ଜାତୀୟ |

ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘ ନିକଟରେ ଦାବି କରିବ ଫ୍ରାନ୍ସ

 ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘ ନିକଟରେ ଦାବି କରିବ ଫ୍ରାନ୍ସ

ନୂଆଦିଲୀ/ପ୍ୟାରିସ, ୨୦।୨: ଜୈଶ-ଇ-ଅହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ମିିଳିତ ଜାତିସଂଘ ନିକଟକୁ ପ୍ରସ୍ତାବ ଦେବ ଫ୍ରାନ୍ସ। ଫ୍ରାନ୍ସର କୁଟନୈତିକ ଉପଦେଷ୍ଟା ଫିଲିପ ଏଟିନ ଭାରତର ସୁରକ୍ଷା ଉପଦେଷ୍ଟା(ଏନଏସଏ) ଅଜିତ ଡୋଭାଲଙ୍କୁ ଫୋନରେ ଜଣାଇଛନ୍ତି। ମାସୁଦଙ୍କ ଦ୍ୱାରା ପରିଚାଳିତ ସଂଗଠନକୁ ନିଷେଧ ଘୋଷଣା ପାଇଁ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଦାବି କରିଆସୁଥିଲେ ମଧ୍ୟ ଚୀନ୍‌ ତା’ର ଭିଟୋ ପାଓ୍ବାର ପ୍ରୟୋଗ କରି ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଆସୁଛି। ଫ୍ରାନ୍ସ ଦ୍ୱିତୀୟଥର ପାଇଁ ଏହି ପ୍ରସ୍ତାବ ଦେବ। ୨୦୧୭ରେ ବ୍ରିଟେନ ଓ ଫ୍ରାନ୍ସ ସମର୍ଥନରେ ଆମେରିକା ପକ୍ଷରୁ ମାସୁଦଙ୍କ ସଂଗଠନକୁ ନିଷେଧ କରିବାକୁ ଜାତିସଂଘ ସୁରକ୍ଷା ପରିଷଦ ନିକଟରେ ଦାବି କରାଯାଇଥିଲା। ମାତ୍ର ଚୀନର ବିରୋଧ ଯୋଗୁ ଏହା ସମ୍ଭବ ହୋଇପାରି ନ ଥିଲା। ନିକଟରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୯ଜଣ ଭାରତୀୟ ଶହୀଦ ହୋଇଛନ୍ତି। ଏଥିରେ ଜୈଶ-ଇ-ମହମ୍ମଦ ସଂଗଠନର ହାତ ଥିବା ଜଣାପଡିଛି।

All Right Reserved By

ଜାତୀୟ |

ଜେକେଏଲ୍‌ଏଫକୁ ବ୍ୟାନ୍‌ କଲା କେନ୍ଦ୍ର

ଜେକେଏଲ୍‌ଏଫକୁ ବ୍ୟାନ୍‌ କଲା କେନ୍ଦ୍ର

ନୂଆଦିଲ୍ଲୀ,୨୨।୩: କେନ୍ଦ୍ର ସରକାର ଜମ୍ମୁ କଶ୍ମୀର ଲିବରେଶନ ଫ୍ରଣ୍ଟ(ଜେକେଏଲ୍‌ଏଫ୍‌)କୁ ଆତଙ୍କବାଦ ନିରୋଧୀ ଆଇନ ଅନୁଯାୟୀ ବ୍ୟାନ୍‌ କରିଥିବା ସୂଚନା ମିଳିଛି। ଆତଙ୍କବାଦ ବିରୋଧରେ କେନ୍ଦ୍ରର ଏହା ଏକ ବଡ ଧରଣର ପଦକ୍ଷେପ ବୋଲି ଆଲୋଚନା ହେଉଛି।

ଶୁଣିଲେନି ମା’ବାପାଙ୍କ ଗୁହାରି ୧୦ ବର୍ଷ ଶିଶୁକୁ ହତ୍ୟା କଲେ ଆତଙ୍କବାଦୀ

ଶୁଣିଲେନି ମା’ବାପାଙ୍କ ଗୁହାରି ୧୦ ବର୍ଷ ଶିଶୁକୁ ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ,୨୨।୩: ଜମ୍ମୁ-କଶ୍ମୀରର ବନ୍ଦିପୁରାରେ ପୁଣି ଥରେ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନ୍‌କାଉଣ୍ଟର ସମୟରେ ଆତଙ୍କଦୀମାନେ ଜଣେ ୧୦-୧୨ ବର୍ଷର ବାଳକଙ୍କୁ ନିଜ କବ୍‌ଜାକୁ ନେଇ ଯାଇଥିଲେ।

ବିଚ୍ଛିନ୍ନତାବାଦୀ ନେତାଙ୍କୁ ଆମନ୍ତ୍ରଣ କରିବାରୁ ପାକିସ୍ତାନ ଜାତୀୟ ଦିବସକୁ ବର୍ଜନ କଲା ଭାରତ

ବିଚ୍ଛିନ୍ନତାବାଦୀ ନେତାଙ୍କୁ ଆମନ୍ତ୍ରଣ କରିବାରୁ ପାକିସ୍ତାନ ଜାତୀୟ ଦିବସକୁ ବର୍ଜନ କଲା ଭାରତ

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ଶନିବାର ତା’ର ଜାତୀୟ ଦିବସ ପାଳନ କରିବାକୁ ଯାଉଛି। ହେଲେ ଏହାକୁ ବର୍ଜନ କରିଛି ଭାରତ।  ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନର ଜାତୀୟ ଦିବସ ଅବସରରେ ବିଚ୍ଛିନ୍ନତାବାଦୀ ନେତାଙ୍କୁ ନିମନ୍ତ୍ରଣ କରିଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। 

ମେନ୍ଧର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ମେନ୍ଧର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଞ୍ଚ,୨୨।୩: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ଥିବା ମେନ୍ଧର ସେକ୍ଟରରେ ଅପରାହ୍ନ ପ୍ରାୟ ୩ଟା ୪୫ରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ସୂଚନା ମିଳିଛି।

କଂଗ୍ରେସ ବିରୋଧରେ ମାନହାନି ମୋକଦ୍ଦମା କରିବେ ୟେଦୁରପ୍ପା

କଂଗ୍ରେସ ବିରୋଧରେ ମାନହାନି ମୋକଦ୍ଦମା କରିବେ ୟେଦୁରପ୍ପା

ନୂଆଦିଲ୍ଲୀ,୨୨।୩: କଂଗ୍ରେସର ବରିଷ୍ଠ ନେତା ତଥା କୋର୍‌ କମିଟିର ସଦସ୍ୟ ଥିବା ରଣଦିପ ସୁରଜଓ୍ବୋଲା ଭାଜପାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଭାଜପା ନେତାଙ୍କୁ ୧୮ଶହ କୋଟି ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି। 

ଭୁଷୁଡି ଯାଇଥିବା ଘର ତଳୁ ୪ଦିନ ପରେ ଜୀବିତ ଉଦ୍ଧାର ହେଲେ ଦମ୍ପତି

ଭୁଷୁଡି ଯାଇଥିବା ଘର ତଳୁ ୪ଦିନ ପରେ ଜୀବିତ ଉଦ୍ଧାର ହେଲେ ଦମ୍ପତି

ବେଙ୍ଗାଲୁରୁ,୨୨।୩: ଗତ ୧୯ ତାରିଖରେ କର୍ନାଟକର ଧରଓ୍ବାଡ ବିଲଡିଂ ଭୁଷୁଡି ପଡିବା ଫଳରେ ଏଥିରେ ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଅର୍ଦ୍ଧ ନିର୍ମିତ କୋଠାଟି ଭୁଷୁଡିବା ଫଳରେ କେତେଜଣ ଆହତ ମଧ୍ୟ ହୋଇଥିଲେ।

କ୍ରିକେଟ ପଡ଼ିଆ ଛାଡି  ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ  ସାମିଲ

କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ ସାମିଲ

ନୂଆଦିଲ୍ଲୀ, ୨୨।୩: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗଦେଇଛନ୍ତି। ସେ ଭାଜପାରେ ଶୁକ୍ରବାର ସାମିଲ୍‌ ହୋଇଛନ୍ତି। 

ପୁଲଓ୍ବାମା ଘଟଣାରେ ସାମ୍‌ ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ

ପୁଲଓ୍ବାମା ଘଟଣାରେ ସାମ୍‌ ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ

 ନୂଆଦିଲ୍ଲୀ/ସିକାଗୋ,୨୨।୩: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ କଂଗ୍ରେସ ଓଭରସିଜ୍‌ ଅଧ୍ୟକ୍ଷ ସାମ୍‌ ପିଟ୍ରୋଡା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜାରି ରହିଛି।

ପୁଲଓ୍ବାମା ଆକ୍ରମଣରେ ସମ୍ପୃକ୍ତ ଥିବା ଆତଙ୍କବାଦୀ ସାଜିଦ୍‌ ଗିରଫ

ପୁଲଓ୍ବାମା ଆକ୍ରମଣରେ ସମ୍ପୃକ୍ତ ଥିବା ଆତଙ୍କବାଦୀ ସାଜିଦ୍‌ ଗିରଫ

ନୂଆଦିଲ୍ଲୀ,୨୨।୩: ପୁଲଓ୍ବାମା ଆତଙ୍କବାଦୀ ଘଟଣା ସହିତ ସମ୍ପୃକ୍ତ ଥିବା ଆତଙ୍କବାଦୀ ସାଜିଦ୍‌ ଖାଁଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ପୁଲଓ୍ବାମା ଘଟଣା ପରେ ସାଜିଦ୍‌ ଲୁଚି ଦିଲ୍ଲୀ ପଳାଇ ଆସିଥିଲେ। 

୨୪ ଘଣ୍ଟାରେ ୪ ଏନ୍‌କାଉଣ୍ଟର: ଲଶ୍କର କମାଣ୍ଡର ଅଲ୍ଲୀ ସମେତ ୫ ଆତଙ୍କବାଦୀ ନିହତ

୨୪ ଘଣ୍ଟାରେ ୪ ଏନ୍‌କାଉଣ୍ଟର: ଲଶ୍କର କମାଣ୍ଡର ଅଲ୍ଲୀ ସମେତ ୫ ଆତଙ୍କବାଦୀ ନିହତ

ଶ୍ରୀନଗର,୨୨।୩: ଜମ୍ମୁ-କଶ୍ମୀରରେ ଗତ ୨୪ ଘଣ୍ଟା ମଧ୍ୟରେ ୪  ଏନ୍‌କାଉଣ୍ଟର ହୋଇଛି। ଏଥିରେ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନ କମାଣ୍ଡର ଅଲ୍ଲୀ ଭାଇ ଏବଂ ତାଙ୍କ ସହଯୋଗୀ ନିହତ ହୋଇଛନ୍ତି। 

ପିତାମହଙ୍କ ରାଜନୈତିକ ଜୀବନର ଅବସାନ

ପିତାମହଙ୍କ ରାଜନୈତିକ ଜୀବନର ଅବସାନ

ନୂଆଦିଲ୍ଲୀ,୨୨।୩: ଭାରତୀୟ ଜନତା ପାର୍ଟି(ଭାଜପା)ର ପିତାମହ କୁହଯାଉଥିବା ବରିଷ୍ଠ ନେତା ଲାଲ୍‌କୃଷ୍ଣ ଆଡଓ୍ବାଣୀଙ୍କ ରାଜନୈତିକ ଜୀବନର ଅବସାନ ଘଟିଛି ବୋଲି ଚର୍ଚ୍ଚା ହେଉଛି। 

ପ୍ରକାଶ ପାଇଲା  ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ପ୍ରକାଶ ପାଇଲା ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ନୂଆଦିଲ୍ଲୀ/ଭୁବନେଶ୍ୱର୨୧/୩(ବ୍ୟୁରୋ): ଗୁରୁବାର ଭାଜପା ପକ୍ଷରୁ ଓଡ଼ିଶା ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା