ରାଜ୍ୟ | ଉପକୂଳ ଓଡିଶା

ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର

ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର

କେନ୍ଦ୍ରାପଡା ଅଫିସ, ୧୯।୨- କେନ୍ଦ୍ରାପଡା ଜିଲାର ଦୁର୍ଦ୍ଦାନ୍ତ ଅପରାଧୀ ଗଣେଷ ମଲ୍ଲିକ ଓରଫ ଜୁଲ (୩୦)ଙ୍କୁ ଜିଲା ପୋଲିସ ମଙ୍ଗଳବାର ଭୋର ୪ଟାରେ ଏନକାଉଣ୍ଟର କରିଛି ା ଜୁଲଙ୍କ ଡାହାଣ ଗୋଡର ଆଣ୍ଠୁ ତଳକୁ ଗୋଟିଏ ଗୁଳି ଲାଗିଛି ଏନକାଉଣ୍ଟର ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛିା ଜୁଲଙ୍କ ନିକଟରୁ ଗୋଟିଏ ୫ ରାଉଣ୍ଡର ରିଭରଭର, ଗୋଟିଏ ବ୍ୟବହୃତ ଗୁଳିର ଖୋକା ଜବତ ହୋଇଛିା ବାବୁଙ୍କ ନାମରେ କେନ୍ଦ୍ରାପଡା, ଯାଜପୁର ଓ ସୁନ୍ଦରଗଡ ଜିଲାର ବିଭିନ୍ନ ଥାନାରେ ୨୦ରୁ ଉଦ୍ଧ୍ୱର୍ର୍ ଅପରାଧିକ ମାମଲା ଥିବା କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା ସୂଚନା ଦେଇଛନ୍ତିା ସେ କହିଛନ୍ତି ଯେ, ସଦର ଥାନା ଅନ୍ତର୍ଗତ ନାନକାର ଗ୍ରାମର ଜୁଲ ଦିର୍ଘ ୪ ବର୍ଷ ଧରି ଫେରାର ଥିଲେ ା ୨୦୧୫ରେ ଦାଦାଗିରି ଓ ବଟି ଆଦାୟ କରୁଥିବା ସଦର ଥାନାରେ ଅଭିଯୋଗ ଥିବାବେଳେ ୨୦୧୮ରେ ଜଣଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ଅଛିା ଜିଲା ପୋଲିସ ଜୁଲଙ୍କୁ ବହୁବାର ବିଭିନ୍ନ ସ୍ଥାନରେ ଖୋଜିଥିବାବେଳେ ସେ ଧରାପଡି ନ ଥିଲୋ ସୋମବାର ରାତିରେ ଘରକୁ ଆସୁଥିବା ଖବର ପାଇ ସଦର ପୋଲିସ ଅଧିକାରୀ କାବୁଲି ବାରିକ ଓ ଜିଲା ସ୍ପେଶାଲ ସ୍କ୍ବାଡର ଏସଆଇ ପିକେ କାନୁନଗୋଙ୍କ ନେତୃତ୍ୱରେ ଦୁଇଟି ଟିମ ନାନକାର- କଜଳା ରାସ୍ତାର ହାଲପୁର ଠାରେ ଛକି ରହିଥିଲେ ା ପୋଲିସକ୍‌ୁ ଦେଖି ଜୁଲ ଫେରାର ହେବାକୁ ପ୍ରଥମେ ଗୋଟିଏ ଗୁଳି ଚାଳନା କରିଥିଲେ ା ପରେ ପୋଲିସ ପକ୍ଷରୁ ଦୁଇଟି ଗୁଳି ହୋଇଥିଲା ା ଏଥିରୁ ଗୋଟିଏ ଗୁଳି ଜୁଲଙ୍କ ଗୋଡରେ ବାଜିଛି ା ଜୁଲଙ୍କ ନାମରେ ବିଭିନ୍ନ ଥାନାରେ ହତ୍ୟାକାଣ୍ଡ, ଦାଦାବଟି, ମାଡମାରିବା, ଗାଡି, ମଟର ସାଇକେଲ ଚୋରି କରିବା ଆଦି ମାମଲା ରହିଥିବା ଏସଡିପିଓ ପଣ୍ଡା ସୂଚନା ଦେଇଛନ୍ତି ା ଏନେଇ ସଦର ଥାନାରେ ୩୦/୧୯ରେ ମାମଲା ରୁଜୁ ହୋଇଥିବା ସଦର ଥାନା ଅଧିକାରୀ ବାରିକ ସୂଚନା ଦେଇଛନ୍ତି ା ସୂଚନାଯୋଗ୍ୟ ଯେ, ଗତ ୨୦୧୮ ମେ ମାସରୁ ଅଦ୍ୟାବଧି 6ଟି ଏନକାଉଣ୍ଟର କରି ଜିଲା ପୋଲିସ ଚର୍ଚ୍ଚାକୁ ଆସିଛି ା ମେ ୯ରେ ସଦର ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ସେକ୍‌ ଲାଲା (୩୪)ଙ୍କୁ ଜିଲା ପୋଲିସ ଏନକାଉଣ୍ଟର କରିଥିଲା ବେଳେ ମେ ୩୧ରେ ମାର୍ଶାଘାଇ ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମର ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ବିଭୁ ସାହୁ ଓରଫ ପ୍ରତାପ ସାହୁ (୪୭) ଜିଲା ପୋଲିସ ଏନକାଉଣ୍ଟରର ଶିକାର ହୋଇଛି ା ସେହିପରି ଟାଉନ ଥାନା ଅନ୍ତର୍ଗତ ସହରର ବାସୁଳେଇ ଗଳିର ଭବାନୀଶଙ୍କର ସାହୁ ଓରଫ ବାବୁ ସାହୁ (୨୮)ଙ୍କୁ ଗତ ଜୁଲାଇ ୨୩ରେ ପୋଲିସ ଏନକାଉଣ୍ଟରର ଶିକାର ହୋଇଥିଲୋ ଅକ୍ଟୋବର ୭ ଭୋର ସମୟରେ ସନ୍ତୋଷ (୩୬) ଜିଲା ପୋଲିସ ଏନକାଉଣ୍ଟରର ଶୀକାର ହୋଇଛିା ସେହିପରି ଗତ ଜାନୁଆରୀ ୨୨ରେ ଜିଲା ପୋଲିସ ପକ୍ଷରୁ ସାପ ଗ୍ୟାଙ୍ଗର ମୁଖ୍ୟ ସଞ୍ଜୟ ଓରଫ ବାବୁ ବିଶ୍ୱାଳ (୩୨)ଙ୍କୁ ରାଜନଗର ଥାନା ଅଧିନ କୁରୁଣ୍ଡିଠାରେ ଏନକାଉଣ୍ଟର ହୋଇଥିଲା ା


All Right Reserved By

ରାଜ୍ୟ | ଉପକୂଳ ଓଡିଶା

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ସ୍ତ୍ରୀ ଗୁରୁତର

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ସ୍ତ୍ରୀ ଗୁରୁତର

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ବାଂଶପାଳ ବ୍ଲକ କାଞ୍ଜିପାଣି ନିକଟ ୪୯ନଂ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ବାଇକ୍‌କୁ ଏକ ଟ୍ରକ ଧକ୍କା ଦେବାରୁ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି।

ଓକିଲ ସଂଘ ନିର୍ବାଚନ: ୬ ପଦ ପାଇଁ ୧୩ ନାମାଙ୍କନପତ୍ର ଦାଖଲ

ଓକିଲ ସଂଘ ନିର୍ବାଚନ: ୬ ପଦ ପାଇଁ ୧୩ ନାମାଙ୍କନପତ୍ର ଦାଖଲ

ଅନୁଗୋଳ ଅଫିସ, ୧୯।୩: ଅନୁଗୋଳ କୋର୍ଟ କାର୍ଯ୍ୟାଳୟ ପରିସରରେ ଥିବା ନିର୍ବାଚନୀ କକ୍ଷରେ ଓକିଲ ସଂଘ ନିର୍ବାଚନ ପାଇଁ  ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି।  ୬ଟି ପଦ ପାଇଁ ମୋଟ ୧୩ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ଭୂପେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। 

ଜାତୀୟ ରାଜପଥରେ ଜଳିଗଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୧ ଛାତ୍ରୀଛାତ୍ର

ଜାତୀୟ ରାଜପଥରେ ଜଳିଗଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୧ ଛାତ୍ରୀଛାତ୍ର

ପାଟଣା,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ପାଟଣା-କରଞ୍ଜିଆ ରାସ୍ତାର ଧାନବେଣୀ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ଟାଟା ମ୍ୟାଜିକ୍‌ ଗାଡ଼ିରେ ନିଆଁ ଲାଗିଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରୁ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତିଯାଇଛନ୍ତି। 

କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଆହତ

କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଆହତ

କଟକ ଅଫିସ,୯।୩: ମାଲଗୋଦାମ ପୋଲିସ ସୋମବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ବାଇଁ ଓରଫ ମନୁଆଙ୍କୁ ଏନ୍‌କାଉଣ୍ଟର କରିଛି। ଏଥିରେ ମନୋଜଙ୍କ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ ଏସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନିକଟରୁ ୪ ବୋମା ଜବତ କରାଯାଇଛି।

ମାର୍ଚ୍ଚ ୨୧ରୁ ପୁରୀ ପୁସ୍ତକ ମେଳା

ମାର୍ଚ୍ଚ ୨୧ରୁ ପୁରୀ ପୁସ୍ତକ ମେଳା

ପୁରୀ ଅଫିସ,୧୯।୩: ସାମାଜିକ ଅନୁଷ୍ଠାନ ପ୍ରୟାସ ଆନୁକୂଲ୍ୟରେ ପୁରୀ ପୁସ୍ତକ ମେଳା ଆସନ୍ତା ମାର୍ଚ୍ଚ ୨୧ରୁ ଅନୁଷ୍ଠିତ ହେବ। ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। 

ହକ୍‌ ମାଗୁଛି ଓଡ଼ିଶା ପଥପ୍ରାନ୍ତ ସଭା, କେନ୍ଦ୍ର  ବିରୋଧରେ ବର୍ଷିଲେ ଛାତ୍ର ବିଜେଡି ନେତା

ହକ୍‌ ମାଗୁଛି ଓଡ଼ିଶା ପଥପ୍ରାନ୍ତ ସଭା, କେନ୍ଦ୍ର ବିରୋଧରେ ବର୍ଷିଲେ ଛାତ୍ର ବିଜେଡି ନେତା

ପରଜଙ୍ଗ,(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ୨ନଂ ଜୋନର ମୁକ୍ତାପସୀ ପଞ୍ଚାୟତର ମୁକ୍ତାପସୀ  ଛକ ନିକଟରେ ମଙ୍ଗଳବାର ପରଜଙ୍ଗ ବ୍ଲକ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ  ହକ୍‌ମାଗୁଛି ଓଡିଶା ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି।

ବିଜେଡିରୁ ବହିଷ୍କୃତ କୃଷ୍ଣଚନ୍ଦ୍ର ରାୟ, ପ୍ରସନ୍ନ ବରାଳ

ବିଜେଡିରୁ ବହିଷ୍କୃତ କୃଷ୍ଣଚନ୍ଦ୍ର ରାୟ, ପ୍ରସନ୍ନ ବରାଳ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣଚନ୍ଦ୍ର ରାୟ(ବାବୁ ସିଂହ) ଏବଂ ପ୍ରସନ୍ନ ବରାଳ(ବାବୁଲି)ଙ୍କୁ ମଙ୍ଗଳବାର ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଛନ୍ତି।

କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ

କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ

ବରଗଡ଼ ଅଫିସ୍‌,୧୯।୩: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସୋମବାର ବିଳମ୍ବିତ ରାତିରେ ପ୍ରକାଶ ପାଇଥିଲା କଂଗ୍ରେସ ପ୍ରାର୍ଥୀ ତାଳିକା। ଏହି ତାଲିକାରୁ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ନାମ ନ ଥିବାରୁ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ତାଳିକାରୁ ବାଦ୍‌ ଦେବା ପରେ ତାଙ୍କ ସମର୍ଥକମାନେ ବାଧ୍ୟ କରିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। 

ବିଜେଡି ଛାଡିଲେ ପ୍ରମୋଦ

ବିଜେଡି ଛାଡିଲେ ପ୍ରମୋଦ

ଭୁବନେଶ୍ୱର, ୧୯।୩(ବ୍ୟୁରୋ):  ସୁନ୍ଦରଗଡ଼ ନେତ୍ରୀ କୁସୁମ ଟେଟେଙ୍କ ସହ ଆଉ ଜଣେ ବିଜେଡି ନେତା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ସେ ହେଉଛନ୍ତି ପ୍ରମୋଦ ପଟ୍ଟନାୟକ। କଳାହାଣ୍ଡି ଜିଲା ବିଜେଡିର ସାଧାରଣ ସମ୍ପାଦକ ପଦରୁ ସେ ଇସ୍ତଫା ଦେଇଛନ୍ତି।  ପ୍ର

କେନ୍ଦୁଝରର  ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ:  ୨ ଗିରଫ

କେନ୍ଦୁଝରର ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ: ୨ ଗିରଫ

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଅଙ୍ଗିକଳା ଗ୍ରାମରେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ଗ୍ରାମର ରୟା ନାୟକଙ୍କ ଘରୁ  ୩  କିଲୋ ୧ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।

ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ମିଛ: କୁସୁମ ଟେଟେ

ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ମିଛ: କୁସୁମ ଟେଟେ

ଭୁବନେଶ୍ୱର, ୧୯।୩(ବ୍ୟୁରୋ): ୨୦୧୪ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କୁସୁମ ଟେଟେ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ସେ ତାଙ୍କର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

 ୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

ଭଦ୍ରକ ଅଫିସ,୧୯।୩: ଭଦ୍ରକ ଜିଲା ଜାତୀୟ ରାଜପଥ ରାଣୀତାଲ ନିକଟରୁ ମଙ୍ଗଳବାର ଏକ ମଦଭର୍ତ୍ତି  ବୋଲେରୋ ଜବତ କରାଯାଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା