ରାଜ୍ୟ |

ମାଟ୍ରିକ୍‌ ପରୀକ୍ଷା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି:ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ମାଟ୍ରିକ୍‌ ପରୀକ୍ଷା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି:ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୨(ବ୍ୟୁରୋ)-ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା। ଚଳିତବର୍ଷ ପ୍ରଶ୍ନପତ୍ର ପରୀକ୍ଷା ଦିନ ସକାଳ ୬ଟାରୁ ୮ଟା ୩୦ ମଧ୍ୟରେ ସମ୍ପୃକ୍ତ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ପହଞ୍ଚାଇ ଦିଆଯିବ। ପ୍ରଶ୍ନପତ୍ରରେ ତ୍ରିସ୍ତରୀୟ ‘କଭର’ ବ୍ୟବସ୍ଥା ରହିବ। ପ୍ରଶ୍ନପତ୍ରର ୨ୟ ସ୍ତର ସିଲ୍‌ ପରୀକ୍ଷା ହଲ୍‌ରେ ନିରୀକ୍ଷକ ଏବଂ ପରୀକ୍ଷାର୍ଥୀମାନଙ୍କ ସାମ୍ନାରେ ଖୋଲାଯିବ। ପରେ ପରୀକ୍ଷାର୍ଥୀ ନିଜେ ତୃତୀୟ ସ୍ତର ସିଲ୍‌ ଖୋଲି ଉତ୍ତର ଲେଖିବେ। ପରୀକ୍ଷା ସେଣ୍ଟର ଭିତରକୁ ମୋବାଇଲ୍‌ ଫୋନ୍‌ ବାରଣ କରାଯାଇଛି। ପରୀକ୍ଷା ନିରୀକ୍ଷକ ବା ପରୀକ୍ଷା ସହ ସମ୍ପୃକ୍ତ କୌଣସି କର୍ମଚାରୀ ଅଥବା ଅଧିକାରୀ ସେଣ୍ଟର ମଧ୍ୟକୁ ମୋବାଇଲ୍‌ ଫୋନ୍‌ ନେଇପାରିବେ ନାହିଁ। କପି ବନ୍ଦ ପାଇଁ ଛାତ୍ରୀ ଓ ଛାତ୍ରମାନଙ୍କୁ ପୃଥକ୍‌ ଭାବେ କଡ଼ା ଯାଞ୍ଚ୍‌ କରାଯିବ। ପରୀକ୍ଷା ନିରୀକ୍ଷଣ ପାଇଁ ୫୮ଟି ଫ୍ଲାଇଂ ସ୍କ୍ବାଡ୍‌, ୪୪ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ଏବଂ ୬ଟି ଜୋନାଲ୍‌ ସ୍କ୍ବାଡ୍‌ ଗଠନ କରାଯାଇଛି। ଆବଶ୍ୟକତା ଅନୁସାରେ ପରୀକ୍ଷା କେନ୍ଦ୍ର ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବାର ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ସୋମବାର ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପରୀକ୍ଷା କେନ୍ଦ୍ର ପରିଚାଳନା, ପ୍ରଶ୍ନପତ୍ର ପ୍ୟାକେଟ୍‌ ବିତରଣ, ଉତ୍ତରଖାତାର ପରିବହନ, ମୂଲ୍ୟାୟନ, ଆଇନ ଶୃଙ୍ଖଳା ଓ ସୁରକ୍ଷା ଆଦି ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ମୁଖ୍ୟ ଶାସନ ସଚିବ ପାଢ଼ୀ ଓ ପୋଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲାଓ୍ବାରି ପ୍ରସ୍ତୁତିର ସମୀକ୍ଷା କରିଥିଲେ। ପରୀକ୍ଷାକୁ ଶୃଙ୍ଖଳିତ, ସୁରକ୍ଷିତ ତଥା ସୁଗମ କରିବା ପାଇଁ ମୁଖ୍ୟ ଶାସନ ସଚିବ ବୋର୍ଡ କର୍ତ୍ତୃପକ୍ଷ ଏବଂ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ସମ୍ବନ୍ଧିତ ବେଆଇନ କାର୍ଯ୍ୟ ଧର୍ତ୍ତବ୍ୟ ଏବଂ ଜାମିନବିହୀନ ଅପରାଧ। ତେଣୁ ଏ ପ୍ରକାର ଅପରାଧର ନିରୋଧ ପାଇଁ ସେଣ୍ଟରଓ୍ବାରି ଆବଶ୍ୟକ ପୋଲିସ ମୁତୟନ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶ୍ନପତ୍ର ଏବଂ ଉତ୍ତରଖାତା ପରିବହନ ସମୟରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଲିକ୍‌ ସମ୍ବନ୍ଧିତ ଗୁଜବକୁ ପ୍ରତିହତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଜାଗ ରହିବାକୁ ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀ ପରାମର୍ଶ ଦେଇଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦେବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବରିଷ୍ଠ ଅଧକାରୀ, ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଜିଲାସ୍ତରରୁ ଜିଲାପାଳ, ଏସ୍‌ପି ଏବଂ ଜିଲା ଶିକ୍ଷା ଅଧିକାରୀମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

All Right Reserved By

ରାଜ୍ୟ |

ସି.ଭି. ରମଣ କଲେଜରେ ହୋଲି ପାଳିଲେ ବିଦେଶୀ ଛାତ୍ରୀଛାତ୍ର

ସି.ଭି. ରମଣ କଲେଜରେ ହୋଲି ପାଳିଲେ ବିଦେଶୀ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୬।୩(ବ୍ୟୁରୋ): ସି.ଭି. ରମଣ କଲେଜ ପରିସରରେ ବିଦେଶୀ ଛାତ୍ରୀଛାତ୍ର ଓ ଅଧ୍ୟାପକ ହୋଲି ଉତ୍ସବକୁ ଆଡ଼ମ୍ବର ସହ ପାଳନ କରିଛନ୍ତି। ସୁଦୂର ସିରିଆ, ବାଂଲାଦେଶ ଓ ନେପାଳରୁ ଆସି ଏଠାରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ହୋଲି ଉତ୍ସବ ରଖାଯାଇଥିଲା। 

ପୂରଣ ହେଲାନି ବିଜେଡିର ୨୦୧୪ ନିର୍ବାଚନୀ ପ୍ରତିଶ୍ରୁତି:ସ୍ବପ୍ନରେ ରହିଗଲା ସବୁ ଗାଁକୁ ପକ୍କା ରାସ୍ତା

ପୂରଣ ହେଲାନି ବିଜେଡିର ୨୦୧୪ ନିର୍ବାଚନୀ ପ୍ରତିଶ୍ରୁତି:ସ୍ବପ୍ନରେ ରହିଗଲା ସବୁ ଗାଁକୁ ପକ୍କା ରାସ୍ତା

ଭୁବନେଶ୍ୱର,୨୬ା୩:ରାଜ୍ୟର ସବୁ ଗଁାକୁ ପକ୍କା ରାସ୍ତା ସଂଯୋଗ କରିବାକୁ ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜୁ ଜନତା ଦଳ (ବିଜେଡି) ପ୍ରତିଶ୍ରୁତି ଦେଇଥିଲା। ଶାସନର ଚତୁର୍ଥ ପାଳି ଶେଷ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହେବ ବୋଲି କୁହାଯାଇଥିଲେ ହେଁ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ।

ରାସ୍ତାପାର୍ଶ୍ୱରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ:   ପ୍ରତିବାଦ କରିବାରୁ କ୍ଲବ୍‌ ସଦସ୍ୟଙ୍କୁ ଖଣ୍ଡାରେ ହାଣିଲେ, ବୋମା ପକାଇଲେ, ପୋଲିସ ପୁଅ ସମ୍ପୃକ୍ତ

ରାସ୍ତାପାର୍ଶ୍ୱରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ: ପ୍ରତିବାଦ କରିବାରୁ କ୍ଲବ୍‌ ସଦସ୍ୟଙ୍କୁ ଖଣ୍ଡାରେ ହାଣିଲେ, ବୋମା ପକାଇଲେ, ପୋଲିସ ପୁଅ ସମ୍ପୃକ୍ତ

ଭୁବନେଶ୍ୱର,୨୬ା୩ (ବ୍ୟୁରୋ)- ରାସ୍ତାପାର୍ଶ୍ୱରେ ସର୍ବ ସମ୍ମୁଖରେ ଚାଲିଥିଲା ପ୍ରେମୀଯୁଗଳଙ୍କ ରୋମାନ୍ସ। ପ୍ରତିବାଦ କରିବାରୁ ଘଟିଛି ଲଙ୍କାକାଣ୍ଡ। ଗୋଟିଏ ଗୋଷ୍ଠୀର ଖଣ୍ଡା ଚୋଟରେ  ନୟାପଲ୍ଲୀ ୟୁନିଟ୍‌ କ୍ଲବ୍‌ର ୨ଜଣ ଯୁବକ ଆହତ ହୋଇଛନ୍ତି।

ଡ୍ରେନ ଉପରୁ ନବଜାତ ଶିଶୁପୁତ୍ର ଉଦ୍ଧାର:  ଭେଣ୍ଟିଲେଟର ନ ଥିବା କହି ରେଫର କରିଦେଲେ ଡାକ୍ତର

ଡ୍ରେନ ଉପରୁ ନବଜାତ ଶିଶୁପୁତ୍ର ଉଦ୍ଧାର: ଭେଣ୍ଟିଲେଟର ନ ଥିବା କହି ରେଫର କରିଦେଲେ ଡାକ୍ତର

ଭୁବନେଶ୍ୱର,୨୬ା୩ (ବ୍ୟୁରୋ)- କ୍ୟାପିଟାଲ ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ବସ୍ତିର ଏକ ଡ୍ରେନ ଉପରୁ ସୋମବାର ଭୋର୍‌ ସମୟରେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। 

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

କେନ୍ଦୁଝର, ୨୬ା୩ (ସ୍ବ.ପ୍ର.)-ସଦର ବ୍ଲକ ବୋଦାପଳସା ପଞ୍ଚାୟତ ଅଧୀନ କବିତ୍ରା ଗ୍ରାମ ସମସ୍ୟାକୁ ନେଇ ବାରମ୍ବାର ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ ହେଁ ସମାଧାନ ହେଉନଥିବାରୁ ଜୋରଦାର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଦକ୍ଷେପ ନ ନେଲେ ବାଧ୍ୟ ହୋଇ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଗ୍ରାମରେ କୌଣସି ଉନ୍ନତି ମୂଳକ କାମ ହେଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରି ସୋମବାର ଜିଲାପାଳ ଙ୍କ କାର୍ଯ୍ୟାଳୟରେ ପୁଣି ଦାବିପତ୍ର ପ୍ରଦାନ କରିଛନ୍ତି। 

ଟିକେଟ୍‌ ମୋହରେ ପିତା:ପୁତ୍ର ପାଇଁ ଆସନ ଛାଡ଼ିବାକୁ ପ୍ରସ୍ତୁତ

ଟିକେଟ୍‌ ମୋହରେ ପିତା:ପୁତ୍ର ପାଇଁ ଆସନ ଛାଡ଼ିବାକୁ ପ୍ରସ୍ତୁତ

ଭୁବନେଶ୍ୱର,୨୬।୩(ବ୍ୟୁରୋ):ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିସାରିଛନ୍ତି। ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୨୮ ଏବଂ ଏପ୍ରିଲ ୨ ତାରିଖରେ ବିଜ୍ଞପ୍ତି ପ୍ରକାଶିତ ହେବ। 

ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା:ଭଦ୍ରକରୁ ପ୍ରଦୀପ, ଭଣ୍ଡାରିପୋଖରୀରୁ ବଦ୍ରିନାରାୟଣ

ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା:ଭଦ୍ରକରୁ ପ୍ରଦୀପ, ଭଣ୍ଡାରିପୋଖରୀରୁ ବଦ୍ରିନାରାୟଣ

ଭଦ୍ରକ ଅଫିସ, ୨୬।୩- ସୋମବାର ଭାଜପା ପକ୍ଷରୁ ଭଦ୍ରକର ୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେଥିମଧ୍ୟରୁ ଭଦ୍ରକ ବିଧାନସଭା ଆସନ ପାଇଁ ଡା. ପ୍ରଦୀପ ନାୟକ ଓ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ର ପାଇଁ ବଦ୍ରିନାରାୟଣ ଧଳଙ୍କ ନାମ ଘୋଷଣା ହୋଇଛି। ଏହି ଦୁଇଜଣଙ୍କ ନାମ ଘୋଷଣା ପରେ ଭଦ୍ରକ ଜିଲାର ୫ ବିଧାନସଭା କ୍ଷେତ୍ର ଲାଗି ସମସ୍ତ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇସାରିଛି। 

ରାଉତପଡ଼ାରେ ‘ଘରେ ଘରେ ଶଙ୍ଖ’

ରାଉତପଡ଼ାରେ ‘ଘରେ ଘରେ ଶଙ୍ଖ’

ରୂପ୍‌ସା, ୨୬।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ରାଉତପଡ଼ା ପଞ୍ଚାୟତରେ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳାମୋର୍ଚ୍ଚା ସଭାପତି ପୂର୍ବତନ ସରପଞ୍ଚ ମିନତୀ ଯେନାଙ୍କ ପୌରୋହିତ୍ୟରେ ଏକ ସଭା ହୋଇଥିଲା। 

ହରିଣପଲ ଉଜାଡୁଛନ୍ତି ଫସଲ : ବିଟ୍‌ ହାଉସ୍‌ ଘେରାଉ କଲେ ଚାଷୀ

ହରିଣପଲ ଉଜାଡୁଛନ୍ତି ଫସଲ : ବିଟ୍‌ ହାଉସ୍‌ ଘେରାଉ କଲେ ଚାଷୀ

ରଘୁନାଥପୁର,୨୬।୩(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ଏରଡ଼ଙ୍ଗା ପଞ୍ଚାୟତରେ ହରିଣପଲ ବ୍ୟାପକ ମାତ୍ରାରେ ଫସଲ ନଷ୍ଟ କରୁଛନ୍ତି। ଏହି ଗ୍ରାମ ଧଳତଙ୍ଗଗଡ଼ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଛି। ତେଣୁ ଖରିଫ, ରବି ଫସଲ ସମୟରେ ହରିଣ ପଲ ଆସି ଫସଲ ନଷ୍ଟ କରିଦେଉଛନ୍ତି।

ନବୀନଙ୍କୁ ଟକ୍କର ଦେବେ ଶମ୍ଭୁ, ପୀତାମ୍ବର

ନବୀନଙ୍କୁ ଟକ୍କର ଦେବେ ଶମ୍ଭୁ, ପୀତାମ୍ବର

ହିଞ୍ଜିଳିକାଟୁ/ଶେରଗଡ,୨୬ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା କ୍ଷେତ୍ରରେ ଚଳିତଥର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁକାବିଲା କରିବେ ଭାଜପା ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଓ କଂଗ୍ରେସର ଗଜପତି ଜିଲା ପ୍ରଭାରୀ ଶମ୍ଭୁ ପାଣିଗ୍ରାହୀ। ଉଭୟ ପୀତାମ୍ଭର ଓ ଶମ୍ଭୁ ପେସାରେ ଆଇନଜୀବୀ। ଶମ୍ଭୁ ଜିଲାରେ ସୂଚନା ଅଧିକାର କର୍ମୀ ଭାବେ ମଧ୍ୟ ପରିଚିତ। ନବୀନ ବୁଧବାର ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। 

ଆଇଏନ୍‌ଏସ ଚିଲିକାର ନୌସେନା ଅଧିକାରୀ ହେଲେ ଋତୁରାଜ

ଆଇଏନ୍‌ଏସ ଚିଲିକାର ନୌସେନା ଅଧିକାରୀ ହେଲେ ଋତୁରାଜ

ବ୍ରହ୍ମପୁର ଅଫିସ,୨୬ା୩-ଚିଲିକାସ୍ଥିତ ଭାରତୀୟ ନୌସେନାର ପ୍ରାରମ୍ଭିକ ନାବିକ ପ୍ରଶିକ୍ଷଣ କେନ୍ଦ୍ର (ଆଇଏନ୍‌ଏସ୍‌)ର ନୌସେନା ଅଧିକାରୀ ତଥା ଓଡିଶା ପ୍ରଭାରୀ ଭାବେ କମୋଡର ଋତୁରାଜ ସାହୁ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ା କେନ୍ଦ୍ର ପୂର୍ବତନ ଅଧିକାରୀ କମୋଡର ମନୀଶ ମିଶ୍ର କମୋଡର ଋତୁରାଜଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ା ଏହି ଅବସରରେ କେନ୍ଦ୍ରର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ା

ବାଲିଗୁଡ଼ା,ଜି.ଉଦୟଗିରି ବିଧାନସଭା ଆସନ: ୫ ପ୍ରାର୍ଥିପତ୍ର ଦାଖଲ

ବାଲିଗୁଡ଼ା,ଜି.ଉଦୟଗିରି ବିଧାନସଭା ଆସନ: ୫ ପ୍ରାର୍ଥିପତ୍ର ଦାଖଲ

ବାଲିଗୁଡ଼ା/ଦାରିଙ୍ଗବାଡି, ୨୬ା୩(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡ଼ା ଓ ଜି.ଉଦୟଗିରି ବିଧାନସଭା ଆସନ ନିମନ୍ତେ ସୋମବାର ୭ମ ଦିନରେ ମୋଟ ୫ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି।


Model This Week

ରଶ୍ମି
Why Dharitri