ସମ୍ପାଦକୀୟ |

ଏଇ ଭାରତରେ

ଏଇ ଭାରତରେ

ମାନସିକ ପୂରଣ ପାଇଁ କିଏ କେତେ ପ୍ରକାର ପନ୍ଥା ଅବଲମ୍ବନ କରନ୍ତି। କିନ୍ତୁ ଏଥିପାଇଁ ସମାଧିପୀଠରେ ଜୋତାମାଡ କରାଯିବା କଥା ନିଆରା ନିଶ୍ଚୟ। ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ମୁଖ୍ୟ କାର୍ଯ୍ୟାଳୟଠାରୁ ୩ କି.ମି. ଦୂର ଇଟାଓ୍ବା-ବରେଲୀ ରାଜମାର୍ଗ ଉପରେ ଭୋଲୁ ସୟଦ୍‌ଙ୍କର ପୁରୁଣା ମକ୍‌ବରା ରହିଛି। ଏଠାରେ ବାବାଙ୍କ ସମାଧି ଉପରେ ଫୁଲ ନୁହେଁ, ବରଂ ଜୋତାମାଡ଼ କରାଯାଏ। ଶ୍ରଦ୍ଧାଳୁଙ୍କ ମାନସିକ ପୂରଣ ହେଲେ ସମାଧିକୁ ଜୋତାରେ ପିଟାଯାଇଥାଏ। ପ୍ରବାଦ ଅଛି, ଥରେ ଅଟେରୀର ରାଜାଙ୍କ ବିରୋଧରେ ଇଟାଓ୍ବାର ବାଦଶାହ ଯୁଦ୍ଧ ଘୋଷଣା କଲେ। ଯୁଦ୍ଧ ପରେ ବାଦଶାହ ଜାଣିପାରିଲେ, ଏହି ଯୁଦ୍ଧ ପାଇଁ ତାଙ୍କ ଦରବାରୀ ଭୋଲୁ ସୟଦ ଦାୟୀ। ରାଗରେ ବାଦଶାହଙ୍କ ନିର୍ଦ୍ଦେଶରେ ସୟଦଙ୍କୁ ଜୋତାରେ ପିଟାଯାଇଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ସୟଦ୍‌ଙ୍କ ସମାଧି ତିଆରି କରାଯାଇଥିଲା। ସେବେଠାରୁ ଏଠାରେ ଜୋତା ମାଡ଼ କରିବାର ପରମ୍ପରା ରହିଛି। ନିଜର ତଥା ପରିବାର ସଦସ୍ୟଙ୍କ ସୁରକ୍ଷିତ ଯାତ୍ରା ପାଇଁ ସୟଦଙ୍କ କବର ଉପରେ ଅତି କମ୍‌ରେ ୫ ଥର ଜୋତାମାଡ କରାଯାଇଥାଏ।


All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅସ୍ବାସ୍ଥ୍ୟ ସେବା

ସମ୍ପାଦକୀୟ/ଅସ୍ବାସ୍ଥ୍ୟ ସେବା

ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରୁଥିବା ନେଇ ଅନେକ ଥର ରିପୋର୍ଟ ପ୍ରକାଶ ପାଇଛି। ଭୁବନେଶ୍ୱର ସ୍ମାର୍ଟ ସିଟି ହିସାବରେ ଦେଶରେ ଏକନମ୍ବର ସ୍ଥାନ ଅକ୍ତିଆର କରିଥିଲା। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଉନ୍ନତ ରହିଥିବା କୁହାଯାଉଛି। ହେଲେ ବାସ୍ତବତା ଦେଖିଲେ ଭିନ୍ନ ଚିତ୍ର ଦିଶୁଛି। ସ୍ବାସ୍ଥ୍ୟ କ୍ଷେତ୍ରକୁ ଉଦାହରଣ..

ଇସ୍ତାହାର ଯଦି ଟେଣ୍ଡର ହୁଅନ୍ତା

ଇସ୍ତାହାର ଯଦି ଟେଣ୍ଡର ହୁଅନ୍ତା

ସହଦେବ ସାହୁ

ନିର୍ବାଚନ ମାନିଫେଷ୍ଟୋକୁ ଟେଣ୍ଡର ରୂପେ ଧରିବା କଥାଟା ଅଜବ ଲାଗୁଥିଲେ ବି ଅସମ୍ଭବ ନୁହେଁ। ରାଜନୀତିର ମୂଳଦୁଆ ଅର୍ଥନୀତି। ତାହା ନ ହୋଇଥିଲେ ନେତାମାନେ ଭୋଟରମାନଙ୍କୁ ଏତେ ଟଙ୍କା, ଉପହାର ଓ ମାଗଣା ଭୋଜନ ବାଣ୍ଟନ୍ତେ ନାହିଁ। ଶାନ୍ତିଶୃଙ୍ଖଳା ବଜାୟ ରଖି ଲୋକଙ୍କୁ ନିଜ ନିଜ ମାର୍ଗରେ ବିକଶିତ ହେବାର ସୁବିଧା ଯୋଗାଇବା ଏବଂ ରାଷ୍ଟ୍ରଶକ୍ତିକୁ ସାମୂହିକ ବିକାଶରେ ..

 ସମର କୋର୍ସ

ସମର କୋର୍ସ

ସୁଧିରାଜ ରାଉତ

ଛୋଟିଆ ସହରରେ ମାଟ୍ରିକ ପରୀକ୍ଷା ସରି ନ ଥାଏ। ତିନୋଟି ସ୍ଥାନରେ ସମର କୋର୍ସ ପାଇଁ ବଡ଼ ବଡ଼ ପୋଷ୍ଟର ଲଗାହୋଇଥିବା ଓ କାନ୍ଥ ବାଡ଼ରେ ପାମ୍ପଲେଟ ଛାଇ ହୋଇଯାଇଥିବା ଦେଖିଲି। ଏଇ ସମର କୋର୍ସ କ’ଣ? ଏହା ଆମ ପିଲାଙ୍କ ଜୀବନ ଓ ସମାଜକୁ ପ୍ରଭାବିତ କରୁଛି। ଆମେ କେତେ ଭାବରେ ପିଲାଙ୍କୁ ବୁଝାଇଛୁ- ଦେଖ ଏ ବର୍ଷ ମାଟ୍ରିକ ପରୀ..

ଏଇ ଭାରତରେ

ଏଇ ଭାରତରେ

ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ। ଜଣେ ସ୍ବଳ୍ପ ପାଠ ପଢ଼ି ମଧ୍ୟ ଫେଶନ୍‌ ଶିଳ୍ପରେ ବେଶ୍‌ ରୋଜଗାରକ୍ଷମ ହୋଇପାରିଛନ୍ତି। ଏପରି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଛବିଶ ବର୍ଷୀୟା ନିଶାର ବାନୋ। ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ନିଶାର ବାପା ଓ ଭାଇଙ୍କୁ ମନାଇ ଦିଲ୍ଲୀରେ ଥିବା ଏକ ଲୁଗା କାରଖାନାରେ ତାଲିମ ନେଇଥିଲେ। ଡିଜାଇନର ଗାୟତ୍ରୀ ଜୋଲିଙ୍କ ଦ୍ୱାରା ଏକବର୍ଷିଆ..

ଚାଷୀଙ୍କୁ ବାଉଳା

ଚାଷୀଙ୍କୁ ବାଉଳା

ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ବାଲାକୋଟ କାର୍ଯ୍ୟାନୁଷ୍ଠାନ ଉତ୍ତର ଭାରତରେ ସମ୍ଭବତଃ ଆଖିଦୃଶିଆ ପ୍ରଭାବ ପକାଇ ନାହିଁ। ଏଭଳି ଧାରଣା ସୃଷ୍ଟି କରିବା ପାଇଁ କୌଣସି ଅତ୍ୟଧିକ ରାଜନୈତିକ ବୁଦ୍ଧି ଦରକାର ନାହିଁ। ଉତ୍ତରପ୍ରଦେଶ ଭଳି କୃଷିଭିତ୍ତିକ ରାଜ୍ୟରେ ଚାଷୀ ଅସନ୍ତୋଷର ଭୂମିକା ଆସନ୍ତା ନିର୍ବାଚନରେ ଅଧିକ ରହିବ ବୋଲି ସ୍ପଷ୍ଟ ଜଣାପଡ଼ୁଛି।

ଅବାଞ୍ଛିତ ନାବାଳିକା ମାତୃତ୍ୱ

ଅବାଞ୍ଛିତ ନାବାଳିକା ମାତୃତ୍ୱ

ନାରାୟଣ ପଣ୍ଡା 

ସନ୍ତାନକୁ ଜନ୍ମ ଦେଉଥିବା ମା’ ଏକ ମଧୁରତମ ଶବ୍ଦ, ଯାହାର ବିକଳ୍ପ ହୁଏତ ଶବ୍ଦକୋଷରେ ନ।ହିଁ। ମା’ ବକ୍ଷର ଅମୃତ ପାନକରି ଶୈଶବର ବେଶ୍‌ କିଛିବର୍ଷ ଅବୋଧ ଶିଶୁଟି ଜୀବନ ଧାରଣକରେ। ସେ ବିଶ୍ୱ ନିର୍ମାଣର ଜନ୍ମବେଦି। ନାରୀ ଅଦିତି-ଅଖଣ୍ଡନୀୟା। 

ମା’ଙ୍କ ବିଚିତ୍ର ବେଶ

ମା’ଙ୍କ ବିଚିତ୍ର ବେଶ

ମାନସ କୁମାର ପାଢ଼ୀ

ରାଜଧାନୀ ଭୁବନେଶ୍ୱର। ସର୍ବବିଦ୍ୟା ମନ୍ଦିରର ମୁଖ୍ୟ ପୂଜାରୀ ସର୍ବଗିଳା ସକାଳୁ ନିତ୍ୟକର୍ମ ସାରି ମନ୍ଦିରର କବାଟ ଖୋଲି ଦେଖିଲେ ଶିକ୍ଷାମାତାଙ୍କ ଅପୂର୍ବ ବେଶ। ପଦ୍ମ ଉପରେ ନ ବସି ଗେଣ୍ଡୁମାଳ ଗଳାରେ ଲମ୍ବାଇ ଗୋଟିଏ ଗଧ ପାଖରେ ଛିଡ଼ା ହୋଇଛନ୍ତି ମା’। 

ଏଇ ଭାରତରେ

ଏଇ ଭାରତରେ

ପରିବର୍ତ୍ତିତ ସମୟ ସହିତ ଲୋକଙ୍କ ରୁଚି ତଥା ପେସା ବଦଳିବାରେ ଲାଗିଛି। ଏବେ କେତେକ ଭିକ୍ଷାବୃତ୍ତିକୁ ନିଜର ପେସା ଭାବେ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି। ଏଥିରେ ଅର୍ଥ ବିନିଯୋଗ କରିବାର ଆବଶ୍ୟକତା ନାହିଁ। 

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ଆକାର ପଟେଲ

ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲିଛି ଏବଂ ପ୍ରାର୍ଥୀମାନଙ୍କୁ ମାର୍ଚ୍ଚ ୨୫ ସୋମବାର ପୂର୍ବରୁ ଏହା ଦାଖଲ କରିବାକୁ ପଡ଼ିବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲର ଧାର୍ଯ୍ୟ ଅନ୍ତିମ ଦିବସ ହେଉଛି ମଙ୍ଗଳବାର। ମୁଁ ଏଠାରେ କେତେକ ବିଷୟ ଆଲୋଚନା କରିବାକୁ ଚାହୁଁଛି, ଯାହା ପ୍ରାର୍ଥୀମାନଙ୍କ ପାଇଁ ସା..

କିଓ୍ବି ଆଖିରେ ଲୁହ

କିଓ୍ବି ଆଖିରେ ଲୁହ

ପ୍ରକାଶ ତ୍ରିପାଠୀ

ମାତ୍ର ପାଞ୍ଚ ମିନିଟ୍‌ର ଭିଡିଓଟି କୌଣସି ଏକ ଆକ୍ସନଧର୍ମୀ ସିନେମାର ଲୋମ ଟାଙ୍କୁରା ଦୃଶ୍ୟଠାରୁ କମ୍‌ ନ ଥିଲା। ଏକ ଅତ୍ୟାଧୁନିକ ବନ୍ଧୁକ ହାତରେ ଧରି ବୀରଠାଣିରେ ଦୁଇ ଦୁଇଟି ମସଜିଦ୍‌ ଭିତରେ ଶାନ୍ତିର ରାହା ଖୋଜୁଥିବା ମଣିଷଗୁଡାଙ୍କୁ ପୋକମାଛି ପରି ମାରି ପକାଇବାଠାରୁ ବଳି ନାରକୀୟ ହିଂସା ଆଉ କ’ଣ ହୋଇପାରେ। ଘଟଣାଟି ଘଟିଛି ବିଶ୍ୱର ସର୍ବାଧି..

ପରିବେଶ ଚିନ୍ତକ

ପରିବେଶ ଚିନ୍ତକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ପରିବେଶ ପ୍ରସଙ୍ଗକୁ ନେଇ ଏବେ ପୃଥିବୀବ୍ୟାପୀ ଆଲୋଚନା ହେଉଛି। ବିଭିନ୍ନ କାରଣ ଯୋଗୁ ପରିବେଶ ପ୍ରଦୂଷିତ ହେବା ଚିନ୍ତାର ବିଷୟ ହୋଇଥିବା ବେଳେ ଏ ଦିଗରେ କ୍ୱଚିତ ଭାବୁଛନ୍ତି। ଏଭଳି ସମୟରେ ୪ ଜଣ ଭାରତୀୟ ଆ..

ଏଇ ଭାରତରେ

ଏଇ ଭାରତରେ

କଥାରେ ଅଛି-‘ପରଜାପତି ତରକା ଅତି।’ ଅର୍ଥାତ୍‌ ପ୍ରଜାପତିକୁ ଧରିବାକୁ ଗଲେ ତାହା ସହଜରେ ଧରା ଦିଏନାହିଁ।  ସାମାନ୍ୟ ଆଭାସ ପାଇବା ମାତ୍ରେ ଏହି ସୁନ୍ଦର ପତଙ୍ଗଟି ଉଡି ପଳାଇଯାଇଥାଏ। ତଥାପି ପିଲାମାନେ ପ୍ରଜାପତି ଧରିବାକୁ ଖୁବ୍‌ ଆଗ୍ରହ ସହକାରେ ତା’ ପଛରେ ଧାଇଁଥାଆନ୍ତି। ଏପରି ଜଣେ ପିଲାକୁ ପ୍ରଜାପତିମାନେ ଡରି ନ ଯାଇ ବରଂ ତା’ର ସାଥୀ ..


Model This Week

ରଶ୍ମି
Why Dharitri