ଖେଳ |

ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍‌ : ଶୀର୍ଷ ସ୍ଥାନ ବଜାୟ ରଖିଲେ ମନ୍ଧାନା

ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍‌ : ଶୀର୍ଷ ସ୍ଥାନ ବଜାୟ ରଖିଲେ ମନ୍ଧାନା


ଦୁବାଇ, ୧୯।୨(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସୋମବାର ପ୍ରକାଶିତ ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଭାରତର ଷ୍ଟାର୍‌ ଓପନର୍‌ ସ୍ମୃତି ମନ୍ଧାନା ବ୍ୟାଟିଂରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ୨୨ ବର୍ଷୀୟା ମନ୍ଧାନା ୭୭୪ ପଏଣ୍ଟ ସହ ତାଲିକାର ଏକ ନମ୍ବର ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଦୁଇ ଖେଳାଳି ଏଲିସ ପେରୀ ଓ ମେଗ୍‌ ଲାନ୍ନିଂ ଏହି ତାଲିକାରେ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ହାସଲ କରିଛନ୍ତି। ସେହିଭଳି ଭେଟେରାନ ଭାରତୀୟ କ୍ରିକେଟର ମିଥାଲି ରାଜ ତାଲିକାରେ ନ୍ୟୁଜିଲାଣ୍ଡର ଆମି ସେଟ୍ଟରଓ୍ବେଟ୍‌ଙ୍କ ପଛକୁ ୫ମ ସ୍ଥାନ ପାଇଛନ୍ତି। ଟପ୍‌-୨୦’ରେ ସ୍ଥାନ ପାଇଥିବା ଅନ୍ୟ ଦୁଇ ଭାରତୀୟ ମହିଳା କ୍ରିକେଟର ହେଲେ ଦୀପ୍ତି ଶର୍ମା ଓ ହରମନପ୍ରୀତ୍‌ କୌର। ଦୀପ୍ତି ଏକାଥରରେ ୧୭ଟି ପାହାଚ ଲମ୍ଫ ପ୍ରଦାନ କରି ସପ୍ତଦଶ ସ୍ଥାନରେ ରହିଥିବାବେଳେ ଟି୨୦ ଅଧିନାୟିକା ହର୍‌ମନପ୍ରୀତ୍‌ଙ୍କୁ ୧୯ତମ ସ୍ଥାନ ହାସଲ କରିଛନ୍ତି। ନିକଟରେ ପାକିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ଆଇସିସି ଓମେନ୍ସ ଚାମ୍ପିୟନଶିପ୍‌ରେ ନିଜ ନିଜ ସିରିଜ ଜିତିଥିବାରୁ ଏହାର ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। 

  ବୋଲିଂ ବିଭାଗରେ ଭେଟେରାନ ଝୁଲଣ ଗୋସ୍ବାମୀ ଶ୍ରେଷ୍ଠ ଭାରତୀୟ ବୋଲର ମାନ୍ୟତା ପାଇଛନ୍ତି। ପାକିସ୍ତାନର ସାନା ମିର୍‌ (୭୧୮) ଓ ଅଷ୍ଟ୍ରେଲିଆର ମେଗନ ସ୍କଟ୍‌ (୭୦୭)ଙ୍କ ପଛକୁ ଝୁଲଣ (୬୮୫) ୩ୟ ସ୍ଥାନରେ ରହିଛନ୍ତି। ଟପ୍‌-୧୦ ଲିଷ୍ଟରେ ଆଉ ଦୁଇ ଭାରତୀୟ ବୋଲର ଦୀପ୍ତି ଶର୍ମା ଓ ପୁନମ ଯାଦବ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଦୀପ୍ତି (୬୩୫) ଓ ପୁନମ (୬୩୪) ଯଥାକ୍ରମେ ୮ମ ଓ ୯ମ ସ୍ଥାନରେ ରହିଛନ୍ତି। ଅଲ୍‌ରାଉଣ୍ଡ ତାଲିକାରେ ମଧ୍ୟ ଦୀପ୍ତି କ୍ୟାରିୟର ଶ୍ରେଷ୍ଠ ୩ୟ ସ୍ଥାନରେ ରହିଛନ୍ତି। ପେରୀ ଓ ଓ୍ବେଷ୍ଟଇଣ୍ଡିଜର ଟେଲର ଯଥାକ୍ରମେ ପ୍ରଥମ ଓ ୨ୟ ସ୍ଥାନ ଦଖଲ କରିଛନ୍ତି। ସେହିଭଳି ଟିମ୍‌ ର଼୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପଛକୁ ଭାରତ ୩ୟ ସ୍ଥାନରେ ରହିଛି।

All Right Reserved By

ଖେଳ |

ମଲିଙ୍ଗାଙ୍କ ଅବସର ଘୋଷଣା

ମଲିଙ୍ଗାଙ୍କ ଅବସର ଘୋଷଣା

ସେଞ୍ଚୁରିଆନ,୨୩।୩(ଏଏଫ୍‌ପି)- ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ଲସିଥ ମଲିଙ୍ଗା ଆଗାମୀ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ। 

ଟି୨୦ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

ଟି୨୦ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

ସେଞ୍ଚୁରିଆନ,୨୩।୩(ଏଏଫ୍‌ପି)- ଦିନିକିଆ ପରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍‌କୁ ଦକ୍ଷିଣ ଆଫ୍ରିକା ଦଳ ଆଗୁଆ ଜିତି ନେଇଛି। 

ଆଇପିଏଲରେ ବଡ ଝଟକା: ଖେଳି ନ ପାରନ୍ତି କୋହଲି

ଆଇପିଏଲରେ ବଡ ଝଟକା: ଖେଳି ନ ପାରନ୍ତି କୋହଲି

ନୂଆଦିଲ୍ଲୀ, ୨୩।୩: ଆଜିଠୁ ଆରମ୍ଭ ହେବ ଆଇପିଏଲ ମହାସମର।  ଏହାପୂର୍ବରୁ ବିରାଟ କୋହଲି ପ୍ରଶଂସକଙ୍କ ପାଇଁ ବଡ ଝଟକା ଲାଗିଛି। 

‘କୋହଲିଙ୍କ ରାଗକୁ ଡର ଲାଗେ’

‘କୋହଲିଙ୍କ ରାଗକୁ ଡର ଲାଗେ’

ନୂଆଦିଲ୍ଲୀ,୨୩।୩(ପିଟି)- ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ରିଷଭ ପନ୍ତ କାହାରିକୁ ଡରନ୍ତି ନାହିଁ।

ବିରାଟ କୋହଲିଙ୍କ ରାଗକୁ ଡରୁଛନ୍ତି ଏହି କ୍ରିକେଟର୍‌

ବିରାଟ କୋହଲିଙ୍କ ରାଗକୁ ଡରୁଛନ୍ତି ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୨୩।୩: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଦେଶରେ ନୁହେଁ, ବିଦେଶରେ ବି ରହିଛି ଅନେକ ଖ୍ୟାତି। 

ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ   ଧକ୍କା

ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଧକ୍କା

ମୁମ୍ବାଇ,୨୩।୩- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସକୁ ପୁଣି ଏକ ଝଟ୍‌କା ଲାଗିଛି। ନ୍ୟୁଜିଲାଣ୍ଡ ପେସର ଆଡାମ ମିଲନେ ଆଗାମୀ ସିଜନରୁ ଓହରି ଯାଇଛନ୍ତି। 

ଆକ୍ରମଣରୁ ବର୍ତ୍ତିବା ପରେ ବିବାହ କଲେ ବାଂଲାଦେଶ କ୍ରିକେଟର

ଆକ୍ରମଣରୁ ବର୍ତ୍ତିବା ପରେ ବିବାହ କଲେ ବାଂଲାଦେଶ କ୍ରିକେଟର

ଢାକା,୨୩।୩(ପିଟି)- ନିକଟରେ ନ୍ୟୁଜିଲାଣ୍ଡରେ ସଂଘଠିତ ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିବା ପରେ ବାଂଲାଦେଶ ଦୁଇ କ୍ରିକେଟର ବିବାହ କରିଛନ୍ତି।

ଆଜିଠୁ ଆଇପିଏଲ: ଜାଣନ୍ତୁ ଚଳିତ ଆଇପିଏଲର ୫ଟି ଖାସ୍‌ କଥା

ଆଜିଠୁ ଆଇପିଏଲ: ଜାଣନ୍ତୁ ଚଳିତ ଆଇପିଏଲର ୫ଟି ଖାସ୍‌ କଥା

ଖେଳ ସହ ମନୋରଞ୍ଜନର ମାଧ୍ୟମ ତଥା ଭାରତୀୟ କ୍ରିକେଟର ସବୁଠୁ ବଡ଼ ପର୍ବ ଆଇପିଏଲ ଆଜିଠାରୁ ଆରମ୍ଭ ହେବ। 

କ୍ଷୀର ପିଇ ପଡିଆକୁ ଆସୁଥିଲେ ଏହି ଖେଳାଳି: ବ୍ୟାଟରୁ ହେଉଥିଲା ଚୌକା-ଛକା ବର୍ଷା

କ୍ଷୀର ପିଇ ପଡିଆକୁ ଆସୁଥିଲେ ଏହି ଖେଳାଳି: ବ୍ୟାଟରୁ ହେଉଥିଲା ଚୌକା-ଛକା ବର୍ଷା

ଟିମ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହଓ୍ବାଗଙ୍କୁ ‘ନଜଫଗଡର ନବାବ’ କୁହାଯାଏ। ଏମିତି ବି କ୍ରିକେଟ ଦୁନିଆରେ ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସକ ‘ଭଗବାନ’ କହୁଥିବା ବେଳେ, ବୀରୁଙ୍କ ବିସ୍ଫୋରକ ବ୍ୟାଟିଂକୁ ଭୁଲି ପାରି ନାହାନ୍ତି। 

ରେକର୍ଡ କହୁଛି ଜିତିବ ସିଏସ୍‌କେ

ରେକର୍ଡ କହୁଛି ଜିତିବ ସିଏସ୍‌କେ

ଚେନ୍ନାଇ,୨୨।୩- ସ୍ଥାନୀୟ ଏମ୍‌. ଚିଦାମ୍ବରମ ଷ୍ଟାଡିୟମ୍‌ରୁ ଆଇପିଏଲ-୧୨ ଆରମ୍ଭ ହେବାକୁ ଯାଉଛି।

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୨ତମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ଖେଳିବାକୁ ଥିବା ଦଳମାନଙ୍କ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ହେଉଛି ସବୁଠୁ ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ। 

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଦୁବାଇ,୨୨।୩-ଭାରତୀୟ ଓପନର ସ୍ମୃତି ମନ୍ଧାନା ଓ ଫାଷ୍ଟ ବୋଲର ଝୁଲନ ଗୋସ୍ବାମୀ ମହିଳା ବ୍ୟାଟ୍ସଓମ୍ୟାନ ଓ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା