ଜାତୀୟ |

ଟାର୍ଗେଟ୍‌ରେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’

ଟାର୍ଗେଟ୍‌ରେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର୍‌ର ପୁଲ୍‌ଓ୍ବାମାଠାରେ ଆତଙ୍କବାଦୀ ଆକ୍ରମଣ ପରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଉଡାଇଦେବାକୁ ଆତଙ୍କବାଦୀଙ୍କ ପକ୍ଷରୁ ଧମକ ଦିଆଯାଇଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ଇ-ମେଲ୍‌ ଯୋଗେ ଏହି ଖବର ପହଞ୍ଚତ୍ବା ପରେ ସତର୍କ ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ ଅକ୍ଟୋବର ୩୧ରେ ଏହାକୁ ଉଦ୍‌ଘାଟନ କରିଥିଲେ। ଏହା ପରଠାରୁ ପ୍ରତି ସପ୍ତାହରେ ଲକ୍ଷଲକ୍ଷ ଲୋକ ଏଠାକୁ ପରିଦର୍ଶନ କରିବାକୁ ଆସୁଛନ୍ତି। ଇ-ମେଲ୍‌ ଯୋଗେ ସୂଚନା ମିଳିବା ପରେ ନିରାପତ୍ତା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୮୨ ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତିକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହା ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି। ଏହାର ଉଚ୍ଚତା ଆମେରିକାର ଷ୍ଟାଚ୍ୟୁ ଅଫ୍‌ ଲିବର୍ଟିର ଉଚ୍ଚତାର ଦୁଇଗୁଣ। ଗୁଜରାଟର ନର୍ମଦା ଜିଲାରେ ସର୍ଦ୍ଦାର ସରୋବର ଡ୍ୟାମ୍‌ଠାରୁ ୩.୫ କିଲୋମିଟର ଦୂରତା ମଧ୍ୟରେ ଏହା ପ୍ରତିଷ୍ଠା କରାଯାଇଛି।

All Right Reserved By

ଜାତୀୟ |

ପିତାମହଙ୍କ ରାଜନୈତିକ ଜୀବନର ଅବସାନ

ପିତାମହଙ୍କ ରାଜନୈତିକ ଜୀବନର ଅବସାନ

ନୂଆଦିଲ୍ଲୀ,୨୨।୩: ଭାରତୀୟ ଜନତା ପାର୍ଟି(ଭାଜପା)ର ପିତାମହ କୁହଯାଉଥିବା ବରିଷ୍ଠ ନେତା ଲାଲ୍‌କୃଷ୍ଣ ଆଡଓ୍ବାଣୀଙ୍କ ରାଜନୈତିକ ଜୀବନର ଅବସାନ ଘଟିଛି ବୋଲି ଚର୍ଚ୍ଚା ହେଉଛି। 

ପ୍ରକାଶ ପାଇଲା  ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ପ୍ରକାଶ ପାଇଲା ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ନୂଆଦିଲ୍ଲୀ/ଭୁବନେଶ୍ୱର୨୧/୩(ବ୍ୟୁରୋ): ଗୁରୁବାର ଭାଜପା ପକ୍ଷରୁ ଓଡ଼ିଶା ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।

ରାଜନୀତିରେ ପ୍ରବେଶ ଚର୍ଚ୍ଚାରେ ଫୁଲଷ୍ଟଫ ଲଗାଇଲେ ଭାଇଜାନ୍‌

ରାଜନୀତିରେ ପ୍ରବେଶ ଚର୍ଚ୍ଚାରେ ଫୁଲଷ୍ଟଫ ଲଗାଇଲେ ଭାଇଜାନ୍‌

ମୁମ୍ବାଇ,୨୧।୩: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏଥର ରାଜନୀତିରେ ପ୍ରବେଶ କରିବେ ବୋଲି ବହୁ ଦିନରୁ ଆଲୋଚନା ହେଉଥିଲା। ଏବେ ଏଥିରେ ଫୁଲଷ୍ଟପ ଲଗାଇଛନ୍ତି ନିଜେ ସଲମାନ। 

ହିନ୍ଦୁ ପିଲାଙ୍କ ସହ ହୋଲି ଖେଳିଲେ ଆଫଗାନିସ୍ତାନ ଛାତ୍ରୀଛାତ୍ର

ହିନ୍ଦୁ ପିଲାଙ୍କ ସହ ହୋଲି ଖେଳିଲେ ଆଫଗାନିସ୍ତାନ ଛାତ୍ରୀଛାତ୍ର

ଶିମ୍‌ଲା,୨୧।୩: ରଙ୍ଗର ପର୍ବ ହୋଲି ଗୁରୁବାର ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଇଥିବା ବେଳେ ଆଉ କେତେକ ଅଞ୍ଚଳରେ ଏହା ଶୁକ୍ରବାର ପାଳନ କରାଯିବ। 

ମୋଦିଙ୍କୁ ଚୌକିଦାର କହିବାରୁ ରାହୁଲଙ୍କୁ ସମାଲୋଚନା କଲେ ଓ୍ବାଚମ୍ୟାନ ତଥା ବଲିଉଡ୍‌ର ବିଗତ ଦିନର ଅଭିନେତା

ମୋଦିଙ୍କୁ ଚୌକିଦାର କହିବାରୁ ରାହୁଲଙ୍କୁ ସମାଲୋଚନା କଲେ ଓ୍ବାଚମ୍ୟାନ ତଥା ବଲିଉଡ୍‌ର ବିଗତ ଦିନର ଅଭିନେତା

ନୂଆଦିଲ୍ଲୀ,୨୧।୩: ସାଭି ସିଦ୍ଧୁ ନାମକ ଜଣେ ଓ୍ବାଚମ୍ୟାନ ବା ଚୌକିଦାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୌକିଦାର କହିଥିବାରୁ ସେ ତାଙ୍କୁ ସମାଲୋଚନା କରିଛନ୍ତି।

ଏଥର ନିର୍ବାଚନ ଲଢିବେନି ଭାଜପାର ବରିଷ୍ଠ ନେତା କଲରାଜ ମିଶ୍ର

ଏଥର ନିର୍ବାଚନ ଲଢିବେନି ଭାଜପାର ବରିଷ୍ଠ ନେତା କଲରାଜ ମିଶ୍ର

ନୂଆଦିଲ୍ଲୀ,୨୧।୩: ଭାଜପାର ବରିଷ୍ଠ ନେତା ତଥା ଦେଓରିଆର ଲୋକ ସଭା ଏମ୍‌ପି ଥିବା କଲରାଜ ମିଶ୍ର ଏଥର ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି ଗୁରୁବାର ପ୍ରକାଶ କରିଛନ୍ତି। 

ରାଜନୀତିରେ ବଂଶବାଦ: ୨୫ ପ୍ରତିଶତ ଏମ୍‌ପି ରାଜବଂଶୀ; ଭାଜପାଠାରୁ କଂଗ୍ରେସ ଆଗରେ

ରାଜନୀତିରେ ବଂଶବାଦ: ୨୫ ପ୍ରତିଶତ ଏମ୍‌ପି ରାଜବଂଶୀ; ଭାଜପାଠାରୁ କଂଗ୍ରେସ ଆଗରେ

ନୂଆଦିଲ୍ଲୀ,୨୧।୩: ଏବେ ଦେଶର ଗଣତାନ୍ତ୍ରିକ ରାଜନୀତିରେ ବଂଶବାଦ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଦେଶର ଗତ ୨୦୦୪. ୨୦୦୯ ଏବଂ ୨୦୧୪ରେ ଶେଷ ହୋଇଥିବା ୩ ଟି ଲୋକସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ୧୬୧୧ ଜଣ ଏମ୍‌ପିଙ୍କ ମଧ୍ୟରୁ ୩୯୦ ଜଣ ରାଜବଂଶୀ ରହିଛନ୍ତି। 

ପରିବାର ପ୍ରତିପୋଷଣ ପାଇଁ ଦୁଃସାହସିକ ଖେଳ ପ୍ରଦର୍ଶନ କରୁଛନ୍ତି ୯ ବର୍ଷର ବାଳକ

ପରିବାର ପ୍ରତିପୋଷଣ ପାଇଁ ଦୁଃସାହସିକ ଖେଳ ପ୍ରଦର୍ଶନ କରୁଛନ୍ତି ୯ ବର୍ଷର ବାଳକ

ବେଙ୍ଗାଲୁରୁ,୨୧।୩: ମହାରାଷ୍ଟ୍ର-କର୍ନାଟକ ସୀମାର ବେଲଗାଭିରେ ଥିବା ବଧାରଥି ଗଁାର ଲୋକେଶ ସାଟ୍ଟିଗେରିଙ୍କ ବୟସ ମାତ୍ର ୯ବର୍ଷ। ହେଲେ ଏହି ବୟସରେ ସେ ଘୋଡ଼ା ଉପରେ ଚଢି ଯେଉଁ ଦୁଃସାହସିକ ଖେଳ ପ୍ରଦର୍ଶନ କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

 ଜମ୍ମୁ-କଶ୍ମୀର   ୩ଟି ସ୍ଥାନରେ ସର୍ଚ୍ଚ ଅପରେଶନ ଜାରି

ଜମ୍ମୁ-କଶ୍ମୀର ୩ଟି ସ୍ଥାନରେ ସର୍ଚ୍ଚ ଅପରେଶନ ଜାରି

ଶ୍ରୀନଗର,୨୧।୩: ଜମ୍ମୁ-କଶ୍ମୀରର ୩ଟି ସ୍ଥାନରେ ଗୁରୁବାର ସକାଳେ ଆରମ୍ଭ ହୋଇଛି ସର୍ଚ୍ଚ ଅପରେଶନ। ବନ୍ଦିପୋରା ଜିଲା ମୀର୍‌ମହୋଲା ଅଞ୍ଚଳର ହାଜିନ୍‌ଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସେନାର ୧୩ ରାଷ୍ଟ୍ରୀୟ ରାଇଫଲ୍‌, ସିଆର୍‌ପିଏଫ୍‌ ୪୫ ବାଟାଲିୟନ୍‌ ଏବଂ ଏସ୍‌ଓଜି ଯବାନଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ କରାଯାଇଥିଲା। 

ଜମ୍ମୁ-କଶ୍ମୀରରେ ଗ୍ରେନେଡ ଆକ୍ରମଣ: ୩ ପୋଲିସ ଆହତ

ଜମ୍ମୁ-କଶ୍ମୀରରେ ଗ୍ରେନେଡ ଆକ୍ରମଣ: ୩ ପୋଲିସ ଆହତ

ଶ୍ରୀନଗର,୨୧।୩: ଜମ୍ମୁ-କଶ୍ମୀରର ସୋପୋର ଜିଲାରେ ଗୁରୁବାର ହୋଇଥିବା ଗ୍ରେନେଡ ଆକ୍ରମଣରେ ୩ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। 

ଦୁନିଆର ସୁଖୀଦେଶ ତାଲିକା : ପ୍ରଥମ ସ୍ଥାନରେ ଫିନଲାଣ୍ଡ୍‌; ଭାରତ ତୁଳନାରେ ଯୁଦ୍ଧଖୋର୍‌ ପାକିସ୍ତାନ ଲୋକେ ଅଧିକ ସୁଖୀ

ଦୁନିଆର ସୁଖୀଦେଶ ତାଲିକା : ପ୍ରଥମ ସ୍ଥାନରେ ଫିନଲାଣ୍ଡ୍‌; ଭାରତ ତୁଳନାରେ ଯୁଦ୍ଧଖୋର୍‌ ପାକିସ୍ତାନ ଲୋକେ ଅଧିକ ସୁଖୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଦୁନିଆର ସୁଖୀ ଦେଶ ତାଲିକା ପ୍ରକାଶ ପାଇଛି। ଏଥିରେ ୧୫୬ ଦେଶ ମଧ୍ୟରେ ଫିନ୍‌ଲାଣ୍ଡ୍‌ ପୁଣିଥରେ ପ୍ରଥମ ସ୍ଥାନ ହାସଲ କରିଛି। ଜାତିସଂଘର ସଷ୍ଟେନବୁଲ୍‌ ଡେଭଲପ୍‌ମେଣ୍ଟ୍‌ ସୁଲ୍ୟସନ୍‌ ନେଟ୍‌ଓ୍ବାର୍କ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। 

୩ ସାଥୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳିକଲେ ଯବାନ

୩ ସାଥୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳିକଲେ ଯବାନ

ଉଧମପୁର,୨୧।୩: ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର ଜଣେ ଯବାନ ନିଜର ୩ ସାଥୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି କରିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା