ରାୟଗଡା

ନିଶନାପାଖନା ପ୍ରାଥମିକ ବିଦ୍ୟାଳୟ:କୋଠରି ଅଭାବରୁ ଅଷ୍ଟମରେ ନାମଲେଖା ବନ୍ଦ

ନିଶନାପାଖନା ପ୍ରାଥମିକ ବିଦ୍ୟାଳୟ:କୋଠରି ଅଭାବରୁ ଅଷ୍ଟମରେ ନାମଲେଖା ବନ୍ଦ

ବୈପାରୀଗୁଡ଼ା,୧୯।୨(ଡି.ଏନ୍‌.ଏ.): ଶ୍ରେଣୀଗୃହ ନିର୍ମାଣ ପାଇଁ ଟଙ୍କା ଉଠାଇ କାମ ଅଧାରେ ପକାଇ ରଖିଛନ୍ତି କାର୍ଯ୍ୟାଦେଶ ପାଇଥିବା ଟେକ୍‌ନିକାଲ କନସଲଟାଣ୍ଟ। କନ୍ଧ ଆଦିବାସୀ ଅଧ୍ୟୁଷିତ ଇଲାକରେ ଥିବା ଏହି ବିଦ୍ୟାଳୟରେ ଏବେ କୋଠରି ଅଭାବରୁ ଅଷ୍ଟମ ଶ୍ରେଣୀରେ ନାମଲେଖା ବନ୍ଦ ହୋଇଛି। ବୈପାରୀଗୁଡ଼ା ବ୍ଲକ ଦୋରାଗୁଡା ପଞ୍ଚାୟତ ନିଶନାପାଖନା ପ୍ରାଥମିକ ବିଦ୍ୟାଳୟର ଏ ହେଉଛି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ଚିତ୍ର।

ପ୍ରକାଶ ଯେ ୨୦୧୫-୧୬ରେ ବିଦ୍ୟାଳୟ ଗୃହ ପାଇଁ ୧୫ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। ତତ୍କାଳୀନ ଟେକ୍‌ନିକାଲ କନସଲଟାଣ୍ଟଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ନିର୍ମାଣ କାମ ସେ ନିଜ ହାତରେ ରଖିଥିଲେ। ୨୦୧୭ରେ ସେ ବଦଳି ହୋଇ କୋରାପୁଟ ଜିଲା ନନ୍ଦପୁର ବ୍ଲକକୁ ଚାଲିଯାଇଥିଲେ। ନିୟମ ଅନୁସାରେ ତାଙ୍କ ବଦଳରେ ଏଠାରେ ଯୋଗ ଦେଇଥିବା ଟେକ୍‌ନିକାଲ କନସଲଟାଣ୍ଟ ଆଦିତ୍ୟ ପ୍ରସାଦ ଲେଙ୍କାଙ୍କୁ ନିର୍ମାଣ କାମ ହସ୍ତାନ୍ତର ହେବା କଥା। କିନ୍ତୁ ସେ ତାହା ନକରି ନିଜ ହାତରେ ଦାୟିତ୍ୱ ରଖିଥିଲେ। କୋଠାଘର ବାବଦକୁ ଆସିଥିବା ସମସ୍ତ ଅନୁଦାନ ସେ ଉଠାଇ ନେଇଯାଇଥିବା ଅଭିଯୋଗ ହୋଇଛି। ଏଯାଏଁ ବିଦ୍ୟାଳୟ ଗୃହ ସଂପୂର୍ଣ୍ଣ ହୋଇନାହିଁ ା ବିଦ୍ୟାଳୟ ଗୃହ କାନ୍ଥ ପ୍ଲାଷ୍ଟର ହୋଇ ନଥିବା ବେଳେ ଚଟାଣରେ ଟାଇଲ ପଡ଼ିନାହିଁ ା ଏଠାରେ ଉଲ୍ଳେଖଯୋଗ୍ୟ ଯେ ଗତବର୍ଷ ଉକ୍ତ ବିଦ୍ୟାଳୟ ଗୃହ ସଂପର୍କରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ସେତେବେଳେ ସମ୍ପୃକ୍ତ କର୍ମଚାରୀଙ୍କୁ ଯୋଗାଯୋଗ କରିବା ବେଳେ ସେ ଖୁବ୍‌ ଶୀଘ୍ର କାମ ସାରିଦେବେ ବୋଲି କହିଥିଲେ। ତେବେ ଖବର ପ୍ରକାଶ ପାଇବା ପରେ ଲୋକ ଦେଖାଣିଆ ଭାବେ କବାଟ ଝରକା ତିଆରି କରି ବିଦ୍ୟାଳୟ ଘରେ ଛାଡ଼ିଦେଇଥିଲେ। ତାହା ଏପର୍ଯ୍ୟନ୍ତ ଲାଗିଲା ନାହିଁ। ବିଦ୍ୟାଳୟରେ ଏବେ ୭୩ ଜଣ ଆଦିବାସୀ ପିଲା ପଢୁଥିବା ବେଳେ ୪ ଜଣ ଶିକ୍ଷକ ରହିଛନ୍ତି। ଗୋଟିଏ ମାତ୍ର ପୁରୁଣା କୋଠରିରେ ୪ ଜଣ ଶିକ୍ଷକ ୭ଟି ଶ୍ରେଣୀର ପିଲାଙ୍କୁ ପଢ଼ାଉଛନ୍ତି। ସ୍ଥାନ ଅଭାବରୁ ପିଲାମାନେ ଜାକିଜୁକି ହୋଇ ବସୁଛନ୍ତି। ସ୍ଥାନ ନ ଥିବାରୁ ଚଳିତ ବର୍ଷ ଅଷ୍ଟମରେ ପିଲାଙ୍କ ନାମଲେଖା ପାଇଁ ମନା କରାଗଲା ବୋଲି ପ୍ରଧାନ ଶିକ୍ଷକ ମାଧବ ସାନ୍ତା କହିଛନ୍ତି।

All Right Reserved By

ରାୟଗଡା

ଯୁବକଙ୍କୁ ହତ୍ୟା

ଯୁବକଙ୍କୁ ହତ୍ୟା

ବୌଦ୍ଧ,୨୨ା୪(ସ୍ବ.ପ୍ର.) : ବୌଦ୍ଧ ଜିଲା ବଡ଼ବାଗବର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଭୋରରୁ ବଡ଼ବାଗବର ଗ୍ରାମର ରାଜେଶ ଜେନା(୨୨)ଙ୍କୁ ଗ୍ରାମର କିଛି ଯୁବକ ପଥରରେ ତାଙ୍କ ମୁହଁକୁ ଛେଚି ହତ୍ୟା କରିଛନ୍ତି।

ପରିତ୍ୟକ୍ତ ହୋଇପଡିଛି ସୀତାସାଗର: କୂଳ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ପରିତ୍ୟକ୍ତ ହୋଇପଡିଛି ସୀତାସାଗର: କୂଳ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ପାରଳାଖେମୁଣ୍ଡି,୨୨।୪ (ସ୍ବ.ପ୍ର.)-  ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଐତିହାସିକ ସୀତାସାଗର ପୋଖରୀ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିଛି।

ବିଲ୍ଟ ପେପର ମିଲରେ ପୁଣି ଅଚଳାବସ୍ଥା:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ୟୁନିୟନ

ବିଲ୍ଟ ପେପର ମିଲରେ ପୁଣି ଅଚଳାବସ୍ଥା:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ୟୁନିୟନ

ଜୟପୁର,୨୧।୪(ନି.ପ୍ର.): ଜୟପୁର ବିଲ୍ଟ ପେପର ମିଲ୍‌ରେ ପୁଣିଥରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କଞ୍ଚାମାଲ ନାହିଁ, ପୁଣି ଆବଶ୍ୟକ କେମିକାଲର ଅଭାବ। ଗତ ଫେବୃଆରୀରୁ କର୍ମଚାରୀ ଓ ଅନ୍ୟ ଠିକା କର୍ମଚାରୀ ଦରମା ପାଇନାହାନ୍ତି। 

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ

ପଦ୍ମପୁର/ଗୁଡାରୀ, ୨୧ା୪(ଡି.ଏନ୍‌.ଏ)- ରାୟଗଡ଼ା ଜିଲା ଗୁଡ଼ାରୀ ବ୍ଲକ କିନିଡ଼ି ଗ୍ରାମ ନିକଟ ମାଛବନ୍ଧଠାରେ ରବିବାର ଏକ ବରଯାତ୍ରୀ ଗାଡ଼ି  ଦୁର୍ଘଟଣାଗ୍ରସ୍ତ ହୋଇଛି ା 

ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ

ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ

ଡାବୁଗାଁ, ୨୧ା୪ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ କେରଣ୍ଡି ଗ୍ରାମରେ ଶନିବାର ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇର ମୃତ୍ୟୁ ଘଟିଛି ା 

ସ୍ବାମୀର ଏସିଡ୍‌ ମାଡରେ ସ୍ତ୍ରୀ ଗୁରୁତର

ସ୍ବାମୀର ଏସିଡ୍‌ ମାଡରେ ସ୍ତ୍ରୀ ଗୁରୁତର

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଏମଭି-୭୯ ଗ୍ରାମରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି।

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁରଠାରେ ପୋଲିସ ଗୁଳିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। 

ନାହିଁନାହିଁର ଗାଁ ଜାମୁଗୁଡା: ୪୮ ପରିବାର ପାଇଁ ଗୋଟିଏ ନଳକୂପ

ନାହିଁନାହିଁର ଗାଁ ଜାମୁଗୁଡା: ୪୮ ପରିବାର ପାଇଁ ଗୋଟିଏ ନଳକୂପ

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ଆଦିବାସୀଙ୍କ ବିକାଶ ପାଇଁ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ  ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। 

ଜଙ୍ଗଲରେ ନିଆଁ

ଜଙ୍ଗଲରେ ନିଆଁ

ମାଲକାନଗିରି, ୨୧ା୪ (ସ୍ବ.ପ୍ର.)- ମାଲକାନଗିରି ଜିଲା ବନବିଭାଗର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲରେ  ନିଆଁ ଲାଗିଛି। ବିଭାଗର ୬ଟି ରେଞ୍ଜ୍‌ର କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି। ନିଆଁ ଯୋଗୁ ଜଙ୍ଗଲର ନାହିଁ ନ ଥିବା କ୍ଷତି ଘଟିଛି।

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

ଚନ୍ଦ୍ରପୁର,୨୦ା୪(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ଡ଼ାଙ୍ଗସୋରଡ଼ା ସଦର ମହକୁମାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଥିବା ଗ୍ରାମ ମଙ୍ଗଳ ବିଭାଗର ଛାତ୍ରୀ ନିବାସରେ ୧୦୦ ଆଦିବାସୀ ଛାତ୍ରୀ ରୁହନ୍ତି

ଲୋକ ଅଦାଲତ ଉଦ୍‌ଘାଟିତ : ପ୍ରଥମ ଦିନରେ ୨ ମାମଲା ବିଚାର

ଲୋକ ଅଦାଲତ ଉଦ୍‌ଘାଟିତ : ପ୍ରଥମ ଦିନରେ ୨ ମାମଲା ବିଚାର

ରାୟଗଡା ଅଫିସ୍‌, ୨୦ା୪- ରାୟଗଡା ଜିଲା ଅଦାଲତ ପରିସରରେ ଶନିବାର ଏକ ଲୋକ ଅଦାଲତ ଉଦ୍‌ଘାଟିତ ହୋଇଯାଇଛିହାଇକୋର୍ଟ ଜଷ୍ଟିସ ସଞ୍ଜୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଦାଲତକୁ ଉଦ୍‌ଘାଟନ କରିଥିଲେ ା 

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ମାଲକାନଗିରି,୨୦।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଥିବା ସବ୍‌ଜେଲ୍‌ରୁ ଶନିବାର ଜଣେ ବିଚାରାଧୀନ କଏଦୀ ଡାକ୍ତରଖାନାରୁ ଚମ୍ପଟ୍‌ ମାରିଛନ୍ତି। ସେ ହେଲେ ରାଜୁ ବାରୋଇ(୩୫)। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri