ରାଜ୍ୟ | ଉପକୂଳ ଓଡିଶା

ବୀର ଯବାନଙ୍କ ସ୍ମୃତିରେ ପଟ୍ଟାମୁଣ୍ତାଇ ବଜାର ବନ୍ଦ

ବୀର ଯବାନଙ୍କ ସ୍ମୃତିରେ ପଟ୍ଟାମୁଣ୍ତାଇ ବଜାର ବନ୍ଦ

ପଟ୍ଟାମୁଣ୍ତାଇ,୧୮।୨(ସ୍ବ.ପ୍ର.): ଜମ୍ମୁ-କଶ୍ମୀର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଗତ ୧୪ ତାରିଖରେ ଶହୀଦ ହୋଇଥିବା ଯବାନଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଏ ନେଇ ପଟ୍ଟାମୁଣ୍ତାଇରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ବିଭିନ୍ନ ସଂସ୍ଥା ଓ ସଂଗଠନ ସମର୍ଥନରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ  ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରାଯାଇଛି। ବ୍ୟବସାୟୀମାନେ ଏକ ଶୋଭାଯାତ୍ରାରେ ବାହାରି ପାକିସ୍ତାନିବିରୋଧୀ ନାରାବାଜି ଦେଇ ବଜାର ପରିକ୍ରମା କରିଥିଲେ।

All Right Reserved By

ରାଜ୍ୟ | ଉପକୂଳ ଓଡିଶା

କୋରାପୁଟ କଂଗ୍ରେସ ପ୍ରାର୍ଥୀଙ୍କ କାର୍‌ରୁ  ୧ଲକ୍ଷ ୯ହଜାର ଟଙ୍କା  ଜବତ

କୋରାପୁଟ କଂଗ୍ରେସ ପ୍ରାର୍ଥୀଙ୍କ କାର୍‌ରୁ ୧ଲକ୍ଷ ୯ହଜାର ଟଙ୍କା ଜବତ

କୋରାପୁଟ,୨୨।୩(ସ୍ବ.ପ୍ର)- କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ କୁଷ୍ଣ କୁଲଦୀପଙ୍କ  କାର୍‌ରୁ ନିର୍ବାଚନ ସ୍କ୍ବାଡ୍‌ ଶୁକ୍ରବାର  ୧ ଲକ୍ଷ ୯ ହଜାର ୫୦୦ ଟଙ୍କା ଜବତ କରିଛି। ସ୍ଥାନୀୟ ଓଏମ୍‌ପି ନିକଟରେ ଚେକିଂ ଚାଲିଥିବା ସମୟରେ ଏହି ଟଙ୍କା ଜବତ କରାଯାଇଛି। 

ହୋଲି ହେଲା କାଳ: ପାଣିରେ ବୁଡି ଯୁବକ ମୃତ

ହୋଲି ହେଲା କାଳ: ପାଣିରେ ବୁଡି ଯୁବକ ମୃତ

ରସୁଲପୁର/ଯାଜପୁର ରୋଡ,୨୨।୩(ଡି.ଏନ.ଏ./ନି.ପ୍ର.)-ହୋଲି ଖେଳି ସାରିବା ପରେ ନଦୀରେ ଗାଧୋଉଥିବାବେଳେ ଶୁକ୍ରବାର ଅପରାହ୍ନରେ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ ଇଶ୍ୱରପୁର ଗ୍ରାମର ନିରଞ୍ଜନ ପରମାଣିକ(୨୦)। ସେ ସାଙ୍ଗମାନଙ୍କ ସହିତ ହୋଲି ଖେଳି ସାରି ଅପରାହ୍ନରେ ଖରସ୍ରୋତା ନଦୀର ଜଇପୁର ଘାଟରେ ଗାଧୋଉଥିଲେ।

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ଜୟପୁର, ୨୨।୩(ନି.ପ୍ର.)-ହୋଲି ଖେଳକୁ ନେଇ ଜୟପୁର ବାପୁଜୀ ନଗର ଓ ଡେପୁଗୁଡ଼ା ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେଇଥିବା ନେଇ ସୂଚନା ମିଳିଛି। ଉଭୟ ସାହିର ଲୋକେ ପରସ୍ପରକୁ ଠେଙ୍ଗା ବାଡିରେ ଆକ୍ରମଣ କରିବା ସହ ଢେଲା ମାଡ଼ କରିଛନ୍ତି। ଏଥିରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି।

ଆଜି ପ୍ରକାଶ ପାଇପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା

ଆଜି ପ୍ରକାଶ ପାଇପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା

ନୂଆଦିଲୀ/ଭୁବନେଶ୍ୱର,୨୨।୩ (ବ୍ୟୁରୋ) : କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା ଶୁକ୍ରବାର ପ୍ରକାଶ ପାଇପାରେ। ଏଥିପାଇଁ ଦିଲୀର ୧୦ ଲୋଧିରୋଡ୍‌ରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରିରହିଛି।

ହୋଲିରେ ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ: ୬ ଆହତ; ପିସିଆର୍‌, ହୋଟେଲ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ହୋଲିରେ ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ: ୬ ଆହତ; ପିସିଆର୍‌, ହୋଟେଲ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ସାରା ରାଜ୍ୟରେ ହୋଲିକୁ ନେଇ ଉତ୍ସବର ମାହୋଲ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ବରମୁଣ୍ଡାରେ ଶୁକ୍ରବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୬ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଫିକାପଡିଲା ପାରାଦୀପ ରାଜନୈତିକ ହୋଲି, ଭାଜପା ଛାଡିଲେ ଗତିକୃଷ୍ଣ

ଫିକାପଡିଲା ପାରାଦୀପ ରାଜନୈତିକ ହୋଲି, ଭାଜପା ଛାଡିଲେ ଗତିକୃଷ୍ଣ

ପାରାଦୀପ,୨୨।୩(ସ୍ବ.ପ୍ର.)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ପାରାଦୀପ ରାଜନୀତିରେ ସେତେମାତ୍ରାରେ ଅସ୍ଥିରତା ସୃଷ୍ଟି ହେବାରେ ଲାଗିଛି। ଗତବର୍ଷ ସେପ୍ଟେମ୍ବର ୧୨ରେ ବିଜେଡି ସ୍ଥାନୀୟ ବିଧାୟକ ଡା.ଦାମୋଦର ରାଉତଙ୍କୁ ବହିଷ୍କାର କରିବା ପରେ ୩ ପ୍ରମୁଖ ଦଳ ମଧ୍ୟରେ ଅସ୍ଥିରତା ଲାଗି ରହିଛି।

କଳିଙ୍ଗ ପାହାଡ଼ରେ ପଥର ବିସ୍ଫୋରଣ: ଅତଡ଼ା ଖସି ଶ୍ରମିକ ମୃତ

କଳିଙ୍ଗ ପାହାଡ଼ରେ ପଥର ବିସ୍ଫୋରଣ: ଅତଡ଼ା ଖସି ଶ୍ରମିକ ମୃତ

ଖୋର୍ଦ୍ଧା ଅଫିସ,୨୨।୩: ଖୋର୍ଦ୍ଧା ତହସିଲ ମଳିପଡା ନିକଟସ୍ଥ କଳିଙ୍ଗ ପାହାଡ଼ରେ ଶୁକ୍ରବାର ପୂର୍ବାହ୍ନରେ ପଥର ବିସ୍ଫୋରଣ ସମୟରେ ଅତଡ଼ା ଖସି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନମଣ୍ଡଳୀର ସାଧାରଣ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥିନୀ ଅର୍ଚ୍ଚନା ପ୍ରଧାନଙ୍କୁ  ଗୁରୁବାର  ଭାଜପା ପକ୍ଷରୁ ଟିକେଟ୍‌ ମିଳିଛି। ଏ ନେଇ ଅର୍ଚ୍ଚନା ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ନେତା ଓ ସହଯୋଗୀମାନଙ୍କୁ ସାଧୁବାଦ ଜଣାଇଛନ୍ତି । 

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଅଫିସ, ୨୨।୩ : ପୁରୀ ସହରରେ ହୋଲିର ମାହୋଲ ଚାଲିଥିବାବେଳେ ରେଳଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ନଂ ପ୍ଲାଟଫର୍ମରେ ରହିଥିବା ତପସ୍ବିନୀ ଏକ୍ସପ୍ରେସ ବଗି ନଂ(୩,୪ ଏବଂ ୫)ରେ କୌଣସି କାରଣରୁ ଅପରାହ୍ନ ୧ଟାରେ ନିଆଁ ଲାଗିଥିଲା।

 ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅବକାରୀ ବିଭାଗ ପକ୍ଷରୁ   ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ  ୫୫ ଲିଟର ଦେଶୀ ମଦ, ୧୨୦ ଲିଟର ଖଜୁରି  ଓ ସଲପ ତାଡ଼ି ଜବତ କରାଯାଇଛି।

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାରକୁ ରୋକିବା ପାଇଁ ପ୍ରୟାସ:    ଏସ୍‌ଏସ୍‌ଟି ଟିମ୍‌ର ସ୍ଥିତି ଅନୁଧ୍ୟାନ

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାରକୁ ରୋକିବା ପାଇଁ ପ୍ରୟାସ: ଏସ୍‌ଏସ୍‌ଟି ଟିମ୍‌ର ସ୍ଥିତି ଅନୁଧ୍ୟାନ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): ଚଳିତ ସାଧାରଣ ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ  ପ୍ରୟାସ ଆରମ୍ଭ ହୋଇଛି । ଭୋଟରଙ୍କୁ ପ୍ରାର୍ଥୀ ଏବଂ ବିଭିନ୍ନ ଦଳ ପକ୍ଷରୁ ପ୍ରଭାବିତ କରିବା ଆଶଙ୍କା କରାଯାଇ ପ୍ରଶାସନ ପକ୍ଷରୁ ଦୁଇଟି ଟିମ୍‌ ଗଠନ କରାଯାଇଛି।

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

ଭୁବନେଶ୍ୱର,୨୨।୩(ବ୍ୟୁରୋ): ବିଜେଡି ଓ କଂଗ୍ରେସ ପରେ ଗୁରୁବାର ଭାଜପା ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟରେ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କେଉଁଠୁ କିଏ ଲଢ଼ିବେ.. 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା