ରାୟଗଡା

ରାୟଗଡ଼ାରେ ବଟଲିଂ ପ୍ଲାଣ୍ଟ ଶିଳାନ୍ୟାସ

ରାୟଗଡ଼ାରେ ବଟଲିଂ ପ୍ଲାଣ୍ଟ ଶିଳାନ୍ୟାସ

ରାୟଗଡା ଅଫିସ୍‌, ୧୯।୨-  ରାୟଗଡାଠାରେ ୯୧କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏଲ୍‌ପିଜି ବଟଲିଂ ପ୍ଲାଣ୍ଟକୁ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଶିଳାନ୍ୟାସ  କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲାବାସୀ ଇନ୍ଧନ ଗ୍ୟାସ ପାଇଁ ଖୋର୍ଦ୍ଧା, ବିଶାଖାପାଟଣା ଓ ରାୟପୁର ଉପରେ ନିର୍ଭର କରି ଆସୁଥିଲେ । ତେବେ ଅବିଭକ୍ତ କୋରାପୁଟ ଜିଲା ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୯ଟି ଜିଲାକୁ ରନ୍ଧନ ଗ୍ୟାସ ସିଲିଣ୍ଡର ରାୟଗଡାରୁ ଯୋଗାଣ ହେବ। ଏହି ପ୍ଲାଣ୍ଟ  ଅଞ୍ଚଳର ବିକାଶରେ  ସହାୟକ ହେବ। ଆସନ୍ତା ୨୦୨୦ ସେପ୍ଟେମ୍ବର   ସୁଦ୍ଧା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ବୋଲି  କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି। ୨୧ଏକର ପରିମିତ ଜମିରେ ଏହି ବଟଲିଂ ପ୍ଲାଣ୍ଟର କ୍ଷମତା ୭ ହଜାର ମେଟ୍ରିକ ଟନ୍‌ ବୋଲି ସେ ସୂଚନା ଦେଇଛନ୍ତି । ପରେ ସେ ରାୟଗଡା, ଜିମିଡିପେଟା ଓ ଲାଡ୍ଡା ରେଳ ଷ୍ଟେଶନ୍‌ଠାରେ ୫କୋଟି ଟଙ୍କା ବ୍ୟୟରେ ୩ଟି ଫୁଡ ଓଭରବ୍ରିଜ୍‌ର ଉଦ୍‌ଘାଟନ କରିଥିଲେ । ଏତଦ୍‌ବ୍ୟତୀତ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ନବରଙ୍ଗପୁର ପୋଷ୍ଟ ଅଫିସ୍‌ରେ ପାସପୋର୍ଟ ସେବା କେନ୍ଦ୍ରର ମଧ୍ୟ ଉଦ୍‌ଘାଟନ କରିଥିଲେ । ସେହିଭଳି ଜୟପୁରଠାରେ ୧କୋଟି ୭୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ଜୟପୁର ଏୟାରପୋର୍ଟରେ ବିମାନ ଇନ୍ଧନ ଷ୍ଟେଶନ୍‌ର ମଧ୍ୟ ଶିଳାନ୍ୟାସ କରି  କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ବହୁ ବିକାଶ ହୋଇଛି। ସେହି ବିକାଶ ରାୟଗଡା ଜିଲାରେ ମଧ୍ୟ ଦୃଢ଼ ଗତିରେ ଆଗେଇଛି । ବଟଲିଂ ପ୍ଲାଣ୍ଟ ସହ ରାଜ୍ୟରେ ଗ୍ୟାସ ବିତରକଙ୍କ ସଂଖ୍ୟା ୩୭୮ରୁ ୮୮୫ରେ ପହଞ୍ଚତ୍ଛି । ସେହିକ୍ରମରେ ରାୟଗଡା ଜିଲାରେ ୪ରୁ ବର୍ତ୍ତମାନ ୨୧ଜଣ ବିତରକ ରହିଛନ୍ତି । ଉଡାନ ଯୋଜନାରେ ଜୟପୁର ଏୟାରପୋର୍ଟ ସାମିଲ ହୋଇଛି । ତେଣୁ ଇନ୍ଧନ ବିମାନ ନିମନ୍ତେ ଆବଶ୍ୟକତା ଥିବାରୁ ତାହାକୁ ସାମିଲ କରାଯାଇଛ। ୨କୋଟି ଟଙ୍କା ବ୍ୟୟରେ ଖୁବଶୀଘ୍ର ଏହାର ନିର୍ମାଣ ଶେଷହେବ । ଗତ ଉପା ସରକାର ଅମଳରେ ୨୦୦୯ରୁ ୨୦୧୪ମଧ୍ୟରେ ଓଡ଼ିଶାକୁ ରେଳ ବିଭାଗ ମାତ୍ର ୪ହଜାର କୋଟି ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ହେବାପରେ ପୂର୍ବତଟ ରେଳ ଅଧୀନରେ ଥିବା ଖୋର୍ଦ୍ଧା, ସମ୍ବଲପୁର ଓ ବିଶାଖାପାଟଣା ଡିଭିଜନ ପାଇଁ ୨୭ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଅଞ୍ଚଳ ପାଇଁ ତାହା କାର୍ଯ୍ୟରେ ଲାଗିଛି । ଟିଟିଲାଗଡ-ବିଜୟନଗର ତୃତୀୟ ଲେନ୍‌ ପାଇଁ ୨୩୦୦କୋଟି, ରାୟଗଡା-କୋରାପୁଟ ଦ୍ୱିତୀୟ ଲେନ ପାଇଁ ୨୧୦୦କୋଟି ସମେତ ବିଦ୍ୟୁତୀକରଣ ପାଇଁ ୨୫୦କୋଟି ରେଳ ବିଭାଗ ବ୍ୟୟବରାଦ କରୁଛ। ଏଣେ ଗୁଣପୁର-ଥେରୁବାଲି ରେଳପଥ କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ । ସେହିଭଳି ମନ୍ତ୍ରୀ ପ୍ରଧାନ ରାୟଗଡା ପୋଷ୍ଟାଲର ଏକ ନୂତନ ଡିଭିଜନ ଘୋଷଣା କରିଥିଲେ । ଏହାଦ୍ୱାରା ଡାକ ବିଭାଗ ଆହୁରି ଶକ୍ତିଶାଳୀ ହୋଇପାରିବ ବୋଲି କହିଥିଲେ। ସମସ୍ତ ଜିଲା ସଦର ମହକୁମାରେ ଥିବା ମୁଖ୍ୟ ଡାକଘରେ ପାସପୋର୍ଟ ସେବାକେନ୍ଦ୍ର କାର୍ଯ୍ୟ କରିବ ବୋଲି ସେ ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ ଏଚ୍‌ପିସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ମୁକୁଲ କୁମାର ସୁରାନା ସ୍ବାଗତ ଭାଷଣ ଦେଇଥିଲେ । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜେଶ ମିଶ୍ର, ପୋଷ୍ଟମାଷ୍ଟର ଜେନେରାଲ କର୍ଣ୍ଣେଲ ଜଳେଶ୍ୱର କହଁର, ଆଞ୍ଚଳିକ ପାସପୋର୍ଟ ଅଧିକାରୀ ସୁଧାଂଶୁ ମିଶ୍ର, ବିଶାଖାପାଟଣା ଡିଭିଜନର ରେଳବାଇ ଡିଆର୍‌ଏମ୍‌ ମୁକୁଲ ଚରଣ ମାଥୁର, ପୂର୍ବତନ ମୁଖ୍ୟମନ୍ତ୍ରୀ ଡା. ଗିରିଧର ଗମାଙ୍ଗ ପ୍ରମୁଖ ମଞ୍ଚାସୀନ ଥିଲେ। ମନ୍ତ୍ରୀ ପ୍ରଧାନ  ହେଲିକପ୍ଟର ଯୋଗେ ରାୟଗଡ଼ାରେ ପହଞ୍ଚତ୍ବା ପରେ ସ୍ବାଗତ କରାଯାଇ ଏକ ବାଇକ୍‌ ରାଲିରେ ନଗର ପରିକ୍ରମା କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ଭାଜପା ଅନୁସୂଚିତ ଜନଜାତି ମୋର୍ଚ୍ଚା ଜାତୀୟ ଉପସଭାପତି କାଳୀରାମ ମାଝି, ଜିଲା ସଭାପତି ଶିବଶଙ୍କର ଉଲ୍ଲାକା, ଉପସଭାପତି ହଳଧର ମିଶ୍ର, ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟ୍ଟିକା, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ରଜତ ମାଦଳା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତପନ ତପାଦାର, ରବି ପାଢ଼ୀ,   ରାମଚନ୍ଦ୍ର ବେହେରା,  ଜିଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ବସନ୍ତ ଉଲ୍ଲାକା, ଜିଲା ଯୁବମୋର୍ଚ୍ଚା ସଭାପତି ନୀଳାଦ୍ରି ବିହାରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ରାୟଗଡା

ଯୁବକଙ୍କୁ ହତ୍ୟା

ଯୁବକଙ୍କୁ ହତ୍ୟା

ବୌଦ୍ଧ,୨୨ା୪(ସ୍ବ.ପ୍ର.) : ବୌଦ୍ଧ ଜିଲା ବଡ଼ବାଗବର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଭୋରରୁ ବଡ଼ବାଗବର ଗ୍ରାମର ରାଜେଶ ଜେନା(୨୨)ଙ୍କୁ ଗ୍ରାମର କିଛି ଯୁବକ ପଥରରେ ତାଙ୍କ ମୁହଁକୁ ଛେଚି ହତ୍ୟା କରିଛନ୍ତି।

ପରିତ୍ୟକ୍ତ ହୋଇପଡିଛି ସୀତାସାଗର: କୂଳ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ପରିତ୍ୟକ୍ତ ହୋଇପଡିଛି ସୀତାସାଗର: କୂଳ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ପାରଳାଖେମୁଣ୍ଡି,୨୨।୪ (ସ୍ବ.ପ୍ର.)-  ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଐତିହାସିକ ସୀତାସାଗର ପୋଖରୀ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିଛି।

ବିଲ୍ଟ ପେପର ମିଲରେ ପୁଣି ଅଚଳାବସ୍ଥା:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ୟୁନିୟନ

ବିଲ୍ଟ ପେପର ମିଲରେ ପୁଣି ଅଚଳାବସ୍ଥା:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ୟୁନିୟନ

ଜୟପୁର,୨୧।୪(ନି.ପ୍ର.): ଜୟପୁର ବିଲ୍ଟ ପେପର ମିଲ୍‌ରେ ପୁଣିଥରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କଞ୍ଚାମାଲ ନାହିଁ, ପୁଣି ଆବଶ୍ୟକ କେମିକାଲର ଅଭାବ। ଗତ ଫେବୃଆରୀରୁ କର୍ମଚାରୀ ଓ ଅନ୍ୟ ଠିକା କର୍ମଚାରୀ ଦରମା ପାଇନାହାନ୍ତି। 

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ

ପଦ୍ମପୁର/ଗୁଡାରୀ, ୨୧ା୪(ଡି.ଏନ୍‌.ଏ)- ରାୟଗଡ଼ା ଜିଲା ଗୁଡ଼ାରୀ ବ୍ଲକ କିନିଡ଼ି ଗ୍ରାମ ନିକଟ ମାଛବନ୍ଧଠାରେ ରବିବାର ଏକ ବରଯାତ୍ରୀ ଗାଡ଼ି  ଦୁର୍ଘଟଣାଗ୍ରସ୍ତ ହୋଇଛି ା 

ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ

ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ

ଡାବୁଗାଁ, ୨୧ା୪ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ କେରଣ୍ଡି ଗ୍ରାମରେ ଶନିବାର ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇର ମୃତ୍ୟୁ ଘଟିଛି ା 

ସ୍ବାମୀର ଏସିଡ୍‌ ମାଡରେ ସ୍ତ୍ରୀ ଗୁରୁତର

ସ୍ବାମୀର ଏସିଡ୍‌ ମାଡରେ ସ୍ତ୍ରୀ ଗୁରୁତର

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଏମଭି-୭୯ ଗ୍ରାମରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି।

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁରଠାରେ ପୋଲିସ ଗୁଳିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। 

ନାହିଁନାହିଁର ଗାଁ ଜାମୁଗୁଡା: ୪୮ ପରିବାର ପାଇଁ ଗୋଟିଏ ନଳକୂପ

ନାହିଁନାହିଁର ଗାଁ ଜାମୁଗୁଡା: ୪୮ ପରିବାର ପାଇଁ ଗୋଟିଏ ନଳକୂପ

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ଆଦିବାସୀଙ୍କ ବିକାଶ ପାଇଁ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ  ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। 

ଜଙ୍ଗଲରେ ନିଆଁ

ଜଙ୍ଗଲରେ ନିଆଁ

ମାଲକାନଗିରି, ୨୧ା୪ (ସ୍ବ.ପ୍ର.)- ମାଲକାନଗିରି ଜିଲା ବନବିଭାଗର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲରେ  ନିଆଁ ଲାଗିଛି। ବିଭାଗର ୬ଟି ରେଞ୍ଜ୍‌ର କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି। ନିଆଁ ଯୋଗୁ ଜଙ୍ଗଲର ନାହିଁ ନ ଥିବା କ୍ଷତି ଘଟିଛି।

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

ଚନ୍ଦ୍ରପୁର,୨୦ା୪(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ଡ଼ାଙ୍ଗସୋରଡ଼ା ସଦର ମହକୁମାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଥିବା ଗ୍ରାମ ମଙ୍ଗଳ ବିଭାଗର ଛାତ୍ରୀ ନିବାସରେ ୧୦୦ ଆଦିବାସୀ ଛାତ୍ରୀ ରୁହନ୍ତି

ଲୋକ ଅଦାଲତ ଉଦ୍‌ଘାଟିତ : ପ୍ରଥମ ଦିନରେ ୨ ମାମଲା ବିଚାର

ଲୋକ ଅଦାଲତ ଉଦ୍‌ଘାଟିତ : ପ୍ରଥମ ଦିନରେ ୨ ମାମଲା ବିଚାର

ରାୟଗଡା ଅଫିସ୍‌, ୨୦ା୪- ରାୟଗଡା ଜିଲା ଅଦାଲତ ପରିସରରେ ଶନିବାର ଏକ ଲୋକ ଅଦାଲତ ଉଦ୍‌ଘାଟିତ ହୋଇଯାଇଛିହାଇକୋର୍ଟ ଜଷ୍ଟିସ ସଞ୍ଜୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଦାଲତକୁ ଉଦ୍‌ଘାଟନ କରିଥିଲେ ା 

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ମାଲକାନଗିରି,୨୦।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଥିବା ସବ୍‌ଜେଲ୍‌ରୁ ଶନିବାର ଜଣେ ବିଚାରାଧୀନ କଏଦୀ ଡାକ୍ତରଖାନାରୁ ଚମ୍ପଟ୍‌ ମାରିଛନ୍ତି। ସେ ହେଲେ ରାଜୁ ବାରୋଇ(୩୫)। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri