ରାଜ୍ୟ | ଅନଗୁଳ-ଢେଙ୍କାନାଳ

୧୨ ବର୍ଷ ହେଲା ପଡ଼ିରହିଛି ମୋରମ

୧୨ ବର୍ଷ ହେଲା ପଡ଼ିରହିଛି ମୋରମ

ଭାପୁର, ୧୯।୨(ଡି.ଏନ.ଏ.)ରାସ୍ତା ତିଆରି ହେବ। ଲୋକ ସୁବିଧାରେ ଯାତାୟାତ କରିବେ। ଏଥିପାଇଁ ଦୀର୍ଘ ୧୨ବର୍ଷ ହେଲା ଗଦା ହୋଇଛି ମୋରମ। ହେଲେ ନା ତିଆରି ହେଉଛି ରାସ୍ତା, ନା ଘୁଞ୍ଚୁଛି ଲୋକଙ୍କ ଦୁଃଖ। ଶୋଚନୀୟ ହୋଇପଡ଼ିଥିବା ରାସ୍ତା ଅଞ୍ଚଳର ପ୍ରଗତିରେ ପ୍ରତିବନ୍ଧକ ପାଲଟିଥିବାବେଳେ ଓଡ଼ାପଡ଼ା ବ୍ଲକ କଳାଙ୍ଗ ପଞ୍ଚାୟତ ଅଧୀନ କରଡ଼ାମଡ଼ା ଗ୍ରାମବାସୀ ଏପରି ଦୁର୍ଦ୍ଦଶା ପାଇଁ କେବଳ ଭାଗ୍ୟକୁ ନିନ୍ଦୁଛନ୍ତି। 

ଭୌଗୋଳିକ ସୀମାରେଖା ହିଁ କରଡ଼ାମଡ଼ା  ରାଜସ୍ବ ଗ୍ରାମର ପ୍ରଗତିରେ କଣ୍ଟା ସାଜିଛି। ୬୦୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମର  ୭୦% ଭାପୁର ପଞ୍ଚାୟତ ଅଧୀନରେ ଆସୁଛି। ଅବଶିଷ୍ଟ ରହିଛି ଓଡ଼ାପଡ଼ା ବ୍ଲକ କଳାଙ୍ଗ ପଞ୍ଚାୟତରେ। ସେହିପରି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟ ଭିନ୍ନ ଭିନ୍ନ। ତେଣୁ ଏହାର ବିକାଶ ଆଖିଦୃଶିଆ ହୋଇପାରୁନାହିଁ। ବିଶେଷ କରି ଅଞ୍ଚଳବାସୀଙ୍କ ଯାତାୟାତର ପ୍ରମୁଖ ମାଧ୍ୟମ ଗ୍ରାମ୍ୟରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଭାପୁରଠାରୁ ୮ କିମି ଦୂରତାରେ ଅବସ୍ଥିତ ଉକ୍ତ ଗ୍ରାମର ୬କିମି ମାଟି ରାସ୍ତା। ସଦର ତହସିଲ ଅଧୀନ ଭାଲୁଗାଡ଼ ମେଟାଲ ଖଣିରୁ ପଥର ପରିବହନ ଲାଗି ଏହା ବ୍ୟବହୃତ ହେଉଛି। ଭାରିଯାନ ଚଳାଚଳ ହେଉଥିବାରୁ ବିପଦସଙ୍କୁଳ ଉକ୍ତ ରାସ୍ତାରେ ସାଧାରଣ ଲୋକେ ଯାତାୟାତ କରୁନାହାନ୍ତି। ଓଡ଼ାପଡ଼ା ବ୍ଲକ ଦୀନବନ୍ଧୁପୁରଠାରୁ କରଡ଼ାମଡ଼ାକୁ ସଂଯୋଗ କରୁଥିବା ୨କିମି ମାଟି ରାସ୍ତା ଅଞ୍ଚଳବାସୀଙ୍କ ଗମନାଗମନର ପ୍ରମୁଖ ମାଧ୍ୟମ। ହେଲେ ଏହି ରାସ୍ତାରେ ପ୍ରଶାସନ କେବେ ମାଟି ମୁଠାଏ ପକାଇ ନ ଥିବା ଅଭିଯୋଗ ହୁଏ। 

ଗ୍ରାମବାସୀ ସ୍ବାସ୍ଥ୍ୟ ସୁବିଧା, ରାଶନ ସାମଗ୍ରୀ, ଭତ୍ତା ପାଇଁ ଭାପୁର ପଞ୍ଚାୟତ ଉପରେ ନିର୍ଭରଶୀଳ। ଏଥିପାଇଁ ସେମାନଙ୍କୁ  ଦୀନବନ୍ଧୁପୁର-ଘଟିପିରି ଦେଇ ଅଧିକ ୫ କିମି ଅତିକ୍ରମ କରିବାକୁ ପଡ଼ିଥାଏ। ବର୍ଷାଦିନ ଆସିଲେ ଲୋକଙ୍କ ସମସ୍ୟା ସୀମା ଟପିଯାଏ। ଠପ୍‌ ହୋଇଯାଏ ଯାତାୟାତ। ଆମ୍ବୁଲାନ୍ସ, ଦମକଳ ଭଳି ଜରୁରିକାଳୀନ ସେବା ଅପହଞ୍ଚ ହୋଇଯାଏ। ୨୦୦୬ରେ ପଞ୍ଚାୟତ ପକ୍ଷରୁ ରାସ୍ତା ମରାମତି ଲାଗି ଯୋଜନା କରାଯାଇଥିଲା। ହେଲେ କେତେଜଣ ଲୋକଙ୍କ ବିରୋଧରୁ କାମ ହୋଇପାରିଲା ନାହିଁ। ସେହିଦିନଠାରୁ ରାସ୍ତାକାମ ଲାଗି ଆସିଥିବା ମୋରମ ଗଦା ହୋଇରହିଛି। ଏଥିଲାଗି ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରାଶାସନିକ ଅବହେଳାକୁ ଦାୟୀ କରିଛନ୍ତି ଲୋକେ।

 ଏ ନେଇ ସରପଞ୍ଚ ବାସନ୍ତୀ ଭୋଇ କୁହନ୍ତି, ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଅବଗତ କରାଯାଇଛି। ଅକ୍ଟୋବରରେ ହୋଇଥିବା ପଲ୍ଲିସଭାରେ ରାସ୍ତାକୁ  ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି। ବିଡିଓ ଉତ୍କଳ ଆଚାର୍ଯ୍ୟ କୁହନ୍ତି,  ଏ ନେଇ ସେ ଅବଗତ ନାହାନ୍ତି। ନିର୍ବାଚନ ପରେ ରାସ୍ତାକୁ ସ୍ବତନ୍ତ୍ର ଯୋଜନାରେ ସାମିଲ କରାଯାଇ ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନିଆଯିବ। 

All Right Reserved By

ରାଜ୍ୟ | ଅନଗୁଳ-ଢେଙ୍କାନାଳ

ଆସ୍କା ବିଧାନସଭା ଆସନ ଝୁଲାଇ ରଖିଲା ଭାଜପା

ଆସ୍କା ବିଧାନସଭା ଆସନ ଝୁଲାଇ ରଖିଲା ଭାଜପା

ଭୁବନେଶ୍ୱର,୨୨।୩:  ଭାଜପା ପକ୍ଷରୁ ଗୁରୁବାର ଓଡ଼ିଶା ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ୯୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ତେବେ ଏହି ତାଲିକାରେ ଆସ୍କା ଆସନ ବାଦ୍‌ ପଡ଼ିଛି।

ପ୍ରକାଶ ପାଇଲା  ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ପ୍ରକାଶ ପାଇଲା ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ନୂଆଦିଲ୍ଲୀ/ଭୁବନେଶ୍ୱର୨୧/୩(ବ୍ୟୁରୋ): ଗୁରୁବାର ଭାଜପା ପକ୍ଷରୁ ଓଡ଼ିଶା ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।

ପ୍ରକାଶ ପାଇଲା ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଓଡ଼ିଶାରୁ ୧୦

ପ୍ରକାଶ ପାଇଲା ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଓଡ଼ିଶାରୁ ୧୦

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୧।୩(ଡି.ଏନ୍‌.ଏ.): ୨୦୧୯ ଲୋକ ସଭା ନିର୍ବାଚନ ଲାଗି ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଗୁରୁବାର ପ୍ରକାଶ ପାଇଛି। 

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭୁବନ ୨୧।୩(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରବାଳକାନ୍ତି ସାହୁ ଗୁରୁବାର ଭାଜପାରେ ଯୋଗଦେଇଛନ୍ତ। ଜିଲା ଉପସଭାପତି ଶତ୍ରୁଘ୍ନ ଜେନାଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

କଟକ ଅଫିସ,୨୧।୩: କଟକ ଜିଲା ଜଗତପୁର ଅଞ୍ଚଳରେ ୫ ବର୍ଷର ଜଣେ ନାବାଳିକାକୁ ବୁଧବାର ବଳାତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣାରେ ୪୦ ବର୍ଷର ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। 

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ଝାରସୁଗୁଡା,୨୧।୩: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳର ମଣ୍ଡଳିଆସ୍ଥିତ ଏକ ଜଳାଶୟ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି  ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। 

ସ୍ବାମୀଙ୍କ ଚିକିତ୍ସା ପାଇଁ ୩ ବର୍ଷର ଝିଅକୁ ବିକିଲେ ମା’

ସ୍ବାମୀଙ୍କ ଚିକିତ୍ସା ପାଇଁ ୩ ବର୍ଷର ଝିଅକୁ ବିକିଲେ ମା’

ଭୁବନେଶ୍ୱର,୨୧।୩(ବ୍ୟୁରୋ): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଗୁରୁବାର ସକାଳେ ଭିଡ଼ ଦେଖିବାକୁ ମିଳିଛି। ନୟାଗଡ଼ର ଜଣେ ମହିଳା ତାଙ୍କ ୩ ବର୍ଷର ଝିଅକୁ ଅନ୍ୟ ଜଣଙ୍କୁ ବିକୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଛନ୍ତି। 

ବିଜେଡି ଛାଡ଼ିଲେ ବାସନ୍ତୀ

ବିଜେଡି ଛାଡ଼ିଲେ ବାସନ୍ତୀ

ଭୁବନେଶ୍ୱର,୨୧।୩(ବ୍ୟୁରୋ):  ଗଜପତି ଜିଲା ମୋହନା ବିଧାୟିକା ବାସନ୍ତି ମଲ୍ଲିକ ଗୁରୁବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ। ଏଯାବତ୍‌ ୩ ଏମ୍‌ପି ଏବଂ ୫ ବିଧାୟକ ବିଜେଡି ଛାଡ଼ିଥିବା ଜଣାପଡ଼ିଛି। 

ଝୁଲଣ ମଣ୍ଡପରେ ଝୁଲିରେ ରାଧାକୃଷ୍ଣ, ଶୁଣିଲେ ନୂଆ ପାଞ୍ଜି

ଝୁଲଣ ମଣ୍ଡପରେ ଝୁଲିରେ ରାଧାକୃଷ୍ଣ, ଶୁଣିଲେ ନୂଆ ପାଞ୍ଜି

କାକଟପୁର,୨୧।୩(ଡି.ଏନ୍‌.ଏ.): ଫଗୁଦଶମୀଠାରୁ ଗାଁ ଗାଁ ବୁଲି ଚାଚେରୀ ଭୋଗ ଖାଇଥିବା ପ୍ରଭୁ ରାଧାକୃଷ୍ଣ ଗୁରୁବାର ଅପରାହ୍ନରେ ସ୍ବମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିର ପାଖରେ ଥିବା ଝୁଲଣ ମଣ୍ଡପ, ଦୋଳବେଦିରେ ସଜିତ ବିମାନରେ ରାଧାକୃଷ୍ଣଙ୍କୁ ଝୁଲାଇ ଦିଆଯାଇଛି।

ଭାଜପାରେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ

ଭାଜପାରେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ

ଭୁବନେଶ୍ୱର, ୨୧।୩(ବ୍ୟୁରୋ): ଭାଜପାରେ ଯୋଗଦେଲେ ବିଜେଡି ଏମ୍‌ପି ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ। ଗୁରୁବାର ଭାଜପା କାର୍ଯ୍ୟାଳୟରେ ଆୟୋଜିତ  ମିଶ୍ରଣ ପର୍ବରେ ସେ ସାମିଲ ହୋଇଛନ୍ତି।  

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବଲାଙ୍ଗୀର ଅଫିସ,୨୧।୩ : ବଲାଙ୍ଗୀର ମାଲଗୋଦାମପଡ଼ାରୁ ଚାଲାଣ ହେଉଥିବା ବିପୁଳ ପରିମାଣର ବେଆଇନ କଫ୍‌ ସିରପ୍‌କୁ ଗୁରୁବାର ବଲାଙ୍ଗୀର ପୋଲିସ ଜବତ କରିବା ସହ ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି।

ହାତ ଧରିବେ ପ୍ରତ୍ୟୁଷା

ହାତ ଧରିବେ ପ୍ରତ୍ୟୁଷା

ଭୁବନେଶ୍ୱର,୨୧।୩(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନକୁ ନେଇ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଜଣଙ୍କ ପରେ ଜଣେ ନେତା ଦଳବଦଳ ନୀତି ଆପଣାଉଛନ୍ତି। ବିଶେଷକରି ରାଜ୍ୟର ପ୍ରମୁଖ ଦଳ ବିଜେଡିରୁ ଅଧିକାଂଶ ନେତା ଦଳ ଛାଡ଼ି ଭାଜପା ଓ କଂଗ୍ରେସ ମୁହାଁ ହେଉଛନ୍ତି। ଏହି କ୍ରମରେ ବୁଧବାର ବିଜେଡି ଛାଡ଼ିଥିଲେ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ସେ ଏବେ କଂଗ୍ରେସରେ ଯୋଗଦେବେ ବୋଲି ଜଣାପଡ଼ିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଏହା ସ୍ପଷ୍ଟ କରିଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା