ରାଜ୍ୟ | ବାଲେଶ୍ୱର

ଅସ୍ବାସ୍ଥ୍ୟକର ପରିବେଶରେ ରନ୍ଧା ଯାଉଛି ମଧ୍ୟାହ୍ନ ଭୋଜନ

ବଡ଼ସାହି,୧୯ା୨(ସ୍ବ.ପ୍ର.)-ବିଭିନ୍ନ ସମୟରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବା ପାଇଁ ସ୍କୁଲ ପରିସରଭୁକ୍ତ ଅଞ୍ଚଳକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିବା ସହ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ବୃଦ୍ଧି, ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ, ବିଦ୍ୟାର୍ଥୀଙ୍କୁ ମାଗଣାରେ ପୋଷାକ ବଣ୍ଟନ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଆଦି ସରକାର ଯୋଗାଇ ଦେଉଛନ୍ତି। ମାତ୍ର ରୋଷେଇ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି ନ ଥିବାରୁ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଥିବା ବିଭିନ୍ନ ସ୍କୁଲରେ ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ କାର୍ଯ୍ୟ ଚାଲୁଅଛି। ସରକାରଙ୍କ ପକ୍ଷରୁ ସମସ୍ତ ରୋଷେଇ ଘର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରି ନାହିଁ। ଏଭଳି ପରିସ୍ଥିତିରେ ଅଭିଭାବକମାନେ ବିମୁଖ ହୋଇ ବେସରକାରୀ ସ୍କୁଲରେ ପିଲାମାନଙ୍କୁ ପାଠ ପଢାଇବାକୁ ବାଧ୍ୟ ହେଉଛନ୍ତି।

ସର୍ବଶିକ୍ଷା ଅଭିଯାନ ଆନୁକୂଲ୍ୟରେ ବିଦ୍ୟାଳୟ କାନ୍ଥରେ ଲେଖା ଅଛି ସଭିଏଁ ପଢିବେ, ସଭିଏଁ ବଢିବେ।  ଏଭଳି ବାର୍ତ୍ତା କେବଳ ପ୍ରଚାର ପ୍ରସାରରେ ସୀମିତ ରହିଛି। ବଡ଼ସାହି ବ୍ଲକ ଅଧୀନରେ ଥିବା ୨୪୨ ପ୍ରାଥମିକ ସ୍କୁଲରେ ୧୮ହଜାର ୭୪୮ଛାତ୍ରୀଛାତ୍ର ଅଧ୍ୟୟନ କରିବା ସହ ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ସେଥିମଧ୍ୟରୁ ୧୬୪ସ୍କୁଲରେ ରୋଷେଇ ଘର ଥିବା ବେଳେ ୭୮ ସ୍କୁଲରେ ରୋଷେଇ ଘର ନାହିଁ। ଫଳରେ ଭଙ୍ଗା ଚାଳିଆ କିମ୍ବା ଖୋଲା ଆକାଶ ତଳେ ରୋଷେଇ କାର୍ଯ୍ୟ ଚାଲୁଅଛି। ବିଭିନ୍ନ ସମୟରେ ଭାତ ଓ ଡାଲିରେ ଝିଟିପିଟି, ଅସରପା, ବୁଢିଆଣୀ ଭଳି ବିଷାକ୍ତ ଜୀବ ରନ୍ଧା ଖାଦ୍ୟରୁ ବାହାରୁଥିବା ନଜିର ରହିଛି। ଏହି ଖାଦ୍ୟକୁ ଖାଇ କୋମଳମତି ଛାତ୍ରୀଛାତ୍ରମାନେ ରୋଗାକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବାର ଖବର ରହିଛି।  ରୋଷେଇ ଘର ନ ଥିବାରୁ ପାଚିକାମାନେ ବହୁ ହଇରାଣ ହରକତ ହେଉଛନ୍ତି। ଏପରି କି ରୋଷେଇ ପାଇଁ ସଂଗୃହୀତ ହୋଇ ରହୁଥିବା ଜାଳେଣି କାଠପତ୍ର ନିରାପଦରେ ରହିପାରୁନାହିଁ। ବଇଁଚା ପ୍ରାଥମିକ ବିଦ୍ୟାଳୟର ପାଚିକା କହନ୍ତି, ରୋଷେଇରେ ବ୍ୟବହୃତ ହେଉଥିବା ସାମଗ୍ରୀଗୁଡିକ ପ୍ରତିଦିନ ସ୍କୁଲ ଶ୍ରେଣୀଗୃହରେ ରଖିବାକୁ ପଡୁଛି। ଖୋଲା ଆକାଶ ତଳେ ରୋଷେଇ ହେଉଥିବାରୁ ପବନରେ ଧୂଳିବାଲି ଖାଦ୍ୟରେ ମିଶୁଛି। ଅଭିଭାବକ ପ୍ରଦୀପ ସିଂ ଓ ବୈଦ୍ୟନାଥ ସିଂ କହିଛନ୍ତି ଯେ, ଅସ୍ବାସ୍ଥ୍ୟକର ପରିବେଶରେ ରନ୍ଧାଯାଉଥିବା ମଧ୍ୟାହ୍ନ ଭୋଜନକୁ ଖାଉଥିବା ପିଲାମାନେ ବିଭିନ୍ନ ରୋଗରେ ପୀଡିିତ ହେଉଛନ୍ତି। ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେବାରୁ ବାଧ୍ୟ ହୋଇ ପିଲାମାନଙ୍କୁ ବେସରକାରୀ ସ୍କୁଲରେ ପାଠ ପଢାଉଛନ୍ତି। ନାମ ଗୋପନ ରଖି କିଛି ପ୍ରଧାନ ଶିକ୍ଷକ କହିଛନ୍ତି, ରୋଷେଇ ଘର ନ ଥିବାରୁ ଖାଦ୍ୟ ଖାଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ପ୍ରଧାନ ଶିକ୍ଷକ ଦଣ୍ଡିତ ହେଉଛନ୍ତି। ଘର ନିର୍ମାଣ କରିବାକୁ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ସ୍କୁଲରେ ରୋଷେଇ ଘର ନିର୍ମାଣ କରିବା ପାଇଁ କ୍ୟାବିନେଟରେ ମଞ୍ଜୁର ହୋଇଛି। ଏ ନେଇ ୨୦୧୭ ସେପ୍ଟେମ୍ବର ୬ରେ ରାଜ୍ୟ ସଚିବାଳୟରେ ମୁଖ୍ୟଶାସନ ସଚିବ ଅରବିନ୍ଦ ପାଢୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରକାରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଅନେକ ସ୍କୁଲରେ ଏପରି ପରିସ୍ଥିତି ଉପୁଜିବାରେ ଲାଗିଛି। ଏ ସମ୍ପର୍କରେ ବିଇଓ ଦେବବ୍ରତ ବାରିକ କହନ୍ତି, ରୋଷେଇ ଘର ନ ଥିବା ସ୍କୁଲଗୁଡିକର ଚିଠା ପ୍ରସ୍ତୁତ କରି ଜିଲା ପ୍ରଶାସନକୁ ଜଣାଯାଇଛି। ମାତ୍ର ଅଦ୍ୟାବଧି ଗୃହ ନିର୍ମାଣ ହୋଇପାରି ନାହିଁ। ବିଭାଗ ପକ୍ଷରୁ ଅନୁଦାନ ଆସିଲେ ତୁରନ୍ତ ରୋଷେଇଘର ନିର୍ମାଣ କରାଯିବ। 


All Right Reserved By

ରାଜ୍ୟ | ବାଲେଶ୍ୱର

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ସ୍ତ୍ରୀ ଗୁରୁତର

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ସ୍ତ୍ରୀ ଗୁରୁତର

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ବାଂଶପାଳ ବ୍ଲକ କାଞ୍ଜିପାଣି ନିକଟ ୪୯ନଂ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ବାଇକ୍‌କୁ ଏକ ଟ୍ରକ ଧକ୍କା ଦେବାରୁ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି।

ଓକିଲ ସଂଘ ନିର୍ବାଚନ: ୬ ପଦ ପାଇଁ ୧୩ ନାମାଙ୍କନପତ୍ର ଦାଖଲ

ଓକିଲ ସଂଘ ନିର୍ବାଚନ: ୬ ପଦ ପାଇଁ ୧୩ ନାମାଙ୍କନପତ୍ର ଦାଖଲ

ଅନୁଗୋଳ ଅଫିସ, ୧୯।୩: ଅନୁଗୋଳ କୋର୍ଟ କାର୍ଯ୍ୟାଳୟ ପରିସରରେ ଥିବା ନିର୍ବାଚନୀ କକ୍ଷରେ ଓକିଲ ସଂଘ ନିର୍ବାଚନ ପାଇଁ  ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି।  ୬ଟି ପଦ ପାଇଁ ମୋଟ ୧୩ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ଭୂପେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। 

ଜାତୀୟ ରାଜପଥରେ ଜଳିଗଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୧ ଛାତ୍ରୀଛାତ୍ର

ଜାତୀୟ ରାଜପଥରେ ଜଳିଗଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୧ ଛାତ୍ରୀଛାତ୍ର

ପାଟଣା,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ପାଟଣା-କରଞ୍ଜିଆ ରାସ୍ତାର ଧାନବେଣୀ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ଟାଟା ମ୍ୟାଜିକ୍‌ ଗାଡ଼ିରେ ନିଆଁ ଲାଗିଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରୁ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତିଯାଇଛନ୍ତି। 

କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଆହତ

କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଆହତ

କଟକ ଅଫିସ,୯।୩: ମାଲଗୋଦାମ ପୋଲିସ ସୋମବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ବାଇଁ ଓରଫ ମନୁଆଙ୍କୁ ଏନ୍‌କାଉଣ୍ଟର କରିଛି। ଏଥିରେ ମନୋଜଙ୍କ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ ଏସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନିକଟରୁ ୪ ବୋମା ଜବତ କରାଯାଇଛି।

ମାର୍ଚ୍ଚ ୨୧ରୁ ପୁରୀ ପୁସ୍ତକ ମେଳା

ମାର୍ଚ୍ଚ ୨୧ରୁ ପୁରୀ ପୁସ୍ତକ ମେଳା

ପୁରୀ ଅଫିସ,୧୯।୩: ସାମାଜିକ ଅନୁଷ୍ଠାନ ପ୍ରୟାସ ଆନୁକୂଲ୍ୟରେ ପୁରୀ ପୁସ୍ତକ ମେଳା ଆସନ୍ତା ମାର୍ଚ୍ଚ ୨୧ରୁ ଅନୁଷ୍ଠିତ ହେବ। ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। 

ହକ୍‌ ମାଗୁଛି ଓଡ଼ିଶା ପଥପ୍ରାନ୍ତ ସଭା, କେନ୍ଦ୍ର  ବିରୋଧରେ ବର୍ଷିଲେ ଛାତ୍ର ବିଜେଡି ନେତା

ହକ୍‌ ମାଗୁଛି ଓଡ଼ିଶା ପଥପ୍ରାନ୍ତ ସଭା, କେନ୍ଦ୍ର ବିରୋଧରେ ବର୍ଷିଲେ ଛାତ୍ର ବିଜେଡି ନେତା

ପରଜଙ୍ଗ,(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ୨ନଂ ଜୋନର ମୁକ୍ତାପସୀ ପଞ୍ଚାୟତର ମୁକ୍ତାପସୀ  ଛକ ନିକଟରେ ମଙ୍ଗଳବାର ପରଜଙ୍ଗ ବ୍ଲକ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ  ହକ୍‌ମାଗୁଛି ଓଡିଶା ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି।

ବିଜେଡିରୁ ବହିଷ୍କୃତ କୃଷ୍ଣଚନ୍ଦ୍ର ରାୟ, ପ୍ରସନ୍ନ ବରାଳ

ବିଜେଡିରୁ ବହିଷ୍କୃତ କୃଷ୍ଣଚନ୍ଦ୍ର ରାୟ, ପ୍ରସନ୍ନ ବରାଳ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣଚନ୍ଦ୍ର ରାୟ(ବାବୁ ସିଂହ) ଏବଂ ପ୍ରସନ୍ନ ବରାଳ(ବାବୁଲି)ଙ୍କୁ ମଙ୍ଗଳବାର ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଛନ୍ତି।

କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ

କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ

ବରଗଡ଼ ଅଫିସ୍‌,୧୯।୩: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସୋମବାର ବିଳମ୍ବିତ ରାତିରେ ପ୍ରକାଶ ପାଇଥିଲା କଂଗ୍ରେସ ପ୍ରାର୍ଥୀ ତାଳିକା। ଏହି ତାଲିକାରୁ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ନାମ ନ ଥିବାରୁ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ତାଳିକାରୁ ବାଦ୍‌ ଦେବା ପରେ ତାଙ୍କ ସମର୍ଥକମାନେ ବାଧ୍ୟ କରିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। 

ବିଜେଡି ଛାଡିଲେ ପ୍ରମୋଦ

ବିଜେଡି ଛାଡିଲେ ପ୍ରମୋଦ

ଭୁବନେଶ୍ୱର, ୧୯।୩(ବ୍ୟୁରୋ):  ସୁନ୍ଦରଗଡ଼ ନେତ୍ରୀ କୁସୁମ ଟେଟେଙ୍କ ସହ ଆଉ ଜଣେ ବିଜେଡି ନେତା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ସେ ହେଉଛନ୍ତି ପ୍ରମୋଦ ପଟ୍ଟନାୟକ। କଳାହାଣ୍ଡି ଜିଲା ବିଜେଡିର ସାଧାରଣ ସମ୍ପାଦକ ପଦରୁ ସେ ଇସ୍ତଫା ଦେଇଛନ୍ତି।  ପ୍ର

କେନ୍ଦୁଝରର  ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ:  ୨ ଗିରଫ

କେନ୍ଦୁଝରର ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ: ୨ ଗିରଫ

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଅଙ୍ଗିକଳା ଗ୍ରାମରେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ଗ୍ରାମର ରୟା ନାୟକଙ୍କ ଘରୁ  ୩  କିଲୋ ୧ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।

ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ମିଛ: କୁସୁମ ଟେଟେ

ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ମିଛ: କୁସୁମ ଟେଟେ

ଭୁବନେଶ୍ୱର, ୧୯।୩(ବ୍ୟୁରୋ): ୨୦୧୪ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କୁସୁମ ଟେଟେ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ସେ ତାଙ୍କର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

 ୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

ଭଦ୍ରକ ଅଫିସ,୧୯।୩: ଭଦ୍ରକ ଜିଲା ଜାତୀୟ ରାଜପଥ ରାଣୀତାଲ ନିକଟରୁ ମଙ୍ଗଳବାର ଏକ ମଦଭର୍ତ୍ତି  ବୋଲେରୋ ଜବତ କରାଯାଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା