ଜୀବନଚର୍ଯ୍ୟା |

ଗର୍ଭାବସ୍ଥାରେ ଲୁପସ୍‌

ଗର୍ଭାବସ୍ଥାରେ  ଲୁପସ୍‌

ଏସ୍‌ଏଲ୍‌ଇ ବା ସିଷ୍ଟମିକ୍‌ ଲୁପସ୍‌ ଏରିଦମେଟୋସସ୍‌ ଏକ ଗୁରୁତର ଅଟୋଇମ୍ୟୁନ୍‌ ରୋଗ, ଯାହାର ଅର୍ଥ ହେଉଛି ଶରୀରରେ ସ୍ବାଭାବିକ ଭାବେ ଥିବା ପଦାର୍ଥର ବିନାଶକ ପ୍ରତିପିଣ୍ଡ ଦ୍ୱାରା ସୃଷ୍ଟରୋଗ। ଏଥିସହ ତା’ ସାଙ୍ଗରେ ଅଟୋ ଆଣ୍ଟିବଡି ମଧ୍ୟ ଥାଏ, ଯାହା ଶରୀରରେ ପ୍ରବେଶ  କରିଥିବା ବିଷଦ୍ରବ୍ୟକୁ  ଧ୍ୱଂସ କରିବା ପାଇଁ  ରକ୍ତରେ ଗଢ଼ିଉଠିଥିବା ବିଷନାଶକ ପୁଷ୍ଟିସାର ହୋଇଥାଏ । 

ଏହା ଏକ ସଂଯୋଜକ  ପେଶୀର ରୋଗ। ଏହି ରୋଗ ହେଲେ ଶରୀରର ବିିଭିନ୍ନ  ଅଙ୍ଗପ୍ରତ୍ୟଙ୍ଗ  (ମଲ୍ଟିସିଷ୍ଟମ୍‌) ଯଥା ଚମର୍ର୍, ଗଣ୍ଠି ବା ଜଏଣ୍ଟସ୍‌, ବୃକକ୍‌  ବା କିଡ୍‌ନୀ, ଫୁସ୍‌ଫୁସ୍‌, ଯକୃତ, ସ୍ନାୟୁବିଭାଗ ତଥା ଅନ୍ୟ ଅନେକ ଅଙ୍ଗକୁ ପ୍ରଭାବିତ କରିଥାଏ। ପୁରୁଷମାନଙ୍କ ଅପେକ୍ଷା ବୟସ୍କା ନାରୀମାନଙ୍କୁ ଏହା ଦଶଗୁଣ ଅଧିକ ରୋଗାକ୍ରାନ୍ତ କରିଥାଏ। ଅନେକାଂଶରେ ଶତକଡା ୧୦ରୁ  ୩୦ ପ୍ରତିଶତ କ୍ଷେତ୍ରରେ ଏହା ଗର୍ଭାବସ୍ଥାରେ ହିଁ ଚିହ୍ନଟ ହୋଇଥାଏ। ଏହି ରୋଗ ବେଳେବେଳେ ମନକୁ ମନ  ବଢ଼ିଯାଇଥାଏ ଏବଂ କମି ଯାଇଥାଏ ମଧ୍ୟ। ଏଥିରେ ଥିବା ଏସି.ଏ. ଏବଂ ଏଲ୍‌.ଏ. ଆଣ୍ଟିବଡ଼ି ବାରମ୍ବାର ଗର୍ଭ ନଷ୍ଟ କରିବା ସହ ଗର୍ଭବତୀ ନାରୀର ରକ୍ତଚାପ ବଢ଼ାଇଦିଏ।

ଲକ୍ଷଣ- ଏହାର ସାଧାରଣ ଲକ୍ଷଣଗୁଡ଼ିକ ହେଉଛି କ୍ଳାନ୍ତ ହୋଇପଡ଼ିବା, ଓଜନ କମିଯିବା, ଗଣ୍ଠି ଦରଜ ହେବା ତଥା ଗଣ୍ଠିବାତ ଏବଂ ମାଂସପେଶୀରେ ଭୀଷଣ ଯନ୍ତ୍ରଣା ହୋଇଥାଏ। ବେଳେବେଳେ  ଏହା ଗୋଟିଏ ଗଣ୍ଠିରୁ ଅନ୍ୟ ଗଣ୍ଠିକୁ ବ୍ୟାପୀ ଯାଇଥାଏ। ଏହାଛଡ଼ା ମୁହଁରେ ରାସ୍‌ ବା ଫଳି ଯାଇଥାଏ। ତଥା ଫଟୋ ସେନ୍‌ସିଟିଭିଟି୍‌ ହୋଇଥାଏ (ଆଲୁଅକୁ ଚାହିଁ ହୁଏ ନାହିଁ)- ଜଣ ଜଣଙ୍କର ପାଟିରେ ଘା, ଫୁସ୍‌ଫୁସ ଓ ହୃତ୍‌ପିଣ୍ଡ ବାହାରେ ପାଣି ଜମିଯାଇ ପରିସ୍ରାରେ ପ୍ରୋଟିନ୍‌ ଅଂଶ ଯାଇଥାଏ, କାହାର କାହାର  ଅପସ୍ମାର ବାତ ବା ମାନସିକ ରୋଗ ହୋଇଥାଏ। ରକ୍ତରେ ଲୋହିତ ଓ ଶ୍ୱେତ ରକ୍ତକଣିକା କମିଯାଏ। ଶରୀରରେ ଅନେକ ପ୍ରକାରର ଆଣ୍ଟିବଡି ତଥା ଆଣ୍ଟି ନିଉକ୍ଲିଅର ଆଣ୍ଟିବଡି ବଢ଼ିଯାଇଥାଏ।

ଗର୍ଭଧାରଣର ଏସ୍‌.ଏଲ୍‌.ଇ. ବା ଲୁପସ୍‌ ଉପରେ ପ୍ରଭାବ

ଗର୍ଭାବସ୍ଥା କେତେକାଂଶରେ ଲୁପସ୍‌ ଉପରେ ପ୍ରଭାବ ପକାଇ ନ ଥିବାବେଳେ ଆଉ କେତେକାଂଶରେ ପ୍ରଭାବ ପକାଇ ରୋଗକୁ ବଢ଼ାଇ ଦେଇଥାଏ। ଗର୍ଭାବସ୍ଥାର ପ୍ରଥମ ପର୍ଯ୍ୟାୟରେ ଏହାର ପ୍ରଭାବ ୩ ଗୁଣ  ବଢ଼ିଯାଇଥାଏ । ଏହି ରୋଗ ହଠାତ୍‌ ବଢ଼ିଗଲେ ଏହାର ଲକ୍ଷଣ ପ୍ରିଏକ୍ଲାମ୍ପସିଆ ବା ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ଭଳି ହୋଇଥାଏ, ଏହାକୁ ଚିହ୍ନଟ କରି ଲୁପସ୍‌  ପାଇଁ  ଗ୍ଲୁକୋକର୍ଟିକଏଡ ଦେଲେ ଏହା କମିଯାଏ। ପ୍ରସବ ପରେ ମାତୃ ମୃତ୍ୟୁହାର ବଢ଼ିଯାଏ। ଏହା ଫୁସ୍‌ଫୁସ୍‌ରେ ରକ୍ତକ୍ଷରଣ ଓ ବୃକକ୍‌ଜନିତ ଜଟିଳତା ପାଇଁ ହୋଇଥାଏ।

ଲୁପସ୍‌ର ଗର୍ଭ ଉପରେ ପ୍ରଭାବ- ଏଥିରେ ବାରମ୍ବାର ଗର୍ଭନଷ୍ଟ (ଶତକଡା ୪୦ ପ୍ରତିଶତ), ଉଚ୍ଚ ରକ୍ତଚାପ (ଶତକଡା ୪୦ ପ୍ରତିଶତ), ଗର୍ଭରେ ଶିଶୁର ବର୍ଦ୍ଧନ ନ ହୋଇ ଓଜନ କମିଯିବା ତଥା ପ୍ରସବ ବ୍ୟଥା ଆରମ୍ଭ ହେବା ପୂର୍ବରୁ ପାଣିଥଳି ଫାଟିଯିବା (ଶତକଡା ୪୦ ପ୍ରତିଶତ) ଆଦି ହୋଇଥାଏ ଏବଂ ଶତକଡା ୧୦ରୁ ୫୦ ପ୍ରତିଶତ କେସ୍‌ରେ ଅପରିଣତ ପ୍ରସବ ହୋଇଥାଏ। ଲୁପ୍‌ସ ଯୋଗୁ ଗର୍ଭବତୀଙ୍କର ରକ୍ତହୀନତା ହେବା ସହ ଶ୍ୱେତ ରକ୍ତକଣିକା ଓ ପ୍ଲେଟ୍‌ଲେଟ କାଉଣ୍ଟ କମିଯାଇଥାଏ। ଏଥିରେ ରେନାଲ ଫେଲ୍ୟୁଅର ହୋଇଥାଏ। ମା’ର ମଧ୍ୟ ଡିପ୍‌ଭେନଥ୍ରମ୍ବୋସିସ୍‌ ହୋଇଥାଏ ।

ଶିଶୁର ଜଟିଳତା- ଜନ୍ମ ପରେ ଯେଉଁ ଶିଶୁମାନଙ୍କର ରକ୍ତରେ ଆଣ୍ଟି ଏସ୍‌.ଏସ୍‌.ଏ (ଆର୍‌.ଓ) ପଜିଟିଭ୍‌ ଥାଏ, ସେମାନଙ୍କ  ଶିଶୁମାନଙ୍କର କମ୍ପ୍ଲିଟ୍‌ ହାର୍ଟ ବ୍ଲକ୍‌ ହୋଇଥାଏ। ମା’ଦେହରୁ ଲୁପସ ଆଣ୍ଟିବଡି ଶିଶୁ ଦେହକୁ ଯିବା ଦ୍ୱାରା ଶିଶୁକୁ ରକ୍ତହୀନତା ହୋଇଥାଏ ଓ ଶ୍ୱେତ ରକ୍ତକଣିକା ଏବଂ ପ୍ଲେଟ୍‌ଲେଟ୍‌ କମିଯାଇ ହାର୍ଟ ବ୍ଲକ୍‌ ହୋଇଥାଏ। ଏହାକୁ ‘ନିଓନାଟାଲ୍‌ ଲୁପ୍‌ସ ସିଣ୍ଡ୍ରୋମ୍‌’ କୁହାଯାଏ । 

ଗର୍ଭାବସ୍ଥାରେ ଯତ୍ନ- ଗର୍ଭଧାରଣ କରିବା ପୂର୍ବରୁ ପ୍ରତ୍ୟେକ ଏସ.ଏଲ୍‌.ଇ ରୋଗୀଙ୍କୁ ଏହାର ଜଟିଳତା ବିଷୟରେ ଜଣାଇବା ଜରୁରୀ। ‘ମେଥୋଟ୍ରେକ୍ସେଟ୍‌’ ବଟିକା ଖାଉଥିଲେ ଗର୍ଭଧାରଣର ୩ ମାସ ଆଗରୁ ଏହାକୁ ବନ୍ଦ କରିଦେବା ଉଚିତ୍‌। ଗର୍ଭାବସ୍ଥାରେ ୩୨ ସପ୍ତାହ ଯାଏ ପ୍ରତି ୨ ସପ୍ତାହରେ ପରୀକ୍ଷା କରିବା ଭଲ। ପ୍ରତ୍ୟେକ ଚେକ୍‌ଅପ୍‌ ବେଳେ ରକ୍ତଚାପ ଓ ଓଜନ ମାପିବା ସହ ରକ୍ତ ପରୀକ୍ଷା ଯଥା କମ୍ପ୍ଲିଟ୍‌ ବ୍ଲଡ କାଉଣ୍ଟ, ଲିଭର ଫଙ୍କଶନ ଟେଷ୍ଟ, ୨୪ ଘଣ୍ଟା ପରିସ୍ରାରେ ପ୍ରୋଟିନ୍‌ର ପରିମାଣ ମାପିବା ଉଚିତ। ଯେଉଁମାନେ ଗ୍ଳୁକୋକର୍ଟିକଏଡ ବା ଷ୍ଟିରଏଡ ଚିକିତ୍ସାରେ ଥାନ୍ତି, ସେମାନେ ୨୦, ୨୮ ଓ ୩୨ ସପ୍ତାହରେ ଗ୍ଲୁକୋଜ ଚ୍ୟାଲେଞ୍ଚ ଟେଷ୍ଟ କରିବା ଜରୁରୀ। ପ୍ରତି ଦେଢ଼ମାସରେ ଥରେ ରକ୍ତରେ ସି୩ ଓସି ୪ କମ୍ପ୍ଲିମେଣ୍ଟ ଲେଭଲ ମାପିବା ଉଚିତ। ଗର୍ଭରେ ଶିଶୁର ବୃଦ୍ଧି ଠିକ୍‌ ଭାବେ ହୋଇ ନ ପାରିବା ଯୋଗୁ ଗର୍ଭାବସ୍ଥାର ପ୍ରଥମ ୩ ମାସରେ ଥରେ ଅଲ୍‌ଟ୍ରାସାଉଣ୍ଡ ଓ ୧୮ରୁ ୨୦ ସପ୍ତାହ ମଧ୍ୟରେ ଶିଶୁର ବିକଳାଙ୍ଗ ସ୍କାନ୍‌ (ଟିଫା ସ୍କାନ୍‌) କରିବା ଉଚିତ। ଶିଶୁର ଇକୋକାର୍ଡିଓଗ୍ରାମ କରି  ହାର୍ଟବ୍ଲକ୍‌ ଅଛି କି ନାହିଁ ଜାଣିବା ଜରୁରୀ - ଏହାପରେ ପ୍ରତ୍ୟେକ ମାସ ଅଲଟ୍ରାସାଉଣ୍ଡ ଓ ଡପ୍‌ଲର କରିବା ଉଚିତ।

ପ୍ରସବ- ଏସ୍‌.ଏଲ.ଇ ରୋଗୀ ମାନଙ୍କର ନର୍ମାଲ ଡେଲିଭରି ବା ସ୍ଥଳ ବିଶେଷରେ ସିଜରିଆନ୍‌ ସେକ୍‌ଶନ କରାଯାଇଥାଏ। ତେବେ ପ୍ରସବ ବ୍ୟଥା ସମୟରେ ପ୍ରତି ଛଅଘଣ୍ଟା ଅନ୍ତରରେ ହାଇଡ୍ରୋକଟିଜୋନ୍‌ ଦିଆଯାଇଥାଏ ଏବଂ ପ୍ରସବ ହେବାର ୪୮ ଘଣ୍ଟା ଯାଏ ଏହି ଇଞ୍ଜେକ୍‌ଶନ ଚାଲୁ ରହିଥାଏ। ପରେ ଧୀରେ ଧୀରେ ଏହି ଡୋଜ୍‌କୁ କମାଇ ଦିଆଯାଇଥାଏ। ଗର୍ଭାବସ୍ଥାରେ ଆସ୍‌ପିରିନ୍‌ ବା ଲୋଡୋଜ ହେପାରିନ୍‌ ଦେଲେ ଜଟିଳତା ହାର କମିଯାଏ। ଏହା ସମ୍ଭାବ୍ୟ ତାରିଖର ଦୁଇ ସପ୍ତାହ ଆଗରୁ ବନ୍ଦ କରିଦିଆଯାଏ।

ସ୍ତନ୍ୟପାନ- ମା’ର ଲୁପସ୍‌ ଯଦି ନିୟନ୍ତ୍ରଣାଧୀନ ଥାଏ, ତେବେ ସ୍ତନ୍ୟପାନ କରାଇପାରିବେ। ତେବେ ମା’ ବେଶି ଡୋଜରେ ଷ୍ଟିରଏଡ ବା ସାଇଟୋଟକ୍ସିକ୍‌ ଡ୍ରଗ୍‌ ଖାଉଥିଲେ ସ୍ତନ୍ୟପାନ କରାଇବା ଉଚିତ ନୁହେଁ।

ଗର୍ଭନିରୋଧକ ପ୍ରଣାଳୀ - ଗର୍ଭନିରୋଧକ ବଟିକା ବା କପର୍‌ ‘ଟି’ ବ୍ୟବହାର ନିଷିଦ୍ଧ, କାରଣ କପର୍‌‘ଟି’ରେ ବସ୍ତିଦେଶରେ ସଂକ୍ରମଣ ବା ପେଲଭିକ୍‌ ଇନ୍‌ଫ୍ଲାମାଟୋରି ଡିଜିଜ୍‌ ହୋଇଥାଏ। ତେଣୁ ବାରିଅର ମେଥଡ ବା କଣ୍ଡୋମ ବ୍ୟବହାର ଉତ୍ତମ। ସ୍ଥଳ ବିଶେଷରେ ସ୍ଥାୟୀ ଜନ୍ମନିରୋଧ ପ୍ରଣାଳୀ ବା ଟ୍ୟୁବେକ୍ଟୋମି ଅସ୍ତ୍ରୋପଚାର କରିଦେବା ଉଚିତ।

ସିଷ୍ଟମିକ ଲୁପସ୍‌ ଏରିଦମେଟୋସସ୍‌ ଗର୍ଭାବସ୍ଥାରେ ମା’ ଓ ଶିଶୁଙ୍କ ପାଇଁ  ଅନେକ ଜଟିଳତା ସୃଷ୍ଟି କରିଥାଏ। ତେଣୁ ଏହାର ଚିହ୍ନଟ ଓ ଚିକିତ୍ସା ଠିକ୍‌ ସମୟରେ ହୋଇପାରିଲେ ମା’ ଓ ଶିଶୁ ଉଭୟ ସୁସ୍ଥ ରହିବେ।

ଡା. ସରୋଜିନୀ ଷଡ଼ଙ୍ଗୀ

  ଲିଙ୍କ୍‌ରୋଡ୍‌,କଟକ -୧୨

  ମୋ - ୯୪୩୭୦୫୫୦୦୭

All Right Reserved By

ଜୀବନଚର୍ଯ୍ୟା |

କଫ ସମସ୍ୟାରୁ ଉପଶମ ପାଇଁ..

କଫ ସମସ୍ୟାରୁ ଉପଶମ ପାଇଁ..

ଅତ୍ୟଧିକ ଥଣ୍ଡା ହେଲେ ଛାତିରେ କଫ ଜମିବା ଆଶଙ୍କା ଅଧିକ ଥାଏ। ଏହା ଦ୍ୱାରା ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ। ଏପରି ସମସ୍ୟାରୁ ଉପଶମ ପାଇବାର କେତେକ ଘରୋଇ ଉପାୟ ରହିଛି। ଏଗୁଡିକୁ ଆପଣେଇପାରନ୍ତି... 

ସ୍ବାସ୍ଥ୍ୟ  ସୂଚନା

ସ୍ବାସ୍ଥ୍ୟ ସୂଚନା

କେତେକେ ଡାକ୍ତରଙ୍କ ପରାମର୍ଶକୁ ଠିକ୍‌ ଭାବରେ ପାଳନ କରି ନ ଥାନ୍ତି। ରୋଗରୁ ଆରୋଗ୍ୟ ମିଳିବା ମାତ୍ରେ ଔଷଧ ଖାଇବା ବନ୍ଦ କରିଦେବା, ଡାକ୍ତର ସୂଚିତ କରିଥିବା ପରୀକ୍ଷା ନ କରିବା ନିଜର ବୋକାମି ବ୍ୟତୀତ ଆଉ କିଛି ନୁହେଁ। କାରଣ ରୋଗୀର ଅବସ୍ଥାକୁ ଦେଖି ଜଣେ ଡାକ୍ତର କେତେଦିନ ଔଷଧ ଖାଇବ, ଆରୋଗ୍ୟ ଲାଭ କରିବା ପରେ ମଧ୍ୟ କି କି ପରୀକ୍ଷା କରାଇବାକୁ ପଡ଼ିବ ସେ ସମ୍ପର୍କରେ ପ୍ରେସ୍‌କ୍ରିପ୍‌ସନରେ ଉଲ୍ଲେଖ କରିଥାଆନ୍ତି। ତାହାକୁ ଅନୁସରଣ କରନ୍ତୁ।

ସକାରାତ୍ମକ ଚିନ୍ତାଧାରା ବଢ଼ାଇବାର ସହଜ ଉପାୟ

ସକାରାତ୍ମକ ଚିନ୍ତାଧାରା ବଢ଼ାଇବାର ସହଜ ଉପାୟ

ମନପସନ୍ଦର ସଙ୍ଗୀତ ଭାରାକ୍ରାନ୍ତ ମନକୁ ଅନେକାଂଶରେ ହାଲ୍‌କା କରିଥାଏ। ସେଥିପାଇଁ ଅନେକେ ମନପସନ୍ଦର ସଙ୍ଗୀତ ଶୁଣିବାକୁ ଉଚିତ ମଣିଥାଆନ୍ତି। ହେଲେ ଏପରି ଅଭ୍ୟାସ ସଂପୃକ୍ତ ବ୍ୟକ୍ତିଙ୍କର ସକାରାତ୍ମକ ଚିନ୍ତାଧାରାକୁ ବଢ଼ାଇବାରେ ଅନୋକାଂଶରେ ସହାୟକ ହୋଇଥାଏ। 

ସହଜରେ ଠାବ ହେବ ରେଟିନାଲ ସେଲ୍‌

ସହଜରେ ଠାବ ହେବ ରେଟିନାଲ ସେଲ୍‌

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦିନକୁ ଦିନ ନୂଆ ଜିନିଷ ଉଦ୍ଭାବନ ଚାଲୁ ରହିଛି। ନିକଟରେ ଲଣ୍ଡନ ୟୁନିଭର୍ସିଟିର ଚକ୍ଷୁ ବିଶେଷଜ୍ଞମାନେ ଏକ ନୂଆ ଡିଭାଇସ୍‌ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି। ଏହାଦ୍ୱାରା ଦୃଷ୍ଟିଶକ୍ତିଜନିତ ସମସ୍ୟାର କେତେକାଂଶରେ ସମାଧାନ କରାଯାଇପାରିବ।

ଆଜ୍‌ମା: ସତର୍କତା

ଆଜ୍‌ମା: ସତର୍କତା

ଆଜ୍‌ମା ଏକ ଶ୍ୱାସଜନିତ ସମସ୍ୟା। ଏହାଦ୍ୱାରା ଆକ୍ରାନ୍ତ ହେଲେ ବ୍ୟକ୍ତି ଜଣକ ସହଜରେ ନିଃଶ୍ୱାସ ନେଇପାରନ୍ତି ନାହିଁ। ଫଳରେ ଏହାର ତୁରନ୍ତ ଚିକିତ୍ସା କରାଇବାକୁ ପଡିଥାଏ। ବେଳେବେଳେ ରୋଗୀର ଅବସ୍ଥା ଦେଖି ତାକୁ ଆସିୟୁରେ ଆଡ୍‌ମିଶନ କରାଯାଇ ଚିକିତ୍ସା କରାଯାଏ। ଆଜ୍‌ମାରୁ ଉପଶମ ପାଇବା ପାଇଁ କେତେକ ଔଷଧ ଧୀରେ ଧୀରେ କାମ କରେ ଏବଂ କେତେକରୁ ଶୀଘ୍ର ଫଳ ମିଳିଥାଏ। 

ନିମ୍ନତାପ ଚିକିତ୍ସା

ନିମ୍ନତାପ ଚିକିତ୍ସା

ରୋଗୀଠାରେ ରୋଗାକ୍ରାନ୍ତ ସ୍ଥାନର ତାପମାତ୍ରାକୁ ଯଥେଷ୍ଟ କମେଇଦେଇ ଜଟିଳ ଅପରେସନ ସବୁ କରିପାରୁଛନ୍ତି ଓ ଅପରେସନ ସରିଗଲାପରେ ତାପମାତ୍ରାକୁ ପୁନର୍ବାର ଉଷୁମ ଅବସ୍ଥାକୁ ନେଇଆସୁଛନ୍ତି।

ଅଶୁଂଘାତରୁ ରକ୍ଷା ଲାଗି ଆପଣାନ୍ତୁ ଏହି ସହଜ ଉପାୟ...

ଅଶୁଂଘାତରୁ ରକ୍ଷା ଲାଗି ଆପଣାନ୍ତୁ ଏହି ସହଜ ଉପାୟ...

ଖରାଦିନେ ପ୍ରବଳ ଖରାତାପ ଯୋଗୁ କେତେକଙ୍କୁ ଅଶୁଂଘାତ ହୋଇଥାଏ। ତେବେ ଏଥିରୁ ରକ୍ଷା ପାଇବା ଲାଗି ରହିଛି କେତେକ ସହଜ ଘରୋଇ ଉପାୟ। ଏହାକୁ ଆପଣାଇଲେ ଏହି ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ। 

କାକୁଡ଼ିରେ ରହିଛି ଅନେକ ସ୍ବାସ୍ଥ୍ୟପଯୋଗୀ ଗୁଣ, ଖରାଦିନେ ନିତ୍ୟ ସେବନ କରନ୍ତୁ..

କାକୁଡ଼ିରେ ରହିଛି ଅନେକ ସ୍ବାସ୍ଥ୍ୟପଯୋଗୀ ଗୁଣ, ଖରାଦିନେ ନିତ୍ୟ ସେବନ କରନ୍ତୁ..

ଖରାଦିନେ ସମସ୍ତେ କାକୁଡ଼ି ଖାଇବାକୁ ପସନ୍ଦ କରନ୍ତି। ଏହା ଖାଇବାକୁ କେବଳ ଭଲ ଲାଗି ନ ଥାଏ ବରଂ ଏହାର ଅନେକ ସ୍ବାସ୍ଥ୍ୟ ଉପଯୋଗୀ ଗୁଣ ଥାଏ। କାକୁଡ଼ିରେ ଭିଟାମିନ-କେ, ସି, ମାଙ୍ଗାନିଜ ଏବଂ ବିଟା-କ୍ୟାରୋଟିନ ଭଳି ପୋଷକ ତତ୍ତ୍ୱ ରହିିଛି।

ଯେଉଁଠି ଲୋକଙ୍କଠୁ ବେଶି ସାଇକେଲ

ଯେଉଁଠି ଲୋକଙ୍କଠୁ ବେଶି ସାଇକେଲ

ଦିନକୁ ଦିନ ବଢିବାକୁ ଲାଗିଛି ପ୍ରଦୂଷଣ। ବଢୁଛି ସମସ୍ୟା। ଏହି ମନୁଷ୍ୟକୃତ ସମସ୍ୟାର ସମାଧାନ ବି ମଣିଷ ହାତରେ ହିଁ ଅଛି। ଯଦି ସମସ୍ତେ ଯାନବାହନର ବ୍ୟବହାରକୁ ତ୍ୟାଗ କରି ପୁଣିଥରେ ଫେରିଯିବେ ସାଇକେଲକୁ ତେବେ ଅନେକାଂଶରେ ଏହି ସମସ୍ୟାର ସମାଧାନ ହୋଇପାରିବ। 

ମାନସିକ ଚାପ ଦୂରେଇବା ଲାଗି...

ମାନସିକ ଚାପ ଦୂରେଇବା ଲାଗି...

ଅବସାଦ ବା ମାନସିକ ଚାପ ହେତୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ତେଣୁ ନିତିଦିନ ଜୀବନରେ ମାନସିକ ଚାପଠାରୁ ଦୂରେଇ ରହିବା ନିତାନ୍ତ ଆବଶ୍ୟକ। ତେବେ କିଭଳି ଭାବରେ ଏହି ସମସ୍ୟାଠାରୁ ନିଜକୁ ଦୂରେଇ ରଖିପାରିବେ ସେ ସମ୍ପର୍କରେ.......

ଜୁଟ୍‌ ଫୁଟ୍‌ଓ୍ବେର୍‌

ଜୁଟ୍‌ ଫୁଟ୍‌ଓ୍ବେର୍‌

ଜୁଟ୍‌ର ଫୁଟ୍‌ଓ୍ବେର୍‌ ପାଦରେ ପିନ୍ଧିଲେ ବେଶ୍‌ ଆରାମଦାୟକ ଲାଗେ। କାରଣ ଏହା ପର୍ଯ୍ୟାବରଣ ଅନୁକୂଳ ହେବା ସଙ୍ଗେସଙ୍ଗେ ଶତ ପ୍ରତିଶତ ପ୍ରାକୃତିକ ଉପାୟରେ ତିଆରି ହୋଇଥାଏ। ଅନ୍ୟଦିନ ତୁଳନାରେ ଖରାଦିନେ ଏହି ଫୁଟ୍‌ଓ୍ବେର୍‌ ଭଲ ଲାଷ୍ଟିଂ କରିଥାଏ...

ମଳକଣ୍ଟକ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ମଳକଣ୍ଟକ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମଳକଣ୍ଟକ ସମସ୍ୟା ଦେଖାଦେଇଥାଏ।


Model This Week

ରଶ୍ମି
Why Dharitri