ରାଜ୍ୟ | ଉପକୂଳ ଓଡିଶା

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ଯାଜପୁର ଅଫିସ,୧୯।୨:ଯାଜପୁର ଜିଲା ଦାନଗଦି ଓ ସୁକିନ୍ଦା ବ୍ଲକକୁ ନେଇ ଗଠିତ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୩ ଦଶନ୍ଧି ହେଲା ଗୋଟିଏ ପରିବାର ସଦସ୍ୟ ନିର୍ବାଚିତ ହୋଇ ଆସୁଛନ୍ତି। ଶିଳ୍ପ ଓ ଖଣି ସମୃଦ୍ଧ ଏହି ନିର୍ବାଚନ ମଣ୍ଡଳୀରେ ଏଥର ପଟ ପରିବର୍ତ୍ତନ କିମ୍ବା ରାଜନୈତିକ ସମୀକରଣ ବଦଳିବାର ସମ୍ଭାବନା ରହିଥିବା ଚର୍ଚ୍ଚା ଜୋର ଧରିଛି। ପ୍ରତି ନିର୍ବାଚନରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଏଠାରେ କଡ଼ା ଟକ୍କର ହେଉଥିବା ଦେଖିବାକୁ ମିଳିଛି ା ଏଥର ବିରୋଧୀଙ୍କ ପାଇଁ ବହୁ ସମ୍ଭାବନା ରହିଥିବା ସତ୍ତ୍ବେ ସେମାନେ ସୁଯୋଗକୁ ହାତଛଡା କରୁଥିବା ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି ା 

ସୁକିନ୍ଦା ବ୍ଲକର ୨୫ ଓ ଦାନଗଦି ବ୍ଲକର ୨୩ ପଞ୍ଚାୟତକୁ ନେଇ ଗଠିତ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ ଜିଲାକୁ ଲାଗିଛି ା ଏହାର ପୂର୍ବକୁ କୋରେଇ ଓ ଦକ୍ଷିଣକୁ ରହିଛି ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀ। ସୁକିନ୍ଦା ନିର୍ବାଚନମଣ୍ଡଳୀ ଖଣିଜ ସମ୍ପଦରେ ଭରପୂର ଥିବାବେଳେ ଏଠାରେ ୮ ବୃହତ୍‌ କମ୍ପାନୀ ସହ ୧୩ କ୍ରୋମାଇଟ ଖଣି କାର୍ଯ୍ୟକ୍ଷମ ରହିଛି। ହେଲେ ଗତ ୫ ବର୍ଷ ମଧ୍ୟରେ ସୁକିନ୍ଦା ବ୍ଲକର ନଗଡାରେ ଅପପୁଷ୍ଟି  ଭଳି ଚିତ୍ର ସାରା ବିଶ୍ୱରେ ବଦ୍‌ନାମ ଆଣିଛି।

 ରାଜନୈତିକ ଛତ୍ରଛାୟା ତଳେ ରହି  ଖଣିଜ ସମ୍ପଦକୁ ଉତ୍ତୋଳନ କରି ଖଣିସଂସ୍ଥା ଲାଭବାନ ହେଉଥିବାବେଳେ ସ୍ବର୍ବସ୍ବାନ୍ତ ହୋଇଛନ୍ତି ଶିଳ୍ପ ପାଇଁ ନିଜର ଭିଟାମାଟି ଛାଡିଥିବା ଲୋକେ। ଆଦିବାସୀବହୁଳ ଏହି ନିର୍ବାଚନମଣ୍ଡଳୀରେ ବିଶୁଦ୍ଧ ପାନୀୟ ଜଳ, ଗମନାଗମନ, ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଛି। ଭାଜପା ଓ କଂଗ୍ରେସର ସାଂଗଠନିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ରହିଥିବାରୁ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଏହି ଦୁଇ ଦଳ ସାହସ ଜୁଟାଇ ପାରୁନାହାନ୍ତି। ଏପରି କି ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତିକୁ ନେଇ ଶିକ୍ଷିତ ବେକାର ଯୁବତୀଯୁବକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲେ ହେଁ ବିରୋଧୀ ଏହାର ଫାଇଦା ନେବାକୁ ମଧ୍ୟ କୌଣସି ରଣନୀତି ପ୍ରସ୍ତୁତ କରିପାରୁ ନାହାନ୍ତି। ତାହାର ଫାଇଦା ବିଜେଡି ପାଉଛି ବୋଲି କୁହାଯାଉଛି। 


ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ବିଧାୟକ ପ୍ରୀତିରଞ୍ଜନ ଘଡେଇ ପୁଣି ଟିକେଟ ପାଇବାକୁ ଦୃଢ଼ ଆଶା ରଖିଛନ୍ତି। ସେ ଗତ ନିର୍ବାଚନରେ ୫୮,୧୨୨ ଓ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଶରତ ରାଉତ ୫୩,୪୧୮ ଭୋଟ ପାଇଥିଲେ। ଏଠାରେ ଭୋଟ ବ୍ୟବଧାନ ମାତ୍ର ୪,୭୦୪ ରହିଥିଲା। ଅନ୍ୟପକ୍ଷରେ ବର୍ତ୍ତମାନ ଭାଜପାରେ ଥିବା ପ୍ରଦୀପ ବଳସାମନ୍ତ(ଟୁଟୁ) ସ୍ବାଧୀନ ପ୍ରାର୍ଥୀ ଭାବେ ୧୭,୯୨୭ ଭୋଟ ପାଇଥିଲେ। ତେବେ ନଗଡା ପାଇଁ ବଦନାମ ଏବଂ ଶିଳ୍ପ ଓ ଖଣି କମ୍ପାନୀରେ ଅଯଥା ହସ୍ତକ୍ଷେପ ଯୋଗୁ ଏଥର ଘଡେଇ ପରିବାରକୁ ବାଦ୍‌ ଦେଇ ବରିଷ୍ଠ ଶ୍ରମିକ ନେତା ମାୟାଧର ନାୟକ କିମ୍ବା ତାଙ୍କ ପୁଅ କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କୁ ସୁକିନ୍ଦାରେ ପ୍ରାର୍ଥୀ କରିବାକୁ ବିଜେଡି ଯୋଜନା ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ କୋରେଇ ବିଧାନସଭା ଆସନରେ ଜଣେ ସରକାରୀ ଅଧିକାରୀ ବିଜେଡି ଟିକେଟ ଦୌଡ଼ରେ ଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ବିଧାୟକ ଆକାଶ କୁହନ୍ତି ଯେ, କୋରେଇ ହେଉଛି ତାଙ୍କ ଜନ୍ମମାଟି। କୋରେଇ ଅଞ୍ଚଳର ବିକାଶ ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ହେଲେ ଦଳର ସଭାପତି ଯାହା ଚାହିଁବେ ତାହାକୁ ସେ ଗ୍ରହଣ କରିବେ। ଶ୍ରମିକ ନେତା ମାୟାଧର କୁହନ୍ତି, ଯଦି ବିଜେଡିରୁ ତାଙ୍କୁ ଟିକେଟ ମିଳେ ତେବେ ସେ ନିଶ୍ଚିତ ଭାବେ ସୁକିନ୍ଦାବାସୀଙ୍କ ସେବାରେ ନିର୍ବାଚନ ଲଢ଼ିବେ। ଉଲ୍ଲେଖଯୋଗ୍ୟ, ମାୟାଧର ୧୯୭୭ରେ ସୁକିନ୍ଦାରୁ ଏସ୍‌ୟୁସିଆଇ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ୯୦୩୭ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲାବେଳେ ଜନତା ପାର୍ଟିରୁ ଆନନ୍ଦମଞ୍ଜରୀ ଦେବୀ ୧୨,୮୫୩ ଭୋଟ ପାଇ ବିଜୟୀ ହୋଇଥିଲେ। ୧୯୮୦ ନିର୍ବାଚନରେ କଂଗ୍ରେସରୁ ଶରତ ୨୨,୬୪୦ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଏସୟୁସିଆଇରୁ ମାୟାଧର ୧୫,୭୧୮ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେହିପରି ବର୍ତ୍ତମାନ ସୁକିନ୍ଦାରେ ବିଜେଡି ଟିକେଟ୍‌ ପାଇବା ପାଇଁ ଆଉ ଜଣେ ଆଶାୟୀ ହେଲେ ମହେନ୍ଦ୍ର ଧଳ। ତାଙ୍କୁ ପୂର୍ବରୁ ବିଜେଡିରୁ ନିଲମ୍ବିତ କରାଯାଇଥିଲେ ମଧ୍ୟ ସେ ଏଥର ଆଶା ରଖିଥିବା କହିଛନ୍ତି। ଏପରି କି ସେ ଦଳୀୟ ବ୍ୟାନରରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଏନେଇ ବିଧାୟକ ପ୍ରୀତିରଞ୍ଜନ ଘଡେଇ କହିଛନ୍ତି ଯେ, ଦଳର ସଭାପତି ଯାହା ଚାହିଁବେ ତାହାକୁ ସେ ମାନିବାକୁ ପ୍ରସ୍ତୁତ। 

୧୯୮୦ରେ କଂଗ୍ରେସରୁ ଶରତ ରାଉତ ପ୍ରଥମେ ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୮୫ରେ ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇ ମନ୍ତ୍ରୀ ପଦ ମଧ୍ୟ ଅଳଙ୍କୃତ କରିଥିଲେ। ୧୯୯୦ରୁ ଶରତଙ୍କ ବିଜୟ ପଥରେ ପୂର୍ଣ୍ଣଚ୍ଛେଦ ପଡିଛି। ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ଲଗାତର ବିଧାୟକ ଭାବେ ଜିତି ବିଭିନ୍ନ ମନ୍ତ୍ରୀପଦ ପାଇଛନ୍ତି। ଗତ କିଛି ବର୍ଷ ହେଲା ଶରତଙ୍କୁ ନିର୍ବାଚନ ମଣ୍ଡଳୀରେ ସେତେଟା ଦେଖିବାକୁ ମିଳୁନାହିଁ। ଫଳରେ କଂଗ୍ରେସ ଛାଡି ସୁକିନ୍ଦା ବ୍ଲକର ପୂର୍ବତନ ସଭାପତି ଅମଳେନ୍ଦୁ ବେହୁରାଙ୍କ ସମେତ ବହୁ ଆଗଧାଡିର କଂଗ୍ରେସ ନେତା ଏବେ ବିଜେଡି କ୍ୟାମ୍ପରେ ରହିଛନ୍ତି। ବର୍ତ୍ତମାନ ଅନ୍ୟ କେହି ନେତା କଂଗ୍ରେସ ଟିକେଟ ପାଇଁ ଆଗ୍ରହୀ ଥିବା ଜଣାପଡୁନାହିଁ। ଏନେଇ ଶରତ ରାଉତ କୁହନ୍ତି, ବିରୋଧୀ ଦଳର ଭୂମିକା ଏଠାରେ ନୂ୍ୟନ ନୁହେଁ। ବିରୋଧୀ ଦଳ ଏଠାରେ ବହୁତ ପ୍ରଭାବଶାଳୀ। କଂଗ୍ରେସରୁ ସେ ଏକମାତ୍ର ପ୍ରାର୍ଥୀ ରହିଛନ୍ତି। ଯଦି ଅନ୍ୟ କିଏ ଆଗ୍ରହୀ ଅଛନ୍ତି ତାହା ତାଙ୍କୁ ଜଣାନାହିଁ ବୋଲି ଶରତ କହିଛନ୍ତି ା 

ଗତ ପଞ୍ଚାୟତ ନିର୍ବାଚନ ପରେ ଭାଜପାରେ ଯୋଗଦେଇଥିବା ପ୍ରଦୀପ ବଳସାମନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ନିକଟକୁ ପହଞ୍ଚିବାକୁ ପ୍ରୟାସ ଜାରି ରଖିଛନ୍ତି। ହେଲେ ଦଳରେ ଗୋଷ୍ଠୀ କନ୍ଦଳ ରହିଛି, ଯାହା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି। ଏନେଇ ପ୍ରଦୀପ କୁହନ୍ତି, ଭାଜପାରୁ ସେ ଟିକେଟ ପାଇବା ନିଶ୍ଚିତ। ଦଳରେ କୌଣସି ଗୋଷ୍ଠୀକନ୍ଦଳ ନାହିଁ।

ହର୍ଷବର୍ଦ୍ଧନ ବେହେରା

All Right Reserved By

ରାଜ୍ୟ | ଉପକୂଳ ଓଡିଶା

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ସ୍ତ୍ରୀ ଗୁରୁତର

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ସ୍ତ୍ରୀ ଗୁରୁତର

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ବାଂଶପାଳ ବ୍ଲକ କାଞ୍ଜିପାଣି ନିକଟ ୪୯ନଂ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ବାଇକ୍‌କୁ ଏକ ଟ୍ରକ ଧକ୍କା ଦେବାରୁ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି।

ଓକିଲ ସଂଘ ନିର୍ବାଚନ: ୬ ପଦ ପାଇଁ ୧୩ ନାମାଙ୍କନପତ୍ର ଦାଖଲ

ଓକିଲ ସଂଘ ନିର୍ବାଚନ: ୬ ପଦ ପାଇଁ ୧୩ ନାମାଙ୍କନପତ୍ର ଦାଖଲ

ଅନୁଗୋଳ ଅଫିସ, ୧୯।୩: ଅନୁଗୋଳ କୋର୍ଟ କାର୍ଯ୍ୟାଳୟ ପରିସରରେ ଥିବା ନିର୍ବାଚନୀ କକ୍ଷରେ ଓକିଲ ସଂଘ ନିର୍ବାଚନ ପାଇଁ  ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି।  ୬ଟି ପଦ ପାଇଁ ମୋଟ ୧୩ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ଭୂପେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। 

ଜାତୀୟ ରାଜପଥରେ ଜଳିଗଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୧ ଛାତ୍ରୀଛାତ୍ର

ଜାତୀୟ ରାଜପଥରେ ଜଳିଗଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୧ ଛାତ୍ରୀଛାତ୍ର

ପାଟଣା,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ପାଟଣା-କରଞ୍ଜିଆ ରାସ୍ତାର ଧାନବେଣୀ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ଟାଟା ମ୍ୟାଜିକ୍‌ ଗାଡ଼ିରେ ନିଆଁ ଲାଗିଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରୁ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତିଯାଇଛନ୍ତି। 

କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଆହତ

କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଆହତ

କଟକ ଅଫିସ,୯।୩: ମାଲଗୋଦାମ ପୋଲିସ ସୋମବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ବାଇଁ ଓରଫ ମନୁଆଙ୍କୁ ଏନ୍‌କାଉଣ୍ଟର କରିଛି। ଏଥିରେ ମନୋଜଙ୍କ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ ଏସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନିକଟରୁ ୪ ବୋମା ଜବତ କରାଯାଇଛି।

ମାର୍ଚ୍ଚ ୨୧ରୁ ପୁରୀ ପୁସ୍ତକ ମେଳା

ମାର୍ଚ୍ଚ ୨୧ରୁ ପୁରୀ ପୁସ୍ତକ ମେଳା

ପୁରୀ ଅଫିସ,୧୯।୩: ସାମାଜିକ ଅନୁଷ୍ଠାନ ପ୍ରୟାସ ଆନୁକୂଲ୍ୟରେ ପୁରୀ ପୁସ୍ତକ ମେଳା ଆସନ୍ତା ମାର୍ଚ୍ଚ ୨୧ରୁ ଅନୁଷ୍ଠିତ ହେବ। ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। 

ହକ୍‌ ମାଗୁଛି ଓଡ଼ିଶା ପଥପ୍ରାନ୍ତ ସଭା, କେନ୍ଦ୍ର  ବିରୋଧରେ ବର୍ଷିଲେ ଛାତ୍ର ବିଜେଡି ନେତା

ହକ୍‌ ମାଗୁଛି ଓଡ଼ିଶା ପଥପ୍ରାନ୍ତ ସଭା, କେନ୍ଦ୍ର ବିରୋଧରେ ବର୍ଷିଲେ ଛାତ୍ର ବିଜେଡି ନେତା

ପରଜଙ୍ଗ,(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ୨ନଂ ଜୋନର ମୁକ୍ତାପସୀ ପଞ୍ଚାୟତର ମୁକ୍ତାପସୀ  ଛକ ନିକଟରେ ମଙ୍ଗଳବାର ପରଜଙ୍ଗ ବ୍ଲକ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ  ହକ୍‌ମାଗୁଛି ଓଡିଶା ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି।

ବିଜେଡିରୁ ବହିଷ୍କୃତ କୃଷ୍ଣଚନ୍ଦ୍ର ରାୟ, ପ୍ରସନ୍ନ ବରାଳ

ବିଜେଡିରୁ ବହିଷ୍କୃତ କୃଷ୍ଣଚନ୍ଦ୍ର ରାୟ, ପ୍ରସନ୍ନ ବରାଳ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣଚନ୍ଦ୍ର ରାୟ(ବାବୁ ସିଂହ) ଏବଂ ପ୍ରସନ୍ନ ବରାଳ(ବାବୁଲି)ଙ୍କୁ ମଙ୍ଗଳବାର ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଛନ୍ତି।

କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ

କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ

ବରଗଡ଼ ଅଫିସ୍‌,୧୯।୩: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସୋମବାର ବିଳମ୍ବିତ ରାତିରେ ପ୍ରକାଶ ପାଇଥିଲା କଂଗ୍ରେସ ପ୍ରାର୍ଥୀ ତାଳିକା। ଏହି ତାଲିକାରୁ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ନାମ ନ ଥିବାରୁ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ତାଳିକାରୁ ବାଦ୍‌ ଦେବା ପରେ ତାଙ୍କ ସମର୍ଥକମାନେ ବାଧ୍ୟ କରିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। 

ବିଜେଡି ଛାଡିଲେ ପ୍ରମୋଦ

ବିଜେଡି ଛାଡିଲେ ପ୍ରମୋଦ

ଭୁବନେଶ୍ୱର, ୧୯।୩(ବ୍ୟୁରୋ):  ସୁନ୍ଦରଗଡ଼ ନେତ୍ରୀ କୁସୁମ ଟେଟେଙ୍କ ସହ ଆଉ ଜଣେ ବିଜେଡି ନେତା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ସେ ହେଉଛନ୍ତି ପ୍ରମୋଦ ପଟ୍ଟନାୟକ। କଳାହାଣ୍ଡି ଜିଲା ବିଜେଡିର ସାଧାରଣ ସମ୍ପାଦକ ପଦରୁ ସେ ଇସ୍ତଫା ଦେଇଛନ୍ତି।  ପ୍ର

କେନ୍ଦୁଝରର  ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ:  ୨ ଗିରଫ

କେନ୍ଦୁଝରର ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ: ୨ ଗିରଫ

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଅଙ୍ଗିକଳା ଗ୍ରାମରେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ଗ୍ରାମର ରୟା ନାୟକଙ୍କ ଘରୁ  ୩  କିଲୋ ୧ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।

ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ମିଛ: କୁସୁମ ଟେଟେ

ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ମିଛ: କୁସୁମ ଟେଟେ

ଭୁବନେଶ୍ୱର, ୧୯।୩(ବ୍ୟୁରୋ): ୨୦୧୪ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କୁସୁମ ଟେଟେ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ସେ ତାଙ୍କର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

 ୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

ଭଦ୍ରକ ଅଫିସ,୧୯।୩: ଭଦ୍ରକ ଜିଲା ଜାତୀୟ ରାଜପଥ ରାଣୀତାଲ ନିକଟରୁ ମଙ୍ଗଳବାର ଏକ ମଦଭର୍ତ୍ତି  ବୋଲେରୋ ଜବତ କରାଯାଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା