଲୀ.୨୫।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ମାଷ୍ଟରଷ୍ଟ୍ରୋକ। ସୋମବାର ଏକ ଖବରଦାତା ସମ୍ମିଳନୀରେ ରାହୁଲ ଗାନ୍ଧୀ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଛନ୍ତି। 

ଦାଉଦଙ୍କ ସହଯୋଗୀ ମୃତ

ଦାଉଦଙ୍କ ସହଯୋଗୀ ମୃତ

ମୁମ୍ବାଇ,୨୫।୩: ଅଣ୍ଡର ଓ୍ବାର୍ଲଡ ଡନ୍‌ ଦାଉଦ ଇବ୍ରାହିମଙ୍କ ମୁଖ୍ୟ ସହଯୋଗୀ କୁହାଯାଉଥିବା ଶକିଲ ଅହମ୍ମଦ ଶେଖଙ୍କର ସୋମବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁମ୍ବାଇ ସ୍ଥିତ ଜସଲୋକ ହସ୍ପିଟାଲରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି। 

କଂଗ୍ରେସ ଲୋକ ସଭା ନିର୍ବାଚନ ଜିତିଲେ ପାକିସ୍ତାନରେ ପାଳନ ହେବ ଦୀପାବଳି: ବିଜୟ ରୂପାନୀ

କଂଗ୍ରେସ ଲୋକ ସଭା ନିର୍ବାଚନ ଜିତିଲେ ପାକିସ୍ତାନରେ ପାଳନ ହେବ ଦୀପାବଳି: ବିଜୟ ରୂପାନୀ

ଅହମ୍ମଦାବାଦ,୨୫।୩: ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାୟ ସବୁ ଦଳ ନିଜ ପ୍ରଚାରରେ ଲାଗିପଡ଼ିଛନ୍ତି। ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ନେତାମାନେ ସେମାନଙ୍କ ଢଙ୍ଗରେ ପ୍ରଚାର ଚଳାଇଛନ୍ତି। 


Model This Week

ରଶ୍ମି
Why Dharitri