ମନୋରଞ୍ଜନ |

ଆକାଶ-ଶ୍ଳୋକାଙ୍କ ପ୍ରାକ୍‌ ପରିଣୟ ଉତ୍ସବ, ମାର୍ଚ୍ଚ ୯ରେ ପଡିବ ହାତଗଣ୍ଠି

ଆକାଶ-ଶ୍ଳୋକାଙ୍କ ପ୍ରାକ୍‌ ପରିଣୟ ଉତ୍ସବ, ମାର୍ଚ୍ଚ ୯ରେ ପଡିବ ହାତଗଣ୍ଠି

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁତ୍ର ଆକାଶ ଅମ୍ବାନୀ ଏବଂ ହୀରା ବ୍ୟବସାୟୀ ଅରୁନଭାଇ ମେହେଟାଙ୍କ କନ୍ୟା ଶ୍ଳୋକା ମେହେଟାଙ୍କ ମଧ୍ୟରେ ପ୍ରାକ୍‌ ପରିଣୟ ଉତ୍ସବ ଆଣ୍ଟିଲିଆଠାରେ ଆରମ୍ଭ ହୋଇଛି। ଏଥିପାଇଁ ସୋମବାର ରାତିରେ ନୃତ୍ୟସଙ୍ଗୀତ କାର୍ଯ୍ୟକ୍ରମ କରାଯାଇଥିଲା। ଆସନ୍ତା ମାର୍ଚ୍ଚ ୯ରେ ଦୁହିଁଙ୍କ ମଧ୍ୟରେ ହାତଗଣ୍ଠି ପଡିବ। ପରସ୍ପରକୁ ଜୟମାଳା ପିନ୍ଧାଇବା ପୂର୍ବରୁ ବିଭିନ୍ନ ଉତ୍ସବ ପାଳନ କରାଯାଉଛି। ସୋମବାର ରାତିରେ ଆଣ୍ଟିଲିଆସ୍ଥିତ ଅମ୍ବାନୀଙ୍କ ବାସଭବନରେ ଏକ ସଙ୍ଗୀତ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ  ଉଭୟ ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବ ସାମିଲ ହୋଇଥିଲେ। ଗର୍ବା ଗାୟକ ଫାଲ୍‌ଗୁନି ପାଠକଙ୍କ ପ୍ରଦର୍ଶନ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା।

ଆକାଶଙ୍କ ଆଈ କୋକିଳାବେନ୍‌ ଅମ୍ବାନୀ ଏବଂ ଖୁଡ଼ୀ ଟିନା ଅମ୍ବାନୀ ମ୍ୟୁଜିକାଲ୍‌ ନାଇଟ୍‌ରେ ଉପସ୍ଥିତ ଥିଲେ। ଆସନ୍ତା ମାସରେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ଜିଓ ଓ୍ବାର୍ଲଡ ସେଣ୍ଟରରେ ହାତଗଣ୍ଠି ପାଇଁ ପୂରା ପ୍ରସ୍ତୁତି ଚାଲିଛି। କିଛିଦିନ ତଳେ ମୁକେଶ, ନିତା ଅମ୍ବାନୀ ସ୍ଥାନୀୟ ସିଦ୍ଧି ବିନାୟକ ମନ୍ଦିର ଯାଇ ଭଗବାନ୍‌ ଗଣେଶଙ୍କୁ ବିବାହ ନିମନ୍ତ୍ରଣ ପତ୍ର ଦେଇ ଆସିଥିଲେ। ଗତବର୍ଷ ଜୁନ୍‌ରେ ଆକାଶ ଓ ଶ୍ଳୋକାଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା। ଏଥିପାଇଁ ଆଣ୍ଟିଲିଆଠାରେ ୩ ଦିନ ଉତ୍ସବ ଚାଲିଥିଲା। 

ଆକାଶ ଅମ୍ବାନୀ ଓ ଶ୍ଳୋକା ମେହେଟା ପିଲାଦିନରୁ ସ୍କୁଲ୍‌ସାଥୀ।  ସେହିଦିନଠାରୁ ଦୁହେଁ ପରସ୍ପରକୁ ଭଲ ପାଆନ୍ତି। ଫେବୃୟାରୀ ୨୩ରୁ ୨୫ ମଧ୍ୟରେ ଆକାଶ ସୁଇଜରଲାଣ୍ଡର ସେଣ୍ଟ ମୋରିଜ୍‌ଠାରେ ଏକ ଗ୍ରାଣ୍ଡ ବ୍ୟାଚଲର ପାର୍ଟି ଆୟୋଜନ କରିବେ। 

ସୂଚନାଯୋଗ୍ୟ, ୨୦୧୮ରେ ମୁକେଶ ତାଙ୍କ କନ୍ୟା ଇଶା ଅମ୍ବାନୀଙ୍କୁ ଆନନ୍ଦ ପିରାମଲ୍‌ଙ୍କ ସହ ବିବାହ କରାଇଥିଲେ।

All Right Reserved By

ମନୋରଞ୍ଜନ |

ପ୍ରେମ କଲେ ୩ ନାୟକଙ୍କୁ ବାହା ହେଲେ ନିର୍ଦ୍ଦେଶକଙ୍କୁ

ପ୍ରେମ କଲେ ୩ ନାୟକଙ୍କୁ ବାହା ହେଲେ ନିର୍ଦ୍ଦେଶକଙ୍କୁ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ରାଣୀ ମୁଖାର୍ଜୀ ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮ରେ ଜନ୍ମିତ ଏହି ଅଭିନେତ୍ରୀ ବଲିଉଡ୍‌ର ଜଣେ ବୋଲ୍ଡ୍‌ ନାୟିକା ଭାବେ ବି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। 

ବଲିଉଡ୍‌ର ସବୁଠାରୁ ଦାମୀ ଗାୟକ

ବଲିଉଡ୍‌ର ସବୁଠାରୁ ଦାମୀ ଗାୟକ

ଗୀତ ଶୁଣିବାକୁ ସମସ୍ତେ ଭଲ ପାଆନ୍ତି। ଗୀତ ଶୁଣିବା ମାତ୍ରେ ମନର ଦୁଃଖ କଷ୍ଟ ସବୁ ଭୁଲି ହୋଇଯାଏ। ଅଧିକାଂଶ ଲୋକ ସଂଗୀତରେ କ୍ୟାରିୟର କରିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ବଲିଉଡ୍‌ର ସିଙ୍ଗରମାନେ ଗୀତ ଗାଇ ବେଶ୍‌ ପରିଚିତ ହୋଇଛନ୍ତି। ଗୋଟିଏ ଗୀତ ଗାଇ ସେମାନେ କୋଟି କୋଟି ଟଙ୍କା ମଧ୍ୟ ନେଉଛନ୍ତି। 

ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ୫ ଷ୍ଟାରଙ୍କ କନ୍ୟା

ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ୫ ଷ୍ଟାରଙ୍କ କନ୍ୟା

ବଲିଉଡ୍‌ରେ ୯୦ ଦଶକର ବହୁ ଷ୍ଟାର ଧୀରେ ଧୀରେ ସିଲଭର ସ୍କ୍ରିନ୍‌ଠାରୁ ଦୂରେଇବା ଆମ୍ଭ କରିଛନ୍ତି। ଅପରପକ୍ଷରେ ବହୁ ଷ୍ଟାରକିଡ୍‌ ବଲିଉଡ୍‌ରେ ଡେବ୍ୟୁ କରିବା ପାଇଁ ରେଡ୍ଡି ହୋଇଗଲେଣି।

ଏକାଠି ହେବେ ଶାହାରୁଖ୍‌-ସଲମାନ୍‌

ଏକାଠି ହେବେ ଶାହାରୁଖ୍‌-ସଲମାନ୍‌

ବଲିଉଡ୍‌ର ନିର୍ମାତା ସଞ୍ଜୟ ଲୀଲା ଭଂସାଲି ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ଏବଂ ଶାହାରୁଖ୍‌ ଖାନ୍‌ଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଥିବା ବିଗତ କିଛି ଦିନ ହେବ ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ଏବେ ଶୁଣିବାକୁ ମିଳିଛି ଭଂସାଲି ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ସିନେମାରେ ଏହି ଯୋଡିକୁ ନେବାକୁ ଯାଉଛନ୍ତି।  

ରଙ୍ଗ ଖେଳିବା ସହ ଭାଙ୍ଗ ବି ପିଉଥିଲେ ଏହି ଅଭିନେତ୍ରୀ

ରଙ୍ଗ ଖେଳିବା ସହ ଭାଙ୍ଗ ବି ପିଉଥିଲେ ଏହି ଅଭିନେତ୍ରୀ

ଆଜି ଦେଶର ଅନେକ ସ୍ଥାନରେ ହୋଲି ଉତ୍ସବ ପାଳନ କରାଯାଉଥିବାବେଳେ ଆସନ୍ତାକାଲି ମଧ୍ୟ ଆଉ କେତେକ ସ୍ଥାନରେ ଏହି ଉତ୍ସବ ପାଳନ କରାଯିବ। ଗାଁଠୁ ସହର ଯାଏ ସବୁଠି ହୋଲିର ମାହୋଲ। ଏଥିରୁ ବି ବାଦ୍‌ ପଡ଼ିନି ବଲିଉଡ୍‌ ଜଗତ।

ବୟଫ୍ରେଣ୍ଡ୍‌ଙ୍କ ସହ ବିବାହ କରିବେ ଶ୍ରଦ୍ଧା କପୁର

ବୟଫ୍ରେଣ୍ଡ୍‌ଙ୍କ ସହ ବିବାହ କରିବେ ଶ୍ରଦ୍ଧା କପୁର

ଲାଗୁଛି ବଲିଉଡରେ ବିବାହ ଋତୁ ସରିନି। ଜଣଙ୍କ ପରେ ଜଣେ ଅଭିନେତା/ଅଭିନେତ୍ରୀ ବିବାହ ବନ୍ଧନରେ ଆବଦ୍ଧ ହେଉଥିବାର ନଜିର ରହିଛି।

ସଲମାନ ୩ ଦାମୀ କାର ଗିଫ୍ଟ କରିଛନ୍ତି କାହାକୁ ଜାଣନ୍ତି

ସଲମାନ ୩ ଦାମୀ କାର ଗିଫ୍ଟ କରିଛନ୍ତି କାହାକୁ ଜାଣନ୍ତି

ସଲମାନ୍‌ଙ୍କର ଖୋଲା ହୃଦୟ ସମ୍ପର୍କରେ ବଲିଉଡ୍‌ କଳାକାରଙ୍କଠୁ ଆରମ୍ଭ କରି ଫ୍ୟାନ୍‌ମାନେ ମଧ୍ୟ ବେଶ୍‌ ଭଲ ଭାବେ ଜାଣିଛନ୍ତି। ଥରେ ଯଦି ତାଙ୍କ ହୃଦୟରେ କାହା ପ୍ରତି ବିଶ୍ୱାସ ବା ଭଲପାଇବା ଆସିଗଲା ତା’ହେଲେ ଯେ ଯେତେ ଦାମୀ ଜିନିଷ ହେଉ ଗିଫ୍ଟ ଦେବାରେ ସେ କଞ୍ଜୁସି କରନ୍ତିନି।

ବାହୁବଳୀ ପ୍ରଭାସଙ୍କ ଅଜବ ଡିମାଣ୍ଡ: ସୁଟିଙ୍ଗ ସେଟ୍‌ରୁ ନେବାକୁ ଚାହୁଁଛନ୍ତି କାର-ବାଇକ୍‌

ବାହୁବଳୀ ପ୍ରଭାସଙ୍କ ଅଜବ ଡିମାଣ୍ଡ: ସୁଟିଙ୍ଗ ସେଟ୍‌ରୁ ନେବାକୁ ଚାହୁଁଛନ୍ତି କାର-ବାଇକ୍‌

ମୁମ୍ବାଇ: ସାଉଥ୍‌ ଅଭିନେତା ପ୍ରଭାସ ନିଜର ଅପ୍‌ କମିଂ ଫିଲ୍ମ ଶାହୋର ସୁଟିଙ୍ଗରେ ଏବେ ବ୍ୟସ୍ତ ରହିଛନ୍ତି। ଏହି ସମୟରେ ତାଙ୍କର ଏକ ଅଜବ ଡିମାଣ୍ଡ ଶୁଣିବାକୁ ମିଳିଛି। 

ସାରାଙ୍କ ପ୍ରଶଂସା ରେ ସୁଶାନ୍ତ

ସାରାଙ୍କ ପ୍ରଶଂସା ରେ ସୁଶାନ୍ତ

ସୁଶାନ୍ତ ସିଂ ରାଜପୁତ ଏବଂ ସାରା ଅଲ୍ଲୀ ଖଁ। ଯୋଡିକୁ ଦେଖିବାକୁ ମିଳିଥିଲା ନିକଟରେ ରିଲିଜ ହୋଇଥିବା ‘କେଦାରନାଥ’ରେ। ଫିଲ୍ମଟି ଆଭରେଜ ବିଜନେସ କରିଥିଲା।

୧୬ବର୍ଷ ପରେ

୧୬ବର୍ଷ ପରେ

ଶାହୀଦ କପୁରଙ୍କ ଖୁସି କହିଲେ ନ ସରେ। କାରଣ ଦୀର୍ଘ ୧୬ବର୍ଷ ପରେ ତାଙ୍କର ଏକ ଆଶା ପୂରଣ ହୋଇଛି। ୨୦୦୩ରେ ସେ ଆରମ୍ଭ କରିଥିଲେ ନିଜର ବଲିଉଡ୍‌ କ୍ୟାରିୟର।

ଅଭିନୟ ନିଶାରେ ଜଗା

ଅଭିନୟ ନିଶାରେ ଜଗା

ଗାୟକ ଭାବେ ଆରମ୍ଭ ହୋଇଥିଲା ତାଙ୍କର ଜଲିଉଡ୍‌ କ୍ୟାରିୟର।   ବର୍ତ୍ତମାନ ଗୌରୀ ଗଣନାଟ୍ୟରେ ସେ ନିଜର ଅଭିନୟ ଜାରି ରଖିଛନ୍ତି। ସେ ହେଲେ ଜଗବନ୍ଧୁ ପଣ୍ଡା ଓରଫ ଜଗା।

ଆଶାରେ ଅମ୍ରିତା

ଆଶାରେ ଅମ୍ରିତା

ବେଳେବେଳେ ଜଣେ ଯାହା ଚାହିଁଥାଏ ତାହା ହାତପାହାନ୍ତାରେ ମିଳିଯାଇଥାଏ। ଦେଖୁନାହାନ୍ତି, ଓଡ଼ିଆ ସିନେମାର ଅଭିନୟ କରିବା ପାଇଁ ସେ ଆଶା ବାନ୍ଧି ବସିଥିଲେ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା