ଖେଳ |

ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟର ଉଦ୍‌ଘାଟିତ : ବୈଜ୍ଞାନିକ ପଦ୍ଧତିରେ ଟ୍ରେନିଂ ବହୁ ଗୁରୁତ୍ୱପୂର୍ଣ୍ଣ: ବିନ୍ଦ୍ରା

ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟର ଉଦ୍‌ଘାଟିତ : ବୈଜ୍ଞାନିକ ପଦ୍ଧତିରେ ଟ୍ରେନିଂ ବହୁ ଗୁରୁତ୍ୱପୂର୍ଣ୍ଣ: ବିନ୍ଦ୍ରା

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ। ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ ଯୋଗୁ ଏକାଧିକ କ୍ରୀଡ଼ାର ଅନ୍ତର୍ଜାତୀୟ ଇଭେଣ୍ଟ ପାଇଁ କଳିଙ୍ଗ ଷ୍ଟାଡିୟମ କେନ୍ଦ୍ରବିନ୍ଦୁ ପାଲଟି ସାରିଥିବାବେଳେ ଏବେ ଏଠାରେ ଉପଲବ୍ଧ ହୋଇଛି ବିଶ୍ୱସ୍ତରୀୟ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର(ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟର)।  ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ତାରକା ଶୁଟର ଅଭିନବ ବିନ୍ଦ୍ରାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। କ୍ରୀଡ଼ାର ଉନ୍ନତି ପାଇଁ ଗତବର୍ଷ ଶେଷ ଭାଗରେ ବିଭିନ୍ନ କମ୍ପାନୀ ସହ ହୋଇଥିବା ବୁଝାମଣାପତ୍ର ଭିତ୍ତିରେ ରାଜ୍ୟ ସରକାର ଏବେ ଆଗକୁ ବଢ଼ିଛନ୍ତି। ଭୁବନେଶ୍ୱରରେ ଏପରି ଏକ ସେଣ୍ଟରକୁ ଉଦ୍‌ଘାଟନ କରି ସେ ଖୁବ୍‌ ଖୁସି ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପକ୍ଷରେ କ୍ରୀଡ଼ା ବିଜ୍ଞାନ ଆଥଲେଟ୍‌ଙ୍କ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଏଠାରେ ଟ୍ରେନିଂ ଦ୍ୱାରା ସେମାନେ ବୈଜ୍ଞାନିକ ପଦ୍ଧତିରେ ସେମାନଙ୍କୁ ପ୍ରସ୍ତୁତ କରିପାରିବେ ବୋଲି ବିନ୍ଦ୍ରା କହିଛନ୍ତି। ଅଘୋଷିତଭାବେ ଭାରତର କ୍ରୀଡ଼ା ରାଜଧାନୀ ପାଲଟିଥିବା ଭୁବନେଶ୍ୱରରେ ଏବେ ବୈଜ୍ଞାନିକ ପଦ୍ଧତିରେ ଦେଶ ବିଦେଶର ଆଥଲେଟମାନେ ସେମାନଙ୍କ ଆହତ ସମସ୍ୟାକୁ ଦୂର କରିବା ସହ ବଡ଼ ଇଭେଣ୍ଟ ପାଇଁ ପ୍ରସ୍ତୁତ ହୋଇପାରିବେ। ଏହି ସେଣ୍ଟର ଉପଲବ୍ଧ ହେବାଦ୍ୱାରା ଭାରତରେ ପ୍ରଥମଥରପାଇଁ ଗୋଟିଏ ଛାତତଳେ ଖେଳାଳିମାନେ ନିଜ ନିଜର ଆହତ ସମସ୍ୟା, ଶକ୍ତି ଓ ସାମର୍ଥ୍ୟକୁ ପରୀକ୍ଷା କରାଇବା ସହ ଆରୋଗ୍ୟଲାଭ କରିପାରିବେ, ଟ୍ରେନିଂ ନେଇପାରିବେ ଏବଂ  ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ। ଉଦ୍‌ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ଏବଂ କ୍ରୀଡ଼ା ବିଭାଗର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। 

‘ଓଡ଼ିଶା କ୍ରୀଡ଼ା ପାଇଁ ଏକ ବଡ଼ ଦିନ’

କଳିଙ୍ଗ ଷ୍ଟାଡିୟମ ପରିସରରେ ଆରମ୍ଭ ହୋଇଥିବା ଏହି ସେଣ୍ଟରରେ ୧୨ରୁ ଊର୍ଦ୍ଧ୍ୱ ଅତ୍ୟାଧୁନିକ ମେସିନ ଉପଲବ୍ଧ। ଏହାକୁ ପରିଚାଳନା କରିବା ପାଇଁ ଦେଶ ଓ ବିଦେଶରୁ ଟେକ୍ନିସିଆନମାନେ ନିୟୋଜିତ ହେବେ। ଓଡ଼ିଶା କ୍ରୀଡ଼ା ପାଇଁ ଆଜି ଏକ ବଡ଼ ଦିନ। ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟର କ୍ରୀଡ଼ା ବିଜ୍ଞାନ ଉପରେ ସମ୍ପୂନ୍ନ ଆଧାରିତ। ଏଥିପାଇଁ ଅବିନବ ବିନ୍ଦ୍ରାଙ୍କୁ ଧନ୍ୟବାଦ ଦେବାକୁ ପଡ଼ିବ। ବିଭିନ୍ନ କ୍ରୀଡ଼ାକୁ କ୍ୟାରିୟର କରୁଥିବା ଖେଳାଳିମାନେ ଟେକ୍ନୋଲୋଜି ମାଧ୍ୟମରେ ସେମାନଙ୍କ ସାମର୍ଥ୍ୟ ଏବଂ ପ୍ରଦର୍ଶନକୁ ଆହୁରି ବଢ଼ାଇ ପାରିବେ। ଟେକ୍ନୋଲୋଜି ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତ ବର୍ଷର ସବୁଠାରୁ ଆଡଭାନ୍ସ ସେଣ୍ଟର ଏଠାରେ ପ୍ରତିଷ୍ଠା ହୋଇ ପାରିଛି ବୋଲି କ୍ରୀଡ଼ାମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହାଦ୍ୱାରା ରାଜ୍ୟ ଖେଳାଳିଙ୍କ ଦକ୍ଷତା ଏବଂ ପ୍ରଦର୍ଶନରେ ମଧ୍ୟ ଉନ୍ନତି ଆସିବ। ପର୍ଯ୍ୟାୟକ୍ରମେ କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀମାନଙ୍କୁ ଏଠାକୁ ଅଣାଯାଇ ପରୀକ୍ଷା କରାଯିବ ଏବଂ ସେମାନେ କିପରି ନିଜ ନିଜ ଖେଳରେ ଆଗକୁ ବଢ଼ି ପାରିବେ ତା ଉପରେ ଧ୍ୟାନ ଦିଆଯିବ ବୋଲି ଚନ୍ଦ୍ରସାରଥି କହିଛନ୍ତି। 

‘ଓଡ଼ିଶା ଆଥଲେଟ୍‌ଙ୍କ ପାଇଁ ଦେୟ ମୁକ୍ତ’

ଦୂତୀ ଚାନ୍ଦ ଏବଂ ଶ୍ରାବଣୀ ନନ୍ଦଙ୍କ ପରି ରାଜ୍ୟର ଏଲିଟ ଆଥଲେଟ୍‌ଙ୍କ ସମେତ କ୍ରୀଡ଼ାଛ୍ରତ୍ରାବାସରେ ଥିବା ପିଲାମାନେ ମଧ୍ୟ ଏଠାରେ ଉପଲବ୍ଧ ସୁବିଧାର ସଦୁପଯୋଗ କରିପାରିବେ। ପିଲାମାନେ କିପରି ଅଗ୍ରସର ହେଉଛନ୍ତି ତାହା ଦେଖିବା ପାଇଁ ବର୍ଷକୁ ଅତିକମ୍‌ରେ ଦୁଇଥର ପରୀକ୍ଷା କରାଯିବ। ବିଭିନ୍ନ ରାଜ୍ୟ ଆସୋସିଏଶନ ଏବଂ ନ୍ୟାଶନାଲ ଫେଡେରେଶନ ସହିତ ମଧ୍ୟ ଆମେ ଆଲୋଚନା କରି ଏଠାକାର ସୁବିଧା ସୁଯୋଗ ସମ୍ପର୍କରେ ମଧ୍ୟ ଅବଗତ କରାଇବୁ। ଫଳରେ ରାଜ୍ୟ ବାହାରର ଆଥଲେଟ୍‌ମାନେ ମଧ୍ୟ ଏଠାରେ ଉପଲବ୍ଧ ସୁଯୋଗର ଫାଇଦା ନେଇ ପାରିବେ। ଓଡ଼ିଶା ଆଥଲେଟ୍‌ଙ୍କ ପାଇଁ ଏହା ପ୍ରାୟତଃ ଦେୟ ମୁକ୍ତ ରହିବ, ତେବେ ଅନ୍ୟ ଆଥଲେଟମାନଙ୍କୁ ଫି’ ଦେବାକୁ ପଡ଼ିବ। କେଉଁ ଆଥଲେଟ୍‌ଙ୍କ ପାଇଁ କେତେ ଫି’ ରହିବ ତାହା ପରିସ୍ଥିତି ଅନୁଧ୍ୟାନ କରି ପରେ ସ୍ଥିର ହେବ। ବାହାରୁ ମାଷ୍ଟର ଟ୍ରେନରମାନେ ଆସି ଏଠାରେ କାର୍ଯ୍ୟ କରିବେ। ସେ ସମ୍ପର୍କରେ ଅଭିନବ ବନ୍ଦ୍ରା ନିଷ୍ପତ୍ତି ନେବେ। ଏହା ବ୍ୟତୀତ କିଛି ସ୍ଥାନୀୟ ବ୍ୟକ୍ତିଙ୍କୁ ଟ୍ରେନିଂ ଦେଇ ଏଠାରେ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି କ୍ରୀଡ଼ା ସଚିବ ବିଶାଲ ଦେବ। 


All Right Reserved By

ଖେଳ |

ଓଡ଼ିଶା ଅଲିମ୍ପିକ ଆସୋସିଏଶନ ସମ୍ପାଦକ ଆଲାମଙ୍କ ପରଲୋକ

ଓଡ଼ିଶା ଅଲିମ୍ପିକ ଆସୋସିଏଶନ ସମ୍ପାଦକ ଆଲାମଙ୍କ ପରଲୋକ

କଟକ ଅଫିସ, ୨୬ା୩-ବରିଷ୍ଠ କ୍ରୀଡ଼ା ସଙ୍ଗଠକ ତଥା ଓଡ଼ିଶା ଅଲିମ୍ପିକ ଆସୋସିଏଶନ(ଓଓଏ)ର ସମ୍ପାଦକ ଏମ.ଏ. ଆଲାମଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ରାଜ୍ୟ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି।  

୪ ହଜାର ରନ୍‌ କରିବାରେ ଗେଲ୍‌ ଦ୍ରୁତତମ

୪ ହଜାର ରନ୍‌ କରିବାରେ ଗେଲ୍‌ ଦ୍ରୁତତମ

ଜୟପୁର, ୨୬।୩-ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍‌ ଆଇପିଏଲ୍‌ରେ ୪ ହଜାର ରନ୍‌ ସଂଗ୍ରହ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ବିବେଚିତ ହୋଇଛନ୍ତି। ସୋମବାର ଏଠାରେ ଘରୋଇ ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ଅବସରରେ ଗେଲ୍‌ ଏହି ରେକର୍ଡ କରିଛନ୍ତି। 

ମାଲିଙ୍ଗା ଖେଳିବେ

ମାଲିଙ୍ଗା ଖେଳିବେ

ନୂଆଦିଲ୍ଲୀ, ୨୬ା୩ (ପି.ଟି.)- କ୍ରିକେଟ ଶ୍ରୀଲଙ୍କା (ଏସ୍‌ଏଲ୍‌ସି) ଲସିଥ ମାଲିଙ୍ଗାଙ୍କ ପ୍ରତି କୋହଳ ନୀତି ଅବଲମ୍ବନ କରିଛି। ଫଳରେ ଏହି ଭେଟେରାନ ପେସ୍‌ ବୋଲର ମୁମ୍ବାଇ ଇଣ୍ଡିଆନ୍ସର ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ଖେଳିପାରିବେ। 

ଜିମ୍ନାଷ୍ଟିକ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ଜିମ୍ନାଷ୍ଟିକ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ପୁରୀ ଅଫିସ,୨୬ା୩ : ରାଜ୍ୟ ଜିମ୍ନାଷ୍ଟିକ ଆସୋସିଏଶନ ଆନୁକୂଲ୍ୟରେ ପୁରୀଠାରେ ଚାଲିଥିବା ରାଜ୍ୟସ୍ତରୀୟ ୪୧ତମ ଜିମ୍ନାଷ୍ଟିକ ଚାମ୍ପିୟନଶିପ୍‌ ଉଦ୍‌ଯାପିତ ହୋଇଯାଇଛି। 

ଫ୍ୟୁରି-ସ୍କ୍ବାର୍ଜ ମୁକାବିଲା ଜୁନ୍‌ରେ

ଫ୍ୟୁରି-ସ୍କ୍ବାର୍ଜ ମୁକାବିଲା ଜୁନ୍‌ରେ

ଲସଏଞ୍ଜେଲ୍ସ,୨୬ା୩ (ଏଏଫ୍‌ପି)-ଅପରାଜେୟ ବ୍ରିଟିଶ ହେଭିଓ୍ବେଟ୍‌ ଟାଇସନ ଫ୍ୟୁରି ରିଙ୍ଗ୍‌କୁ ପ୍ରତ୍ୟାବର୍ତ୍ତନ କରିବେ। ପ୍ରମୋଟର ଟପ୍‌ ର଼୍ୟାଙ୍କ୍‌ ଏ ବିଷୟରେ ସ୍ପଷ୍ଟ ସୂଚନା ଦେଇଛନ୍ତି। ବକ୍ସିଂ ରିଙ୍ଗ୍‌ଙ୍କୁ ପ୍ରତ୍ୟାବର୍ତ୍ତନ ଅବସରରେ ସେ ପ୍ରଥମେ ଜୁନ୍‌ ୧୫ରେ ଜର୍ମାନୀର ଟମ୍‌ ସ୍କ୍ବାର୍ଜଙ୍କ ସହିତ ମୁକାବିଲା କରିବେ। 

ଫେରାରିରେ ଫର୍ମୁଲା ଓ୍ବାନ୍‌ ପଦାର୍ପଣ କରିବେ ମିକ୍‌ ସୁମାକର

ଫେରାରିରେ ଫର୍ମୁଲା ଓ୍ବାନ୍‌ ପଦାର୍ପଣ କରିବେ ମିକ୍‌ ସୁମାକର

ବର୍ଲିନ, ୨୬ା୩ (ଏ.ଏଫ୍‌.ପି)-ମାଇକେଲ ସୁମାକରଙ୍କ ପୁତ୍ର ମିକ୍‌ ଫେରାରି ତରଫରୁ ଫର୍ମୁଲା ଓ୍ବାନରେ ପଦାର୍ପଣ କରିବା ଲାଗି ପ୍ରସ୍ତୁତ ହେଉଛନ୍ତି।  ଅଟୋ ବାଇଲ୍ଡ ରିପୋର୍ଟରେ ଏ ବିଷୟ ପ୍ରକାଶ ପାଇଛି। ୭ଥର ବିଶ୍ୱଚାମ୍ପିୟନ ସୁମାକରଙ୍କ ୨୦ବର୍ଷୀୟ ପୁତ୍ର ଆସନ୍ତା ମାସ୍‌ରେ ଯୁବ ଡ୍ରାଇଭରମାନଙ୍କ ଏକ ଟେଷ୍ଟରେ ଅଂଶଗ୍ରହଣ କରିବେ। 

ଶାରଜା ମାଷ୍ଟର୍ସ ଅନ୍ତର୍ଜାତୀୟ ଚେସ୍‌  : ଡବଲ ବିଜୟ ସହ ଦେବାଶିଷଙ୍କ ଅଭିଯାନ

ଶାରଜା ମାଷ୍ଟର୍ସ ଅନ୍ତର୍ଜାତୀୟ ଚେସ୍‌ : ଡବଲ ବିଜୟ ସହ ଦେବାଶିଷଙ୍କ ଅଭିଯାନ

ଭୁବନେଶ୍ୱର, ୨୬।୩ (କ୍ରୀଡ଼ା ପ୍ରତିନିଧି)-ଶାରଜାଠାରେ ଆରମ୍ଭ ହୋଇଛି ୩ୟ ଶାରଜା ମାଷ୍ଟର୍ସ ଅନ୍ତର୍ଜାତୀୟ ଚେସ୍‌ ଚାମ୍ପିୟନଶିପ୍‌। ଏଥିରେ ୩୫ ଗ୍ରାଣ୍ଡମାଷ୍ଟର, ୨ ମହିଳା ଗ୍ରାଣ୍ଡମାଷ୍ଟର, ୩୫ ଅନ୍ତର୍ଜାତୀୟ ମାଷ୍ଟର, ୭ ମହିଳା ଅନ୍ତର୍ଜାତୀୟ ମାଷ୍ଟର, ୬ କ୍ୟାଣ୍ଡିଂଡେଟ ମାଷ୍ଟର ଓ ୪ ମହିଳା କ୍ୟାଣ୍ଡିଂଡେଟ ମାଷ୍ଟରଙ୍କୁ ମିଶାଇ ୧୧୧ ଟାଇଟଲଧାରୀଙ୍କ ସହ ମୋଟ ୧୭୮ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏଥିରେ ଭାଗ ନେଇଥିବା ଓଡ଼ିଶାର ଏକମାତ୍ର ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ ଡବଲ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। 

କିଙ୍ଗ୍ସ ଇଲେଭେନର ବିଜୟ ଅଭିଯାନ

କିଙ୍ଗ୍ସ ଇଲେଭେନର ବିଜୟ ଅଭିଯାନ

ଜୟପୁର, ୨୫।୩- କ୍ରିସ୍‌ ଗେଲ୍‌ ଓ ସର୍ଫରାଜ ଖାଁଙ୍କ ବିସ୍ଫୋରକ  ବ୍ୟାଟିଂ ପରେ ଡେଥ୍‌ ଓଭରରେ ବୋଲରଙ୍କ ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ ଯୋଗୁ କିଙ୍ଗ୍ସ ଇଲେଭେନ ପଞ୍ଜାବ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୧୨)ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। 

 ଭାରତର ତୃତୀୟ ପ୍ରତିଦ୍ୱନ୍ଦ୍ୱୀ ମାଲେସିଆ

ଭାରତର ତୃତୀୟ ପ୍ରତିଦ୍ୱନ୍ଦ୍ୱୀ ମାଲେସିଆ

ଇପୋ (ମାଲେସିଆ), ୨୫।୩(ପି.ଟି.)- ଏଠାରେ ଚାଲିଥିବା ସୁଲତାନ ଆଜଲାନଶାହ କପ୍‌ ହକି ଟୁର୍ନାମେଣ୍ଟରେ ଭାରତର ତୃତୀୟ ପ୍ରତିଦ୍ୱନ୍ଦ୍ୱୀ ହେଉଛି ମାଲେସିଆ। ପ୍ରଥମ ମ୍ୟାଚରେ ଜାପାନକୁ ହରାଇବାପରେ ଦ୍ୱିତୀୟ ମ୍ୟାଚକୁ ଦକ୍ଷିଣ କୋରିଆ ସହିତ ଡ୍ର ରଖିଥିବା ଭାରତ ମଙ୍ଗଳବାର ତୃତୀୟ ଲିଗ୍‌ ମ୍ୟାଚରେ ମାଲେସିଆକୁ ଭେଟିବାକୁ ଯାଉଛି। 

ସିଏସ୍‌କେ ସାମ୍ନାରେ କ୍ୟାପିଟାଲ୍ସ ଟେଷ୍ଟ

ସିଏସ୍‌କେ ସାମ୍ନାରେ କ୍ୟାପିଟାଲ୍ସ ଟେଷ୍ଟ

ନୂଆଦିଲ୍ଲୀ, ୨୫।୩(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୫ମ ମୁକାବିଲାରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)କୁ ଭେଟିବାକୁ ଯାଉଛି। 

ବିଜେନ୍ଦ୍ରଙ୍କ ୟୁଏସ୍‌ ପ୍ରୋ ପଦାର୍ପଣ ମ୍ୟାଚ୍‌ ସ୍ଥଗିତ

ବିଜେନ୍ଦ୍ରଙ୍କ ୟୁଏସ୍‌ ପ୍ରୋ ପଦାର୍ପଣ ମ୍ୟାଚ୍‌ ସ୍ଥଗିତ

ନୂଆଦିଲ୍ଲୀ,୨୫।୩- ଭାରତୀୟ ଷ୍ଟାର ବକ୍ସର ବିଜେନ୍ଦ୍ର ସିଂ ଆମେରିକାରେ ଟ୍ରେନିଂ ବେଳେ ଆହତ ହୋଇଛନ୍ତି। ଏଥିଯୋଗୁ ତାଙ୍କର ବହୁ ପ୍ରତୀକ୍ଷିତ ୟୁଏସ୍‌ଏ ପ୍ରୋ ପଦାର୍ପଣ ମ୍ୟାଚ୍‌ ସ୍ଥଗିତ କରିଦିଆଯାଇଛି।

ଅଷ୍ଟ୍ରେଲିଆ ଦଳର ବୋଲିଂ କୋଚ୍‌ ଗ୍ରିଫିଟ

ଅଷ୍ଟ୍ରେଲିଆ ଦଳର ବୋଲିଂ କୋଚ୍‌ ଗ୍ରିଫିଟ

ମୁମ୍ବାଇ,୨୫।୩(ଏଏଫ୍‌ପି)- ଆଡାମ ଗ୍ରିଫିଟଙ୍କୁ ଅଷ୍ଟ୍ରେଲିଆ ଦଳର ବୋଲିଂ କୋଚ୍‌ ପଦରେ ନିଯୁକ୍ତ କରାଯାଇଛି। 


Model This Week

ରଶ୍ମି
Why Dharitri