ରାଜ୍ୟ | ସମ୍ବଲପୁର

ବେଲପାହାଡ଼:୩ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୪୭୫ ଛାତ୍ରୀଛାତ୍ର

ବେଲପାହାଡ଼:୩ କେନ୍ଦ୍ରରେ ମାଟ୍ରିକ   ପରୀକ୍ଷା ଦେବେ ୪୭୫ ଛାତ୍ରୀଛାତ୍ର

ବେଲପାହାଡ଼,୧୮ା୨(ଡ଼ି.ଏନ୍‌.ଏ.): ଆସନ୍ତା ୨୨ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ା ଏଥିପାଇଁ ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରାଞ୍ଚଳସ୍ଥିତ ନୋଡ଼ାଲ କେନ୍ଦ୍ର ଗିରିଧରଲାଲ ଉଚ୍ଚ ବିଦ୍ୟାଳୟକୁ ପ୍ରଶ୍ନପତ୍ର ପହଞ୍ଚତ୍ ସାରିଛି ା ପ୍ରଶ୍ନପତ୍ରଗୁଡିକ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ା ଚଳିତବର୍ଷ ବେଲପାହାଡ଼ ସହରାଞ୍ଚଳରେ ମାଟ୍ରିକ ପରୀକ୍ଷା ପାଇଁ ଗିରିଧରଲାଲ ଉଚ୍ଚ ବିଦ୍ୟାଳୟ, ବେଲପାହାଡ଼ ରିଫ୍ରାକ୍ଟୋରିଜ ଉଚ୍ଚ ବିଦ୍ୟାଳୟ ଓ ଆଦର୍ଶ ବାଳିକା ଉଚ୍ଚ ବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର ଘୋଷଣା କରାଯାଇଛି ା ଏହି ୩ କେନ୍ଦ୍ରରେ ମୋଟ ୮ଟି ବିଦ୍ୟାଳୟର ୪୭୫ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ ା ଗିରିଧରଲାଲ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ଛୁଆଳିବେର୍ନା ନରସିଂହ ଉଚ୍ଚ ବିଦ୍ୟାଳୟର ୫୮ ଜଣ ଏବଂ ଆଦର୍ଶ ବାଳିକା ଉଚ୍ଚ ବିଦ୍ୟାଳୟର ୧୧୩ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ ା ବେଲପାହାଡ଼ ରିଫ୍ରାକ୍ଟୋରିଜ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ଜି.ଏଲ୍‌.ଉଚ୍ଚ ବିଦ୍ୟାଳୟର ୭୧ ଜଣ,ବନ୍ଧବାହାଲ ଉଚ୍ଚ ବିଦ୍ୟାଳୟର ୬୩ ଜଣ ଓ ଯୁରାବଗା ଉଚ୍ଚ ବିଦ୍ୟାଳୟର ୧୨ ଜଣ ପରୀକ୍ଷା ଦେବେ ା ସେହିପରି ଆଦର୍ଶ ବାଳିକା ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପିପିଲିମାଲ ଉଚ୍ଚ ବିଦ୍ୟାଳୟର ୩୫ ଜଣ, ବି.ଆର୍‌୍‌.ଉଚ୍ଚ ବିଦ୍ୟାଳୟର ୧୦୨ ଓ ଜାମକାନି ଉଚ୍ଚ ବିଦ୍ୟାଳୟର ୨୧ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ ା ଚଳିତ ବର୍ଷ ନୋଡ଼ାଲ କେନ୍ଦ୍ର କରାଯାଇଥିବା ବେଲପାହାଡ଼ ଗିରିଧରଲାଲ ଉଚ୍ଚ ବିଦ୍ୟାଳୟ ଅଧୀନରେ ବେଲପାହାଡ଼,ବନ୍ଧବାହାଲ,ଦଲଗଁା,ତିଲିଆ ଓ ବ୍ରଜରାଜନଗର ସ୍ଥିତ ମୋଟ ୧୧ଟି ପରୀକ୍ଷା କେନ୍ଦ୍ରର ପଶ୍ନପତ୍ର ରଖାଯାଇଛି ା ଚଳିତବର୍ଷ ବେଲପାହାଡ଼ର ଜି.ଏଲ୍‌.ଉଚ୍ଚ ବଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୭୧ ଜଣ,ବି.ଆର୍‌.ଉଚ୍ଚ ବିଦ୍ୟାଳୟରେ ୧୪୬ ଜଣ,ଆଦର୍ଶ ବାଳିକା ବିଦ୍ୟାଳୟରେ ୧୫୮ ଜଣ,ବନ୍ଧବାହାଲ ଉଚ୍ଚ ବିଦ୍ୟାଳୟରେ ୧୬୧ ଜଣ,ଦଲଗଁା ଉଚ୍ଚ ବିଦ୍ୟାଳୟରେ ୧୨୨ ଜଣ, ତିଲିଆ ବିଦ୍ୟାଳୟରେ ୧୦୪ ଜଣ, ବ୍ରଜରାଜନଗର ଓରିଏଣ୍ଟ ଉଚ୍ଚ ବିଦ୍ୟାଳୟରେ ୨୩୬ ଜଣ, ଓପିଏମ୍‌ ବଏଜ୍‌ ବିଦ୍ୟାଳୟରେ ୨୭୨ ଜଣ, ଓପିଏମ୍‌ ବାଳିକା ବିଦ୍ୟାଳୟରେ ୨୧୩ ଜଣ,ଏନ୍‌.ଏ.ସି ବିଦ୍ୟାଳୟରେ ୧୪୧ ଜଣ ଓ ଲାଲା ଲାଜପତରାୟ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୯୦ ଜଣ ମାଟ୍ରିକ ପରୀକ୍ଷା ଦେବେ ା ଏହିପରି ୧୧ଟି ପରୀକ୍ଷା କେନ୍ଦ୍ର ଅଧୀନରେ ମୋଟ ୧୯୧୪ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ ା ଆସନ୍ତା ୨୧ ତାରିଖ ମଧ୍ୟରେ ସମସ୍ତ ଛାତ୍ରୀଛାତ୍ରଙ୍କୁ ଆଡ଼ମିଟ କାର୍ଡ଼ ଯୋଗାଇ ଦିଆଯିବ ଏବଂ ଦିନ ଧାର୍ଯ୍ୟ ସମୟ ପୂର୍ବରୁ ସୁରକ୍ଷା ବଳୟ ମଧ୍ୟରେ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ପ୍ରଶ୍ନପତ୍ର ପଠାଇ ଦିଆଯିବ ବୋଲି ବେଲପାହାଡ଼ ନୋଡ଼ାଲ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ପ୍ରଭାତ କୁମାର ପାଣିଗ୍ରାହୀ କହିଛନ୍ତି ା

All Right Reserved By

ରାଜ୍ୟ | ସମ୍ବଲପୁର

ପୂରଣ ହେଲାନି ବିଜେଡିର ୨୦୧୪ ନିର୍ବାଚନୀ ପ୍ରତିଶ୍ରୁତି:ସ୍ବପ୍ନରେ ରହିଗଲା ସବୁ ଗାଁକୁ ପକ୍କା ରାସ୍ତା

ପୂରଣ ହେଲାନି ବିଜେଡିର ୨୦୧୪ ନିର୍ବାଚନୀ ପ୍ରତିଶ୍ରୁତି:ସ୍ବପ୍ନରେ ରହିଗଲା ସବୁ ଗାଁକୁ ପକ୍କା ରାସ୍ତା

ଭୁବନେଶ୍ୱର,୨୬ା୩:ରାଜ୍ୟର ସବୁ ଗଁାକୁ ପକ୍କା ରାସ୍ତା ସଂଯୋଗ କରିବାକୁ ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜୁ ଜନତା ଦଳ (ବିଜେଡି) ପ୍ରତିଶ୍ରୁତି ଦେଇଥିଲା। ଶାସନର ଚତୁର୍ଥ ପାଳି ଶେଷ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହେବ ବୋଲି କୁହାଯାଇଥିଲେ ହେଁ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ।

ରାସ୍ତାପାର୍ଶ୍ୱରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ:   ପ୍ରତିବାଦ କରିବାରୁ କ୍ଲବ୍‌ ସଦସ୍ୟଙ୍କୁ ଖଣ୍ଡାରେ ହାଣିଲେ, ବୋମା ପକାଇଲେ, ପୋଲିସ ପୁଅ ସମ୍ପୃକ୍ତ

ରାସ୍ତାପାର୍ଶ୍ୱରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ: ପ୍ରତିବାଦ କରିବାରୁ କ୍ଲବ୍‌ ସଦସ୍ୟଙ୍କୁ ଖଣ୍ଡାରେ ହାଣିଲେ, ବୋମା ପକାଇଲେ, ପୋଲିସ ପୁଅ ସମ୍ପୃକ୍ତ

ଭୁବନେଶ୍ୱର,୨୬ା୩ (ବ୍ୟୁରୋ)- ରାସ୍ତାପାର୍ଶ୍ୱରେ ସର୍ବ ସମ୍ମୁଖରେ ଚାଲିଥିଲା ପ୍ରେମୀଯୁଗଳଙ୍କ ରୋମାନ୍ସ। ପ୍ରତିବାଦ କରିବାରୁ ଘଟିଛି ଲଙ୍କାକାଣ୍ଡ। ଗୋଟିଏ ଗୋଷ୍ଠୀର ଖଣ୍ଡା ଚୋଟରେ  ନୟାପଲ୍ଲୀ ୟୁନିଟ୍‌ କ୍ଲବ୍‌ର ୨ଜଣ ଯୁବକ ଆହତ ହୋଇଛନ୍ତି।

ଡ୍ରେନ ଉପରୁ ନବଜାତ ଶିଶୁପୁତ୍ର ଉଦ୍ଧାର:  ଭେଣ୍ଟିଲେଟର ନ ଥିବା କହି ରେଫର କରିଦେଲେ ଡାକ୍ତର

ଡ୍ରେନ ଉପରୁ ନବଜାତ ଶିଶୁପୁତ୍ର ଉଦ୍ଧାର: ଭେଣ୍ଟିଲେଟର ନ ଥିବା କହି ରେଫର କରିଦେଲେ ଡାକ୍ତର

ଭୁବନେଶ୍ୱର,୨୬ା୩ (ବ୍ୟୁରୋ)- କ୍ୟାପିଟାଲ ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ବସ୍ତିର ଏକ ଡ୍ରେନ ଉପରୁ ସୋମବାର ଭୋର୍‌ ସମୟରେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। 

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

କେନ୍ଦୁଝର, ୨୬ା୩ (ସ୍ବ.ପ୍ର.)-ସଦର ବ୍ଲକ ବୋଦାପଳସା ପଞ୍ଚାୟତ ଅଧୀନ କବିତ୍ରା ଗ୍ରାମ ସମସ୍ୟାକୁ ନେଇ ବାରମ୍ବାର ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ ହେଁ ସମାଧାନ ହେଉନଥିବାରୁ ଜୋରଦାର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଦକ୍ଷେପ ନ ନେଲେ ବାଧ୍ୟ ହୋଇ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଗ୍ରାମରେ କୌଣସି ଉନ୍ନତି ମୂଳକ କାମ ହେଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରି ସୋମବାର ଜିଲାପାଳ ଙ୍କ କାର୍ଯ୍ୟାଳୟରେ ପୁଣି ଦାବିପତ୍ର ପ୍ରଦାନ କରିଛନ୍ତି। 

ଟିକେଟ୍‌ ମୋହରେ ପିତା:ପୁତ୍ର ପାଇଁ ଆସନ ଛାଡ଼ିବାକୁ ପ୍ରସ୍ତୁତ

ଟିକେଟ୍‌ ମୋହରେ ପିତା:ପୁତ୍ର ପାଇଁ ଆସନ ଛାଡ଼ିବାକୁ ପ୍ରସ୍ତୁତ

ଭୁବନେଶ୍ୱର,୨୬।୩(ବ୍ୟୁରୋ):ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିସାରିଛନ୍ତି। ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୨୮ ଏବଂ ଏପ୍ରିଲ ୨ ତାରିଖରେ ବିଜ୍ଞପ୍ତି ପ୍ରକାଶିତ ହେବ। 

ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା:ଭଦ୍ରକରୁ ପ୍ରଦୀପ, ଭଣ୍ଡାରିପୋଖରୀରୁ ବଦ୍ରିନାରାୟଣ

ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା:ଭଦ୍ରକରୁ ପ୍ରଦୀପ, ଭଣ୍ଡାରିପୋଖରୀରୁ ବଦ୍ରିନାରାୟଣ

ଭଦ୍ରକ ଅଫିସ, ୨୬।୩- ସୋମବାର ଭାଜପା ପକ୍ଷରୁ ଭଦ୍ରକର ୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେଥିମଧ୍ୟରୁ ଭଦ୍ରକ ବିଧାନସଭା ଆସନ ପାଇଁ ଡା. ପ୍ରଦୀପ ନାୟକ ଓ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ର ପାଇଁ ବଦ୍ରିନାରାୟଣ ଧଳଙ୍କ ନାମ ଘୋଷଣା ହୋଇଛି। ଏହି ଦୁଇଜଣଙ୍କ ନାମ ଘୋଷଣା ପରେ ଭଦ୍ରକ ଜିଲାର ୫ ବିଧାନସଭା କ୍ଷେତ୍ର ଲାଗି ସମସ୍ତ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇସାରିଛି। 

ରାଉତପଡ଼ାରେ ‘ଘରେ ଘରେ ଶଙ୍ଖ’

ରାଉତପଡ଼ାରେ ‘ଘରେ ଘରେ ଶଙ୍ଖ’

ରୂପ୍‌ସା, ୨୬।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ରାଉତପଡ଼ା ପଞ୍ଚାୟତରେ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳାମୋର୍ଚ୍ଚା ସଭାପତି ପୂର୍ବତନ ସରପଞ୍ଚ ମିନତୀ ଯେନାଙ୍କ ପୌରୋହିତ୍ୟରେ ଏକ ସଭା ହୋଇଥିଲା। 

ହରିଣପଲ ଉଜାଡୁଛନ୍ତି ଫସଲ : ବିଟ୍‌ ହାଉସ୍‌ ଘେରାଉ କଲେ ଚାଷୀ

ହରିଣପଲ ଉଜାଡୁଛନ୍ତି ଫସଲ : ବିଟ୍‌ ହାଉସ୍‌ ଘେରାଉ କଲେ ଚାଷୀ

ରଘୁନାଥପୁର,୨୬।୩(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ଏରଡ଼ଙ୍ଗା ପଞ୍ଚାୟତରେ ହରିଣପଲ ବ୍ୟାପକ ମାତ୍ରାରେ ଫସଲ ନଷ୍ଟ କରୁଛନ୍ତି। ଏହି ଗ୍ରାମ ଧଳତଙ୍ଗଗଡ଼ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଛି। ତେଣୁ ଖରିଫ, ରବି ଫସଲ ସମୟରେ ହରିଣ ପଲ ଆସି ଫସଲ ନଷ୍ଟ କରିଦେଉଛନ୍ତି।

ନବୀନଙ୍କୁ ଟକ୍କର ଦେବେ ଶମ୍ଭୁ, ପୀତାମ୍ବର

ନବୀନଙ୍କୁ ଟକ୍କର ଦେବେ ଶମ୍ଭୁ, ପୀତାମ୍ବର

ହିଞ୍ଜିଳିକାଟୁ/ଶେରଗଡ,୨୬ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା କ୍ଷେତ୍ରରେ ଚଳିତଥର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁକାବିଲା କରିବେ ଭାଜପା ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଓ କଂଗ୍ରେସର ଗଜପତି ଜିଲା ପ୍ରଭାରୀ ଶମ୍ଭୁ ପାଣିଗ୍ରାହୀ। ଉଭୟ ପୀତାମ୍ଭର ଓ ଶମ୍ଭୁ ପେସାରେ ଆଇନଜୀବୀ। ଶମ୍ଭୁ ଜିଲାରେ ସୂଚନା ଅଧିକାର କର୍ମୀ ଭାବେ ମଧ୍ୟ ପରିଚିତ। ନବୀନ ବୁଧବାର ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। 

ଆଇଏନ୍‌ଏସ ଚିଲିକାର ନୌସେନା ଅଧିକାରୀ ହେଲେ ଋତୁରାଜ

ଆଇଏନ୍‌ଏସ ଚିଲିକାର ନୌସେନା ଅଧିକାରୀ ହେଲେ ଋତୁରାଜ

ବ୍ରହ୍ମପୁର ଅଫିସ,୨୬ା୩-ଚିଲିକାସ୍ଥିତ ଭାରତୀୟ ନୌସେନାର ପ୍ରାରମ୍ଭିକ ନାବିକ ପ୍ରଶିକ୍ଷଣ କେନ୍ଦ୍ର (ଆଇଏନ୍‌ଏସ୍‌)ର ନୌସେନା ଅଧିକାରୀ ତଥା ଓଡିଶା ପ୍ରଭାରୀ ଭାବେ କମୋଡର ଋତୁରାଜ ସାହୁ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ା କେନ୍ଦ୍ର ପୂର୍ବତନ ଅଧିକାରୀ କମୋଡର ମନୀଶ ମିଶ୍ର କମୋଡର ଋତୁରାଜଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ା ଏହି ଅବସରରେ କେନ୍ଦ୍ରର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ା

ବାଲିଗୁଡ଼ା,ଜି.ଉଦୟଗିରି ବିଧାନସଭା ଆସନ: ୫ ପ୍ରାର୍ଥିପତ୍ର ଦାଖଲ

ବାଲିଗୁଡ଼ା,ଜି.ଉଦୟଗିରି ବିଧାନସଭା ଆସନ: ୫ ପ୍ରାର୍ଥିପତ୍ର ଦାଖଲ

ବାଲିଗୁଡ଼ା/ଦାରିଙ୍ଗବାଡି, ୨୬ା୩(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡ଼ା ଓ ଜି.ଉଦୟଗିରି ବିଧାନସଭା ଆସନ ନିମନ୍ତେ ସୋମବାର ୭ମ ଦିନରେ ମୋଟ ୫ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି।

୩ ନିର୍ବାଚନ ମଣ୍ଡଳୀରୁ ୯ ଜଣଙ୍କ ପ୍ରାର୍ଥିପତ୍ର ଦାଖଲ

୩ ନିର୍ବାଚନ ମଣ୍ଡଳୀରୁ ୯ ଜଣଙ୍କ ପ୍ରାର୍ଥିପତ୍ର ଦାଖଲ

ଭଞ୍ଜନଗର,୨୬।୩(ଡି.ଏନ.ଏ.)- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ। ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ସୋରଡ଼ା ଓ ଆସିକା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଏପ୍ରିଲ ୧୮ରେ ମତଦାନ ହେବ। 


Model This Week

ରଶ୍ମି
Why Dharitri