ସମ୍ପାଦକୀୟ |

ଭାଷା, ଜାତି ଓ ଜାତୀୟତା

ଭାଷା, ଜାତି ଓ ଜାତୀୟତା

ଡ. ଅନ୍ତର୍ଯ୍ୟାମୀ ମିଶ୍ର

ଭାଷା ହେଉଛି ବ୍ୟକ୍ତି ଓ ଜାତିର ପରିଚୟ। ଭାଷାକୁ ଆଧାର କରି ପୃଥିବୀର ସକଳ ସଭ୍ୟଜାତି ବିକଶିତ ହୋଇଛନ୍ତି। ଭାଷା ହିଁ ଜାତୀୟତାର ପ୍ରଧାନ ପ୍ରତୀକ। କୌଣସି ବଙ୍ଗାଳି ଓଡ଼ିଆ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ ବା କୌଣସି ଇଂରେଜ ଫରାସୀ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ। ସଭିଏଁ ନିଜ ନିଜ ଭାଷାରେ ଆପଣାକୁ ପ୍ରକାଶ କରିଥାନ୍ତି। କିନ୍ତୁ ଆମ ଓଡ଼ିଆଙ୍କର ସେହି ଚେତନା ନାହିଁ। ଆମେ ନିଜ ଭାଷାରେ ନିଜକୁ ପ୍ରକାଶ ନ କରି ଅନ୍ୟ ଭାଷାରେ ପ୍ରକାଶ କରିବାକୁ ଗୌରବ ମଣୁ। କେତେକେ ନିଜକୁ ଇଂଲିଶ ଭାଷାରେ ପ୍ରକାଶ କରିବାକୁ ସମ୍ମାନର ବିଷୟ ବିଚାରିଥାନ୍ତି। ଓଡ଼ିଆମାନେ ଖ୍ରୀଷ୍ଟପୂର୍ବ କାଳରୁ ଓଡ଼ିଶାରେ ବସବାସ କରିଥିଲେ ମଧ୍ୟ ସେମାନଙ୍କର ଭାଷା ସ୍ବାଭିମାନ ନାହିଁ। ପ୍ରତ୍ୟେକ ଜାତିର ଜାତୀୟତାର ସ୍ବାଭିମାନ ତା’ର ଭାଷା ହୋଇଥିଲେ ହେଁ ଆମ ଓଡ଼ିଆଙ୍କ ପାଖରେ ଏପରିି ସ୍ବାଭିମାନ ଦେଖିବାକୁ ମିଳେନାହିଁ।

ଭାଷା-ଆଧାରିତ ଆଗଙ୍ଗା-ଗୋଦାବରୀ ଓଡ଼ିଶା ଆଉ ନାହିଁ। ଆମେ ଯେଉଁ ଭୂଖଣ୍ଡରେ ବାସ କରୁଛେ ତାହା ଖଣ୍ଡିତ ଓଡ଼ିଶା ପ୍ରଦେଶ। ମେଦିନୀପୁର, ଷଢ଼େଇକଳା, ଖରସୁଆଁ, ସିଂହଭୂମ, ଧଳଭୂମି, ଚକ୍ରଧରପୁର, ଚାଇଁବସା, ବସ୍ତର, ରାୟପୁର, ସରିଆ, ଟିକାଲି, ମଞ୍ଜୁଷା, ଜଳନ୍ତର ଓ ତରଳା ପ୍ରଭୃତି ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଆଜି ଓଡ଼ିଶା ବାହାରେ। ଯେଉଁ ଖଣ୍ଡିତ ଓଡ଼ିଶାକୁ ଏବେ ଓଡ଼ିଶା ପ୍ରଦେଶ କୁହାଯାଉଛି, ସେଠାରେ ମଧ୍ୟ ଭାଷାବିବାଦ ଉପୁଜିଲାଣି। ରାଜନୈତିକ ସ୍ବାର୍ଥ ଯୋଗୁ ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା, ଉତ୍ତର ଓଡ଼ିଶା, କେନ୍ଦ୍ର ଓଡ଼ିଶା ଚିନ୍ତା ଆମକୁ ଘାରିଲାଣି। ଜାତୀୟ ପରିବର୍ତ୍ତେ ଆଞ୍ଚଳିକ ମନୋଭାବ ଆମ ଭିତରେ ସୃଷ୍ଟି ହେଲାଣି। ଦିନ ଥିଲା, ଓଡ଼ିଶା ଭୂଖଣ୍ଡ ତୋଷଳ, ଉତ୍କଳ, କଙ୍ଗୋଦ, କଳିଙ୍ଗ, କାନ୍ତାର, କୋଶଳ ପ୍ରଭୃତି ଜନପଦରେ ବିଭକ୍ତ ହୋଇଥିଲା। ଅଥଚ ଏହିସବୁ ଜନପଦର ଭାବ ଓ ଭାଷା ଏକ ଥିଲା। ସମ୍ପ୍ରତି ଆଞ୍ଚଳିକ ଭାବ ଆମ ଜାତୀୟ ଚେତନାକୁ ବ୍ୟାହତ କରୁଛି।

ସୌଭାଗ୍ୟର କଥା ଯେ, ଆମ ଭାଷା ଆଜି ଶାସ୍ତ୍ରୀୟ ଭାଷା ରୂପେ ଘୋଷିତ। ଏହାସତ୍ତ୍ୱେ ଏହି ଭାଷାର ସୁରକ୍ଷା ପ୍ରତି ବିପଦ ସମ୍ପ୍ରତି ଅନୁଭୂତ ହେଲାଣି। ଭାଷା ସୁରକ୍ଷା ନିମିତ୍ତ ଆମେ ତୁମ୍ବିତୋଫାନ କରୁଛେ, କିନ୍ତୁ ଯେତେ ହୁରି କଲେ ହେଁ ସବୁ ନିଷ୍ଫଳ। ସଭା, ସମିତି, ଆଲୋଚନା, କର୍ମଶାଳା, ଆନ୍ଦୋଳନ ସକଳ ଅକାରଣ। ଅସଲ କଥାଟି ହେଉଛି, ଭାଷା ପ୍ରତି ଆମର ମମତା ଓ ଆନୁଗତ୍ୟ ନାହିଁ। ଆମର ସମାଜ ବ୍ୟବସ୍ଥା, ଶିକ୍ଷା, ବାଣିଜ୍ୟ, ପ୍ରଶାସନ ପ୍ରତ୍ୟେକ କ୍ଷେତ୍ରରେ ଭାଷାର ବ୍ୟବହାର ଦିନକୁ ଦିନ କମିବାରେ ଲାଗିଛି। ଫଳରେ ଭାଷାର ଜୀବନୀଶକ୍ତି କ୍ଷୀଣ ହେବାକୁ ବସିଲାଣି। ଭାଷା ଗୋଟିଏ ସାମାଜିକ ବସ୍ତୁ ହୋଇଥିଲେ ହେଁ ସମାଜର ପ୍ରତ୍ୟେକ ସ୍ତରରେ ଭାଷା ଅବହେଳିତ। ଶିକ୍ଷା କ୍ଷେତ୍ରରେ ଭାଷାଶିକ୍ଷା ଉପରେ ଗୁରୁତ୍ୱାରୋପ କରାଯାଉନାହିଁ। ବିଦ୍ୟାଳୟରେ ଓଡ଼ିଆ ଭାଷା ଶିକ୍ଷା ଦେବାକୁ ଶିକ୍ଷକ ନିଯୁକ୍ତ ହେଉନାହାନ୍ତି। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଭାଷାଶିକ୍ଷା ସମ୍ପୂର୍ଣ୍ଣ ଅବହେଳିତ। ତେଣୁ ଭବିଷ୍ୟତ ନାଗରିକଗଣ ଭାଷା ଓ ଜାତୀୟତା ସମ୍ପର୍କିତ ଜ୍ଞାନାଲୋକରୁ ବଞ୍ଚତ୍ତ।

ସରକାରୀ ସ୍ତରରେ ଓଡ଼ିଆ ଭାଷା ସମ୍ପୂର୍ଣ୍ଣ ଅବହେଳିତ। ଓଡ଼ିଆ ନାମକୁମାତ୍ର ସରକାରୀ ଭାଷା, ଅଥଚ କାର୍ଯ୍ୟ ଚାଲିଛି ଇଂଲିଶରେ। ଓଡ଼ିଶା ହେଉଛି ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଏବଂ ପ୍ରଥମେ ଓଡ଼ିଶା ସରକାର ଭାଷାନୀତି ପ୍ରଣୟନ କରିଥିଲେ। ସ୍ବାଧୀନତା ପରେ ପ୍ରଥମେ ୧୯୫୪ ମସିହାରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ ସମ୍ପାଦନା ନିମିତ୍ତ ଓଡ଼ିଶା ସରକାରୀ ଭାଷା ଅଧିନିୟମ ପ୍ରଣୀତ ହୋଇଥିଲା। ଅଥଚ ଜାତୀୟତାର ଏକାନ୍ତ ଅଭାବ ଯୋଗୁ ଏ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିଲା ନାହିଁ। ଏହାପରେ ବହୁବାର ବୈଠକ ଅନୁଷ୍ଠିତ ହୋଇ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ନିମିତ୍ତ ନିଷ୍ପତ୍ତି ନିଆଯାଇଛି। ଅଥଚ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନାହିଁ। ଆମ ଭିତରେ ଜାତୀୟ ଚେତନାର ଏକାନ୍ତ ଅଭାବ ଘଟି ଓଡ଼ିଆ ଭାଷା ରାଜଭାଷାର ମର୍ଯ୍ୟାଦା ଲାଭ କରିପାରୁନାହିଁ। ସଂକ୍ଷେପରେ ଉଲ୍ଲେଖ କଲେ କୁହାଯିବ ଯେ, ସରକାରୀ ସ୍ତରରେ ଓଡ଼ିଆ ଭାଷା ଅବହେଳିତ ହୋଇ ଆମ ଜାତୀୟତା ବାଧାପ୍ରାପ୍ତ। ମା’ କ୍ଷୀର ଖାଇବା ପାଇଁ କୌଣସି ଆଇନର ଆବଶ୍ୟକତା ଅନୁଭୂତ ହୁଏନାହିଁ। ସେହିପରି ମାତୃଭାଷା ବ୍ୟବହାର କରିବା ପାଇଁ କୌଣସି ଆଇନ ପ୍ରଣୟନର ଆବଶ୍ୟକତା ନାହିଁ। ଆମ ଭିତରେ ଭାଷା ଆନୁଗତ୍ୟ ଓ ଜାତୀୟବୋଧ ଜାଗ୍ରତ ହୋଇପାରିଲେ ସବୁ କିଛି ଅକ୍ଳେଶରେ ହୋଇପାରିବ।

ଭାଷା ପ୍ରୀତି ସୃଷ୍ଟି ନ ହେଲେ ଜାତୀୟ ଚେତନା ଜାଗ୍ରତ ହେବନାହିଁ। ଆମେ ନିଜେ ହିଁ ଆମ ଭାଷାଠାରୁ ଦୂରେଇଯାଇ ଜାତୀୟତାକୁ ଜଳାଞ୍ଜଳି ଦେଉଛେ। ଆମ ଭିତରୁ ଅନେକେ ଅନ୍ୟ ଭାଷା କିଂଚିତ୍‌ ଶିକ୍ଷା ନ କରୁଣୁ ଆପଣା ଭାଷା ଓ ଜାତୀୟତାରୁ ବିଚ୍ଛିନ୍ନ। ଅନ୍ୟ ଭାଷାରେ କହିଲେ, ଆମ ଜାତୀୟ ଚରିତ୍ରର ଅବକ୍ଷୟ ଘଟିଛି। ରାଜନୈତିକ, ସାଂସ୍କୃତିକ, ସାରସ୍ବତ ଓ ବୌଦ୍ଧିକ ବିକାଶ ନିମନ୍ତେ ସମ୍ପ୍ରତି ଅଗଣିତ ନେତା ଅଣ୍ଟା ଭିଡିଥିଲେ ହେଁ କେହି ଜାତୀୟତାର ବାର୍ତ୍ତାବହ ହୋଇ ଜାତିକୁ ଆଗେଇନେଇ ପାରିନାହାନ୍ତି। ବିଶ୍ୱର ସକଳ ଜାତି ଆପଣାର ଭାଷା, ସଂସ୍କୃତି ଓ ଐତିହ୍ୟକୁ ନେଇ ଗର୍ବ କରୁଥିବା ବେଳେ ଆମେ ନୀରବ ରହିବା ସମୀଚୀନ ନୁହେଁ। ଏଥିନିମିତ୍ତ ପ୍ରଚଣ୍ଡ ସ୍ବାଭିମାନ ଲୋଡ଼ା। ସେହି ସ୍ବାଭିମାନ କେବଳ ଭାଷାପ୍ରୀତିରୁ ଉପଲବ୍ଧ। ଭାଷା, ଜାତି ଓ ଜାତୀୟତାକୁ କେନ୍ଦ୍ରକରି ଜାତୀୟ ବିପ୍ଳବ ସୃଷ୍ଟି ହୋଇପାରିଲେ ଜାତୀୟ ବିକାଶ ତ୍ୱରାନ୍ବିତ ହୋଇପାରିବ। 

(ତା୨୧ା୨ ଅନ୍ତର୍ଜାତୀୟ ଭାଷା ଦିବସ ଉପଲକ୍ଷେ)

ଆନନ୍ଦ ନଗର, କାଠଗଡ଼ା, ଢେଙ୍କାନାଳ, ମୋ-୮୮୯୫୨୩୦୭୨୨

All Right Reserved By

ସମ୍ପାଦକୀୟ |

ଶବଦାହରେ ଘଷି

ଶବଦାହରେ ଘଷି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ମୁସଲମାନମାନେ ମୃତ ଲୋକର ଶବକୁ ପୋତିଦିଅନ୍ତି ଏବଂ ହିନ୍ଦୁମାନେ ତାକୁ ଅଗ୍ନିରେ ଦାହ କରନ୍ତି। ପାରମ୍ପରିକ ଭାବେ ଦାହ ପାଇଁ କାଠ ବ୍ୟବହୃତ ହୋଇ ଆସୁଥିବା ବେଳେ ଆଜିକାଲି ବିଦ୍ୟୁତ୍‌ଶକ୍ତି ଓ ଗ୍ୟାସ୍‌ ମଧ୍ୟ ବ୍ୟବହୃତ ହେଲାଣି।  କିନ୍ତୁ ଆଜିକାଲି ଜାଳେଣି କାଠର ଘୋର ଅଭାବ। ଦିଲ୍ଲୀରେ ସରକାରୀ ଗାର୍ଡନରମାନେ ଗଛର ଅଳ୍ପ କିଛି ଛୋଟ ଡାଳ କାଟିବାର ଛଳନା କରନ୍ତି। କିନ୍ତୁ ସେମାନେ ପ୍ରାୟ ସବୁ ବଡ଼ ବଡ଼ ଡାଳ କାଟନ୍ତି ଓ ସେସବୁକୁ ନିଗମବୋଧ ଘା..

ଅଶ୍ଳୀଳତାକୁ ନେଇ ଛଳନା

ଅଶ୍ଳୀଳତାକୁ ନେଇ ଛଳନା

ଡ. ସୁବାସ ଚନ୍ଦ୍ର ପାତ୍ର

ଅଶ୍ଳୀଳତାକୁ ନେଇ ମଣିଷର ଛଳନା ଇତିହାସ ପରି ପୁରୁଣା। କିଛିଦିନ ତଳେ ଖଣ୍ଡଗିରି ଯାତ୍ରା ମହୋତ୍ସବ ଅବସରରେ କୌଣସି ଏକ ଅପେରା ମଞ୍ଚ ଉପରେ ମନୋରଞ୍ଜନ ଆଳରେ ଜଣେ ମହିଳା କଳାକାର ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାର ଅଭିଯୋଗ ଆସିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ତାଙ୍କ ସହ ସାକ୍ଷାତ୍‌କାର ପ୍ରସାରଣ କଲେ ଏବଂ ଆଉ କେତେକ ଚ୍ୟାନେଲ ପ୍ରତିବାଦ ବାହାନାରେ ସେହି ତଥାକଥିତ ନଗ୍ନ ନୃତ୍ୟକୁ ବାରମ୍ବାର ପ୍ରଦର୍ଶନ ମଧ୍ୟ କଲେ। ଜଣେ ରାଜାଙ୍କୁ ଯଦି ତାଙ୍କ ପାର୍ଷଦ କହେ, ‘ମଣିମା, ଆପଣଙ୍କ ବଡ଼ଗୁଣ ହେଲା ଆପଣ ତୋଷାମଦି ଭଲପାଆନ୍ତି ନାହିଁ,’ ଏ କଥାଟି ଯେମିତି ଏକ ତୋଷା..

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର


ବିକାଶ କୁମାର ପତି

ଚିରନ୍ତନ ବିକାଶ ଲକ୍ଷ୍ୟ ସମସ୍ତଙ୍କୁ ୨୦୩୦ ସୁଦ୍ଧା ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌, କେହି ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେନି। କିନ୍ତୁ ଆଜି ବି ଲକ୍ଷ ଲକ୍ଷ ଲୋକ ସ୍ବଚ୍ଛ ପାନୀୟ ଜଳ ବିନା ବଞ୍ଚୁଛନ୍ତି- ତାଙ୍କ ପରିବାର, ବିଦ୍ୟାଳୟ, କର୍ମକ୍ଷେତ୍ର, ସବୁଠି ବଞ୍ଚିବା ପାଇଁ ଓ ତୃଷ୍ଣା ମେଣ୍ଟେଇବା ପାଇଁ କଷ୍ଟ କରୁଛନ୍ତି। ଜାତିସଂଘର ଜଳ ଉପରେ କାମ କରୁ..

ଏଇ ଭାରତରେ

ଏଇ ଭାରତରେ

କୁହାଯାଏ ବିବାହ ଯୋଡ଼ି ଈଶ୍ୱରଙ୍କ ଦରବାରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଏହାକୁ ଖଣ୍ଡନ କରିବା ସହଜ ନୁହେଁ। ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଏପରି ଏକ ବିରଳ ବାହାଘର ସମ୍ପନ୍ନ ହୋଇଛି। ଖଣ୍ଡଓ୍ବା ଅନ୍ତର୍ଗତ ପୁନାସା ଗଁାର ବାସିନ୍ଦା ଧନେଶ ରାଜବୈଦ ନିମାଡ ନିବାସୀ ଚେତନା ଶର୍ମାଙ୍କୁ ବିବାହ କରିଛନ୍ତି। ଉଭୟ କନ୍ୟା ଓ ବରଙ୍କ ଉଚ୍ଚତା ୩୬ ଇଞ୍ଚ। ଉଚ୍ଚତା କମ୍‌ ..

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା