ସମ୍ବଲପୁର

ଗଣ୍ଡାମେର ଗ୍ରାମପଞ୍ଚାୟତରେ ବ୍ୟାପକ ଅନିୟମିତତା: ଶ୍ରମିକଙ୍କୁ ମିଳିନି ଲକ୍ଷାଧିକ ଟଙ୍କା, ପଞ୍ଚାୟତବାସୀ ଲୋକପାଳଙ୍କ ଦ୍ୱାରସ୍ଥ

ଗଣ୍ଡାମେର ଗ୍ରାମପଞ୍ଚାୟତରେ ବ୍ୟାପକ ଅନିୟମିତତା: ଶ୍ରମିକଙ୍କୁ ମିଳିନି ଲକ୍ଷାଧିକ ଟଙ୍କା, ପଞ୍ଚାୟତବାସୀ ଲୋକପାଳଙ୍କ ଦ୍ୱାରସ୍ଥ

ନୂଆପଡା ଅଫିସ,୨୦ା୨- ନୂଆପଡ଼ା ଜିଲା କୋମନା ବ୍ଲକ ଗଣ୍ଡାମେର ଗ୍ରାମପଞ୍ଚାୟତରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛ। ଏହି ଗ୍ରାମପଞ୍ଚାୟତରେ ଗତ ୩ ବର୍ଷ ହେଲା ଉନ୍ନୟନ କାମଗୁଡିକର କୌଣସି ଖୋଜଖବର ମିଳୁନାହିଁ। ଯୋଜନାସବୁ ବାଟବଣା ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଶ୍ରମିକ ଶ୍ରେଣୀର ଲୋକେ କାମ କରି ଆଜକୁ ବର୍ଷାଧିକକାଳ ହେଲା ପାଉଣା ପାଇନାହାନ୍ତି। ଅନ୍ୟଥା କାମ କରି ନ ଥିବା ଶ୍ରମିକଙ୍କ ନାଁରେ ଟଙ୍କା ଉଠାଣ କରି ତଳୁ ଉପର ଅଧିକାରୀ ମାଲାମାଲ ହୋଇଥିବା ଚର୍ଚ୍ଚାର ବିଷୟ ହୋଇଛି । ଏହା ଉପରେ ପଞ୍ଚାୟତବାସୀ ବର୍ତ୍ତମାନ ଲୋକପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ସକାଶେ ବିଭାଗୀୟ ଅଧିକାରୀମାନଙ୍କୁ ରିପୋର୍ଟ ତଲବ କରିଥିବା ପ୍ରକାଶ କରିଛନ୍ତି ।

        ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ପଞ୍ଚାୟତଗୁଡିକରେ ସାମୂହିକ  ଉନ୍ନୟନ ସକାସେ ଷ୍ଟେଟ ଫାଇନାନ୍ସ ଏବଂ ଚତୁର୍ଦ୍ଦଶ ଅର୍ଥ କମିଶନରୁ ୨୦ ରୁ ୩୦ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ। କିନ୍ତୁ ଗତ ୨ ବର୍ଷ ମଧ୍ୟରେ ଏଠାରେ କୌଣସି ଆଖିଦୃଶିଆ କାମ ହୋଇ ନ ଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେଭଳି କୌଣସି ଠୋସ କାଗଜାତ ମଧ୍ୟ ପଞ୍ଚାୟତରେ ନ ଥିବା ଦେଖାଯାଇଛି । ଅନ୍ୟପଟେ ଦାଦନ ପ୍ରବଣ ଗ୍ରାମପଞ୍ଚାୟତରେ ଲୋକଙ୍କୁ ରୋଜଗାର ନିଶ୍ଚିତ କରିବାକୁ ଏମ୍‌ଜିଏନ୍‌ଆରଇଜିଏସ୍‌ କାର୍ଯ୍ୟକାରୀ କରାଯାଇଛି । ହେଲେ ଏଠାରେ କାର୍ଯ୍ୟରତ ଗ୍ରାମରୋଜଗାର ସେବକ ଏବଂ ନିର୍ବାହୀ ଅଧିକାରୀଙ୍କ ପ୍ରିୟାପ୍ରିତି ଯୋଗୁ ଶ୍ରମିକଙ୍କୁ ନ୍ୟାୟ ମିଳିପାରୁନାହିଁ । ଶ୍ରମିକମାନେ କାମ କରିବାର ବର୍ଷାଧିକକାଳ ବିତିଯାଇଥିଲେ ସୁଦ୍ଧା ସେମାନଙ୍କୁ ପେମେଣ୍ଟ ମିଳିପାରିନାହିଁ । ଅନ୍ୟଥା ମିଥ୍ୟା ମଷ୍ଟରରୋଲ ଚଢାଇ ଲକ୍ଷାଧିକ ଟଙ୍କା ଉଠାଣ ହୋଇଥିବା ଏକ ସୂତ୍ରରୁ ପ୍ରକାଶ । ଉଦାହରଣ ଭାବେ ପଞ୍ଚାୟତର ଜମି ମରାମତି କରିଥିବା ଦାନୋଝଲା ଗାଁର କ୍ଷୁଦ୍ର ଚାଷୀ ନିଜ ଜମି ମରାମତି କରିବା କାମରେ ଶ୍ରମ ଦାନ କରିଥିଲେ । ସେହି ବାବଦକୁ ୩୩ ହଜାର ୭୯୨ ଟଙ୍କା ଆଜି ଯାଏଁ ପାଇପାରିନାହାନ୍ତି। ଏହିଭଳି ସେହି ଗାଁର ନେତ୍ରାନନ୍ଦ ମାଝି, ଦାରାସିଂ ମାଝି, ଖଗେଶ୍ୱର ମାଝି, ଦେବାରଚନ ମାଝି, ସନ୍ତୋଷ ମାଝି, ଚୈତନ ମାଝି, ଅର୍ଜୁନ ମାଝି, ମୋଙ୍ଗା୍ର ମାଝିଙ୍କ ଜମି ମରାମତି ଟଙ୍କା ଆଜକୁ ୨ ବର୍ଷ ହେବ ପାଇନାହାନ୍ତି । ଅନ୍ୟପକ୍ଷେ କଣ୍ଟାପାଲି ଗାଁର ଇନ୍ଦିରା ଆବାସ ନିର୍ମାଣ କାମରେ ନିୟୋଜିତ ରଘୁନାଥ ଗୌଡ, ଲୋକନାଥ ନିଆଲ, ବିକ୍ରମ ଶବର, ନେହେରୁଲାଲ ଶବର, ଦାନୋଝଲା ଗାଁର ଖମେ ମାଝି, ସତୃଘନ ନାଗ, ଗଙ୍ଗାରାମ ନାଗ, ଅଭିରାମ ନାଗ, ଛବିଲୋଚନ ମାଝି, ହର ଶବର, ମୋତିରାମ ବନଛୋର, ଭଗତ ମାଝି, ଆକବର ଶବର ଇନ୍ଦିରା ଆବାସ ନିର୍ମାଣ ବାବଦକୁ ପ୍ରତ୍ୟେକେ ୧୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲେଖାଏଁ ପାଇନାହାନ୍ତି । ଏହିଭଳି ପଞ୍ଚାୟତର ସାଗର ମୁଣ୍ଡା ଟ୍ୟାଙ୍କ, ମୋଖାପଦରଠାରୁ ଗନିଆପଡା ରାସ୍ତା ଉନ୍ନତିକରଣ, ଧାମନମୁଣ୍ଡା ଟ୍ୟାଙ୍କ ନିର୍ମାଣ କାମ, ରୋମୁଣ୍ଡା ଟ୍ୟାଙ୍କ ଉନ୍ନତିକରଣ ଆଦି କାମରେ ନିୟୋଜିତ ଶ୍ରମିକମାନେ ଲକ୍ଷାଧିକ ଟଙ୍କାର ମଜୁରୀ ପାଇନାହାନ୍ତି । ଏହି ବାବଦକୁ ବାରମ୍ବାର ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ସୁଫଳ ମିଳୁନାହିଁ । ଅନ୍ୟପକ୍ଷେ ଏଥିରେ କାମ କରି ନ ଥିବା ଏପରିକି ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ନାଁରେ ମଧ୍ୟ ପେମେଣ୍ଟ ବାହାର କରି ହଡପ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ଉପରେ ବ୍ଲକ ପ୍ରଶାସନର ଉଦାସୀନତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । 


All Right Reserved By

ସମ୍ବଲପୁର

ବଲାଙ୍ଗୀରରେ ହୋଲି ଉତ୍ସବ

ବଲାଙ୍ଗୀରରେ ହୋଲି ଉତ୍ସବ

ବଲାଙ୍ଗୀର ଅଫିସ,୨୨।୩: ଉତ୍ସାହ, ଉଦ୍ଦୀପନାର ସହ ବଲାଙ୍ଗୀର ସହରରେ ହୋଲି ଉତ୍ସବ ପାଳନ କରାଯାଇଛି। ସକାଳ ୮ଟାରୁ ବିଭିନ୍ନ ପଡ଼ାର ପିଲାଠୁ ବଡ଼ଯାଏ ପରସ୍ପର ଦେହରେ ରଙ୍ଗ ଲଗାଇ ହୋଲିର ଅଭିନନ୍ଦନ ଜଣାଇଥିଲେ।

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ସରଣ୍ଡା,୨୨।୩(ଡି.ଏନ୍‌.ଏ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ  ଚକୁଳିଫାର୍ମ ସତୀଯୋର ନିକଟରେ ଜନୈକ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଜଣକ ହେଲେ ଚକୁଳିଫାର୍ମ ନୂଆଁଖଇରପାଲିର ପି. ସତ୍ୟପ୍ରସାଦ ଚୌଧୁରୀ(୫୫) ବୋଲି ଜଣାପଡ଼ିଛି। 

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବଲାଙ୍ଗୀର ଅଫିସ,୨୧।୩ : ବଲାଙ୍ଗୀର ମାଲଗୋଦାମପଡ଼ାରୁ ଚାଲାଣ ହେଉଥିବା ବିପୁଳ ପରିମାଣର ବେଆଇନ କଫ୍‌ ସିରପ୍‌କୁ ଗୁରୁବାର ବଲାଙ୍ଗୀର ପୋଲିସ ଜବତ କରିବା ସହ ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି।

ନାମାଙ୍କନ ଦାଖଲ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ନାମାଙ୍କନ ଦାଖଲ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼, ଅଫିସ ୨୧ା୩ : ବରଗଡ଼ ଜିଲା ଭଟ୍‌ଲି ବିଧାନସଭା ଆସନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀ ତଥା ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଆବାସ ଯୋଜନାରୁ ବଁଚିତ ଭିନ୍ନକ୍ଷମ ଧୁବା

ଆବାସ ଯୋଜନାରୁ ବଁଚିତ ଭିନ୍ନକ୍ଷମ ଧୁବା

ଲୋଇସିଂହା,୨୧।୩ (ଡି.ଏନ.ଏ)  ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଖଲିଆପାଲି ଗାଁର ଧୁବା ଝାଙ୍କର(୬୫)। ମାଏକିନା ଆରପାରକେ ଚାଲିଯାଇଥିଲା ବେଲେ ଧୁବା ପୁଓ ବହ ପାସେ ରହୁଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲା ବେଲେ ସରକାରୀ ଯୋଜ୍‌ନାରେ ଘରଖଁଡ଼େ ପାଏବାର ଲାଗି କେଭ୍‌ଠାନୁ ଚାହିଁ ରହିଛନ୍‌। 

୯ ମାସ ହେଲା ଅନ୍ଧାରରେ ପେଣ୍ଡ୍ରାବନ୍ଦବାସିନ୍ଦା:  ଜିଲାପାଳଙ୍କୁ ଫେରାଦ ହେଲେ;  ବିଜୁଳୀ ନ ହେଲେ ଭୋଟ ଦେବୁନାହିଁ

୯ ମାସ ହେଲା ଅନ୍ଧାରରେ ପେଣ୍ଡ୍ରାବନ୍ଦବାସିନ୍ଦା: ଜିଲାପାଳଙ୍କୁ ଫେରାଦ ହେଲେ; ବିଜୁଳୀ ନ ହେଲେ ଭୋଟ ଦେବୁନାହିଁ

ନୂଆପଡା ଅଫିସ,୨୧ା୩: ସରକାର ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ କରି ଜିଲା ତଥା ପଡୋଶୀ ବଲାଙ୍ଗୀର ଜିଲାବାସୀଙ୍କୁ ଜଳ ସେଚନର ସୁବିଧା ଯୋଗାଇଦେବାକୁ ଯୋଜନା କଲେ। 

ପାନୀୟ ଜଳଯୋଗାଣ ଦାବିରେ ମହିଳା ଜିଲାପାଳଙ୍କ ଦ୍ୱାରସ୍ଥ

ପାନୀୟ ଜଳଯୋଗାଣ ଦାବିରେ ମହିଳା ଜିଲାପାଳଙ୍କ ଦ୍ୱାରସ୍ଥ

ଦେବଗଡ଼,୨୧।୩(ସ୍ବ.ପ୍ର.) -ବାରକୋଟ ବ୍ଲକ କାଉଁସିବାହାଳ ପଞ୍ଚାୟତ ମାଝିଚାକୁଣ୍ଡାପାଳ ଗ୍ରାମରେ ଗଭୀର ନଳକୂଅ ଖୋଳା ଯାଇଛି। ବର୍ଷେ ହେଲା ଏକ ପାଣି ଟାଙ୍କି ମଧ୍ୟ ନିର୍ମାଣ ସରିଛି। ହେଲେ ବିଭାଗୀୟ ଅବହେଳା ଯୋଗୁ ସମ୍ପୃକ୍ତ ଗ୍ରାମବାସୀ ପିଇବା ପାଣି ପାଇଁ ଡହଳବିକଳ ହେଉଥିବା ଜଣାପଡିଛି। 

ବିଶ୍ୱ ଘରଚଟିଆ ଦିବସ ପାଳିତ : ଛାତ୍ରୀ ଛାତ୍ରଙ୍କ ସଚେତନତା ଶୋଭାଯାତ୍ରା, ସଭା

ବିଶ୍ୱ ଘରଚଟିଆ ଦିବସ ପାଳିତ : ଛାତ୍ରୀ ଛାତ୍ରଙ୍କ ସଚେତନତା ଶୋଭାଯାତ୍ରା, ସଭା

ସୁନ୍ଦରଗଡ଼, ୨୧।୩ (ଡି.ଏନ୍‌.ଏ) -ସୁନ୍ଦରଗଡ଼ରେ ବିଶ୍ୱ ଘରଚଟିଆ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବୁଧବାର ସୁନ୍ଦରଗଡ ପବ୍ଲିକ ସ୍କୁଲ, ବନବିଭାଗ ଓ ଏନ୍‌ଟିପିସିର ମିଳିତ ଆନୁକୂଲ୍ୟରେ ସ୍କାଉଟ ତଥା ବିଭିନ୍ନ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। 

ପ୍ଲାଷ୍ଟିକ୍‌ ସାମାନ ଲାଗି ମାଡ଼ଖାଉଛେ ବେଉସା:  ଜୀବ୍‌କା ହରଉଛନ୍‌ ବାଉଁଶ କାରିଗର

ପ୍ଲାଷ୍ଟିକ୍‌ ସାମାନ ଲାଗି ମାଡ଼ଖାଉଛେ ବେଉସା: ଜୀବ୍‌କା ହରଉଛନ୍‌ ବାଉଁଶ କାରିଗର

ଲାଠୋର, ୨୧ା୩ (ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଁଚେତ୍‌ର ଝଲିଆଲିଟି ଗାଁରେ ୯ ଘର ବାଉଁଶ କାରିଗର ପରିବାର ରହୁଛନ୍‌। ସେମାନେ ବାଉଁଶରେ ଭୁଗା, ଟୁପା, ଟୁପଲି, ଚଂଘରା, ଡଲା, କୁଲା, ଘରି ତିଆରି ବିକାଭଂଗା କରବାର ସଂଗେ ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। 

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧ,୨୦।୩(ସ୍ବ.ପ୍ର): ସାରା ରାଜ୍ୟରେ ଟିକେଟ ବଣ୍ଟନ ନେଇ କସରତ ଚାଲିଥିବା ବେଳେ ବୌଦ୍ଧରେ କଂଗ୍ରେସର ଟିକେଟ ବଣ୍ଟନ ନେଇ କର୍ମୀ ଓ ନେତାଙ୍କ ଅସନ୍ତେ।ଷ ବୃଦ୍ଧି ପାଇଛି । 

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ରାଉରକେଲା ଅଫିସ,୨୦।୩: ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଆଶାୟୀ ଯୁବନେତା ପ୍ରଶାନ୍ତ ସେଠୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। 

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

ସୋନପୁର,୨୦।୩(ନି.ପ୍ର.): ସୋନପୁର ଥାନା ଏସ୍‌ କଳାପଥର ଡାକ ପିଅନ ଶତୃଘ୍ନ ଷାଣ୍ଢ(୫୫)ଙ୍କୁ ବୁଧବାର ଭୋର ସମୟରେ କେହି ନିର୍ମମ ଭାବେ ହତ୍ୟା କରିଛନ୍ତି ।   ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା