ଖେଳ | ଉପକୂଳ ଓଡିଶା

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ : ସମ୍ବଲପୁର ଭିଏସ୍‌ଏସ୍‌ ଚାମ୍ପିୟନ

ରାଜ୍ୟସ୍ତରୀୟ  ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ : ସମ୍ବଲପୁର ଭିଏସ୍‌ଏସ୍‌ ଚାମ୍ପିୟନ

ଖଣ୍ଡପଡା/ଭାପୁର,୧୯।୨(ସ୍ବ.ପ୍ର./ଡି.ଏନ.ଏ.)-ନୟାଗଡ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ମାଧପୁର ସ୍ପୋର୍ଟସ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ କୁଲାପଦା ଫୁଟବଲ ପଡିଆରେ ଆୟୋଜିତ ୪ର୍ଥ  ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟର ସୋମବାର ଥିଲା ଉଦ୍‌ଯାପନୀ ଦିବସ। ଏଥିରେ ସମ୍ବଲପୁର ଗେଙ୍ଗୁଟିପାଲୀର ବୀର ସୁରେନ୍ଦ୍ର ସାଏ(ଭିଏସ୍‌ଏସ୍‌) ଫୁଟବଲ ଏକାଡେମୀ ୪-୧ ଗୋଲରେ ଭୈରବୀ କ୍ଲବ ପୁରୁଣାକଟକକୁ ହରାଇ ଖେଳରେ ବିଜୟୀ ହେବା ସହିତ ଟୁର୍ନାମେଣ୍ଟରେ ଚାମ୍ପିୟନ ବିବେଚିତ ହୋଇଛି ା ଖେଳ ଆରମ୍ଭ ହେବା ପୂର୍ବରୁ ଉଭୟ ଦଳର ଖେଳାଳି, ସ୍ଥାନୀୟ ସରପଞ୍ଚ ତ୍ରିନାଥ ମୁଦୁଲି ଓ  ଅଞ୍ଚଳର ଯୁବଗୋଷ୍ଠୀ ପୁଲ୍‌ୱାନା ଶହୀଦଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ପ୍ରଜ୍ୱଳନ କରି ଶୋଭାଯାତ୍ରାରେ ଖେଳ ପଡିଆ ଚତର୍ପାର୍ଶ୍ୱ ପରିକ୍ରମା କରି ପଡିଆ ମଧ୍ୟକୁ ପ୍ରବେଶ କରିଥିଲେ ା ଖେଳର ପ୍ରଥମାର୍ଦ୍ଧର ୫ ମିନିଟରେ ସମ୍ବଲପୁର ୧୦ନଂ ଖେଳାଳି ବବୁଲ ମୁଣ୍ଡା ପ୍ରଥମ ସ୍କୋର କରି ଥିବା ବେଳେ ଖେଳର ଦ୍ୱିତୀୟାର୍ଦ୍ଧରେ ଉକ୍ତ ଦଳ ଆଉ ୩ଟି ଗୋଲ ସ୍କୋର କରିଥିଲେ । ଖେଳ ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ପୁରୁଣାକଟକ ଦଳର ୧୦ ନଂ ଖେଳାଳି ଅନ୍ତର୍ଯ୍ୟାମୀ ନାୟକ ଗୋଟିଏ ଗୋଲ କରିଥିଲେ ା ଫଳରେ ସମ୍ବଲପୁର ଦଳ ୪-୧ରେ ବିଜୟୀ ହୋଇଥିଲା ।  ଉକ୍ତ ଖେଳକୁ ରାଜୁ ମହାନ୍ତି ପରିଚାଳନା କରିଥିବା ବେଳେ ଲାଇନରେ ସହାୟତା କରିଥିଲେ ସମୀର ଖୁଣ୍ଟିଆ ଓ ସୁବାସ ଚନ୍ଦ୍ର ବେହେରା। ମୁଖ୍ୟ ଅତିଥିଭାବେ ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡା, ସମ୍ମାନିତ ଅତିଥି ଭାବେ  ଫତେଗଡ ସରପଞ୍ଚ ତୋଫାନ ପ୍ରଧାନ ଯୋଗଦେଇ  ଖେଳ ଉଦ୍‌ଘାଟନ କରିଥିଲେ ା  ଏହି ପରିପ୍ରେକ୍ଷୀରେ ଆୟୋଜିତ ସମାବେଶରେ  ଚାମ୍ପିୟନ ଦଳ ଓ ରନର୍ସଅପ ଦଳଙ୍କୁ ଅତିଥିମାନଙ୍କ ଦ୍ୱାରା ଯଥାକ୍ରମେ ୧୫ ହଜାର ଅର୍ଥରାଶି ସହ ଟ୍ରଫି ଓ ୧୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା ା   

All Right Reserved By

ଖେଳ | ଉପକୂଳ ଓଡିଶା

ଓଡ଼ିଶା ଅଲିମ୍ପିକ ଆସୋସିଏଶନ ସମ୍ପାଦକ ଆଲାମଙ୍କ ପରଲୋକ

ଓଡ଼ିଶା ଅଲିମ୍ପିକ ଆସୋସିଏଶନ ସମ୍ପାଦକ ଆଲାମଙ୍କ ପରଲୋକ

କଟକ ଅଫିସ, ୨୬ା୩-ବରିଷ୍ଠ କ୍ରୀଡ଼ା ସଙ୍ଗଠକ ତଥା ଓଡ଼ିଶା ଅଲିମ୍ପିକ ଆସୋସିଏଶନ(ଓଓଏ)ର ସମ୍ପାଦକ ଏମ.ଏ. ଆଲାମଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ରାଜ୍ୟ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି।  

୪ ହଜାର ରନ୍‌ କରିବାରେ ଗେଲ୍‌ ଦ୍ରୁତତମ

୪ ହଜାର ରନ୍‌ କରିବାରେ ଗେଲ୍‌ ଦ୍ରୁତତମ

ଜୟପୁର, ୨୬।୩-ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍‌ ଆଇପିଏଲ୍‌ରେ ୪ ହଜାର ରନ୍‌ ସଂଗ୍ରହ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ବିବେଚିତ ହୋଇଛନ୍ତି। ସୋମବାର ଏଠାରେ ଘରୋଇ ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ଅବସରରେ ଗେଲ୍‌ ଏହି ରେକର୍ଡ କରିଛନ୍ତି। 

ମାଲିଙ୍ଗା ଖେଳିବେ

ମାଲିଙ୍ଗା ଖେଳିବେ

ନୂଆଦିଲ୍ଲୀ, ୨୬ା୩ (ପି.ଟି.)- କ୍ରିକେଟ ଶ୍ରୀଲଙ୍କା (ଏସ୍‌ଏଲ୍‌ସି) ଲସିଥ ମାଲିଙ୍ଗାଙ୍କ ପ୍ରତି କୋହଳ ନୀତି ଅବଲମ୍ବନ କରିଛି। ଫଳରେ ଏହି ଭେଟେରାନ ପେସ୍‌ ବୋଲର ମୁମ୍ବାଇ ଇଣ୍ଡିଆନ୍ସର ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ଖେଳିପାରିବେ। 

ଜିମ୍ନାଷ୍ଟିକ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ଜିମ୍ନାଷ୍ଟିକ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ପୁରୀ ଅଫିସ,୨୬ା୩ : ରାଜ୍ୟ ଜିମ୍ନାଷ୍ଟିକ ଆସୋସିଏଶନ ଆନୁକୂଲ୍ୟରେ ପୁରୀଠାରେ ଚାଲିଥିବା ରାଜ୍ୟସ୍ତରୀୟ ୪୧ତମ ଜିମ୍ନାଷ୍ଟିକ ଚାମ୍ପିୟନଶିପ୍‌ ଉଦ୍‌ଯାପିତ ହୋଇଯାଇଛି। 

ଫ୍ୟୁରି-ସ୍କ୍ବାର୍ଜ ମୁକାବିଲା ଜୁନ୍‌ରେ

ଫ୍ୟୁରି-ସ୍କ୍ବାର୍ଜ ମୁକାବିଲା ଜୁନ୍‌ରେ

ଲସଏଞ୍ଜେଲ୍ସ,୨୬ା୩ (ଏଏଫ୍‌ପି)-ଅପରାଜେୟ ବ୍ରିଟିଶ ହେଭିଓ୍ବେଟ୍‌ ଟାଇସନ ଫ୍ୟୁରି ରିଙ୍ଗ୍‌କୁ ପ୍ରତ୍ୟାବର୍ତ୍ତନ କରିବେ। ପ୍ରମୋଟର ଟପ୍‌ ର଼୍ୟାଙ୍କ୍‌ ଏ ବିଷୟରେ ସ୍ପଷ୍ଟ ସୂଚନା ଦେଇଛନ୍ତି। ବକ୍ସିଂ ରିଙ୍ଗ୍‌ଙ୍କୁ ପ୍ରତ୍ୟାବର୍ତ୍ତନ ଅବସରରେ ସେ ପ୍ରଥମେ ଜୁନ୍‌ ୧୫ରେ ଜର୍ମାନୀର ଟମ୍‌ ସ୍କ୍ବାର୍ଜଙ୍କ ସହିତ ମୁକାବିଲା କରିବେ। 

ଫେରାରିରେ ଫର୍ମୁଲା ଓ୍ବାନ୍‌ ପଦାର୍ପଣ କରିବେ ମିକ୍‌ ସୁମାକର

ଫେରାରିରେ ଫର୍ମୁଲା ଓ୍ବାନ୍‌ ପଦାର୍ପଣ କରିବେ ମିକ୍‌ ସୁମାକର

ବର୍ଲିନ, ୨୬ା୩ (ଏ.ଏଫ୍‌.ପି)-ମାଇକେଲ ସୁମାକରଙ୍କ ପୁତ୍ର ମିକ୍‌ ଫେରାରି ତରଫରୁ ଫର୍ମୁଲା ଓ୍ବାନରେ ପଦାର୍ପଣ କରିବା ଲାଗି ପ୍ରସ୍ତୁତ ହେଉଛନ୍ତି।  ଅଟୋ ବାଇଲ୍ଡ ରିପୋର୍ଟରେ ଏ ବିଷୟ ପ୍ରକାଶ ପାଇଛି। ୭ଥର ବିଶ୍ୱଚାମ୍ପିୟନ ସୁମାକରଙ୍କ ୨୦ବର୍ଷୀୟ ପୁତ୍ର ଆସନ୍ତା ମାସ୍‌ରେ ଯୁବ ଡ୍ରାଇଭରମାନଙ୍କ ଏକ ଟେଷ୍ଟରେ ଅଂଶଗ୍ରହଣ କରିବେ। 

ଶାରଜା ମାଷ୍ଟର୍ସ ଅନ୍ତର୍ଜାତୀୟ ଚେସ୍‌  : ଡବଲ ବିଜୟ ସହ ଦେବାଶିଷଙ୍କ ଅଭିଯାନ

ଶାରଜା ମାଷ୍ଟର୍ସ ଅନ୍ତର୍ଜାତୀୟ ଚେସ୍‌ : ଡବଲ ବିଜୟ ସହ ଦେବାଶିଷଙ୍କ ଅଭିଯାନ

ଭୁବନେଶ୍ୱର, ୨୬।୩ (କ୍ରୀଡ଼ା ପ୍ରତିନିଧି)-ଶାରଜାଠାରେ ଆରମ୍ଭ ହୋଇଛି ୩ୟ ଶାରଜା ମାଷ୍ଟର୍ସ ଅନ୍ତର୍ଜାତୀୟ ଚେସ୍‌ ଚାମ୍ପିୟନଶିପ୍‌। ଏଥିରେ ୩୫ ଗ୍ରାଣ୍ଡମାଷ୍ଟର, ୨ ମହିଳା ଗ୍ରାଣ୍ଡମାଷ୍ଟର, ୩୫ ଅନ୍ତର୍ଜାତୀୟ ମାଷ୍ଟର, ୭ ମହିଳା ଅନ୍ତର୍ଜାତୀୟ ମାଷ୍ଟର, ୬ କ୍ୟାଣ୍ଡିଂଡେଟ ମାଷ୍ଟର ଓ ୪ ମହିଳା କ୍ୟାଣ୍ଡିଂଡେଟ ମାଷ୍ଟରଙ୍କୁ ମିଶାଇ ୧୧୧ ଟାଇଟଲଧାରୀଙ୍କ ସହ ମୋଟ ୧୭୮ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏଥିରେ ଭାଗ ନେଇଥିବା ଓଡ଼ିଶାର ଏକମାତ୍ର ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ ଡବଲ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। 

କିଙ୍ଗ୍ସ ଇଲେଭେନର ବିଜୟ ଅଭିଯାନ

କିଙ୍ଗ୍ସ ଇଲେଭେନର ବିଜୟ ଅଭିଯାନ

ଜୟପୁର, ୨୫।୩- କ୍ରିସ୍‌ ଗେଲ୍‌ ଓ ସର୍ଫରାଜ ଖାଁଙ୍କ ବିସ୍ଫୋରକ  ବ୍ୟାଟିଂ ପରେ ଡେଥ୍‌ ଓଭରରେ ବୋଲରଙ୍କ ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ ଯୋଗୁ କିଙ୍ଗ୍ସ ଇଲେଭେନ ପଞ୍ଜାବ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୧୨)ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। 

 ଭାରତର ତୃତୀୟ ପ୍ରତିଦ୍ୱନ୍ଦ୍ୱୀ ମାଲେସିଆ

ଭାରତର ତୃତୀୟ ପ୍ରତିଦ୍ୱନ୍ଦ୍ୱୀ ମାଲେସିଆ

ଇପୋ (ମାଲେସିଆ), ୨୫।୩(ପି.ଟି.)- ଏଠାରେ ଚାଲିଥିବା ସୁଲତାନ ଆଜଲାନଶାହ କପ୍‌ ହକି ଟୁର୍ନାମେଣ୍ଟରେ ଭାରତର ତୃତୀୟ ପ୍ରତିଦ୍ୱନ୍ଦ୍ୱୀ ହେଉଛି ମାଲେସିଆ। ପ୍ରଥମ ମ୍ୟାଚରେ ଜାପାନକୁ ହରାଇବାପରେ ଦ୍ୱିତୀୟ ମ୍ୟାଚକୁ ଦକ୍ଷିଣ କୋରିଆ ସହିତ ଡ୍ର ରଖିଥିବା ଭାରତ ମଙ୍ଗଳବାର ତୃତୀୟ ଲିଗ୍‌ ମ୍ୟାଚରେ ମାଲେସିଆକୁ ଭେଟିବାକୁ ଯାଉଛି। 

ସିଏସ୍‌କେ ସାମ୍ନାରେ କ୍ୟାପିଟାଲ୍ସ ଟେଷ୍ଟ

ସିଏସ୍‌କେ ସାମ୍ନାରେ କ୍ୟାପିଟାଲ୍ସ ଟେଷ୍ଟ

ନୂଆଦିଲ୍ଲୀ, ୨୫।୩(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୫ମ ମୁକାବିଲାରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)କୁ ଭେଟିବାକୁ ଯାଉଛି। 

ବିଜେନ୍ଦ୍ରଙ୍କ ୟୁଏସ୍‌ ପ୍ରୋ ପଦାର୍ପଣ ମ୍ୟାଚ୍‌ ସ୍ଥଗିତ

ବିଜେନ୍ଦ୍ରଙ୍କ ୟୁଏସ୍‌ ପ୍ରୋ ପଦାର୍ପଣ ମ୍ୟାଚ୍‌ ସ୍ଥଗିତ

ନୂଆଦିଲ୍ଲୀ,୨୫।୩- ଭାରତୀୟ ଷ୍ଟାର ବକ୍ସର ବିଜେନ୍ଦ୍ର ସିଂ ଆମେରିକାରେ ଟ୍ରେନିଂ ବେଳେ ଆହତ ହୋଇଛନ୍ତି। ଏଥିଯୋଗୁ ତାଙ୍କର ବହୁ ପ୍ରତୀକ୍ଷିତ ୟୁଏସ୍‌ଏ ପ୍ରୋ ପଦାର୍ପଣ ମ୍ୟାଚ୍‌ ସ୍ଥଗିତ କରିଦିଆଯାଇଛି।

ଅଷ୍ଟ୍ରେଲିଆ ଦଳର ବୋଲିଂ କୋଚ୍‌ ଗ୍ରିଫିଟ

ଅଷ୍ଟ୍ରେଲିଆ ଦଳର ବୋଲିଂ କୋଚ୍‌ ଗ୍ରିଫିଟ

ମୁମ୍ବାଇ,୨୫।୩(ଏଏଫ୍‌ପି)- ଆଡାମ ଗ୍ରିଫିଟଙ୍କୁ ଅଷ୍ଟ୍ରେଲିଆ ଦଳର ବୋଲିଂ କୋଚ୍‌ ପଦରେ ନିଯୁକ୍ତ କରାଯାଇଛି। 


Model This Week

ରଶ୍ମି
Why Dharitri