ରାଜ୍ୟ | ଅନଗୁଳ-ଢେଙ୍କାନାଳ

ନାଲ୍‌କୋଠାରେ ଏଲ. ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ

ନାଲ୍‌କୋଠାରେ ଏଲ. ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ

ଅନୁଗୋଳ ଅଫିସ/ ବଅଁରପାଳ ୧୯।୨(ଡି.ଏନ.ଏ.)ଅନୁଗୋଳ ଜିଲା ନାଲ୍‌କୋଠାରେ ସୋମବାର ପୂର୍ବାହ୍ନରେ ଅତ୍ୟାଧୁନିକ ଏଲ.ଭି. ପ୍ରସାଦ ସେକେଣ୍ଡାରୀ ପ୍ଲସ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ ହୋଇଯାଇଛି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। 

ଏହି ଅବସରରେ ମନ୍ତ୍ରୀ କହିଲେ, ନାଲ୍‌କୋ ସିଏସ୍‌ଆର(କମ୍ପାନୀ ସାମାଜିକ ଦାୟିତ୍ୱବୋଧ) ପାଣ୍ଠିରୁ ଏହି ଚକ୍ଷୁ ଚିକିତ୍ସା କେନ୍ଦ୍ର ହୋଇଛି। ଏହା ଦ୍ୱାରା ସ୍ଥାନୀୟ ତଥା ବାହାର ଲୋକେ ଚିକିତ୍ସା ସୁବିଧା ପାଇପାରିବେ। ସେମାନଙ୍କ ଦୃଷ୍ଟିହୀନତା ଦୂର ହୋଇପାରିବ। ପ୍ରାଥମିକ ପର୍ଯ୍ୟାୟରେ ୩୦ ଶଯ୍ୟାରେ ଲୋକେ ସେବା ପାଇବେ। ପରେ ଶତାଧିକ ଲୋକଙ୍କୁ ପ୍ରତିଦିନ ଚିକିତ୍ସା ଯୋଗାଇ ଦିଆଯିବ। ୪ ଏକର ଜାଗାରେ ଏହି ଚିକିତ୍ସାଳୟ ପାଇଁ ୨୫ କୋଟି ଟଙ୍କା ବ୍ୟୟ କରାଯାଇଛି। ଏଲ.ଭି. ପ୍ରସାଦ ଚିକିତ୍ସାଳୟ ୪ଟି ରାଜ୍ୟରେ କାର୍ଯ୍ୟ କରୁଛି। ଏଥି ସହ ଏହା ଏକ ଦାତବ୍ୟ ସଂସ୍ଥା ବୋଲି ମନ୍ତ୍ରୀ ପ୍ରଧାନ କହିଥିଲେ। ସେ ଆହୁରି କହିଲେ ଯେ, ୨୦୧୫ରେ ନାଲ୍‌କୋ ଯେଉଁ ଚିନ୍ତାରେ ପଡିଥିଲା ତାହା ଏବେ ଦୂର ହୋଇଛି। ନାଲ୍‌କୋ ଚଳିତ ବର୍ଷ ୧୬ ଶହ କୋଟି ଟଙ୍କା ଲାଭ କରିଛି। ତେଣୁ ଠିକା ଶ୍ରମିକଙ୍କ ସମସ୍ୟା ଦୂର କରିବା ସହ କର୍ମଚାରୀଙ୍କ ୭ମ ବେତନ କମିଶନ ଲାଗୁ କରିବାକୁ ମଧ୍ୟ ନାଲକୋ ଅଧିକାରୀଙ୍କୁ ପ୍ରଧାନ କହିଥିଲେ। ଏହାଦ୍ୱାରା କର୍ମଚାରୀଙ୍କ ସମେତ କମ୍ପାନୀ ଓ ଦେଶର ବିକାଶ ହେବ। ଏଥିସହ ଭାରତ ସରକାରଙ୍କ ପକ୍ଷରୁ ହୋଇଥିବା ପ୍ରଧାନମନ୍ତ୍ରୀ ଶ୍ରମ ବୀମାରେ ଠିକା ଶ୍ରମିକଙ୍କୁ ଅନ୍ତର୍ଭୁକ୍ତ କରିବା, ନାଲ୍‌କୋ ସିପିପି ଓ ସ୍ମେଲଟର ପ୍ଲାଣ୍ଟକୁ ଯାତାୟାତ ପାଇଁ ଏକ ଓଭର ବ୍ରିଜ ନିର୍ମାଣ, ଗାଡ଼ରଖାଇ ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ନାଲକୋ ପ୍ଲାଣ୍ଟ ପାର୍ଶ୍ୱରେ ଥିବା ମୁଣ୍ଡା ହଟିଂବାସୀଙ୍କୁ ଥଇଥାନ କରାଯିବାକୁ ପ୍ରଧାନ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ କହିଥିଲେ। 

ନାଲ୍‌କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ(ସିଏମ୍‌ଡି) ତପନ କୁମାର ଚାନ୍ଦ ତାଙ୍କ ବକ୍ତବ୍ୟରେ କହିଲେ, ନାଲ୍‌କୋ ୨୦୧୯ରେ ସିଏସଆର୍‌ ପାଣ୍ଠି ପାଇଁ ୧୦୦ କୋଟି ଟଙ୍କା ବିନିଯୋଗ କରିବ। ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ନାଲ୍‌କୋ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଦେଶରେ ବିଦେଶୀ ମୁଦ୍ରା ଅର୍ଜନରେ ନାଲ୍‌କୋ ଦ୍ୱିତୀୟରେ ରହିଛି। ପ୍ଲାଣ୍ଟ କର୍ମଚାରୀଙ୍କ ନିରବଚ୍ଛିନ୍ନ ଚେଷ୍ଟା ଯୋଗୁ ଏହା ହୋଇପାରିଛି ବୋଲି ଚାନ୍ଦ କହିଥିଲେ। ଗତ ୩ ବର୍ଷରେ ନାଲ୍‌କୋ ଅନୁଗୋଳରେ ୭୫ କୋଟି ଟଙ୍କା ସିଏସଆର ପାଣ୍ଠିରେ ଖର୍ଚ୍ଚ କରିଥିବା ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ନାଲ୍‌କୋ ମାନବ ସମ୍ବଳ ମହାପ୍ରବନ୍ଧକ ଏସ.ଏନ୍‌. ସାହୁ, ସିପିପି ମହାପ୍ରନ୍ଧକ ଦେବବ୍ରତ ମହାପାତ୍ର, ସ୍ମେଲଟର ମହାପ୍ରବନ୍ଧକ ମନସା ମିଶ୍ର, କର୍ପୋରେଟ୍‌ର ଲୋକ ସମ୍ପର୍କ ଅଧିକାରୀ ଆଶୁତୋଷ ରଥ, ରାଜ୍ୟ ସଭା ପୂର୍ବତନ ସଦସ୍ୟ ରୁଦ୍ର ନାରାୟଣ ପାଣି, ନାଲ୍‌କୋ ମାନବ ସମ୍ବଳ ନିର୍ଦ୍ଦେଶକ ବି.କେ.ଠାକୁର, ଏଲ.ଭି. ପ୍ରସାଦ ଚକ୍ଷୁ ଚିକିସତ୍ାଳୟର ମୁଖ୍ୟ ତାରା ପ୍ରସାଦ ଦାସ, ନାଲକୋ ଇଡି ରାଜକିଶୋର ମିଶ୍ର, ବରିଷ୍ଠ ପ୍ରବନ୍ଧକ ରାଜାରାମ ମିଶ୍ର, ଜିଲା ଭାଜପା ସଭାପତି ଭାଗୀରଥି ପ୍ରଧାନ, ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସହ ନାଲ୍‌କୋ ଅଧିକାରୀ ଓ ଭାଜପା କର୍ମୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ପ୍ରଧାନ ବରିଷ୍ଠ ନାଗରିକଙ୍କ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ରାଷ୍ଟ୍ରୀୟ ବୈୟୋଶ୍ରୀ ଯୋଜନା ଜିଲାରେ ଆରମ୍ଭ କରିବା ସହ ୨ ଜଣ ବୃଦ୍ଧଙ୍କୁ ହୁଇଲ ଓ ୨ ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରିଥିଲେ। ପରେ ଶାନ୍ତିଲତା ବାରିକଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। 

All Right Reserved By

ରାଜ୍ୟ | ଅନଗୁଳ-ଢେଙ୍କାନାଳ

ଘୁଞ୍ଚିଲା ଜେଇଇ ଆଡ୍‌ଭାନ୍ସ ପରୀକ୍ଷା, ମେ’ ୧୯ ପରିବର୍ତ୍ତେ ୨୭ରେ ହେବ

ଘୁଞ୍ଚିଲା ଜେଇଇ ଆଡ୍‌ଭାନ୍ସ ପରୀକ୍ଷା, ମେ’ ୧୯ ପରିବର୍ତ୍ତେ ୨୭ରେ ହେବ

ଭୁବନେଶ୍ୱର,୧୯।୩(ବ୍ୟୁରୋ)- ସାଧାରଣ ନିର୍ବାଚନ ପାଇଁ ଜେଇଇ ଆଡ୍‌ଭାନ୍ସ ପରୀକ୍ଷା ଘୁଞ୍ଚାଯାଇଛି। ଆସନ୍ତା ମେ’ ୧୯ ପରିବର୍ତ୍ତେ ୨୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଦ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି), ରୁର୍‌କି ପକ୍ଷରୁ ଏହି ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

ଇସ୍ତଫା ଦେଲେ ଓୟୁଏଟି କୁଳପତି

ଇସ୍ତଫା ଦେଲେ ଓୟୁଏଟି କୁଳପତି

ଭୁବନେଶ୍ୱର,୧୯।୩(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) କୁଳପତି ପଦରୁ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଡାକ ଯୋଗେ ସେ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କ ପାଖକୁ ପଠାଇଥିବା ଜଣାପଡ଼ିଛି।

ଡାକ୍ତରଖାନା ପାଇଁ କାଳ ସାଜିଛି ତାଳଗଛ

ଡାକ୍ତରଖାନା ପାଇଁ କାଳ ସାଜିଛି ତାଳଗଛ

ବୀରମହାରାଜପୁର, ୧୯ା୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର-ସୋନପୁର ମୁଖ୍ୟରାସ୍ତାର ପଣ୍ଡାପାଲି ନିକଟ ରାସ୍ତାପାର୍ଶ୍ୱ ତାଳଗଛଗୁଡିକ ପଥଚାରୀମାନଙ୍କ ପାଇଁ ବିପଦ ପାଲଟିଛି। ବିଶେଷକରି ଏଠାରେ ଅବସ୍ଥିତ ଚକ୍ଷୁ ଚିକିତ୍ସାଳୟ ଫାଟକ ସମ୍ମୁଖ କେତୋଟି ତାଳଗଛ ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ଏଠାକୁ ଆସୁଥିବା ରୋଗୀ ତଥା ସର୍ବସାଧାରଣଙ୍କ ସକାଶେ ମରଣଯନ୍ତା ପାଲଟିଥିବା କୁହାଯାଉଛି।

ରୋଗାକ୍ରାନ୍ତ ରାମସିଂଙ୍କ ପାଇଁ ଗଛମୂଳ ଆଶ୍ରୟ ସ୍ଥଳ: ବେକରେ ୩ କିଲୋର ମାଂସ ପିଣ୍ଡୁଳା, ଗରିବୀ ସାଜିଛି ବାଧକ

ରୋଗାକ୍ରାନ୍ତ ରାମସିଂଙ୍କ ପାଇଁ ଗଛମୂଳ ଆଶ୍ରୟ ସ୍ଥଳ: ବେକରେ ୩ କିଲୋର ମାଂସ ପିଣ୍ଡୁଳା, ଗରିବୀ ସାଜିଛି ବାଧକ

ନୂଆପଡା ଅଫିସ/ବୋଡେନ,୧୯ା୩- ବର୍ତ୍ତମାନ ପରିପ୍ରେକ୍ଷୀରେ ଲୋକଙ୍କୁ ଜରୁରୀ ଚିକିତ୍ସା ସେବା ଯୋଗାଇଦେବାକୁ ବିଭିନ୍ନ ସରକାରୀ ଯୋଜନା ରହିଥିଲେ ମଧ୍ୟ ସେଗୁଡିକର ପରିଚାଲନାଗତ ତ୍ରୁଟି ଯୋଗୁ ବହୁ ଲୋକ ସେହି ସୁବିଧା ପାଇପାରୁନାହାନ୍ତି। ନୂଆପଡ଼ା ଜିଲା ବୋଡେନ ବ୍ଲକ ଅନ୍ତର୍ଗତ ଫର୍ସରା ଗ୍ରାମପଞ୍ଚାୟତ ସର୍ଗିଗୁଡା ଗାଁର ବୃଦ୍ଧ ରାମସିଂ ପଟେଲଙ୍କ ଅବସ୍ଥା ଦେଖିଲେ ଯେ କୌଣସି ଲୋକଙ୍କ ଆଖିରୁ ଦରଦି ଲୁହ ବୋହି ଆସିବ। 

ରୁପ୍ରାରେ ଭାଜପାର ବିଜୟ ସଂକଳ୍ପ ସମାବେଶ: ଯୋଗଦେଲେ ଦାମ,  ଶ୍ରୀତମ

ରୁପ୍ରାରେ ଭାଜପାର ବିଜୟ ସଂକଳ୍ପ ସମାବେଶ: ଯୋଗଦେଲେ ଦାମ, ଶ୍ରୀତମ

ସେରଗଡ,୧୯।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ରୁପ୍ରାଠାରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଭାଜପାରେ ନୂତନ ଭାବେ ଯୋଗଦାନ କରିଥିବା ଡ. ଦାମୋଦର ରାଉତ ଏବଂ ସିନେ ତାରକା ଶ୍ରୀତମ ଦାସ ଯୋଗଦେଇ ବିପୁଳ ପରିମାଣରେ ଭାଜପାକୁ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। 

ଅଭିନବ ଉପାୟରେ ସିପିଆଇର ଭୋଟ୍‌ ଭିକ୍ଷା

ଅଭିନବ ଉପାୟରେ ସିପିଆଇର ଭୋଟ୍‌ ଭିକ୍ଷା

ବୌଦ୍ଧ,୧୯।୩(ସ୍ବ.ପ୍ର): ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ଏପ୍ରିଲ ୧୮ ତାରିଖରେ ଭୋଟ ହେବ । ଏଥିପାଇଁ ମଙ୍ଗଳବାର ଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଭାଜପା ଓ କଂଗ୍ରେସ ଅଦ୍ୟାବଧି ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି । 

ଆତଙ୍କବାଦକୁ ସମର୍ଥନର ପ୍ରତିବାଦ, ଚୀନ୍‌ ଉତ୍ପାଦ ପୋଡିଲେ ବ୍ୟବସାୟୀ

ଆତଙ୍କବାଦକୁ ସମର୍ଥନର ପ୍ରତିବାଦ, ଚୀନ୍‌ ଉତ୍ପାଦ ପୋଡିଲେ ବ୍ୟବସାୟୀ

ଝାରସୁଗୁଡା ଅଫିସ,୧୯ା୩- ପୁଲୱାମା ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହାଫିଜ୍‌ ସଇଦ୍‌କୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣାରେ ଚୀନ୍‌ର ପ୍ରତିବନ୍ଧକକୁ ଦୃଢ ବିରୋଧ କରିଛି ଝାରସୁଗୁଡା ଚାମ୍ବର ଫଅ କମର୍ସ। ସେଥିପାଇଁ ମଙ୍ଗଳବାର ଝାରସୁଗୁଡା ଚାମ୍ବର ଅଫ୍‌ କମର୍ସର ସଦସ୍ୟମାନେ ଝଣ୍ଡାଛକ ଠାରେ ଚୀନ୍‌ ସାମଗ୍ରୀ ପୋଡି ପ୍ରତିବାଦ କରିଛନ୍ତି। 

ଦୋଳପର୍ବ ପାଇଁ ଦେବଗଡ ସହର ଚଳଚଞ୍ଚଳ: ୧୦ରୁ ଊର୍ଦ୍ଧ୍ୱ ରଙ୍ଗଦୋକାନରେ ଲାଗିଛି ଭିଡ଼

ଦୋଳପର୍ବ ପାଇଁ ଦେବଗଡ ସହର ଚଳଚଞ୍ଚଳ: ୧୦ରୁ ଊର୍ଦ୍ଧ୍ୱ ରଙ୍ଗଦୋକାନରେ ଲାଗିଛି ଭିଡ଼

ଦେବଗଡ, ୧୯।୩(ସ୍ବ.ପ୍ର.) -ଦୋଳପର୍ବ ପାଇଁ ଦେବଗଡ ସହର ତଥା ଆଖପାଖ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ସହରର ମଧ୍ୟସ୍ଥଳୀରେ ଥିବା ଡେଲିମାର୍କେଟ ଏବଂ ଆଖପାଖର ଅସ୍ଥାୟୀ ରଙ୍ଗ ଦୋକାନଗୁଡ଼ିକରେ ଭିଡ଼ ଲାଗିଛି। ବ୍ୟବସାୟୀମାନେ ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି। କେବଳ ଦେବଗଡ ସହରରେ ୧୦ରୁ ଊର୍ଦ୍ଧ୍ୱ ରଙ୍ଗ ଦୋକାନ ଖୋଲିଛି।

 ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼ : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼ : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ବିରିଡ଼ି/ବାଲିଆ,୧୯।୩(ଡି.ଏନ.ଏ.): ବିରିଡ଼ି ଥାନା ଅନ୍ତର୍ଗତ ୨୨ ମୌଜା ଉକୁନ୍ଦରା  ପଞ୍ଚାୟତର ସରପଞ୍ଚ ତଥା ବିରିଡ଼ି ବ୍ଲକ ଜୋନ-୨ର କଂଗ୍ରେସ ସଭାପତି ଚନ୍ଦ୍ରଶେଖର ଦାଶଙ୍କ ଘରକୁ ଗତ ଫେବୃୟାରୀ ୨୨ ତାରିଖ ସନ୍ଧ୍ୟାରେ ଦୁର୍ବୃତ୍ତମାନେ ବୋମା ଓ ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ଅଦ୍ୟାବଧି ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ।

‘ସମୟାନୁବର୍ତ୍ତିତା ଦେଇଛି ଜୀବିକା ’: ୬ ମାସ ଚାଷ, ୪ ମାସ ଲସି ବେପାର

‘ସମୟାନୁବର୍ତ୍ତିତା ଦେଇଛି ଜୀବିକା ’: ୬ ମାସ ଚାଷ, ୪ ମାସ ଲସି ବେପାର

ଭଦ୍ରକ ଅଫିସ, ୧୯।୩- ସମୟର ସଦୁପଯୋଗ କଲେ କାହା ପେଟ ଅପୋଷା ରହିବ ନାହିଁ ା ଏକଥା କହିଛନ୍ତି  ଅନନ୍ତ କୁଅଁର(୫୦)। ପେଶାରେ ସେ ଜଣେ ଚାଷୀ। ଘର ତିହିଡି ବ୍ଳକ ବୁଡଙ୍ଗ ଗାଁରେ। ବର୍ଷା ଦିନେ ବିଲରେ ହଳ କରି ଚାଷ କରି ଫସଲ ଉତ୍ପାଦନ କରିଥାନ୍ତି। ଗାଁରେ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଖରାଦିନ ଆସିଲେ କୌଣସି ଫସଲ କରି ପାରି ନ ଥାନ୍ତି।  

ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ  ଛାତ୍ର ଅଶାନ୍ତି: ୨୪ ଘଣ୍ଟା ମଧ୍ୟରେ କୁଳସଚିବଙ୍କ ବଦଳି ଦାବି, ଥାନାରେ ଅଭିଯୋଗ

ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି: ୨୪ ଘଣ୍ଟା ମଧ୍ୟରେ କୁଳସଚିବଙ୍କ ବଦଳି ଦାବି, ଥାନାରେ ଅଭିଯୋଗ

ବାରିପଦା ଅଫିସ,୧୯।୩- ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ ମଙ୍ଗଳବାର ଛାତ୍ର ଅଶାନ୍ତି ଦେଖା ଦେଇଛି। କୁଳସଚିବ ପ୍ରମୋଦ କୁମାର ଶତପଥୀ ଛାତ୍ରୀଛାତ୍ରଙ୍କୁ ଦୁର୍ବ୍ୟବାର କରିବା ଅଭିଯୋଗ ହୋଇଛି। ଛାତ୍ରୀଛାତ୍ରମାନେ ଘଟଣା ସମ୍ପର୍କରେ କୁଳପତି ପ୍ରଦୀପ କୁମାର ଚାନ୍ଦଙ୍କୁ ଅବଗତ କରାଇବା ସହିତ ୨୪ ଘଣ୍ଟା ମଧ୍ୟରେ କୁଳସଚିବଙ୍କ ବଳଦି ଦାବି କରିଛନ୍ତି। 

ପଞ୍ଚଲିଙ୍ଗେଶ୍ୱର ପୀଠରେ ଯୁବକଙ୍କୁ ହତ୍ୟା ଘଟଣା:  ଅଭିଯୁକ୍ତ ଗିରଫ

ପଞ୍ଚଲିଙ୍ଗେଶ୍ୱର ପୀଠରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

ସଜନାଗଡ଼, ୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଗତ ଫେବୃୟାରୀ ୮ତାରିଖରେ ଜଣେ ଅଜଣା ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ଦେଢ଼ମାସ ପରେ ନୀଳଗିରି ପୋଲିସ୍‌ ହତ୍ୟାକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା