ରାଜ୍ୟ |

ଜୋନ୍‌ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଉଦ୍‌ଘାଟିତ:୧୦୦ ଷ୍ଟଲ୍‌ରେ ରାଜ୍ୟ, ରାଜ୍ୟ ବାହାରର ଉଦ୍ୟୋଗୀ

ଜୋନ୍‌ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଉଦ୍‌ଘାଟିତ:୧୦୦ ଷ୍ଟଲ୍‌ରେ ରାଜ୍ୟ, ରାଜ୍ୟ ବାହାରର ଉଦ୍ୟୋଗୀ

ଭୁବନେଶ୍ୱର,୧୯।୨(ବ୍ୟୁରୋ)-ମହୁଚାଷର ଉନ୍ନତି ଓ ଚାଷୀଙ୍କୁ ପ୍ରଶିକ୍ଷଣ ପାଇଁ ରାଜ୍ୟ ସରକାର ୩.୨୯ କୋଟି ଟଙ୍କା ଅନୁଦାନ ରାଶି ପ୍ରଦାନ କରିଛନ୍ତି। ଏହି ଅନୁଦାନ ଅର୍ଥରେ ଓଡ଼ିଶା ଖଦି ବୋର୍ଡ ୧୩ ଜିଲାର ୧୩୬୨ଜଣ ଚାଷୀଙ୍କୁ ମହୁଚାଷ ସମ୍ବନ୍ଧରେ ତାଲିମ ଦେଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି। କେବଳ ସେତିକି ନୁହେଁ, ୧୦୬୨ଟି ମହୁବାକ୍ସ ୫୦ ପ୍ରତିଶତ ରିହାତିରେ ଚାଷୀମାନଙ୍କୁ ପ୍ରଦାନ କରାଯାଇଛି। ଚଳିତମାସ ଶେଷ ସୁଦ୍ଧା ଆହୁରି ୨୫୨ଜଣ ଚାଷୀଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା କହିଛନ୍ତି।

ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ବିଭାଗ ସହାୟତାରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ସୋମବାର ଆୟୋଜିତ ଜୋନ୍‌ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀରେ ଯୋଗଦେଇ ସେ ଏହା କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଧାୟକ ବିଜୟ ମହାନ୍ତି, ଏମ୍‌ଏସ୍‌ଏମ୍‌ଇ ବିଭାଗ ଶାସନ ସଚିବ ଏଲ୍‌.ଏନ୍‌. ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ଖଦି ବୋର୍ଡ ୨୪ଟି ନୂଆ ଖଦି ସୋସାଇଟି ସହ ମୋଟ ୩୦ଟି ଖଦି ସୋସାଇଟିକୁ ରେଜିଷ୍ଟ୍ରିଭୁକ୍ତ କରିଛି। ରାଜ୍ୟ ସରକାର ପୁରୁଣା ଖଦି ସୋସାଇଟିଗୁଡ଼ିକର ପୁନରୁଦ୍ଧାର ପାଇଁ ୨କୋଟି ଟଙ୍କାର ଆର୍ଥତ୍କ ଅନୁଦାନ ପ୍ରଦାନ କରିଛନ୍ତି। ଏହାବ୍ୟତୀତ ରାଜ୍ୟ ଖଦି ସୋସାଇଟିଗୁଡ଼ିକ ରାଜ୍ୟ ବାହାରକୁ ଯାଇ ଖଦି ସମ୍ବନ୍ଧରେ ଅଧିକ ଜ୍ଞାନ ଆହରଣ ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସରକାର ୨ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି। କେବଳ ସେତିକି ନୁହେଁ, ଓଡ଼ିଶା ଖଦି ବୋର୍ଡ ପିଏମ୍‌ଇଜିପି କାର୍ଯ୍ୟକ୍ରମ ମାଧ୍ୟମରେ ମାର୍ଜିନ ରାଶି ୨୫ ପ୍ରତିଶତରୁ ୩୫ ପ୍ରତିଶତ ପର୍ଯ୍ୟନ୍ତ ଅନୁଦାନ ବ୍ୟାଙ୍କର ଋଣ ଉପରେ ପ୍ରଦାନ କରୁଛି। ୨୦୧୭-୧୮ ଆର୍ଥତ୍କ ବର୍ଷରେ ୧୫୪୦.୮୮ ଲକ୍ଷ ଟଙ୍କାର ମାର୍ଜିନ ରାଶି ୫୨୭ଜଣ ହିତାଧିକାରୀଙ୍କୁ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି। ଏହା ମାଧ୍ୟମରେ ୪୬୮୯ଜଣ ନିଯୁକ୍ତି ସୁଯୋଗ ପାଇଛନ୍ତି। ସେହିଭଳି ୨୦୧୮-୧୯ ଆର୍ଥତ୍କ ବର୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୯୫ଟଙ୍କା ମାର୍ଜିନ ରାଶି ୫୬୧ଜଣ ହିତାଧିକାରୀଙ୍କୁ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇ ୪୪୮୮ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି ପ୍ରଦର୍ଶନୀରେ ୧୦୦ଟି ଷ୍ଟଲ୍‌ ଖୋଲାଯାଇଥିବା ବେଳେ ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରର ଉଦ୍ୟୋଗୀମାନେ ଅଂଶଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର ଏବଂ ଜମ୍ମୁ-କଶ୍ମୀରରୁ ଖଦି ଓ ଗ୍ରାମୋଦ୍ୟୋଗୀମାନେ ଭାଗ ନେଇଛନ୍ତି। ଏହି ପ୍ରଦର୍ଶନୀ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲାରହିବ।

All Right Reserved By

ରାଜ୍ୟ |

ଡ୍ରେନ ଉପରୁ ନବଜାତ ଶିଶୁପୁତ୍ର ଉଦ୍ଧାର:  ଭେଣ୍ଟିଲେଟର ନ ଥିବା କହି ରେଫର କରିଦେଲେ ଡାକ୍ତର

ଡ୍ରେନ ଉପରୁ ନବଜାତ ଶିଶୁପୁତ୍ର ଉଦ୍ଧାର: ଭେଣ୍ଟିଲେଟର ନ ଥିବା କହି ରେଫର କରିଦେଲେ ଡାକ୍ତର

ଭୁବନେଶ୍ୱର,୨୬ା୩ (ବ୍ୟୁରୋ)- କ୍ୟାପିଟାଲ ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ବସ୍ତିର ଏକ ଡ୍ରେନ ଉପରୁ ସୋମବାର ଭୋର୍‌ ସମୟରେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। 

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

କେନ୍ଦୁଝର, ୨୬ା୩ (ସ୍ବ.ପ୍ର.)-ସଦର ବ୍ଲକ ବୋଦାପଳସା ପଞ୍ଚାୟତ ଅଧୀନ କବିତ୍ରା ଗ୍ରାମ ସମସ୍ୟାକୁ ନେଇ ବାରମ୍ବାର ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ ହେଁ ସମାଧାନ ହେଉନଥିବାରୁ ଜୋରଦାର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଦକ୍ଷେପ ନ ନେଲେ ବାଧ୍ୟ ହୋଇ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଗ୍ରାମରେ କୌଣସି ଉନ୍ନତି ମୂଳକ କାମ ହେଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରି ସୋମବାର ଜିଲାପାଳ ଙ୍କ କାର୍ଯ୍ୟାଳୟରେ ପୁଣି ଦାବିପତ୍ର ପ୍ରଦାନ କରିଛନ୍ତି। 

ଟିକେଟ୍‌ ମୋହରେ ପିତା:ପୁତ୍ର ପାଇଁ ଆସନ ଛାଡ଼ିବାକୁ ପ୍ରସ୍ତୁତ

ଟିକେଟ୍‌ ମୋହରେ ପିତା:ପୁତ୍ର ପାଇଁ ଆସନ ଛାଡ଼ିବାକୁ ପ୍ରସ୍ତୁତ

ଭୁବନେଶ୍ୱର,୨୬।୩(ବ୍ୟୁରୋ):ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିସାରିଛନ୍ତି। ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୨୮ ଏବଂ ଏପ୍ରିଲ ୨ ତାରିଖରେ ବିଜ୍ଞପ୍ତି ପ୍ରକାଶିତ ହେବ। 

ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା:ଭଦ୍ରକରୁ ପ୍ରଦୀପ, ଭଣ୍ଡାରିପୋଖରୀରୁ ବଦ୍ରିନାରାୟଣ

ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା:ଭଦ୍ରକରୁ ପ୍ରଦୀପ, ଭଣ୍ଡାରିପୋଖରୀରୁ ବଦ୍ରିନାରାୟଣ

ଭଦ୍ରକ ଅଫିସ, ୨୬।୩- ସୋମବାର ଭାଜପା ପକ୍ଷରୁ ଭଦ୍ରକର ୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେଥିମଧ୍ୟରୁ ଭଦ୍ରକ ବିଧାନସଭା ଆସନ ପାଇଁ ଡା. ପ୍ରଦୀପ ନାୟକ ଓ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ର ପାଇଁ ବଦ୍ରିନାରାୟଣ ଧଳଙ୍କ ନାମ ଘୋଷଣା ହୋଇଛି। ଏହି ଦୁଇଜଣଙ୍କ ନାମ ଘୋଷଣା ପରେ ଭଦ୍ରକ ଜିଲାର ୫ ବିଧାନସଭା କ୍ଷେତ୍ର ଲାଗି ସମସ୍ତ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇସାରିଛି। 

ରାଉତପଡ଼ାରେ ‘ଘରେ ଘରେ ଶଙ୍ଖ’

ରାଉତପଡ଼ାରେ ‘ଘରେ ଘରେ ଶଙ୍ଖ’

ରୂପ୍‌ସା, ୨୬।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ରାଉତପଡ଼ା ପଞ୍ଚାୟତରେ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳାମୋର୍ଚ୍ଚା ସଭାପତି ପୂର୍ବତନ ସରପଞ୍ଚ ମିନତୀ ଯେନାଙ୍କ ପୌରୋହିତ୍ୟରେ ଏକ ସଭା ହୋଇଥିଲା। 

ହରିଣପଲ ଉଜାଡୁଛନ୍ତି ଫସଲ : ବିଟ୍‌ ହାଉସ୍‌ ଘେରାଉ କଲେ ଚାଷୀ

ହରିଣପଲ ଉଜାଡୁଛନ୍ତି ଫସଲ : ବିଟ୍‌ ହାଉସ୍‌ ଘେରାଉ କଲେ ଚାଷୀ

ରଘୁନାଥପୁର,୨୬।୩(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ଏରଡ଼ଙ୍ଗା ପଞ୍ଚାୟତରେ ହରିଣପଲ ବ୍ୟାପକ ମାତ୍ରାରେ ଫସଲ ନଷ୍ଟ କରୁଛନ୍ତି। ଏହି ଗ୍ରାମ ଧଳତଙ୍ଗଗଡ଼ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଛି। ତେଣୁ ଖରିଫ, ରବି ଫସଲ ସମୟରେ ହରିଣ ପଲ ଆସି ଫସଲ ନଷ୍ଟ କରିଦେଉଛନ୍ତି।

ନବୀନଙ୍କୁ ଟକ୍କର ଦେବେ ଶମ୍ଭୁ, ପୀତାମ୍ବର

ନବୀନଙ୍କୁ ଟକ୍କର ଦେବେ ଶମ୍ଭୁ, ପୀତାମ୍ବର

ହିଞ୍ଜିଳିକାଟୁ/ଶେରଗଡ,୨୬ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା କ୍ଷେତ୍ରରେ ଚଳିତଥର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁକାବିଲା କରିବେ ଭାଜପା ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଓ କଂଗ୍ରେସର ଗଜପତି ଜିଲା ପ୍ରଭାରୀ ଶମ୍ଭୁ ପାଣିଗ୍ରାହୀ। ଉଭୟ ପୀତାମ୍ଭର ଓ ଶମ୍ଭୁ ପେସାରେ ଆଇନଜୀବୀ। ଶମ୍ଭୁ ଜିଲାରେ ସୂଚନା ଅଧିକାର କର୍ମୀ ଭାବେ ମଧ୍ୟ ପରିଚିତ। ନବୀନ ବୁଧବାର ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। 

ଆଇଏନ୍‌ଏସ ଚିଲିକାର ନୌସେନା ଅଧିକାରୀ ହେଲେ ଋତୁରାଜ

ଆଇଏନ୍‌ଏସ ଚିଲିକାର ନୌସେନା ଅଧିକାରୀ ହେଲେ ଋତୁରାଜ

ବ୍ରହ୍ମପୁର ଅଫିସ,୨୬ା୩-ଚିଲିକାସ୍ଥିତ ଭାରତୀୟ ନୌସେନାର ପ୍ରାରମ୍ଭିକ ନାବିକ ପ୍ରଶିକ୍ଷଣ କେନ୍ଦ୍ର (ଆଇଏନ୍‌ଏସ୍‌)ର ନୌସେନା ଅଧିକାରୀ ତଥା ଓଡିଶା ପ୍ରଭାରୀ ଭାବେ କମୋଡର ଋତୁରାଜ ସାହୁ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ା କେନ୍ଦ୍ର ପୂର୍ବତନ ଅଧିକାରୀ କମୋଡର ମନୀଶ ମିଶ୍ର କମୋଡର ଋତୁରାଜଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ା ଏହି ଅବସରରେ କେନ୍ଦ୍ରର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ା

ବାଲିଗୁଡ଼ା,ଜି.ଉଦୟଗିରି ବିଧାନସଭା ଆସନ: ୫ ପ୍ରାର୍ଥିପତ୍ର ଦାଖଲ

ବାଲିଗୁଡ଼ା,ଜି.ଉଦୟଗିରି ବିଧାନସଭା ଆସନ: ୫ ପ୍ରାର୍ଥିପତ୍ର ଦାଖଲ

ବାଲିଗୁଡ଼ା/ଦାରିଙ୍ଗବାଡି, ୨୬ା୩(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡ଼ା ଓ ଜି.ଉଦୟଗିରି ବିଧାନସଭା ଆସନ ନିମନ୍ତେ ସୋମବାର ୭ମ ଦିନରେ ମୋଟ ୫ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି।

୩ ନିର୍ବାଚନ ମଣ୍ଡଳୀରୁ ୯ ଜଣଙ୍କ ପ୍ରାର୍ଥିପତ୍ର ଦାଖଲ

୩ ନିର୍ବାଚନ ମଣ୍ଡଳୀରୁ ୯ ଜଣଙ୍କ ପ୍ରାର୍ଥିପତ୍ର ଦାଖଲ

ଭଞ୍ଜନଗର,୨୬।୩(ଡି.ଏନ.ଏ.)- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ। ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ସୋରଡ଼ା ଓ ଆସିକା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଏପ୍ରିଲ ୧୮ରେ ମତଦାନ ହେବ। 

ଭାଜପାରେ ଯୋଗଦେଲେ ଗଞ୍ଜାମ ଜିଲା ବିଜେଡି ଉପସଭାପତି

ଭାଜପାରେ ଯୋଗଦେଲେ ଗଞ୍ଜାମ ଜିଲା ବିଜେଡି ଉପସଭାପତି

ପୁରୁଷୋତ୍ତମପୁର,୨୬ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବିଜେଡି ଉପସଭାପତି ତଥା ଜିଲା ପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡାଙ୍କ ସ୍ବାମୀ ଅରୁଣ କୁମାର ପଣ୍ଡା ସୋମବାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି। ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମୀର ମହାନ୍ତିଙ୍କ ଉପସ୍ଥିତିରେ ଭାଜପାରେ ଯୋଗ ଦେଇଛନ୍ତି।

ଜଗନ୍ନାଥ ମହୋତ୍ସବ ଓ ପାଞ୍ଚରାତ୍ର ଉତ୍ସବ ଉଦ୍‌ଘାଟନ କଲେ ଗଜପତି

ଜଗନ୍ନାଥ ମହୋତ୍ସବ ଓ ପାଞ୍ଚରାତ୍ର ଉତ୍ସବ ଉଦ୍‌ଘାଟନ କଲେ ଗଜପତି

ବଅଁରପାଳ, ୨୬।୩ (ଡି.ଏନ୍‌.ଏ)ଅନୁଗୋଳ ନାଲ୍‌କୋ ସ୍ଥିତ ମୀନାବଜାର ପଡ଼ିଆରେ ସୋମବାର ଶ୍ରୀ ଜଗନ୍ନାଥ ମହେତ୍ସବ ଓ ପାଞ୍ଚରାତ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଏହି ଅବସରରେ ଗଜପତି କହିଥିଲେ ଯେ, ଆଧ୍ୟାତ୍ମିକ ଚିନ୍ତାଧାରା ମନରେ ରହିଲେ ଜଣେ ନିଶ୍ଚିନ୍ତ ଆଗକୁ ବଢିବ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଲୋକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନାର ଅଭାବ ପରିଲକ୍ଷିତ ହେଉଛି।


Model This Week

ରଶ୍ମି
Why Dharitri