ସମ୍ପାଦକୀୟ |

ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

 ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ବିପିନ ବିହାରୀ ମିଶ୍ର 

କଶ୍ମୀରର ପୁଲଓ୍ବାମା ଜିଲାର ଅବନ୍ତିପୁରା ନିକଟରେ ସିଆର୍‌ପି ଗାଡ଼ି ଉପରେ ଯେଭଳି ବିସ୍ଫୋରକ ଦ୍ରବ୍ୟ ଭର୍ତ୍ତିକରି ଏକ କାର ଧକ୍କା ଦେଲା ଓ ସଙ୍ଗେସଙ୍ଗେ ଲୁଚିଥିବା ସନ୍ତ୍ରାସବାଦୀମାନେ ଗୁଳି ଚଳେଇଲେ, ତାହା ସାରା ଦେଶକୁ ବିବ୍ରତ ଓ କ୍ଷୁବ୍ଧ କରିଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌, ରୁଷ୍‌ର ପୁଟିନ୍‌ ଏବଂ ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡର ପ୍ରଧାନମନ୍ତ୍ରୀମାନେ ଏହାର ଘୋର ନିନ୍ଦା କରିଛନ୍ତି। ଆମେରିକା ପାକିସ୍ତାନକୁ ଚେତାବନୀ ଦେଇଛି। କଶ୍ମୀରରେ ବିଚ୍ଛିନ୍ନତାବାଦୀମାନଙ୍କର ଦୁଇଟି ରଣନୀତି ହେଉଛି- ଭାରତ ବିରୋଧରେ ପ୍ରଚାର ଓ ଜାତୀୟ ଦିବସକୁ ବର୍ଜନ ଏବଂ ସନ୍ତ୍ରାସବାଦୀଙ୍କୁ ସମସ୍ତ ସୁଯୋଗ ଦେବା। ସନ୍ତ୍ରାସବାଦୀମାନେ ଘରେ ରହିବାର ସୁଯୋଗ ପାଉଛନ୍ତି (କେଉଁଠାରେ ନିମନ୍ତ୍ରଣ ପାଇ ତ କେଉଁଠାରେ ଜବରଦସ୍ତ) ଏବଂ ହ୍ୟାଣ୍ଡ ଗ୍ରେନେଡ୍‌, ଏକେ-୪୭ ଏପରି କି ରକେଟ୍‌ ଲଞ୍ଚର୍‌ ବ୍ୟବହାର କରୁଛନ୍ତି। ୯ ଦଶକରେ ଡିଜି ଅଫିସ ଉପରକୁ ଏକ ରକେଟ୍‌ ମାଡ଼ ହୋଇଥିଲା। ସେ ବିଷୟରେ ପୂର୍ବରୁ ଗୋଇନ୍ଦା ଖବରପାଇ ପଦକ୍ଷେପ ନିଆଯାଇଥିଲା, ତେଣୁ ଯେଉଁ ପାଞ୍ଚଟି ଦଳ ଆସିଥିଲେ ସେଥିରୁ ଚାରୋଟି ଦଳ ଏନ୍‌କାଉଣ୍ଟରରେ ମରିଗଲେ ଓ ଗୋଟିଏ ଦଳ ରକେଟ୍‌ ମାଡ଼ କରିଥିଲା। 

ହିଜ୍‌ବୁଲ ମୁଜାହିଦ୍ଦିନ୍‌, ଲଶ୍କର-ଇ-ତୋଇବା ଓ ଜୈଶ୍‌-ଇ-ମହମ୍ମଦ ମଧ୍ୟରୁ ଗତ ତିନି ଚାରିବର୍ଷ ହେଲା ଜୈଶ୍‌ ବେଶି ସକ୍ରିୟ। ଏହା ପାକିସ୍ତାନରେ ମଧ୍ୟ ସନ୍ତ୍ରାସବାଦୀ କାର୍ଯ୍ୟ କରୁଛି। ସନ୍ତ୍ରାସବାଦ ପ୍ରତି ପାକିସ୍ତାନର ଆଭିମୁଖ୍ୟ ବିଚିତ୍ର। ତାଙ୍କ ଦେଶର ସନ୍ତ୍ରାସବାଦୀ ଇରାନ୍‌ କିମ୍ବା ଉଇଘର (ଚାଇନାର ଏକ ପ୍ରଦେଶ)ରେ ଉପଦ୍ରବ କଲେ ଉପରଠାଉରିଆ ନିନ୍ଦା ପ୍ରସ୍ତାବ ଦେଇ ସରକାର ଚୁପ୍‌ ରୁହନ୍ତି। ପାକିସ୍ତାନରେ ଶିୟାମାନଙ୍କ ଅନୁଷ୍ଠାନ କିମ୍ବା ମସ୍‌ଜିଦ୍‌ ଉପରେ ଆକ୍ରମଣକୁ ମୌଖିକ ପ୍ରୋତ୍ସାହନ ଦିଅନ୍ତି ଓ ଲୋକଦେଖାଣିଆ ତଦନ୍ତ କରି ବନ୍ଦ କରିଦିଅନ୍ତି। ଅଥଚ ଭାରତ କିମ୍ବା ଆଫଗାନିସ୍ତାନକୁ ଯେଉଁ ସନ୍ତ୍ରାସବାଦୀ ଆସନ୍ତି ତାଙ୍କୁ ତାଲିମ୍‌ ଦେବା, ଅସ୍ତ୍ରଶସ୍ତ୍ର ଦେବା, ମରିଗଲେ ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ଓ ସୀମା ପାର ହେବା ପାଇଁ ସୁବିଧା କରେଇବା ଆଦି କାମ ପାକିସ୍ତାନର ଆଇଏସ୍‌ଆଇ ସଙ୍ଗଠନ କରେ। ହଠାତ୍‌ ପାକିସ୍ତାନ ପଟୁ ଗୋଳାବର୍ଷଣ ହେଲେ ଜାଣିବେ ଯେ ଆତଙ୍କବାଦୀମାନେ କେଉଁ ଏକ ସ୍ଥାନରେ ଲୁଚିକରି ପଶିବେ। ଜୈଶ୍‌ର ମୁଖ୍ୟ (ମାସୁଦ୍‌) ପାକିସ୍ତାନରେ ନିର୍ଭୟରେ ବୁଲୁଛି। ଏମାନଙ୍କ ମୂଳ ଉତ୍ସ ଅଲ୍‌-କାଏଦାର କାର ବମ୍‌ ପଠେଇବା ଏକ ପୁରୁଣା ରଣନୀତି। କାବୁଲ୍‌, ଫ୍ରାନ୍ସର ଗୋଟିଏ ସହରରେ, ଆଫ୍ରିକାର କେତେକ ଦେଶରେ ଏଇଭଳି ବୋମା ବିସ୍ଫୋରଣ କରାଯାଉଛି। ପୁଣି ଇଣ୍ଡୋନେସିଆର ବାଲିଦ୍ୱୀପରେ କରାଯାଇଥିଲା, କାରଣ ବାଲିଦ୍ୱୀପରେ ଶତକଡା ୯୫ ବାସିନ୍ଦା ହେଉଛନ୍ତି ହିନ୍ଦୀ। କିନ୍ତୁ ଗୋଟିଏ କଥା ଲକ୍ଷ୍ୟ କରିବାକୁ ପଡ଼ିବ ଯେ, କୌଣସି ଆରବ କିମ୍ବା ମୁସଲିମ୍‌ ଦେଶରେ ପାକିସ୍ତାନୀ ସନ୍ତ୍ରାସବାଦୀମାନେ ଏଭଳି ଆକ୍ରମଣ କରିନାହାନ୍ତି। କାରଣ ଏମାନେ ଖୋଲାଖୋଲି କହନ୍ତି ଯେ, ହିନ୍ଦୁ, ଖ୍ରୀଷ୍ଟିଆନ ଓ ଇହୁଦୀମାନଙ୍କୁ ନିପାତ କରିବା ତାଙ୍କର ଲକ୍ଷ୍ୟ। କଶ୍ମୀର ଏମାନଙ୍କର ଏକମାତ୍ର ଲକ୍ଷ୍ୟ ନୁହେଁ, ବମ୍ବେ, ଦିଲ୍ଲୀରେ ଏଭଳି ସନ୍ତ୍ରାସବାଦୀ କାର୍ଯ୍ୟ କରାଯାଇଛି। ଦିଲ୍ଲୀରେ ସଂସଦ ଭବନ ଉପରେ ଆକ୍ରମଣ କରାଯାଇଥିଲା। ସୁରକ୍ଷାକର୍ମୀମାନେ ଆତଙ୍କବାଦୀମାନଙ୍କୁ ମାରିଦେଲେ, ଜଣେ ବଞ୍ଚିଗଲା (ଆଫଜଲ ଗୁରୁ) ଓ ସେ ଧରାପଡ଼ିଲା।

ଯେହେତୁ ଅଧିକାଂଶ କ୍ଷେତ୍ରରେ ଆତଙ୍କବାଦୀମାନଙ୍କୁ ମାରିଦିଆଯାଉଛି ଓ ଷଡ଼ଯନ୍ତ୍ର ପାକିସ୍ତାନରେ ହେଉଛି, ତେଣୁ ତଦନ୍ତରେ ସଫଳ ହେବା କଷ୍ଟ। ତଥାପି ଆଫଜଲ ଗୁରୁ ଫାଶୀ ପାଇଲା ଓ କସବ (ବମ୍ବେ ତାଜ୍‌ ହୋଟେଲ ଆକ୍ରମଣକାରୀ) ବି ସେଇ ଦଶା ଭୋଗିଲା। ଆଫଜଲ ଗୁରୁ କଶ୍ମୀରର ଓ କସବ ପାକିସ୍ତାନର। ଦୁଃଖ ଓ ଚିନ୍ତାର ବିଷୟ ଯେ, ଆମ ଦେଶରେ ଦଳେ ଲୋକ ଅଛନ୍ତି, ଯେଉଁମାନେ ଆଫଜଲ ଗୁରୁଙ୍କୁ ଫାଶୀ ନ ଦେବା ପାଇଁ ଚାପ ପକେଇଥିଲେ। ଏବେ ମଧ୍ୟ ପଞ୍ଜାବର ଜଣେ ମନ୍ତ୍ରୀ କହିଛନ୍ତି ଯେ ପାକିସ୍ତାନ ସଙ୍ଗେ ଆଲୋଚନା ହେଉ। ଭାରତ ପାକିସ୍ତାନ ସଙ୍ଗେ କାହିଁକି ଆଲୋଚନା କରିବ ଓ କାହା ସଙ୍ଗେ ଆଲୋଚନା କରିବ? କ’ଣ ହାତଯୋଡ଼ି କହିବ ଯେ ଦୟାକରି ସନ୍ତ୍ରାସବାଦୀ ପଠାନ୍ତୁ ନାହିଁ? ପାକିସ୍ତାନ ତରଫରୁ ସେଭଳି ପ୍ରତିଶ୍ରୁତି କିଏ ଦେବେ? କାରଣ ପାକିସ୍ତାନରେ ତିନୋଟି ସରକାର ଅଛନ୍ତି। ପ୍ରଥମ ହେଲା ସୈନ୍ୟବାହିନୀ ଏବଂ ଆଇଏସ୍‌ଆଇ (ଗୋଇନ୍ଦା ସଂସ୍ଥା), ୨ୟ ହେଲା ସୈନ୍ୟବାହିନୀର ଇସାରାରେ ଚାଲୁଥିବା ଇମ୍ରାନ୍‌ ଖାନ୍‌ ଏବଂ ୩ୟ ହେଲା ମୁଲ୍ଲା ଓ ମୌଲାନାଙ୍କର ଏକ ଉଗ୍ରବାଦୀ ଗୋଷ୍ଠୀ। ତେଣୁ ଆଲୋଚନା ବିଫଳ ହେବା ସ୍ବାଭାବିକ। ଯଦି କେହି ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରମୁଖ୍ୟ ଅତୀତରେ ଭାରତ ସହିତ ସାଲିସ୍‌ କରିଛନ୍ତି, ସେମାନେ ପଦଚ୍ୟୁତ ହୋଇଛନ୍ତି। ରାଷ୍ଟ୍ରପତି ଆୟୁବ୍‌ ଖାଁ ତାସ୍‌କେଣ୍ଟରେ ରାଜିନାମା କଲେ ଓ ବର୍ଷେ ଭିତରେ ତଡ଼ା ଖାଇଲେ। ପ୍ରଧାନମନ୍ତ୍ରୀ ଭୁଟ୍ଟୋ ଶିମ୍‌ଳା ରାଜିନାମା କଲେ ଓ ତଡ଼ା ଖାଇଲେ ଏବଂ ପରେ ଫାଶୀଦଣ୍ଡ ପାଇଲେ। ୧୯୯୯ରେ ବାଜପେୟୀଙ୍କ ବିଖ୍ୟାତ ଲାହୋର ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ ତାଙ୍କ ବ୍ୟକ୍ତିତ୍ୱ ଓ ଆଚରଣରେ ଏତେ ଅଭିଭୂତ ହୋଇଗଲେ ଯେ ପାକିସ୍ତାନରେ ଯଦି ବାଜପେୟୀ ନିର୍ବାଚନ ଲଢ଼ିବେ, ତେବେ ଜିତିବେ ବୋଲି ଘୋଷଣା କଲେ। ଫଳ ହେଲା କାର୍‌ଗିଲ। ପରେ ନଓ୍ବାଜ ଶରିଫ୍‌ଙ୍କୁ ବିତାଡିତ କରି ବିଭିନ୍ନ କେସ୍‌ରେ ଫସାଇ ଦିଆଗଲା। ଇମ୍ରାନ୍‌ ଖାନ୍‌ ବୁଝିଛନ୍ତି, ଯେପର୍ଯ୍ୟନ୍ତ ସେ ଭାରତ ବିରୋଧରେ କଥାବାର୍ତ୍ତା କରୁଛନ୍ତି ସେ ପର୍ଯ୍ୟନ୍ତ ତାଙ୍କ ପଦବୀ ସୁରକ୍ଷିତ ରହିବ। 

ବର୍ତ୍ତମାନ ଯେଉଁ କାର ଦ୍ୱାରା ଆକ୍ରମଣ ହେଲା, ଏଭଳି ଆକ୍ରମଣ ୨୦୦୧ ମସିହାରେ ଜୈଶ୍‌-ଇ-ମହମ୍ମଦ କଶ୍ମୀର ବିଧାନସଭା ସମ୍ମୁଖରେ କରିଥିଲା। ୨୦୦୪ ଜାନୁୟାରୀ ୧୫ରେ ଶ୍ରୀନଗର ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ମାନବବୋମା (ଫିନାୟୁନ୍‌) ପ୍ରଥମଥର ପାଇଁ ପ୍ରୟୋଗ କରାଗଲା ୨୦୦୦ ଏପ୍ରିଲ ୧୯ରେ। ଏଇଭଳି କେତେଥର ମାନବବୋମା ବ୍ୟବହାର କରାଯାଇଛି ଓ ଖୋଲାଖୋଲି ଲଢ଼େଇ ମଧ୍ୟ ହୋଇଛି। ନିକଟ ଅତୀତରେ ଅନେକଥର ଲଢ଼େଇ ହୋଇ ଜୈଶ୍‌-ଇ-ମହମ୍ମଦର ବଡ଼ ବଡ଼ ନେତା ନିହତ ହୋଇଛନ୍ତି। ତେଣୁ ଏ ଯେଉଁ ଆକ୍ରମଣ ହେଲା ଏହା ସ୍ଥାନୀୟ ସଙ୍ଗଠନ କରିଛି ବୋଲି କୁହାଯିବ ନାହିଁ। ଯୋଜନା କରାଯାଇଛି ପାକିସ୍ତାନରେ। ତାଲିମ୍‌ ନିଆଯାଇଛି, ରିହର୍‌ସାଲ ବି କରାଯାଇଛି। ଚାଇନାଠାରୁ ବହପ ପାଇ ପାକିସ୍ତାନ ଏଭଳି କାର୍ଯ୍ୟ ବାରମ୍ବାର କରୁଛି। ଯଦିବା ଚାଇନା ଉଇଘର ପ୍ରଦେଶରେ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରାନ୍ତ, ତଥାପି ଭାରତରେ ପାକିସ୍ତାନ ଦ୍ୱାରା ପ୍ରରୋଚିତ ଆକ୍ରମଣକୁ ସେ ପସନ୍ଦ କରେ। କାରଣ ଭାରତର ଅର୍ଥନୈତିକ ଅଗ୍ରଗତି ଓ ସାମରିକ ଆଧୁନିକୀକରଣ ଚାଇନା ପାଇଁ ଚିନ୍ତାର ବିଷୟ। ୧୯୬୩ ମସିହାରୁ ଚାଇନା ଓ ପାକିସ୍ତାନ ହାତ ମିଳେଇ ଭାରତ ବିରୋଧରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। 

ବର୍ତ୍ତମାନ ଆମ ଦେଶ ପାଇଁ ଜରୁରୀ ହେଉଛି ପ୍ରଥମେ ଅନ୍ତର୍ଶତ୍ରୁଙ୍କୁ ଦମନ କରିବା। ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଏ ଆକ୍ରମଣ ସପକ୍ଷରେ ସ୍ଲୋଗାନ ଦେଉଥିଲା। ସେ ଅବଶ୍ୟ ଗିରଫ ହୋଇଛି। ଅଳ୍ପ କେତେଜଣ ବୁଦ୍ଧିଜୀବୀ ଗୋରକ୍ଷା ବାହିନୀର ଦୋଷ, ୨୦୦୨ରେ ଗୋଧ୍ରାରେ କ’ଣ ହେଲା, ବାବ୍ରୀ ମସ୍‌ଜିଦ୍‌ କାହିଁକି ଭଙ୍ଗାଗଲା ଇତ୍ୟାଦି ପ୍ରଶ୍ନ ଉଠେଇ କଥାଟାକୁ ଗୋଳିଆ କରୁଛନ୍ତି। ସେମାନଙ୍କୁ ଗଣମାଧ୍ୟମ ବର୍ଜନ କରିବା କଥା। ଦ୍ୱିତୀୟରେ ପାକିସ୍ତାନକୁ ବିଶ୍ୱରେ ଏକଘରିଆ କରିଦେବାକୁ ପଡ଼ିବ ଏବଂ ବଳ ପ୍ରୟୋଗ କରି ୧ ବଦଳରେ ୧୦ ପ୍ରାଣ ନିଆଯାଉ। କାରଣ ଏହା ଏକ ଅଘୋଷିତ ଯୁଦ୍ଧ। ଭାରତ ସରକାର ପାକିସ୍ତାନକୁ ଦେଇଥିବା ସ୍ବତନ୍ତ୍ର ବାଣିଜି୍ୟକ ସୁବିଧା ଏବେ ବନ୍ଦ କରିଦେଲେ। ଭାରତ ସରକାର ପାକିସ୍ତାନର କୌଣସି ବିମାନ ଭାରତ ଉପରେ ଉଡ଼ିପାରିବ ନାହିଁ ବୋଲି ଆଦେଶ ଦିଅନ୍ତୁ। ପାକିସ୍ତାନର ବାଣିଜ୍ୟ ଜାହାଜ ଓ ସାମରିକ ଜାହାଜ ଭାରତ ବନ୍ଦରରେ ରହିବା ପାଇଁ ସୁଯୋଗ ଦିଆ ନ ଯାଉ। ପାକିସ୍ତାନ ବର୍ତ୍ତମାନ ଋଣଭାରରେ ବୁଡ଼ିଛି, ଦେଶକୁ ସମ୍ଭାଳିବା ପରିବର୍ତ୍ତେ ବନ୍ଧୁକରୁ ଗୁଳି ଫୁଟାଉଛି। ଏ ଦେବାଳିଆ ଦେଶ ଯେଉଁଦିନ ଏକ ଦୁର୍ଜନ ଦେଶ ବୋଲି ଘୋଷିତ ହେବ, ସେହିଦିନ ବୁଝିବ ଯେ ନିଆଁ ସଙ୍ଗେ ଖେଳିବାର ପରିଣାମ କ’ଣ।

ପୂର୍ବତନ ଡିଜି, ମୋ- ୯୦୪୦୪୧୨୩୭୮

All Right Reserved By

ସମ୍ପାଦକୀୟ |

ଶବଦାହରେ ଘଷି

ଶବଦାହରେ ଘଷି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ମୁସଲମାନମାନେ ମୃତ ଲୋକର ଶବକୁ ପୋତିଦିଅନ୍ତି ଏବଂ ହିନ୍ଦୁମାନେ ତାକୁ ଅଗ୍ନିରେ ଦାହ କରନ୍ତି। ପାରମ୍ପରିକ ଭାବେ ଦାହ ପାଇଁ କାଠ ବ୍ୟବହୃତ ହୋଇ ଆସୁଥିବା ବେଳେ ଆଜିକାଲି ବିଦ୍ୟୁତ୍‌ଶକ୍ତି ଓ ଗ୍ୟାସ୍‌ ମଧ୍ୟ ବ୍ୟବହୃତ ହେଲାଣି।  କିନ୍ତୁ ଆଜିକାଲି ଜାଳେଣି କାଠର ଘୋର ଅଭାବ। ଦିଲ୍ଲୀରେ ସରକାରୀ ଗାର୍ଡନରମାନେ ଗଛର ଅଳ୍ପ କିଛି ଛୋଟ ଡାଳ କାଟିବାର ଛଳନା କରନ୍ତି। କିନ୍ତୁ ସେମାନେ ପ୍ରାୟ ସବୁ ବଡ଼ ବଡ଼ ଡାଳ କାଟନ୍ତି ଓ ସେସବୁକୁ ନିଗମବୋଧ ଘା..

ଅଶ୍ଳୀଳତାକୁ ନେଇ ଛଳନା

ଅଶ୍ଳୀଳତାକୁ ନେଇ ଛଳନା

ଡ. ସୁବାସ ଚନ୍ଦ୍ର ପାତ୍ର

ଅଶ୍ଳୀଳତାକୁ ନେଇ ମଣିଷର ଛଳନା ଇତିହାସ ପରି ପୁରୁଣା। କିଛିଦିନ ତଳେ ଖଣ୍ଡଗିରି ଯାତ୍ରା ମହୋତ୍ସବ ଅବସରରେ କୌଣସି ଏକ ଅପେରା ମଞ୍ଚ ଉପରେ ମନୋରଞ୍ଜନ ଆଳରେ ଜଣେ ମହିଳା କଳାକାର ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାର ଅଭିଯୋଗ ଆସିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ତାଙ୍କ ସହ ସାକ୍ଷାତ୍‌କାର ପ୍ରସାରଣ କଲେ ଏବଂ ଆଉ କେତେକ ଚ୍ୟାନେଲ ପ୍ରତିବାଦ ବାହାନାରେ ସେହି ତଥାକଥିତ ନଗ୍ନ ନୃତ୍ୟକୁ ବାରମ୍ବାର ପ୍ରଦର୍ଶନ ମଧ୍ୟ କଲେ। ଜଣେ ରାଜାଙ୍କୁ ଯଦି ତାଙ୍କ ପାର୍ଷଦ କହେ, ‘ମଣିମା, ଆପଣଙ୍କ ବଡ଼ଗୁଣ ହେଲା ଆପଣ ତୋଷାମଦି ଭଲପାଆନ୍ତି ନାହିଁ,’ ଏ କଥାଟି ଯେମିତି ଏକ ତୋଷା..

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର


ବିକାଶ କୁମାର ପତି

ଚିରନ୍ତନ ବିକାଶ ଲକ୍ଷ୍ୟ ସମସ୍ତଙ୍କୁ ୨୦୩୦ ସୁଦ୍ଧା ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌, କେହି ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେନି। କିନ୍ତୁ ଆଜି ବି ଲକ୍ଷ ଲକ୍ଷ ଲୋକ ସ୍ବଚ୍ଛ ପାନୀୟ ଜଳ ବିନା ବଞ୍ଚୁଛନ୍ତି- ତାଙ୍କ ପରିବାର, ବିଦ୍ୟାଳୟ, କର୍ମକ୍ଷେତ୍ର, ସବୁଠି ବଞ୍ଚିବା ପାଇଁ ଓ ତୃଷ୍ଣା ମେଣ୍ଟେଇବା ପାଇଁ କଷ୍ଟ କରୁଛନ୍ତି। ଜାତିସଂଘର ଜଳ ଉପରେ କାମ କରୁ..

ଏଇ ଭାରତରେ

ଏଇ ଭାରତରେ

କୁହାଯାଏ ବିବାହ ଯୋଡ଼ି ଈଶ୍ୱରଙ୍କ ଦରବାରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଏହାକୁ ଖଣ୍ଡନ କରିବା ସହଜ ନୁହେଁ। ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଏପରି ଏକ ବିରଳ ବାହାଘର ସମ୍ପନ୍ନ ହୋଇଛି। ଖଣ୍ଡଓ୍ବା ଅନ୍ତର୍ଗତ ପୁନାସା ଗଁାର ବାସିନ୍ଦା ଧନେଶ ରାଜବୈଦ ନିମାଡ ନିବାସୀ ଚେତନା ଶର୍ମାଙ୍କୁ ବିବାହ କରିଛନ୍ତି। ଉଭୟ କନ୍ୟା ଓ ବରଙ୍କ ଉଚ୍ଚତା ୩୬ ଇଞ୍ଚ। ଉଚ୍ଚତା କମ୍‌ ..

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା