ଜୀବନଚର୍ଯ୍ୟା |

ଛତୁକୁ ତେଲରେ ଛାଣିଲା ପରେ ହୁଏ କ’ଣ...

ଛତୁକୁ ତେଲରେ ଛାଣିଲା ପରେ ହୁଏ କ’ଣ...

ଛତୁ ଏକ ଲୋକପ୍ରିୟ ଖାଦ୍ୟ। ଭାରତର ପ୍ରତିଟି ଅଞ୍ଚଳରେ ଏହାର ଚାହିଦା ରହିଛି। କେହି କେହି ଛତୁକୁ କଞ୍ଚା ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଭାଜି ଅବା ଛାଣି ଖାଇଥାନ୍ତି। ଛତୁରୁ ନାନା ପ୍ରକାର ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। ତେବେ ଏହାକୁ କଞ୍ଚା ତରକାରୀ କରି ଖାଇଲେ ଶରୀରକୁ ଉପଯୁକ୍ତ ପରିମାଣର ବିଭିନ୍ନ ପୋଷକ ତତ୍ତ୍ୱ ଯାଇଥାଏ। ଏହାକୁ ଖାଇବା ଦ୍ୱାରା ଡାଇବେଟିସ୍‌, ହାର୍ଟ ଆଟାକ୍‌, ମେଦବହୁଳତା ଆଦି ରୋଗ ହେବାର ଆଶଙ୍କା ଦୂର ହୋଇଥାଏ। ଅପରପକ୍ଷରେ ଏହାକୁ ଭାଜି କିମ୍ବା ଛାଣି ଖାଇଲେ ଏହା ପାଟିକୁ ସୁସ୍ବାଦୁ ଲାଗିଲେ ମଧ୍ୟ ଏଥିରେ ଥିବା କେତେକ ଗରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ଫଳରେ ଶରୀର ପାଇଁ ଏହା ଆଉ ହିତକର ହୋଇ ପାରି ନ ଥାଏ ବୋଲି ଟରଣ୍ଟୋ ବିଶ୍ୱବିଦ୍ୟାଳୟର ମେଡିକାଲ ସାଇନ୍ସ୍‌ ବିଭାଗର ଗବେଷକଙ୍କ ଦ୍ୱାରା  କରାଯାଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି। କଞ୍ଚା ଛତୁରେ ପ୍ରସ୍ତୁତ ହେଉଥିବା ବ୍ୟଞ୍ଜନରେ ପାଣି ୯୨.୪ ଗ୍ରାମ୍‌, ୯୨ କ୍ୟାଲୋରୀ ଏନର୍ଜି ରହିଥାଏ। ସେହିପରି ୩.୧ ଗ୍ରାମ୍‌ ପ୍ରୋଟିନ୍‌, ୩.୩ ଗ୍ରାମ୍‌ କାର୍ବୋହାଇଡ୍ରେଟ୍‌,୦.୩ ଗ୍ରାମ୍‌ ଫ୍ୟାଟ୍‌, ୧ ଗ୍ରାମ୍‌ ଫାଇବର, ଭିଟାମିନ୍‌ ସି ୨.୧ ମିଲି ଗ୍ରାମ୍‌୍‌, ଭିଟାମିନ୍‌ ବି-୧-୦.୦୮ ମିଲି ଗ୍ରାମ୍‌, ଭିଟାମିନ-ବି-୨-୦.୪ ମିଲି ଗ୍ରାମ୍‌୍‌, ଭିଟାମିନ୍‌-ବି-୩-୩.୬ ମିଲି ଗ୍ରାମ୍‌ ରହିଥାଏ। ସେହିପରି  ଏଥିରେ ୫ ମିଲି ଗ୍ରାମ୍‌  ସୋଡିୟମ୍‌, ୩୧୮ ମିଲି ଗ୍ରାମ୍‌ ପୋଟାସିୟମ୍‌, ୩ ମିଲି ଗ୍ରାମ୍‌ କ୍ୟାଲସିୟମ୍‌,  ୮୬ ମିଲି ଗ୍ରାମ୍‌  ଫସରଫରସ୍‌, ୦.୫ ମିଲି ଗ୍ରାମ୍‌  ଆଇରନ୍‌,  ୯ ମିଲି ଗ୍ରାମ୍‌  ମ୍ୟାଗ୍ନେସିୟମ୍‌, ୦.୩ ମିଲି ଗ୍ରାମ୍‌  କପର, ୦.୫୨ ମିଲି ଗ୍ରାମ୍‌  ଜିଙ୍କ୍‌, ୧୫.୪ ମାଇକ୍ରୋନ୍‌ ଗ୍ରାମ୍‌ ସେଲିନିୟମ୍‌ ରହିଥାଏ। ତେବେ ଛତୁକୁ ତେଲରେ ଛାଣିଲା ପରେ ଏଥିରେ ଥିବା ଅନାବଶ୍ୟକ ପୋଷକତତ୍ତ୍ୱ ବଢ଼ିଯାଇଥାଏ। ଯାହାକି ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ତେଲରେ ଛଣା ହୋଇଥିବା ଛତୁରେ ୧୫୭ କ୍ୟାଲୋରୀ ଏନର୍ଜି ରହିଥାଏ। ସେହିପରି ୨.୪ ଗ୍ରାମ୍‌ ପ୍ରୋଟିନ୍‌, ୦.୩ ଗ୍ରାମ୍‌ କାର୍ବୋହାଇଡ୍ରେଟ୍‌, ୧୬.୨ ଗ୍ରାମ୍‌ ଫ୍ୟାଟ୍‌, ୧.୫  ଗ୍ରାମ୍‌ ଫାଇବର ରହିଥାଏ। ଏହା ସହିତ ତେଲଯୋଗୁ ଏଥିରେ କୋଲଷ୍ଟ୍ରରଲ ପରିମାଣ ମଧ୍ୟ ବଢ଼ିଯାଇଥାଏ। ଏହା ସହିତ ଏଥିରେ ଥିବା ଭିଟାମିନ୍‌ ଏବଂ ଖଣିଜ ଲବଣ ପରିମାଣରେ ତାରତମ୍ୟ ସୃଷ୍ଟି ହୋଇଥାଏ। ତେଣୁ ତେଲରେ ଛଣା ହୋଇଥିବା ଛତୁ ପକୋଡା, ଚିଲି ଛତୁ ଆଦି ଖାଇବାକୁ ବାରଣ କରାଯାଇଥାଏ। ଏହାକୁ ଖାଇଲେ ହାର୍ଟ ଆଟାକ୍‌, ଉଚ୍ଚରକ୍ତଚାପ,ମେଦବହୁଳତା, କିଡ୍‌ନୀ ସମସ୍ୟା ଆଦି ଦେଖାଦେବାର ଆଶଙ୍କା ରହିଥାଏ। 

All Right Reserved By

ଜୀବନଚର୍ଯ୍ୟା |

କଫ ସମସ୍ୟାରୁ ଉପଶମ ପାଇଁ..

କଫ ସମସ୍ୟାରୁ ଉପଶମ ପାଇଁ..

ଅତ୍ୟଧିକ ଥଣ୍ଡା ହେଲେ ଛାତିରେ କଫ ଜମିବା ଆଶଙ୍କା ଅଧିକ ଥାଏ। ଏହା ଦ୍ୱାରା ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ। ଏପରି ସମସ୍ୟାରୁ ଉପଶମ ପାଇବାର କେତେକ ଘରୋଇ ଉପାୟ ରହିଛି। ଏଗୁଡିକୁ ଆପଣେଇପାରନ୍ତି... 

ସ୍ବାସ୍ଥ୍ୟ  ସୂଚନା

ସ୍ବାସ୍ଥ୍ୟ ସୂଚନା

କେତେକେ ଡାକ୍ତରଙ୍କ ପରାମର୍ଶକୁ ଠିକ୍‌ ଭାବରେ ପାଳନ କରି ନ ଥାନ୍ତି। ରୋଗରୁ ଆରୋଗ୍ୟ ମିଳିବା ମାତ୍ରେ ଔଷଧ ଖାଇବା ବନ୍ଦ କରିଦେବା, ଡାକ୍ତର ସୂଚିତ କରିଥିବା ପରୀକ୍ଷା ନ କରିବା ନିଜର ବୋକାମି ବ୍ୟତୀତ ଆଉ କିଛି ନୁହେଁ। କାରଣ ରୋଗୀର ଅବସ୍ଥାକୁ ଦେଖି ଜଣେ ଡାକ୍ତର କେତେଦିନ ଔଷଧ ଖାଇବ, ଆରୋଗ୍ୟ ଲାଭ କରିବା ପରେ ମଧ୍ୟ କି କି ପରୀକ୍ଷା କରାଇବାକୁ ପଡ଼ିବ ସେ ସମ୍ପର୍କରେ ପ୍ରେସ୍‌କ୍ରିପ୍‌ସନରେ ଉଲ୍ଲେଖ କରିଥାଆନ୍ତି। ତାହାକୁ ଅନୁସରଣ କରନ୍ତୁ।

ସକାରାତ୍ମକ ଚିନ୍ତାଧାରା ବଢ଼ାଇବାର ସହଜ ଉପାୟ

ସକାରାତ୍ମକ ଚିନ୍ତାଧାରା ବଢ଼ାଇବାର ସହଜ ଉପାୟ

ମନପସନ୍ଦର ସଙ୍ଗୀତ ଭାରାକ୍ରାନ୍ତ ମନକୁ ଅନେକାଂଶରେ ହାଲ୍‌କା କରିଥାଏ। ସେଥିପାଇଁ ଅନେକେ ମନପସନ୍ଦର ସଙ୍ଗୀତ ଶୁଣିବାକୁ ଉଚିତ ମଣିଥାଆନ୍ତି। ହେଲେ ଏପରି ଅଭ୍ୟାସ ସଂପୃକ୍ତ ବ୍ୟକ୍ତିଙ୍କର ସକାରାତ୍ମକ ଚିନ୍ତାଧାରାକୁ ବଢ଼ାଇବାରେ ଅନୋକାଂଶରେ ସହାୟକ ହୋଇଥାଏ। 

ସହଜରେ ଠାବ ହେବ ରେଟିନାଲ ସେଲ୍‌

ସହଜରେ ଠାବ ହେବ ରେଟିନାଲ ସେଲ୍‌

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦିନକୁ ଦିନ ନୂଆ ଜିନିଷ ଉଦ୍ଭାବନ ଚାଲୁ ରହିଛି। ନିକଟରେ ଲଣ୍ଡନ ୟୁନିଭର୍ସିଟିର ଚକ୍ଷୁ ବିଶେଷଜ୍ଞମାନେ ଏକ ନୂଆ ଡିଭାଇସ୍‌ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି। ଏହାଦ୍ୱାରା ଦୃଷ୍ଟିଶକ୍ତିଜନିତ ସମସ୍ୟାର କେତେକାଂଶରେ ସମାଧାନ କରାଯାଇପାରିବ।

ଆଜ୍‌ମା: ସତର୍କତା

ଆଜ୍‌ମା: ସତର୍କତା

ଆଜ୍‌ମା ଏକ ଶ୍ୱାସଜନିତ ସମସ୍ୟା। ଏହାଦ୍ୱାରା ଆକ୍ରାନ୍ତ ହେଲେ ବ୍ୟକ୍ତି ଜଣକ ସହଜରେ ନିଃଶ୍ୱାସ ନେଇପାରନ୍ତି ନାହିଁ। ଫଳରେ ଏହାର ତୁରନ୍ତ ଚିକିତ୍ସା କରାଇବାକୁ ପଡିଥାଏ। ବେଳେବେଳେ ରୋଗୀର ଅବସ୍ଥା ଦେଖି ତାକୁ ଆସିୟୁରେ ଆଡ୍‌ମିଶନ କରାଯାଇ ଚିକିତ୍ସା କରାଯାଏ। ଆଜ୍‌ମାରୁ ଉପଶମ ପାଇବା ପାଇଁ କେତେକ ଔଷଧ ଧୀରେ ଧୀରେ କାମ କରେ ଏବଂ କେତେକରୁ ଶୀଘ୍ର ଫଳ ମିଳିଥାଏ। 

ନିମ୍ନତାପ ଚିକିତ୍ସା

ନିମ୍ନତାପ ଚିକିତ୍ସା

ରୋଗୀଠାରେ ରୋଗାକ୍ରାନ୍ତ ସ୍ଥାନର ତାପମାତ୍ରାକୁ ଯଥେଷ୍ଟ କମେଇଦେଇ ଜଟିଳ ଅପରେସନ ସବୁ କରିପାରୁଛନ୍ତି ଓ ଅପରେସନ ସରିଗଲାପରେ ତାପମାତ୍ରାକୁ ପୁନର୍ବାର ଉଷୁମ ଅବସ୍ଥାକୁ ନେଇଆସୁଛନ୍ତି।

ଅଶୁଂଘାତରୁ ରକ୍ଷା ଲାଗି ଆପଣାନ୍ତୁ ଏହି ସହଜ ଉପାୟ...

ଅଶୁଂଘାତରୁ ରକ୍ଷା ଲାଗି ଆପଣାନ୍ତୁ ଏହି ସହଜ ଉପାୟ...

ଖରାଦିନେ ପ୍ରବଳ ଖରାତାପ ଯୋଗୁ କେତେକଙ୍କୁ ଅଶୁଂଘାତ ହୋଇଥାଏ। ତେବେ ଏଥିରୁ ରକ୍ଷା ପାଇବା ଲାଗି ରହିଛି କେତେକ ସହଜ ଘରୋଇ ଉପାୟ। ଏହାକୁ ଆପଣାଇଲେ ଏହି ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ। 

କାକୁଡ଼ିରେ ରହିଛି ଅନେକ ସ୍ବାସ୍ଥ୍ୟପଯୋଗୀ ଗୁଣ, ଖରାଦିନେ ନିତ୍ୟ ସେବନ କରନ୍ତୁ..

କାକୁଡ଼ିରେ ରହିଛି ଅନେକ ସ୍ବାସ୍ଥ୍ୟପଯୋଗୀ ଗୁଣ, ଖରାଦିନେ ନିତ୍ୟ ସେବନ କରନ୍ତୁ..

ଖରାଦିନେ ସମସ୍ତେ କାକୁଡ଼ି ଖାଇବାକୁ ପସନ୍ଦ କରନ୍ତି। ଏହା ଖାଇବାକୁ କେବଳ ଭଲ ଲାଗି ନ ଥାଏ ବରଂ ଏହାର ଅନେକ ସ୍ବାସ୍ଥ୍ୟ ଉପଯୋଗୀ ଗୁଣ ଥାଏ। କାକୁଡ଼ିରେ ଭିଟାମିନ-କେ, ସି, ମାଙ୍ଗାନିଜ ଏବଂ ବିଟା-କ୍ୟାରୋଟିନ ଭଳି ପୋଷକ ତତ୍ତ୍ୱ ରହିିଛି।

ଯେଉଁଠି ଲୋକଙ୍କଠୁ ବେଶି ସାଇକେଲ

ଯେଉଁଠି ଲୋକଙ୍କଠୁ ବେଶି ସାଇକେଲ

ଦିନକୁ ଦିନ ବଢିବାକୁ ଲାଗିଛି ପ୍ରଦୂଷଣ। ବଢୁଛି ସମସ୍ୟା। ଏହି ମନୁଷ୍ୟକୃତ ସମସ୍ୟାର ସମାଧାନ ବି ମଣିଷ ହାତରେ ହିଁ ଅଛି। ଯଦି ସମସ୍ତେ ଯାନବାହନର ବ୍ୟବହାରକୁ ତ୍ୟାଗ କରି ପୁଣିଥରେ ଫେରିଯିବେ ସାଇକେଲକୁ ତେବେ ଅନେକାଂଶରେ ଏହି ସମସ୍ୟାର ସମାଧାନ ହୋଇପାରିବ। 

ମାନସିକ ଚାପ ଦୂରେଇବା ଲାଗି...

ମାନସିକ ଚାପ ଦୂରେଇବା ଲାଗି...

ଅବସାଦ ବା ମାନସିକ ଚାପ ହେତୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ତେଣୁ ନିତିଦିନ ଜୀବନରେ ମାନସିକ ଚାପଠାରୁ ଦୂରେଇ ରହିବା ନିତାନ୍ତ ଆବଶ୍ୟକ। ତେବେ କିଭଳି ଭାବରେ ଏହି ସମସ୍ୟାଠାରୁ ନିଜକୁ ଦୂରେଇ ରଖିପାରିବେ ସେ ସମ୍ପର୍କରେ.......

ଜୁଟ୍‌ ଫୁଟ୍‌ଓ୍ବେର୍‌

ଜୁଟ୍‌ ଫୁଟ୍‌ଓ୍ବେର୍‌

ଜୁଟ୍‌ର ଫୁଟ୍‌ଓ୍ବେର୍‌ ପାଦରେ ପିନ୍ଧିଲେ ବେଶ୍‌ ଆରାମଦାୟକ ଲାଗେ। କାରଣ ଏହା ପର୍ଯ୍ୟାବରଣ ଅନୁକୂଳ ହେବା ସଙ୍ଗେସଙ୍ଗେ ଶତ ପ୍ରତିଶତ ପ୍ରାକୃତିକ ଉପାୟରେ ତିଆରି ହୋଇଥାଏ। ଅନ୍ୟଦିନ ତୁଳନାରେ ଖରାଦିନେ ଏହି ଫୁଟ୍‌ଓ୍ବେର୍‌ ଭଲ ଲାଷ୍ଟିଂ କରିଥାଏ...

ମଳକଣ୍ଟକ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ମଳକଣ୍ଟକ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମଳକଣ୍ଟକ ସମସ୍ୟା ଦେଖାଦେଇଥାଏ।


Model This Week

ରଶ୍ମି
Why Dharitri