ସମ୍ବଲପୁର

ମାନବବାଦ କ୍ଷେତ୍ରରେ ଭୀମଭୋଇ ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କ

ମାନବବାଦ କ୍ଷେତ୍ରରେ ଭୀମଭୋଇ  ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କ

      ସୋନପୁର,୧୯।୨(ନି.ପ୍ର.) ସନ୍ଥ କବି ଭୀମଭୋଇ ଧର୍ମ, ସଂସ୍କୃତି, ସାହିତ୍ୟ ମାନବବାଦ କ୍ଷେତ୍ରରେ ଏକ ମହାନ ଏବଂ ଉଜ୍ଜ୍ୱଳମୟ ଜ୍ୟୋତିଷ୍କ। ଯାହାଙ୍କ ଦର୍ଶନ ଏବଂ ଜ୍ଞାନାଲୋକ ସମସ୍ତ ମାନବ ଜାତିକୁ ପଥ ପ୍ରଦର୍ଶନ କରୁଛି। ସମାଜ ଓ ସାମାଜିକ ବ୍ୟବସ୍ଥାକୁ ତ୍ରୁଟିମୁକ୍ତ କରିବା ପାଇଁ ତାଙ୍କର ସମସ୍ତ ରଚନା ଅଭିପ୍ରେତ ଥିଲା। ଭାରତୀୟ ସାହିତ୍ୟରେ ସନ୍ଥକବି ଭୀମଭୋଇ ଏକ ସ୍ବତନ୍ତ୍ର ଆସନର ଅଧିକାରୀ । ପ୍ରଚଣ୍ଡ ମାନବବାଦୀ ଏହି ଦୃଷ୍ଟିହୀନ କବି ଜଗତର ଉଦ୍ଧାର ପାଇଁ ନିଜକୁ ନର୍କରେ ନିକ୍ଷେପ କରିବାକୁ ପ୍ରସ୍ତୁତ ଥିଲେ। ତାଙ୍କ ଅମୂଲ୍ୟ ରଚନାରେ ଓଡିଆ ଭାଷା ଓ ସାହିତ୍ୟ ରୁଦ୍ଧିମନ୍ତ ହୋଇଛି ବୋଲି ସୁବର୍ଣ୍ଣପୁର ଜିଲା ଖଲିଆପାଲିଠାରେ ଥିବା ସନ୍ଥକବି ଭୀମଭୋଇଙ୍କ ସିଦ୍ଧି, ସାଧନା ଓ ସମାଧି ପୀଠରେ ସୋମବାର ଅନୁଷ୍ଠିତ ସାରସ୍ବତ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏହି ମତବ୍ୟକ୍ତ କରିଛନ୍ତି । 

           ଜିଲାପାଳ ତଥା ସମାଧିପୀଠ ଟ୍ରଷ୍ଟର ଅଧ୍ୟକ୍ଷ ମଧୁସୂଦନ ମିଶ୍ରଙ୍କ ପୌରହିତ୍ୟରେ ସଭା ଅନୁଷ୍ଠିତ ହୋଇଥିଲା। ସୋନପୁର ବିଧାୟକ ତଥା ରାଜ୍ୟ ନଗର ଉନ୍ନୟନ ଓ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ସନ୍ଥକବି କେବଳ କବି ନଥିଲେ, ସେ ଥିଲେ ଏକାଧାରରେ ଜଣେ ବିପ୍ଳବୀ ଓ ସମାଜ ସଂସ୍କାରକ। ତାଙ୍କର ମୂଳ ଲକ୍ଷ୍ୟ ଥିଲା ଆଧ୍ୟାତ୍ମିକତା। ତାଙ୍କ କବିତାକୁ ସେ ଶବ୍ଦର ବିଳାସରେ ପରିପୂର୍ଣ୍ଣ କରି ନଥିଲେ। ସମାଜ ଓ ସମାଜିକ ବ୍ୟବସ୍ଥାକୁ ତ୍ରୁଟିମୁକ୍ତ କରିବା ପାଇଁ ତାଙ୍କର ସମସ୍ତ ରଚନା ଅଭିପ୍ରେତ ଥିଲା। ଖଲିଆପାଲି ପୀଠ ଆମ ଜିଲାର ଗର୍ବ ଓ ଗୌରବ ବୋଲି ପୂଜାରୀ କହିଥିଲେ। ଜିଲାପାଳ ମିଶ୍ର ତାଙ୍କ ବକ୍ତବ୍ୟରେ ଭୀମଭୋଇଙ୍କ ବାଣୀ ଦେଶର ଲୋକସଭା ପରିସରରେ ଓ ଜାତିସଂଘର କାନ୍ଥରେ ଶୋଭା ପାଉଛି। ତେଣୁ ଭୀମଭୋଇଙ୍କ ପାଇଁ ଏହି ମାଟି, ଜିଲା ଓ ରାଜ୍ୟ ପବିତ୍ର ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ଏସ୍‌ପି ଦେବୀପ୍ରସାଦ ଦାଶ ସମ୍ମାନିତ ଅତିଥିଭାବେ ଯୋଗଦେଇ ଭୀମ ଭୋଇ ଅହିଂସାର ପୂଜାରୀ ଥିଲେ ବୋଲି କହିଥିଲେ। ଗୋରେଖନାଥ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭୀମଭୋଇଙ୍କ ଆବିର୍ଭାବ ପୃଥିବୀରେ ଏକ ନବ ଜାଗରଣ ଆଣିଥିଲା। ସେ ଜୀବନର ଶେଷ ୨୦ବର୍ଷ ଖଲିଆପାଲିଠାରେ ବିତାଇ ତାଙ୍କର ଶ୍ରେଷ୍ଠ ସାହିତ୍ୟ କୃତି ସବୁ ରଚନା କରିଥିଲେ। ସେ ସମସାମୟିକ ସମାଜର ଧର୍ମାନ୍ଧତା ବିରୋଧରେ କବିତା ମାଧ୍ୟମରେ ସ୍ବର ଉତ୍ତୋଳନ କରିଥିଲେ ବୋଲି ସାହୁ କହିଥିଲେ। ସୋନପୁର ବିଡିଓ ରବିନ୍ଦ୍ର କୁମାର ପଟେଲ ମଞ୍ଚାସୀନ ଥିଲେ । ଭୀମଭୋଇ ସମାଧିପୀଠ ଟ୍ରଷ୍ଟର ତତ୍ତ୍ବାବଧାରକ ଛତ୍ରଧାରୀ ଅଗ୍ରୱାଲା କବିଙ୍କ ଅନନ୍ୟ କାବ୍ୟ ସୃଷ୍ଟି ସମ୍ପର୍କରେ ମତ ରଖିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଚଳିତ ବର୍ଷ ସକାଶେ ବଲାଙ୍ଗୀରର ନରସିଂହ ପ୍ରସାଦ ଗୁରୁଙ୍କୁ ଭୀମଭୋଇ ସ୍ମୃତି ସମ୍ମାନ, କୁମୁଣ୍ଡେର ଭକ୍ତ ଶ୍ରୀରାମ ବଡ ଭାଇଙ୍କୁ ମହିମା ସମ୍ମାନ, ଡୁଙ୍ଗୁରିପାଲି ବ୍ଲକ କପାସିରାର ପାର୍ବତୀ ଜେନାଙ୍କୁ ଭୀମଭୋଇ କଳା ସମ୍ମାନ, ଶାଶ୍ୱତ କୁମାର ତ୍ରିପାଠୀଙ୍କୁ ଯୁବ ପ୍ରତିଭା ସମ୍ମାନ ଓ ସମ୍ବଲପୁରର ପଣ୍ଡିତ ପ୍ରଫୁଲ୍ଲ କୁମାର ମିତ୍ରଙ୍କୁ ଭୀମଭୋଇ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା।

All Right Reserved By

ସମ୍ବଲପୁର

ବଲାଙ୍ଗୀରରେ ହୋଲି ଉତ୍ସବ

ବଲାଙ୍ଗୀରରେ ହୋଲି ଉତ୍ସବ

ବଲାଙ୍ଗୀର ଅଫିସ,୨୨।୩: ଉତ୍ସାହ, ଉଦ୍ଦୀପନାର ସହ ବଲାଙ୍ଗୀର ସହରରେ ହୋଲି ଉତ୍ସବ ପାଳନ କରାଯାଇଛି। ସକାଳ ୮ଟାରୁ ବିଭିନ୍ନ ପଡ଼ାର ପିଲାଠୁ ବଡ଼ଯାଏ ପରସ୍ପର ଦେହରେ ରଙ୍ଗ ଲଗାଇ ହୋଲିର ଅଭିନନ୍ଦନ ଜଣାଇଥିଲେ।

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ସରଣ୍ଡା,୨୨।୩(ଡି.ଏନ୍‌.ଏ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ  ଚକୁଳିଫାର୍ମ ସତୀଯୋର ନିକଟରେ ଜନୈକ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଜଣକ ହେଲେ ଚକୁଳିଫାର୍ମ ନୂଆଁଖଇରପାଲିର ପି. ସତ୍ୟପ୍ରସାଦ ଚୌଧୁରୀ(୫୫) ବୋଲି ଜଣାପଡ଼ିଛି। 

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବଲାଙ୍ଗୀର ଅଫିସ,୨୧।୩ : ବଲାଙ୍ଗୀର ମାଲଗୋଦାମପଡ଼ାରୁ ଚାଲାଣ ହେଉଥିବା ବିପୁଳ ପରିମାଣର ବେଆଇନ କଫ୍‌ ସିରପ୍‌କୁ ଗୁରୁବାର ବଲାଙ୍ଗୀର ପୋଲିସ ଜବତ କରିବା ସହ ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି।

ନାମାଙ୍କନ ଦାଖଲ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ନାମାଙ୍କନ ଦାଖଲ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼, ଅଫିସ ୨୧ା୩ : ବରଗଡ଼ ଜିଲା ଭଟ୍‌ଲି ବିଧାନସଭା ଆସନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀ ତଥା ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଆବାସ ଯୋଜନାରୁ ବଁଚିତ ଭିନ୍ନକ୍ଷମ ଧୁବା

ଆବାସ ଯୋଜନାରୁ ବଁଚିତ ଭିନ୍ନକ୍ଷମ ଧୁବା

ଲୋଇସିଂହା,୨୧।୩ (ଡି.ଏନ.ଏ)  ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଖଲିଆପାଲି ଗାଁର ଧୁବା ଝାଙ୍କର(୬୫)। ମାଏକିନା ଆରପାରକେ ଚାଲିଯାଇଥିଲା ବେଲେ ଧୁବା ପୁଓ ବହ ପାସେ ରହୁଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲା ବେଲେ ସରକାରୀ ଯୋଜ୍‌ନାରେ ଘରଖଁଡ଼େ ପାଏବାର ଲାଗି କେଭ୍‌ଠାନୁ ଚାହିଁ ରହିଛନ୍‌। 

୯ ମାସ ହେଲା ଅନ୍ଧାରରେ ପେଣ୍ଡ୍ରାବନ୍ଦବାସିନ୍ଦା:  ଜିଲାପାଳଙ୍କୁ ଫେରାଦ ହେଲେ;  ବିଜୁଳୀ ନ ହେଲେ ଭୋଟ ଦେବୁନାହିଁ

୯ ମାସ ହେଲା ଅନ୍ଧାରରେ ପେଣ୍ଡ୍ରାବନ୍ଦବାସିନ୍ଦା: ଜିଲାପାଳଙ୍କୁ ଫେରାଦ ହେଲେ; ବିଜୁଳୀ ନ ହେଲେ ଭୋଟ ଦେବୁନାହିଁ

ନୂଆପଡା ଅଫିସ,୨୧ା୩: ସରକାର ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ କରି ଜିଲା ତଥା ପଡୋଶୀ ବଲାଙ୍ଗୀର ଜିଲାବାସୀଙ୍କୁ ଜଳ ସେଚନର ସୁବିଧା ଯୋଗାଇଦେବାକୁ ଯୋଜନା କଲେ। 

ପାନୀୟ ଜଳଯୋଗାଣ ଦାବିରେ ମହିଳା ଜିଲାପାଳଙ୍କ ଦ୍ୱାରସ୍ଥ

ପାନୀୟ ଜଳଯୋଗାଣ ଦାବିରେ ମହିଳା ଜିଲାପାଳଙ୍କ ଦ୍ୱାରସ୍ଥ

ଦେବଗଡ଼,୨୧।୩(ସ୍ବ.ପ୍ର.) -ବାରକୋଟ ବ୍ଲକ କାଉଁସିବାହାଳ ପଞ୍ଚାୟତ ମାଝିଚାକୁଣ୍ଡାପାଳ ଗ୍ରାମରେ ଗଭୀର ନଳକୂଅ ଖୋଳା ଯାଇଛି। ବର୍ଷେ ହେଲା ଏକ ପାଣି ଟାଙ୍କି ମଧ୍ୟ ନିର୍ମାଣ ସରିଛି। ହେଲେ ବିଭାଗୀୟ ଅବହେଳା ଯୋଗୁ ସମ୍ପୃକ୍ତ ଗ୍ରାମବାସୀ ପିଇବା ପାଣି ପାଇଁ ଡହଳବିକଳ ହେଉଥିବା ଜଣାପଡିଛି। 

ବିଶ୍ୱ ଘରଚଟିଆ ଦିବସ ପାଳିତ : ଛାତ୍ରୀ ଛାତ୍ରଙ୍କ ସଚେତନତା ଶୋଭାଯାତ୍ରା, ସଭା

ବିଶ୍ୱ ଘରଚଟିଆ ଦିବସ ପାଳିତ : ଛାତ୍ରୀ ଛାତ୍ରଙ୍କ ସଚେତନତା ଶୋଭାଯାତ୍ରା, ସଭା

ସୁନ୍ଦରଗଡ଼, ୨୧।୩ (ଡି.ଏନ୍‌.ଏ) -ସୁନ୍ଦରଗଡ଼ରେ ବିଶ୍ୱ ଘରଚଟିଆ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବୁଧବାର ସୁନ୍ଦରଗଡ ପବ୍ଲିକ ସ୍କୁଲ, ବନବିଭାଗ ଓ ଏନ୍‌ଟିପିସିର ମିଳିତ ଆନୁକୂଲ୍ୟରେ ସ୍କାଉଟ ତଥା ବିଭିନ୍ନ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। 

ପ୍ଲାଷ୍ଟିକ୍‌ ସାମାନ ଲାଗି ମାଡ଼ଖାଉଛେ ବେଉସା:  ଜୀବ୍‌କା ହରଉଛନ୍‌ ବାଉଁଶ କାରିଗର

ପ୍ଲାଷ୍ଟିକ୍‌ ସାମାନ ଲାଗି ମାଡ଼ଖାଉଛେ ବେଉସା: ଜୀବ୍‌କା ହରଉଛନ୍‌ ବାଉଁଶ କାରିଗର

ଲାଠୋର, ୨୧ା୩ (ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଁଚେତ୍‌ର ଝଲିଆଲିଟି ଗାଁରେ ୯ ଘର ବାଉଁଶ କାରିଗର ପରିବାର ରହୁଛନ୍‌। ସେମାନେ ବାଉଁଶରେ ଭୁଗା, ଟୁପା, ଟୁପଲି, ଚଂଘରା, ଡଲା, କୁଲା, ଘରି ତିଆରି ବିକାଭଂଗା କରବାର ସଂଗେ ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। 

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧ,୨୦।୩(ସ୍ବ.ପ୍ର): ସାରା ରାଜ୍ୟରେ ଟିକେଟ ବଣ୍ଟନ ନେଇ କସରତ ଚାଲିଥିବା ବେଳେ ବୌଦ୍ଧରେ କଂଗ୍ରେସର ଟିକେଟ ବଣ୍ଟନ ନେଇ କର୍ମୀ ଓ ନେତାଙ୍କ ଅସନ୍ତେ।ଷ ବୃଦ୍ଧି ପାଇଛି । 

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ରାଉରକେଲା ଅଫିସ,୨୦।୩: ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଆଶାୟୀ ଯୁବନେତା ପ୍ରଶାନ୍ତ ସେଠୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। 

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

ସୋନପୁର,୨୦।୩(ନି.ପ୍ର.): ସୋନପୁର ଥାନା ଏସ୍‌ କଳାପଥର ଡାକ ପିଅନ ଶତୃଘ୍ନ ଷାଣ୍ଢ(୫୫)ଙ୍କୁ ବୁଧବାର ଭୋର ସମୟରେ କେହି ନିର୍ମମ ଭାବେ ହତ୍ୟା କରିଛନ୍ତି ।   ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା