ରାଜ୍ୟ | ବ୍ରହ୍ମପୁର

ପ୍ରାକୃତିକ ବିପର୍ଯ୍ୟୟରେ ସହାୟକ ହେବ ହାମ୍‌ ରେଡିଓ

ପ୍ରାକୃତିକ ବିପର୍ଯ୍ୟୟରେ ସହାୟକ ହେବ ହାମ୍‌ ରେଡିଓ

ବ୍ରହ୍ମପୁର ଅଫିସ୍‌,୧୯ା୨-ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ଲ୍ୟାଣ୍ଡ ଫୋନ୍‌ କାମ କରେ ନାହିଁ, ମୋବାଇଲ୍‌ ଫୋନ୍‌ ଅଚଳ ହୋଇଥାଏ ସେତେବେଳେ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ହୁଏ ରେଡିଓ ଫ୍ରିକ୍ୟୁଏନ୍ସି। ହାମ୍‌ ରେଡିଓ ଏମିତି ଏକ ବେତାର ଜ୍ଞାନ କୌଶଳ, ଯାହା ଦ୍ୱାରା ରେଡ଼ିଓ ଫ୍ରିକ୍ୟୁଏନ୍ସି ମାଧ୍ୟମରେ ଅନ୍ୟମାନଙ୍କ ସହ ଯୋଗାଯୋଗ କରାଯାଇ ପାରିଥାଏ। ରେଡିଓ ଫ୍ରିକ୍ୟୁଏନ୍ସିକୁ ବ୍ୟବହାର କରି, ହାମ୍‌ ରେଡିଓ ଜରିଆରେ ଯୋଗାଯୋଗର ଏହି କୌଶଳ, ବିଦେଶରେ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ସୂଚନା ଏବଂ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ବହୁଳ ଭାବେ ବ୍ୟବହାର ହୋଇଥାଏ। ବର୍ତ୍ତମାନ ଓଡ଼ିଶାରେ ମଧ୍ୟ ଏହାର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କ ମଧ୍ୟରେ ହାମ୍‌ ରେଡିଓ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଏବଂ ବ୍ୟବହାର ପ୍ରତି ଆଗ୍ରହ ବଢ଼ାଇବା ଦିଗରେ କାର୍ଯ୍ୟ କରୁଛି ଆମେଚର ରେଡିଓ ସୋସାଇଟି ଅଫ୍‌ ଓଡ଼ିଶା। ଚିଲିକା ଦ୍ୱୀପରେ ଦୁଇଦିନିଆ ଅଭ୍ୟାସ ଶିବିର ଶନିବାର ଓ ରବିବାର ଆୟୋଜନ ସହ ସାଧାରଣ ଲୋକଙ୍କୁ ହାମ୍‌ ରେଡିଓର ବ୍ୟବହାର ସମ୍ପର୍କରେ ସଚେତନ କରାଯାଇଥିଲା।


*  କେମିତି ସାହାଯ୍ୟ କରେ ହାମ୍‌ ରେଡିଓ

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ଲ୍ୟାଣ୍ଡଲାଇନ୍‌ ଏବଂ ମୋବାଇଲ୍‌ ଫୋନ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥାଏ ସେତେବେଳେ କେବଳ ରେଡିିଓ ଫ୍ରିକ୍ୟୁଏନ୍ସି ହିଁ ଥାଏ। ଫଳରେ ହାମ୍‌ ରେଡିଓ ସାହାଯ୍ୟରେ ଜଣେ ସାଧାରଣ ନାଗରିକ ସରକାର କିମ୍ବା ଉଦ୍ଧାର କାର୍ଯ୍ୟରେ ବ୍ୟବହାର ଦଳ ସହ ଯୋଗାଯୋଗ କରିପାରିବେ । ଅନେକ ସମୟରେ ସରକାରଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ବିଭିନ୍ନ ସରକାରୀ ବିଭାଗଗୁଡ଼ିକ ପରସ୍ପର ଭିତରେ ସୂଚନାର ଆଦାନ ପ୍ରଦାନ ପାଇଁ ହାମ୍‌ ରେଡିଓକୁ ବ୍ୟବହାର କରିଥାନ୍ତି।

*  ଚିଲିକା ଦ୍ୱୀପରେ ଅଭ୍ୟାସ

ଆମେଚର ରେଡିଓ ସୋସାଇଟି ଅଫ୍‌ ଓଡ଼ିଶା ତରଫରୁ ଦୁଇ ଦିନିଆ ଅଭ୍ୟାସ ଶିବିର ଶନିବାର ଏବଂ ରବିବାର ଅନୁଷ୍ଠିତ ହୋଇଥିଲା। ଚିଲିକାର ମିର୍ଜାପୁର ପାଖ ଦ୍ୱୀପରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ହାମ୍‌ ରେଡିଓ କୌଶଳ ପ୍ରଦର୍ଶନ ସହ ଆପତ୍‌କାଳୀନ ଓ ପ୍ରାକୃତିକ ବିପର୍ଯ୍ୟୟ ସମରେ ଯୋଗାଯୋଗ କିପରି ସ୍ଥାପନ ହୋଇପାରିବ, ସେନେଇ ଅଭ୍ୟାସ କରାଯାଇଥିଲା । ଏହି ଶିବିରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୮ଜଣ ଲାଇସେନ୍ସପ୍ରାପ୍ତ ରେଡିଓ ଅପରେଟର୍‌ ଭାଗ ନେଇଥିଲେ। ଶନିବାର ସକାଳ ୭ଟାରୁ ରବିବାର ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ଅଭ୍ୟାସ ଚାଲିଥିଲା । ହେଲେ ରବିବାର ସାଧାରଣ ଲୋକମାନଙ୍କୁ ହାମ୍‌ ରେଡିିଓ ସମ୍ପର୍କରେ ସଚେତନ କରାଯାଇଥିଲା। ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏଭଳି କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାରଙ୍କ ଓ୍ବେୟାରଲେସ୍‌ ପ୍ଲାନିଂ ଆଣ୍ଡ କୋଅର୍ଡିନେଶନ୍‌ ୱିଙ୍ଗ୍‌(ଡବ୍ଲୁପିସି) ଅନୁମୋଦନ କରିଥିଲା । ଏହି ଅଭ୍ୟାସ ସଫଳ ହୋଇଥିବା କୁହାଯାଇଛି । ଦୁଇ ଦିନର ରହଣି ବେଳେ ହାମ୍‌ ରେଡ଼ିଓକୁ ଚଳାଇବା ପାଇଁ ସୌର ଶକ୍ତିର ବ୍ୟବହାର ହୋଇଥିବା ବେଳେ ବାଉଁଶରେ ଆଣ୍ଟେନା କରାଯାଇଥିଲା ବୋଲି ସଦସ୍ୟ ଗୁରୁଦତ୍ତ ପଣ୍ଡା ପ୍ରକାଶ କରିଛନ୍ତି। ଗୁରୁଦତ୍ତଙ୍କ ସହ ଏହି ଅଭ୍ୟାସରେ ଅନ୍ୟ ଅପରେଟର୍‌ ଯଥା ପ୍ରୀତିରଞ୍ଜନ ମେକାପ୍‌, ସମୀର ରଞ୍ଜନ ପଣ୍ଡା, ଉମାକାନ୍ତ ସ୍ବାଇଁ, ଚନ୍ଦ୍ରଶେଖର ପଟ୍ଟନାୟକ, ସୁନିଲ ବିଶ୍ୱାଳ, ତୁଷାରକାନ୍ତି ମିଶ୍ର ଏବଂ ରାଜେଶ କୁମାର ପ୍ରମୁଖ ଭାଗ ନେଇଥିଲେ ।

*  ୧୩୦ଅପରେଟର୍‌ଙ୍କ ସହ ଯୋଗାଯୋଗ

ଅଭ୍ୟାସ ବେଳେ ଦେଶ ବିଦେଶର ପ୍ରାୟ ୧୩୦ ଅପରେଟର୍‌ଙ୍କ ସହ ଯୋଗାଯୋଗ କରାଯାଇଥିଲା । ଏଥିରେ ୯୦ଜଣ ଭାରତର ହୋଇଥିବା ବେଳେ ଅନ୍ୟମାନେ ଡେନମାର୍କ, ରୁଷିଆ, ଇଣ୍ଡୋନେସିଆ, ଥାଇଲାଣ୍ଡ ଏବଂ ଅଷ୍ଟ୍ରେଲିଆର ଥିଲେ। ରବିବାର ପାକିସ୍ତାନ ବ୍ୟତୀତ ଅନ୍ୟାନ୍ୟ ପଡୋଶୀ ଦେଶଗୁଡ଼ିକର ଅପରେଟର୍‌ଙ୍କ ସହ ଯୋଗାଯୋଗ କରାଯାଇଥିଲା।

* ତିତ୍‌ଲିରେ ହୋଇଥିଲା ସହାୟକ

ତିତ୍‌ଲି ବାତ୍ୟା ବେଳେ ହାମ୍‌ ରେଡିଓ ଉଦ୍ଧାର କାର୍ଯ୍ୟରେ ସହାୟକ ହୋଇଥିଲା। ଓଡ୍ରାଫ୍‌ ତରଫରୁ ହାମ୍‌ ରେଡିଓକୁ ବ୍ୟବହାର କରାଯାଇଥିଲା। ବାତ୍ୟା ଯୋଗୁ ସମସ୍ତ ପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ରେଡିଓ ଫ୍ରିକ୍ୟୁଏନ୍ସି ଜରିଆରେ ଯୋଗାଯୋଗ ସମ୍ଭବ ହୋଇପାରିଥିଲା।  ବର୍ତ୍ତମାନ ଓଡ୍ରାଫ୍‌ ଟିମ୍‌ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହାମ୍‌ ରେଡିଓକୁ ବହୁଳ ଭାବେ ବ୍ୟବହାର କରୁଛି।

All Right Reserved By

ରାଜ୍ୟ | ବ୍ରହ୍ମପୁର

ଅଜଣା ଗାଡ଼ି ଧକ୍କାରେ ୧ ମୃତ, ୧ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ୧ ମୃତ, ୧ ଗୁରୁତର

ଖୋର୍ଦ୍ଧା ଅଫିସ,୨୩।୩: ଖୋର୍ଦ୍ଧା ଜିଲା ସଦର ଥାନା ଅନ୍ତର୍ଗତ କଲିକତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥର ଦଳେଇପୁଟ ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ତେନ୍ତୁଳିମୂଳ ଗାଁରେ ରାଜନୈତିକ ସଂଘର୍ଷ: ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଗୁରୁତର

ତେନ୍ତୁଳିମୂଳ ଗାଁରେ ରାଜନୈତିକ ସଂଘର୍ଷ: ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଗୁରୁତର

ଖୋର୍ଦ୍ଧା ଅଫିସ,୨୩।୩: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ତେନ୍ତୁଳିମୂଳ (ମଶାଣିଆ ନୂଆସାହି) ଗାଁରେ ଶୁକ୍ରବାର ସନ୍ଧ୍ୟାରେ ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଆହତ ହୋଇଛନ୍ତି। 

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

କୋଣାର୍କ,୨୩।୩ (ଡି.ଏନ୍‌.ଏ.): କୋଣାର୍କ-ପୁରୀ ବେଳାଭୂମି ମାର୍ଗ ରାସ୍ତାର ସାହୁ ଖଣତା ନିକଟରେ ଶନିବାର ପୂର୍ବାହ୍ନ ୧୦ଟାରେ ମାରୁତି କାର ସହ ୟାମାହା ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। 

ଭବାନୀ ଶଙ୍କର ନାୟକ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ

ଭବାନୀ ଶଙ୍କର ନାୟକ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ

ପାଟଣା,୨୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ଦଳୀୟ ପ୍ରାର୍ଥୀ ଭାବେ ଭବାନୀ ଶଙ୍କର ନାୟକଙ୍କ ନାମ ଘୋଷଣା କରାଯାଇଛି।

ବିଦେଶୀ ମଦ ଜବତ: ଜଣେ ଗିରଫ

ବିଦେଶୀ ମଦ ଜବତ: ଜଣେ ଗିରଫ

ଭଦ୍ରକ ଅଫିସ, ୨୩।୩:  ଭଦ୍ରକ ସଦର  ଅବକାରୀ ଟିମ ଶନିବାର ଚଢ଼ାଉ କରି ରାଣୀତାଲ ଅନ୍ତର୍ଗତ ଚୁଡ଼ଙ୍ଗପୁର ନିକଟରୁ ବ୍ୟାପକ ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ ଅଫିସ,୨୩।୩: ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ଷ୍ଟେସନ ଅଧୀକ୍ଷକଙ୍କ ଏତାଲା କ୍ରମେ ଶନିବାର  ଜିଆର୍‌ପି ଓ ଆର୍‌ପିଏଫ୍‌ରେ ଆପରାଧିକ ମାମଲା ରୁଜୁ ହୋଇଛି। ଅଧୀକ୍ଷକ ସୋରେନ କୁମାର ନସ୍କରଙ୍କ ଅଭିଯୋଗ ଅନୁଯାୟୀ ଅଗ୍ନିକାଣ୍ଡ ଫଛରେଥିବା କାରଣର ସତ୍ୟାସତ୍ୟ  ଉନ୍ମୋଚନ କରାଯାଉ ବୋଲି ଏତାଲାରେ ଦର୍ଶାଇଛନ୍ତି। 

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ଭୁବନେଶ୍ୱର,୨୩।୩(ବ୍ୟୁରୋ): ନିକଟରେ ବିଜେଡି ଛାଡ଼ିଥିବା କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଶନିବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ବିଧାୟକ ଦଳ ନେତା କେ.ଭି. ସିଂ ଦେଓଙ୍କ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ଯୋଗ ଦେଇଛନ୍ତି। 

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ଭୁବନେଶ୍ୱର,୨୩।୩(ବ୍ୟୁରୋ): କଂଗ୍ରେସ ପକ୍ଷରୁ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪ଜଣଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ରଣପୁର ବିଧାନସଭା ଆସନରୁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ପଣ୍ଡା ଓରଫ ମିଲି ପଣ୍ଡାଙ୍କୁ ଟିକେଟ୍‌ ମିଳିଥିବା ଦେଖିବାକୁ ମିଳିଛି। 

ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସ୍ବାଧୀନଭାବେ  ଲଢ଼ିବାକୁ ନିଷ୍ପତ୍ତି

ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସ୍ବାଧୀନଭାବେ ଲଢ଼ିବାକୁ ନିଷ୍ପତ୍ତି

ଗୁଣପୁର,୨୩।୩(ଡି.ଏନ୍‌.ଏ.):  ୨୦୧୯ ଓଡ଼ିଶା ବିଧାନସଭା ନିିର୍ବାଚନ ଲାଗି ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ପ୍ରକାଶ ପାଇଛି। ଏଥିରେ ୨୨ଟି ଆସନ ଲାଗି ନାମ ଘୋଷଣା କରାଯାଇଛି। 

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ବିସ୍ମୟଙ୍କ ବଦଳରେ ଲଢ଼ିବେ ପ୍ରଫୁଲ୍ଲ

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ବିସ୍ମୟଙ୍କ ବଦଳରେ ଲଢ଼ିବେ ପ୍ରଫୁଲ୍ଲ

ଦିଗପହଣ୍ଡି, ୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ (ନଂ. ୧୩୪) ନିମନ୍ତେ କଂଗ୍ରେସ ତାର ପ୍ରାର୍ଥୀ ବଦଳାଇଛି। 

ଦିଗପହଣ୍ଡିରୁ ଲଢ଼ିବେ ପିଙ୍କି ପ୍ରଧାନ

ଦିଗପହଣ୍ଡିରୁ ଲଢ଼ିବେ ପିଙ୍କି ପ୍ରଧାନ

ଦିଗପହଣ୍ଡି, ୨୩।୩(ଡି.ଏନ୍‌.ଏ.): ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଶୁକ୍ରବାର ଆଉ ୨୨ଟି ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।

୭ ମହିଳା

୭ ମହିଳା

ଭୁବନେଶ୍ୱର,୨୩।୩(ବ୍ୟୁରୋ): ବହୁ ଛକାପଞ୍ଝା ପରେ ଶୁକ୍ରବାର କଂଗ୍ରେସ ବିଧାନସଭା ଆସନ ଲାଗି ୫୪ ଜଣିଆ ପ୍ରାର୍ଥୀପତ୍ର ତାଲିକା ଘୋଷଣା କରିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି କେବଳ ୭ ମହିଳା। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା