ଫୁରସତ |

ମାଛ ଛାଣିଲା ପରେ ଏହାର ହୁଏ କ’ଣ...

ମାଛ ଛାଣିଲା ପରେ ଏହାର ହୁଏ କ’ଣ...

ଭାରତରେ ମାଛ ବେଶ୍‌ ଲୋକପ୍ରିୟ ଖାଦ୍ୟ। ମାଛଭାତ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଆଦି ରାଜ୍ୟ ବାସିନ୍ଦାଙ୍କର  ଅତି ପସନ୍ଦର ଖାଦ୍ୟ।  ମାଛକୁ କେହି କେହି କଞ୍ଚା ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ଭାଜି ଅବା ଛାଣି ଖାଇଥାନ୍ତି। ମାଛର ନାନା ପ୍ରକାର ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। ତେବେ ଏହାକୁ କଞ୍ଚା ତରକାରୀ କରି ଖାଇଲେ ଶରୀରକୁ ଉପଯୁକ୍ତ ପରିମାଣର ବିଭିନ୍ନ ପୋଷକ ତତ୍ତ୍ୱ ଯାଇଥାଏ। ଅପରପକ୍ଷରେ ଏହାକୁ ଭାଜି କିମ୍ବା ଛାଣି ଖାଇଲେ ଏହା ପାଟିକୁ ସୁସ୍ବାଦୁ ଲାଗିଲେ ମଧ୍ୟ ଶରୀର ପାଇଁ ହିତକର ହୋଇ ନ ଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। କଞ୍ଚା ମାଛରେ ପ୍ରସ୍ତୁତ ହେଉଥିବା ବ୍ୟଞ୍ଜନରେ ୨୧୧ କ୍ୟାଲୋରୀ ଏନର୍ଜି ରହିଥାଏ। ସେହିପରି ୧୧ ଗ୍ରାମ୍‌ ଫ୍ୟାଟ୍‌, ୩୧ ମିଲି ଗ୍ରାମ୍‌ କୋଲଷ୍ଟ୍ରରଲ, ୪୮୪  ମିଲିଗ୍ରାମ୍‌ ସୋଡିୟମ୍‌, ୫୩୭ ମିଲି ଗ୍ରାମ୍‌ ପୋଟାସିୟମ୍‌, ୨୯.୨ ଗ୍ରାମ୍‌ ପ୍ରୋଟିନ୍‌ ରହିଥାଏ। ତେବେ ମାଛକୁ ତେଲରେ ଛାଣିଲା ପରେ ଏଥିରେ ଥିବା ଅନାବଶ୍ୟକ ପୋଷକତତ୍ତ୍ୱ ବଢ଼ିଯାଇଥାଏ। ଯାହାକି ଶରୀର ପାଇଁ ଅନୁପଯୋଗୀ ହୋଇଥାଏ। ଏହାଦ୍ୱାରା ବିଭିନ୍ନ ରୋଗ ସୃଷ୍ଟି ହେବାର ଆଶଙ୍କା ଥାଏ। ତେଲରେ ଛଣା ହୋଇଥିବା ମାଛରେ ୨୧୧ କ୍ୟାଲୋରୀ ଏନର୍ଜି ରହିଥାଏ। ସେହିପରି ୧୧୩ ଗ୍ରାମ୍‌ ଫ୍ୟାଟ୍‌, ୧୦୯ ମିଲି ଗ୍ରାମ୍‌ କୋଲଷ୍ଟ୍ରରଲ, ୮୬ ମିଲିଗ୍ରାମ୍‌ ସୋଡିଅମ୍‌, ୯୬୭.୧୨ ମିଲି ଗ୍ରାମ୍‌ ପୋଟାସିୟମ୍‌, ୩୯.୨ ଗ୍ରାମ୍‌ ପ୍ରୋଟିନ୍‌ ରହିଥାଏ। ତଣୁ ତେଲରେ ଛଣା ହୋଇଥିବା ଅବା ଭଜା ହୋଇଥିବା ମାଛ ଖାଇବାକୁ ବାରଣ କରାଯାଇଥାଏ। ଏହାକୁ ଖାଇଲେ ହାର୍ଟ ଆଟାକ୍‌, ଉଚ୍ଚରକ୍ତଚାପ,ମେଦବହୁଳତା ଆଦି ହେବାର ଆଶଙ୍କା ରହିଥାଏ। 

All Right Reserved By

ଫୁରସତ |

ଯେଉଁ ମନ୍ଦିରରେ ମୃତବ୍ୟକ୍ତି ହୋଇଥାଆନ୍ତି ଜୀବିତ

ଯେଉଁ ମନ୍ଦିରରେ ମୃତବ୍ୟକ୍ତି ହୋଇଥାଆନ୍ତି ଜୀବିତ

ଜନ୍ମ ଓ ମୃତ୍ୟୁ ଜୀବନର ଚିରନ୍ତନ ସତ୍ୟ। ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ମୃତ୍ୟୁର ଯାତ୍ରାରୁ କେହି କେବେ ଫେରିନାହିଁ। କିନ୍ତୁ ଏପରି ଏକ ମନ୍ଦିର ଅଛି, ଯେଉଁଠି ମୃତବ୍ୟକ୍ତି ମଧ୍ୟ ଜୀବିତ ହୋଇଯାଏ। ଏହି କଥା ଜାଣିବା ପରେ ଆପଣ ନିଶ୍ଚେ ଆଶ୍ଚର୍ଯ୍ୟ ଚକିତ ହେଉଥିବେ, ମାତ୍ର କଥାଟା ସତ୍ୟ।

କ୍ଷୀର ପିଇ ପଡିଆକୁ ଆସୁଥିଲେ ଏହି ଖେଳାଳି: ବ୍ୟାଟରୁ ହେଉଥିଲା ଚୌକା-ଛକା ବର୍ଷା

କ୍ଷୀର ପିଇ ପଡିଆକୁ ଆସୁଥିଲେ ଏହି ଖେଳାଳି: ବ୍ୟାଟରୁ ହେଉଥିଲା ଚୌକା-ଛକା ବର୍ଷା

ଟିମ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହଓ୍ବାଗଙ୍କୁ ‘ନଜଫଗଡର ନବାବ’ କୁହାଯାଏ। ଏମିତି ବି କ୍ରିକେଟ ଦୁନିଆରେ ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସକ ‘ଭଗବାନ’ କହୁଥିବା ବେଳେ, ବୀରୁଙ୍କ ବିସ୍ଫୋରକ ବ୍ୟାଟିଂକୁ ଭୁଲି ପାରି ନାହାନ୍ତି। 

ରକ୍ତ ପରୀକ୍ଷାରୁ ବି ଜାଣିହେବ ଅବସାଦ...

ରକ୍ତ ପରୀକ୍ଷାରୁ ବି ଜାଣିହେବ ଅବସାଦ...

ମାନସିକ ଅବସାଦ ସମ୍ପର୍କରେ ସୂଚନା ଏବେ ସହଜରେ ମିଳିପାରିବ। ଏହାଦ୍ୱାରା ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ଉପଲବ୍ଧ କରାଇବାରେ କୌଣସି ଅସୁବିଧା ରହିବ ନାହିଁ। ରକ୍ତ ଏବଂ ମୁତ୍ର ପରୀକ୍ଷାରୁ ଜଣେ ବ୍ୟକ୍ତିଙ୍କଠାରେ ମାନସିକ ଅବସାଦ ରହିଛି କି ନାହିଁ ତାହା ଜଣାପଡିଯିବ ବୋଲି ନିକଟରେ ଟ୍ରିନିଟି ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।  

ହୋଟେଲ୍‌ ଯିବା ପାଇଁ ଚଢ଼ିବାକୁ ପଡ଼େ ୬୦ ହଜାର ପାହାଚ

ହୋଟେଲ୍‌ ଯିବା ପାଇଁ ଚଢ଼ିବାକୁ ପଡ଼େ ୬୦ ହଜାର ପାହାଚ

ଚାଇନାର ୟେଲୋ ମାଉଣ୍ଟେନ୍‌ରେ ରହିଛି ଏକ ହୋଟେଲ୍‌। ହୋଟେଲ୍‌କୁ ଯିବା ପାଇଁ ୬୦ ହଜାର ପାହାଚ ଚଢ଼ିବାକୁ ପଡ଼େ। ୪ ମହଲା ବିଶିଷ୍ଟ ଏହି ହୋଟେଲ୍‌ ନାମ ହେଉଛି ଜେଡ୍‌ ସ୍କ୍ରିନ୍‌। ହୋଟେଲ୍‌ଟି ସମୁଦ୍ର ପତ୍ତନଠାରୁ ୧୮ଶହ ୩୦ମିଟର ଉଚ୍ଚରେ ରହିଛି।

ଗଛରେ ଲଟକି ରହିଛି ପେନ୍ଥା ପେନ୍ଥା ଟଙ୍କା

ଗଛରେ ଲଟକି ରହିଛି ପେନ୍ଥା ପେନ୍ଥା ଟଙ୍କା

ଦୁନିଆର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଆଇନ ତଥା ସାମାଜିକ ପରମ୍ପରା ପ୍ରଚଳିତ। ବ୍ରିଟେନ୍‌ର  ସ୍କଟିଶ୍‌ ଦ୍ୱୀପରେ ରହିଛି ଏକ ଗଛ। ଏହା କୌଣସି ସାଧାରଣ ଗଛ ନୁହେଁ। ଗଛରେ ଲଟକି ରହିଛି ପେନ୍ଥା ପେନ୍ଥା ଟଙ୍କା। 

ସେଲ୍‌ଫି ନେବାର ଅଜବ ନିଶା

ସେଲ୍‌ଫି ନେବାର ଅଜବ ନିଶା

ଆଜିକାଲି ସେଲ୍‌ଫି ନିଶା ପ୍ରାୟ ସମସ୍ତଙ୍କୁ ଘାରିଛି। କିଏ ଛାତରେ ଚଢ଼ି ସେଲ୍‌ଫି ନେଉଛି ତ କିଏ ଚଳନ୍ତା ଟ୍ରେନ୍‌ ଉପରେ ଆଉ କିଏ ଗଛ ଉପରେ। ମାତ୍ର ଆଜି ଏମିତି ଜଣେ ଯୁବତୀଙ୍କ ସେଲ୍‌ଫି ନେବା ବିଷୟରେ କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। 

ନିଜ କ୍ଷୀର ଅନ୍‌ଲାଇନ୍‌ରେ ବିକ୍ରି କରୁଛନ୍ତି ମହିଳା

ନିଜ କ୍ଷୀର ଅନ୍‌ଲାଇନ୍‌ରେ ବିକ୍ରି କରୁଛନ୍ତି ମହିଳା

ଗାଈ କିମ୍ବା ଅନ୍ୟ ଗୃହପାଳିତ ପଶୁଙ୍କର କ୍ଷୀର ପ୍ରାୟତଃ ବିକ୍ରି ହୋଇଥାଏ। ତେବେ ସାଇପ୍ରସ୍‌ରେ ଜଣେ ମହିଳା ଅନ୍‌ଲାଇନ୍‌ରେ ନିଜ କ୍ଷୀର ବିକ୍ରି କରି ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି।

ରାତିକ ପାଇଁ ବୟଫ୍ରେଣ୍ଡ୍‌ ମିଳନ୍ତି ଭଡ଼ାରେ

ରାତିକ ପାଇଁ ବୟଫ୍ରେଣ୍ଡ୍‌ ମିଳନ୍ତି ଭଡ଼ାରେ

ଦୁନିଆର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଆଇନ ତଥା ସାମାଜିକ ପରମ୍ପରା ପ୍ରଚଳିତ। ଚାଇନାରେ ଝିଅମାନଙ୍କର ଏକ ନିର୍ଦ୍ଦିଷ୍ଟ ବୟସ ପରେ ବିବାହ ହୋଇ ନ ପାରିଲେ ତାଙ୍କୁ କଳଙ୍କିନୀ କୁହାଯାଇଥାଏ। ଚାଇନା ଭାଷାରେ ତାଙ୍କୁ ‘ଶୋଗ୍‌ ନୁ’ କୁହାଯାଇଥାଏ। 

ଯେଉଁଠି କେବଳ ମହିଳା ଖେଳନ୍ତି ହୋଲି

ଯେଉଁଠି କେବଳ ମହିଳା ଖେଳନ୍ତି ହୋଲି

ଉତ୍ତର ପ୍ରଦେଶ ବୁଲେନ୍ଦଖଣ୍ଡର ହମିରପୁର ଅନ୍ତର୍ଗତ କୁଣ୍ଡରା ଗାଁରେ କେବଳ ମହିଳାମାନେ ହୋଲି ଖେଳିବାର ପରମ୍ପରା ରହିଛି। ଏଠାରେ ପୁରୁଷଙ୍କ ହୋଲି ଖେଳ ଉପରେ ଲାଗିଛି ପ୍ରତିବନ୍ଧକ। 

ଯେଉଁଠି ହୋଲିର ନାଁ ଶୁଣିଲେ ଡରି ଯାଆନ୍ତି ଲୋକେ

ଯେଉଁଠି ହୋଲିର ନାଁ ଶୁଣିଲେ ଡରି ଯାଆନ୍ତି ଲୋକେ

ରଙ୍ଗର ପର୍ବ ହୋଲି ଦେଶର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଢଙ୍ଗରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ହେଲେ ଗୁଜରାଟର ଏମିତି ଏକ ଗାଁ ଅଛି ଯେଉଁଠାରେ ଦୀର୍ଘ ୨ଶହ ବର୍ଷ ହେବ ହୋଲି ଖେଳାଯାଇ ନ ଥିବା କୁହାଯାଏ। 

ସେକ୍ସ ପାଇଁ ୩ ବର୍ଷର ଝିଅକୁ ମୃତ୍ୟୁମୁଖକୁ ଠେଲି ଦେଲେ ମହିଳା

ସେକ୍ସ ପାଇଁ ୩ ବର୍ଷର ଝିଅକୁ ମୃତ୍ୟୁମୁଖକୁ ଠେଲି ଦେଲେ ମହିଳା

ଲଙ୍ଗ ବିଚ୍‌,୨୧।୩: ମା’ସବୁବେଳେ ନିଜ ଛୁଆର ମଙ୍ଗଳ ଚିନ୍ତା କରିଥାଏ। ସବୁ ବାଧା ବିଘ୍ନରୁ ଦୂରେଇ ନିଜ ପଣତକାନିରେ ଲୁଚେଇ ରଖିଥାଏ। ହେଲେ ଏମିତି ବି ମା’ଥାନ୍ତି ଯାହାଙ୍କ କଥା ଶୁଣିଲେ ଯେ କେହିବି ବିଚଳିତ ହୋଇଯିବେ।

ଖୋଲିଲା ଅଣ୍ଡର ଓ୍ବାଟର ରେଷ୍ଟୁରାଣ୍ଟ : ପ୍ରଥମ ଦିନରେ ୭ ହଜାର ଟେବୁଲ ବୁକ୍‌

ଖୋଲିଲା ଅଣ୍ଡର ଓ୍ବାଟର ରେଷ୍ଟୁରାଣ୍ଟ : ପ୍ରଥମ ଦିନରେ ୭ ହଜାର ଟେବୁଲ ବୁକ୍‌

ବିଶ୍ୱର ପ୍ରଥମ ତଥା ସବୁଠୁ ବଡ଼ ଅଣ୍ଡର ଓ୍ବାଟର ରେଷ୍ଟୁରାଣ୍ଟ ବୁଧବାର ଉତ୍ତର ୟୁରୋପର ନରଓ୍ବେରେ ଖୋଲିଛି। ଏହାର ଲମ୍ବ ୪୦ ମିଟର ଏବଂ ଚଉଡ଼ା ୫ ମିଟର। ରେଷ୍ଟୁରାଣ୍ଟର ପାଚେରୀ କାଚରେ ତିଆରି ହୋଇଛି


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା