ରାୟଗଡା

ପୋଲିସ କାର୍ଯ୍ୟଧାରାରେ ପ୍ରଶ୍ନଚିହ୍ନ ଲଗାଇଛି ୩ ଘଟଣା: ଆସ୍ଥା ବଦଳରେ ଏବେ ଅବିଶ୍ୱାସ

ପୋଲିସ କାର୍ଯ୍ୟଧାରାରେ ପ୍ରଶ୍ନଚିହ୍ନ ଲଗାଇଛି ୩ ଘଟଣା: ଆସ୍ଥା ବଦଳରେ ଏବେ ଅବିଶ୍ୱାସ

ଜୟପୁର,୧୮।୨(ନି.ପ୍ର.): ଅପରାଧୀମୁକ୍ତ ସହର, ଟ୍ରାଫିକ ସଚେତନତା ସହ ସାଧାରଣ ଜନତାଙ୍କ ସହ ସୁସମ୍ପର୍କ ରଖିବା ପାଇଁ ରାଜ୍ୟ ପୋଲିସ ବହୁ ଯୋଜନା କରୁଛନ୍ତି । କିନ୍ତୁ କୋରାପୁଟ ଜିଲାରେ ବିଗତ ଦିନରେ ରଞ୍ଜିତ ବାଘଙ୍କ ଭଳି ଅପରାଧୀଙ୍କୁ ଧରିବା ସହ ଗଞ୍ଜେଇ ଚାଲାଣରେ ଚଢ଼ାଉ ସହ ଗିରଫଦାରୀ, ଡକାୟତି ଯୋଜନା ପଣ୍ଡ କରିବା ଭଳି କାର୍ଯ୍ୟ ପାଇଁ ପ୍ରଶଂସା ସାଉଣ୍ଟିଥିଲା ପୋଲିସ। କିନ୍ତୁ ଗତ ଦେଢ଼ମାସରେ ପୋଲିସର କାର୍ଯ୍ୟକଳାପ ଚିତ୍ର ଅଲଗା। ଏହି ସମୟ ଭିତରେ ମୁଖ୍ୟତଃ ୩ଟି ଘଟଣା ପୋଲିସକୁ ଜନତାଙ୍କ କାଠଗଡ଼ାରେ ଛିଡ଼ା କରିଛି। 

ଗତ ୭ ଜାନୁଆରୀରେ ଜୟପୁର ସଦର ପୋଲିସ ଡକାୟତି ଯୋଜନା ବେଳେ ୭ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ଥିବା ବଳରାମ ଓ ଆଲୋକ ଏହି ୨ ଜଣଙ୍କୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲେ ରତ୍ନାକରଗୁଡ଼ାର ରାଜେନ୍ଦ୍ର ପାଣିଗ୍ରାହୀ ଓ ମହାଲକ୍ଷ୍ମୀ ପାଣିଗ୍ରାହୀ। ଏମାନଙ୍କୁ ନ ଛାଡ଼ିଲେ ଆତ୍ମାହୂତି ଧମକ ଦେବା ସହ ସେମାନଙ୍କ ନାଁରେ କି ଅପରାଧିକ ଅଭିଯୋଗ ରହିଛି, ତାହା ପୋଲିସକୁ ମାଗିଥିଲେ। ଏନେଇ ଥାନାରେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଏହି ୨ଜଣଙ୍କ ନାଁରେ ପୂର୍ବରୁ କୌଣସି ଅପରାଧିକ ମାମଲା ନ ଥିବାବେଳେ ପୋଲିସ ଏମାନଙ୍କୁ ଡକାୟତି ମାମଲାରେ ଗିରଫ କରିବା ପାଇଁ ଯୋଜନା କରିଥିବା ଅଭିଯୋଗ ହୋଇଥିଲା। ତେବେ ପରେ ପୋଲିସ ବିଭିନ୍ନ ଚାପରେ ନୟାନ୍ତ ହୋଇ ବଳରାମ ଓ ଆଲୋକଙ୍କୁ ଛାଡ଼ିଥିଲା। 

ସେହିପରି ଗତ ଫେବୃଆରୀ ୨ରେ କୁଖ୍ୟାତ ଅପରାଧୀ ତୁରୁକ ହରିଜନଙ୍କୁ ଗ୍ରାମବାସୀ ଧରି ପୋଲିସ ଜିମା ଦେଇଥିଲେ। କିନ୍ତୁ କାର୍ଯ୍ୟାନୁଷ୍ଠାନ ବଦଳରେ ପୋଲିସ ଅପରାଧୀଙ୍କୁ ସୁରକ୍ଷା ଦେଇ ସେମାନଙ୍କୁ ଗାଡ଼ିରେ ନେଇ ଘରେ ଛାଡ଼ିଆସିଥିଲା। ତୁରୁକ ୧୦ରୁ ୧୨ ସମର୍ଥକଙ୍କ ସହ କୁନ୍ତରଖାଲ ଗାଁରେ ପଶି ମାରଣାସ୍ତ୍ର, ମାଉଜର ସହ କେତେକ ଯୁବକଙଙ୍କୁ ମାରପିଟ୍‌ କରିଥିଲେ। ତାଙ୍କ ନାମରେ ବହୁ ଅପରାଧିକ ମାମଲା ମଧ୍ୟ ରହିଛି । ଜୟପୁର ପୋଲିସ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ସ୍ଥାନୀୟ ବିଧାୟକ ଓ କୁନ୍ତରଖାଲ ଗ୍ରାମବାସୀ ସଦର ଥାନା ଘେରାଉ ସହ ଧାରଣାରେ ବସିଥିଲେ। ନିର୍ଦ୍ଦିଷ୍ଟ କେତେକ ପୋଲିସ ଅଧିକାରୀଙ୍କ ଲାଗି ଅପରାଧ ବଢୁଥିବା ନେଇ ବିଧାୟକ ଉଦ୍‌ବେଗ ପ୍ରକାଶ କରିଥିଲେ। 

ଚୋରା କାଜୁ କିଣିଥିବା ହୋଟେଲ ବ୍ୟବସାୟୀଙ୍କଠାରୁ ପୋଲିସ ରବିବାର କାଜୁ ଜବତ କରିବା ସହ ସେମାନଙ୍କୁ ସାକ୍ଷ୍ୟ ଭାବେ ନେଇଛି। ବେପାରୀଙ୍କ ପ୍ରତି ପୋଲିସର ଅନୁକମ୍ପା କାହିଁକି, କାହିଁକି ସେମାନଙ୍କୁ ଗିରଫ କରାନଯାଇ ସାକ୍ଷୀ ଭାବେ ନିଆଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛ। କେହି ମୋବାଇଲ ଚୋରିକରି ଅନ୍ୟ କାହାକୁ ବିକ୍ରି କରିଥିଲେ କ୍ରେତା ଗିରଫ ହେଉଛନ୍ତି। କିନ୍ତୁ ଏତେ ପରିମାଣର କାଜୁଚୋରି ଘଟଣାରେ କାଜୁ କିଣିଥିବା ବ୍ୟକ୍ତିଙ୍କ ପ୍ରତି ଏଭଳି ଅନୁକମ୍ପା ପୋଲିସର କାର୍ଯ୍ୟଧାରାକୁ ସନ୍ଦେହଘେରକୁ ନେଇଛି। ବ୍ୟାପକ ପରିମାଣର ଗଞ୍ଜେଇ ଧରି ଜିଲା ପୋଲିସ ରାଜ୍ୟରେ ପୁରସ୍କୃତ ହୋଇଥିବା ବେଳେ ଏବେ ଅପରାଧୀଙ୍କୁ ଛାଡ଼ିବାରେ ବିଭାଗର ଭୂମିକା ସେମାନଙ୍କୁ ଜନତାଙ୍କ କାଠଗଡ଼ାରେ ଛିଡ଼ା କରାଇଛ। ୧୬୪ ସିଆରପିସି ଆଇନକୁ ପୋଲିସ ଅପ ବ୍ୟବହାର କରିଥିବା ଅଭିଯୋଗ ହୋଇଥିବା ବେଳେ ଏ ସମ୍ପର୍କରେ ଏସ୍‌ଡିପିଓ ଟି.ଜେ. ରେଡ୍ଡି କହିଛନ୍ତି, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛ।

All Right Reserved By

ରାୟଗଡା

ଯୁବକଙ୍କୁ ହତ୍ୟା

ଯୁବକଙ୍କୁ ହତ୍ୟା

ବୌଦ୍ଧ,୨୨ା୪(ସ୍ବ.ପ୍ର.) : ବୌଦ୍ଧ ଜିଲା ବଡ଼ବାଗବର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଭୋରରୁ ବଡ଼ବାଗବର ଗ୍ରାମର ରାଜେଶ ଜେନା(୨୨)ଙ୍କୁ ଗ୍ରାମର କିଛି ଯୁବକ ପଥରରେ ତାଙ୍କ ମୁହଁକୁ ଛେଚି ହତ୍ୟା କରିଛନ୍ତି।

ପରିତ୍ୟକ୍ତ ହୋଇପଡିଛି ସୀତାସାଗର: କୂଳ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ପରିତ୍ୟକ୍ତ ହୋଇପଡିଛି ସୀତାସାଗର: କୂଳ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ପାରଳାଖେମୁଣ୍ଡି,୨୨।୪ (ସ୍ବ.ପ୍ର.)-  ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଐତିହାସିକ ସୀତାସାଗର ପୋଖରୀ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିଛି।

ବିଲ୍ଟ ପେପର ମିଲରେ ପୁଣି ଅଚଳାବସ୍ଥା:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ୟୁନିୟନ

ବିଲ୍ଟ ପେପର ମିଲରେ ପୁଣି ଅଚଳାବସ୍ଥା:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ୟୁନିୟନ

ଜୟପୁର,୨୧।୪(ନି.ପ୍ର.): ଜୟପୁର ବିଲ୍ଟ ପେପର ମିଲ୍‌ରେ ପୁଣିଥରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କଞ୍ଚାମାଲ ନାହିଁ, ପୁଣି ଆବଶ୍ୟକ କେମିକାଲର ଅଭାବ। ଗତ ଫେବୃଆରୀରୁ କର୍ମଚାରୀ ଓ ଅନ୍ୟ ଠିକା କର୍ମଚାରୀ ଦରମା ପାଇନାହାନ୍ତି। 

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ

ପଦ୍ମପୁର/ଗୁଡାରୀ, ୨୧ା୪(ଡି.ଏନ୍‌.ଏ)- ରାୟଗଡ଼ା ଜିଲା ଗୁଡ଼ାରୀ ବ୍ଲକ କିନିଡ଼ି ଗ୍ରାମ ନିକଟ ମାଛବନ୍ଧଠାରେ ରବିବାର ଏକ ବରଯାତ୍ରୀ ଗାଡ଼ି  ଦୁର୍ଘଟଣାଗ୍ରସ୍ତ ହୋଇଛି ା 

ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ

ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ

ଡାବୁଗାଁ, ୨୧ା୪ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ କେରଣ୍ଡି ଗ୍ରାମରେ ଶନିବାର ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇର ମୃତ୍ୟୁ ଘଟିଛି ା 

ସ୍ବାମୀର ଏସିଡ୍‌ ମାଡରେ ସ୍ତ୍ରୀ ଗୁରୁତର

ସ୍ବାମୀର ଏସିଡ୍‌ ମାଡରେ ସ୍ତ୍ରୀ ଗୁରୁତର

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଏମଭି-୭୯ ଗ୍ରାମରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି।

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁରଠାରେ ପୋଲିସ ଗୁଳିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। 

ନାହିଁନାହିଁର ଗାଁ ଜାମୁଗୁଡା: ୪୮ ପରିବାର ପାଇଁ ଗୋଟିଏ ନଳକୂପ

ନାହିଁନାହିଁର ଗାଁ ଜାମୁଗୁଡା: ୪୮ ପରିବାର ପାଇଁ ଗୋଟିଏ ନଳକୂପ

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ଆଦିବାସୀଙ୍କ ବିକାଶ ପାଇଁ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ  ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। 

ଜଙ୍ଗଲରେ ନିଆଁ

ଜଙ୍ଗଲରେ ନିଆଁ

ମାଲକାନଗିରି, ୨୧ା୪ (ସ୍ବ.ପ୍ର.)- ମାଲକାନଗିରି ଜିଲା ବନବିଭାଗର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲରେ  ନିଆଁ ଲାଗିଛି। ବିଭାଗର ୬ଟି ରେଞ୍ଜ୍‌ର କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି। ନିଆଁ ଯୋଗୁ ଜଙ୍ଗଲର ନାହିଁ ନ ଥିବା କ୍ଷତି ଘଟିଛି।

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

ଚନ୍ଦ୍ରପୁର,୨୦ା୪(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ଡ଼ାଙ୍ଗସୋରଡ଼ା ସଦର ମହକୁମାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଥିବା ଗ୍ରାମ ମଙ୍ଗଳ ବିଭାଗର ଛାତ୍ରୀ ନିବାସରେ ୧୦୦ ଆଦିବାସୀ ଛାତ୍ରୀ ରୁହନ୍ତି

ଲୋକ ଅଦାଲତ ଉଦ୍‌ଘାଟିତ : ପ୍ରଥମ ଦିନରେ ୨ ମାମଲା ବିଚାର

ଲୋକ ଅଦାଲତ ଉଦ୍‌ଘାଟିତ : ପ୍ରଥମ ଦିନରେ ୨ ମାମଲା ବିଚାର

ରାୟଗଡା ଅଫିସ୍‌, ୨୦ା୪- ରାୟଗଡା ଜିଲା ଅଦାଲତ ପରିସରରେ ଶନିବାର ଏକ ଲୋକ ଅଦାଲତ ଉଦ୍‌ଘାଟିତ ହୋଇଯାଇଛିହାଇକୋର୍ଟ ଜଷ୍ଟିସ ସଞ୍ଜୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଦାଲତକୁ ଉଦ୍‌ଘାଟନ କରିଥିଲେ ା 

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ମାଲକାନଗିରି,୨୦।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଥିବା ସବ୍‌ଜେଲ୍‌ରୁ ଶନିବାର ଜଣେ ବିଚାରାଧୀନ କଏଦୀ ଡାକ୍ତରଖାନାରୁ ଚମ୍ପଟ୍‌ ମାରିଛନ୍ତି। ସେ ହେଲେ ରାଜୁ ବାରୋଇ(୩୫)। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri