ଖେଳ |

ଭାରତ, ଇଂଲଣ୍ଡ ଫେଭରାଇଟ୍‌

ଭାରତ, ଇଂଲଣ୍ଡ ଫେଭରାଇଟ୍‌

ବମ୍ବେ, ୧୯ା୨ (ପି.ଟି.)-ମେ ୩୦ରୁ ଆରମ୍ଭ ହେବାକୁଥିବା ଆଇସିସି ବିଶ୍ୱକପ୍‌ ପାଇଁ ଭାରତ ଓ ଆୟୋଜକ ଇଂଲଣ୍ଡ ହେଉଛନ୍ତି ମୁଖ୍ୟ ଦାବିଦାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଓପନର ହର୍ଶେଲ ଗିବ୍ସ ମତବ୍ୟକ୍ତ କରିଛନ୍ତି। ତେବେ ଅନ୍ୟ ଦୁଇ ସେମିଫାଇନାଲିଷ୍ଟଙ୍କ ନାମ ପୂର୍ବାନୁମାନ କରିବା କଷ୍ଟକର। ସେ ସମୟରେ ଇଂଲଣ୍ଡର ଜଳବାୟୁ ଉପରେ ଅନେକ କିଛି ନିର୍ଭର କରେ। ଟୁର୍ନାମେଣ୍ଟରେ ବୋଲିଂ ଆଟାକ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ୪୪ ବର୍ଷୀୟ ଗିବ୍ସ ସୋମବାର ପ୍ରକାଶ କରିଛନ୍ତି। ଦକ୍ଷିଣ ଆଫ୍ରିକାର ଏହି ପୂର୍ବତନ କ୍ରିକେଟର  ସ୍ଥାନୀୟ ଓଟିଟି ଭିଡିଓ ସର୍ଭିସ ଅପରେଟର ‘ଭିଜ୍‌’ର ଏକ ପ୍ରମୋଶନାଲ ଇଭେଣ୍ଟରେ ଯୋଗଦେବା ଲାଗି ଭାରତ ଆସିଛନ୍ତି। ସଂସ୍ଥା ତରଫରୁ ସୋମବାର ‘ଆଇବି କ୍ରିକେଟ ସୁପର ଓଭର ଲିଗ୍‌’ର  ପ୍ରଚଳନ ଘୋଷଣା କରାଯାଇଛି।  ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାର ସମ୍ଭାବନା ସମ୍ପର୍କରେ ପଚରାଯିବାରେ ସେ କହିଥିଲେ ଏବି ଡି’ଭିଲର୍ସଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ଯୋଗୁ ଦଳର ସମ୍ଭାବନା ସମ୍ପର୍କରେ କିଛି କହି ହେବ ନାହିଁ।  ଆମ ନିକଟରେ ଫାଫ୍‌ ଡୁ’ପ୍ଲେସି ଓ କ୍ୱିଣ୍ଟନ ଡିକକ୍‌ଙ୍କ ଭଳି ପ୍ରତିଭା ସମ୍ପନ୍ନ ଖେଳାଳି ଅଛନ୍ତି ହେଲେ ଦଳରେ କ୍ୱାଲିଟି ଅଲରାଉଣ୍ଡରର ଅଭାବ ଦେଖା ଦେଇଛି।  ନିକଟରେ ଆଇସିସି ଚେୟାରମ୍ୟାନ  ଶଶାଙ୍କ ମନୋହର ଟେଷ୍ଟ କ୍ରିକେଟର ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରିଥିଲେ। କିନ୍ତୁ ଗିବ୍ସ ଏନେଇ ଭିନ୍ନ ମତପୋଷଣ କରିଛନ୍ତି। ସେ କହିଛନ୍ତି, ମୁଁ ଟେଷ୍ଟ କ୍ରିକେଟର ଜଣେ ବଡ଼ ସମର୍ଥକ। ଆଜିକାଲି ଅଧିକାଂଶ ଟେଷ୍ଟ ମ୍ୟାଚ ୫ ଦିନ ପରିବର୍ତ୍ତେ ୪ ଦିନିରେ ମ୍ୟାଚ ଶେଷ ହୋଇଯାଉଛି। ତେଣୁ ଟେଷ୍ଟ କ୍ରିକେଟ କ୍ରମେ ମଜଭୁତ ହେବାରେ ଲାଗିଛି। ମାତ୍ର କ୍ରିକେଟର ଏହି ଲମ୍ବା ଫର୍ମାଟ କିପରି ତିଷ୍ଠି ରହିବ ସେ ଦିଗରେ ଧ୍ୟାନ ଦେବା ଉଚିତ୍‌ ବୋଲି ଅନେକେ କାହିଁକି କହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଗିବ୍ସ କହିଛନ୍ତି ବିଶ୍ୱବ୍ୟାପୀ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ  ଅନ୍ତର୍ଜାତୀୟ ଦିନିକିଆ ଓ ଟି୨୦ରେ ଖେଳିବା ସହଜ ଟେଷ୍ଟର ସ୍ପୋର୍ଟିଂ ଟ୍ରାକ୍‌ରେ ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ିବ। ଦକ୍ଷିଣ ଆଫ୍ରିକାର ଏହି ପୂର୍ବତନ କ୍ରିକେଟର ତାଙ୍କ କ୍ୟାରିୟରରେ ୯୦ ଟେଷ୍ଟ ଏବଂ ୨୪୮ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଛନ୍ତି।

All Right Reserved By

ଖେଳ |

ମଲିଙ୍ଗାଙ୍କ ଅବସର ଘୋଷଣା

ମଲିଙ୍ଗାଙ୍କ ଅବସର ଘୋଷଣା

ସେଞ୍ଚୁରିଆନ,୨୩।୩(ଏଏଫ୍‌ପି)- ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ଲସିଥ ମଲିଙ୍ଗା ଆଗାମୀ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ। 

ଟି୨୦ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

ଟି୨୦ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

ସେଞ୍ଚୁରିଆନ,୨୩।୩(ଏଏଫ୍‌ପି)- ଦିନିକିଆ ପରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍‌କୁ ଦକ୍ଷିଣ ଆଫ୍ରିକା ଦଳ ଆଗୁଆ ଜିତି ନେଇଛି। 

ଆଇପିଏଲରେ ବଡ ଝଟକା: ଖେଳି ନ ପାରନ୍ତି କୋହଲି

ଆଇପିଏଲରେ ବଡ ଝଟକା: ଖେଳି ନ ପାରନ୍ତି କୋହଲି

ନୂଆଦିଲ୍ଲୀ, ୨୩।୩: ଆଜିଠୁ ଆରମ୍ଭ ହେବ ଆଇପିଏଲ ମହାସମର।  ଏହାପୂର୍ବରୁ ବିରାଟ କୋହଲି ପ୍ରଶଂସକଙ୍କ ପାଇଁ ବଡ ଝଟକା ଲାଗିଛି। 

‘କୋହଲିଙ୍କ ରାଗକୁ ଡର ଲାଗେ’

‘କୋହଲିଙ୍କ ରାଗକୁ ଡର ଲାଗେ’

ନୂଆଦିଲ୍ଲୀ,୨୩।୩(ପିଟି)- ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ରିଷଭ ପନ୍ତ କାହାରିକୁ ଡରନ୍ତି ନାହିଁ।

ବିରାଟ କୋହଲିଙ୍କ ରାଗକୁ ଡରୁଛନ୍ତି ଏହି କ୍ରିକେଟର୍‌

ବିରାଟ କୋହଲିଙ୍କ ରାଗକୁ ଡରୁଛନ୍ତି ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୨୩।୩: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଦେଶରେ ନୁହେଁ, ବିଦେଶରେ ବି ରହିଛି ଅନେକ ଖ୍ୟାତି। 

ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ   ଧକ୍କା

ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଧକ୍କା

ମୁମ୍ବାଇ,୨୩।୩- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସକୁ ପୁଣି ଏକ ଝଟ୍‌କା ଲାଗିଛି। ନ୍ୟୁଜିଲାଣ୍ଡ ପେସର ଆଡାମ ମିଲନେ ଆଗାମୀ ସିଜନରୁ ଓହରି ଯାଇଛନ୍ତି। 

ଆକ୍ରମଣରୁ ବର୍ତ୍ତିବା ପରେ ବିବାହ କଲେ ବାଂଲାଦେଶ କ୍ରିକେଟର

ଆକ୍ରମଣରୁ ବର୍ତ୍ତିବା ପରେ ବିବାହ କଲେ ବାଂଲାଦେଶ କ୍ରିକେଟର

ଢାକା,୨୩।୩(ପିଟି)- ନିକଟରେ ନ୍ୟୁଜିଲାଣ୍ଡରେ ସଂଘଠିତ ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିବା ପରେ ବାଂଲାଦେଶ ଦୁଇ କ୍ରିକେଟର ବିବାହ କରିଛନ୍ତି।

ଆଜିଠୁ ଆଇପିଏଲ: ଜାଣନ୍ତୁ ଚଳିତ ଆଇପିଏଲର ୫ଟି ଖାସ୍‌ କଥା

ଆଜିଠୁ ଆଇପିଏଲ: ଜାଣନ୍ତୁ ଚଳିତ ଆଇପିଏଲର ୫ଟି ଖାସ୍‌ କଥା

ଖେଳ ସହ ମନୋରଞ୍ଜନର ମାଧ୍ୟମ ତଥା ଭାରତୀୟ କ୍ରିକେଟର ସବୁଠୁ ବଡ଼ ପର୍ବ ଆଇପିଏଲ ଆଜିଠାରୁ ଆରମ୍ଭ ହେବ। 

କ୍ଷୀର ପିଇ ପଡିଆକୁ ଆସୁଥିଲେ ଏହି ଖେଳାଳି: ବ୍ୟାଟରୁ ହେଉଥିଲା ଚୌକା-ଛକା ବର୍ଷା

କ୍ଷୀର ପିଇ ପଡିଆକୁ ଆସୁଥିଲେ ଏହି ଖେଳାଳି: ବ୍ୟାଟରୁ ହେଉଥିଲା ଚୌକା-ଛକା ବର୍ଷା

ଟିମ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହଓ୍ବାଗଙ୍କୁ ‘ନଜଫଗଡର ନବାବ’ କୁହାଯାଏ। ଏମିତି ବି କ୍ରିକେଟ ଦୁନିଆରେ ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସକ ‘ଭଗବାନ’ କହୁଥିବା ବେଳେ, ବୀରୁଙ୍କ ବିସ୍ଫୋରକ ବ୍ୟାଟିଂକୁ ଭୁଲି ପାରି ନାହାନ୍ତି। 

ରେକର୍ଡ କହୁଛି ଜିତିବ ସିଏସ୍‌କେ

ରେକର୍ଡ କହୁଛି ଜିତିବ ସିଏସ୍‌କେ

ଚେନ୍ନାଇ,୨୨।୩- ସ୍ଥାନୀୟ ଏମ୍‌. ଚିଦାମ୍ବରମ ଷ୍ଟାଡିୟମ୍‌ରୁ ଆଇପିଏଲ-୧୨ ଆରମ୍ଭ ହେବାକୁ ଯାଉଛି।

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୨ତମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ଖେଳିବାକୁ ଥିବା ଦଳମାନଙ୍କ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ହେଉଛି ସବୁଠୁ ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ। 

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଦୁବାଇ,୨୨।୩-ଭାରତୀୟ ଓପନର ସ୍ମୃତି ମନ୍ଧାନା ଓ ଫାଷ୍ଟ ବୋଲର ଝୁଲନ ଗୋସ୍ବାମୀ ମହିଳା ବ୍ୟାଟ୍ସଓମ୍ୟାନ ଓ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା